ସେପଟେ ତାଲା ଏପଟେ ମେଲା ; ଜିଲ୍ଲାପାଳ ଙ୍କ ଅନୁଧ୍ୟାନ ଦାବୀ ।

!!! ରାୟଗଡା ଜିଲ୍ଲାରୁ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ଜିଲ୍ଲାପାଳ ସୀମାନ୍ତ ଚେକ ପଏଣ୍ଟ କେରେଡା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରଥିବା ପ୍ରକାଶ ପାଇବା ପରେ ଗୁଣପୁର ଅଞ୍ଚଳ ବାସୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ଏହି ଅଞ୍ଚଳରେ ରହିଥିବା ଚେକପୋଷ୍ଟ ଗୁଡ଼ିକ ଆନ୍ଧ୍ରସୀମା ର ଅତି ନିକଟବର୍ତ୍ତୀ ହୋଇଥିଲେ ହେଁ ସ୍ଥାନୀୟ ପ୍ରଶାସନ ଏହି ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରୁନଥିବା ଅଭିଯୋଗ ହେଉଛି । ଏହି ଚେକପୋଷ୍ଟ ଗୁଡିକରେ ଦେଖା ଦେଇଥିବା ସମସ୍ୟା ସୋସିଆଲ ମିଡ଼ିଆ ଏବଂ ଖବର ମାଧ୍ୟମରେ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ସମୀକ୍ଷା ହୋଇ ପାରୁନଥିବା ସାଧାରଣରେ ଅସନ୍ତୋଷ ପ୍ରକାଶ କରୁଛି ।

ଏପରିକି ଚେକପୋଷ୍ଟ ରେ ନିୟୋଜିତ କର୍ମଚାରୀ ତାଙ୍କ କାର୍ଯ୍ୟ ସଠିକ ଭାବରେ ତୁଲାଇ ନଥିବା ଏବଂ କାର୍ଯ୍ୟ ରେ ଯୋଗ ନଦେଇ କାର୍ଯ୍ୟ ସମ୍ପାଦନ କରିବା ଭଳି ଦେଖାଉଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିପ୍ରତି ଜିଲ୍ଲାପାଳ ନଜର ଦେବା ନିମନ୍ତେ ଦାବୀ ହେଉଛି ।

ଆନ୍ଧ୍ର ଓଡିଶା ସୀମାନ୍ତ ଚେକିଂ ପୋଏଣ୍ଟ କେରଡା ଗସ୍ତ କରି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ l

!!! ରାୟଗଡା ଜିଲ୍ଲାରୁ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଆନ୍ଧ୍ର ଓଡିଶା ସୀମାନ୍ତ କେରଡା ଚେକ ପଏଣ୍ଟ ଗସ୍ତ କରି ଯାଞ୍ଚ ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ l ସେଠାରେ ନିୟୋଜିତ ପୋଲିସ କର୍ମଚାରୀ, ପରିବହନ କର୍ମଚାରୀ, ଶିକ୍ଷକ ଆଦିଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲେ ଓ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ କଡାକଡି ଯାଞ୍ଚ କରିବl ସହ ସେମାନଙ୍କୁ ୧୪ଦିନ ସାଙ୍ଗରୋଧକୁ ପଠାଇବେ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ l

ଏହି ଚେକିଂ ପଏଣ୍ଟ ଦେଇ ଆନ୍ଧ୍ର ଫେରନ୍ତା ରାଜ୍ୟକୁ ଫେରୁଥିବା ଯାତ୍ରୀମାନଙ୍କୁ କଡାକଡି ଯାଞ୍ଚ କରିଵା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି lଏହି ଗସ୍ତ ସମୟରେ ରାସ୍ତଗଲାବେଳେ ଜିଲ୍ଲାପାଳ ଶ୍ରୀ ମିଶ୍ର ଲୋକମlନଙ୍କୁ ମାସ୍କ ବ୍ୟବହାର, ସାମାଜିକ ଦୂରତା ବଜାୟ ରଖିବା ଉପରେ ସଚେତନ କରି କୋରନା ଠାରୁ ଦୂରେଇ ରଖାଯିବl ନେଇ ସଚେତନତା କରିଥିଲେ ।
ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ସହିତ, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ରାୟଗଡ ଶ୍ରୀ ଉମାଶଙ୍କର ବେହେରା ପ୍ରମୁଖ ଯାଇଥିଲେ l

କାଶିପୁରରେ ମମତା ଯୋଜନା ସମୀକ୍ଷା ବୈଠକ ..!

!!! ରାୟଗଡା ଜିଲ୍ଲାରୁ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- କାଶିପୁରର ବ୍ଲକ୍ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯୟାଳୟରେ ଆଜି ଏକ କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି । କୋଭିଡ୍ ନିର୍ଦ୍ଦେଶାବଳୀ ଅନୁସରଣରେ ଅନୁଷ୍ଠିତ ହୋଇଥିବା ଏହି ସ୍ୱଳ୍ପ ସମୟର ବୈଠକରେ ଡେପ୍ୟୁଟି କଲେକ୍ଟର୍ ତଥା ଭାରାପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଶ୍ରୀ ପ୍ରଭାତି ଝୋଡ଼ିଆ, ମମତା ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ଜିତେନ୍ଦ୍ର କୁମାର ମହାପାତ୍ର ଏବଂ ସ୍ଥାନୀୟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସୌଦାମିନୀ ପାତ୍ର ଯୋଗ ଦେଇଥିଲେ । କାଶିପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିନରେ ଥିବା ସମସ୍ତ ସେକ୍ଟରର ମମତା ଯୋଜନାର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା । ପ୍ରକଳ୍ପ ଅଞ୍ଚଳକୁ ଫେରିଥିବା ପ୍ରବାସୀ ଗର୍ଭବତୀ ମହିଳାଙ୍କ ପଞ୍ଜିକରଣକୁ ତ୍ୱରାନ୍ୱିତ କରିବା ଏବଂ ଆବଶ୍ୟକ ସ୍ଥଳେ ମମତା ହିତାଧିକାରୀଙ୍କୁ ତୁରନ୍ତ ପ୍ରାପ୍ୟ ପ୍ରଦାନ କରିବା ପାଇଁ ସୁଶ୍ରୀ ଝୋଡ଼ିଆ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରକଳ୍ପର କୁଚେଇପଦର, ଶଙ୍କରଡ଼ା, ସୁଙ୍ଗେର୍ ଆଦି ସେକ୍ଟର ସମୂହର ଅଗ୍ରଗତି ନିମ୍ନସ୍ତରରେ ଥିବା ଏବଂ ଆଗାମୀ ସାତଦିନ ମଧ୍ୟରେ ଯୁଦ୍ଧକାଳିନ ଭାବରେ ମମତା ହିତାଧିକାରୀଙ୍କ ସମସ୍ତ ତଥ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଶ୍ରୀ ମହାପାତ୍ର କହିଥିଲେ ।

କରୋନା ମହାମାରୀ ସମୟରେ ନିଜର ପିତାମାତାଙ୍କୁ ହରାଇଥିବା ତଥା ଯତ୍ନ ଓ ସୁରକ୍ଷା ଲୋଡ଼ା କରୁଥିବା ଶିଶୁମାନଙ୍କ ସଠିକ୍ ଥଇଥାନ ପାଇଁ ପଦକ୍ଷେପ ନେବାକୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ପାତ୍ର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଗତ ଦିନରେ ବଢ଼ି ଚାଲିଥିବା ବାଲ୍ୟବିବାହକୁ ରୋକିବା ଦିଗରେ ପୋଲିସ, ୧୦୯୮-ଚାଇଲ୍ଡ୍ ଲାଇନ୍ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହାୟତା ନେବା ତଥା ତୃଣମୂଳ ସ୍ତରରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଅଙ୍ଗନବାଡ଼ି କେନ୍ଦ୍ର ତରଫରୁ ଦିଆଯାଉଥିବା ଶୁଖିଲା ଖାଦ୍ୟ ସାମଗ୍ରୀ, ନୂତନ ଭାବରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର, ସ୍ୱୟଂସହାୟୀକା ଗୋଷ୍ଠୀମାନଙ୍କ ଦ୍ୱାରା କରାଯାଉଥିବା ମାସ୍କ୍ ପ୍ରସ୍ତୁତି, ଖାଦ୍ୟ ବଣ୍ଟନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପ ଅଧିନରେ ଖାଲି ଥିବା ବିଭିନ୍ନ ପଦବୀ ପୂରଣ ସମ୍ପର୍କୀତ ଅନେକ ତଥ୍ୟକୁ ନେଇ ମଧ୍ୟ ବୈଠକରେ ସମୀକ୍ଷା କରାଯାଇଥିଲା । ପ୍ରକଳ୍ପର ସମସ୍ତ କାର୍ଯ୍ୟରତ ସେକ୍ଟର ସୁପରଭାଇଜର ମାନେ ଉପସ୍ଥିତ ଥିଲେ । ମମତା ଯୋଜନାର ପ୍ରକଳ୍ପ ସହାୟକ ଶ୍ରୀ ବିଭୁଦତ୍ତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ମୁନିଗୁଡା ରେ ହାତୀ ଆତଙ୍କ,ନଷ୍ଚ କଲେ ବ୍ୟାବକଫସଲ ସହ ବାସଗୃହ।

!!! ରାୟଗଡା ଜିଲ୍ଲାରୁ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ମୁନିଗୁଡା ଅନ୍ତର୍ଗତ ଗତ କାଲି ରାତିରେ ରାଜୁଲୁଗୁଡା ଓ ଗଣ୍ଡାଗୁଡା ଗାଁ ଅଞ୍ଚଳରେ ଏକ ହାତୀ ପଲ୍ଲ ଆସି ଗାଁ ନିକରେ ଥିବା ୨ ଟି ଘର ଭାଙ୍ଗିଦେବା ସହ ସୋଲାର ପ୍ଲେଟ ,ସପୁରୀ, କଦଳୀ ଓ ଆମ୍ବ ଗଛ ସବୁ ସଷ୍ଟ କରିଦେଇଛନ୍ତି। ବର୍ତ୍ତମାନ ନିକଟ ନିୟମଗିରୀ ପାହାଡରେ ସେହି ହାତୀପଲ ଥିବା ଜଣାପଡିଛି । ଏହି ହାତୀ ପଲ୍ଲରେ ୩ ଟି ଦନ୍ତାହାତୀ ସହ ୧୩ଟି ହାତୀ ଥିବା ଜଣାପଡିଛି, ଏହି ହାତୀ ପଲ ରାତି ୯ରୁ ୧୦ ଟା ମଧ୍ୟରେ ଆସିଥିବା ଗ୍ରାମବାସୀ କହିଛନ୍ତି ।

ଏଥିରୁ ଅଳ୍ପକେ ବଞ୍ଚିଯାଇଛନ୍ତି ଯୋଶୋଦା ସାହୁ।ସେ ତାଙ୍କ ଘରେ ଶୋଇଥିବା ବେଳେ ହାତୀପଲ ଆସି ତାଙ୍କ ଘରଭାଙ୍ଗି ଦେବାସହ ଘରର ଆସବାବ ପତ୍ର ନଷ୍ଟକରି ଦେଇଥିଲେ। ହାତୀକୁ ଦେଖି ଯୋଶଦା ବେହୋଶ ହୋଇ ଯାଇଥିଲେ, କିନ୍ତୁ ହାତିମାନେ ଯୋଶଦାଙ୍କ କିଛି କ୍ଷତି କରିନାହାନ୍ତି । ଖବରପାଇ ମୁନିଗୁଡା ରେଞ୍ଦରଙ୍କ ନିର୍ଦ୍ଧେଶ କ୍ରମେ ଆଜି ବନବିଭାଗର ଅଧିକାରୀ ମାନେ ଗାଁରେ ପହଞ୍ଚି ଲୋକଙ୍କ ତଥ୍ୟ ସଂଗ୍ରହ କରିଥିବା ବେଳେ ସରକାରଙ୍କ ନିୟମ ଅନୁଯାଇ ସହାୟତା ଯୋଗାଇ ଦିଆଯିବବୋଲି କହିଛନ୍ତି ଫରେଷ୍ଚର୍ । ଏପଟେ ହାତୀ ପଲକୁ ଦେଖି ଅଞ୍ଚଳରେ ଆତଙ୍ ସୃଷ୍ଟି ହୋଇଛି । ତେଣୁ ବନ ବିଭାଗ ଶୀଘ୍ର ହସ୍ତକ୍ଷେପ କରି ହାତୀ ପଲକୁ ବନକୁ ଘଉଡ଼ାଇ ଜନ ବସତିକୁ ସୁରକ୍ଷିତ କରିବାକୁ ଦାବି ହେଉଛି ।

ଟିକର କଣ୍ଟୁଆ ଗ୍ରାମବାସୀ ୩ ଦିନରେ ପିଇବା ପାଣିପାଇଲେ..!

!!! ରାୟଗଡା ଜିଲ୍ଲାରୁ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡା ସଦର ବ୍ଲକର ବୈରାଗିହଲୁଆ ପଞ୍ଚାୟତର ଟିକର କଣ୍ଟୁଆ ଗ୍ରାମର ଦୀର୍ଘ ୬ ମାସ ହେବ ପାଣିପାଇଁ ହନ୍ତ ସନ୍ତ ହେଉଥିଲେ ଅଞ୍ଚଳବାସୀ,୧ କିଲୋମିଟର ଘାଟିରାସ୍ତା ଦେଇ ନାଗାବଳୀ ନଦୀରୁ ପାଣି ଆଣି ପିଉଥିଲେ ଗ୍ରାମବାସୀ ।ସରପଞ୍ଚଙ୍କୁ ଓ ପିଇଓଙ୍କୁ କହି କହି ଥକିଯାଇ ଶେଷରେ ପ୍ରତିନିଧି ମାନଙ୍କୁ ଖବର ଦେଇଥିଲେ ।ପ୍ରତିନିଧି ମାନେ ଟିକରକଣ୍ଟୁଆ ଗ୍ରାମରେ ପହଁଚି ନଳକୂପ ଦେଖିଲେ ଗୋଟିଏ ବର୍ଷେହେବ ଖରାପଅଛି ଅନ୍ୟଟି ଅଧଘଣ୍ଟା କାଳ ମାରିଲା ପରେ ଫିଲ୍ଟଟପାଣି ପରି ଧାର ବାହାରୁଛି । ଏବିଷୟରେ ବିଡ଼ିଓ ରାଜେନ୍ଦ୍ର ମାଝୀଙ୍କୁ ପଚାରିବାରୁ ମୋ ପାଖରେ ଖବର ନାହିଁ ।

ଏଣୁ ଆପଣ ମାନଙ୍କୁ ୩ଦିନ ସମୟ ଦିଅନ୍ତୁ ମୁ ପାଣି ବ୍ୟବସ୍ଥା କରାଇ ଦେବି ବିଡ଼ିଓ ଙ୍କ କଥାରେ ଗ୍ରାମ ବାସିନ୍ଦା ୩ଦିନ ଅପେକ୍ଷା କଲେ। ଯାହେଉ ବିଡ଼ିଓ ଆମ କଥା ରଖି ୩ ଦିନରେ ପିଇଓଙ୍କୁ ପଠାଇ ନଳକୂପର ସ୍ଥିତି ଅନୁଧ୍ୟାନ କରି ନଳକୂପକୁ ସଫାକରି ଆଉ ୨ଟି ପାଇପ ପକାଇବା ପରେ ଏବେ ଟିକରକଣ୍ଟୁଆ ଗ୍ରାମବାସୀ ନଳକୂପରୁ ପାଣି ପିଇ ପାରୁଛନ୍ତି । ଏଣୁ ଆମ ଅନୁରୋଧ କ୍ରମେ କାମ କରିଥିରୁ ବିଡ଼ିଓ ସାରଙ୍କୁ ଧନ୍ୟବାଦ ଜଣାଉଛୁ ଓ ମାଷ୍ଟ୍ରର ପ୍ଲାନରେ ଟିକରକଣ୍ଟୁଆ ଗ୍ରାମ ପାଇଁ ଆଉ ଏକ ନୂତନ ନଳକୂପ ପାଇଁ ରଖାଯାଇଛି ପଇସା ଆସିଲେ ନୂଆ ନଳକୂପ ଖନନ ହେବବୋଲି ବିଡ଼ିଓ କହିଛନ୍ତି।

ବେଦାନ୍ତ ଆଲୁମିନାର ଅଫିସରମାନଙ୍କ ଶ୍ରମିକ ମାରଣା ନୀତିରେ ହନ୍ତସନ୍ତ ଶ୍ରମିକ…!

!!! ରାୟଗଡା ଜିଲ୍ଲାରୁ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡା ଜିଲ୍ଲାର ମୁନିଗୁଡ଼ା ଲାଞ୍ଜିଗଡ ବେଦାନ୍ତ ଆଲୁମିନା ଲିମିଟେଡ଼ କମ୍ପାନୀ ଦୀର୍ଘବର୍ଷ ହେଲା ମୁନିଗୁଡା ବ୍ଲକ ନିକଟରେ କଳାହାଣ୍ଡିର ଲାଞ୍ଜିଗଡ଼ ଠାରେ ନିର୍ମାଣ କରାଯାଇଛି ସତ , କିନ୍ତୁ ପୂର୍ବରୁ ନିୟମ ଗିରି ପର୍ବତକୁ ନିଜ ଆୟତକୁ ଆଣିବା ନିମନ୍ତେ ବହୁ ପ୍ରୟାସକରି ମଧ୍ୟ ବିଫଳ ହେବାକୁଲାଗିଛି । କାରଣ ଏହି କମ୍ପାନୀଟି କୌଣସି ପ୍ରକାର ଜନ ହିତରେ ଲାଗୁ ହେଉନି।ବହୁବାର ଏଇ ଅଂଚଳର ସାଧାରଣ ଲୋକଙ୍କୁ କୌଣସି ପ୍ରକାର ସୁବିଧା ସୁଯୋଗ ଯୋଗେଇ ପାରିନି।ତାଛଡା ବେଦାନ୍ତ ଭିତରେ ଅନେକ ଛୋଟ କମ୍ପାନୀ ଗୁଡିକ ରହିଥିବା ବେଳେ ଅନେକ ଶ୍ରମିକ ଗୁଜୁରାଣ ମେଂଟେଇବା ନିମନ୍ତେ କାର୍ଯ୍ୟ କରି ନିଜ ଓ ନିଜର ପରିବାରର ପେଟ ପୋଷୁଛନ୍ତି । ହେଲେ ଏବେ କମ୍ପାନୀ ଅଧିନସ୍ତ ପ୍ରେସେସନ ଇଂଜିନିୟର ଲିମିଟେଡ଼ର ମନମୁଖୀ ଶାସନରେ ଅତିଷ୍ଠ ହୋଇ କିଛିଶ୍ରମିକ ଗତ ମାସରୁ କମ୍ପାନୀ ବାହାରେ ବସିଛନ୍ତି ,ସେମାନଙ୍କୁ ଛିନ୍ନ ଭିନକରି ଅଯଥାରେ ଭୁଆଁ ବୁଲେଇ କାମରୁ ଛଟେଇ କରି ଶ୍ରମିକ ମାରଣା ନୀତି ଆପଣେଇଛନ୍ତି।ଏ ସଂକ୍ରାନ୍ତରେ ଆମ ପ୍ରତିନିଧି ବହୁବାର ଯୋଗା ଯୋଗ କରି ଦ୍ବି ପାକ୍ଷିକ କଥା କହି ଶ୍ରମିକ ମାନଙ୍କ ପେଟରେ ଲାତ ମାରି ସମୟ ନଷ୍ଟ କରିଥିବା ଦେଖିବାକୁ ମିଳିଛି ।

ବେଦାନ୍ତ କମ୍ପାନୀ ପି.ର.ଓ.ଗୋଟେ ପ୍ରକାର କଥା କହୁଥିବା ବେଳେ ପ୍ରେସେସନ କମ୍ପାନୀ ଶ୍ରମିକକୁ ସେମାନଙ୍କ ସାଧାରଣ ସୁବିଧା ନଦେଇ ଧମକ ଚମକ ଦେଇ ଚାଲିଛି । ଶ୍ରମିକ ମାରଣା ନୀତିରେ ଅତିଷ୍ଠ ହୋଇ ଦୀର୍ଘ ଦିନ ହେଲା ନିଜର ପ୍ରାପ୍ୟ ପାଇଁ ନିରବ ଭାବେ ପ୍ରତିବାଦ କରିବା ଦେଖାଦେଇଛି । ପ୍ରକାଶ ଥାଉ କି କମ୍ପାନୀରେ ଅନେକ କାର୍ଯ୍ୟ ଆଇନ ବିରୁଦ୍ଧରେ ହେଲେମଧ୍ୟ ପ୍ରଶାସନ ତରଫରୁ ବି କୌଣସି ପଦକ୍ଷେପ ନିଆ ଯାଉନି । ଗତ ଦିନ ଲାଞ୍ଜିଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ଆଗରେ ପ୍ରେସେସନ କମ୍ପାନୀ ଶ୍ରମିକ ମାନକୁ ଆଲାଉଁସ ଦେବାକୁ ଲିଖିତ ଆକାରେ ଦେଇଥିବା ବେଳେ ଏ ଜାବତ କୌଣସି ଏଲଆଉଁସ ଦେଇନାହିଁ । କିନ୍ତୁ ପ୍ରେସେସନ କମ୍ପାନୀ ମୁଖ୍ୟ ସୁଶାନ୍ତ ଶତପଥୀଙ୍କ ଏକ ଛତ୍ରବାଦ ନୀତିଯୋଗୁଁ ଶ୍ରମିକ ଅଶାନ୍ତି ଦେଖିବାକୁ ମିଳୁଛି।ପ୍ରତିନିଧି ମାନେଏ ସଂକ୍ରାନ୍ତରେ ହସ୍ତକ୍ଷେପ ପରେ ଆମ ଆଗରେ ହଁ ଓ ଶ୍ରମିକ ଆଗରେ ନାଁ କରି ସମୟର ଅଯଥା ନଷ୍ଟ କରିଚାଲିଛି । ବର୍ତ୍ତମାନ ସ୍ଥିତିରେ ଶ୍ରମିକମାନେ କଳାହାଣ୍ଡି ଶ୍ରମ ଅଧିକାରୀ ,ଆରକ୍ଷୀ ଅଧିକ୍ଷକ ,ଜିଲ୍ଲା ପାଳ ଭଳି ବଡ଼ବଡ଼ିଆ ପ୍ରଶାସନିକ ଅଧିକାରୀଙ୍କୁ ଲିକ୍ଷିତାଙ୍କରେ ସେମାନଙ୍କ ସମସସ୍ୟାର ସମାଧାନ ପାଇଁ ଜଣେଇଛନ୍ତି।ଯଦି ସେମାନେ ନିଜର ହକ ନ ପାଆନ୍ତି ତେବେ ଆସନ୍ତା ଦିନରେ ଶ୍ରମିକମାନେ ବେଦାନ୍ତ କମ୍ପାନୀ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସି ନିଜର ହକର ଲଢେଇରେ ବସିବେ ବୋଲି ଜଣେଇଛନ୍ତି । ବର୍ତ୍ତମାନ କରୋନା କଟକଣା ଭିତେର ଦୁଇ ବେଳା ଦୁଇ ମୁଠା ଖାଇବାକୁ ମିଳୁନଥିବା ବେଳେ ପ୍ରେସସନ କମ୍ପାନୀର ଏ ଭଳି ଶ୍ରମିକ ମାରଣା ନୀତିକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି । ଦେଖିବାକୁ ବାକି ରହିଲା କେବେ ଏ ଶ୍ରମିକଙ୍କ ହକପାଇଁ ବେଦାନ୍ତ କର୍ତ୍ତୃପକ୍ଷ ଚିନ୍ତାକୁ ଆଣି ଶ୍ରମିକଙ୍କୁ କେବେ ଟିକେ ଆସ୍ୱସ୍ଥି ଦେବ ସମୟକହିବ ।

ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବିଭୁତି ଭୁଷଣ ଜେନା ଙ୍କ ମାନବିକତା..!

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗଞ୍ଜାମ)- ପୁଣି ମାନବିକତା ଦେଖାଇଲେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୁଷଣ ଜେନା । ପୂର୍ବରୁ ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଏବଂ ଅନ୍ୟ ଜିଲ୍ଲାର ଅସହାୟ ଲୋକଙ୍କୁ ସହାୟତା ଯୋଗାଇ ଉଦ୍ଧାରଣ ପାଲଟି ଯାଇଛନ୍ତି। ଅନ୍ତର୍ଗତ ଭାବିନିପୁରୁ ଗ୍ରାମର ୩୩ ବର୍ଷୀୟ ଅମ୍ରିତ୍ ପ୍ରଧାନ ଙ୍କ ଏକମୋ ଚିକିତ୍ସା ଲାଗି ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ଭଦ୍ରକ ଜିଲ୍ଲା ବାସୁଦେବପୁରୁ ଅଞ୍ଚଳର ନବ ବିବାହିତ ୨୮ ବର୍ଷୀୟ ଯୁବ ଇଞ୍ଜିନିୟର୍ ଅଭିଷେକ୍ ମହାପାତ୍ର ଗତ କିଛି ଦିନ ହେବ କରୋନା ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ କଳିଙ୍ଗ ହସ୍ପିଟାଲ୍ ରେ ଚିକିତ୍ସିତ ହୋଇ ଆସୁଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ମଧ୍ୟ ସହଯୋଗର ହାତ ବଢ଼ାଇ ଥିଲେ।ସୋମବାର ଦିନ ଗୋଳାବନ୍ଧ ଗ୍ରାମର ଏସ. ଧର୍ମରାଜୁ ଙ୍କ ପଜିଟିଭ ହୋଇ ଘରେ ଚିକିତ୍ସା ହେଉଥିଲେ।ଅକ୍ସିଜେନ ଅଭାବରୁ ଗତ ତିନି ତାରିଖ ରେ ହସ୍ପିଟାଲ ନେବା ବେଳେ ରାସ୍ତାରେ ମୁର୍ତ୍ୟୁ ବରଣ କରିଥିଲେ।ତାଙ୍କର ଦୁଇଟି ସନ୍ତାନ,ଗୋଟିଏ ପୁଅ ଓ ଗୋଟିଏ ଝିଅ ବାପା ଛେଉଣ୍ଡ ହୋଇଗଲେ ଏଣୁ ଶ୍ରୀ ଜେନା ପରିବାର ନିକଟରେ ସହାୟତା ଯୋଗାଇବା ସହ ତାଙ୍କ ପରିବାର ଙ୍କୁ ସମବେଦନା ଜଣାଇବା ସହ ପିଲାମାନଙ୍କର ପାଠ ପଢା ଦାୟିତ୍ୱ ନେଇଛନ୍ତି। କୁକୁଡ଼ାଖଣ୍ଡି ବ୍ଲକର ବୋରିଗାଁ ର କସ୍ତୁରୀ ସାହୁ ଜନ୍ମ ରୁ ଗୋଟିଏ ଆଖି ହରାଇଥିବା ବେଳେ ଅନ୍ୟ ଆଖି ଟି ମଧ୍ୟ ସଂକ୍ରମିତ ହେବାରୁ ଅପେରେସନ ପାଇଁ ଅର୍ଥ ବାଧକ ସାଜିଥିବାରୁ କସ୍ତୁରୀ ଙ୍କୁ ଭୁବନେଶ୍ୱର ଏଲଭି ପ୍ରସାଦ କତ୍ତୃପକ୍ଷ ସହିତ ଯୋଗାଯୋଗ କରି ଚିକିତ୍ସା କରିବା ପାଇଁ ଅନୁରୋଧ କରି ସହଯୋଗ ର ହାତ ବଢ଼ାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ସେହିପରି କୁକୁଡ଼ାଖଣ୍ଡି ବ୍ଲକର ମସିହା ଖାଲି ଗ୍ରାମର ଅତ୍ୟନ୍ତ ଗରିବ ମଙ୍ଗୁଳୁ ମହାରଣା ଙ୍କର ମେରୁଦଣ୍ଡ ଅପରେସନ ପାଇଁ ଆର୍ଥିକ ସହାୟତା ପାଇଁ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାର ଶୁଣି ସହଯୋଗ କରିବା ସହିତ ଆର୍ଥିକ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ।ଏମ୍ସ କତ୍ତୃପକ୍ଷ ଙ୍କୁ କଥାବାର୍ତ୍ତା କରି ଉତ୍ତମ ଚିକିତ୍ସା ପାଇଁ ଅନୁରୋଧ କରି ସହାୟତା ହାତ ବଢ଼ାଇ ଥିଲେ। ଏଥିସହ ଶ୍ରୀଯୁକ୍ତ ଜେନା ସାରା ଜିଲ୍l ବାସୀ ତଥା ନିଜ ସମର୍ଥକ ମାନଙ୍କୁ ରାଜନୈତିକ ଉଦ୍ଦେଶ୍ୟ ନରଖି ମାନବିକତା ଦେଖାଇ ସହାୟତର ହାତ ବଢେ଼ଇବା ନିମନ୍ତେ ଅନୁରୋଧ କରିବାସହ ଚିକିତ୍ସିତ ହେଉଥିବା ଦୁଇ ଜଣ ଙ୍କର ଆସୁଆରୋଗ୍ୟ କାମନା ପୂର୍ବକ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ୧୦ନଂ ଜିଲ୍ଲା ପରିଷଦ ସଭ୍ୟ ଏଲ. ମୋହନ ଦାସ, ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଚିନ୍ମୟା ନନ୍ଦ ଦାଶ,ମଧ୍ୟ ସହାୟତା ଯୋଗାଇ ଥିଲେ।ତୁଳୁ ମଣ୍ଡଳ ସଭାପତି ବ୍ରଜ ମୋହନ ନାହାକ, ନିମଖଣ୍ଡି ମଣ୍ଡଳ ସଭାପତି ଶିବ ପ୍ରସାଦ ପାତ୍ର, ବୋରିଗାଁ ର ବାବୁଲା ସାହୁ,ନିରଞ୍ଜନ ସାହୁ,ମସିହାଖାଲି ଗ୍ରାମର ଗୌତମ ମହାରଣା, ଲିଟୁ ସାହୁ,ନରସିଂହ ସାହୁ ଯୋଗ ଦେଇଥିଲେ।

ଦିନ କୁ ବଢ଼ିବାରେ ଲାଗିଛି ଛନ୍ଦକା ଆଇ.ଆଇ.ସି ଙ୍କ ଗୁଣ୍ଡା ରାଜ ନିରପେକ୍ଷ ତଦନ୍ତ ପାଇଁ ଦାବିକଲା କୋଦଳା ସାମ୍ବାଦିକ ସଙ୍ଘ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କାହାକୁ ଗାଳିମନ୍ଦ ତ’ ପୁଣି କାହାକୁ ମାଡ଼ । ଥାନାରେ ଯୋଗ ଦେବା ପରଠୁ ହିଁ ଚଳାଇଛନ୍ତି ଏକଚାଟିଆ ଶାସନ । ଏଭଳି ସଂଗିନ୍ ଅଭିଯୋଗ ଉଠିଛି ରାଜଧାନୀର ହାଇସିକ୍ୟୁରିଟି ଜୋନରେ ଥିବା ଚନ୍ଦକା ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳଙ୍କ ବିରୋଧରେ । ଜମିଜମା ମାମଲାରେ ଅଧିକ ମୁଣ୍ଡ ପୁରାଇ ଅନେକ ସାଧାରଣ ଲୋକଙ୍କୁ ନିର୍ଯାତନା ଦେଉଥିବା ଖୋଦ୍ ସ୍ଥାନୀୟ ବିଧାୟକ ପ୍ରକାଶ କରିଛନ୍ତି । ହେଲେ ର୍ଦୁଭାଗ୍ୟ ଏଯାବତ୍ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନନିଆଯିବା ଏବେ ଅନେକ ପ୍ରଶ୍ନ ଠିଆ କରିଛି । ୧୮୬୮ ମସିହାରେ ସ୍ଥାପିତ ହୋଇଥିଲା ଚନ୍ଦକା ଥାନା । ୨୦୦୮ରେ ଏହାକୁ କମିଶନରେଟ ପୁଲିସରେ ଅର୍ନ୍ତଭୁକ୍ତ କରାଯାଇଥିଲା । ତେବେ ଲକ୍ଷ ଥିଲା ଲୋକଙ୍କୁ ସେବା ଓ ସୁରକ୍ଷା ଦେବା । ହେଲେ ବିଗତ ୪ମାସର ରେକର୍ଡକୁ ଦେଖିଲେ ଥାନା ଅଧିକାରୀଙ୍କ ନାମରେ ଗଣ୍ଡାଗଣ୍ଡା ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି । ସେ ଡିସିପି ହୁଅନ୍ତୁ ଅବା ସିପି ବା ଜିଲ୍ଲାପାଳ କି’ ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ପାଖକୁ ଲୋକେ ଅଭିଯୋଗ ଫର୍ଦ୍ଦ ପଠାଇ ନୟାନ୍ତ ହେଲେଣି । କିନ୍ତୁ ତଦନ୍ତ ଘର ଶୂନ । ସବୁଠୁ ବଡ଼ କଥା ହେଉଛି ଥାନା ଅଧିକାରୀଙ୍କ ବିରୋଧରେ ଲମ୍ବା ଅଭିଯୋଗ ଉଠିବା ପରେ ଏବେ କିଛି ଗଣମାଧ୍ୟମକୁ ଢ଼ାଲ କରି ଏବେ ଖୋଦ୍ ଆଇଆଇସି ଏବେ ନିଜେ ଗେମପ୍ଲାନ୍ ରଚିଛନ୍ତି । ନିଜର ଭଲ ଗୁଣ ପ୍ରଚାର ଓ ପ୍ରସାର କରିବାକୁ ଅଂଟା ଭିଡିଛନ୍ତି । ଖାସ ଏଥିପାଇଁ ଏବେ କେତେକ ଗଣମାଧ୍ୟମ ଥାନା ଅଧିକାରୀଙ୍କ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଯାହା ଅନେକ ସନ୍ଦେହ ସୃଷ୍ଟି କରୁଛି । ଆଗରୁ ଚୁପ ଥିବା ଏ ଗଣମାଧ୍ୟମମାନେ ଅଚାନକ୍ ଥାନା ଅଧିକାରୀଙ୍କ ଭଲ ଗୁଣ ଛାପି ପ୍ରଚାର କରିବା ପଛର ଉଦ୍ଦେଶ୍ୟ କ’ଣ ହୋଇପାରେ? ଏହି ପ୍ରଶ୍ନ ଏବେ ସବୁଠି ଉଙ୍କି ମାରୁଛି । କେବଳ ଏତିକି ନୁହେଁ ଲୋକଙ୍କ ସମସ୍ୟାକୁ ନେଇ ଓ ବିଧାୟକଙ୍କ ପ୍ରତିକ୍ରୀୟାକୁ ନେଇ ନ୍ୟୁଜ୍ ୮ ଓଡିଆ ଖବର ପ୍ରକାଶ କରିବା ପରେ ଅଚାନକ୍ ଏ ଗଣମାଧ୍ୟମ ମାନଙ୍କ ଦିନ ହଜିଲା କେମିତି? କୁହାଯାଉଛି ନିଜ ପ୍ରଚାର ଓ ପ୍ରସାର କରି ବଡ଼ବଡ଼ିଆଙ୍କ ପାଖରେ ଭଲେଇ ହେବା ଲାଗି ପୂରା ଖେଳ କରିଛନ୍ତି ଥାନା ବାବୁ । କେତେକ ଦଲାଲଙ୍କୁ ଧରି ଗାଦି ସୁରକ୍ଷିତ ରଖିବା ଲାଗି ମିଡିଆକୁ ମୋହରା ବନାଇ ବାହାବା ସାଉଁଟିବାକୁ ଚେଷ୍ଟା କରାଯାଇଛି । ଏ ପ୍ରତି ବିଭାଗୀୟ ଅଧିକାରୀ ଧ୍ୟାନ ଦେବା ସହ ପୂରା ଘଟଣାର ଖୋଳତାଡ କଲେ ସେ କଥା ପଦାକୁ ଆସିବ ଯାହା ଉପରେ ରଂଗ ଲଗାଇବାକୁ ଚେଷ୍ଟା କରିଛନ୍ତି ଦେବେନ୍ଦ୍ର ବାବୁ । ନିୟମ କହୁଛି କମିଶନରେଟ ପୁଲିସରେ ଡିସିପି ଓ ସିପି ବାଇଟ୍ ଦେବାକୁ ଅନୁମତି ଥିବା ବେଳେ ନିଜ ଥାନା ଓ ନିଜ ପ୍ରଚାର ଲାଗି ଖୋଦ ଦେବେନ୍ଦ୍୍ର ବାବୁ ମିଡିଆରେ ମୁହଁ ଫୁଟାଣି ମାରିବା ପ୍ରମାଣ କରୁଛି ଡାଲ ମେ କୁଛୁ କାଲା ହେ । ଏ କାଲା କ’ଣ ତାହା ସିପି ଖୋଜିବେ ବୋଲି ଏବେ ସାଧାରଣ ଲୋକ ଭରସା ରଖିଛନ୍ତି ।

ପଲ୍ଲୀ ଭୂଇଁରୁ ଏକ ବିରଳ ପ୍ରତିଭାଙ୍କ ସାକ୍ଷାତକାର…!

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗଞ୍ଜାମ) – ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଚିଙ୍ଗୁଡିଖୋଲ ଗ୍ରାମର କବି ଦଣ୍ଡପାଣି ମହାପାତ୍ର ଏକ ସାମାଜିକ ପରିବର୍ତ୍ତନକାମୀ ମଣିଷର ଆଗ୍ନେୟ ଓଁକାର ଭିତରେ କବିତାର ଶାଣିତ ଅଙ୍ଗୀକାର ଯେ କେବଳ ନୁହେଁ, ଦୁର୍ଦ୍ଦଶ ଇସ୍ତାହାର ହେଉଛି ଅମଣିଷ ବିରୁଦ୍ଧରେ ତାଙ୍କର ପ୍ରତ୍ୟେକ ପଦାବଳୀ । ସାମ୍ବାଦିକ, ସାହିତ୍ୟିକ ସର୍ବୋପରି ଜଣେ ସଂକଳ୍ପମନା ଦୃଢ଼ ସଂଗଠକ ଭାବେ ସେ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ । ବିବେକବାଦର ଚିତ୍ରଚିରାଳ ଉଡାଇ ଉଡାଇ ମାନବିକ ପରିଭାଷାରେ ମଣିଷର ଜୟଗାନ କରୁଥିବା ଏହି କବି ତାଙ୍କ ସୃଜନଶୀଳ ସାଧନାର ତପସ୍ୟାବେଦୀରେ ଅବିଶ୍ରାନ୍ତ ଗାଇଚାଲିଛନ୍ତି ଗଣମୁକ୍ତିର ବେଦଧ୍ଵନୀ । ତାଙ୍କ ନାନ୍ଦିପାଠର ଛତ୍ରେ ଛତ୍ରେ ଫୁଟି ଉଠିଛି ଦୀନହୀନ ମାନବାତ୍ମା ପାଇଁ କର୍କଶ ରେ-ରେ କାରର ଉଗ୍ରଚେତାବନୀ । ଦାରିଦ୍ର୍ୟର ଦାରୁଣ କଷାଘାତ କବିଙ୍କୁ କରିଛି ଅଗ୍ନିଦଗ୍ଧ କାଞ୍ଚନ ଭଳି ଚିର ଜାଜ୍ଜୁଲ୍ୟମାନ । ତାଙ୍କ ବିପ୍ଲବୀ କାବ୍ୟିକ ଚେତନାର ସୁର-ଶବ୍ଦ ତୁଣୀରରେ ସଦା-ଜାଗ୍ରତ କ୍ରୋଧିତକ୍ରାନ୍ତୀର ସ୍ଫର୍ଦ୍ଧିତ ପାଶୁପତ । ବର୍ଣ୍ଣବୈଷମ୍ୟର ବାହାରେ ଅଜସ୍ର ରୌଦ୍ରଦଗ୍ଧ ଉତ୍ତପ୍ତ ମଧ୍ୟାହ୍ନ ଝାଞ୍ଜିରେ ଆକ୍ତା ମାକ୍ତା ତାଙ୍କ କବିତ୍ୱର ପରିଭାଷା ।
ସେ କହନ୍ତି –
କାଲି ତ ନଥିଲା କିଛି ବି ମୋ ଠାରେ
ଆଜି ବି ତ କିଛି ନାହିଁ
ଆଜି ବି ମୁଁ ଘୂରେ ଯାଯାବର ଭଳି
ମରୁ ମହଲ୍ଲାର ଗାଇ
ତୃଷା ମେଣ୍ଟାଏ ମୃଗତୃଷ୍ଣାରୁ
ପିଇ ଆଞ୍ଜୁଳେ ଜଳ
ଭାତ ନୁହେଁ ଭୋକ, ମୋ ଚଲାପଥର
ସାଥି ଆଉ ସହଚର
ଧନହୀନ ମୁଁତ କବି
ଗଭୀର ରାତ୍ର କୋଳେ ବସି ଆଙ୍କେ
ସୂର୍ଯ୍ୟୋଦୟର ଛବି ।

ଏଭଳି ଜଣେ ମହାନ ପ୍ରତିଭା, ଯିଏ ଆଧୂନା ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଏବଂ ରାଜ୍ୟ ଭାଷା ସୁରକ୍ଷା ସମ୍ମିଳନୀର ଉପାଧ୍ୟକ୍ଷ ତାଙ୍କୁ ଭେଟିଥିଲେ ଆମ ପ୍ରତିନିଧି ଯାହାର ସଂକ୍ଷିପ୍ତ ସୂଚନା ଦେଇଛନ୍ତି ।

ବେସାହାରା ଅନାଥ ୩ ପିଲାଙ୍କୁ ସହାୟତା ପ୍ରଦାନ।

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା) – ବେସାହାରା ତିନି ଅନାଥ ପିଲାଙ୍କୁ ରେଡକ୍ରସ ପାଣ୍ଠିରୁ ଓ ଗୁରୁ ଛାତ୍ର କଲ୍ୟାଣ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଛି । ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ଗ୍ରାମରେ ନିଜର ମାମୁଁ ମଙ୍ଗୁଳି ସାହୁଙ୍କ ଘରେ ରହି ଆସୁଥିଲେ କନିଆରବଡି ଗ୍ରାମର ରମେଶ ସାହୁ ଓ ପତ୍ନୀ ମହାଲକ୍ଷ୍ମୀ । ରମେଶଙ୍କ ବଡ ଝିଅ କୁମୁଦିନି ପୁରୁଷୋତ୍ତମପୁର ଠାରେ ବିବାହ କରିଥିବା ବେଳେ ପୁଅ ମିଥୁନ(୧୭) ମାନସିକ ସ୍ତରରେ ଦୁର୍ବଳ ଓ ତାଙ୍କ ସହ ଆଉ ଦୁଇ ଝିଅ ରଶ୍ମିତା(୧୪) ଓ ଗଂଗୋତ୍ରୀ(୧୨) କୁ ନେଇ ରମେଶ ଓ ମହାଲକ୍ଷ୍ମୀ ଙ୍କ ସଂସାର। ଗତ କିଛି ମାସ ତଳେ ମହାଲକ୍ଷ୍ମୀଙ୍କ ସ୍ୱାସ୍ଥ୍ୟ ବିଗିଡିବା ପରେ ତାଙ୍କୁ ଚିକତ୍ସା ପାଇଁ ବ୍ରହ୍ମପୁର ନେବା ପରେ ସେଠାରେ ତାଙ୍କର ଦୁରାରୋଗ ବୋଲି ଜଣା ପଡିବା ପରେ ସବୁ ଧାର କରଜ କରି ପତ୍ନୀଙ୍କ ଚିକିତ୍ସା କରିବା ପରେବି ତାଙ୍କଅବସ୍ଥା ସୁଧୁରିବା ବଦଳରେ ବଢିବାକୁ ଲାଗିଲା। ଗତ ୧୯/୫/୨୦୨୧ ସକାଳେ ମହାଲକ୍ଷ୍ମୀ ଚିକତ୍ସା ଧୀନ ଅବସ୍ଥାରେ ମୃତ୍ୟୁବରଣ କରିବା ପରେ ତାଙ୍କ ଶବକୁ ନିଜ ଗାଁକୁ ଆଣି ସତ୍କାର କରି ଆସିବା ପରେ ସେହିଦିନ ସନ୍ଧ୍ୟାରେ ସ୍ୱାମୀ ରମେଶଙ୍କର ହୃଦଘାତରେ ମୃତ୍ୟୁବରଣ କରିଥିଲେ। ଗୋଟିଏ ଦିନରେ ବାପା ଓ ମା ଙ୍କୁ ହରାଇ ୩ ସନ୍ତାନ ଅନାଥ ହୋଇଗଲେ। ଖବର ପାଇ କୋଦଳା ତହସିଲଦାର ଅବନୀ କୁମାର ସାହୁ ଓ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ସେମାନଙ୍କ ଘରେ ପହଞ୍ଚି ରେଡ଼କ୍ରସ ପାଣ୍ଠିରୁ ୧୦୦୦୦/- ପ୍ରଦାନ କରିବା ସହ ପାଲ ଓ କିଛି ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି। ଅପର ପକ୍ଷରେ ପୂର୍ବରୁ ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ହୋଇଥିବା ଗୁରୁ ଛାତ୍ର କଲ୍ୟାଣ ପାଣ୍ଠିରୁ ଦୁଇ ଛାତ୍ରୀ ରଶ୍ମିତା ଓ ଗଂଗୋତ୍ରୀ କୁ ୧୦୦୦୦/- ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି। ଷଣ୍ଢମୂଳ ଗ୍ରାମବାସୀ ମଧ୍ୟ ଏହି ସନ୍ତାନଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ଏପରି ସ୍ଥଳେ ପ୍ରଶାସନ କିମ୍ବା ସ୍ବେଛାସେବୀ ଅନୁଷ୍ଠାନ ଅଥବା କୌଣସି ସହୃଦୟ ବ୍ୟକ୍ତି ଏହି ଅନାଥ ପିଲାଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇବା ପାଇଁ ସମସ୍ତେ ଅନୁରୋଧ କରିଛନ୍ତି।