ସୁମଣ୍ଡଳ ଓ ରାହାଡ଼ାରେ ଟୀକା ନେବା ପାଇଁ ଠେଲାପେଲା….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡ଼ା) – ଟିକା ନେବା ପାଇଁ ଠେଲା ପେଲା ଦେଖିବାକୁ ମିଳିଛି । ଆଜି ଟିକା ପାଇଁ ଠେଲାପେଲା ହୋଇଥିବା ଭଳି ସ୍ଥିତି ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ସୁମଣ୍ଡଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଶହ ଶହ ଲୋକ ସାମାଜିକ ଦୁରତାକୁ ଭୁଲିଯାଇ ଲମ୍ବା ଲାଇନରେ ଠିଆ ହୋଇ ରହିଥିଲେ । ପରସ୍ପର ମଧ୍ୟରେ ଠେଲାପେଲା ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଲୋକେ ଟୀକା ଦେବା ପାଇଁ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସୁମଣ୍ଡଳ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ବ୍ୟବସ୍ଥା କରାଯାଇଥିଲା । ବ୍ଲକ ଆଉ ବ୍ଲକ ବାହାରୁ ଶହ ଶହ ପୁରୁଷ, ମହିଳା, ଯୁବକ ଓ ଯୁବତୀ ଟୀକା ନେବା ପାଇଁ ଲମ୍ବା ଲାଇନ ଲଗାଇ ଥିଲେ ।

ଉପସ୍ଥିତ ଲୋକଙ୍କ ଠାରୁ ଟୀକା କାମ ଥିବା ଜଣ ପଡିବ ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଯାହା ଫଳରେ ଲୋକ ପ୍ରଥମେ ଟୀକା ନେବା ପାଇଁ ହଉଯାଉ ହୋଇ ଭିଡ଼ ଜମାଇଥିଲେ । ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ଲୋକ ବୁଝିନଥିଲେ । ଘଟଣା ସମ୍ପର୍କରେ ପୋଲିସ ଅବଗତ ପରେ ଭିଡ ଲୋକଙ୍କୁ ସଚେତନ କରିବା ସହ ଆୟତ୍ତ କରିଥିଲେ । ସେହିପରି ରାହାଡା ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଟୀକା ଦେବା ବେଳେ ଭିଡ଼ ପରିଲିକ୍ଷିତ ହୋଇଛି । ଟୀକା କାମ ଥିବା ବେଳେ ଅଧିକ ସଂଖ୍ୟକ ଲୋକ ଲମ୍ବାଧଡିରେ ଛିଡ଼ା ହୋଇଥିଲେ । ଫଳରେ ତିକ କେନ୍ଦ୍ରରେ ପ୍ରବଳ ଗହଳି ହୋଇଥିଲା । ଘଟଣାସ୍ଥଳରେ ବେଗୁନିଆପଡ଼ା ଫାଣ୍ଡି ପୋଲିସ ପହଁଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା । ଟୀକା କେନ୍ଦ୍ର ଗୁଡିକରେ ଅଧିକ ଟୀକା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହୋଇଛି ।

ବଡ଼ମହୁରୀ ମା ମଙ୍ଗଳା ମନ୍ଦିର ପ୍ରାଙ୍ଗଣ ଠାରେ ଯୁବ ଗୋଷ୍ଠୀ ଙ୍କ ଦ୍ଵାରା ମାସ୍କ ବଣ୍ଟନ …..!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(କବିସୂର୍ଯ୍ୟନଗର) – କରୋନା ମହାମାରୀ ସମୟରେ ବିଭିନ୍ନ ସାମାଜିକ ସଂଗଠନ ଓ ରାଜନୈତିକ ଦଳ ତରଫରୁ ସଚେତନା କାର୍ଯ୍ୟକ୍ରମ ଚାଲିଛି । ସେହିପରି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବଡ଼ମହୁରୀ ଗ୍ରାମର ମା ମଙ୍ଗଳା ମନ୍ଦିର ପ୍ରାଙ୍ଗଣ ଠାରେ ଯୁବ ଗୋଷ୍ଟି ଙ୍କ ଦ୍ୱାରା ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମାସ୍କ ବଣ୍ଟନ କାର୍ଯ୍ୟକ୍ରମରେ ଟି.ପ୍ରଭାକର ପ୍ରଧାନ, ପ୍ରଭାକର ରାଉତ,ନିଳାଞ୍ଚଳ ଗୌଡ଼ (ଚାନ୍ଦୁ), ଚିରଞ୍ଜିବି ରାଉତ ,ସଞ୍ଜୟ ବେହେରା,ନାରାୟଣ ରାଉତ ,ରାମ ଚନ୍ଦ୍ର ରାଉତ,ବିଜୟ ବେହେରା,ତୋଫାନ ରାଉତ,କଂଗ୍ରେସ ରାଉତ ,ନରସିଂହ ଗୌଡ଼,ଓ ଆଠଗଡ଼ ପାଟଣା ର କୁନା ପାଇକରାୟ ପ୍ରମୁଖ ଉପସ୍ଥିତ ରହିବା ସହ ଜନସାଧାରଣ ମାନଙ୍କୁ ମାସ୍କ ବଣ୍ଟନ ଏବଂ ସଚେତନତା କରିଥିଲେ ।

ରାସ୍ତା ଫ୍ଲେବର୍ ନିର୍ମାଣ ଟଙ୍କାକୁ ମିଳିମିଶି ହରିଲୁଟ୍; କୋଦଳା ଏନଏସି ରେ ନିର୍ମିତ ହେଉଛି ନିମ୍ନ ମାନର ରାସ୍ତା …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ( କୋଦଳା) – ଗଂଜାମ ଜିଲ୍ଲା କୋଦଳା ଏନଏସି ବିକାଶ ପାଇଁ ଯେତିକି ଚର୍ଚ୍ଚାରେ ଦୁର୍ନୀତି ପାଇଁ ତା ଠାରୁ ଅଧିକ ଚର୍ଚ୍ଚାରେ ରହି ଆସୁଛି। ଗତ କିଛି ବର୍ଷ ଧରି କୋଦଳା ଏନଏସି ସହରାଞ୍ଚଳ ଯୋଜନାରେ ବିକଶିତ ହେଉଥିବା ବେଳେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅନିୟମିତତା ତଥା ଦୁର୍ନୀତି ହେଉଥିବା ନେଇ ବାରମ୍ବାର ଅଭିଯୋଗ ଏପରିକି ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏ ନେଇ ଖବର ପ୍ରକାଶ ପାଇଥିଲା। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଆଖି ଦୃଶିଆ ପଦକ୍ଷେପ ନିଆ ନ ଯିବାରୁ ଦିନକୁ ଦିନ କୋଦଳା ଏନଏସିରେ ପିସି ରାଜ୍ କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଟି କାର୍ଯ୍ୟକୁ ଦେଖିଲେ ଏହି କଥା ସ୍ପଷ୍ଟ ବାରି ହୋଇପଡ଼ୁଛି। ଇଏ ହେଉଛି କୋଦଳା ଏନଏସି ଅନ୍ତର୍ଗତ ପିଡବ୍ଲୁଡି ରାସ୍ତା ଠାରୁ ଦିଗି ସଂଯୋଗ କରୁଥିବା ରାସ୍ତା। ଏଠାରେ ସରକାରୀ ଯୋଜନାରେ ରାସ୍ତାକୁ ଫ୍ଲେବର୍ କାମ କରାଯାଇଛି। ତେବେ ରାସ୍ତା ନିର୍ମାଣର ମାତ୍ର କିଛି ମାଷ ପରେ ଫ୍ଲେବର୍ ଉଠି ରାସ୍ତା ଆଁ କଲାଣି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି କାର୍ଯ୍ୟ କେତେ ଟଙ୍କାର ତାହା ସର୍ବସାଧାରଣ ଜାଣନ୍ତି ନାହିଁ। ସୂଚନା ଫଳକ ନଥିବାରୁ ସରକାରୀ କାମ କିଭଳି ଚାଲିଛି ସେ ସମ୍ପର୍କରେ ଜାଣି ହେଉନି କହିଛନ୍ତି ସ୍ଥାନୀୟ ଲୋକେ ।

ତେବେ ଏନେଇ କୋଦଳା ଏନଏସି ଯନ୍ତ୍ରୀ ଜିତେନ୍ଦ୍ର ବେହେରାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ଫୋନ ର କୌଣସି ଉତ୍ତର ଦେଇନଥିଲେ ଏଇ ଏନଏସି ହୋଉଥିବା ଦୃନୀତି ବିରୁଦ୍ଧରେ ବାରମ୍ବାର ଗଣମାଧ୍ୟମ ପ୍ରକାଶ ପାଇଥିଲେ ମଧ୍ୟ ପ୍ରଶାସନ ର ନଜର ପଡୁନଥିବା ଅତି ଦୃଭାଗ୍ୟ କଥା ଏବେ ଦେଖିବାକୁ ବାକି ରହିଲା ଏବେ ପ୍ରଶାସନ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି!

୧୧ ବର ଓ ଅଶ୍ୱତ୍ଥ ବୃକ୍ଷ କୁ ପୋଷ୍ୟ ଗ୍ରହଣ…..!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବ୍ରହ୍ମପୁର) – ରିଖ ରବିବାର ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ସୁକୁଣ୍ଡା ଘାଇ ହୁଡା ରେ ସମାଜର ବିଭିନ୍ନ ବର୍ଗ ର ଲୋକଙ୍କୁ ନେଇ ବୃକ୍ଷ କୁ ପୋଷ୍ୟ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଭଳି କାର୍ଯ୍ୟକ୍ରମ ପରିକଳ୍ପନା ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜରେ ଅନେକ ଲୋକ ନିଜର ଜନ୍ମ ଦିବସ, ବିବାହ,ମାଙ୍ଗଳିକ କାର୍ଯ୍ୟକ୍ରମ , ଆତ୍ମିୟ ଙ୍କ ସ୍ମୃତି ରକ୍ଷା ପାଈଁ ଗୋଟିଏ ବୃକ୍ଷ ରୋପଣ ଇଛା ରହୁଛି କିନ୍ତୁ ସେମାନଙ୍କ ପାଖରେ ସ୍ଥାନ ର ଅଭାବ ମୁଖ୍ୟ ସମସ୍ୟା ରହୁଛି । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ଇଛା ପୂରଣ ସହ ପ୍ରକୃତି ସୁରକ୍ଷା ହୋଇପାରୁଛି । ଆଜିର କାର୍ଯ୍ୟକ୍ରମରେ ୧୧ ଗୋଟି ବର ଓ ଅଶ୍ୱତ୍ଥ ବୃକ୍ଷ ରୋପଣ ସହ ସେମାନଙ୍କ ରକ୍ଷା ପାଈଁ ୧୧ ଜଣ ବ୍ୟକ୍ତି ଏସ. ରବି କୁମାର, ଟି. ଦୁର୍ଗା ପ୍ରସାଦ, ରାକେଶ ମଲ୍ଲୁ, ପ୍ରଫେସର ସଚିଦାନନ୍ଦ ପାଢ଼ୀ, ବ୍ରହ୍ମା ବିହାରି ପଣ୍ଡା, ଡ଼ି ମଧୁସୂଦନ ରାଓ, ପ୍ରକାଶ ପ୍ରସାଦ ଗୁପ୍ତା, ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ଧନଞ୍ଜୟ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ପୋଷ୍ୟ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ସଭାପତି ଶିବରାମ ପାଣିଗ୍ରାହୀ, ସାଗର ଶାହା,ଦିପକ ପାତ୍ର,ବାଲାଜି ବେହେରା, ପ୍ରବୀଣ ନାୟକ, ରାଧ୍ୟେ ଶ୍ୟାମ ପାଣିଗ୍ରାହୀ, ବିଦେଶି ଦାସ ପ୍ରମୁଖ୍ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ପ୍ରତାପ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ଆୟୋଜିତ ହେଲା ସାପ୍ତାହିକ ବନୀକରଣ କାର୍ଯ୍ୟକ୍ରମ …..!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବ୍ରହ୍ମପୁର) – ବ୍ରହ୍ମପୁର ସହର ଉପକଣ୍ଠ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ପ୍ରତାପ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ଆୟୋଜିତ ହୋଇଯାଇଛି ସାପ୍ତାହିକ ବନୀକରଣ କାର୍ଯ୍ୟକ୍ରମ । ଗତ କିଛି ସପ୍ତାହ ଧରି ଭାଗ୍ୟପ୍ରଭା ନ୍ୟୁଜ ପକ୍ଷରୁ ସାପ୍ତାହିକ ବନୀକରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଏହି ଅବସରରେ ନ୍ୟୁଜ୍ ଟିମ ପକ୍ଷରୁ କୁକୁଡାଖଣ୍ଡି ବ୍ଲକର ମସିହାଖାଲି ପଞ୍ଚାୟତ ପ୍ରତାପ କୃଷ୍ଣଚନ୍ଦ୍ରପୁର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏଭଳି ବୃକ୍ଷରୋପଣ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ ଯୋଗ ଦେଇ ପରିବେଶକୁ ବୃକ୍ଷର ଆବଶ୍ୟକତା ଏବଂ ଏହାର ଉପାଦେୟତା ଉପରେ ଆଲୋକପାତ କରିଥିବା ବେଳେ ଅନ୍ୟତମ ଅତିଥି ରୂପେ ସ୍ଥାନୀୟ ସମିତିସଭ୍ୟ ନରସିଂହ ସାହୁ, ପଣ୍ଡିତ ଶିଶିର କୁମାର ଶତପଥି ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀନିବାସ ସାକେରୀ ଯୋଗ ଦେଇ କୋଭିଡ ଭଳି ମହାମାରୀ ସମୟରେ ଅମ୍ଲଜାନର ମହତ୍ୱ ଏବଂ ବୃକ୍ଷରୋପଣ ଦ୍ୱାରା ଏହାକୁ କିପରି ପ୍ରତିହତ କରାଯିବ ସେ ନେଇ ଆଲୋଚନା କରିଥିଲେ ।

ଏହି ଅବସରରେ ବିଦ୍ୟାଳୟ ପରିସରରେ ଅଁଳା, ବେଲ, ଆତ, ପିଜୁଳି, କରଞ୍ଜ ଭଳି ଫଳ ଏବଂ ଔଷଧୀୟ ବୃକ୍ଷର ଚାରା ଲଗାଯାଇଥିଲା । ବିଦ୍ୟାଳୟ ପରିସରରେ ଯେପରି ସବୁଜ ବଳୟ ସୃଷ୍ଟି ହେବ ସେ ନେଇ ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ଯତ୍ନବାନ ହେବା ଆବଶ୍ୟକ ବୋଲି ସ୍ଥାନୀୟ ସମିତି ସଭ୍ୟ ଶ୍ରୀସାହୁ ମତ ପ୍ରକାଶ କରିଥିଲେ । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ପବିତ୍ର ମୋହନ ପ୍ରଧାନ, ଏ ନାଗେଶ୍ୱର ରାଓ, ଶିକ୍ଷୟତ୍ରୀ ରଶ୍ମିତା ଜେନା, ବବିତା କୁମାରୀ ରାଉଳ ଏବଂ ଭାଗ୍ୟପ୍ରଭା ନ୍ୟୁଜର ସଦସ୍ୟ ଉମା ଶଙ୍କର ମିଶ୍ର, ସ୍ୱାଧିନ ସାହୁ, କିରଣ ବେହେରା, ସତ୍ୟ ସାହୁ, ଦେବେନ୍ଦ୍ର ବାଡତ୍ୟା, ଗୌରୀ ଶଙ୍କର ମିଶ୍ର, ସୁମନ ରଣା ଏବଂ ସଂଗ୍ରାମ ସାହୁ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣରେ ସହଯୋଗ କରିଥିଲେ ।

ଦେବୋତ୍ତର ବିଭାଗ ର ଉଦାସୀନତା ଯୋଗୁଁ ମନ୍ଦିର ପୂଜକ ମନ୍ଦିର ସମ୍ପତ୍ତି କୁ ନିଜ ପୈତୃକ ସମ୍ପତ୍ତି ଭାବି ନେଉଛନ୍ତି ?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଗୁଣପୁର ଏକ ଐତିହାସିକ ସହର ଏଠାରେ ଥିବା ଅନେକ ମନ୍ଦିର ପୁରାତନ କୀର୍ତ୍ତିରାଜି ର ଗାଥା କହୁଛି ଏଠାକାର ମନ୍ଦିର ଓ ଦେବୀ ଦେବତା,ପରମ୍ପରା ଆଜି ମଧ୍ୟ ରାଜା ମାନଙ୍କ ପ୍ରଚଳିତ ପ୍ରଥା କୁ ଜାରି ରଖିଛି । ଗୁଣପୁର ଦେବୋତ୍ତର ବିଭାଗ ଅଧୀନରେ ପ୍ରାୟ ୩୬ ରୁ ଅଧିକ ମନ୍ଦିର ଥିବା ବେଳେ ରଥଯାତ୍ରା ସମୟରେ ହେଉଥିବା ଆଦାୟ ରୁ ଅନ୍ୟ ସବୁ ମନ୍ଦିର ର ନୀତି କାନ୍ତି ନିମନ୍ତେ ଖର୍ଚ୍ଚ ଓ ପୂଜକ ମାନଙ୍କ ଦରମା ଦିଆଯାଇଥାଏ । ଅପରପକ୍ଷରେ ମନ୍ଦିର ମାନଙ୍କ ଉନ୍ନତି ତଥା ନିତ୍ୟ ଭୋଗ ଇତ୍ୟାଦି ନିମନ୍ତେ ସ୍ଥାନୀୟ ବଦାନ୍ୟ ବ୍ୟକ୍ତିଙ୍କ ଉପରେ ଭରସା କରାଯାଏ ।ଦେବୋତ୍ତର ବିଭାଗ ବର୍ଷରେ ଥରେ ମଧ୍ୟ ମନ୍ଦିର ପରିଦର୍ଶନ କରିବା ଅଥବା ପରିଚାଳନା ନିମନ୍ତେ ବୈଠକ କରିବା ପାଇଁ ଆଗଭର ହୁଅନ୍ତି ନାହିଁ । ଗୁଣପୁର ରାଜସ୍ୱ ନିରୀକ୍ଷକ ଙ୍କୁଏହାର ଅତ୍ୟଧିକ ଭାର ରହିଥିବାରୁ ସେଏହି ବିଷୟରେ ମୁଣ୍ଡ ପୁର।ନ୍ତି ନାହିଁ ।ଦେବୋତ୍ତର ବିଭାଗ ର ଏଭଳି ଉଦାସୀନତା ଯୋଗୁଁ ଅନେକ ମନ୍ଦିର ରେ ନୀତି କାନ୍ତି , ମନ୍ଦିର ଖୋଲିବା ସମୟ ଅନିୟମିତତା, ମନ୍ଦିର ସୁରକ୍ଷାର ବେପରୁଆ, ମନ୍ଦିର କୁ ମିଳୁଥିବା ନଦାନ ର ହିସାଵ ର ହେରଫେର, , ପ୍ରସାଦ ବିକ୍ରି ରେ ଲଗାମ ଛଡା ଭଳି ଅନେକ ବେନିୟମ ଦେଖା ଯାଉଛି । ଗୁଣପୁର ବଡ଼ ଜଗନ୍ନାଥ ମନ୍ଦିରଏ ଘଟୁଥିବା ଏଭଳି ଘଟଣା ସବୁବେଳେ ଚର୍ଚ୍ଚା ର ପରିସର ମଧ୍ୟରେ ରହୁଛି । ଦୃଷ୍ଟି ଆଢୁଆଳରେ ଗୁଣପୁର ସହରରେ ଥିବା ଏକ ମାତ୍ର ପ୍ରତ୍ନତାତ୍ତ୍ୱିକ ବିଭାଗ ଅଧୀନରେ ଥାଇ ଦେବୋତ୍ତର ବିଭାଗ ର ଶୀର୍ଷ ସ୍ଥାନ ରେ ଥିବା ବାଲାଜୀ ମନ୍ଦିର(ସାନ ଜଗନ୍ନାଥ ମନ୍ଦିର)ଦୃଷ୍ଟି ଆଢୁଆଳରେ ରହି ଏହାର ସମସ୍ୟା ଚରମସୀମା ରେ ପହଞ୍ଚିଛି । ମନ୍ଦିର କୀର୍ତ୍ତି ,ମନ୍ଦିର କଳାକୃତି ତଥା ଐତିହାସିକ ଗାଥା ଯୋଗୁଁ ପ୍ରତ୍ନତାତ୍ତ୍ୱିକ ବିଭାଗ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଅର୍ପଣ ହୋଇଛି କିନ୍ତୁ ଦେବୋତ୍ତର ବିଭାଗ ଏହି ମନ୍ଦିର ଗୋଟିଏ ପରିବାର ହାତ ରେ ଟେକି ଦେଇ ଗୁମ ହୋଇ ବସିଥିବା ଫଳରେ ଅଭିଯୋଗ ହେଉଛି ଉକ୍ତ ମନ୍ଦିର ର ପୂଜକ ଶ୍ରୀ ସୁବାଷ ସାହୁ ଓ ଶ୍ରୀ କୈଳାଶ ସାହୁ ଉଭୟ ଭାଇ ଏହାକୁ ନିଜ ପୈତୃକ ସମ୍ପତି ଭାବିନେଉଥିବା ଅଭିଯୋଗ ହେଉଛି । ମନ୍ଦିର ର ବାର ମାସ ତେର ଯାତ ନିୟମ ରହିଥିଲେ ମଧ୍ୟ ନିଜ ଇଚ୍ଛାରେ ନୀତିକାନ୍ତି ଚଲାଉଥିବା କୁହାଯାଉଛି ।

ମନ୍ଦିର ର ନିତ୍ୟ ଭୋଗ ନିମନ୍ତେ ସ୍ବର୍ଗତ ପୂର୍ଣଚନ୍ଦ୍ର ସାହୁ ଙ୍କ ପ୍ରୟାସ ରେ ୧୫୦ ରୁ ଉର୍ଦ୍ଧ୍ବ ଭକ୍ତ ଙ୍କ ଠାରୁ ଆଦାୟ ହୋଇଥିବା ୧୦୦୦ ଲେଖାଏଁ ଟଙ୍କା ପୂଜକ ମାନଙ୍କ ଅନିଚ୍ଛା ଯୋଗୁଁ ମନ୍ଦିର କାର୍ଯ୍ୟରେ ଲାଗି ପାରି ନଥିବା ଏବଂ ସାଧାରଣରେ ଗୁଞ୍ଜରିତ ଏଭଳି ଅବ୍ୟବସ୍ଥା କୁ ସ୍ବର୍ଗତ ପୂର୍ଣ ସାହୁ ସେହି ସମୟରେ ଆପତ୍ତି କରିଥିବାରୁ ତାଙ୍କୁ ପୂଜକଙ୍କ ଦ୍ଵାରା ଅଭଦ୍ର ବ୍ୟବହାର କରିଥିବା ସୂଚନା ଧୀରେ ଧୀରେ ଭକ୍ତଙ୍କୁ ମନ୍ଦିର ଠୁ ବିମୁଖ କରିଥିବା ସାଧାରଣରେ ଗୁଞ୍ଜରିତ ହେଉଛି ଚର୍ଚ୍ଚିତ ପରିସର ମଧ୍ୟରେ ରହିଛି । ଦେବୋତ୍ତର ବିଭାଗ ଏକ ସରକାରୀ ସଂସ୍ଥା ହୋଥିବା କାରଣରୁ ସେହି ବିଭାଗ ଜରିଆରେ ପାଉଣା ପାଉଥିବା ପୂଜକ ବିଭଗୀୟ କର୍ମଚାରୀ ଅଟନ୍ତି । ଏପରି ସ୍ଥଳେ ସେହି ପୂଜକ ମାନେ ବ୍ୟକ୍ତିଗତ ଭାବେ ଅନ୍ୟ ଏକ ସରକାର ବିଭାଗ ରୁ କିଭଳି ଏକ ସମୟରେ ଦରମା ନେବେ ? ସରକାରଙ୍କ ନିୟମ ଅନୁସାରେ ଜଣେ ବ୍ୟକ୍ତି ଦୁଇଟି ଚାକିରୀ କରିବା ବେ ନିୟମ ହୋଇଥିବା ନିର୍ଦ୍ଦେଶ ଏହି ପୂଜକଙ୍କୁ ଲାଗୁ ହେବ ନାହିଁ କି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି । ଦୀର୍ଘ ଦିନ ତଳେ ତତ୍କାଳୀନ ତହସିଲଦାର କେ ଅଶୋକ କୁମାର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ରଥଯାତ୍ରା ପରିଚାଳନା ବୈଠକ କରିବା ସମୟରେ ବାଲାଜି ମନ୍ଦିର ର ଉଭୟ ପୂଜକ ମନ୍ଦିର ରେ ପୂଜା କରିବାକୁ ଅସମର୍ଥତା ପ୍ରକାଶ କରିଥିବା ହେତୁ ଜଣେ ନୂତନ ପୂଜକଙ୍କୁ ଉକ୍ତ ଜାଗାରେ ନିଯୁକ୍ତି କରିବା ପରେ ଶ୍ରୀ ସାହୁଙ୍କ ପରିବାର ସେହି ନବ ନିଯୁକ୍ତ ପୂଜକଙ୍କୁ ଗାଳି ଗୁଲଜ କରି ମାରିବାକୁ ଉଦ୍ୟତ ହେବା କାରଣରୁ ସେମାନେ ସେଠାରୁ ର।ତା ରାତି ପଳେଇ ଯାଇଥିବା ଏବେବି ସାଧାରଣରେ ଗୁଞ୍ଜରିତ ହେଉଛି । ଏହି ସମସ୍ତ ଅନିୟମିତତା , ପୂଜକ ମାନଙ୍କ ଦାଦାଗିରି ଏବଂ ମନ୍ଦିର କୁ ନିଜ ପୈତୃକ ସମ୍ପତ୍ତି ଭାବିବା ଭଳି ପରିସ୍ଥିତି କେବଳ ଦେବୋତ୍ତର ବିଭାଗର ଉଦାସୀନତା କାରଣରୁ ଉପୁଜିଥିବା କୁହାଯାଉଛି । ଏପଟେ ଅର୍ଥ ଅଭାଵ ରୁ ଦେବୋତ୍ତର ବିଭାଗ ମନ୍ଦିର ଗୁଡ଼ିକର ଉନ୍ନତି ସାଧବ କରିପାରୁ ନଥିବା ପ୍ରକାଶ ପାଉଥିବା ବେଳେ ସେପଟେ ବିଭାଗ ଅଧୀନରେ ଥାଇ ଦୀର୍ଘ କୋଡିଏ ବର୍ଷ ତଳେ ଲିଜ କ୍ରମରେ ଦିଆଯାଇଥିବା ଦୋକାନ ଗୃହ ଗୁଡିକର ଭଡା ବୃଦ୍ଧି ନକରି ନୀରବ ହୋଇ ଅର୍ଥ ଅଭାବ ବୋଲି ହାତ ଟେକି ବସି ଥିବା ଅପାରଗତା କୁ ସାଧାରଣରେ ନିନ୍ଦା ପ୍ରକଟ କରାଯାଇଛି । ଏସବୁ ସମସ୍ୟା ପ୍ରତି ସମ୍ମାନନୀୟ ଉପଜିଲ୍ଲାପାଳ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

ନୂଆପଡା ଗ୍ରାମ ରେ ବୃକ୍ଷ ରୋପଣ ସପ୍ତାହ ପାଳନ…!

!!! କନ୍ଧମାଳ ଜିଲ୍ଲା ରୁ ଫୁଲବାଣୀ ଉପଖଣ୍ଡ ପ୍ରତିନିଧି ସୁରେଶ ପାଣିଗ୍ରାହୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (କନ୍ଧମାଳ)- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ନୂଆପଡା ଠାରେ ନାଯୁ ସେବାସମିତି ଗ୍ରାମ ବବଡୀଙ୍ଗିଆ ର ସମସ୍ତ ସଭ୍ୟ ସଭ୍ୟା ମାନଙ୍କ ସହାୟତା ରେ ନୂଆପଡା ଗ୍ରାମ ରେ ବୃକ୍ଷ ରୋପଣ ସପ୍ତାହ ପାଳନ ହେଇ ଯାଇଅଛି, ଏହି କାଯ୍ୟକ୍ରମ କୁ ଆୟୋକୋ ରୁରାଲଡେଭଲମେଣ୍ଟ କରିଥିଲେ । ଏମ ଏସ ଏମ ଇ ଭାରତ ସରକାରକଂ ସୃତି ଯୋଜନା ଅନୁସାରେ ବୃକ୍ଷ ରୋପଣ କରାଯାଇ ଅଛି ଏହି କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବରେ ଶିଳ୍ପ କାଯ୍ୟ ନିର୍ବାହୀ ବିଭାଗ ଶ୍ରୀ ଏନ କେ ସିଂ ଏବଂ ଅତିରିକ୍ତ ନିର୍ଧେଶକ ହର୍ଟି କଲଚର ଅଫିସର ଶ୍ରୀମତୀ କବିତା ରଥ ଏବଂ ଫିରିଙ୍ଗିଆ ଏ॰ଏଚ॰ଓ ଉପସ୍ଥିତ ରହି ବୃକ୍ଷ ରୋପଣ କରି ଥିଲ l

ଇନ୍ଦ୍ରାବତୀ ରୁ ଉଠିଯିବ ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀ ତଥା ବେସିନ ମ୍ୟାନେଜର କାର୍ଯ୍ୟାଳୟ ତେନ୍ତୁଳିଖୁଣ୍ଟି…!

ଏଥର ସମ୍ଭାଳ (ନବରଙ୍ଗପୁର)- ଅଶି ଦଶକ ରେ ଶାସକ ଙ୍କ ଏକ ନିଷ୍ପତି ନବରଙ୍ଗପୁର ଜିଲ୍ଲା ର ଇନ୍ଦ୍ରାବତୀ ନଦୀର ତଳ ମୁଣ୍ଡ ତେନ୍ତୁଳିଖୁଣ୍ଟି ବ୍ଲକ,ନନ୍ଦ।ହାଣ୍ଡି ଓ କୋଷ।ଗୁମୁଡ଼ା ବ୍ଲକ ଆଦି ଅଞ୍ଚଳରେ ଇନ୍ଦ୍ରାବତୀ ନଦୀ ପାଣିରୁ ବଂଚିତ କରିଥିଲେ ଓ ବିସ୍ଥାପିତ ମଧ୍ୟ କରିଥିଲେ ଡ୍ୟାମ ନିର୍ମାଣ ପାଇଁ । ଏବେ ସେହିଭଳି ଯନ୍ତ୍ରୀ କ୍ୟାଡର ର ପୁନରବିନ୍ୟସ ପାଇଁ 1980 ରେ ନିର୍ମିତ ହୋଇଥିବା ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟ କାର୍ଯ୍ୟାଳୟ ଘୁଂଚି ଯିବ କୋରାପୁଟ ଜିଲ୍ଲା ଜୟପୁର କୁ। ତଳ ମୁଣ୍ଡକୁ ଜଳସେଚନ ବ୍ୟବସ୍ଥା ପାଇଁ 2013 ମସିହାରେ ମୁଖ୍ୟମନ୍ତ୍ରୀ ଇନ୍ଦ୍ରାବତୀ ଠାରେ ଶୁଭ ଦେଇଥିଲେ । ତାହା ତ ଅଦ୍ୟାବଧି କାର୍ଯ୍ୟକାରୀ ହୋଇନି। ଉକ୍ତ କେନାଲ ଵ୍ୟଵସ୍ଥା ପ୍ରକଳ୍ପ ର କାର୍ଯ୍ୟାଳୟ ନବରଙ୍ଗପୁର ଠାରେ ନିର୍ବାହୀଯନ୍ତ୍ରୀକାର୍ଯ୍ୟାଳୟ ନାମରେ ଖୋଲା ଗଲା। ତାହା ର ନିଜସ୍ୱ କୋଠା ସାତ ବର୍ଷ ପରେ ମଧ୍ୟ ନିର୍ମିତ ହୋଇନାହିଁ। ତାହାବି ଏକ ଷଡଯନ୍ତ୍ର ଥିଲା। ଆହୁରି ଏକ ଷଡଯନ୍ତ୍ର ଥିଲା ଇନ୍ଦ୍ରାବତୀ ରେ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ମୁଖ୍ୟ ଥିବା ମୁଖ୍ୟ ଯନ୍ତ୍ରୀ ଙ୍କ ଠାରୁ ୱାର୍କ କ୍ଷମତା କାଢି କେବଳ ପ୍ରଶାସନ କ୍ଷମତା ରେ ସୀମିତ ରଖି ଦିଆଗଲା। ମୁଖ୍ୟଯନ୍ତ୍ରୀ ପାହ୍ୟାରୁ କମ ପାହ୍ୟା ମୁଖୀଗୁଡା ର ଅଧିକ୍ଷଣ ଯନ୍ତ୍ରୀ ଙ୍କ ନାମକରଣ ପରିବର୍ତ୍ତନ କରି ମୁଖ୍ୟ ନିର୍ମାଣଯନ୍ତ୍ରୀ କରି ତାଙ୍କୁ ୱାର୍କ କ୍ଷମତା ପ୍ରଦାନ କରିଥିଲେ ଚାରିବର୍ଷ ତଳେ। ପରବର୍ତ୍ତୀ ସମୟରେ ମୁଖ୍ୟ ଯନ୍ତ୍ରୀ , ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ର ନାମ ପରିବର୍ତ୍ତନ କରି ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର ,ଇନ୍ଦ୍ରାବତୀ ଓ କୋଲାବ ବେସିନ କରି ଦିଆଗଲା।ବିନା ୱାର୍କ କ୍ଷମତାରେ ଏହି କାର୍ଯ୍ୟାଳୟ କୁ ପଙ୍ଗୁ କରିଦିଅଗଲା।କ୍ଷମତା ଶୂନ୍ୟ କରିବାପରେ କ୍ୟାଡର ପୁନର୍ବିନ୍ୟାସ ନାମରେ ଏବେ ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ ମୁଖ୍ୟ କାର୍ଯ୍ୟାଳୟ ସମ୍ପୁର୍ଣ୍ଣ ଇନ୍ଦ୍ରାବତୀ ରୁ ଉଠାଇ ନିଆଯାଉଛି। କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଡ୍ୟାମ ରକ୍ଷଣାବେକ୍ଷଣ ଦାୟିତ୍ୱ ଥିବା ମୁଖ୍ୟ ନିର୍ମାଣଯନ୍ତ୍ରୀ,ଖାତିଗୁଡା ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟାଳୟହିଁ ଇନ୍ଦ୍ରାବତୀ ରେ ରହିବ। ଯାହାକି ଏକ ପଙ୍ଗୁ କାର୍ଯ୍ୟାଳୟ। ଏହାର କ୍ଷମତକେନ୍ଦ୍ର ଓଡିଶା ଜଳବିଦ୍ୟୁତ ନିଗମ ଭୁବନେଶ୍ୱର ଓ ସାଧାରଣ ପରିଚାଳକ,ମୁଖୀଗୁଡା କଳାହାଣ୍ଡିରେ। ଡ୍ୟାମ ର ରକ୍ଷଣା ବେକ୍ଷଣ ଠିକ ରୂପେ ହେଉନି କି ଡ୍ୟାମ ର ଜଳଭଣ୍ଡାର ପୋତି ହୋଇଯିବାକୁ ବସିଲାଣି ତା ପ୍ରତିନିଘା ନାହିଁ। ଡ୍ୟାମ ରାସ୍ତା ପ୍ରତି ମଧ୍ୟ ନିଘା ନାହିଁ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ କର୍ତ୍ତୃପକ୍ଷ ଙ୍କ। ଏଥିପାଇଁ ବିଗତ ବର୍ଷ ଜଳ ଭଣ୍ଡାର ର ଜଳପରିଚାଳନା ପାଇଁ ଥିବା ଗେଟ ଗୁଡିକର ମରାମତି ଦାୟିତ୍ୱ ଜଳ ବିଦ୍ୟୁତ ପ୍ରକଳ୍ପ ଠାରୁ ନେଇ ଓଡିଶା ନିର୍ମାଣ ନିଗମ କୁ ଦିଆଯାଇଥିଲା। ଏଭଳି ସ୍ଥିତି ରେ ଏଗାର ଶହ କ୍ୱାଟର ତଥା କଲୋନୀ ରାସ୍ତା ,ଜଳଯୋଗାଣ ବ୍ୟବସ୍ଥା ଭୁଶୁଡିଯିବ। ଏଠାରୁ ଜଳସେଚନବିଭାଗ ବିଭାଗର ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର କାର୍ଯ୍ୟାଳୟ ଉଠିଗଲେ କ୍ୱାଟର ଗୁଡିକର ସ୍ଥିତି କଣ ହେବ? ଏହି କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା ବିସ୍ଥାପିତ ତଥା ଗରିବ ଶ୍ରେଣୀର ଚତୁର୍ଥ ଶ୍ରେଣୀ କର୍ମଚାରୀ ଜଗୁଆଳି ତଥା କଣ୍ଟିଜେଣ୍ଟ ଖଳାସୀ ଙ୍କ ପରିବାର ଜୟପୁର ରେ ଯାଇ କ୍ୱାଟର ପାଇ ସୀମିତ ଦରମାରେ ସହରରେ ଚାଲି ପାରିବେ ତ? ବୃହତ୍ତର ସ୍ୱାର୍ଥ ତଥା ଅବହେଳିତ ନବରଙ୍ଗପୁର ଜିଲ୍ଲାରୁ ଏହି କାର୍ଯ୍ୟାଳୟ ନ ଉଠାଇ ସରକାର ତାଙ୍କ ଇଂଜିନିୟରିଂ କ୍ୟାଡର ପୁନର୍ବିନ୍ୟାସ କରିବାକୁ ଦାବି ହେଉଛି। ସାରା ରାଜ୍ୟରେ ଅନ୍ୟ ଜଳ ବିଦ୍ୟୁତ ପ୍ରକଳ୍ପ ର ଡ୍ୟାମ ଓ ଜଳ ଭଣ୍ଡାର ଜଳ ପରି ଚାଳନା ଜଳ ସେଚନ ବିଭାଗ ଅଧିନ ରେ ରହିଛି। କେବଳ ଇନ୍ଦ୍ରାବତୀ ରେ ଏହାର ବ୍ୟତିକ୍ରମ ହୋଇଛି। ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଉକ୍ତ କାର୍ଯ୍ୟ ଠିକ ରୂପେ ନିର୍ବାହ କରୁନାହିଁ। ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ରେ ମଧ୍ୟ ବର୍ତ୍ତମାନ ବୈଷୟିକ ଅଧିକାରୀ ଓ କର୍ମଚାରୀ ସଙ୍କଟ ଜାରୀ ରହିଛି। ସମ୍ପୂର୍ଣ୍ଣ ଜଳବିଦ୍ୟୁତ ପ୍ରକଳ୍ପ ରେ ଚାରୋଟି ବନ୍ଧ ଓ ଜଳ ପରିଚାଳନା ପାଇଁ ମାତ୍ର ଜଣେ ନିର୍ବାହୀ ଯନ୍ତ୍ରୀ,ଛ ଅ ଜଣ ସହକାରୀ ଯନ୍ତ୍ରୀ ଓ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ମାତ୍ର ଜଣେ କନିଷ୍ଠ ଯନ୍ତ୍ରୀ ରହିଛନ୍ତି। ଚାରୋଟି ଡିଭିଜନ ରେ ଚାରିଜଣ ନିର୍ବାହୀ ଯନ୍ତ୍ରୀ ରହିବା କଥା ସେହି ଅନୁପାତରେ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ରହିବା କଥା। ୨୦୦୯ରେ ଓଡିଶା ଜଳ ବିଦ୍ୟୁତ ନିଗମ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ର ସିଭିଲ ବିଭାଗ କୁ ଜଳ ସେଚନ ବିଭାଗ କୁ ହସ୍ତାନ୍ତର କରି କେବଳ ପାୱାର ଉତ୍ପାଦନ ବିଭାଗ ନିଜ ଅଧୀନରେ ରଖିବା ନିଷ୍ପତି ନେଇଥିଲା। ଏଠାକାର କିଛି କର୍ମଚାରୀ ତାକୁ କାର୍ଯ୍ୟ।ନ୍ଵୟନ କରାଇ ଦେଇ ନାହାଁନ୍ତି। ସେହି କତିପୟ କର୍ମଚାରୀ ଆସନ୍ତା ଗୋଟିଏ ବର୍ଷ ମଧ୍ୟରେ ଅବସର ନେଇଯିବେ। ସେମାନଙ୍କ ଅବସର ପରେ ଶକ୍ତି ବିଭାଗରୁ ସିଭିଲ ବିଙ୍ଗ ଜଳସେଚନ ବିଭାଗ କୁ ଆସିଲେ ଇନ୍ଦ୍ରାବତୀ ରେ ଜଳସେଚନ କାର୍ଯ୍ୟାଳୟ ରହିବ ତ? ଉକ୍ତ ସ୍ଥିତିରେ ଖାତିଗୁଡ଼ାରେ କାର୍ଯ୍ୟ।ଲୟ କାମ ଜୟପୁର ରୁ କାର୍ଯ୍ୟ କରିବ କିପରି? ଲେଡି ଗୁଡ଼ କହୁଣୀ କୁ ଯିବା ପୂର୍ବରୁ ଅବହେଳିତ ନବରଙ୍ଗପୁର କୁ ନ୍ୟାୟ ଦେବା ପାଇଁ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇନ୍ଦ୍ରାବତୀ ଓ କୋଲାବ ବେସିନ କାର୍ଯ୍ୟାଳୟ ନାମରେ ଜୟପୁର କୁ ନ ଉଠାଇବାକୁ ଇନ୍ଦ୍ରାବତୀ ସୁଖାଞ୍ଚଳ ସଂଘ,ବୁଡି ଅଂଚଳ ଗଣ ପରିଷଦ,ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗ୍ରୁପ ଦାବୀ କରିଛନ୍ତି।। ରାଜନୈତିକ ଦଳ କୋବିଡ଼ ସମୟରେ ଆନ୍ଦୋଳନ କରିବେନି ବୋଲି ରାତି ଅଧିଆ ଇନ୍ଦ୍ରାବତୀରୁ ଜୟପୁର ସ୍ଥାନାନ୍ତର ଅନ୍ୟାୟ। ଜଳ, ଜମି ଜୀବିକା ଛାଡ଼ିନେବା ପରେ କର୍ପୁର ଉଡିଯିବା ପରେ କପଡା ଖଣ୍ଡିକୁ ନେଇ ଯେଉଁ ଗର୍ଵଥିଲା ତାକୁ ନେଇ ଗଲେ ଚୁପ ବସିବେନି ଜନତା ଓ ନେତା।

ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ କୁ ଜିଲ୍ଲା ଚିକିତ୍ସାଳୟ ର ମାନ୍ୟତା ଦାବି ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟର ୭ ଟି ବ୍ଳକ ସହ ପଡୋଶୀ ଗଜପତି ଓ ଆନ୍ଧ୍ର ପ୍ରଦେଶର କିଛି ଲୋକ ମଧ୍ୟ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି । ଭିତ୍ତିଭୂମି ରହିଛି,ହେଲେ ଆବଶ୍ୟକୀୟ ବିଶେଷଜ୍ଞ ଡାକ୍ତର ଅଭାବରୁ ସେମିତ ପଡିରହିଛି । ଆଗକୁ କରୋନାର ତୃତୀୟ ଲହର ଆସିବ ଓ ଶିଶୁମାନଙ୍କୁ ଅଧିକ ପ୍ରଭାବିତ କରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଚେତାବନୀ ଦେଇ ସାରିଛନ୍ତି । ରାଜ୍ୟ ସରକାର ମଧ୍ୟ ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି । ହେଲେ ଦୁର୍ଭାଗ୍ୟ ର ବିଷୟ ହେଉଛି ଜିଲ୍ଲାର ସବୁଠାରୁ ବଡ଼ ସବ୍ ଡିଭିଜନ ଡାକ୍ତରଖାନାରେ ଦୀର୍ଘ ବର୍ଷ ଧରି ଶିଶୁ ବିଶେଷଜ୍ଞ ନାହାଁନ୍ତି । ଫଳରେ ଏଠାକାର ଲୋକେ ବାଧ୍ୟହୋଇ ପାରଳାଖେମୁଣ୍ଡି , ବ୍ରହ୍ମପୁର ଓ ବିଶାଖାପାଟଣା ଉପରେ ନିର୍ଭର କରୁଛନ୍ତି । ସବୁଠାରୁ ବଡ଼ ସମସ୍ୟା ହେଉଛି ଅତି ସାଧାରଣ ଗରୀବ ହେଉ କି ଆଦିବାସୀ ଏମାନଙ୍କ ପକ୍ଷରେ ଅନ୍ୟତ୍ର ଯାଇ ଚିକିତ୍ସା କରେଇବା ସମ୍ଭବ ହେଉନାହିଁ ।

ଯଦି କରୋନା ର ତୃତୀୟ ଲହର ଶିଶୁଙ୍କୁ କବଳିତ କରେ ତେବେ ଏଠାକାର ବାସିନ୍ଦା କରିବେ କଣ ? ଚିକିତ୍ସା ପାଇଁ ଯିବେ କୁଆଡେ ? ଏଠାରେ ୧୯ ଜଣ ଡାକ୍ତର ରହିବା କଥା। ହେଲେ ଅଛନ୍ତି ମାତ୍ର ୭ ଜଣ ୧୨ ଟି ପଦବୀ ଖାଲି ପଡ଼ିଛି । ଚକ୍ଷୁ, ଅସ୍ଥିଶଲ୍ୟ, ଶିଶୁ, ଭେଷଜ,ନିସ୍ତେଜକ, ଦାନ୍ତ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରେ ନାହାଁନ୍ତି ଡାକ୍ତର । ସେହିଭଳି ନର୍ସିଂ, ଫାର୍ମାସିଷ୍ଟ, ଲେବ ଟେକ୍ନିସିଆନ ବିଭାଗ ରେ ମୋଟ ୩୮ ଜଣ କର୍ମଚାରୀ ରହିବା ବଦଳରେ ଏଠି ଅଛନ୍ତି ମାତ୍ର ୧୮ ଜଣ । ୨୦ଟି ପଦବୀ ଖାଲି ପଡ଼ିଛି । ଏ ସମସ୍ୟା ନେଇ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ବିଧାନସଭା ରେ ପ୍ରଶ୍ନ ଉଠେଇଥିଲେ ବି ସରକାର ଗୁରୁତ୍ୱ ନ ଦେବା ଘଟଣା ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ସରକାର କେତେ ଚିନ୍ତିତ ସ୍ପଷ୍ଟ ଅନୁମାନ କରାଯାଉଛି । ଅନ୍ୟ ପକ୍ଷ ରେ ଓଡିଶାର ସବୁ ଠାରୁ ବଡ଼ ସ୍ଵାସ୍ଥ୍ଯ ସଂସ୍ଥା ବିଜୁ ସ୍ଵାସ୍ଥ୍ଯ କଲ୍ଯାଣ ବୋର୍ଡ ର ଉପଦେଷ୍ଟା ଭାବେ ଉପଖଣ୍ଡର ଜିଲ୍ଲା ର ତୁଙ୍ଗ ବିଜେଡି ନେତା ଶ୍ରୀ ସୁଧୀର ଦାଶ ଙ୍କୁ ନିଯୁକ୍ତି ଦେବା ପରେ ଗୁଣପୁର ଉପଖଣ୍ଡ ସ୍ୱାସ୍ଥ୍ୟ ସେବା ରେ ସୁଧାର ଆସିବ ବୋଲି ଲୋକଙ୍କ ବହୁ ଆଶା ଓ ଭରସା ଥିଲା ତଥାପି ଏଠାର ଜନତା ଏହାର୍ ସୁଫଳ ପାଇ ପାରୁନାହାନ୍ତି। ରାଜ୍ୟରେ ଡାକ୍ତର ଅଭାବ ତଥା ସ୍ଵଷ୍ଟ ସ୍ଵାସ୍ଥ୍ଯ ନୀତି ନଥିବା କାରଣରୁ ଡାକ୍ତର୍ ଗୁଣପୁର କୁ ଆସିପାରୁନାହାନ୍ତି। ଦିର୍ଘ ବର୍ଷ ହେବ ବିଭିନ୍ନ ସମୟରେ ଗୁଣପୁର ବାସୀ ମାନନୀୟ ମୁଖ୍ୟ ମନ୍ତ୍ରୀ, ମୁଖ୍ୟ ଶାଚନ ସଚିବ, ସ୍ଵାସ୍ଥ୍ଯ ସଚିବ ଓ ସ୍ଵାସ୍ଥ୍ଯ ମନ୍ତ୍ରୀ ଙ୍କୁ ଭେଟି ଗୁହାରୀ କରିଲେ ଓଲଟା ସେମାନେ କେଉଁ ଡାକ୍ତର ସେଠାକୁ ଆସିବାକୁ ଇଚ୍ଛୁକ ସେମାନଙ୍କ ଠାରୁ ଲିଖିତ ଆକାରରେ ଆଣିବାକୁ କୁହାଯାଇଥିବା ଅଭିଯୋଗ ହୋଇଛି।

ଗଣ ମାଧ୍ୟମ ମାନଙ୍କ ରେ ବାରମ୍ବାର ଖବର ପ୍ରକାଶ ପରେ ଜଣେ ଦୁଇଜଣ ଡାକ୍ତର୍ ଙ୍କୁ ଉପଖଣ୍ଡ ଚିକିତ୍ସାଳୟ ରେ ନିଯୁକ୍ତି ଦିଆଯାଉଛି। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେହି ଡାକ୍ତର୍ ମାନେ ପି.ଜି, ପି.ଏଚ୍.ଡି ଓ ସୁପର ସ୍ପେଶିଆଲିଷ୍ଟ ପାଠ ପଢିବା ନାଁରେ ଏଠାରୁ ଖସି ପଳାଇ ବଡ ସହର୍ ମାନଙ୍କ ରେ ମୋଟା ଅଙ୍କରେ ଦରମା ପାଇ ରହିଯାଉଛନ୍ତି। ତେବେ ଏଭଳି ସମସ୍ୟା ଉପକୂଳ ଓଡ଼ିଶାରେ ଦେଖାଯାଉନଥିବା ବେଳେ ଗୁଣପୁର ଅଞ୍ଚଳରେ ରାଜ ନୈତିକ ଇଛାଶକ୍ତି ଅଭାବ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ବୈମାତୃକ ମନୋଭାବ ଯୋଗୁଁ ସମସ୍ୟାର ସମାଧାନ ହୋଇପାରୁନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି। ଏଭଳି ସ୍ଥିତିରେ ଏଠାରେ ଲୋକେ କିଭଳି ଚିକିତ୍ସା ସେବା ପାଇ ପାରୁଥିବେ ଏଥିରୁ ସହଜରେ ଅନୁମାନ କରାଯାଇପାରେ । ଏ ତମାମ ସମସ୍ୟାର ସମାଧାନ ତୁରନ୍ତ କରିବା ସହ ଖୁବଶୀଘ୍ର ଖାଲି ପଡିଥିବା ଡ଼ାକ୍ତରୀ ପଦବୀ ପୂରଣର ଆବଶ୍ୟକତା ରହିଛି । କୋରାପୁଟ ଜିଲ୍ଲାରେ କୋରାପୁଟ ମେଡିକାଲ କଲେଜ ଥିବା ବେଳେ ଜୟପୁର ଉପଖଣ୍ଡ ସ୍ଵାସ୍ଥ୍ଯ ଚିକିତ୍ସାଳୟ କୁ ଯେଉଁ ଭଳି ଜିଲ୍ଲା ଚିକିତ୍ସାଳୟ ର ମାନ୍ୟତା ଦେଇ ସମସ୍ୟା ର ସମାଧାନ କରାଗଲା, ଅନୁରୂପ ଭାବେ ରାୟଗଡ଼ା ଜିଲ୍ଲାର ଆଦିବାସୀ ବହୁଳ ସବୁଠାରୁ ବଡ଼ ଉପଖଣ୍ଡରେ ଥିବା ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ କୁ ଜିଲ୍ଲା ଚିକିତ୍ସାଳୟ ର ମାନ୍ୟତା ଦେଇ ସମସ୍ୟା ର ସମାଧାନ କରିବା ନିମନ୍ତେ ବିଭିନ୍ନ ସଂଗଠନ ପକ୍ଷରୁ ଦାବୀ ହେଉଛି।

ଦ୍ଵିତୀୟ ବିରଜା ମନ୍ଦିରକୁ ନେଇ ବିବାଦ ଆରମ୍ଭ…!

ଏଥର ସମ୍ଭାଳ ବ୍ୟୁରୋ (ଯାଜପୁର) – ଯାଜପୁର ଜିଲ୍ଲାରେ ଦ୍ଵିତୀୟ ବିରଜା ମନ୍ଦିର ସ୍ଥାପନାକୁ ନେଇ ଦେଖାଦେଇଛି ବିବାଦ। ଆଉ ଜିଲ୍ଲା ପ୍ରଶାସନର ଏହି ମନ୍ଦିରକୁ ଭାଙ୍ଗିବା ନୋଟିସ୍‌ କରିବା ପରେ ଆରମ୍ଭ ହୋଇଛି ଶୀତଳଯୁଦ୍ଧ। ମନ୍ଦିର ଭାଙ୍ଗିବା ନିଷ୍ପତ୍ତି ବଦଳାଇବା ଦାବିରେ ସୃଷ୍ଟି ହୋଇଛି ଜିଲ୍ଲାବ୍ୟାପି ଅଶାନ୍ତି ଓ ବିରୋଧାଭାଷ। ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ଧବଳଗିରିସ୍ଥିତ ହୁଡିସାହି ବିରଜା ନଗରରେ ମା’ ବିରଜାଙ୍କର ଆଉ ଏକ ମନ୍ଦିର ନିର୍ମାଣକୁ ନେଇ ଦେଖାଦେଇଛି ବିବାଦ । ମା’ ବିରଜାଙ୍କ ମନ୍ଦିରର ସେବାୟତମାନଙ୍କ ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି । ଏ ନେଇ ମୁକ୍ତିମଣ୍ଡପ ସେବାୟତ ପରିଷଦ ପକ୍ଷରୁ ଯାଜପୁର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମାତ୍ର ମା’ ବିରଜାଙ୍କ ପ୍ରଚାର ଉଦ୍ଦେଶ୍ୟରେ ଏହି ମନ୍ଦିର ନିର୍ମାଣ କରାଯାଉଥିବା ଦର୍ଶାଇଛନ୍ତି ମନ୍ଦିର ନିର୍ମାତା ପ୍ରଫୁଲ୍ଲ ସାହୁ। ଜିଲ୍ଲାପାଳ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାପରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଏହା ଉପରେ ତଦନ୍ତ କରି ଏହା ଅନାବାଦୀ ଜାଗାରେ ହୋଇଥିବାରୁ ଏହାକୁ ଭାଙ୍ଗିବା ନିମନ୍ତେ ଆସନ୍ତା ମାସ ୨ ତାରିଖ ନିମନ୍ତେ ନୋଟିସ୍‌ ଜାରି କରିଛନ୍ତି। ଅପରପକ୍ଷରେ ବ୍ୟାସନଗର ବାସିନ୍ଦା ଏହି ନୋଟିସ ପ୍ରତ୍ୟାହାର କରିବା ଦାବିରେ ବିଭିନ୍ନ ସ୍ଥାନରେ ବିରୋଧ କରିବା ସହ ବ୍ୟାସନଗର ମିଳିତ ମଞ୍ଚ ଏହାକୁ ତୀବ୍ର ବିରୋଧ କରିବ ବୋଲି ଚେତାବନୀ ଦେଇଛି। ମା’ ବିରଜା ହେଉଛନ୍ତି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ । ବିରଜା ନିଜ କ୍ଷେତ୍ର ମଧ୍ୟରେ ପୂଜା ପାଉଛନ୍ତି। ତେଣୁ ବିରଜାଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଜିଲ୍ଲାବାସୀ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ମିଳିତ ମଞ୍ଚ କହିଛି। ଯଦି ବ୍ୟାସନଗରଠାରେ ରାଜନୈତିକ ଉଦେଶ୍ୟ ରଖି ନିର୍ମାଣାଧୀନ ବିରଜା ମନ୍ଦିରକୁ ବିରୋଧ କରାଯାଏ, ତାହେଲେ ଯାଜପୁର ରୋଡ, ବ୍ୟାସନଗର ଓକିଲ ସଂଘ ସମେତ ସମସ୍ତ ସହରବାସୀ ଏହାର ତୀବ୍ର ବିରୋଧ କରିବେ ବୋଲି ବ୍ୟାସନଗର ମିଳିତ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ଏନେଇ ଆଇନଜୀବୀ ଜଗନ୍ନାଥ ପ୍ରସାଦ ପତି କହିଛନ୍ତି, ମା’ ବିରଜା ଆମ ଅଧିଷ୍ଠାତ୍ରୀ ଦେବୀ। ଯଦି କେହି ମା’ଙ୍କ ପୂଜା କରୁଛି, ତା’ ହେଲେ ମନ୍ଦିରକୁ କାହିଁକି ଭଙ୍ଗାଯିବ? ଯଦି ଦ୍ୱିତୀୟ କୋଣାର୍କ ତିଆରି ପାଇଁ ଅନୁମତି ମିଳିପାରୁଛି, ତା’ ହେଲେ ଏହି ବିରଜା ମନ୍ଦିରକୁ କ’ଣ ପାଇଁ ଭଙ୍ଗାଯିବ? ଜିଲ୍ଲା ପ୍ରଶାସନ ଭାଙ୍ଗିବାକୁ ଚେଷ୍ଟା କଲେ ଆମେ ଏହାକୁ ଘୋର ବିରୋଧ କରିବୁ। ବ୍ୟାସନଗର ମିଳିତମଞ୍ଚ ଆବାହକ ଚନ୍ଦ୍ରଶେଖର ପଣ୍ଡା କହିଛନ୍ତି, ବ୍ୟାସନଗରରେ ଏକ ଛୋଟ ବିରଜା ମନ୍ଦିର ତିଆରି ହେଉଛି, ଯାହାକୁ ପ୍ରଶାସନ ଭାଙ୍ଗି଼ବାକୁ ନୋଟିସ୍‌ କରିଛି। ପ୍ରଶାସନର ଏପରି ଅନ୍ୟାୟ କାମକୁ ଆମେ ତୀବ୍ର ବିରୋଧ କରୁଛୁ। ଆମେ ଆଇନଗତ ପଦକ୍ଷେପ ନେବୁ, ଜନ ଆନ୍ଦୋଳନ କରିବୁ। ମନ୍ଦିର ନିର୍ମାଣକର୍ତ୍ତା  ପ୍ରଫୁଲ୍ଲ ସାହୁ କହିଛନ୍ତି, ପ୍ରଥମେ ଏକ ଛୋଟ ଘର କରି ମା’ଙ୍କ ପୂଜା କରାଯାଉଥିବା ବେଳେ ତାହା କ୍ରମଶଃ ମନ୍ଦିରରେ ପରିଣତ ହୋଇଗଲା। ଦୀର୍ଘ ୩୦ ବର୍ଷ ହେଲା ଆମେ ମା’ ବିରଜାଙ୍କ ପ୍ରଚାରପ୍ରସାର କରି ଆସୁଛୁ। ସେବାୟତ ସବୁ ଜାଣି ସୁଦ୍ଧା କାହିଁକି ଏପରି ବିବାଦ ସୃଷ୍ଟି କରୁଛନ୍ତି, ଆମେ ଜାଣିନାହୁଁ। ମନ୍ଦିର ପ୍ରତିଷ୍ଠା ହୋଇ ସାରିବା ପରେ ଆମେ ଏହାକୁ ସରକାରଙ୍କୁ କିମ୍ବା ଜନସାଧାରଣଙ୍କୁ ଉତ୍ସର୍ଗୀକୃତ କରିଦେବୁ।