“ଲୋକ ଡାଉନ ସମୟରେ ବିଦ୍ୟତ ବିଲ,ଘର ଭଡା ଛାଡା,ଦୋକାନ ଭଡା ଛାଡିବା ପାଇଁ ନଗର ଭାଜପା ତରଫରୁ ରାୟଗଡା ଏ.ଡି.ଏମ ଙ୍କୁ ଦାବିପତ୍ର ପ୍ରଦାନ”..!

!!! ରାୟଗଡ଼ା ଜିଲ୍ଲା ଟାଉନ ପ୍ରତିନିଧି ପି. ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ରାୟଗଡା) – ଆଜି ଭାରତୀୟ ଜନତା ପାର୍ଟି ରାୟଗଡା ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାସଙ୍କ ନେତୃତ୍ୱରେ ରାୟଗଡା ବ୍ୟବସାୟୀ ମାନଙ୍କ ପ୍ରତି ଲୋକଡାଉନ ସମୟରେ ଦୋକାନ ଭଡା,ଘର ଭଡ଼ା,ବିଜୁଳି ବିଲ,ଋଣ ଛାଡ କରିବା ଏବଂ ରାୟଗଡା ସହରରେ ଥିବା କେତେକ ପ୍ରାଇଭେଟ ଫାଇନାନ୍ସ ସଂସ୍ଥା ପକ୍ଷରୁ ଲୋକମାନେ ବ୍ୟବସାୟ କାମରେ ହାତ ଉଧାର ନେଇଥାନ୍ତି ତାଙ୍କ ଠାରୁ ୫% କିମ୍ବା ୧୦% ଜବରଦସ୍ତ କରି ମାଗିବା ନଚେତ ଗୁଣ୍ଡା ଲୋକଙ୍କୁ ପଠାଇ ଜୋର ଜବରଦସ୍ତ ଟଙ୍କା ଆଦାୟ କରିବା ।

ଏହି ସବୁ ବିଷୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ ଦାବି ପୂରଣ ନ ହେଲେ ଆଗାମି ଦିନରେ ଆନ୍ଦୋଳନ କରାଯିବ ବୋଲି ନଗର ସଭାପତି ଶ୍ୟାମ କୁମାର ଦାଶ ପ୍ରକାଶ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଭାଜପା ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାସ, ଅଜୟ କୁମାର,ଶିବା ଭାସ୍କର, ଜଗଦୀଶ ସୁନାରୀ ଏବଂ ସହ କର୍ମୀ ସାମିଲ ହୋଇ ସରକାରଙ୍କ ର ସମସ୍ତ କୋଭିଡ ନିୟମକୁ ମାନି ଦାବିପତ୍ର ପ୍ରଦାନ କରିଥିଲେ।

ପଦାରେ ପଡ଼ୁଛି ଠିକାଦାର ଏବଂ ଯନ୍ତ୍ରୀଙ୍କର ମଧୁ ଚନ୍ଦ୍ରିକା ; ଦୁବନା କାଳିମାଟି ରାସ୍ତା ପାଲଟିଛି ମରଣଯନ୍ତା..!

!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କାଳିମାଟି ) – ଖଣି କାରଖାନା ପାଇଁ ରାଜ୍ୟ ରାଜକୋଷ କୁ ସବୁଠାରୁ ଅଧିକା ରାଜସ୍ଵଦେଉଥିବା ଅଞ୍ଚଳ ର ରାସ୍ତାର ଅବସ୍ଥା ନିଜ ଆଖି ରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ଆମେ କହୁଛୁ କାଳି ମାଟି ଠାରୁ ଦୁବୁନା ପର୍ଯ୍ୟନ୍ତ ରାସ୍ତା କଥା। ଏଠାରେ ବାହୁବଳୀ ବିଧାୟକଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନ ର ବିଧାୟିକା ମୀନାକ୍ଷୀ ମହାନ୍ତ ଙ୍କ ପର୍ଯ୍ୟନ୍ତ , ସମସ୍ତେ ନିଜର ପତିଆରା ଦେଖାଇ ନିଜର ଆଧିପତ୍ୟ ବିସ୍ତାର କରି ଚାଲିଥିବା ବେଳେ ଏହି ଖଣି ଅଞ୍ଚଳର ବିକାଶ ପାଇଁ କାହାରି ନଜର ନାହିଁ । ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଜିଲା ଖଣିଜ ପ୍ରତିଷ୍ଠାନରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏ ଅଞ୍ଚଳ ପାଲିଟିଛି ପ୍ରଶାଶନର ସାବତ ପୁଅ । ଏ ଅଞ୍ଚଳରେ କାଳିମାଟି ଠାରୁ ଦୁବୁନା ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ ପାଇଁ ୨୦୧୮ ମସିହାରେ  DMF ରୁ ୧୨ କୋଟି ୮୭ ଲକ୍ଷ ୮୬ ହଜାର ୫୪୬ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏହାର ସଂପାଦନ କାର୍ଯ୍ୟ ଜିଲା ରାସ୍ତା ଓ ଗୃହ ବିଭାଜନ ବିଭାଗକୁ ଦିଆଯାଇଥିଲା । ଏବଂ ବିଭାଗ ଦ୍ବାରା ଏହି କାର୍ଯ୍ୟ ବି.ବି. ଇନ୍ଫ୍ରାସଲୁସନ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଠିକା ସଂସ୍ଥାକୁ ଦିଆଯାଇଥିଲା ।

ଏହାର ନିର୍ମାଣ କାର୍ଯ୍ୟ ୧୮- ୪ – ୨୦୧୮ ରୁ.ଆରମ୍ଭ ହୋଇ୧୭-୨ – ୨୦୧୯ ରେ ସରିବାର ଥିଲା ଶୁଚନା ଫଳକ ଅନୁଶାରେ ଏହି ରାସ୍ତା କାମ ୨ ବର୍ଷ ୪ ମାସ ଆଗରୁ ସରିବା କଥା କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ଅବସ୍ତା ଯଥାପୂର୍ବଂ ତଥା ପରଂ । ଏହି ରାସ୍ତା ପରିଦର୍ଶନ ରେ ନିଜେ ଜିଲ୍ଲାପାଳ ଆଶି ବୁଲି ଦେଖିଥିଲେ । ତାହା ବି ବର୍ଷେ ଉପରେ ହେବା ପରେ ମଧ୍ୟ କୌଣଷି ସୁଫଳ ମିଳି ନ ଥିଲା। ତେବେ କାର୍ଯ୍ୟ ଦେଶ ସରିବାର ୨ ବର୍ଷ ୪ ମାସ ବିତିଯାଇଥିଲେ ମଧ୍ୟ ପ୍ରଶାଶନିକ ସ୍ଥର ରେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ହେବା ନିଶ୍ଚୟ ପ୍ରଶ୍ଳବାଚୀ ଶୃଷ୍ଟି କରିଛି। ଏବଂଏଥିରୁ ଯଣା ପଡୁଛି ଠିକା ସଂସ୍ଥା ଓ ଯନ୍ତ୍ରୀ ମାନଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କ | ପ୍ରକାଶ ଯୋଗ୍ୟ ଯେ ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଟ୍ରିପ ଖଣିଜ ସାମଗ୍ରୀ ପରିବହନ ହେଉଥିବା ବେଳେ ଏହି ରାସ୍ତା ଉପରେ ଆଖପାଖ ୩ ଟି ପଞ୍ଚାୟତର ଲୋକ ନିର୍ଭର କରିଥାନ୍ତି । ତେଣୁ ରାସ୍ତାର ଏପରି ଅବସ୍ଥା ଯୋଗୁ ପ୍ରାୟ ପ୍ରତିଦିନ ଏଠାରେ ଛୋଟ ବଡ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହୋଉଥିବାର ଦେଖିବା ପାଇଁ ମିଳୁଛି। ତେବେ ଏ ଅଞ୍ଚଳବାସୀଙ୍କ ପାଇଁ ଏହି ରାସ୍ତା ଏବେ ପାଲଟିଛି ମରଣଯନ୍ତା ।

କନିଆରୀବାଡ଼ି ଠାରେ ମା ପାଦୁକେଇ ଗ୍ରାମ୍ୟ ଉନ୍ନୟନ କମିଟି ଗଠିତ…!

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋଦଳା) – ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ବୁରୁଝୁରୀ ପଂଚାୟତ ର କନିଆରୀବାଡ଼ି ଗ୍ରାମରେ ମା ପାଦୁକେଇ ଗ୍ରାମ୍ୟ ଉନ୍ନୟନ କମିଟି ଗଠିତ ହୋଇଛି । ଗ୍ରାମରେ ଯୁବକମାନଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି । ଗ୍ରାମକୁ ମଦ ଆଉ ଜୁଆ ମୁକ୍ତ କରିବା ପାଇଁ ଏହି କମିଟି ମାଧ୍ୟମରେ ଅଣ୍ଟା ଭିଡ଼ିଲେ ଯୁବ ଗୋଷ୍ଠୀ । କମିଟି ଗଠନ ପରେ ମଦ ଆଉ ଜୁଆ ମୁକ୍ତ ସହ କରୋନା ମହାମାରୀକୁ ନେଇ ଗ୍ରାମରେ ସଚେତନତା କରାଯାଇଥିଲା । ଏହି କମିଟିରେ ସଭାପତି ଭାବେ ନାରାୟଣ ସାହୁ, ଉପସଭାପତି ସୁରେନ୍ଦ୍ର ମହାନ୍ତି, ସମ୍ପାଦକ ପ୍ରିୟବ୍ରତ ମହାନ୍ତି, ସହସମ୍ପାଦକ ରୂପେଶ ସାହୁ, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ମହାନ୍ତି , ସଂଯୋଜକ ମୁନା ଡାକୁଆ ଥିବା ବେଳେ ଉପଦେଷ୍ଟା ଅର୍ଜୁନ ସାହୁ, ରତ୍ନାକର ଖୁଣ୍ଟିଆ ଓ କୁନା ସାହୁଙ୍କୁ ମନୋନୀତ କରାଯାଇଛି । ଆଗକୁ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି କମିଟି ର ସଦସ୍ୟମାନେ ପ୍ରକାଶ କରିଛନ୍ତି ।

ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ମୃତ ଶିକ୍ଷକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ…!

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋଦଳା) – ଗତ ଜୁନ ମାସ ୫ ତାରିଖ ଦିନ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ହାତୀଓଟ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରମେଶ ଚନ୍ଦ୍ର ସେଠୀ କରୋନାରେ ଆକ୍ରାନ୍ତ ହୋଇ ଅକାଳ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୩୯ ବର୍ଷ ବୟସ ହୋଇଥିଲା । ଗଞ୍ଜାମ ଜିଲ୍ଲା ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଆଜି ସ୍ବର୍ଗତ ରମେଶଙ୍କ ଘରକୁ ଏକ ପ୍ରତିନିଧି ଦଳ ଯାଇ ତାଙ୍କ ପତ୍ନୀଙ୍କୁ ୧ ଲକ୍ଷ ୧୯ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ପରିବାରକୁ ସମବେଦନା ଜଣାଇଥିଲେ। ଏହି ପ୍ରତିନିଧି ଦଳରେ ଗଞ୍ଜାମ ଜିଲ୍ଲା ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ସଂଘର କୋଷାଧ୍ୟକ୍ଷ ସଦାଶିବ ପ୍ରଧାନ ଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଉପସ୍ଥିତ ଥିଲେ ।

ଶୈବ ପୀଠରେ ଶୀତଳ ଷଷ୍ଠୀ ଉତ୍ସଵ ଅନୁଷ୍ଠିତ…!

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋଦଳା) –  ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବିଭିନ୍ନ ଶୈବ ମନ୍ଦିରରେ ପବିତ୍ର ରଜ ସଂକ୍ରାନ୍ତି ସହ ଶୀତଳ ଷଷ୍ଠୀ ଉତ୍ସଵ ନିରାଡ଼ମ୍ବର ସହ ବିନା ଭକ୍ତରେ ପାଳିତ ହୋଇଯାଇଛି । ସାଙ୍କୁଡା ସ୍ଥିତ ଧବଳେଶ୍ବର ମନ୍ଦିର ପରିସରରେ ଆଜି ଅପରାହ୍ନରେ ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏକ ସୁସଜ୍ଜିତ ବିମାନରେ ମହାଦେବ ଶିବଙ୍କ ପ୍ରତିମାଙ୍କୁ ବେଢ଼ା ମଧ୍ୟକୁ ଅଣାଯିବ। ପରେ ଦେବୀ ପାର୍ବତୀଙ୍କ ପ୍ରତିମାଙ୍କୁ ମଧ୍ୟ ନିର୍ମିତ ବେଦୀକୁ ଅଣାଯିବା ପରେ ପୁରୋହିତଙ୍କ ଦ୍ୱାରା ବିବାହ କାର୍ଯ୍ୟ ସମାପନ କରାଯାଇଥିଲା।

ଏହା ସହ ବେଢ଼ା ପରିକ୍ରମା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଳ୍ପ ପୂଜାରୀ ଉପସ୍ଥିତ ରହି କେବଳ ରୀତିନିତି ଅନୁସାରେ ପୂଜା କାର୍ଯ୍ୟ ସମାପନ କରାଯାଇଥିଲା। ଉଭୟ ପକ୍ଷରୁ ପୂଜାରୀ ଉପସ୍ଥିତ ରହି ନିରାଡ଼ମ୍ବର ସହକାରେ ବିବାହ ଉତ୍ସବରେ ସାମିଲ ହୋଇଥିଲେ। ସେହିପରି ବ୍ଲକର ଦଣ୍ଡେଶ୍ୱର ମନ୍ଦିର, ତୁମ୍ବେଶ୍ୱର ମନ୍ଦିର, ତାଳେଶ୍ୱର ମନ୍ଦିର, ଜଗତେଶ୍ୱର ମନ୍ଦିର, ଅମରେଶ୍ୱର ମନ୍ଦିର, ସିଦ୍ଧେଶ୍ଵର ମନ୍ଦିର ସମେତ ସମସ୍ତ ଶୈବ ମନ୍ଦିରରେ ଶୀତଳଷଷ୍ଠୀ ପାଳିତ ହୋଇଯାଇଛି ।

ସିଂହାସନୀ ପୀଠରେ ରଜ ପର୍ବ ବନ୍ଦ…!

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବ୍ରହ୍ମପୁର) – ପୋଲସରା ବ୍ଲକ ଅନ୍ତର୍ଗତ ମା’ ସିଂହାସନୀ ପୀଠରେ ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ରଜ ପର୍ବକୁ ବନ୍ଦ କରାଯାଇଅଛି। କେବଳ ପୂଜାରୀ ମାନଙ୍କୁ ନେଇ ନୀତିକାନ୍ତି ଅନୁଯାଇ ପୂଜାର୍ଚ୍ଚନା ଚାଲୁଅଛି। ଆଜି ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମା’ ସିଂହାସନୀ ପିଠକୁ ଯାଇ ପରିଦର୍ଶନ କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଛନ୍ତି।

ଉପ ଜିଲ୍ଲାପାଳ ଛତ୍ରପୁର, ଏସ. ଡି. ପି. ଓ ପୁରୁଷୋତ୍ତମପୁର, ପୋଲସରା ବିଡିଓ ତହସିଲଦାର, ଥାନା ଅଧିକାରୀ ଓ ମା ସିଂହାସନୀ ଉନ୍ନୟନ କମିଟି ର ସମସ୍ତ ସଭ୍ୟ ଯୋଗ ଦେଇଥିଲେ।

ନକଲି ଔଷଧ କାରବାର କୁ ନେଇ ଖୋଲତାଡ଼ ଆରମ୍ଭ ,୨ଟି ସଂସ୍ଥା ଉପରେ ଚଢ଼ାଉ ।

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କଳାହାଣ୍ଡି) – ଦେଶରେ କୋରୋନା ମହାମାରୀ ଯୋଗୁଁ ସାଧାରଣରେ ଭୟ ଓ ଆତଙ୍କର ବାତାବରଣ ବୃଦ୍ଧି ପାଇଥିବା ବେଳେ ନକଲି ଔଷଧ କାରବାର କୁ ନେଇ ଜିଲ୍ଲାବାସୀ ହତଚକିତ ହୋଇ ପଡିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ନକଲି ଔଷଧ କାରବାର ଘଟଣା ଦେଖିବାକୁ ମିଳିଥିବାରୁ ଲୋକେ ଔଷଧ ର ନକଲି ବ୍ୟବସାୟ କଳାହାଣ୍ଡି ଜିଲ୍ଲାରେ ଜଣାପଡ଼ିବା ପରେ ଔଷଧ ଦୋକାନ ଉପରେ ଥିବା ବିଶ୍ଵାସରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦାବି କରିଛନ୍ତି। ପ୍ରଶାସନ ଜିଲ୍ଲାରେ ନକଲି ଔଷଧ କାରବାର ର ଖୋଲ ତାଡ଼ ହେବା ସହ ଦୁଇ ସଂସ୍ଥା ଉପରେ ଚଢ଼ାଉ କରାଯାଇଛି।

ହିମାଚଳ ପ୍ରଦେଶରୁ ନକଲି ଔଷଧ ଆଣି ବିକ୍ରି କରୁଥିବା ଅଭିଯୋଗ ରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଷ୍ଟ ଓ ଧର୍ମଗଡ଼ ସ୍ଥିତ ଜୟହିନ୍ଦ ଟେଡର୍ସ ଉପରେ ଚଢ଼ାଉ ହୋଇଥିଲା।ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ସ୍ଥାନୀୟ ପୋଲିସ ଚଢ଼ାଉ କରିଥିଲା।ତେବେ ଚଢ଼ାଉ ବେଳେ ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ସହ ଔଷଧ ଜବତ ହୋଇଥିବା ଜଣା ପଡେ। ସୂଚନାଯୋଗ୍ୟ ଯେ , କଟକ ଲିଙ୍କ ପରେ ନକଲି ଔଷଧ ଉପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଖୋଲତାଡ଼ ସହ ଚଢ଼ାଉ ପ୍ରକ୍ରିୟା ଜାରୀରହିଛ।

ଏମ.ଜି.ଏନ୍.ଆର୍.ଜି.ଏ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ ; ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା।

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କଳାହାଣ୍ଡି) – ରାଜ୍ୟରେ କୋରୋନା ମହାମାରୀ ଯୋଗୁଁ ଗ୍ରାମାଞ୍ଚଳରେ ଲୋକେ କାମଧନ୍ଦା ନ ପାଇ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ଏଭଳି ସମସ୍ୟାର ମୁକାବିଲା ପାଇଁ ଲୋକଙ୍କୁ ନିଜ ଗାଁ ରେ କାମ ଯୋଗାଇ ଦେବାକୁ ଏମ୍ ଜି ଏନ୍ ଆର୍ ଇ ଜି ଏସ୍ ମାଧ୍ୟମରେ ରୋଜଗାର କରି ଜୀବିକା ନିର୍ବାହ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ହେଲେ ଏହି ଯୋଜନାରେ ଗରୀବ ଖଟିଖିଆ ମାନେ କିପରି ଉପକୃତ ହେଉଛନ୍ତି ତାହାର କିନ୍ତୁ ସରକାର କୌଣସି ନିଘା ନେଉ ନ ଥିବାରୁ ସ୍ଥାନୀୟ ଅଧିବାସୀମାନଙ୍କ ମନରେ କ୍ଷୋଭ ଜାତ ହେଉଥିବା ଘଟଣା ଦେଖିବାକୁ ମିଳିଛି। ଖବର ନେବାରୁ ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଓ ଅନଗ୍ରସର ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମାଳିଗାଁ ପଞ୍ଚାୟତ ରେ ଏଭଳି ଏକ ଘଟଣା ଲୋକଲୋଚନକୁ ଆସିବା ପରେ ଚର୍ଚ୍ଚା ର ବିଷୟ ହୋଇଛି। ଏହି ଯୋଜନାରେ ପ୍ରାୟ ୬ଲକ୍ଷ ଟଙ୍କାର ଦୂର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମାଳିଗାଁ ପଞ୍ଚାୟତ ଅନ୍ତର୍ଗତ ଭାଲୁଘାଟି ଡଙ୍ଗର ରେ ୧୦ ହେକ୍ଟର ଜମିରେ ଜଳ ସଂରକ୍ଷଣ ନିମନ୍ତେ ଏକ ପ୍ରକଳ୍ପ ହାତକୁ ନିଆ ଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ତା ୨୯ .୧୧.୨୦୨୦ରିଖ ଠାରୁ ତା୧୨.୧୨.୨୦୨୦ ରିଖ ପର୍ଯ୍ୟନ୍ତ ୧୪ ଦିନ ପାଇଁ ୪୦ ଜଣ ଶ୍ରମିକ, ଦ୍ଵିତୀୟ ପର୍ଯ୍ୟାୟରେ ତା ୧୪.୧୨.୨୦୨୦ ରୁ ତା ୨୯.୧୨.୨୦୨୦ରିଖ ଯାଏଁ ୧୬ ଦିନ ପାଇଁ ୭୫ ଜଣ ଶ୍ରମିକ ଓ ତୃତୀୟ ପର୍ଯ୍ୟାୟ ରେ ତା ୦୯. ୦୧.୨୦୨୧ରିଖ ରୁ ତା୨୪.୦୧.୨୦୨୧ରିଖ ଯାଏଁ ୩୪ ଜଣ ଶ୍ରମିକ ନିୟୋଜିତ କରି ସମୁଦାୟ ପ୍ରାୟ ୬ ଲକ୍ଷ ଟଙ୍କା ମଜୁରୀ ବାବଦକୁ ପୈଠ କରାଯାଇଥିବା ଜଣାପଡ଼ିଛି। ଏହି କାର୍ଯ୍ୟରେ ଗାଁ ସାଥି ଭାବେ କାର୍ଯ୍ୟ କରୁଥିବା ଜୟଗଉଡ ଓ କମ୍ୟୁନିଟି ମୋବିଲାଇଜର୍ (ସି ଏମ୍) ତିଳୋତ୍ତମା ଗଉଡ ଉଭୟେ ଚଞ୍ଚକତା କରିଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଜିଲ୍ଲାପାଳ ଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଉଭୟେ ଗାଁ ସାଥି ଓ ସିଏମ୍ ମନଇଛା ପଡୋଶୀ ନବରଙ୍ଗପୁର ଜିଲ୍ଲା ରେ ବାସ କରୁଥିବା ନିଜ ସମ୍ପର୍କୀୟ ଙ୍କ ନାମରେ ଜବ୍ କାର୍ଡ କରି ବ୍ୟାଙ୍କ ରେ ପାସବୁକ୍ ଖୋଲି ଅର୍ଥ ହରିଲୁଟ୍ କରିଥିବା ଗ୍ରାମବାସୀ ଅଭିଯୋଗ କରନ୍ତି। ଏପରିକି ଶ୍ରମିକଙ୍କ ମଧ୍ୟରୁ କିଛି ଲୋକ ମୃତ୍ୟୁବରଣ କରିଥିବା ବେଳେ ସମସ୍ତଙ୍କ ପାସବୁକ୍ ଓ ଏଟିଏମ୍ କାର୍ଡ ରଖି ମନଇଛା ଟଙ୍କା ଉଠାଉଥିବା ଅଭିଯୋଗ କରିଛନ୍ତି। ଏସଂକ୍ରାନ୍ତରେ ସ୍ଥାନୀୟ ବ୍ଳକ ପ୍ରଶାସନ, ପୋଲିସଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଆହୁରି ମଧ୍ୟ ଆଶ୍ଚର୍ଯ୍ୟର ବିଷୟ ଯେ ସବୁବେଳେ କଥା କଥାରେ ନିଜ କାର୍ଯ୍ୟରେ ସ୍ଵଛ୍ଛତାକୁ ଅଗ୍ରାଧିକାର ଦେଉଥିବା ବ୍ୟାଙ୍କ ମଧ୍ୟ କିପରି ପାସବୁକ୍ ଖୋଲିବା ବେଳେ ଦୃଷ୍ଟି ଦେବାରେ ଅବହେଳା ଓ ବେପରୁଆ କରିଛି ତାହା ମଧ୍ୟ ସନ୍ଦେହ ଘେରରେ। ହେଲେ ଜିଲ୍ଲାରେ ଲକଡାଉନ୍ ଲାଗିରହିଥିବା ଯୋଗୁଁ ଅଭିଯୋଗ କାରୀ ଡାକଯୋଗେ ଅଭିଯୋଗ ପତ୍ର ପଠାଇଥିବା ଜଣାପଡିଛି।

“ବିଶ୍ୱ ରକ୍ତଦାତା ଦିବସ” ରେ ଓଡ଼ିଶା ମୋ ପରିବାର “ଜୀବନବିନ୍ଦୁ” ଆନୁକୂଲ୍ୟରେ “ରକ୍ତଦାନ ଶିବିର” କାର୍ଯ୍ୟକ୍ରମ ଅନୁଷ୍ଠିତ ; ୨୫ ୟୁନିଟ୍ ରକ୍ତ ସଂଗୃହୀତ।

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ଠାରେ ଜିଲ୍ଲା ବିଜେଡି ପକ୍ଷରୁ “ବିଶ୍ୱ ରକ୍ତଦାତା ଦିବସ” ରେ ଓଡ଼ିଶା ମୋ ପରିବାର “ଜୀବନବିନ୍ଦୁ” ଆନୁକୂଲ୍ୟରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେଡ଼ି ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ଯୁବଛାତ୍ର , କର୍ମୀ , ନେତା ପ୍ରମୁଖ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଥିଲେ। ୨୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଗୋଟିଏ ଲୋକ ରକ୍ତ ଅଭାବରୁ ଯେମିତି ମୃତ୍ୟୁ ମୁଖରେ ନ ପଡ଼େ ସେଥିପ୍ରତି ଧ୍ୟାନ ଦେବା ପାଇଁ ଯେଉଁ ପରାମର୍ଶ ଦେଇଛନ୍ତି ତାକୁ ଆଧାର କରି ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡ଼ି ଛାତ୍ର ସଭାପତି ବିଶ୍ୱଜିତ ତ୍ରିପାଠୀ , ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ , ଲକ୍ଷ୍ମୀ କାନ୍ତ ପରିଚ୍ଛା , ଓଡ଼ିଶା ମୋ ପରିବାର ସଂଯୋଜିକା ଇନ୍ଦିରା ପଟ୍ଟନାୟକ, ନଗର ବିଜେଡି ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ , ସୁଜିତଦାସ , ଶାନ୍ତି କୁମାରୀ ଜେନା , ଏ.ଶଙ୍କରୀ , ସୁରେଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ବି.ଖଜୁରିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ “ବିଶ୍ୱ ରକ୍ତଦାତା ଦିବସ” ପାଳିତ।

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ବି.ଖଜୁରିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ
“ବିଶ୍ୱ ରକ୍ତଦାତା ଦିବସ” କୋଭିଡ୍ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢ଼ୀଙ୍କ ତତ୍ତ୍ଵାଧାନରେ ନୂଆଗଡ଼ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର , ବିଭିନ୍ନ ଗ୍ରାମରେ ତଥା ନୂଆଗଡ଼, ତରଭା , ସମ୍ବଲପୁର , ତାବରଡା , କେରେଡ଼ାଙ୍ଗ , ବେତାରସିଂ ପ୍ରଭୃତି ଗ୍ରାମରେ “ବିଶ୍ୱ ରକ୍ତଦାତା ଦିବସ”ଉପରେ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା । ମୁଖ୍ୟତଃ ରକ୍ତଦାନ ମହାପୁଣ୍ୟ , ରକ୍ତ ଦାନ କରି ଅନ୍ୟର ଜୀବନର ସ୍ପନ୍ଦନକୁ ଜାରି ରଖିବାରେ ଥାଏ ଅପୁର୍ବ ଆନନ୍ଦ , ଏମିତି ଅନେକ ଜୀବନର ସ୍ପନ୍ଦନ ମିଶି ବିଶ୍ୱ ଆଜି ସ୍ପନ୍ଦିତ ହୋଇଛି।ରକ୍ତଦାନ କରି ଆମ ବିଶ୍ୱର ସ୍ପନ୍ଦନକୁ ଜାରି ରଖିବା ଆଉ ରକ୍ତ ଲାଗି ଅକାଳରେ ଝରି ପଡୁଥିବା ଜୀବନକୁ ରକ୍ଷା କରିବା ଏହିଭଳି ସଚେତନତା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଆୟୁଷ ଡାକ୍ତର.ସ୍ୱାଗତ ରଥ , ଡାକ୍ତର.ସୁନୀଲ ମାଝୀ , ସୁପର ଭାଇଜର ନକୁଳ ରାଉଳ ,
ଗୀତା ପଟ୍ଟନାୟକ , ମିନା ଦେବୀ, ଶିବ ଶଙ୍କର ଭୂୟାଁ , ସ୍ୱାସ୍ଥ୍ୟକର୍ମୀ ତୁଷାର ନାୟକ , ବି ଅରୁଣା , ସଂନ୍ଧ୍ୟାରାଣୀ ଚୌଧୁରୀ , ସୁମିତ୍ରା ରଇତ , ଆଶା କର୍ମୀ ବିଜୟଲକ୍ଷ୍ମୀ ସିଂ, ରଶ୍ମିତା ସିଂ, ମମତା ପାଇକ, ଅଙ୍ଗନବାଡି କର୍ମୀ ଜୟନ୍ତୀ ଶବର , ରୀତାଞ୍ଜଳି ସାହୁ , ରୀନା ବଡ଼ ରଇତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।