ଟୀକାକରଣ କେନ୍ଦ୍ର ରେ ଓଡିଶା ସରକାରଙ୍କ ପୋଷ୍ଟର ଲଗା କୁ ଵିରୋଧ କରିଛି ଗୁଣପୁର ବିଜେପି ଶାଖା ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ସାରା ଦେଶ ରେ ୧୮ ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତି ଙ୍କୁ ମାଗଣା ରେ ଟୀକା କରଣ କରାଯିବା ନେଇ କେନ୍ଦ୍ର ସରକାର ଙ୍କ ଘୋଷଣା ପରେ ଓଡିଶା କୁ ପର୍ଯ୍ୟାପ୍ତ ପରିମାଣ ରେ କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ଟୀକା ଯୋଗାଇ ଦିଆଯାଇଛି । ଏହି କ୍ରମ ରେ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ଟୀକା କରଣ କେନ୍ଦ୍ର ସ୍ଥାପନ କରାଯାଇ ଟୀକା ଦେବା ବ୍ୟବସ୍ଥା ରାଜ୍ୟ ସରକାର ଙ୍କ ପକ୍ଷରୁ କରାଯାଇଛି ।

କିନ୍ତୁ କିଛି ଅଞ୍ଚଳ ରେ ଓଡିଶା ସରକାର ଙ୍କ ପୋଷ୍ଟର ଲଗାଇ ଥିବା ଯୋଗୁଁ ଏହା ଜନସାଧାରଣ ଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରୁଛି । ଏଭଳି ହୀନ ଚକ୍ରାନ୍ତ କୁ ବିଜେପି ପକ୍ଷରୁ ଘୋର ନିନ୍ଦା କରାଯାଇଛି । ରାୟଗଡ଼ା ଜିଲ୍ଲା ଗୁଣପୁର ଗୋଷ୍ଠି ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର ରେ ଟୀକା କରଣ ଚାଲୁଥିବା ବେଳେ ଏଭଳି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଥିଲା । ଟୀକା କରଣ ଓଡିଶା ସରକାର ଙ୍କ ସେଭଳି କୌଣସି ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନଥିବା ବେଳେ କିପରି ଓ କାହିଁକି ଟୀକା କରଣ କେନ୍ଦ୍ର ରେ କେବଳ ରାଜ୍ୟ ସରକାର ଙ୍କ ପୋଷ୍ଟର ଲାଗିଛି ବୋଲି ବିଜେପି ର ଜିଲ୍ଲା ଉପ ସଭାପତି ଶ୍ରୀ ୱାଇ ଗଣପତି ପ୍ରଶ୍ନ ଉଠାଇବା ସହ କିଛି କର୍ମକର୍ତ୍ତା ଙ୍କ ସହ ଏହି ଟୀକା କରଣ କେନ୍ଦ୍ର ରେ ପହଁଚି ଲଗାଯାଇଥିବା ପୋଷ୍ଟର ବାହାର କରିଦେଇଥିବା ଜଣାପଡିଛି । କେନ୍ଦ୍ର ସରକାର ଙ୍କ ପକ୍ଷରୁ ବହୁ ମୂଲ୍ୟରେ ଟୀକା କ୍ରୟ କରାଯାଇ କରୋନା ଆକ୍ରାନ୍ତ ରୁ ଜନସାଧାରଣ ଙ୍କୁ ବଞ୍ଚାଇବା ନିମନ୍ତେ ପ୍ରୟାସ କରାଯାଉଥିବା ବେଳେ କେନ୍ଦ୍ର ସରକାର ଙ୍କ ଠାରୁ ପାଇଥିବା ଟୀକା ଲୋକ ଙ୍କୁ ଦେଇ ରାଜ୍ୟ ସରକାର ବାହା ବାହା ନେବା ସହ ହୀନ ଚକ୍ରାନ୍ତ କରୁଛି ଏବଂ ଟୀକା ନିମନ୍ତେ ଆସୁଥିବା ବ୍ୟକ୍ତି ଙ୍କୁ ପୁସିଂ କାର୍ଡ ଦେଇ ନିଜ ଟି.ଆର.ପି ବଢ଼ାଉଛି ବୋଲି ଗୁଣପୁର ନଗର ସଭାପତି ଶ୍ରୀ ଶ୍ରୀନିବାସ ସ୍ୱାଇଁ ମତ ପ୍ରକାଶ କରିଛନ୍ତି ।

ଗୁଣପୁର ଠାରେ ରଥଯାତ୍ରା ପାଳନ ନେଇ ପ୍ରସ୍ତୁତି ବୈଠକ ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ସୋନାଲ ଜେନା ଙ୍କ ଅଧ୍ୟକ୍ଷତାରେ ଗୁଣପୁର ଉପଖଣ୍ଡରେ ଚଳିତବର୍ଷ ରଥଯାତ୍ରା ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଉପ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣାକୁ ଆଖି ଆଗରେ ରଖି କେବଳ ସେବାୟତ ମାନଙ୍କୁ ନେଇ ଶ୍ରୀଜୀଉଙ୍କ ରୀତିନୀତି ପାଳନ କରାଯିବାକୁ ସର୍ବସମ୍ମତି କ୍ରମେ ସ୍ଥିର କରାଗଲା । ରଥଯାତ୍ରା ସମୟରେ ରଥ ଟଣା ହେବ ନାହିଁ କି ଶ୍ରୀଜୀଉଙ୍କୁ ବାହାରକୁ ଅଣାଯିବ ନାହିଁ । ସର୍ବସାଧରଣ ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ମନ୍ଦିର ସାମ୍ନା ଗେଟ ସମ୍ପୂର୍ଣ୍ଣ ବନ୍ଦ କରି ଯାତ୍ରା ସମୟର ସମସ୍ତ ନୀତିକାନ୍ତି ପାଳନ କରାଯିବ ।

ଯଦି ଆବଶ୍ୟକ ହୁଏ ମନ୍ଦିର ପରିସରରେ ୧୪୪, ୧୦୭ ଓ ୧୦୮ ଧାରା ଲାଗୁ କରାଯିବ । ସେହିପରି ଦେବ ସ୍ନାନ ପୂର୍ଣ୍ଣିମା ମଧ୍ୟ ବିନା ଭକ୍ତରେ କେବଳ ପାରମ୍ପାରିକ ସେବାୟତ ଙ୍କୁ ନେଇ ଅନୁଷ୍ଠିତ ହେବ । ଏହି ଅନୁରୂପରେ ଗୁଣପୁର ଉପଖଣ୍ଡର ସମସ୍ତ ତହସିଲର ଜଗନ୍ନାଥ ମନ୍ଦିରରେ ପାଳନ କରିବା ନିମନ୍ତେ ସ୍ଥିର କରା ଯାଇଥିବା ଅତିରିକ୍ତ ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ଜଣା କରିଛନ୍ତି । ଆଜିର ଏହି ବୈଠକରେ ଗୁଣପୁର ତହସିଲଦାର ତଥା ଦେବୋତ୍ତର ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ନାୟକ ଙ୍କ ସମେତ ଉପଖଣ୍ଡ ଅଧୀନସ୍ଥ ସମସ୍ତ ତହସିଲଦାର, ଗୁଣପୁର ଆଦର୍ଶ ଥାନା ଅଧିକାରୀ ଶ୍ରୀ ଜଶବନ୍ତ କୁମାର ହିଆଲ୍, ମନ୍ଦିର ପରିଚାଳନା କମିଟି ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିବା ସୂଚନା ମିଳିଛି । ଦେବସ୍ନାନ ପୂର୍ଣ୍ଣିମା ଦିନ ହେବାକୁ ଥିବା କାର୍ଯ୍ୟକ୍ରମ ରେ ଦେବୋତ୍ତର ଅଧିକାରୀ ତଥା ଗୁଣପୁର ତହସିଲଦାର ଙ୍କ ଦ୍ଵାରା ପରିଚୟ ପତ୍ର ପ୍ରଦାନ କରାଯାଇଥିବା ୨୬ ଜଣ ସେବାୟତ ଙ୍କୁ ନେଇ ବିନା ଭକ୍ତ ଙ୍କ ଗହଣରେ ମନ୍ଦିର ମଧ୍ୟରେ ନୀତିକାନ୍ତି ସମ୍ପୂର୍ଣ୍ଣ କରାଯିବା ପାଇଁ ମାନନୀୟ ଉପଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରହିଥିବା ବିଶ୍ୱସ୍ତ ସୂତ୍ର ରୁ ଜଣାପଡିଛି। ତୃତୀୟ ଲହରୀରେ ହେବାକୁ ଥିବା କରୋନା ସଂକ୍ରମଣ କୁ ରୋକିବା ଦିଗରେ ମାନନୀୟ ଉପଜିଲ୍ଲାପାଳ ଙ୍କ ଏଭଳି ଆଇନ ସମ୍ମତ ପଦକ୍ଷେପ କୁ ସାଧାରଣ ରେ ଭୂୟସୀ ପ୍ରଶଂସା କରାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ରେ ଭକ୍ତ ଙ୍କ ଭିଡ଼ ଏଡ଼ାଇବା ନିମନ୍ତେ ଗୁଣପୁର ତହସିଲଦାର, ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ଏବଂ ରାଜସ୍ଵ ନିରୀକ୍ଷଣ ଶ୍ରୀ. ମାଣିକାଣ୍ଠା ଓ ଏସଆଇ ରବୀନ୍ଦ୍ରନାଥ ଗୌଡ ଙ୍କ ଉପସ୍ଥିତିରେ ମନ୍ଦିର ପରିସର କୁ ବେରିକେଟ ଦ୍ଵାରା ଆବଦ୍ଧ କରାଯାଇଛି।

ଭାରତୀୟ ଜନତା ପାର୍ଟି ଗୁଣପୁର ଶାଖା ପକ୍ଷରୁ ସ୍ବର୍ଗତଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ତିରୋଧାନ ଦିବସ କୁ ବଳିଦାନ ଦିବସ ଭାବେ ପାଳିତ କରାଯାଇଛି ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ଗୁଣପୁର ଶାଖା ପକ୍ଷରୁ ସ୍ବର୍ଗତ ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ତିରୋଧାନ ଦିବସ କୁ ଭାରତୀୟ ଜନତା ପାର୍ଟି ବଳିଦାନ ଦିବସ ଭାବେ ପାଳନ କରୁଛି । ଏହି ଅବସରରେ ରାୟଗଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ଗୁଣପୁର ଶାଖା ପକ୍ଷରୁ ସ୍ଥାନୀୟ ଭେଙ୍କେଟେଶ୍ୱର କଲ୍ୟାଣ ମଣ୍ଡପ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଏଠାରେ ରାୟଗଡ଼ା ଜିଲ୍ଲା ଉପ ସଭାପତି ଶ୍ରୀ ୱାଇ ଗଣପତି , ଗୁଣପୁର ନଗର ସଭାପତି ଶ୍ରୀ ଶ୍ରୀନିବାସ ସ୍ୱାଇଁ , ଗୁଣପୁର ନଗର ସମ୍ପାଦକ ଶ୍ରୀ ସତ୍ୟ ସୁନ୍ଦର କର ଙ୍କ ସମେତ ଜଗନ୍ନାଥପୁର ମଣ୍ଡଳ ସଭାପତି ଶ୍ରୀ ପୃଥିବୀ ରାଜ୍ ପାଢ଼ୀ , ଜଗନ୍ନାଥପୁର ମଣ୍ଡଳ ସମ୍ପାଦକ ଶ୍ରୀ ଅମର ସାହୁ , ବିଦ୍ୟାଧର ଶବର , ଗୋପାଳ କୃଷ୍ଣ ଦେବପାତ୍ର , ଫାଲ୍ଗୁନି ଶବର , ହେମାକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ମୁଖାର୍ଜୀ ଙ୍କ ତୈଳ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରି ସେ କରିଯାଇଥିବା ସମସ୍ତ ଘଟଣାବଳୀ କୁ ଦୋହରାଇ ମତବ୍ୟକ୍ତ କରିଥିଲେ । ସ୍ବର୍ଗତ ମୁଖାର୍ଜୀ ଅଖଣ୍ଡ ଭାରତ ପ୍ରତିଷ୍ଠା କରିବାର ଆଶା ପ୍ରକଟ କରଥିଲେ । ବିଦେଶ ରାଷ୍ଟ୍ରକୁ ଯିବା ନିମନ୍ତେ ସରକାର ଙ୍କ ଅନୁମତିର ଆବଶ୍ୟକତା ଥିବାଭଳି ସେ ସମୟରେ କାଶ୍ମୀର କୁ ଯିବା ପାଇଁ ଅନୁମତି ର ଆବଶ୍ୟକତା କୁ ବିରୋଧ କରି ସ୍ବର୍ଗତଃ ଜବାହରଲାଲ ନେହେରୁ ଙ୍କ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇ କାଶ୍ମୀର ଭାରତର ଏକ ଅବିଛେଦ ଅଙ୍ଗ ନୁହେଁ ବୋଲି ସ୍ୱର ଉଠାଇ ଥିଲେ ।

ସ୍ବର୍ଗତଃ ମୁଖାର୍ଜୀ ଭାରତୀୟ ଜନତା ପାର୍ଟି ର ଜଣେ ପ୍ରତିଷ୍ଠାତା ସଦସ୍ୟ ଥିଲେ ଏବଂ ଅଖଣ୍ଡ ଭାରତ ରେ ଏକ ଆଇନ ପ୍ରଚଳନ ର ଆଶ ବାଦୀ ଥିବା ମତ ପ୍ରକାଶ ପାଇଛି । ଡ଼ଃ ମୁଖାର୍ଜୀ ୧୯୫୩ ମସିହା ଜୁନ ୨୩ ତାରିଖରେ ମୃତ୍ୟୁବରଣ କରିଥିବା ରୁ ଏହି ଦିନକୁ ମନେ ରଖିବା ନିମନ୍ତେ ଆଜିର ଦିନକୁ ଦଳ ବଳିଦାନ ଦିବସ ରୂପେ ପାଳନ କରୁଥିବା ଦଳର ଜିଲ୍ଲା ଉପ ସଭାପତି ୱାଇ ଗଣପତି ପ୍ରକାଶ କରିଛନ୍ତି ।

ଗୁଣପୁର ଶିଶୁ ମନ୍ଦିରରେ ଆନ୍ତର୍ଯାତୀୟ ଯୋଗ ଦିବସ ପାଳିତ…!

!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପର)-ରାୟଗଡା ଜିଲ୍ଲା ଗୁଣପୁର ଶିଶୁ ମନ୍ଦିର ପରିସରରେ ବି.ଜେ.ପି ଓ ଆର. ଏସ୍. ଏସ୍ ପକ୍ଷରୁ ଆଜି ଯୋଗ ଦିବସ ଅବସରରେ ସକାଳ ୬.୩୦ ସମୟରେ ଆନ୍ତର୍ଯାତୀୟ ଯୋଗ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବି. ଜେ. ପି ର ଉପସଭାପତି y.ଗଣପତି, ଗୁଣୁପୁର ନଗର ସଭାପତି ଶ୍ରୀନିବାସ ସ୍ୱାଇଁ, ଜଗନ୍ନାଥ ପୁର ମଣ୍ଡଳ ସଭାପତି ପୃଥିବୀ ରାଜ ପାଢି ଙ୍କ ସମେତ ଟିଙ୍କୁ ପଣ୍ଡା, ଜଗଦୀସ୍ ପଣ୍ଡା, ତିରୁପତି ସବର, ରମେଶ ସାହୁ, RSS ର ଜିଲ୍ଲା ପ୍ରମୂଖ ପ୍ରଭାତ କୁମାର ମହାପାତ୍ର, ବାମଦେବ ପଟ୍ଟନାୟକ, ସାରଙ୍ଗ ନାଗ ବଂଶ, ଦିଲ୍ଲୀପ ପଣ୍ଡା ସମୂହ ଉପସ୍ଥିତ ଥିଲେ। RSS- ର ଯୋଗ ଗୁରୁ ଯୋଗ ଶରିର, ମନ, ଚେତନା ଏବଂ ଆତ୍ମାକୁ ଏକତ୍ର କରି ସନ୍ତୁଳନ ଆଣିଥାଏ ।

ଯୋଗ ପୁଣି ବର୍ତ୍ତମାନର କୋରନା ମହାମାରୀ ସମୟରେ ଶରୀରକୁ ସୁସ୍ଥ ଓ ସୁରକ୍ଷିତ ରଖିବା ପାଇଁ ପ୍ରତି ଦିନ ଯୋଗ, ପ୍ରାଣାୟାମ କରିବା ନିହାତି ଆବଶ୍ୟକ ବୋଲି ମତ ଉପସ୍ଥାପନ କରିଥିଲେ। ଯୋଗ କରିବା ଉଦ୍ଦେଶ୍ୟ ସମସ୍ତ ପ୍ରକାର ଶାରୀରିକ ସମସ୍ୟା ଦୂର କରିବା । ଯୋଗ ଆମକୁ ଶାନ୍ତି ଏବଂ ସୁଖ ଦେଇ ଥାଏ। ଜିଲ୍ଲା ସଭାପତି y. ଗଣପତି, ଶେସରେ ଧନ୍ୟବାଦ ଅର୍ପଣ କରିଥିଲେ। ଗୁଣପୁର ରୁ ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକଙ୍କ ରିପୋର୍ଟ୍ ।

ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ରାୟଗଡା ଜିଲ୍ଲାଗସ୍ତ,ଡଙ୍ଗରିଆମାନଙ୍କ ଟୀକା କରଣ ସହ ବିଭିନ୍ନ ଉନ୍ନୟନ ଯୋଜନାର ସମୀକ୍ଷା ।

!!! ରାୟଗଡା ଜିଲ୍ଲାରୁ ଟାଉନ ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା)- ରାୟଗଡା ଜିଲ୍ଲାକୁ ରାଜ୍ୟ ଯୋଜନାବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସବର୍ମା ଗସ୍ତ କରି ଵିଷମକଟକ ବ୍ଲକର ଡଙ୍ଗରିଆ ଜନଜାତିଙ୍କୁ ଟୀକାକରଣ ବିଶେଷ କରି 18 ରୁ 44 ବର୍ଷ ବୟସ୍କ ଡ଼ଙ୍ଗରିଆ ଯୁବକ ଯୁବତୀଙ୍କୁ କିପରି ଟୀକା ଦିଆଯାଇପାରିବ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ବିଷମକଟକର ଚାଟିକଣାଠାରେ ପହଞ୍ଚି ଡଙ୍ଗରିଆଙ୍କ ମାଇକ୍ରୋ ପ୍ରୋଜେକ୍ଟ ଅଞ୍ଚଳ ଗସ୍ତ କରି ଡଙ୍ଗରିଆଙ୍କ ପାଇଁ ଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତାର ସ୍ଥିତି ସମୀକ୍ଷା କରିଥିଲେ।ଡଙ୍ଗରିଆଙ୍କ ପାହାଡ଼ ଉପରେ ବିଭିନ୍ନ ପନିପରିବା ଚାଷ ଯଥା ସପୁରି,କାଜୁ,ଆମ୍ବ,ଲିଚୁ ଏବଂ ଅନ୍ୟାନ୍ୟ ପନିପରିବା ଉପରେ ସେମାନଙ୍କୁ ସରକାରୀ ସହାୟତା କିଭଳି ମିଳିପାରିବ ଏବଂ ଡଙ୍ଗରିଆମାନେ କିଭଳି ସ୍ୱାବଲମ୍ବୀ ହୋଇପାରିବେ, ତା ଉପରେ ଜିଲ୍ଲାପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଗସ୍ତ ସମୟରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା,ରାଜ୍ୟ ବିଜୁ ସ୍ୱାସ୍ଥ୍ୟ ଯୋଜନା ଅଧ୍ୟକ୍ଷ ସୁଧୀର ଦାସ,ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲାପାଳ ସରୋଜ କୁମାର ମିଶ୍ର,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା,ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ମହେଶ୍ୱର ନାୟକ,ଗୁଣୁପୁର ପ୍ରକଳ୍ପ ପ୍ରଶାସକ ଗୋରାଚାନ୍ଦ ଗମାଙ୍ଗ,ଚାଟିକଣା ଡିକେଡିଏର ପ୍ରୋଗ୍ରାମ ମେନେଜର ସୁଦର୍ଶନ ପାଢ଼ୀ, ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ପ୍ରମୁଖ ଜିଲ୍ଲାପଦାଧିକାର ଉପସ୍ଥିତ ଥିଲେ । 

ଟୀକାକରଣ କେନ୍ଦ୍ରରେ ଶାସକ ଦଳର ପ୍ରଚାରକୁ କେନ୍ଦ୍ରକରି ଉତ୍ତେଜନା ।

!!! ରାୟଗଡା ଜିଲ୍ଲାରୁ ଟାଉନ ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା)- ରାୟଗଡା ଜିଲ୍ଲା ସଦରମହକୁମାର ବିଭିନ୍ନ ଟୀକାକରଣ କେନ୍ଦ୍ରରେ ଶାସକଦଳର ପ୍ରଚାରକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରିବା ଉଦ୍ଦେଶ୍ୟରେ ଟୀକାକରଣ କେନ୍ଦ୍ରରେ କେବଳ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ମରାଯାଇଥିବା ଅଭିଯୋଗ କରିଛି ରାୟଗଡା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା।ବିଜେପି ଯୁବମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡାଙ୍କ ନେତୃତ୍ୱରେ ଆଜି କେନ୍ଦ୍ର ଅନୁଦାନରେ ମାଗଣା ଟୀକାରେ ରାଜ୍ୟ ସରକାରଙ୍କ ପ୍ରଚାର ଓ ପ୍ରସାର ଲିଫଲେଟ ଏବଂ ପୋଷ୍ଟରକୁ ଯୁବମୋର୍ଚ୍ଚା ଘୋର ବିରୋଧ କରିଛି।ତା ସହିତ ସହରର ମହିଳା କଲେଜ,ଶ୍ରୀରାମ ନଗର, ଜିସିଡି ଗ୍ରାଉଣ୍ଡ, ବ୍ରାହ୍ମଣ ସାହି,ଦୀପ୍ତି କନଭେଣ୍ଟ ସ୍କୁଲ ମାନଙ୍କରେ ଟୀକାକରଣ କେନ୍ଦ୍ରର ସତ୍ୟତା ଜାଣିବାକୁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁଗସ୍ତ କରାଯାଇଥିଲା।

ଏହି ସମୟରେ ଟୀକାକରଣକୁ ନେଇ ରାଜନୀତି କରାନଯାଇ ସମସ୍ତେ ଯେପରି ଟୀକା ପାଇବେ ସେଥି ପାଇଁ ସମସ୍ତେ କାମ କରନ୍ତୁ।୧୪ ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତି କିପରି ଟୀକା ଦିଆଯିବ ସେ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା ।ଏଭଳି ସମୟରେ ରାଜ୍ୟ ସରକାର ଦଳୀୟ ପ୍ରଚାର କରିବା ଠିକ ନୁହେଁ ବୋଲି ବିଜେପି ଯୁବ ମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା କହିଛନ୍ତି।ଏହି ଗସ୍ତ ସମୟରେ ଯୁବ ମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା,ମୋଇନା ଆଚାର୍ଯ୍ୟ,ଅଭିଷେକ ପାଣିଗ୍ରାହୀ,ପ୍ରତାପ ପୁଆଲା,ରାଜୁ ଗୁପ୍ତା, ଉମେଶ ଖୋସଲା ଓ କମଳ ପ୍ରମୁଖ ଉପସ୍ଥିତ ଥିଲେ।

ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକର ୮୨ ତମ ପ୍ରତିଷ୍ଠା ଦିବସ ଆଜି ପାଳିତ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ବେଗୁନିଆପଡା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ପି. ନୂଆଗାଁ ପଣସେଇ ମନ୍ଦିର ପ୍ରାଙ୍ଗଣରେ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକର ୮୨ ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସ ଅବସରରେ ୨୦୧୯ ନିର୍ବାଚନର ଆସ୍କା ଲୋକସଭା ସାଂସଦ ପାର୍ଥି ରାଜୀବ ଖାଡ଼ଙ୍ଗା, ଫରୱାର୍ଡ଼ ଗଞ୍ଜାମ ଜିଲ୍ଲା ୟୁଥ ଲିଗ ସାଧାରଣ ସମ୍ପାଦକ ମୁନା ନାୟକ, ଖଲ୍ଲିକୋଟ ବ୍ଲକର ସାଥି ଶଙ୍କର ପରିଡା ଙ୍କ ସମେତ ସଞ୍ଜୟ କୁମାର ସାହୁ, ସୀମାଞ୍ଚଳ ଡାକୁଆ, ଗଣେଶ ମହାନ୍ତି,ଫିରୋଜ ପ୍ରମୁଖ ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମରେ ପାର୍ଟି ପତାକା (ବାଘ ଚି଼ହ୍ନ )କୁ ସାଥି ମାନଙ୍କ ଗହଣରେ ଉତ୍ତୋଳନ କରି ଏକ ସଭା କରାଗଲା । ପେଟ୍ରୋଲ, ଡିଜେଲ, ଓ ଗ୍ୟାସର ଦର ଦାମ ବାରମ୍ବାର ବୃଦ୍ଧିକୁ ପାର୍ଟି ପକ୍ଷରୁ ବିରୋଧ କରାଯାଥିଲା। ତୈଳଦର ବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ଜିନିଷର ମଧ୍ଯ ଦର ବୃଦ୍ଧି ପାଉଛି। ତୈଳଦର,ଗ୍ଯାସ ଓ ଅତ୍ଯାବଶ୍ଯକ ଜିନିଷର ଦରବୃଦ୍ଧି ଯୋଗୁଁ ମଧ୍ୟବିତ୍ତ ଓ ଗରୀବ ଲୋକଙ୍କ ଜନ ଜୀବନ ଦୁର୍ବିସହ ହୋଇ ପଡିଲାଣି। ସରକାରଙ୍କ ଜନବିରୋଧୀ ନୀତିକୁ ଫରୱାର୍ଡ ବ୍ଲକ ତରଫରୁ ବିରୋଧ କରାଯାଇ ଆନ୍ଦୋଳନ କରାଯିବ ବୋଲି ପାର୍ଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ବିଦ୍ୟାଳୟ ସଫେଇ ସହ ଟିମ କ୍ଲିନ ସିଟିର ସାପ୍ତାହିକ ସେବା କାର୍ଯ୍ୟ ଜାରି॥!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ବ୍ରହ୍ମପୁର)- ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବ୍ରହ୍ମପୁରର ଟିମ କ୍ଲିନ ସିଟି (TCC) ସଦସ୍ୟଙ୍କ ଦ୍ୱାରା ଜାରି ରହିଛି ସାମାଜିକ ସେବା ଅଭିଯାନ। ଦୀର୍ଘ ଦୁଇ ବର୍ଷ ଧରି ଟିମ ପକ୍ଷରୁ ସହରରେ ତଥା ସହର ବାହାରେ ଅନେକ ପ୍ରକଳ୍ପ ହାତକୁ ନିଆଯାଇଛି। କୋଭିଡ କଟକଣା ଯୋଗୁଁ ନିୟମିତ କାର୍ଯ୍ୟ ଯଦିଓ ବାଧାପ୍ରାପ୍ତ ହୋଇଛି ତଥାପି ଟିମ ସଦସ୍ୟଙ୍କ ମନରେ ଉତ୍ସାହ କମିନାହିଁ। ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ସହ ଗଂଜାମ ଜିଲ୍ଲା ଏବେ ଗ୍ରୀନ ଯୋନରେ। ରାସ୍ତାର ଉଭୟ ପର୍ଶ୍ବରୁ ବେନିୟମ ପୋଷ୍ଟର ହଟାଇବା, ଅସହାୟ ନିରାଶ୍ରୟଙ୍କୁ ସେବା ଓ ସହାୟତା ଯୋଗାଇବା, ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ, ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇବା, ପୋଲିସ ଓ ସଫେଇ କର୍ମଚାରୀଙ୍କ ଭଳି ସମ୍ମୁଖ ଯୋଦ୍ଧା, ବୁଲା ବିକାଳି ଓ ଦିନ ମଜୁରିଆଙ୍କୁ ପାଣି ବୋତଲ, ସାନିଟାଇଜର,ମାସ୍କ ଓ ବିସ୍କୁଟ ଆଦି ବଣ୍ଟନ କରାଯାଇଛି। ଆଗକୁ ସ୍କୁଲ ଖୋଲିବା ସମ୍ଭାବନାକୁଦୃଷ୍ଟିରେ ରଖି ଟିମ ପକ୍ଷରୁ ନୂତନ ପ୍ରକଳ୍ପ ହାତକୁ ନିଆଯାଇଛି। ସହରରେ ଥିବା ବିଭିନ୍ନ ସରକାରୀ ବିଦ୍ୟାଳୟ ପରିସରକୁ ସଫେଇ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ବିଦ୍ୟାଳୟ ଭାବେ ସିଦ୍ଧାର୍ଥ ନଗରରେ ଥିବା ଜ୍ୟୋତି ନଗର ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ପରିସରକୁ ଟିମ ସଦସ୍ୟଙ୍କ ଦ୍ୱାରା ସଫା କରାଯାଇଛି। ଏଥିରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସହଯୋଗ କରିବା ସହ ଟିମର ସଦସ୍ୟଙ୍କ ଏଭଳି କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ। ଟିମ ପକ୍ଷରୁ ଯଦିଓ ଏହି କାର୍ଯ୍ୟ ହାତକୁ ନିଆଯାଇଛି ଏବଂ ଆଗକୁ ଏହି କାର୍ଯ୍ୟ ଜାରି ରହିବ, ତେବେ ଏହାଦ୍ୱାରା ନିଜ ନିଜ ଅଞ୍ଚଳର ବିଦ୍ୟାଳୟର ପରିସର ଓ ପରିବେଶ ସୁରକ୍ଷା ଦାୟିତ୍ୱ ସମ୍ପୃକ୍ତ ଅଞ୍ଚଳବାସୀ, ଯୁବଗୋଷ୍ଠୀ ହାତକୁ ନେଲେ ସହରର ସବୁ ବିଦ୍ୟାଳୟର ସ୍ଥିତିରେ ସୁଧାର ଆସିପାରିବ ବୋଲି ଟିମ ପକ୍ଷରୁ ଆହ୍ୱାନ କରାଯାଇଛି। ଆଜିର ଏହି ସ୍କୁଲ ସଫେଇ ଅଭିଯାନରେ ଟିମର ବହୁ ସଦସ୍ୟ ଯୋଗଦେଇ ସକ୍ରିୟ ସାମିଲ ହୋଇଥିଲେ।

କର୍କଟ ରୋଗରେ ପୀଡିତ ପ୍ରଫୁଲ୍ଲ ଶଯ୍ୟାଶାୟୀ; ଚିକତ୍ସା ଓ ସହାୟତା ପାଇଁ ପରିବାର ପକ୍ଷରୁ ଆକୁଳ ନିବେଦନ।

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ବେଗୁନିଆପଡା)- ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମ୍ଭାର ଗାଁ ପଂଚାୟତର କୁମ୍ଭାର ଗାଁ ର ପ୍ରଫୁଲ୍ଲ କୁମାର ସ୍ୱାଇଁ।ବୟସ ୪୦। ଦିନ ମଜୁରିଆ ଭାବେ ସେ କଷ୍ଟ କରି ପରିବାର ପ୍ରତିପୋଷଣ କରିବା ସହ ନିକଟରେ ଚେନାଇ ଯାଇଥିଲେ ଶ୍ରମିକ ଭାବେ କାମ କରିବାକୁ। କିନ୍ତୁ ଦୀର୍ଘଦିନ ହେବ ଅସୁସ୍ଥ ହେବା ପରେ ଓ ପେଟରେ ଯନ୍ତ୍ରଣା ଯୋଗୁଁ ସେ ଚିକିତ୍ସା ପାଇଁ ଭୁବନେଶ୍ୱର ଯାଇଥିଲେ।ଓ ସେଠାରେ ସେ ଅନ୍ତନଳୀ ଜନିତ କର୍କଟ ରୋଗର ଶିକାର ହେବା କଥା ଜାଣିବାକୁ ପାଇଥିଲେ। ଚିକିତ୍ସା ପାଇଁ ଅର୍ଥ ଅଭାବରୁ ସେ ଆୟୁର୍ବେଦ ଔଷଧ ର ସହାୟତା ନେବା ପରେ ରୋଗ ନ କମିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତିହୋଇଥିଲେ।ଅର୍ଥ ଯାହାଥିଲା ତାହା ସରିଯିବା ପରେ ଘରେ ପତ୍ନୀ ମିନତୀ ତାଙ୍କର ଯାହା ସୁନା ଅଳଙ୍କାର ଥିଲା ତାହା ବିକ୍ରି କରି ସେହି ଅର୍ଥରେ ସ୍ୱାମୀଙ୍କ ଚିକିତ୍ସା କରି ସର୍ବସ୍ୱ।ନ୍ତ ହୋଇଯାଇଛନ୍ତି।ଘରେ ୭ ବର୍ଷର ପୁଅ ପ୍ରେମ ଓ ୫ ବର୍ଷର ପୁଅ ବିଷ୍ଣୁ। ଘରେ ଅର୍ଥର ଅଭାବ ସାଙ୍ଗକୁ ପ୍ରଫୁଲ୍ଲ ଉପରେ ନିର୍ଭର କରୁଥିବା ତାଙ୍କ ବାପା, ମା, ଜଣେ ଭାଇ ମଧ୍ୟ ଆଜି ବେସାହାରା। ଭାଇଙ୍କୁ ସାହାଯ୍ୟ କରିବାକୁ ଯାଇ ସାନ ଭାଇ ବାହାରକୁ ଯାଇ କାମ କରି ଦୁଇ ପଇସା ଆଣିବା ପାଇଁ ଚାହିଁଥିଲେ ବି କରୋନା କଟକଣା ଆଉ ଲକ ଡାଉନ ତାଙ୍କୁ ଘରେ ବସେଇ ଦେଇଛି। ମୃତ୍ୟୁ ସହ ସଂଗ୍ରାମ କରି ଶଯ୍ୟାଶାୟୀ ପ୍ରଫୁଲ୍ଲ ଙ୍କୁ ବଞ୍ଚେଇବା ପାଇଁ ପତ୍ନୀ ଓ ଦୁଇ ପୁଅ ତଥା ପରିବାର ପ୍ରଶାସନର ସହାୟତା ସହ ସ୍ବେଛାସେବୀ ଅନୁଷ୍ଠାନର ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି। ଏହା ସହିତ ତାଙ୍କ ପରିବାରକୁ ସହାୟତା ପାଇଁ ମୋବାଇଲ ନମ୍ବର-୮୭୬୬୭୯୦୦୪୧ (ଫୋନ ପେ) ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।

ବେଗୁନିଆପଡ଼ା ପୋଲିସ ପକ୍ଷରୁ ଚେକିଂ କଡାକଡି;ନିୟମ ଉଲ୍ଲଂଘନକାରୀ ଅମାନିଆଙ୍କୁ ପାନେ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ବେଗୁନିଆପଡା)- କରୋନାର ଦ୍ଵିତୀୟ ଲହରୀକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମାସ୍କ ଓ ହେଲିମେଟ ଚେକିଂକୁ କଡାକଡି କରାଯାଇଛି । ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ପାଇଁତରା ମାରୁଛି ପୋଲିସ । ଏହି କ୍ରମରେ ଆଜି ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀଙ୍କ ତତ୍ୱାବଧାନରେ ବେଗୁନିଆପଡ଼ାରେ ମାସ୍କ ଓ ହେଲିମେଟ ଚେକିଂ କଡ଼ାକଡ଼ି କରାଯାଇଛି । ଅମାନିଆଙ୍କ ଠାରୁ ତଣ୍ଡ ଆଦାୟ କରାଯାଉଛି । ଏହି ଚେକିଂରେ ବେଳେ ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀଙ୍କ ସହ ଏକ ଟିମ କୋଭିଡ ଗାଇଡଲାଇନ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନଙ୍କୁ ତାଗିତ କରାଯିବା ସହ ସେମାନଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି ।