ଜୁଲାଇ ୨୫ ପର୍ଯ୍ୟନ୍ତ ଶ୍ରୀ ମନ୍ଦିର ବନ୍ଦ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଏବେ ଖୋଲିବନି ଶ୍ରୀ ମନ୍ଦିର। କରୋନା ମହାମାରୀ ଯୋଗୁ ବନ୍ଦ ରଖାଯାଥିବା ଶ୍ରୀ ମନ୍ଦିର ଦର୍ଶନ ବାରଣକୁ କାଏମ ରଖାଯାଇଛି। ରଥଯାତ୍ରା ଭଳି ଏଥର ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା। ତେବେ ଆସନ୍ତା ଜୁଲାଇ ୨୫ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀ ମନ୍ଦିର ବନ୍ଦ ରହିବ। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କରୋନା କଟକଣା ପାଇଁ ଶ୍ରୀମନ୍ଦିରକୁ  ଜୁନ୍ ୧୭ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିବା ବେଳେ ଏହାର ଅବଧିକୁ ଆହୁରି ବୃଦ୍ଧି କରାଯାଇଛି। ତେବେ ରଥଯାତ୍ରା ପରେ ଦର୍ଶନ ପ୍ରସଙ୍ଗରେ ହେବ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଏନେଇ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରୀଷନ କୁମାରଙ୍କ ସୂଚନା ଦେଇଛନ୍ତି।  ପୂର୍ବରୁ ବିନା ଭକ୍ତରେ ରଥଯାତ୍ରା ହେବ ବୋଲି ଘୋଷଣା ସରିଛି। ତେବେ ସାଧାରଣ ଦର୍ଶନ ଉପରେ କଟକଣା ଲଗାଯାଇଥିବା ବେଳେ ମହାପ୍ରଭୁଙ୍କର ବିଧି ଅନୁଯାୟୀ ନୀତିକାନ୍ତି ଚାଲିବ। 

୧୭ ଜୁନ୍‌ ଗୁରୁବାର – ଆଜିର ରାଶିଫଳ

!!! ପ୍ରବଚକ. ଶ୍ରୀ ଜଗଦୀଶ ପ୍ରସାଦ !!!

ମେଷ: କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି  ନିଷ୍ପତି ନିଅନ୍ତୁ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ବୃଷ: ବ୍ୟବସାୟରେ ବ୍ୟୟ ବୃଦ୍ଧି ଦେଖାଦେବ କିନ୍ତୁ ସେଥିପାଇଁ ବନ୍ଧୁଙ୍କର ସାହାଯ୍ୟ ନେଇପାରନ୍ତି। ଭାତୃବିବାଦ ଓ ପାରିବାରିକ କଳହ ଦେଖାଦେବ। ଜୀବନସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ।

ମିଥୁନ: କର୍ମକ୍ଷେତ୍ରରେ ସଫଳତା ମିଳିବାରୁ ମନ ଖୁସି ରହିବ। ମାନସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟ ବାଣିଜ୍ୟରେ ଅଧିକ ସମୟ ଦେବା ହେତୁ ଅର୍ଥଲାଭ ମିଳିବ।

କର୍କଟ: ବ୍ୟବସାୟରେ ଆଶାନୁରୂପ ଫଳ ମିଳିବ ନାହିଁ। ବ୍ୟୟ ବୃଦ୍ଧି ଦେଖାଦେବାରୁ ମନ ଭଲ ରହିବ ନାହିଁ। ପରିବାରରେ ତିକ୍ତତା ଦେଖାଦେବ ଏବଂ ଆର୍ଥିକ ସମସ୍ୟା ଲାଗି ରହିବ।

ସିଂହ: ପାରିବାରିକ ଜୀବନ ସୁଖମୟ ରହିବ। ସୁସ୍ୱାଦୁ ଭୋଜନ କରିବେ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବଢିବ। ଯାତାୟତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

କନ୍ୟା:  କର୍ମକ୍ଷେତ୍ରରେ ସଫଳତା ମିଳିବାରୁ ମାନସିକ ସୁଖ ମିଳିବ। ବ୍ୟବସାୟରେ ବ୍ୟୟ ବୃଦ୍ଧି ବଢିବାରୁ ନୂଆ ନୀତି ପ୍ରୟୋଗ କରିବେ।  ଦାମ୍ପତ୍ୟ ଜୀବନ ସୁଖମୟ ରହିବ।