ସମୟ ସ୍ରୋତ ରେ ଭାଗ୍ୟର ଖେଳ। ଅନାଥ ଶିଶୁଙ୍କ ପାଇଁ ସହାୟତାର ଦୌଡ଼.. !

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ରିପୋର୍ଟ !!! 

ଏଥର ସମ୍ଭାଳ (ଗୁଣପୁର ) – କରୋନାସଂକ୍ରମଣ ଯୋଗୁଁ କାମ ଧନ୍ଦା ବନ୍ଦ ହେବାରୁ ଅନ୍ୟ ପନ୍ଥା ନପାଇ ହାଇଦ୍ରାବାଦ ରୁ ରାୟଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅଧୀନସ୍ଥ ନିଜ ଭିଟାମାଟି ଗୁଡ଼ିଆ ବନ୍ଧ ଗ୍ରାମକୁ ଫେରିବା ବାଟରେ ବାପାଙ୍କ ମୃତ୍ୟୁର କିଛିଦିନ ପରେ ମାଆଙ୍କ ମୃତ୍ୟୁ ହୋଇ ଯାଇଥିବା ହେତୁ ନାବାଳିକା ଅନାଥ ଶିଶୁ ଦୁଇ ଭଉଣୀ ମାମୁଁ ଙ୍କ ଆଶ୍ରିତ ଅଛନ୍ତି ।ଏମାନଙ୍କ ଆଗାମୀ ଭବିଷ୍ୟତ ପାଇଁ ସହଯୋଗର ହାତ ବଢ଼ାଇବା ନିମନ୍ତେ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଉପ ଜିଲ୍ଲାପାଳ ସୋନାଲ ଜେନା ଉଭୟ ଶିଶୁଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏହାର କିଛିଦିନପରେ ଗୁଣପୁର ଜିଆଇଟି ର ସଭାପତି ଡ଼ଃ ସତ୍ୟପ୍ରକାଶ ପଣ୍ଡା ଉଭୟ ଶିଶୁଙ୍କର ସମସ୍ତ ପାଠ ପଢ଼ାର ଦାୟୀତ୍ୱ ନେବା ସହ ସେମାନେ ଯେଉଁ ପାଠ ପଢିବା କୁ ଚାହିଁବେ ତାଙ୍କୁ ସେହି ରାସ୍ତାରେ ସହଯୋଗ କରିବା ନିମନ୍ତେ ପ୍ରତି ଶୃତି ଦେଇଛନ୍ତି । ଏହି ଘୋଷଣା ଖବର ଗଣମାଧ୍ୟମ ରେ ପ୍ରସାର ହେବାପରେ ଏହା ସାଧାରଣରେ ଚର୍ଚ୍ଚାର ପରିସରକୁ ଆସିଥିଲା । ରାୟଗଡା ଜିଲାରେ ପ୍ରତିଷ୍ଠିତ ପ୍ରକଳ୍ପମାନ ଅଞ୍ଚଳର ବିକାଶ ଦିଗରେ କିଛି ସହାୟତାର ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଜିଆଇଟି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ନେଇ କିଛି ଦିନ ତଳେ ଫେସବୁକ ରେ ବାଦ ବିବାଦ ଚାଲିବା ମାଧ୍ୟରେ ଏହି ଦୁଇ ଝିଅଙ୍କୁ ପାଠ ପଢ଼ାଇବା ଦାୟିତ୍ୱ ନେବେ କହି ଜିଆଇଇଟିି କିଛି କରିଥିବା କହୁଛନ୍ତି ବୋଲି କୁହାଗଲା ।

ଏହାର କିଛି ଦିନ ମଧ୍ୟରେ ଜିଲ୍ଲାର ଆଉ ଏକ ଅଗ୍ରଣୀ ବୈଷୟିକ ଶିକ୍ଷା ଅନୁଷ୍ଠାନ ମିଟସ ର ସଭାପତି ଡ଼ଃ ବାଳକୃଷ୍ଣ ପଣ୍ଡା ଆଉ ପାଦେ ଆଗେଇ ଝିଅ ଦୁଇଟିକୁ ପୌସ୍ୟ ସାନ୍ତାନ ଭାବେ ଗ୍ରହଣ କରି ତାଙ୍କ ବିବାହ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି । ଉଭୟ ପଣ୍ଡା ପରିବାର ପକ୍ଷରୁ ଝିଅ ଦୁଇଟି ଙ୍କ ପ୍ରତି ଦେଖାଇଥିବା ସାହାଯ୍ୟ ମନୋବୃତ୍ତି କୁ ସ୍ଥାନୀୟ ଜନତା ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ଏପରିକି ଏମାନଙ୍କ ସହଯ୍ୟକୁ ଝିଅ ଦୁଇଟି ଙ୍କୁ ଆଶ୍ରୟ ଦେଇଥିବା ତାଙ୍କ ମାମୁ ଙ୍କ ପରିବାର ପ୍ରତ୍ୟାଖ୍ୟାନ କରିଥିବା ସୂଚନା ମେଳିଛି ।ଝିଅ ଦୁଇଟି ଙ୍କ ପରିବାର ରହୁଥିବା ଗ୍ରାମ ଜିଆଇଇଟି ର ଉପ ସଭାପତି ଙ୍କଜିରା ଗ୍ରାମ ର ଅତି ନିକଟରେ ରହିଥିବା ବେଳେ ମିଟସ ସଭାପତିଙ୍କ ଘର ଖୋଦ ଗୁଡିଆବନ୍ଧ ଗ୍ରାମ ହୋଇଥିବାରୁ ସ୍ଥାନୀୟ ଅଂଚଳ ଏବଂ ଲୋକଙ୍କ ନିକଟରେ ବାହାବା ନେବା ନିମନ୍ତେ ଦୁଇ ପଣ୍ଡା ପରିବାରଙ୍କ ମଧ୍ୟରେ ଏଭଳି ସହାୟତା ଯୋଗାଇ ଦେବା ନିମନ୍ତେ ଦୌଡ଼ ଚାଲିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସେଯାହା ହେଉନା କାହିଁକି ଉଭୟଙ୍କ ସହଯୋଗ ପ୍ରତିଶୃତି ପାଇଁ ଆମ୍ଭ ଏଥର ସମ୍ଭାଳ ପରିବାର ପକ୍ଷରୁ କୃତଜ୍ଞତା ଜ୍ଞାପନ କରୁଛୁ । ଉଭୟ ପରିବାର ଙ୍କୁ ଅନୁରୋଧ ରାୟଗଡା ଜିଲା ଏବଂ ଗୁଣପୁର ଉପଖଣ୍ଡ ରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ର ଆଶା ନେଇ ଏମିତି ଅନେକ ପରିବାର ସହଯୋଗଆଶା କାମନା କରୁଛନ୍ତି । ସେମାନଙ୍କୁ ସହଯୋଗର ହାତ ବଢ଼ାଇ ସେମାନଙ୍କ ଅସୁବିଧାକୁ ଦୂର କରାନ୍ତୁ ।

ମୁନିଗୁଡା ICICI ବ୍ୟାଙ୍କ ତରଫରୁ ନିୟମଗିରିରେ ଡଙ୍ଗରିଆ ଜନଜାତିଙ୍କୁ ମାକ୍ସ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ..!

!!! ରାୟଗଡା ଜିଲ୍ଲାରୁ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ଼ା)- ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ କରୋନାର ଦ୍ବିତୀୟ ଲହରୀର କରାଳ ପ୍ରକୋପରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଵାଵେଳେ ରାୟଗଡା ଜିଲ୍ଲାର ମୁନିଗୁଡା ଵ୍ଲକ ମୁନିଖୋଲ ପଞ୍ଚାୟତର ନିୟମଗିରି ପାହାଡ ଉପରେ ଥିବା ଡଙ୍ଗରୀଆ ଜନଜାତିମାନଙ୍କର ଅଭାଵି ଜୀଵନ ଜୀଵିକା ର ଅଧପତନ ଘଟି ଥିବା ନେଇ ଡଙ୍ଗରିଆ ଜନଜାତିଙ୍କ ଠାରୁ ଶୁଣିବାକୁ ମିଳିଛି । ଏପରି ଅଭାବନୀୟ ପରିସ୍ଥିତିକୁ ଦେଖି ମୁନୀଗୁଡା ICICI ବ୍ୟାଙ୍କ ମ୍ୟାନେଜର ଶ୍ରୀ ଦିଲିପ୍ ଚୌଵେଙ୍କୁ ଏହି ସମ୍ଵେଦନ ଶୀଳ ଅଭାଵ ଅସହ୍ୟ ହୋଇପଡିଥିଲା।
ଫଳରେ ମ୍ୟାନେଜର ନିଜେ ସାଥିରେ ଡିବିଏମ ଶ୍ରୀ ରଶ୍ମିରଞ୍ଜନ ମିଶ୍ର, କ୍ୟାସିଅର ଶ୍ରୀ ନୃସିହ ପଣ୍ଡା, ନିଳାଞ୍ଚଳ ସାହୁ, ଶିବ ପଟେଲ, ଭୋଳେଶ୍ଵର ନାୟକ, ଚୂଲେଶ୍ବର, ଵିଷ୍ଣୁ ପ୍ରମୁଖଙ୍କ ସହଯୋଗରେ ନିୟମଗିରି ପାହାଡରେ ଥିବା ବଣ୍ଡା ଗ୍ରାମକୁ ଯାଇ ଡଙ୍ଗରିଆ ଜନଜାତିଙ୍କୁ କରୋନା ସଙ୍କ୍ରମିତରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟି କରିଥିଲେ।

ସେଠାରେ ମାକ୍ସ ଓ ଖାଦ୍ୟ ସାମଗ୍ରୀ ଵାଣ୍ଟିବା ସହ ସାଵୁନରେ ବାରମ୍ଵାର ହାତ ଧୋଇବା, ଜରୁରୀ ନଥିଲେ ବାହାରକୁ ନ ଯିଵା, ମାସ୍କ ଵାନ୍ଧିବା, ଦଶଫୁଟ ଦୂରତା ବଜାଇ ରଖିବାକୁ ବ୍ରାଞ୍ଚ ମ୍ୟାନେଜର ଡଙ୍ଗରିଆ ଜନଜାତିଙ୍କୁ ବୁଝାଇଥିଲେ। ଏତଦ୍ ବ୍ୟତୀତ ନିଉହୋପରେ ରହୁଥିଵା ଦିଵ୍ୟାଙ୍ଗମାନଙ୍କୁ ମାସ୍କ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ବ୍ୟାଙ୍କ ମ୍ୟାନେଜରଙ୍କର ଏ ଦୁର୍ଦିନ ସମୟରେ ଵ୍ୟାଙ୍କ ତରଫରୁ ଯେପରି ବଦାନ୍ୟତା ଦେଖାଇ ଅଛନ୍ତି ତାହା ସାଧାରଣରେ ସାଧୁବାଦ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା ଏବଂ ଗ୍ରାମବାସୀ ।

ରାୟଗଡ଼ା ଜିଲ୍ଲା ଝାମରାଗୁଡା ଠାରେ ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଠ ଛାତ୍ରୀ ନୀବାସ ନିର୍ମାଣ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ।

!!! ରାୟଗଡା ଜିଲ୍ଲାରୁ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ଼ା)- ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକ ଅନ୍ତର୍ଗତ ଝାମରାଗୁଡା ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟରେ ମାନ୍ୟଵର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଙ୍ଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ କରକମଳରେ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ୧୦୦ ଶଯ୍ୟା ବିଶିଷ୍ଠ ଛାତ୍ରୀ ନୀବାସ ନିର୍ମାଣ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଵିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ଶ୍ରୀଯୁକ୍ତ ସୁଧିର କୁମାର ଦାଶ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଶ୍ରାଧର କରଡା ଯୋଗ ଦେଇଥିଲେ।

ନିମନ୍ତ୍ରୀତ ଅତିଥି ଭାବେ ଜିଲ୍ଲା ଵିଜେଡି ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ପୂର୍ଣଚନ୍ଦ୍ର ଗୌଡ ଓ ବ୍ଲକ ସଭାପତି ଶ୍ରୀରତନଲାଲ ଜୈନ, ବିଜେଡି ଜିଲ୍ଲା ଛାତ୍ର ସମ୍ପାଦକ ଵୁବୁନା ଵେହେରା, ବିଜେଡି ନାରୀ ନେତ୍ରୀ ଶକୁନ୍ତଳା ନୁଣ୍ଡୃକା, ଯୁବ ନେତା ସିମାଞ୍ଚଳ ଦାଶ, ସମାଜସେବୀ ଵୃନ୍ଦାଵନ ପାଢି ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କଡା କଡି କୋଭିଡି ନିୟମ ପାଳନ କରାଯାଇଥିଲା। ଏହି ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଦ୍ଵାରା ଵହୁ ପିଲା ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସାରକା ମତପୋଷଣ କରିବା ସହ କରୋନାକୁ ଭୟ ନକରି କୋଭିଡି ନିୟମ ପ୍ରକାରେ ଏହି ସପ୍ତାହ ମଧ୍ୟରେ ଵିଭିନ୍ନ ସ୍ଥାନରେ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଛନ୍ତି।

ଦୁର୍ଗନ୍ଧ ତଥା ଆବର୍ଜନା ମୁକ୍ତ ହେଲା ରାୟଗଡା ଅସ୍ଥାୟୀ ଆମିଷ ବଜାର..!

!!! ରାୟଗଡା ଜିଲ୍ଲାରୁ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ରାୟଗଡା) – ସଫାହେଲା ରାୟଗଡାର ଜିସିଡ଼ି ପଡିଆରେ ଅସ୍ଥାୟୀ ଭାବରେ ଖୋଲାଯାଇଥିବା ଆମିଷ ବଜାର କିଛିଦିନ ତଳେ ଦୁର୍ଗନ୍ଧରେ ନାକ ଫାଟିପଡୁଥିବା ପରିବେଶ ବର୍ତ୍ତମାନ ପୌରପରିଷଦ ବାରମ୍ବାର ଅଭିଯୋଗ ପରେ ବି ୨୦/୨୫ ଦିନ ମଧ୍ୟରେ ସଫା ହେଉ ନ ଥିବା ବଜାର ଗତକାଲି ପୌରପାଳିକା ସଫେଇ କର୍ମଚାରୀଙ୍କ ଦ୍ୱାରା ସଫା କରାଯାଇଛି । ପୌରପରିଷଦ ଅଧିକାରୀ ଓ କର୍ମଚାରୀ ତତ୍ପରତା ଦେଖାଇଛନ୍ତି । ପ୍ରତିଦିନ ବଜାର ସରିବା ପରେ ଦୋକାନୀ ନିଜ ନିଜ ଦୋକାନ ସାମ୍ନାରେ ଥିବା ଡଷ୍ଟବିନରେ ବର୍ଜ୍ୟ ଆବର୍ଜନା ପକାଇବା ଓ ନିଜ ନିଜ ଦୋକାନ ଗୁଡିକ ସଫା ରଖିଛନ୍ତି । ଏପଟେ ପଡିଆକୁ ପୌରପାଳିକା ତରଫରୁ ମଧ୍ୟ ନିୟମିତ ସଫା କରି ଡଷ୍ଟବିନ ମଇଳା ଟ୍ରାକ୍ଟର ସାହାଯ୍ୟରେ ଅନ୍ୟତ୍ର ନିଆଯାଉଛି । ଆମିଷ ବଜାର ଚତୃପାର୍ଶ୍ବ ଫିନାଇଲ, ବ୍ଲିଚିଙ୍ଗ ପାଉଡର ପକାଯାଇଛି ।

ଏହାପରେ ଆମିଷ ଦୋକାନୀ ଓ ଗ୍ରାହକଙ୍କ ମନରେ ଏକ ପ୍ରକାର ସନ୍ତୁଷ୍ଟି ଜନକ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ବର୍ତ୍ତମାନ ଠାରୁ ଅଳିଆ ଆବର୍ଜନା ଡଷ୍ଟବିନରେ ପକାଇବା ପାଇଁ ଦୋକାନୀଙ୍କୁ ସତର୍କ କରିଛନ୍ତି ପୌରପରିଷଦ ଅଧିକାରୀ। ନଚେତ ନିୟମଭଙ୍ଗ ସ୍ଥଳେ ଜରିମାନା ଆଦାୟ କରାଯିବା ନେଇ ଚେତାବନୀ ଦେଇଛନ୍ତି ।ଏହିପରି କଡ଼ା ପଦକ୍ଷେପ ସହରର ସମସ୍ତ ଉଠାଦୋକାନୀ, ପରିବା ବ୍ୟବସାୟୀ ଓ ରାସ୍ତା କଡରେ ଥିବା ଜଳଖିଆ ଦୋକାନ ଗୁଡିକ ମାନିଲେ ସହର ପରିମଳ ଦିଗରେ ଏକ ସଫଳ ଅଭିଯାନ ପାଲଟିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।

ଅଜିତ ପାୱାରଙ୍କ ସହ ଯାଇଥିଲେ, କିନ୍ତୁ ମୋଦିଙ୍କୁ ଏକାନ୍ତରେ ଭେଟିଲେ ଉଦ୍ଧବ ଠାକରେ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭେଟଘାଟକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ ଡେପୁଟି ଅଜିତ ପାୱାର ଓ କ୍ୟାବିନେଟ ମନ୍ତ୍ରୀ ଅଶୋକ ଚୌହାନଙ୍କ ସହ ଦିଲ୍ଲୀ ଯାଇ ମୋଦିଙ୍କୁ ସାକ୍ଷାତ କରିଛନ୍ତି। ମୋଦିଙ୍କ ସହ ବୈଠକ କରିବା ବେଳେ ସେମାନେ ମରାଠା ସଂରକ୍ଷଣ ଓ ବାତ୍ୟା ତଉକତେର କ୍ଷୟକ୍ଷତି କଥା ଜଣାଇଥିଲେ। ସମସ୍ତଙ୍କ ସହ ବୈଠକ ଶେଷ ହେବା ପରେ ଉଦ୍ଧବ ଠାକରେ ହଠାତ୍‌ ମୋଦିଙ୍କ ସହ ଏକାନ୍ତରେ ୧୦ ମିନିଟ୍‌ ଆଲୋଚନା କରିବାର ସମୟ ମାଗିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ୧୦ ମିନିଟ୍‌ ଉଦ୍ଧବ କ’ଣ କଥା ହେଲେ, ସେକଥା ଜଣାପଡ଼ିନି। ରାଜନୀତିକ ଅଭିସନ୍ଧି ନା ଏହା ପଛରେ ଆଉ କିଛି କାରଣ ରହିଛି, ତା’କୁ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ରହିଛନ୍ତି। ଏହି ଭେଟଘାଟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମରାଠା ସଂରକ୍ଷଣ ବିଷୟରେ କଥା ହୋଇଛି। ବାତ୍ୟା ତଉକତେ ସମ୍ପର୍କରେ ଆଲୋଚନା କରାଯିବା ସହ ମୋଦିଙ୍କୁ ରିପୋର୍ଟ ଦିଆଯାଇଛି।” ମୋଦିଙ୍କ ସହ ସ୍ୱତନ୍ତ୍ର ମିଟିଂ କଥା ପଚାରି ଯିବାରୁ ଏହାର ଉତ୍ତର ବେଶ ଚତୁରତା ସହ ଦେଇଛନ୍ତି ଉଦ୍ଧବ ଠାକରେ। ସେ କହିଛନ୍ତି, “ଆମେ ରାଜନୀତିକ ଦୃଷ୍ଟିକୋଣରୁ ଏକାଠି ନାହୁଁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମ ଭିତରେ ଥିବା ସମ୍ପର୍କ ଭାଙ୍ଗି ଯାଇଛି। ମୁଁ ନୱାଜ ଶରିଫ(ପୂର୍ବତନ ପାକ୍‌ ପ୍ରଧାନମନ୍ତ୍ରୀ)ଙ୍କୁ ଭେଟିବାକୁ ଯାଇ ନଥିଲି। ତେଣୁ ମୁଁ ଯଦି ମୋଦିଙ୍କୁ ସ୍ୱତନ୍ତ୍ର ଭାବେ ଭେଟିଲି, ତା’ହେଲେ ସେଥିରେ କୌଣସି ପ୍ରକାରର ଅସୁବିଧା ନାହିଁ।” ଅନ୍ୟପକ୍ଷରେ ପିଏମଓ ପକ୍ଷରୁ ମୋଦି, ଅଜିତ ପାୱତ, ଅଶୋକ ଚୌହାନ ଓ ଉଦ୍ଧବ ଠାକରେଙ୍କ ଭେଟଘାଟ ବେଳର ଫଟୋକୁ ଟ୍ୱିଟ କରିଛି।

ଜାଲ ଜାତିଗତ ପ୍ରମାଣ ପତ୍ର ଦେଇଥିଲେ ସାଂସଦ, ଏବେ ଗଣିବେ ୨ ଲକ୍ଷର ଫାଇନ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/ମୁମ୍ବାଇ) – ଜାଲ ଜାତିଗତ ପ୍ରମାଣପତ୍ର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସାଂସଦ ନଭନୀତ କୌର ରାଣା। ସ୍ୱାଧୀନ ଭାବେ ପ୍ରଥମଥର ପାଇଁ ସଂସଦକୁ ଯାଇଥିବା ନଭନୀତଙ୍କୁ ବମ୍ବେ ହାଇକୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦଣ୍ଡ ସ୍ୱରୂପ ତାଙ୍କୁ ୨ ଲକ୍ଷ ଟଙ୍କାର ଫାଇନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିର୍ଦ୍ଦଭର ଅମରାବତୀ ଆସନରୁ ନଭନୀତି ଲୋକସଭାକୁ ଯାଇଥିଲେ। ସେ ଜାଲ ପ୍ରମାଣପତ୍ର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କ ସାଂସଦ ପଦ ଯିବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି। ତେବେ କୋର୍ଟ ଏ ବିଷୟରେ ଏବେ କିଛି ବି କହିନାହାନ୍ତି। ୩୫ ବର୍ଷୀୟ ନଭନୀତ ୭ଟି ଭାଷ ଜାଣିଛନ୍ତି। ସେହିପରି ମହାରାଷ୍ଟ୍ରରୁ ସଂସଦଙ୍କୁ ଯାଇଥିବା ୮ ମହିଳାଙ୍କ ମଧ୍ୟରୁ ସେ ଅନ୍ୟତମ। ନିଜର ବିନ୍ଦାସ ଅନ୍ଦାଜ ଓ ରୋକଠୋକ କଥା ପାଇଁ ସେ ବେଶ ଚର୍ଚ୍ଚାରେ ରୁହନ୍ତି। ଅଭିନେତାରୁ ନେତା ବନିଥିବା ନଭନୀତିଙ୍କ ପ୍ରାର୍ଥିତ୍ୱକୁ ପୂର୍ବତନ ସାଂସଦ ତଥା ଶିବସେନା ନେତା ଆନନ୍ଦରାଓ ଅଦସୁଲ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କୋର୍ଟ ଏହାର ଶୁଣାଣି କରି ନଭନୀତଙ୍କ ଉପରେ ୨ ଲକ୍ଷର ଜୋରିମାନା ଲାଗୁ କରିଛନ୍ତି। ମାର୍ଚ୍ଚ ମାସରେ ନଭନୀତ କୌର ଶିବସେନା ସାଂସଦ ଅରବିନ୍ଦ ସାୱନ୍ତଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ଲୋକସଭାର ଲବିରେ ଶ୍ରୀ ସାୱନ୍ତ ତାଙ୍କୁ ଖୋଲାଖୋଲି ଜେଲ ପଠାଇ ଦେବାକୁ ଧମକ ଦେଇଥିବା ସେ ଅଭିଯୋଗ କରିଥିଲେ। ଏଥିସହ ଫୋନ ଯୋଗେ ଓ ଶିବସେନା ଲେଟର ହେଡରେ ତାଙ୍କ ପାଖକୁ ଏସିଡ ଆକ୍ରମଣର ଧମକ ଆସୁଥିବା ମଧ୍ୟ ନଭନୀତ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଜଣାଇଥିଲେ।

ଖଣ୍ଡୋଲାଇଟ୍‌ ପଥର ଯୋଗାଇ ଦେବାକୁ ଅନୁରୋଧ କଲା ଏଏସ୍‌ଆଇ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଖଣ୍ଡୋଲାଇଟ୍‌ ପଥର ଅଭାବ ଯୋଗୁ ଶ୍ରୀମନ୍ଦିର ମରାମତ କାର୍ଯ୍ୟରେ ବିଳମ୍ବ ହେଉଛି। ତେଣୁ ଶୁବ୍‌ଶୀଘ୍ର ପଥର ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ପ୍ରତ୍ନତତ୍ତ୍ୱ ବିଭାଗ ଓଡ଼ିଶା ମୁଖ୍ୟ ଅରୁଣ ମଲ୍ଲିକ। ଖଣ୍ଡୋଲାଇଟ ପଥର ମିଳୁନଥିବାରୁ ମରାମତି କାମ ଅଟକି ରହିଛି ବୋଲି ସେ କହିଛନ୍ତି। ଶ୍ରୀମନ୍ଦିରର ଭିତର ଓ ବାହାର ମରାମତି କାର୍ଯ୍ୟରେ ଖଣ୍ଡୋଲାଇଟ୍‌ ପଥର ବ୍ୟବହାର ହେଉଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ପଥରଖଣିରୁ ପଥର ଯୋଗାଇ ଦିଆଯାଇଥାଏ। କିନ୍ତୁ ଏବେ ସେହି ଖଣି ଓଏମ୍‌ସି ଅଧୀନକୁ ଚାଲି ଯାଇଛି। ଯାହାଫଳରେ ଶ୍ରୀମନ୍ଦିର ମରାମତି କାମ ପାଇଁ ବ୍ୟବହାର ହେଉଥିବା ପଥର ଅଭାବ ଦେଖାଦେଉଛି। ଯେଉଁଥିପାଇଁ ବାଇଶିପାହାଚ, ପାଟ ଅଗଣା, ରୋଷ ଶାଳା, ଆନନ୍ଦ ବଜାର, ବିମଳା ମନ୍ଦିର, ମହାଲକ୍ଷ୍ମୀ ମନ୍ଦିର ଆଦି ମରାମତି ହୋଇପାରୁନାହିଁ। ସେପଟେ ଶ୍ରୀମନ୍ଦିର ବରିଷ୍ଠ ସେବାୟତ କହିଛନ୍ତି, ଶ୍ରୀମନ୍ଦିରରେ ପଥର ଅଭାବ ଯୋଗୁ କାମ ହୋଇପାରୁନାହିଁ। ପଥର ଖଣି ମାଫିଆଙ୍କ କବଜାରେ ରହିଛି। ବାରମ୍ବାର ଏହାକୁ ନେଇ ଅଭିଯୋଗ କରାଯାଇଛି। କିନ୍ତୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଯଦି ପଥର ଆସିବ ନାହିଁ ତାହା ହେଲେ ଏଏସ୍‌ଆଇର ଟାଇମ୍‌ ବାଉଣ୍ଡ କାର୍ଯ୍ୟକ୍ରମ ହୋଇପାରୁନାହି ବୋଲି ଅଭିଯୋଗ କରିଛନ୍ତି ଶ୍ରୀମନ୍ଦିର ବରିଷ୍ଠ ସେବାୟତ।

ରାଜ୍ୟରେ ପ୍ରତିଷ୍ଠା ହେବ ଏସଟିଏଫର ସ୍ୱତନ୍ତ୍ର ନାର୍କୋଟିକ୍ସ ୟୁନିଟ୍, ଧରିବ ଡ୍ରଗ୍ସ କାରବାର ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ ଡ୍ରଗ୍ସ  କାରବାର ବଢ଼ି ଚାଲିଥିବା ବେଳେ ଏହାକୁ ରୋକିବାକୁ ଆହୁରି ସୁଦୃଢ଼ ଓ ସଶକ୍ତ ହେବ ଏସଟିଏଫ। ଏଥିନିମନ୍ତେ ପ୍ରସ୍ତୁତ ହୋଇଛି ପୂରା ଆକ୍ସନ ପ୍ଲାନ। ଆଜି ଡିଜିପି ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି ଏହି ସୂଚନା। ସେ କହିଛନ୍ତି, ରାଜ୍ୟରୁ ଡ୍ରଗ୍ସର ମୂଳୋତ୍ପାଟନ କରିବାକୁ ଏସଟିଏଫରେ ଏକ ସ୍ୱତନ୍ତ୍ର ନାର୍କୋଟିକ୍ସ ୟୁନିଟ୍ ପ୍ରତିଷ୍ଠା କରାଯିବ। ଏଥିପାଇଁ ଅନୁମୋଦନ ମିଳି ସାରିଛି। ଏଥିଲାଗି ଜଣେ ଏସପି , ୩ ଡିଏସପିଙ୍କ ସହ ୨୭ଟି ନୂଆ ପଦବୀକୁ ମଞ୍ଜୁରୀ ମିଳିଛି। ଡିଜିପି କହିଛନ୍ତି, ସ୍ୱତନ୍ତ୍ର ନାର୍କୋଟିକ୍ସ ୟୁନିଟ୍ ରାଜ୍ୟରେ ଡ୍ରଗ୍ସ କାରବାର ରୋକିବାରେ ସହାୟକ ହେବ l ଆଗକୁ ଡ୍ରଗ୍ସ କାରବାର ରୋକିବାକୁ ଆହୁରି ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଧ୍ୟ  ସେ କହିଛନ୍ତି l ଏହା ସହିତ ରାଜ୍ୟରେ ବଢ଼ି ଚାଲିଥିବା ଡ୍ରଗ୍ସ କାରବାରକୁ ରୋକିବାରେ ଓଡ଼ିଶା ପୁଲିସ୍‌ର ସ୍ପେଶାଲ୍ ଟାସ୍କ ଫୋର୍ସ (STF)ର ଭୂମିକାକୁ ଡିଜିପି ପ୍ରଶଂସା  କରିଛନ୍ତି l  ରାଜ୍ୟ ପୁଲିସ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି, ୨୦୨୦ ପରଠାରୁ ରାଜ୍ୟରେ ନିଶା କାରବାର ବିଶେଷ କରି ବ୍ରାଉନସୁଗର କାରବାର ବଢିଚାଲିଛି l ଏହି ଅନୁସାରେ ପୁଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ବୃଦ୍ଧି ପାଇଛି l ୨୦୨୦ରେ ୩୫ କିଲୋଗ୍ରାମ ୬୧୬ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରାଯାଇଥିବା ବେଳେ ୨୦୨୧ରେ ବର୍ତ୍ତମାନ ସୁଦ୍ଧା ୯ କେଜିରୁ ଅଧିକ ଓଜନର ବ୍ରାଉନସୁଗାର ଏବଂ ୧୫ଶହ କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ କରାଯାଇଛି।

ଉଠା ଦୋକାନୀଙ୍କ ପାଇଁ ସରକାର ଘୋଷଣା କଲେ ପ୍ୟାକେଜ୍‌..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନାର ଦ୍ୱିତୀୟ ଲହର ସାଂଘାତିକ ରୂପ ଧାରଣ କରିବାରୁ ଗତ ମେ’ ୫ ତାରିଖରୁ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏହାର ଅବଧି ୧୪ ଦିନ ଥିବା ବେଳେ ଏହାକୁ ପ୍ରଥମେ ଜୁନ୍ ୧ ଓ ପରେ ଜୁନ୍ ୧୭ ତାରିଖ ଭୋର ୫ଟା ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରାଯାଇଛି। ଆଉ ଏଥିରେ ଥିବା କଟକଣା ଯୋଗୁ ଅନ୍ୟାନ୍ୟ କିଛି ବ୍ୟବସାୟୀଙ୍କ ଭଳି ଉଠା ଦୋକାନୀମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି। ବହୁ ଉଠା ଦୋକାନୀ ଏବେ ଦୁର୍ଦ୍ଦିନରେ ଅଛନ୍ତି। ଆଉ ଏହାକୁ ଦୃଷ୍ଟିରେ ରଖି ଉଠା ଦୋକାନୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ସହରାଞ୍ଚଳର ଉଠା ଦୋକାନୀଙ୍କ ପାଇଁ ଏହି ପ୍ୟାକେଜ୍ ଘୋଷଣା କରାଯାଇଛି। ଏଥିରେ ମୋଟ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରକାରଙ୍କ ଏହି ପ୍ୟାକେଜ୍ ଘୋଷଣା ଫଳରେ ରାଜ୍ୟର ୮୭ ହଜାର ୬୫୭ ଉଠା ଦୋକାନୀ ଉପକୃତ ହେବେ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଗ୍ରାଫ୍ ଏବେ ତଳ ମୁହାଁ ହୋଇଛି। କିଛି ଦିନ ଏହା ୮ ହଜାର ଓ ୭ ହଜାର ଉପରେ ରହିବା ପରେ ଏବେ ଏହା ୬ ହଜାର ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୮୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଆଗାମୀ ୭-୮ ଦିନ ମଧ୍ୟରେ ରାଜ୍ୟରେ ସ୍ଥିତି ଆହୁରି ଭଲ ହୋଇଯିବ।

ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତି କାଏମ: ସବୁ ଆବେଦନକୁ ଖାରଜ କଲେ ହାଇକୋର୍ଟ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ୍‌) ଉଚ୍ଛେଦ ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ଏହାସହିତ ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ୬ଟି ଆବେଦନକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି। ହାଇକୋର୍ଟ ମାର୍ଚ୍ଚ ୩ତାରିଖରେ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ଓ ଆଜି ଏହା ପ୍ରକାଶ ପାଇଛି। ସ୍ୟାଟ୍ ଉଚ୍ଛେଦ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ଓ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ୨୦୧୯ ଅଗଷ୍ଟ ୨ତାରିଖର ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ୬ଟି ଆବେଦନ ଦାଖଲ ହୋଇଥିଲା। ଏହି ମାମଲାର ଶୁଣାଣି ଦେଢ଼ବର୍ଷ ଧରି ଚାଲିଥିଲା। ରାଜ୍ୟ ସରକାର ମଧ୍ୟ ସ୍ୟାଟ୍ ଉଚ୍ଛେଦ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାରୁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିନଥିଲେ। ସୂଚନାଯୋଗ୍ୟ, ୨୦୧୫ ସେପ୍ଟେମ୍ବର ୯ତାରିଖରେ ରାଜ୍ୟ କ୍ୟାବିନେଟରେ ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତି ନିଆଯାଇଥିଲା। ୨୦୧୯ ଅଗଷ୍ଟ ୨ରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ମଧ୍ୟ ଏନେଇ ସ୍ୟାଟ୍ ଉଚ୍ଛେଦ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିଲେ ।ସ୍ୟାଟରେ ପଡ଼ି ରହିଥିବା ୬୦ହଜାରରୁ ଅଧିକ ମାମଲାକୁ ହାଇକୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ସ୍ୟାଟ ଅଫିସ୍ ଭୁବନେଶ୍ୱରରେ ଥିବାବେଳେ ସମ୍ବଲପୁର ଓ ବ୍ରହ୍ମପୁରରେ ସର୍କିଟ ବେଂଚ ଏବଂ କଟକରେ ନିୟମିତ ବେଂଚ କାର୍ଯ୍ୟ କରୁଛି । ତେବେ ବିଜ୍ଞପ୍ତିର କିଛଦିନ ପରେ କଟକ ସ୍ୟାଟ୍ ବାର ଆସୋସିଏସନ୍ ପକ୍ଷରୁ ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା। ଏହା ସହିତ ଅନ୍ୟ ୫ଟି ଆବେଦନ ମଧ୍ୟ ହାଇକୋର୍ଟଙ୍କ ବିଚାରଧୀନ ରହିଥିଲା ।