କବିସୂର୍ଯ୍ୟନଗର ଠାରେ ବୃକ୍ଷ ରୋପଣ ଦିବସ ପାଳିତ..!

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡା) – ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଡାକବଙ୍ଗଳା ନିକଟରେ ଥିବା ପାର୍ଶ୍ୱ ରୋଡ ରେ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କ ତତ୍ୱାବଧାନରେ ବୃକ୍ଷରୋପଣ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୀନା କୁମାରୀ ଖେସ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ସ୍ଥାନୀୟ ତହସିଲଦାର ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମିଶ୍ର, ବିଡ଼ିଓ ବାସୁଦେବ ନାୟକ,କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବଳୟ କୁମାର ଦେଉରୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ବୃକ୍ଷ ରୋପଣ ଦ୍ୱାରା ସହରରେ ଅମ୍ଳଜାନ ଶକ୍ତି ମାତ୍ରା ବଢିବ ଯାହା ଦ୍ୱାରା ଜନସଧାରଣ ଯେଉଁଭଳି ଅକ୍ସିଜେନ ଅଭାବ ହେତୁ ଏହି କୋଭିଡ ମହାମାରୀ ରେ ମୃତ୍ୟୁ ବରଣ କରୁଛନ୍ତି ଏହି ବୃକ୍ଷ ରୋପଣ ହିଁ ଏହାର ବିକଳ୍ପ ପନ୍ଥା ବୋଲି ମୂଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଓ ବିଧାୟିକା ଲତିକା ପ୍ରଧାନ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ରେ ପ୍ରାକ୍ତନ ନଗରପାଳ ମନୋରଞ୍ଜନ ମହାପାତ୍ର,ନଗର ମହିଳା ସଭାନେତ୍ରୀ ତଥା ପ୍ରାକ୍ତନ ନଗରପାଳିକା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସାହୁ,ନଗର ବିଜେଡି ସଭାପତି ଭଗବାନ ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ରସଲ କୁମାର ଦାସ, ଯୁବନେତା ପ୍ରଶ୍ନ ନାୟକ,ଦିଲ୍ଲୀପ କୁମାର ସାହୁ, ରାକେଶ ପ୍ରଧାନ,ଛାତ୍ର ନେତା ଭି ଶ୍ରୀକାନ୍ତ ରାଓ, କିସନ ସାହୁ, ନାରାୟଣ ସିଓ , ସୁଶାନ୍ତ ଖୁଣ୍ଟିଆ ପ୍ରମୂଖ ଯୋଗଦେଇ ବୃକ୍ଷ ରୋପଣ କରିବା ସହିତ ସମସ୍ତେ ଗଛ ଲଗାଇ ସବୁଜ ବଳୟ ସୃଷ୍ଟି କରିବା ନିମନ୍ତେ ଜନସାଧାରଣ ଙ୍କୁ ଆହ୍ୱାନ ଦେଇଥିଲ l

କଣ୍ଟାପଡା ବିଦ୍ୟାଳୟ ରେ ଚାଉଳ ବଣ୍ଟନ କୁ ନେଇ ଉତ୍ତେଜନା;ବି.ଇ.ଓ ଓ ପ୍ରଧାନ ଶିକ୍ଷୟତ୍ରୀ ଅଟକ ।

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡା) – ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦକୋଟ ପଞ୍ଚାୟତର କଣ୍ଟାପଡା ପ୍ରାଥମିକ ବିଦ୍ୟାଳୟରେ ଆଜି ପ୍ରଥମ ନିଷ୍ପତ୍ତି ପ୍ରକାରେ ଛାତ୍ର ଛାତ୍ରୀଙ୍କୁ ଚାଉଳ ବଣ୍ଟନ ନ ହେବାରୁ ଅଭିଭାବକ ମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବା ସହ ବି ଇ ଓ ଓ ଏ ବି ଇ ଓ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଦୀର୍ଘ ସମୟ ଧରି ଅଟକ ରଖି ଥିଲେ । ଘଟଣା ରୁ ପ୍ରକାଶ ଗତ ଜୁନ ୨ ତାରିଖ ଦିନ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରି ଜ୍ୟୋସ୍ନାମୟୀ ଦାସ ଅଭିଭାବକଙ୍କୁ ଚାଉଳ ଦେଉଥିବା ସମୟରେ ଚାଉଳ କମ ଦେଉଥିବା ଅଭିଯୋଗ କରିଥିଲେ । ଠିକ ଓଜନ କରି ଚାଉଳ ନ ଦେଲେ ଆମେ ଚାଉଳ ନେବୁ ନାହିଁ ବୋଲି ଅଭିଭାବକ କହି ଧାରଣାରେ ବସିବା ସହ ଉପରିସ୍ଥ କର୍ମଚାରୀ ଙ୍କୁ ଜଣାଇ ଥିଲେ । ଚାଉଳ ଯୋଗାଣ ବସ୍ତାରେ କମ ହେଉଛି ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିବା ସହ ସମସ୍ତଙ୍କ ଆଗରେ ଓଜନ କରିବା ପରେ ବସ୍ତାରେ ୪/୫ କିଗ୍ରା ଲେଖାଏଁ କମ ରହିବା ଜଣାପଡିଥିଲା।ଆଜି ଚାଉଳ ବଣ୍ଟନ ସମୟରେ କମ ପରିମାଣର ଚାଉଳ ବଣ୍ଟନ କରିବା ପରେ ଉତ୍ତେଜନା ସୃଷ୍ଟି ହେବା ପରେ ଖବର ପାଇ ସି ଆର ସି ସି ରବି ନାରାୟଣ ଶତପଥୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଠିକ ଭାବରେ ଓଜନ କରି ସମସ୍ତଙ୍କୁ ଠିକ ଭାବରେ ଦେବା ସହ ଆସନ୍ତା ସାପ୍ତାହରେ ପରିଚାଳନା କମିଟି ବୈଠକ କରି ଅନ୍ୟାନ୍ୟ ବିଷୟ ଆଲୋଚନା କରିବାପାଇଁ ନିଷ୍ପତ୍ତି ପରେ ଅଭିଭାବକ ଧାରଣା ସ୍ଥଳ ରୁ ଉଠିଥିଲେ । ତେବେ ଏତେ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶୁକ୍ରବାର ଦିନ ବିଦ୍ୟାଳୟ କୁ ଯାଇ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ପଚାରି ଥିଲେ । ଶିକ୍ଷୟତ୍ରୀ ଙ୍କ ଠାରୁ କୌଣସି ସନ୍ତୋସଜନକ ଉତ୍ତର ନ୍ ପାଇବାରୁ ବି ଇ ଓ ଙ୍କୁ ଜଣାଇ ଥିଲେ। ଖବର ପାଇ ବି ଇଓ କମଳ କାନ୍ତ ସାହୁ, ଓ ସି ଆର ସି ସି ରବି ନାରାୟଣ ଶତପଥୀ ,ଏ ବି ଇ ଓ ସୁଷମା ଶବରଘଟଣା ସ୍ଥଳରେ ପହଞ୍ଚି ଥିଲେ । ଉତ୍ୟକ୍ତ ଅଭିଭାବକ ଏମାନଙ୍କୁ ଦୀର୍ଘ ସମୟ ଧରି ଅଟକ ରଖି ଆଲୋଚନା କରିଥିଲେ । ଆଦୌ ନେଇ ନଥିବା ପିଲାଙ୍କୁ ୭ କେଜି ଓ କମ ନେଇଥିବା ପିଲାଙ୍କୁ ସଠିକ ଚାଉଳ ପିଲାଙ୍କୁ ଦେବା ସହ ଉକ୍ତ ଶିକ୍ଷୟତ୍ରୀ ଙ୍କୁ ବଦଳି ପାଇଁ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେବା ପରେ ଘଟଣା ସମାଧାନ ହୋଇ ଥିଲା ।

ଜଳ ବିଭାଜିକା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି …!

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଜଳ ବିଭାଜିକା ବିଭାଗ ପକ୍ଷରୁ ଆଜି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗାରଗାଁ ସେବା ସମବାୟ ସମିତି ସମ୍ପାଦକ ବସନ୍ତ କୁମାର ଭୂୟାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୀମାଞ୍ଚଳ ପାତ୍ର ଙ୍କ ପୋଖରି ହୁଡ଼ା ରେ ନଡ଼ିଆ ଗଛ ଲଗାଇ ଶୁଭାରମ୍ଭ କରିଥିଲେ । ଅଙ୍ଗାରଗାଁ ମା କାଳଷଣ୍ଢ ଜଳ ବିଭାଜିକା ର ସମ୍ପାଦକ ବୈକୁଣ୍ଠନାଥ ସାହୁ ଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର ମେହେଣା , ସୀମାଞ୍ଚଳ ନାୟକ, ବିଭୂତି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ବୃକ୍ଷ ରୋପଣ କାଯ୍ଯକ୍ରମ ଆଜିଠାରୁ ଶୁଭାରମ୍ଭ ହେଲା ବୋଲି ଅଙ୍ଗାରଗାଁ ମା କାଳଷଣ୍ଢ ଜଳବିଭାଜିକା ର ସମ୍ପାଦକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଏଥିସହିତ ଆଗାମୀ ଦିନରେ ମଧ୍ଯ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି କହିଛନ୍ତି । ସେହିପରି ସାଙ୍କୁଡା ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଙ୍କୁଡା ସରପଞ୍ଚ ସନ୍ତୋଷ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୀମାଞ୍ଚଳ ପରିଡା ଓ ବିନୁ ପଲାଇ ଙ୍କ କ୍ଷେତରେ ନଡ଼ିଆ ଗଛ ଲଗାଇ ଶୁଭାରମ୍ଭ କରିଥିଲେ।ଏଥିରେ ସରପଞ୍ଚ ଙ୍କ ସମେତ ସମିତି ସଭ୍ୟ କବିରାଜ ନାୟକ, ଗ୍ରାମ୍ୟ ସଭାପତି ପ୍ରମୋଦ କୁମାର ସାହୁ,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଧୀର ମହାରଣା, ବି ଏଫ ଟି ସୁକାନ୍ତ କୁମାର ସ୍ୱାଇଁ, ଗଦାଧର ପ୍ରଧାନ, ସନ୍ତୋଷ କୁମାର ସ୍ୱାଇଁ, ଶିବ ଶଙ୍କର ପ୍ରଧାନ, ଗ୍ରାମ ସଂଯୋଜକ ସୁଚିତ୍ରା ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରତ୍ୟୁଷାରାଣୀଙ୍କ ଶାସ୍ତ୍ରିୟ ନୃତ୍ୟରେ ସଫଳତା …!

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡା) – ପ୍ରଜ୍ଞା ନୃତ୍ୟାୟନ ଅନୁଷ୍ଠାନ ଭୁବନେଶ୍ଵର ତରଫରୁ ନେକ୍ସଷ୍ଟାର ୨୦୨୧ ଅନଲାଇନ୍ ମାଧ୍ୟମରେ ରାଜ୍ୟସ୍ତରୀୟ ଆର୍ଟିଷ୍ଟ ଟୁଡେ ସୁପରଷ୍ଟାର ଟୁମାରୋ ନାମରେ ଏକ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଟିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା କୋଦଳା ଅନ୍ତର୍ଗତ କାଳୀମେଘି ଗ୍ରାମର ଶିକ୍ଷକ ଶ୍ରୀ ଗୌରହରି ପୋଲାଇ, ମାତା ଶ୍ରୀମତି ସ୍ମିତାରାଣୀ ପୋଲାଇଙ୍କ ୧୨ ବର୍ଷୀୟ ସୁପୁତ୍ରୀ ସୁଶ୍ରୀ ପ୍ରତ୍ୟୁଷାରାଣୀ ପୋଲାଇ ଶାସ୍ତ୍ରୀୟ ଓଡିଶୀ ନୃତ୍ୟର କନିଷ୍ଠ ବିଭାଗର ପ୍ରଥମ ପାଞ୍ଚଜଣ ପ୍ରତିଯୋଗୀ ମଧ୍ୟରେ ସ୍ଥାନ ପାଇଛନ୍ତି । ସେ କବିସୂର୍ଯ୍ୟ ନଗର ସ୍ଥିତ ହରିହର ଶାସ୍ତ୍ରୀୟ ସଙ୍ଗୀତ ବିଦ୍ୟାଳୟର ଗୁରୁ ଶ୍ରୀ ଅଭୟ କୁମାର ପରିଡାଙ୍କ ତତ୍ତ୍ବାବଧାନରେ ନୃତ୍ୟ ଶିକ୍ଷା ଲାଭ କରୁଛନ୍ତି । ସେ ଦୀର୍ଘ ଦିନ ଧରି ଶାସ୍ତ୍ରୀୟ ଏବଂ ଲୋକନୃତ୍ୟ ପରିବେଷଣ କରି ଅନେକ ଅନୁଷ୍ଠାନରୁ ପୁରସ୍କୃତ ଓ ପ୍ରଶଂସାପତ୍ର ଦ୍ଵାରା ସମ୍ମାନିତ ହୋଇଛନ୍ତି । ସେଥିପାଇଁ ତାଙ୍କୁ ଅନେକ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ମୁଣ୍ଡୁଳା ଗାଁ କଲ୍ୟାଣ ସମିତି ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ..!

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡା) – ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ମୁଣ୍ଡୁଳା ଠାରେ ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କ ସହ ଗ୍ରାମବାସୀ ସାମାଜିକ ଦୂରତା ରଖି ଏକ ରାଲିରେ ସ୍ଲୋଗାନ ଦେଇ କରୋନାକୁ ହରାଇବା ପାଇଁ ମାସ୍କ ପିନ୍ଧି, ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତା ରଖି ଚଳ ପ୍ରଚଳ ହେବା ପାଇଁ ଲୋକଙ୍କୁ ସଚେତନ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ପି ଇ ଓ କୃଷ୍ଣଚନ୍ଦ୍ର ମଲ୍ଲିକ, ଏ ଏନ ଏମ ଶୁଭଶ୍ରୀ ବେହେରା, ଅଙ୍ଗନୱାଡ଼ି କର୍ମୀ ନନ୍ଦିନୀ ପ୍ରଧାନ, ଗାଁ କଲ୍ଯାଣ ସମିତି ସଭାପତି ସୁରେନ୍ଦ୍ର ଜେନା, ଆଶା କର୍ମୀ ପୁଷ୍ପାଞ୍ଜଳି ସାହୁ, ରାଜେଶ୍ୱରୀ ପଣ୍ଡା, ଅଙ୍ଗନୱାଡ଼ି ସହାୟିକା ନିରୁପମା ଦାସ, ଗୀତା ସ୍ଵାଇଁ, ସି ଆର୍ ପି ଜାନକୀ ନାୟକ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସମସ୍ତଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା ।

ରୋଗ ସଜାଇଦେଲା ଶଯ୍ୟାଶାୟୀ, ପତ୍ନୀଙ୍କ ଆକୁଳ ନିବେଦନ ମୋ ସ୍ୱାମୀଙ୍କୁ ବଞ୍ଚେଇଦିଅ …!

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡା) – ଆଖିରେ ଆଖିଏ ସ୍ବପ୍ନ | ପୁଅ ଦୁଇ ଜଣଙ୍କୁ ଭଲ ମଣିଷ କରି ଗଢି ତୋଳିବାର ପ୍ରଚେଷ୍ଟା | ପରିବାର ମନରେ ହସ ଫୁଟାଇବାକୁ ଭରପୁର ପ୍ରୟାସ | କିନ୍ତୁ ଏତେ ସ୍ବପ୍ନ ଭିତରେ ନିଜକୁ ହଜାଇ ଦେଇଥିବା ନିରୀହ ମଣିଷ ର ସମସ୍ତ ପ୍ରୟାସ କୁ ଭାଙ୍ଗି ଚୁରମାର କରିଦେଇଛି ଦୁର୍ବିସହ ରୋଗବ୍ୟାଧି | ନାମ ପ୍ରଫୁଲ ସ୍ୱାଇଁ, ବୟସ 40 | ଗ୍ରାମ ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମ୍ଭାର ଗାଁ ପଞ୍ଚାୟତର କୁମ୍ଭାରଗାଁ | ଘରେ ଧର୍ମ ପତ୍ନୀ ମିନତୀ ସ୍ୱାଇଁ ଓ ଦୁଇ କଅଁଳ ଶିଶୁ ପୁତ୍ର | ବିଦେଶ ଯାଇ ଯୋଉ ଦୁଇ ପଇସା ରୋଜଗାର କରୁଥିଲେ ସେଥିରେ ସଂସାର ଚଳେ | କିନ୍ତୁ ହଠାତ ଜୀବନର ଦୋ ଛକିରେ ଅପେକ୍ଷା କରିଥିଲା ରୋଗ | ଯୋଉ ହାତରେ ଅର୍ଥ ରୋଜଗାର କରି ପରିବାର ପ୍ରରିପୋଷଣ କରିବାର ଚେଷ୍ଟା ଚଳାଇ ଆସୁଥିଲେ ସେଇ ହାତ ଦୁଇଟି ଆଜି ଏକାମୀ | ଶେଯରେ ପଡି ପଡି ଶରୀର ର ଅବସ୍ଥା ବି ଶୋଚନୀୟ | ମେଡିକାଲ ଦୌଡ଼ି ଦୌଡ଼ି ସର୍ବସ୍ବାନ୍ତ | ଯାହାବି କିଛି ଥିଲା ବିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କଲା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ | ରୋଗରେ ପଡି ବର୍ତ୍ତମାନ ଦିନ ଗଣିବା ଛଡା ଆଉ କିଛି ନାହିଁ ପ୍ରଫୁଲଙ୍କ ଭାଗ୍ୟରେ | ପରିବାର କେମିତି ଚଳିବ, ଛୁଆ କେମିତି ପାଠ ପଢି ମଣିଷ ହେବେ, ସ୍ୱାମୀଙ୍କ ଦେହ କେମିତି ଭଲ ହେବ ଏ ନେଇ ଚିନ୍ତାରେ ପତ୍ନୀ ମିନତୀ |ପ୍ରଫୁଲ୍ଲ ଙ୍କ ପରିବାରରେ ପ୍ରଫୁଲତା ଭରିଦେବାକୁ ବର୍ତ୍ତମାନ ପ୍ରଶାସନ ତଥା ସାମାଜିକ ସଂଗଠନ ର ସହାୟତା ନିହାତି ଆବଶ୍ୟକ ବୋଲି କହିଛନ୍ତି ଗ୍ରାମବାସୀ |

ବେଗୁନିଆପଡା ବ୍ଲକ କଂଗ୍ରେସ ସଭାପତି ହେଲେ ବୁଲା ଜେନା …!

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବ୍ରହ୍ମପୁର) – ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ପାଇଁ ବ୍ଲକ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ହେଲେ ଭବାନୀ ପ୍ରସାଦ ଜେନା (ବୁଲା) । ତାଙ୍କୁ ବ୍ଲକ ସଭାପତି ଭାବେ ନିଯୁକ୍ତି ଦେଇଥିବାରୁ ସେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏବଂ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନା ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ ଉପରେ ଦଳ ଯେଉଁ ଆସ୍ଥା ଓ ବିଶ୍ବାସ ପ୍ରକଟ କରି ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ସେ ଆଗକୁ ବେଗୁନିଆପଡ଼ା ବ୍ଲକ ରେ କଂଗ୍ରେସ ର ଦଳୀୟ ସଂଗଠନକୁ ସୁଦୃଢ଼ କରିବା ସହ ସମସ୍ତ କର୍ମୀ ମାନଙ୍କୁ ଏକାଠି କରି ଦଳୀୟ ନେତୃମଣ୍ଡଳୀ ଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବେ ବୋଲି ପ୍ରକାଶ କରିଛନ୍ତି ।

ରାୟଗଡା ଜିଲ୍ଲାପାଳ ଙ୍କ ଗୁଣପୁର ବ୍ଲକ ଗସ୍ତ ।

!!! ରାୟଗଡା ଜିଲ୍ଲାରୁ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡା ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର, ଗୁଣପୁର ବ୍ଲକ ଗସ୍ତ କରି ମରମା ପଞ୍ଚାୟତର କତାଗୁଡା ଆନ୍ଧ୍ର ଓଡିଶା ସୀମା ଚେକ ପଏଣ୍ଟ ପରିଦର୍ଶନ କରିଥିଲେ । ଓଡିଶା ଆନ୍ଧ୍ର ସୀମା ନିକଟରେ ଚାଲିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା କାର୍ଯ୍ୟ ତଦାରଖ କରିଥିଲେ । କାର୍ଯ୍ୟ ଶୀଘ୍ର ଶେଷ କୃଶ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଓଡ଼ିଶା ସୀମା ନିର୍ଦ୍ଧାରଣ ନିମନ୍ତେ ତ୍ରିଶିଳା ପଥର ଚିହ୍ନଟ କରିବା ଓ ଚିହ୍ନଟ ହୋଇ ପାରୁନଥିବା ସମସ୍ତ ସୀମା ନିର୍ଦ୍ଧାରଣ ପଥର ଆଦିର ପୁନଃ ଉଦ୍ଧାର କରିବା ଉପରେ ଗୁରୁତ୍ବ ଦେଇଥିଲେ । ବର୍ତ୍ତମନ ବର୍ଷାଦିନ ଆରମ୍ଭ ହୋଇଥିବା ଯୋଗୁଁ ଶୀଘ୍ର କାର୍ଯ୍ୟ ସରିବା ନିମନ୍ତେ ତହସିଲଦାର ଗୁଣପୁର ଶ୍ରୀ ଶରତ ଚନ୍ଦ୍ର ନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଜେ.ସୋନାଲ, ଗୁଣପୁର ପ୍ରକଳ୍ପ ପ୍ରଶାସକ ଶ୍ରୀ ଗୋରା ଚାନ୍ଦ ଗମାଙ୍ଗ, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଶାନ୍ତି ପ୍ରଭା ପ୍ରଧାନ, ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

ରାୟଗଡା ଜିଲ୍ଳା ପ୍ରଶାସନ ପକ୍ଷରୁ ୫୦ଜଣ ଭିନ୍ନକ୍ଷମଙ୍କୁ ଟୀକାକରଣର ବ୍ୟବସ୍ଥା..!

!!! ରାୟଗଡା ଜିଲ୍ଲାରୁ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡା ସହରର ସ୍ତାନୀୟ ଅଶୋକ କଲ୍ୟାଣ ମଣ୍ଡପ ଟୀକାକରଣ କେନ୍ଦ୍ର ସ୍ଥଳୀରେ ୫୦ଜଣ ଭିନ୍ନକ୍ଷମ ଭାଇଭଉଣୀମାନଙ୍କୁ ଟୀକାକରଣ କରାଯାଇଥିଲା । ୧୮ବର୍ଷ ରୁ ୪୪ବର୍ଷିୟ ବୟସ ମଧ୍ୟରେ ଥିବା ଭିନ୍ନକ୍ଷମ ଭାଇଭଉଣୀମାନଙ୍କୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଟୀକାକରଣର ସୁବିଧା ଉପଲବ୍ଧ କରାଯାଇଛି । ସମ୍ମନ୍ୱୀତ ଶିଶୁ ବିକାଶ ପ୍ରକଳ୍ପ ରାୟଗଡା ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରାୟଗଡା ସହରରେ ରହୁଥିବା ଦିବ୍ୟାଙ୍ଗମାନଙ୍କ ମଧ୍ୟରୁ ଆଜି ପ୍ରଥମ ପର୍ଯ୍ୟାୟରେ ୫୦ଜଣଙ୍କୁ ଟୀକାକରଣ କରାଯାଇଥିବା ବେଳେ ଆଗାମୀ ଦିନରେ ବଳକା ରହିଥିବା ଦିବ୍ୟାଙ୍ଗଙ୍କୁ ମଧ୍ୟ ଟୀକାକରଣ କରାଯିବ ବୋଲି ଜଣାପଡିଛି । ଆଜିର ଏହି କାର୍ଯ୍ୟକ୍ରମରେ ଆଇସିଡିଏସ୍ ସୁପରଭାଇଜର,ଅଙ୍ଗନବାଡି କର୍ମୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ଉକ୍ତ ବର୍ଗର ଦିବ୍ୟାଙ୍ଗମାନଙ୍କୁ ଟୀକାକରଣ କରାଯାଇଥିବାରୁ ରାୟଗଡା ଜିଲ୍ଳା ଭିନ୍ନକ୍ଷମ ମହାସଂଘ ପକ୍ଷରୁ ପ୍ରଶାସନକୁ କୃତଞତା ଜଣାଇଥିଲେ l

ଚୋରି ମାମଲାରେ ସଫଳତା ପାଇଛି ୨୪ ଘଣ୍ଟା ମଧ୍ୟରେ ଟିକିରି ପୋଲିସ ।

!!! ରାୟଗଡା ଜିଲ୍ଲାରୁ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅଧିନସ୍ଥ ଟିକିରି ଅଞ୍ଚଳରେ ତା:୧୪/୦୬/୨୧ରିଖ ରାତି ଏକ ପାର୍ସଲ ବିତରଣ କମ୍ପାନୀର ବାସଗୃହରେ କିଛି ଆଗ୍ୟତ ବ୍ୟକ୍ତି ଚୋରି କରିଥିଲା । ଏହାକୁ ନେଇ ଟିକିରି ଥାନାରେ ୧୫/୦୬/୨୦୨୧ ରେ ଏକ ଚୋରି ମାମଲା ଲିଖିତ ଅଭିଯୋଗ କ୍ରମେ ଉକ୍ତ ମାମଲାରେ ରାୟଗଡା ଉପଖଣ୍ଡିୟ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ଟିକିରି ପୋଲିସ ଟିମ ଦ୍ବାରା ତଦନ୍ତ ଆରମ୍ଭ କରିଥିଲେ।ଏବଂ ଉଷପଡାସ୍ଥିତ ଏକ ‘ଡେଲିଭରି’ ନାମକ ଏକ ପାର୍ସଲ ବିତରଣ କମ୍ପାନୀ ମାଲିକର ବାସଗୃହରେ ପୂର୍ବ ଦିନର ମଧ୍ୟରାତ୍ରିରେ ଟଙ୍କା:୭୦୦୦୦/ ନଗଦ ଚୋରି ହୋଇଥିବା ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ରମେଶ ଦୋରାଙ୍କୁ ଗିରଫ କରି ତା ଠାରୁ ଟଙ୍କା:୬୯୩୦୦/ ଉଦ୍ଧାର କରି ପୋଲିସ ପୁନରୁଦ୍ଧାର ହୋଇଥିବା ଟଙ୍କା ନଗଦ ଅଧିକାର ମାଲିକଙ୍କୁ ହସ୍ତାନ୍ତର କରିଦେଇଛି । ସୂଚନାଯୋଗ୍ୟ କି ଯେ,ଅଭିଯୁକ୍ତ ଜଣକ ଟଙ୍କା ଚୋରି କରିବା ସହ ଅଭିଯୁକ୍ତ ଘର ଭିତରେ ଥିବା ସମ୍ପତ୍ତିରେ ନଷ୍ଟ ହୋଇଥିବା ପ୍ରମାଣକୁ ଅଦୃଶ୍ୟ କରିବା ଉଦ୍ଦେଶ୍ୟରେ ନିଆଁ ଲଗାଇ ଦୁଷ୍କର୍ମ କରିଥିଲା। ଚୋରି ମାମଲାରେ ଟିକିରି ପିଏସ କେସ ନଂ ୭୨/୨୦୨୧ ତା:୧୪/୦୬/୨୧ ୟୁ/ଏସ ୪୫୭/୩୮୦/୪୩୫ ଆଇପିସି ଅନୁସାରେ ଏକ ମାମଲା ପଞ୍ଜୀକୃତ କରି ଅନୁସନ୍ଧାନ ଆରମ୍ଭ କରିଛି ।