ବାଲିପୋଇ ଠାରେ ପୋଲିସ ପଞ୍ଝାରେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ। ଗଞ୍ଜେଇର ପରିମାଣ ୨୪୦ କେଜି। ଅଟୋ ଜବତ, ଡ୍ରାଇଭର ଗିରଫ।

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)- ଆଜି ଅପରାହ୍ନରେ କୋଦଳା ଠାରୁ କଞ୍ଚଣା ରାସ୍ତାର ବାଲିପୋଇ ନିକଟରେ ଏକ ଡ।ଲା ଅଟୋ( OD 07 Z 8565 ) ରେ ଭର୍ତିଥିବା ଗଂଜେଇକୁ କୋଦଳା ପୋଲିସ ଧରିବାରେ ସକ୍ଷମ ହୋଇଛି। ଅଟୋଟି କୋଦଳାରୁ ଖଲ୍ଲିକୋଟ ଅଭିମୁଖେ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ଏସ ଆଇ ଆରତୀ ପରିଡା ,ବେଗୁନିଆ ପଡା ଫାଣ୍ଡି ଏ ଏସ ଆଇ ଶରତ ଚନ୍ଦ୍ର ମହାପାତ୍ରଙ୍କ ସମେତ ପୋଲିସ ଟିମ ପ୍ରମୁଖ ସେହି ଅଟୋକୁ ଜବତ କରିଥିଲେ। ଅଟୋରେ ଥିବା ଗଂଜେଇର ପରିମାଣ ୨୪୦ କିଲୋ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି ।

କୋଦଳା ଥାନା କେଶ ନମ୍ବର ୨୨୨/୨୦୨୧ ରେ ଏକ ମାମଲା ରୁଜ୍ଜୁ କରାଯାଇଛି। ଏହା ସହିତ ଅଟୋ ଡ୍ରାଇଭର କୁ ଗିରଫ କରାଯାଇଛି। ଘଟଣା ସ୍ଥଳରେ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ପହଞ୍ଚି ତଦନ୍ତ କରିଛନ୍ତି।

ଗୁଣପୁର ଆଦର୍ଶ ଥାନାର ଭାର ନେଲେ ଯସମନ୍ତ କୁମାର ହିଆଲ; ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ଯୋଗ ଦେଲେ ଅଜ୍ଞ କୁମାର ବାରିକ ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡା ଜିଲ୍ଲା ଗୁଣପୁର ଆଦର୍ଶ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଭାବେ ଆଜି ଯସମନ୍ତ କୁମାର ହିଆଲ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଏଥି ପୂର୍ବରୁ ଶ୍ରୀ ହିଆଲ ଗୁଣପୁର ଉପଖଣ୍ଡ ଅଧୀନସ୍ଥ ବିଷମ କଟକ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଆସିଛନ୍ତି । ଶ୍ରୀ ହିଆଲଙ୍କୁ ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ସଂଘର ଆବାହକ, କାର୍ଯ୍ୟକାରୀ ସଭାପତି ଓ ସଦସ୍ୟ ମାନେ ଶ୍ରୀ ହିଆଲଙ୍କୁ ସାକ୍ଷାତ କରି ସ୍ଥାନୀୟ ସମସ୍ୟା ଗୁଡିକ ଉପରେ ଆଲୋକପାତ କରାଇବା ସହ ଉତ୍କଟ ଟ୍ରାଫିକ ସମସ୍ୟା ନେଇ ଅବଗତ କରାଇଥିଲେ । ଶ୍ରୀ ହିଆଲ ଏନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ସମାନ୍ତରାଳ ଭାବେ ନବନିଯୁକ୍ତ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଜୟ କୁମାର ବାରିକଙ୍କ ସହିତ ସାକ୍ଷାତ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ସ୍ଥାନୀୟ ସମସ୍ୟା ଗୁଡିକ ଅବଗତ କରାଇ,ଏହାର ପ୍ରତିକାର ଓ ସମାଧାନର ଆଶା ପ୍ରକାଶ କରିଛନ୍ତି ।

ସମ୍ଭlବ୍ୟ ବାତ୍ୟା ୟାସର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ ସମସ୍ତ ଅଧିକାରୀ ନିର୍ଦେଶ ଦେଲେ ଜିଲ୍ଲାପାଳ ; “ବିନା ଅନୁମତିରେ କୌଣସି ଅଧିକାରୀ ସଦର ମହାକୁମା ଛାଡି ଯାଇ ପାରିବେ ନାହିଁ “….!

!!! ରାୟଗଡା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡ)- ସମ୍ପ୍ରତି ବଙ୍ଗପୋସାଗରରେ ସୃଷ୍ଟ ବାତ୍ୟା ୟସର ମୁକାବିଲା କରିବା ନିମନ୍ତେ ଆଜି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷ୍ୟତlରେ ଏକ ଜରୁରୀ ବୈଠକ ୱେବିନlରରେ ମଧ୍ୟମରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡିଆରଡ଼ିଏ, ଶ୍ରୀ ମହେଶ୍ୱର ନାଏକ, ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ସନlଲ ଜେନା, ଉପଜିଲ୍ଲାପାଳ ରାୟଗଡ, ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଆଦି ଯୋଗଦାନ କରିଥିଲେ l ଏହି ବୈଠକରେ ଓଡିଶାକୁ ମାଡି ଅଶୁଥିବା ବାତ୍ୟାର ମୁକାବିଲା କରିବା ପାଇଁ ସମସ୍ତ ଅଧିକାରୀ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି l ଜିଲ୍ଲା ପାଇଁ ବିପଦ ସମ୍ଭବନା କମ ଥିଲେ ମଧ୍ୟ ପ୍ରସ୍ତୁତ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦେଶ ଅନୁଯାୟୀ ରାଜ୍ୟର ଅନ୍ୟ ଜିଲ୍ଲାର ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ ଜଗାଇବା ନିମନ୍ତେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ନିର୍ଦେଶ ଦେଇଛନ୍ତି l ସମସ୍ତ ବିଭlଗୀୟ ଅଧିକାରୀ ସତର୍କ ରହିବl ସଦର ମହକୁମାରେ ମହଜୁଦ ରହିବାକୁ ନିର୍ଦେଶ ଦେଇଛନ୍ତି l ଯଦି କେହି ଛୁଟିରେ ଅଛନ୍ତି ତାହlହେଲେ ସେମାନଙ୍କ ଛୁଟି ବାତିଲ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି l ବିଶେଷ କରି ତହସିଲଦାର ଓ ବିଡ଼ିଓ ଏହାର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି l ଉପଜିଲ୍ଲାପାଳ ରାୟଗଡ ଏବଂ ଗୁଣପୁର ଏହାର ମନିଟରିଙ୍ଗ କରିବେ l ସେହିପରି ବନ୍ୟା ବାତ୍ୟା ସମୟରେ ଦୁର୍ଗମ ଓ ବନ୍ୟା ପ୍ଲାବିତ ଅଂଚଳରେ ଯଥେଷ୍ଟ ଆଗରୁ ଶୁଖିଲା ଖାଦ୍ୟ, ଆବଶ୍ୟକ, କିରାସିନି, ଚୁଡାଗୁଡ଼, ମହଜୁଦ ରଖିବା ନିମନ୍ତେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହେବାର ସମ୍ଭବନା ଥିବା ଇଲାକାକୁ ଯଥେଷ୍ଟ ଆଗରୁ ସୁରକ୍ଷିତ ସ୍ଥାନକୁ ନେବାର ବ୍ୟବସ୍ଥା କରିବାକୁ ତହସିଲଦାର ଓ ବିଡ଼ିଓ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ପଲିଥିଣ ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ମହଜୁଦ ରଖିବାକୁ ତହସିଲଦାର ମାନଙ୍କୁ ନିର୍ଦେଶ ଦିଆଯାଇଛି l ବନ୍ୟା ବାତ୍ୟା ପରେ ରାସ୍ତlଘାତ ସଫା କରିବା ନିମନ୍ତେ ଆବଶ୍ୟକ ସରଞ୍ଜାମ ମହଜୁଦ ରଖିବାକୁ ଅଗ୍ନିଶମ୍ମ, ରାସ୍ତା ଓ ଗୃହ , ଗ୍ରାମୀୟ ନିର୍ମାଣ ବିଭାଗକୁ ନିର୍ଦେଶ ଦିଆଯାଇଛି l ସେହିପରି ବିଦ୍ୟୁତ ସେବା ଯୋଗାଇବା ନିମନ୍ତେ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆସଯାଇଛି l ସେହିପରି ନିର୍ବାହୀ ଯନ୍ତ୍ରୀ ଜନସ୍ୱାସ୍ଥ୍ୟ ବିଭାଗକୁ ବିଶୋଧିତ ପାଣି ଯୋଗାଇବା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି l ବନ୍ୟା ବାତ୍ୟା ମୁକାବିଲା ନିମନ୍ତେ ଜିଲ୍ଲାର ସମସ୍ତ ବିଭଗୀୟ ଅଧିକାରୀ, ବିଡ଼ିଓ, ତହସିଲଦାର, ନିର୍ବାହୀ ଅଧିକାରୀ ସମସ୍ତ ପ୍ରକାର ପ୍ରସ୍ତୁତି ରହିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦେଶ ଦେଇଥିଲେ l
ଆଜି ଏହି ବୈଠକରେ ଜିଲ୍ଲା ସ୍ଥରୀ ବିଭିନ୍ନ ବିଭାଗୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ଆଦି ଯୋଗଦାନ କରିଥିଲେl

ବିଭିନ୍ନ ସମସ୍ୟା ଓ ଦାବି ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ୧୦ ଦଫା ଦାବିପତ୍ର ପ୍ରଦାନ କଲା ରାଜ୍ୟ ୱେବ ମିଡ଼ିଆ ସଙ୍ଘ; ରାଜ୍ୟ ୱେବ ମିଡ଼ିଆ ସଂଘକୁ ସମର୍ଥନ କଲା ଉତ୍କଳ ସାମ୍ବାଦିକ ସଂଘ ଓ ଓଡ଼ିଶା ୟୁନିୟନ ଅଫ୍‌ ୱାର୍କିଂ ଜର୍ଣ୍ଣାଲିଷ୍ଟ(ଓୟୁଜେ) ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଦିନକୁ ଦିନ ରାଜ୍ୟରେ କାର୍ଯ୍ୟରତ ୱେବ୍‌ ମିଡ଼ିଆ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି । ୱେବ୍‌ ମିଡ଼ିଆ ମାଲିକ ଓ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇ ବୃତିଗତ ଭା‌ବେ ଦିନ ରାତିକୁ ଏକ କରି ସମ୍ବାଦ ପରିବେଷଣ କରୁଛନ୍ତି । କିନ୍ତୁ ଖବରକାଗଜ ଓ ଟିଭି ସାମ୍ବାଦିକମାନଙ୍କ ପରି ସମ୍ମାନ,ସୁରକ୍ଷା ଓ ଅଧିକାର ମିଳୁ ନାହିଁ। ଯେତେ‌ ପ୍ରତିବାଦ କଲେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାର ଏହା ଉପରେ ଗୁରୁତ୍ବ ଦେଉ ନାହାନ୍ତି। ନିକଟରେ କନ୍ଧମାଳ ଜିଲ୍ଲା ଖବର ଓଡିଶା ଟୁଡେର ବ୍ୟୁରୋ ଚିଫ୍ ଅ‌‌ଶୋକ କୁମାର ମିଶ୍ରଙ୍କୁ ଫୁଲବାଣୀ ଟାଉନ ଥାନା ଏସ୍‌ଆଇ ଦୀପକ ସାମନ୍ତସିଂହାର ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବାର ଭିଡ଼ିଓ ଭାଇରାଲ ହୋଇଥିଲା ଏବଂ ଘଟଣାର ଗୋଟିଏ ଦିନ ପରେ ମଧ୍ୟ କିଛି ଦୁବୁର୍ତ ତାଙ୍କୁ ଆକ୍ରମଣ କରିଥିଲେ। ଜିଲ୍ଲା ସଂଘ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆଗଲା ନାହିଁ। ସେହିପରି ଅନ୍ୟ ଏକ ୟୁଟୁବ ଚ୍ୟାନେଲ ’ଟିଏନଓ’ ମୁଖ୍ୟମନ୍ତ୍ରୀ ଆଉ ନାହାନ୍ତି ବୋଲି ଏକ ମିଥ୍ୟା ଖବର ପରିବେଷଣ କରିଥିଲା ା ଏ ନେଇ ମଧ୍ୟ କିଛି ପଦକ୍ଷେପ ନିଆଗଲା ନାହିଁ। କିଛି ୱେବ୍‌ ମିଡ଼ିଆ ବାଲାଙ୍କ ପାଇଁ ପୁରା ୱେବ୍‌ ମିଡ଼ିଆ ସମ୍ପୂର୍ଣ୍ଣ ବଦନାମ ହେଉଛି। ଦୋଷୀକୁ ଦଣ୍ଡ ମିଳିବା ନିହାତି ଦରକାର। କିନ୍ତୁ ରାଜ୍ୟର କିଛି ୱେବ୍‌ ମିଡ଼ିଆଙ୍କ ଖଳ ପ୍ରକୃତି ଓ ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟବ୍ୟାପୀ ୱେବ୍‌ ମିଡ଼ିଆର ଗୁରୁତ୍ବ ହ୍ରାସ ପାଉଛି। ଯେଉଁ ୱେବ ମିଡ଼ିଆ ବଂନ୍ଧୁମାନେ ଭୂଲ କରିବେ, ସମ୍ପୃକ୍ତ ସଂସ୍ଥା ଓ ସାମ୍ବାଦିକଙ୍କ ଉପରେ ଟିଭି ଓ ଖବରକାଗଜ ସଂସ୍ଥା ଖବର ପରିବେଷଣ କରୁ। ଅନ୍ୟଥା କାର୍ଯ୍ୟରତ ୱେବ ମିଡିଆଙ୍କୁ ବଦନାମ କରା ନ ଯାଉ। ତେଣୁ ରାଜ୍ୟ ସରକାର ୱେବ୍‌ ମିଡ଼ିଆଙ୍କ କ୍ଷେତ୍ରରେ ବୈମାତୃକ ମନୋଭାବ ପୋଷଣ କରୁଥିବାରୁ ସେମାନଙ୍କ ସମ୍ମାନ,ସୁରକ୍ଷା ଓ ଅଧିକାର ଆଦି ୧୦ଦଫା ସମ୍ବଳିତ ଦାବିକୁ ନେଇ ମାଷ୍ଟର କ୍ୟାଂଟିନ୍‌ ଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବିପତ୍ର ପ୍ରଦାନ କରିଥିଲେ ।

ନୂତନ ଭାବେ ଗଠନ କରାଯାଇଥିବା ୱେବ୍‌ ମିଡ଼ିଆ ସଂଘକୁ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର ଓ ଓୟୁଜେର ସଭାପତି ଭାଗବତ ତ୍ରିପାଠୀ ରାଜ୍ୟ ୱେବ ମିଡିଆ ସଂଘକୁ ସମର୍ଥନ କରିବା ସହ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ଦାଶଙ୍କୁ ଶୁଭେଜ୍ଝା ଓ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ସମସ୍ତ ପ୍ରକାର କ୍ଷେତ୍ରରେ ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଥିଲେ। ଖବରକାଗଜ,ଟିଭି ଓ ୱେବ୍‌ ମିଡ଼ିଆ ବନ୍ଧୁମାନଙ୍କ ଭିତରେ କିପରି ଉତମ ସମ୍ପର୍କ ରହିବ ଏବଂ ୱେବ୍‌ ମିଡ଼ିଆଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର କିପରି ମାନ୍ୟତା ଓ ସ୍ବିକୃତି ଦେବେ , ସେ ନେଇ ଉଦ୍ୟମ ଜାରି କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନାମରେ ମିଥ୍ୟା ଖବର ପରିବେଷଣ, ଫୁଲବାଣୀ ସାମ୍ବାଦିକଙ୍କ ଉପରେ ପୁଲିସର ଦୁର୍ବ୍ୟବହାରକୁ ନେଇ ସଂଘ ଦୃଢ଼ ନିନ୍ଦା କରିଥିଲା। ୱେବ ସାମ୍ବାଦିକ ମାନଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଗାଇଡ ଲାଇନ ଆଣନ୍ତୁ, ସାମ୍ବାଦିକଙ୍କ ଚିହ୍ନଟ ପ୍ରକ୍ରିୟା କରନ୍ତୁ। ସେମାନଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଅନ୍ତୁ। ଫୁଲବାଣୀ ଟାଉନ ଥାନା ଏଏସଆଇଙ୍କୁ ନିଲମ୍ବନ କରାଯାଉ, ମିଥ୍ୟା ଖବର ପରିବେଷଣ କରୁଥିବା ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହିଭଳି ବିଭିନ୍ନ ଦାବି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ କର୍ମକର୍ତାଙ୍କ ସହ ରାଜ୍ୟର ବିଭିନ୍ନ ୱେବ୍‌ ମିଡ଼ିଆ ମାଲିକ ଓ ସାମ୍ବାଦିକମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

ଗୁଣପୁର ଠାରେ ରାଜସ୍ଵ ରଥର ଶୁଭାରମ୍ଭ..!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ବ୍ଲକ ଠାରେ ରାଜସ୍ୱ ରଥର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ ତହସିଲ କାର୍ଯ୍ୟାଳୟ ଠାରେ ରାଜସ୍ୱ ରଥର ଶୁଭାରମ୍ଭ ନିମନ୍ତେ ଏହାକୁ ଉଦ୍ଘାଟନ କରି କୋଭିଡ ମହାମାରୀ ସମୟରେ ଲୋକଙ୍କୁ ହାତ ପାଆନ୍ତାରେ ରାଜସ୍ୱ ବିଭାଗର ସମସ୍ତ ସୁବିଧା ଯୋଗାଇ ଦିଆଯିବା ଏହାର ଲକ୍ଷ୍ୟ ବୋଲି ପ୍ରକାଶ କରିଛନ୍ତି । ଆଜି ଏହି ରଥଟି ଗୁଣପୁର ତହସିଲ ଅନ୍ତର୍ଗତ ସମସ୍ତ ଗ୍ରାମକୁ ଯାଇ ଜନସାଧାରଣ ଙ୍କୁ ଏନେଇ ସଚେତନ କରିବା ସହ ତହସିଲ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ ଯେଉଁସବୁ କାର୍ଯ୍ୟର ସୁବିଧା ଯୋଗାଇ ଦିଆଯାଉଥିଲା ବର୍ତ୍ତମାନ ସେସବୁ ଜନସାଧାରଣ ଙ୍କୁ ସେମାନଙ୍କ ଦାଣ୍ଡ ଦୁଆରେ ପହଞ୍ଚାଇ ଦିଆଯିବବୋଲି କହିଛନ୍ତି ।

ଏହା ମାଧ୍ୟମରେ ଲୋକେ ସେମାନେ ଆବେଦନ କରୁଥିବା ଜାତିଗତ ପ୍ରମାଣ ପତ୍ର,ସ୍ଥାୟୀ ପ୍ରମାଣ ପତ୍ର,ଆୟ ପ୍ରମାଣ ପତ୍ର,ଖାରଜ ଜମି ପଟ୍ଟା,ଜମିର ନକଲ ପଟ୍ଟା ସୁବିଧାରେ କମ ସମୟ ମଧ୍ୟରେ ପାଇ ପାରିବେ ବୋଲି ଆଶା ପ୍ରକାଶ କରାଯାଇଛି ।ଆଜି ପ୍ରଥମ ପର୍ଯ୍ୟାୟରେ ରାଜସ୍ୱ ରଥ ଗୁଣପୁର ତହସିଲର ବିଭିନ୍ନ ଗ୍ରାମକୁ ଯାଇ ସେବା ଯୋଗାଇବା ନିମନ୍ତେ ଏହି ରଥରେ ତହସିଲଦାର ଶ୍ରୀ ନାୟକ ଓ ଅତିରିକ୍ତ ତହସିଲଦାର ଶ୍ରୀ କପିଳେଶ୍ଵର ତାଣ୍ଡି ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସେବା ଯୋଗାଇ ଦେବାକୁ ଯାଇ ଆରମ୍ଭିକ ପର୍ଯ୍ୟାୟରେ ଆଜି ରାଜସ୍ୱ ରଥ ସହଯୋଗରେ ଗଦିଆଖଳା ରାଜସ୍ୱ ସର୍କଲ ଅଧୀନସ୍ଥ ଓମ୍ପରା ଗ୍ରାମ ଠାରେ ୮ ଗୋଟି ହିତାଧିକାରୀଙ୍କୁ ଘରସ୍ଥଳ ପଟ୍ଟା,ଜଳତାର ଠାରେ ୨ ଗୋଟି ଘର ଢ଼ିଅ ପଟ୍ଟା ଏବଂ ଆବାସିଙ୍ଗ ଓ ନୂଆଗାଁ ଠାରେ ୩ ଗୋଟି ବିବିଦ୍ଧ ପ୍ରମାଣପତ୍ର ହିତାଧିକାରୀ ଙ୍କୁ ସେମାନଙ୍କ ଘର ଦୁଆର ମୁହଁ ପାହଚ ରେ ଯୋଗାଇ ଦିଆଯାଇଛି । ତହସିଲଦାର ଙ୍କ ଏଭଳି ଲୋକ ହିତକାରୀ କାର୍ଯ୍ୟ କୁ ସ୍ଥାନୀୟ ଅଞ୍ଚଳରେ ଭୁୟସୀ ପ୍ରଶଂସା କରାଯାଇଛି ।

ଆମକୁ ଏକ ସମୟରେ ଦୁଇଟି ବଡ଼ ବିପଦର ମୁକାବିଲା କରିବାକୁ ହେବ: ନବୀନ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବାତ୍ୟା ୟାସ୍ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମକୁ ଏକ ସମୟରେ ଦୁଇଟି ବଡ଼ ବିପଦର ମୁକାବିଲା କରିବାକୁ ହେବ । ଗତବର୍ଷ ଆ ମେ କୋଭିଡ଼ ସହ ଅମ୍ପନ ବାତ୍ୟାକୁ ସାମ୍ନା କରିଥିଲେ । ବାତ୍ୟା ଓଡ଼ିଶା ପାଇଁ ନୂଆ ନୁହେଁ, ତଥାପି ଆମକୁ ସାବଧାନ ରହିବାକୁ ହେବ । ସାମାନ୍ୟ ଅବହେଳା ଆମ ପାଇଁ ବଡ଼ ବିପଦ ସୃଷ୍ଟି କରିବ । ବାତ୍ୟା ଓ କୋଭିଡ଼ର ମୁକାବିଲା କରିବାକୁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ । ଆପଣମାନଙ୍କ ସହଯୋଗ ହିଁ ଆମ ପ୍ରସ୍ତୁତିକୁ ମଜବୁତ କରିବ । ସାଢ଼େ ୪ କୋଟି ଓଡ଼ିଶାବାସୀ ମୋ ପରିବାର । ମୋ ପରିବାରର ନିରାପତ୍ତା ମୋ ପାଇଁ ପ୍ରାଥମିକତା । ଆଶ୍ରୟସ୍ଥଳୀ ବା ନିରାପଦ ସ୍ଥାନକୁ ଯିବାକୁ ନିବେଦନ କଲେ ନବୀନ । କରୋନା ସମୟରେ ଆମକୁ ଅଧିକ ସାବଧାନ ରହିବାକୁ ହେବ । ଆଶ୍ରୟସ୍ଥଳୀରେ ବା ଘରେ ବାତ୍ୟା ବେଳେ ଦୁଇଟି ମାସ୍କ ପିନ୍ଧନ୍ତୁ । ସମସ୍ତେ ଦୁଇ ବିପଦ ବିରୋଧରେ ଏକାଠି ଲଢ଼ିବା ଓ ନିଶ୍ଚିତ ଜିତିବା ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଆସନ୍ତା ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ‘ୟାସ୍‌’ ସ୍ଥଳଭାଗକୁ ଛୁଇଁବ। ପାରାଦୀପ-ସାଗରଦ୍ୱୀପ ମଝିରେ ଲ୍ୟାଣ୍ଡଫଲ୍‌ କରିବ। ବାତ୍ୟା ‘ୟାସ୍‌’ ବାଲେଶ୍ୱର ପାଖାପାଖି ଲ୍ୟାଣ୍ଡଫଲ୍‌ କରିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ କହିଛନ୍ତି। ବାତ୍ୟା ପ୍ରଭାବରେ ଉପକୂଳ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ପରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଶ୍ରୀ ବିଶ୍ୱାସ କହିଛନ୍ତି। ସେ କହିଛନ୍ତି-“ ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା , ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ‘ୟାସ୍‌’ ଏବେ ପାରାଦୀପଠାରୁ ୫୦୦ କିଲୋମିଟର ଦୂରରେ ରହିଛି। ଆଜି ଏହା ଭୀଷଣ ବାତ୍ୟାର ରୂପ ନେବ। ଆସନ୍ତା କାଲି ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ୨୬ ତାରିଖ ଦ୍ୱି’ପ୍ରହରରେ ଏହା ପାରାଦୀପ ଓ ସାଗର ଦୀପ ମଝି ବାଲେଶ୍ୱର ଆପଖାପଖ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ କହିଛନ୍ତି।

ବାତ୍ୟା ‘ୟାସ’ ମୁକାବିଲା: ୫ ବରିଷ୍ଠ ଆଇଏଏସ୍‌ ଓ ଆଇପିଏସ୍‌ଙ୍କୁ ୫ ଜିଲ୍ଲାର ଦାୟିତ୍ୱ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ୨୬ ତାରିଖ ମଧ୍ୟାହ୍ନରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ୟାସ୍‌’। ଏହା ଏକ ଅତି ଭୀଷଣ ବାତ୍ୟା ହେବ। ତେଣୁ କ୍ଷୟକ୍ଷତି ବ୍ୟାପକ ହୋଇପାରେ ବୋଲି ଆକଳନ କରାଯାଉଛି। ବିଶେଷ କରି କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବାତ୍ୟା ‘ୟାସ’ର ପ୍ରଭାବ ଅଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି ୫ ଜିଲ୍ଲାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ବାତ୍ୟା ପରବର୍ତ୍ତୀ ରିଲିଫ୍ କାର୍ଯ୍ୟ ତଦାରଖ ପାଇଁ ରାଜ୍ୟ ସରକାର ୫ ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି। ସେହିପରି ଜିଲ୍ଲା ପୁଲିସ୍‌କୁ ପରାମର୍ଶ ଓ ମାର୍ଗଦର୍ଶନ ପାଇଁ ୫ ବରିଷ୍ଠ ଆଇପିଏସ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି।  କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ହେମନ୍ତ ଶର୍ମାଙ୍କୁ ଦିଆଯାଇଥିବା ବେଳେ ଶାଶ୍ୱତ ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ଭିଭି ଯାଦବ ଓ ବିଶାଳ ଦେବ ଯଥାକ୍ରମେ ଭଦ୍ରକ ଓ ବାଲେଶ୍ୱର ଦାୟିତ୍ୱ ନେବେ। ସେହିପରି ମୟୂରଭଞ୍ଜ ଜିଲ୍ଲା ଦାୟିତ୍ୱ ସୁରେଶ ବଶିଷ୍ଟଙ୍କୁ ଦିଆଯାଇଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସ୍‌କୁ ପରାମର୍ଶ ଓ ମାର୍ଗଦର୍ଶନ କରିବା ପାଇଁ ଆଇପିଏସ୍‌ ଜୟନାରାୟଣ ପଙ୍କଜଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଜଗତସିଂହପୁର ପାଇଁ ଅମିତାଭ ଠାକୁର, ଭଦ୍ରକ ପାଇଁ ଅମିତେନ୍ଦ୍ର ନାଥ ସିହ୍ନା, ବାଲେଶ୍ୱର ପାଇଁ ଦୀପ୍ତେଶ ପଟ୍ଟନାୟକ ଓ ମୟୂରଭଞ୍ଜ ପାଇଁ ଆଇପିଏସ୍‌ ଅନିରୁଦ୍ଧ କୁମାର ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ଆଜି ଅପରାହ୍ଣ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ। ସୂଚନା ଅନୁଯାୟୀ, କରୋନା ସମୟରେ ବାତ୍ୟା ମୁକାବିଲା କେମିତି କରାଯିବ ସେ ନେଇ ମୁଖ୍ୟମନ୍ତ୍ରୀ କିଛି କହିପାରନ୍ତି। ତା’ସହିତ ବାତ୍ୟା ସମୟରେ କରୋନା ନେଇ ଲୋକମାନେ କେମିତି ସୁରକ୍ଷିତ ରହିବେ, ସେ ସଂପର୍କରେ ବି ମୁଖ୍ୟମନ୍ତ୍ରୀ କିଛି କହିପାରନ୍ତି। ବାତ୍ୟା ମୁକାବିଲା ପାଇଁ ଏନ୍‌ଡିଆର୍‌ଏଫ୍ ପକ୍ଷରୁ ମଧ୍ୟ ପଦକ୍ଷେପ ନିଆଯାଇଛି। ଏନ୍‌ଡିଆର୍‌ଏଫ୍‌ ତରଫରୁ ଓଡ଼ିଶାରେ ୫୨ଟି ଟିମ୍ କାର୍ଯ୍ୟ କରିବ। ଏନ୍‌ଡିଆର୍‌ଏଫ୍‌ ଡିଜି ସତ୍ୟନାରାୟଣ ପ୍ରଧାନ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି।

‘ୟାସ’ ପାଇଁ ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ଅମିତ ଶାହ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବାତ୍ୟା ୟାସର ସମୀକ୍ଷା କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଅଧିକାରୀଙ୍କ ସହ ବୈଠକ କରିଥିଲେ। ଆଜି ଶ୍ରୀ ଶାହ ୩ ରାଜ୍ୟ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ ଜରିଆରେ ୟାସର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବେ। ଆଉ କିଛି ସମୟ ପରେ ଏହି ବୈଠକ ଆରମ୍ଭ ହେବ। ଏଥିରେ ଆଣ୍ଡାମାନ ନିକୋବରର ଉପ ରାଜ୍ୟପାଳ ମଧ୍ୟ ସାମିଲ ହେବ। ଏନଡିଆରଏଫ ଅଧିକାରୀ ଓ ଭାରତୀୟ ପାଣିପାଗ ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ୟାସ ଓଡ଼ିଶାର ପାରଦୀପ ଠାରୁ ପଶ୍ଚିମବଙ୍ଗର ସାଗର ଦ୍ୱୀପ ମଧ୍ୟରେ ସ୍ଥଳ ଭାଗ ଛୁଇଁବାର ଆଶଙ୍କା ରହିଛି। ୨୬ ତାରିଖ ମଧ୍ୟାହ୍ନରେ ଏହା ଲ୍ୟାଣ୍ଡଫଲ କରିବାର ଆଶଙ୍କା ରହିଛି। ଏହି କାରଣରୁ ଏବେଠାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ପଶ୍ଚିମବଙ୍ଗରେ ଏନଡିଆରଏଫ ଟିମ୍‌ ମୁତୟନ ହୋଇଛନ୍ତି। ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ମଧ୍ୟ କରାଯାଉଛି। ଏନଡିଆରଏଫ ସହ ଓଡ଼ିଶା ବିପର୍ଯ୍ୟୟ ରାପିଡ ଆକ୍ସନର ୬୦ଟି ଟିମ୍ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଛନ୍ତି। ମତ୍ସ୍ୟଜୀବୀଙ୍କୁ ମଧ୍ୟ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଓଡ଼ିଶା ସରକାର ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ଦାୟିତ୍ୱ ବିଭିନ୍ନ ସଚିବମାନଙ୍କୁ ଦେଇଛନ୍ତି।

ଛବି ସଜାଡ଼ିବାକୁ ପ୍ରୟାସ;ଆରଏସଏସ-ବିଜେପି ବୈଠକରେ ସାମିଲ ହେଲେ ମୋଦି…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମହାମାରୀ କରୋନାର ଦ୍ୱିତୀୟ ଲହର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଛବିକୁ ମଳିନ କରିବାରେ ଲାଗିଛି। ସାରେ ଦେଶରେ ମୋଦି ସରକାର କରୋନାକୁ ମୁକାବିଲା କରିବାରେ ବିଫଳ ହୋଇଥିବା ସ୍ୱର ଶାଣିତ ହେବାରେ ଲାଗିଛି। ଏହାକୁ କେମିତି ଦୂର କରାଯିବ ସେଥିପାଇଁ ଆରଏସ୍‌ଏସ୍‌ର ସଦସ୍ୟ ଓ ବିଜେପିର ନେତାମାନେ ବାରମ୍ବାର ବୈଠକ କରୁଛନ୍ତି। ବିଶେଷ କରି ଆସନ୍ତା ବର୍ଷ ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ କେମିତି ଦଳର ଛବିକୁ ସଜଡ଼ା ଯିବ ସେଥିପାଇଁ ରବିବାର ସନ୍ଧ୍ୟାରେ ଆରଏସଏସ୍‌ ଓ ବିଜେପି ନେତାମାନେ ମାନମନ୍ଥନ କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗ ଦେଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଉପରେ ଯେମିତି କରୋନା ମହାମାରୀର ପ୍ରଭାବ ପଡ଼ିବ ନାହିଁ, ସେଥିପାଇଁ ତୃଣମୂଳସ୍ତରରେ କ’ଣ ସବୁ କରାଯିବ, ସେ ବିଷୟରେ ବୈଠକରେ ଆଲୋଚନା କରାଯାଇଛି। ଉତ୍ତର ପ୍ରଦେଶରେ ବିଜେପି ନିଜର ଛବିକୁ ସୁଧାରିବାକୁ ଏକାଧିକ କାର୍ଯ୍ୟକ୍ରମ କରିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ଆଗକୁ ଯେମିତି କରୋନାର କୁପ୍ରଭାବ କେନ୍ଦ୍ର ସରକାର କିମ୍ବା ବିଜେପି ଉପରେ ନ ପଡ଼ିବ, ସେ ଦିଗରେ ମଧ୍ୟ ଉଭୟ ଆରଏସଏସ ଓ ବିଜେପି ନେତାମାନେ କାମ କରିବେ। ଦିଲ୍ଲୀରେ ବସିଥିବା ଏହି ବୈଠକରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଆରଏସଏସ୍‌ ନେତା ଦତ୍ତାତ୍ରେୟ ହୋସବୋଲେ ଓ ଉତ୍ତର ପ୍ରଦେଶର ସାଂଗଠିନ ଇନ ଚାର୍ଜ ସୁନୀଲ ବଂଶଲ ପ୍ରମୁଖ ଯୋଦେଇଥିଲେ। ଏମାନଙ୍କ ସହ ମୋଦି ଓ ଶାହ ମଧ୍ୟ ବୈଠକରେ ଉପସ୍ଥିତ ରହି ସବୁ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ବୋଲି ଜଣାପଡ଼ିଛି। ବିଜେପି ଓ ଆରଏସଏସ ନେତାମାନଙ୍କ ଏପରି ବୈଠକରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ କେନ୍ଦ୍ର ସରକାରଙ୍କ ଛବି ମଳିନ ପଡ଼ିଥିବା ସମସ୍ତେ ଭଲ ଭାବେ ଜାଣି ସାରିଛନ୍ତି। ଏହାକୁ କେମିତି ସୁଧାରିବାକୁ ହେବ, ସେ ନେଇ ପ୍ରୟାସ ମଧ୍ୟ କରାଯାଉଛି। ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସହ ଦଳ ରହିଛି ବୋଲି ଜଣାଇବାକୁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ‘ସେବା ହିଁ ସଂଗଠନ’ ଦଳ ଏହି ଲକ୍ଷ୍ୟ ନେଇ କାମ କରିବ ବୋଲି କିଛି ଦିନ ତଳେ ଜେପି ନଡ୍ଡା ବିଜେପି କର୍ମୀଙ୍କୁ ଚିଠି ଲେଖି ଜଣାଇଥିଲେ। ଏହା ଉପରେ କାର୍ଯ୍ୟ କରିବାକୁ ମଧ୍ୟ ସେ ଦଳୀୟ କର୍ମୀ ଓ ନେତାଙ୍କୁ କହିଥିଲେ।

ଟିଏମସି ନେତାଙ୍କ ଗୃହବନ୍ଦୀ ନିର୍ଦ୍ଦେଶକୁ ବିରୋଧ, ସୁପ୍ରିମକୋର୍ଟ ଗଲା ସିବିଆଇ …!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ଗିରଫ ୪ ରାଜନେତାଙ୍କୁ ଗୃହବନ୍ଦୀ କରି ରଖିବାକୁ କ୍ୟାଲକାଟା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ବିରୋଧ କରିଛି ସିବିଆଇ। ଏହି ରାୟ ବିରୋଧରେ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଗିରଫ ୪ ରାଜନେତାଙ୍କ ମଧ୍ୟରେ ଟିଏମସିର ୩ ବରିଷ୍ଠ ନେତା ଅଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ମମତା ବାନାର୍ଜୀଙ୍କ ସରକାରରେ ମନ୍ତ୍ରୀ ଅଛନ୍ତି। ନାରଦା ଷ୍ଟିଙ୍ଗ ମାମଲାରେ ଗିରଫ ରାଜନେତାମାନେ ଜାମିନ ଆବେଦନ କରିଥିଲେ। ଜାମିନ ଆବେଦନର ଶୁଣାଣି ଉପରେ ରୋକ ଲଗାଇ କ୍ୟାଲକାଟା ହାଇକୋର୍ଟ ସମସ୍ତଙ୍କୁ ଜେଲ ବଦଳରେ ଗୃହବନ୍ଦୀ କରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ହାଇକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ଜାମିନ ଆବେଦନର ଶୁଣାଣି କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ଆଜି ଏହାର ଶୁଣାଣି ଥିବା ବେଳେ ଏହାକୁ ବାତିଲ କରିବା ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହାର ଶୁଣାଣି ଆଜି ସୁପ୍ରିମକୋର୍ଟ କରିବେ।ଗିରଫ ରାଜନେତାଙ୍କ ମଧ୍ୟରେ ମନ୍ତ୍ରୀ ଫିରହଦ ହକିମ, ସୁବ୍ରତ ମୁଖାର୍ଜୀ, ବିଧାୟକ ମିଦନ ମିତ୍ର ଓ ଟିଏମସି ଛାଡ଼ି ବିଜେପିରେ ଯୋଗଦେବା ପରେ ମାର୍ଚ୍ଚ ମାସରେ ପଦ୍ମ ଦଳକୁ ବାଏବାଏ କହିଥିବା ସୋଭନ ଚାଟାର୍ଜୀ ରହିଛନ୍ତି। ସିବିଆଇ ତା’ ଚାର୍ଜଶିଟରେ କହିଛି ଯେ ରାଜନେତାମାନେ ଲାଞ୍ଚ ନେଉଥିଲେ କିମ୍ବା ଲାଞ୍ଚ ନେବାକୁ ସହମତି ହୋଇଥିଲେ।