ମାନହାନି ଅଭିଯୋଗ ଆଣିଲେ ଭାଇଜାନ…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ରାଗିଗଲେ ବଲିଉଡର ଭାଇଜାନ । କୋର୍ଟର ଦ୍ୱାରସ୍ଥ ହେଲୋ ସଲମାନ । ଆଣିଲେ ମାନହାନି ଅଭିଯୋଗ । ଅଭିନେତା କମାଲ ଆର୍ ଖାନ୍‌ଙ୍କ ବିରୋଧରେ ସେ ଏଭଳି ଅଭିଯୋଗ ଆଣିଛନ୍ତି । ନିକଟରେ ଇଦ୍ ଅବସରରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ରାଧେ’କୁ ନେଇ କମାଲ ଆର ଖାନ୍ ଖରାପ ରିଭ୍ୟୁ କରଥିଲେ । ଏଥିରେ ସଲମାନ ରାଗି ଯାଇ ମୁମ୍ବାଇ କୋର୍ଟରେ ତାଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଛନ୍ତି । ଗୁରୁବାର ଦିନ ଏହି ମାମଲାର ଶୁଣାଣି ହେବ । ନୋଟିସ ମୁତାବକ ସଲମାନ ଖାନଙ୍କ ଲିଗାଲ ଟିମ୍ ଗୁରୁବାର ସିଭିଲ୍ କୋର୍ଟର ଆଡିଶନାଲ ସେସନ୍ ଜଜ୍‌ଙ୍କ ନିକଟରେ ଏହି ମାମଲାର ତତ୍‌କାଳ ଶୁଣାଣି ପାଇଁ ନିବେଦନ କରିବେ । ସେପଟେ କମାଲ ଆର୍ ଖାନ୍ ମଧ୍ୟ ସଲମାନଙ୍କ ଏଭଳି ମାନହାନି ଅଭିଯୋଗକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଟୁଇଟ କରି କହିଛନ୍ତି, “ଡିଅର୍ ସଲମାନ ଖାନ୍‌, ଏହି ମାନହାନି କେସ୍ ଆପଣଙ୍କ ହାତାଶ ଏବଂ ନିରାଶ ହେବାର ପ୍ରମାଣ । ମୁଁ ମୋ ଫଲୋଅର୍ସଙ୍କ ପାଇଁ ରିଭ୍ୟୁ କରେ ଏବଂ ନିଜ କାମ କରୁଛି । ମୋତେ ଆପଣଙ୍କ ପିଲ୍ମ ରିଭ୍ୟୁ କରିବା ପାଇଁ ଅଟକାଇବା ବଦଳରେ ଆପଣ କିଛି ଭଲ ଫିଲ୍ମ ତିଆରି କରନ୍ତୁ । ମୁଁ ସତ୍ୟ ପାଇଁ ଲଢ଼େଇ ଜାରି ରଖିବି ବୋଲି କମାଲ ଖାନ୍ କହିଛନ୍ତି ।” ସୂଚନା ମୁତାବକ, ସଲମାନ ଖାନ୍‌ଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ: ଦ ମୋଷ୍ଟ ୱାଣ୍ଟେଡ ଭାଇ’ ଚଳିତ ମାସ ୧୩ ତାରିଖାରେ ଓଟିଟି ପ୍ଲାଟଫର୍ମ ଜି-୫ରେ ରିଲିଜ ହୋଇଥିଲା । ପ୍ରଭୁଦେବାଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍ ରୋଲରେ ସଲମାନ ଖାନ୍‌ଙ୍କ ବ୍ୟତୀତ ଦିଶା ପଟନି, ରଣଦୀପ ହୁଡ୍ଡା, ଜ୍ୟାକି ସ୍ରଫ, ଗୌତମ ଗୁଲାଟି ପ୍ରମୁଖ ଅଛନ୍ତି ।

୩୬୦୦ ଡ୍ୟାନ୍ସରଙ୍କୁ ରାସନ ଯୋଗାଇବେ ଅକ୍ଷୟ..!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- କରୋନା ମହାମାରୀ କାଳରେ ପୁଣି ଆଗେଇ ଆସିଛନ୍ତି ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର। ପୁଣି ଥରେ ବଢ଼ାଇଛନ୍ତି ସେ ସହାୟତାର ହାତ । କରୋନାର ଦ୍ୱିତୀୟ ଲହର ଅନେକ ଲୋକଙ୍କୁ ଅସୁବିଧାରେ ପକାଇଛି । ବେରୋଜଗାର ହୋଇପଡିଛନ୍ତି ଅଧିକାଂଶ ଲୋକ । ଏଭଳି ଅସୁବିଧା ସମୟରେ ଅଭିନେତା ଅକ୍ଷୟ କୁମାର ସହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ସେ ୩୬୦୦ ଡ୍ୟାନ୍ସରଙ୍କୁ ପ୍ରତି ମାସରେ ମାଗଣା ରାସନ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ବଲିଉଡର ଜଣାଶୁଣା କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ନିକଟରେ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି । ଟାଇମ୍ସ ଅଫି ଇଣ୍ଡିଆର ରିପୋର୍ଟ ମୁତାବକ, ଅକ୍ଷୟ କୁମାର ଫିଲ୍ମ ଇଣ୍ଡଷ୍ଟ୍ରିର ୩୬୦୦ ଡ୍ୟାନ୍ସରଙ୍କୁ ପ୍ରତି ମାସରେ ମାଗଣା ରାସନ ଯୋଗାଇବା ପାଇଁ ଦାୟିତ୍ୱ ନେଇଛନ୍ତି । କୋରିଓଗ୍ରାଫର ଗଣେଶ କହିଛନ୍ତି, ଅକ୍ଷୟ ତାଙ୍କର ୫୦ ତମ ଜନ୍ମଦିନରେ ତାଙ୍କୁ କ’ଣ ସାହାଯ୍ୟ କରିପାରିବେ ବୋଲି ପଚାରିଥିଲେ। ଏହା ପରେ ଗଣେଶ ଅକ୍ଷୟଙ୍କୁ ଇଣ୍ଡଷ୍ଟ୍ରିର ୧,୬୦୦ ଜୁନିଅର ଡ୍ୟାନ୍ସର ଏବଂ ୨,୦୦୦ ବ୍ୟାକଗ୍ରଉଣ୍ଡ ଡ୍ୟାନ୍ସରଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ଏହାପରେ ଅକ୍ଷୟ ଗଣେଶଙ୍କ ଅନୁରୋଧ ରକ୍ଷା କରିବା ପାଇଁ ଏଭଳି ପଦକ୍ଷେପ ଉଠାଇଛନ୍ତି ବୋଲି ଗଣେଶ କହିଛନ୍ତି । ଗଣେଶ ଆହୁରି କହିଛନ୍ତି, ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ଏହି ଅଭିଯାନ ଆରମ୍ଭ ହେବ । ଡ୍ୟାନ୍ସର କିମ୍ବା କୋରିଓଗ୍ରାଫର ପ୍ରତି ମାସରେ ଟଙ୍କା କିମ୍ବା ରାସନ କିଟ୍ ପାଇବେ । ଗଣେଶ କହିଛନ୍ତି ଯେ ‘ମୋ ପତ୍ନୀ ଗଣେଶ ଆଚାର‌୍ୟ୍ୟ ଫାଉଣ୍ଡେସନ ମାଧ୍ୟମରେ ଏହି କାମ ସହ ଜଡିତ ଅଛନ୍ତି। ସେ ବ୍ୟକ୍ତିଗତ ଭାବେ ପ୍ୟାକିଂ ଏବଂ ବିତରଣର ତଦାରଖ କରୁଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ, ଏହାପୂର୍ବରୁ ମଧ୍ୟ ଅକ୍ଷୟ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ସେ କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ୍ କନସେନଟ୍ରେଟରର ବ୍ୟବସ୍ଥା କରିଥିଲେ । ସେହିପରି କ୍ରିକେଟର ତଥା ରାଜନେତା ଗୌତମ ଗମ୍ଭୀରଙ୍କ ଫାଉଣ୍ଡେସନକୁ ଏକ କୋଟି ଟଙ୍କା ଦାନ କରିଥିଲେ। ଗତ ବର୍ଷ ମଧ୍ୟ କରୋନା କାଳରେ ଅକ୍ଷୟ ପିଏମ କେୟାର ଫଣ୍ଡରେ ୨୫ କୋଟି ଟଙ୍କା ଦାନ କରିଥିଲେ।

ଅଭିନେତ୍ରୀ ୟୁଭିକା ଚୌଧୁରୀଙ୍କୁ ଗିରଫ ଦାବି…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ବିବାଦରେ ଲୋକପ୍ରିୟ ଅଭିନେତ୍ରୀ ୟୁଭିକା ଚୌଧୁରୀ । ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଜାତି ଭିତ୍ତିକ ଶବ୍ଦ ଉଚ୍ଚାରଣ ଅଭିଯୋଗରେ ତାଙ୍କୁ ଗିରଫ କରିବାକୁ ଦାବି ଜୋର ଧରିଛି । ୟୁଭିକା ନିଜ ବ୍ଲଗ ଭିଡିଓରେ ଜାତି ଭିତ୍ତିକ ଶବ୍ଦ ଉଚ୍ଚାରଣ କରି ଅଡୁଆ ଫସିଛନ୍ତି, ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେଆର କରିଥିବା ଏହି ଭିଡିଓରେ ଉଭୟ ସ୍ୱାମୀ-ସ୍ତ୍ରୀ ୟୁଭିକା ଏବଂ ପ୍ରିନ୍ସ ନଜର ଆସିଛନ୍ତି । ଭିଡିଓରେ ୟୁଭିକା ଜାତିଭିତ୍ତିକ ଶବ୍ଦ ପ୍ରୟୋଗ କରି କହିଛନ୍ତି, ‘ଯେତେବେଳେ ବି ମୁଁ ଏକ ବ୍ଲଗ୍ ତିଆରି କରେ, ମୁଁ କାହିଁକି ସର୍ବଦା ଭଂ… ମାନଙ୍କ ପରି ଛିଡା ହୁଏ? ମୋତେ ସେତିକି ସମୟ ମିଳେ ନାହିଁ, ନିଜକୁ ପ୍ରସ୍ତୁତ କରିବାକୁ ବା ଭଲଭାବେ ଦେଖିବାକୁ ।’ ତାଙ୍କର ଏହି ଶବ୍ଦ କହିବା ଲୋକମାନେ ପସନ୍ଦ କରୁନାହାଁନ୍ତି । ଦଳିତ ସମ୍ପ୍ରଦାୟ ପାଇଁ ଜାତି ଶବ୍ଦ ବ୍ୟବହାର କରିବାରୁ ଲୋକମାନେ ତାଙ୍କୁ ଏବେ ସୋଶାଲ ମିଡିଆରେ ଟ୍ରୋଲ୍ କରୁଛନ୍ତି । ଏଥିସହ ଟୁଇଟର୍‌ରେ ହ୍ୟାସଟାଗ୍ ଆରେଷ୍ଟ ୟୁଭିକା ଟ୍ରେଣ୍ଡ କରିବାରେ ଲାଗିଛି । ସେପଟେ ନିଜ ଭିଡିଓ ଏବଂ ଶବ୍ଦ ବ୍ୟବହାର କରିବାକୁ ନେଇ ୟୁଭିକା ସୋଶାଲ ମିଡିଆରେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି । ସେ କହିଛନ୍ତି, ‘ମୁଁ ମୋ ଲାଷ୍ଟ ଭିଡିଓରେ ଯେଉଁ ଶବ୍ଦ ପ୍ରୟୋଗ କରିଥିଲି, ତା’ର ପ୍ରକୃତ ଅର୍ଥ କ’ଣ ମୋତେ ଜଣା ନଥିଲା । କାହାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନଥିଲା । ମୁଁ କାହାକୁ ଆଘାତ ଦିଏ ନାହିଁ । ତେଣୁ ସମସ୍ତଙ୍କୁ ମୁଁ କ୍ଷମା ମାଗୁଛି । ସମସ୍ତେ ମୋତେ କ୍ଷମା କରିବେ ବୋଲି ମୋର ଆଶା ।’ ତେବେ ୟୁଭିକାଙ୍କ ପୂର୍ବରୁ ଅଭିନେତ୍ରୀ ମୁନମୁନ୍ ଦତ୍ତା ମଧ୍ୟ ତାଙ୍କର ଏକ ଭିଡିଓରେ ଏହି ଶବ୍ଦ ବ୍ୟବହାର କରିଥିଲେ। ସୋସିଆଲ ମିଡିଆରେ ତାଙ୍କୁ ଗିରଫ ପାଇଁ ଦାବି କରାଯାଇଥିଲା। ତେବେ ବିବାଦ ବଢୁଥିବାର ଦେଖି ସେ କ୍ଷମା ମାଗିଥିଲେ ମଧ୍ୟ ଦେଶର ଅନେକ ସ୍ଥାନରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା।

ସଲମାନଙ୍କ ‘ରାଧେ’କୁ ନେଇ ହାଇକୋର୍ଟଙ୍କ କଡ଼ା ତାଗିଦ…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ଇଦ୍‌ରେ ନିଜ ପ୍ରଶଂସକଙ୍କୁ ଭେଟି ଦେଇଥିଲେ ବଲିଉଡ ଭାଇଜାନ ସଲମାନ ଖାନ । ରିଲିଜ ହୋଇଥିଲା ତାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ: ଦ ମୋଷ୍ଟ ୱାଣ୍ଟେଡ ଭାଇ’ । ଓଟିଟି ପ୍ଲାଟଫର୍ମରେ ଏହି ଫିଲ୍ମଟି ରିଲିଜ ହୋଇଥିଲା । ତେବେ ଫିଲ୍ମ ରିଲିଜ ପୂର୍ବର ଏହାର ପାଇରେସି ନକରିବା ପାଇଁ ସଲମାନ ଅପିଲ କରିଥିଲେ। ତେବେ ଫିଲ୍ମଟି ରିଲିଜ ହେବାର କିଛି ଘଣ୍ଟା ପରେ ଅନେକ ପ୍ଲାଟଫର୍ମ ମାଧ୍ୟରେ ଲିକ୍ ହୋଇଥିଲା । ପାଇରେଟେଡ କପିକୁ ହ୍ୱାଟସ ଆପ୍ ଜରିଆରେ ବିକ୍ରି କରାଯାଉଥିଲା । ଏହାକୁ ନେଇ ଓଟିଟି ପ୍ଲାଟଫର୍ମ ଜି’ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲା । ଏହାର ଶୁଣାଣି କରି ଆଜି ଦିଲ୍ଲୀ ହାଇକୋର୍ଟ ହ୍ୱାଟସଆପ୍‌କୁ କଡା ତାଗିଦ କରିଛନ୍ତି । ହ୍ୱାଟସଆପ ୟୁଜର୍ସଙ୍କୁ ଏହି ଫିଲ୍ମର କପି ସେଆର କରିବା ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପାଇରେଟେଡ କପି ସେଆର କରୁଥିବା ଲୋକଙ୍କ ନମ୍ପର ରଦ୍ଦ କରିବା ପାଇଁ ହ୍ୱାଟସଆପ୍‌କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ ଦେଶର ପ୍ରମୁଖ ଟେଲିକମ୍ ଅପରେଟର ଏୟାରଟେଲ, ଜିଓ ଏବଂ ଭୋଡାଫୋନ୍‌ଙ୍କୁ ମଧ୍ୟ ଅପରାଧିକ ଗ୍ରାହକଙ୍କ ସୂଚନା ଦେବା ପାଇ କୋର୍ଟ କହିଛନ୍ତି । ସେପଟେ ସଲମାନ ଖାନ ମଧ୍ୟ ରିଲିଜ ପରେ ଫିଲ୍ମର ବେଆଇ ଷ୍ଟ୍ରିମିଂକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାକୁ ସେ ଏକ ଗୁରୁତର ଅପରାଧ ବୋଲି କହିଛନ୍ତି। ସୂଚନାମୁତାବକ, ସଲମାନ ଖାନ ଏବଂ ଦିଶା ପାଟନୀଙ୍କ ଅଭିନୀତ ଫିଲ୍ମ ‘ରାଧେ’ ୧୩ ମେରେ ରିଲିଜ୍ ହୋଇଥିଲା। ଜି-୫ରେ ରିଲିଜ୍ ହୋଇଥିବା ଏହି ଫିଲ୍ମକୁ ପେ-ଫର-ଭ୍ୟୁ ଆଧାରରେ ରିଲିଜ୍ କରାଯାଇଥିଲା ।

ଇଣ୍ଡିଆନ ଆଇଡଲ-୧୨ ପ୍ରତିଯୋଗୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ପୁଣି ବିବାଦରେ ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୨’ । ଏହି ଶୋ’ର ଜଣେ ପ୍ରତିଯୋଗୀଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ପ୍ରତିଯୋଗୀ ସନମୁଖପ୍ରିୟା କ୍ଲାସିକ ଗୀତର ଅପମାନ ଏବଂ ତାକୁ ଭୁଳ ରୂପେ ଗାଇବା ସହ ତାକୁ ବର୍ବାଦ କରିଥିବା ନେଇ ଜଣେ ୟୁଜର୍ସ ଅଭିଯୋଗ ଆଣିଛନ୍ତି । ପ୍ରକୃତରେ ଇଣ୍ଡିଆନ ଆଇଡଲର ଗତ ସପ୍ତାହର ଏପିସୋଡଟି ଦିଗଜ ଗୀତିକାର ଶ୍ରବଣ ରାଠୋରଙ୍କ ପାଇଁ ସମର୍ପିତ ଥିଲା । ଏହି ୱିକଣ୍ଡେ ସ୍ପେଶାଲ ଏପିସୋଡରେ ସନମୁଖପ୍ରିୟା ‘ହମ୍‌କୋ ସିର୍ଫ ତୁମସେ ପ୍ୟାର ହୈ’ ଗୀତ ଗାଇଥିଲେ । ତେବେ ତାଙ୍କ ଗୀତ ଗାଇବା ଶୈଳୀକୁ ନେଇ କେତେକ ୟୁଜର୍ସ ନାପସନ୍ଦ କରିଛନ୍ତି । ଏପରିକି ଜଣେ ୟୁଜର୍ସ ରାଗିଯାଇ ତାଙ୍କୁ ଶୋ’ରୁ ବାହାର କରିବା ପାଇଁ ମଧ୍ୟ ଦାବି କରିଛନ୍ତି  । ଶନିବାର ରାତିରେ ଶୋ’ ଅନ୍ ଏୟାର ହେବା ପରେ ଏହାକୁ ନେଇ ସୋଶାଲ ମିଡିଆରେ ଆଲୋଚନା ଜୋର ଧରିଛି । ଶୋ’ର କେତେକ ନିୟମିତ ଦର୍ଶକ ନିଜ ରାଗକୁ ଟିଇଟ୍ ଜରିଆରେ ପ୍ରକାଶ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ସନମୁଖପ୍ରିୟା ଜଣେ ବେକାର ସିଙ୍ଗର । ତୁମେ ଶୋ’ରୁ ବାହାରିଯାଅ । ଇଣ୍ଡିଆନ ଆଇଡଲ-୧୨କୁ ବନ୍ଦ କରାଯାଉ । ଆଉ ଜଣେ ୟୁଜର୍ସ ଲେଖିଛନ୍ତି, “ସନମୁଖପ୍ରିୟା କେବଳ ଚିଲ୍ଲଉଛନ୍ତି । ତାଙ୍କୁ ଗୀତ ଗାଇ ଆସେନି, ସେ ଜଣେ କପି କ୍ୟାଟ୍ । ସେ ମେଲଡି ଗୀତ ଗାଇ ପାରନ୍ତି ନାହିଁ । ସେ କେବଳ ପାଟି କରିବା ଜାଣିଛନ୍ତି ଏବଂ ଗୀତର ମଜାକ ଉଡାଇବା ଜାଣିଛନ୍ତି । ସନମୁଖପ୍ରିୟା ଯୋଗୁଁ ସେ ଏବେ ଇଣ୍ଡିଆନ ଆଇଡଲ ଶୋ’କୁ ଘ୍ରୁଣା କରୁଛନ୍ତି । ସୂଚନା ମୁତାବକ ଗତ କିଛି ଦିନ ତଳେ ମଧ୍ୟ ଇଣ୍ଡିଆ ଆଇଡଲ-୧୨ ଶୋ’ ବିବାଦ ଘେରକୁ ଆସିଥିଲା । ଲିଜେଣ୍ଡରୀ ଗୀତିକାର କିଶୋର କୁମାର ସ୍ପେଶାଲ ଏପିସୋଡରେ ତାଙ୍କ ପୁଅ ଅମିତ କୁମାର ଗେଷ୍ଟ ରୂପେ ଶୋ’ରେ ଭାଗ ନେଇଥିଲେ। ଶୋ’ ସରିବା ପରେ ତାଙ୍କୁ ଏହା ପସନ୍ଦ ଆସିନଥିଲା ବୋଲି କହିଥିଲେ । କେବଳ ସେତିକି ନୁହେଁ ମେକର୍ସମାନେ ତାଙ୍କୁ ପ୍ରତିଯୋଗୀମାନଙ୍କ ପ୍ରଶଂସା କରିବା ପାଇଁ ବାଧ୍ୟ କରିଥିଲେ ବୋଲି ସେ କହିଥିଲେ ।

ମମତାଙ୍କ ହୃଦସ୍ପନ୍ଦନ ବଢ଼ାଇଲେ ସୁପ୍ରିମକୋର୍ଟ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆଇନ୍ ଆଖିର ସମସ୍ତେ ସମାନ। ଯିଏ ଆଇନକୁ ହାତକୁ ନେବେ ସିଏ ଦଣ୍ଡିତ ହୋଇପାରିବ। ମଙ୍ଗଳବାର ସୁପ୍ରିମକୋର୍ଟ ସିବିଆଇର ଏକ ଆବେଦନ ଉପରେ ବିଚାର କରି ଏହା କହିଛନ୍ତି। ଯାହାକି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ହୃଦସ୍ପନ୍ଦନ ବଢ଼ାଇଛି। ସୁପ୍ରିମକୋର୍ଟ କହିଛନ୍ତି ମମତା ହୁଅନ୍ତୁ ଅବା ସାଧାରଣ ଲୋକ ଯିଏ ଆଇନ୍ ଉଲ୍ଲଂଘନ କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସିବିଆଇ ଯଦି ଚାହିଁବ ମମତାଙ୍କ ବିରୋଧରେ ଆଇନ୍ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଏଥିପାଇଁ ସିବିଆଇ ପାଖରେ ସମସ୍ତ ପ୍ରକାର କ୍ଷମତା ରହିଛି। ସିବିଆଇ ଗତକାଲି ସୁପ୍ରିମକୋର୍ଟରେ କହିଛି, ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ଗତ ସପ୍ତାହରେ ଚାରି ଜଣଙ୍କୁ ସିବିଆଇ ଗିରଫ କରିଥିଲା। ଏଥିରୁ ତିନି ଜଣ ଟିଏମସି ନେତା। ଗିରଫ ପରେ ମମତା ବାନାର୍ଜୀ ଏବଂ ତାଙ୍କ ସମର୍ଥକ ସିବିଆଇ ଅଫିସକୁ ଘେରିବା ସହିତ ଟେକା ପଥର ଫିଙ୍ଗିଥିଲେ। ଏହାପରେ ସୁପ୍ରିମକୋର୍ଟ କହିଛନ୍ତି ମମତା ହୁଅନ୍ତୁ ଅବା ସାଧାରଣ ଲୋକ ଯିଏ ଆଇନ୍ ଉଲ୍ଲଂଘନ କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସିବିଆଇ କହିଛି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମେ ୧୭ରେ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତରେ ଚାପ ପ୍ରୟୋଗ କରିବା ସହିତ ତାଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଏମିତିକି ଜଣେ ମୁଖ୍ୟମନ୍ତ୍ରୀ ହୋଇ ସିବିଆଇକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ନିଜ ସମର୍ଥକଙ୍କ ଦ୍ୱାରା ଟେକା ପଥର ମାଡ଼ି କରି ତଦନ୍ତ ବାଧାପ୍ରାପ୍ତ କରାଯାଇଛି ବୋଲି ସିବିଆଇ କହିଛି। ଏଭଳି କରି ମମତା ଏବଂ ତାଙ୍କ ସମର୍ଥକମାନେ ସିବିଆଇ ଅଫିସ ଆଗରେ ଆତଙ୍କରାଜ କରିବାକୁ ଚେଷ୍ଟା କରିଥିଲେ। ବିଚାରପତି ଜଷ୍ଟିସ ବିନିତ ସରନ ଏବଂ ଜଷ୍ଟିସ ବି.ଆର. ସିବିଆଇର ପକ୍ଷ ରଖୁଥିବା ସଲିସିଟର ଜେନେରାଲ ତୁଷାର ମେହେତାଙ୍କୁ କହିଛନ୍ତି ଯେ ସିବିଆଇ କାର୍ଯ୍ୟାଳୟ ଅବରୋଧରେ ସେ ମୁଖ୍ୟମନ୍ତ୍ରୀ ତଥା ଆଇନ ମନ୍ତ୍ରୀଙ୍କ ଆଚରଣକୁ ଅନୁମୋଦନ କିମ୍ବା ଅନୁମତି ଦେଉ ନାହାଁନ୍ତି। ଏହି ପରିସ୍ଥିତିର ମୁକାବିଲା ପାଇଁ ସମ୍ବିଧାନରେ ପର୍ଯ୍ୟାପ୍ତ ପଦକ୍ଷେପ ରହିଛି ବୋଲି ବେଞ୍ଚ କହିଛନ୍ତି। କୋର୍ଟ ସରକାର କିମ୍ବା ସିବିଆଇକୁ ପରାମର୍ଶ ଦେବା ପାଇଁ ଏଠାରେ ନାହାନ୍ତି ବୋଲି ବେଞ୍ଚ କହିଛନ୍ତି। କୋର୍ଟ କହିଛନ୍ତି ଯେ ଯେଉଁମାନେ ଆଇନକୁ ନିଜ ହାତକୁ ନେବେ ସେମାନଙ୍କ ବିରୋଧରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ତଦନ୍ତକାରୀ ସଂସ୍ଥା ଉପରେ ଚାପ ପକାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏପରି ବୈଠକକୁ ବେଞ୍ଚ ପ୍ରଶଂସା କରୁନାହିଁ। ବେଞ୍ଚ କହିଛନ୍ତି ଯେ ଆମେ ନାଗରିକଙ୍କ ସ୍ୱାଧୀନତାକୁ ରାଜନେତାଙ୍କ କୌଣସି ବେଆଇନ କାର୍ଯ୍ୟ ସହିତ ଯୋଡିବାକୁ ପସନ୍ଦ କରୁନାହୁଁ।

ରାମଦେବଙ୍କୁ ଆଇଏମଏର ହଜାରେ କୋଟି ଟଙ୍କାର ମାନହାନୀ ନୋଟିସ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମହାମାରୀ କରୋନା ବିରୋଧରେ ଏଲୋପାଥି ଚିକିତ୍ସାକୁ ନେଇ ବିବାଦୀୟ ବୟାନ ଦେଇଥିବା ଯୋଗ ଗୁରୁ ବାବା ରାମଦେବଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଆଜି ଆଇଏମଏ ଉତ୍ତରାଖଣ୍ଡ ପକ୍ଷରୁ ରାମଦେବଙ୍କ ନାଁରେ ହଜାରେ କୋଟି ଟଙ୍କାର ମାନହାନୀ ନୋଟିସ ପଠାଯାଇଛି। ରାମଦେବଙ୍କ ପାଖକୁ ଆଇଏମଏ ଉତ୍ତରାଖଣ୍ଡ ପଠାଇଥିବା ନୋଟିସ୍‌ରେ କହିଛି ଯେ ଯଦି ୧୫ ଦିନ ମଧ୍ୟରେ ଏଲୋପାଥି ଚିକିତ୍ସାକୁ ବିରୋଧ କରି ସେ ଦେଇଥିବା ବୟାନ ବିରୋଧରେ କୌଣସି ଭିଡିଓ ଜାରି ନ କରନ୍ତି କିମ୍ବା ନିଜର ବୟାନ ପାଇଁ କୌଣସି ଲିଖିତ କ୍ଷମା ନ ମାଗନ୍ତି, ତା’ହେଲେ ତାଙ୍କ ବିରୋଧରେ ୧୦୦୦ କୋଟିର ମାନହାନୀ କେସ୍‌ କରାଯିବ। ଏଥିସହ ଆଇଏମଏ ଉତ୍ତରାଞ୍ଚଳ ଷ୍ଟେଟ ବ୍ରାଞ୍ଚ ମଧ୍ୟ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତଙ୍କୁ ଚିଠି ଲେଖି ରାମଦେବ ଏଲୋପାଥି ବିରୋଧରେ ଦେଇଥିବା ବୟାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଆଇଏମଏ ପକ୍ଷରୁ କୁହାଯାଇଛି ଯେ ରାମଦେବଙ୍କର ନିକଟରେ ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା।ଏଥିରେ ସେ ଏଲୋପାଥିକୁ ଷ୍ଟୁପିଡ ସାଇନ୍ସ ବୋଲି କହିଥିଲେ। ଏଥିସହ ସେ ଡିସିଜିଆଇ ଦ୍ୱାରା ଅନୁମୋଦପ୍ରାପ୍ତ ରେମଡେସିଭିର, ଫାବିଫ୍ଲ୍ୟୁ ଓ ଅନ୍ୟାନ୍ୟ ଔଷଧ କରୋନା ଚିକିତ୍ସା କରିବାରେ ବିଫଳ ବୋଲି କହିଥିଲେ। ତେଣୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇଏମଏ ଦାବି କରିଥିଲା। ରାମଦେବଙ୍କ ବୟାନକୁ ଆଇଏମଏ, ଏମ୍ସର ରେସିଡେଣ୍ଟ ଡକ୍ଟର ଆସୋସିଏସନ୍ସ ଓ ସଫଦରଜଙ୍ଗ ହସ୍ପିଟାଲ୍ସ ପକ୍ଷରୁ ବିରୋଧ କରାଯାଇଥିଲା। ସେମାନେ ଯୋଗ ଗୁରୁ ରାମଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି କରିଥିଲେ।

ସନ୍ଧ୍ୟା ଯାଏ ରହିଛି ପବନର ବିପଦ, କେବେ ପାଗରେ ଆସିବ ସୁଧାର…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆଜି ସକାଳ ୯ଟାରୁ ବାତ୍ୟା ‘ୟାସ୍‌’ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ କରିଛି। ଧାମରାର ଉତ୍ତର ଓ ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଏହା ଲ୍ୟାଣ୍ଡଫଲ୍‌ କରିଛି। ଏବେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟା ଶେଷ ହେବାକୁ ଆଉ ୩ରୁ ୪ ଘଣ୍ଟା ସମୟ ଲାଗିବ। ଦିନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ୍‌ ଶେଷ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ପକ୍ଷରୁ ସୂଚନା ଦିଆଯାଇଛି। ଲ୍ୟାଣ୍ଡଫଲ ୧ଟା ସୁଦ୍ଧା ଶେଷ ହେବାକୁ ଥିଲେ ହେଁ ପବନର ବିପଦ ସନ୍ଧ୍ୟା ଯାଏ ରହିଥିବା ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଲ୍ୟାଣ୍ଡ ପ୍ରକ୍ରିୟା ଚାଲିଥିବାରୁ ପବର ଘଣ୍ଟାପ୍ରତି ବେଗ ୧୩୦ରୁ ୧୪୦ କିମି ରହିଛି। ବେବେଳେ ଏହା ୧୫୦ କିମି ମଧ୍ୟ ଛୁଇଁବାରେ ଲାଗିଛି। ଉତ୍ତର ଧାମରା ଠାରୁ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିଥିବାରୁ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ଘଟାଇବାର ଆଶଙ୍କାର ପ୍ରକାଶ ପାଇଛି। ଏବେ ବାଲେଶ୍ୱର ଓ ଭଦ୍ରକରେ ୧୩୦ରୁ ୧୫୦ କିମି ମଧ୍ୟରେ ପବନ ହେଉଛି। ଆଗାମୀ ୩ ଘଣ୍ଟା ଯାଏ ଏମିତି ପବନ ବହିବ। ବତ୍ୟା ୟାସ ବାଲେଶ୍ୱର ଦେଇ ରାତି ସୁଦ୍ଧା ମୟୂରଭଞ୍ଜରେ ପହଞ୍ଚିବ। ଆଜି ଅପରାହ୍ନରୁ ମୟୂରଭଞ୍ଜରେ ପ୍ରବଳ ବର୍ଷା ସାଙ୍ଗକୁ ୧୦୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ମୟୂରଭଞ୍ଜରୁ ବାତ୍ୟା ୟାସ କ୍ରମଶଃ ଦୁର୍ବଳ ହୋଇ କାଲି ସକାଳ ସୁଦ୍ଧା ଝାରଖଣ୍ଡକୁ ଚାଲିଯିବ। ଏବେ ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପବନ କମି କମି ଚାଲିଛି। କେନ୍ଦୁଝର ଜିଲ୍ଲାରେ ୬୦ରୁ ୯୦ କିମି ବେଗରେ ପବନ ବହୁଛି କାଲି ସକାଳ ଯାଏ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବମାନେ କୌଣସି ବି ପରିସ୍ଥିତିରେ ଏହା ମଧ୍ୟକୁ ଯିବେ ନାହିଁ। କାଲି ସକାଳ ପରେ ପାଗରେ ସୁଧାର ଆସିବ। ବର୍ଷା ଛାଡ଼ିଯିବ। ଏବେ ଆଶ୍ରୟସ୍ଥଳୀରେ ରହିଥିବା ଲୋକେ ଘରକୁ ଫେରନ୍ତୁ ନାହିଁ। ବିପଦ ଟଳିନି। ସନ୍ଧ୍ୟା ଯାଏ ପବନର ବିପଦ ରହିଛି। ବାତ୍ୟା ସରିବା ସୂଚନା ଦିଆଯିବା ପରେ ସମସ୍ତେ ଘରକୁ ଫେରିବା ଉଚିତ ବୋଲି ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ମୟୂରଭଂଜ କୁସୁମୀ ବ୍ଲକରେ ସର୍ବାଧିକ ୩୦୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଚାନ୍ଦବାଲିରେ ୨୮୮, ରାଜନଗରରେ ୨୭୫, ଏରସମାରେ ୨୭୧ ମିମି ବର୍ଷା ହୋଇଛି। ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିବା ଜଣାପଡ଼ିଛି।

ଭଦ୍ରକ-ବାସୁଦେବପୁର ରାସ୍ତାକୁ ଖୋଳିଦେଲେ ଗାଁ ଲୋକ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଜାତୀୟ ରାଜପଥର ଜାମୁଝାଡ଼ିରୁ ବାସୁଦେବପୁର ଅଭିମୁଖେ ଯାଉଥିବା ରାସ୍ତାକୁ ଖୋଳିଦେଇଛନ୍ତି ଗାଁ ଲୋକେ। ଜଳବନ୍ଦୀ ଥିବା ଗାଁ ଲୋକମାନେ ରାସ୍ତା ଖୋଳି ଦେଇଥିବା ଜଣାପଡ଼ିଛି। ଯାହାଫଳରେ ଉକ୍ତ ରାସ୍ତାରେ ଯାତାୟତ ଠପ୍‌ ହୋଇଯାଇଛି। ବାତ୍ୟା ‘ୟାସ୍‌’ ଯୋଗୁ ଭଦ୍ରକ ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି। ଜିଲ୍ଲାର ଚାନ୍ଦବାଲି ଅଞ୍ଚଳରେ ୨୮୮ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ଯାହାଫଳରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ପାଣି ନିଷ୍କାସିତ ହୋଇନପାରି ଘରେ ପଶୁଥିବା ଅଭିଯୋଗ ହୋଇଛି। ପାଖାପାଖି ୧୦ ଖଣ୍ଡରୁ ଅଧିକ ଗାଁର ଲୋକେ ଜଳବନ୍ଦୀ ଜୀବନ ଅତିବାହିତ କରୁଛନ୍ତି। ସେମାନଙ୍କ ପାଖରେ ପ୍ରଶାସନ ନପହଞ୍ଚିବାରୁ କିଛି ଉପାୟ ନପାଇ ଗାଁ ଲୋକେ ଭଦ୍ରକ-ବାସୁଦେବପୁର ରାସ୍ତାକୁ ଖୋଳି ପକାଇଛନ୍ତି। ସେପଟେ ଭଦ୍ରକ ସହରାଞ୍ଚଳର ସରକାର ନଗର ନିକଟରେ ବର୍ଷା ପାଣିରେ କାର ଭାସି ଯାଇଥିବା ଦେଖିବାକୁ ମିଳିଛି। କାର ଗୁଡ଼ିକ ମରାମତି ପାଇଁ ଗ୍ୟାରେଜରେ ନିକଟରେ ଛିଡ଼ା ହୋଇଥିଲା। ତେବେ ଗତ ଦୁଇ ଦିନ ଧରି ହୋଇଥିବା ବର୍ଷା ପାଣି ଗାଡି ଗୁଡ଼ିକ ଭାସି ଯାଇଥିବା ଦାଖିବାକୁ ମିଳିଛି।

‘ୟାସ୍‌’ ମୁକାବିଲା ପାଇଁ ବିଜେପି ଗଢ଼ିଲା ସମନ୍ୱୟ କମିଟି…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟାସ୍‌’ ପ୍ରଭାବିତ ଲୋକଙ୍କୁ ସହଯୋଗ କରିବା ପାଇଁ ବିଜେପି ଆଜି ୧୨ଟି ଜିଲ୍ଲାରେ ସମନ୍ୱୟ କମିଟି ଗଠନ କରିଛି। ଏହାସହିତ ରାଜ୍ୟସ୍ତରରେ ମଧ୍ୟ ଏକ ସମନ୍ୱୟ କମିଟି ଗଠନ କରାଯାଇଛି। ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ସମୀକ୍ଷା ବୈଠକରେ ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରି ପ୍ରଭାବିତ ବାତ୍ୟାଂଚଳବାସୀଙ୍କୁ ସମସ୍ତ ପ୍ରକାରର ସହଯୋଗ ଓ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ‘ୟାସ୍‌’ ମୁକାବିଲା ପାଇଁ ପାର୍ଟି ତରଫରୁ ଏକ ରାଜ୍ୟସ୍ତରୀୟ ସମନ୍ୱୟ କମିଟି ସହ ପ୍ରଭାବିତ ୧୨ଟି ଜିଲ୍ଲାରେ ମଧ୍ୟ ସମନ୍ୱୟ କମିଟି ଗଠନ କରିବାକୁ ଶ୍ରୀ ନଡ୍ଡା ପରାମର୍ଶ ଦେଇଥିଲେ। ଏହି କମିଟି ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ, ବିଭିନ୍ନ ସରକାରୀ ବିଭାଗ, ବିପର୍ଯ୍ୟୟ ମ୍ୟାନେଜମେଂଟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଏନଡିଆରଏଫ ଇତ୍ୟାଦିଙ୍କ ସହ ସମନ୍ୱୟ ରକ୍ଷା କରି ସାଧାରଣ ଜନତାଙ୍କୁ ସହୟତା ଓ ସହଯୋଗ କରିବେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ସମୀର ମହାନ୍ତି ୫ ଜଣିଆ ‘ରାଜ୍ୟ ସମନ୍ୱୟ କମିଟି’ ଗଠନ କରିଛନ୍ତି। ପୂର୍ବତନ ରାଜସ୍ୱ ମନ୍ତ୍ରୀ ଓ ବରିଷ୍ଠ ନେତା ଶ୍ରୀ ମନମୋହନ ସାମଲ ଏହି କମିଟିର ରାଜ୍ୟ ସଂଯୋଜକ ହୋଇଥିବାବେଳେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର ଓ ରାଜ୍ୟ ବିନୋଦ ଦାଶ ଏହାର ସଦସ୍ୟ ଅଛନ୍ତି । ସେହିପରି ବାତ୍ୟା ପ୍ରଭାବିତ ୧୨ଟି ଜିଲ୍ଲାରେ ୩ ଜଣିଆ ‘ଜିଲ୍ଲା ସମନ୍ୱୟ କମିଟି’ ଗଠନ ହୋଇଛି। ବାତ୍ୟାର ପ୍ରଭାବ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ମୟୁରଭଂଜ, କେନ୍ଦୁଝର, ଗଂଜାମ ଜିଲ୍ଲା ୁପରେ ପଡ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ଅବଗତ କରେଇଛି ବୋଲି ବିଜେପି ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ସୂଚନା ଦିଆଯାଇଛି।