ଗଣମାଧ୍ୟମକୁ ଦୁର୍ବ୍ୟବହାର କରିଥିବା ପ୍ରତିବାଦରେ ଆଜି ଗଣମାଧ୍ୟମ ସଂଘ କନ୍ଧମାଳ ପକ୍ଷରୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଘୁ.ଉଦୟଗିରି ଙ୍କ ଜରିଆରେ ଆରକ୍ଷୀ ଅଧିକ୍ଷକ କନ୍ଧମାଳ ଙ୍କୁ ଦାବିପତ୍ର…!

!!! କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ରୁ ପ୍ରତନିଧି ତପସ୍ୱିନୀ ମଲିକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଜି.ଉଦୟଗିରି)- ଗତ ୧୮/୦୫/୨୦୨୧ ତାରିଖ କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଏସଆଇ ଦୀପକ ସାମନ୍ତ ସିଂହାର ଗଣମାଧ୍ୟମକୁ ଦୁର୍ବ୍ୟବହାର କରିଥିବା ପ୍ରତିବାଦରେ ଆଜି ଗଣମାଧ୍ୟମ ସଂଘ କନ୍ଧମାଳ ପକ୍ଷରୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଘୁ.ଉଦୟଗିରିଙ୍କ ଜରିଆରେ ଆରକ୍ଷୀ ଅଧିକ୍ଷକ କନ୍ଧମାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଗଣମାଧ୍ୟମ ସଂଘର ଉପ-ସଭାପତି ଗଗନ କୁମାର ପ୍ରଧାନ, ଉପ-ସଭାପତି ଫିଲିପ ଦିଗାଲ, ସୀମାଞ୍ଚଳ ସାହୁ, ଇସ୍ମାଇଲ ନାୟକ, ଇମ୍ମାନୁୟେଲ ନାୟକ, ସାମନ୍ତ ଶେଖର ନାୟକ, ତପସ୍ୱୀନୀ ନାୟକ, ଅନୀଲ କୁମାର ଦଳବେହେରା, ପତିତପାବନ ସାହୁ, ଚନ୍ଦ୍ରକାନ୍ତ ନାୟକ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ସୂଚନା ଥାଉ କି କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଗତ ୧୮ ତାରିଖ ମଧ୍ୟାନ ରାତ୍ରିରେ ଜଣେ କାର୍ଯ୍ୟରତ ସାମ୍ବାଦିକ, ଜିଲ୍ଲାପାଳ, ଆରଖି ଅଧିକ୍ଷକ, ଉପଖଣ୍ଡ ଆରଖି ଅଧିକ୍ଷକ, ଡିଆଇଜି ଏବଂ ଡିଜି ମୋର କିଛି କରିପାରିବେ ନାହିଁ ବୋଲି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଏସଆଇ ସାମନ୍ତ ସିଂହାରଙ୍କ ଅଡିଓ ଭାଇରାଲ ହୋଇଥିଲା । ଯାହାକି ସାମ୍ବାଦିକ ସମାଜ ପାଇଁ ସ୍ୱାଭିମାନ ହାନୀର କାରଣ ହୋଇଥିବା ଗଣମାଧ୍ୟମ ସଂଘ କନ୍ଧମାଳ ଅନୁଭଵ ହୋଇଛି । ଯଦି ପ୍ରଶାସନ ଏଥିପ୍ରତି କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତା ହେଲେ ଆଗାମୀ ଦିନରେ ପ୍ରତ୍ୟେକ ବ୍ଲକ ଏବଂ ଥାନା ଅଞ୍ଚଳରେ ଆନ୍ଦୋଳନ କରାଯିବା ବୋଲି ଉପ-ସଭାପତି ଗଗନ କୁମାର ପ୍ରଧାନ କହିଛନ୍ତି । ଏହା ଆତ୍ୟନ୍ତ ଦୁଃଖର ଘଟଣା ଆଶ୍ଲିଳ ଭାଷା ବ୍ୟବହାର କରି ଥିବା ପୁଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ଉପ-ସଭାପତି ଫିଲିପ ଦିଗାଲ Iଯଦି ପ୍ରଶାସନ ସାମ୍ବାଦିକଙ୍କ ସୁରକ୍ଷା ଏବଂ ସ୍ୱାଭିମାନ ସୁରକ୍ଷା କ୍ଷେତ୍ରରେ ଯତ୍ନବାନ ନ ହୁଅନ୍ତି ତା ହେଲେ ଆଗାମୀ ଦିନରେ ସମଗ୍ର ଜିଲ୍ଲାରେ ଆନ୍ଦୋଳନ କରାଯିବ ବୋଲି କନ୍ଧମାଳ ଗଣମାଧ୍ୟମ ସଂଘ ର ସଭାପତି ମିଲନ କହଁର ଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଜୁନ୍ ୧ରେ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା ….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ସିବିଏସଇ ଓ ବିଭିନ୍ନ ରାଜ୍ୟର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ଚାଲିଥିବା ବୈଠକ ଶେଷ ହୋଇଛି। ବୈଠକରେ ସିବିଏସଇ ପରୀକ୍ଷା ପାଇଁ କେନ୍ଦ୍ର ସରକାର ଅବଜେକଟିଭି ଟାଇପ ପରୀକ୍ଷା କରିବା ପାଇଁ ରାଜି ଥିବା ସୂଚନା ରହିଛି। ଦିଲ୍ଲୀକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ରାଜ୍ୟ ଯୁକ୍ତ ୨ ପରୀକ୍ଷା କରିବା ପାଇଁ ପ୍ରସ୍ତୁତ ଥିବା ସୂଚନା ରହିଛି। ପରୀକ୍ଷାର୍ଥୀ ଏହି ପରୀକ୍ଷା ନିଜ ଘରୋଇ କେନ୍ଦ୍ରରେ ଦେବେ ବୋଲି ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି। ଜୁନ୍ ଶେଷ ସପ୍ତାହରେ ପରୀକ୍ଷା କରିବା ନେଇ ସିବିଏସ୍ଇ ବିଚାର କରୁଥିବା ସୂଚନା ରହିଛି। ହେଲେ ବୋର୍ଡ ଏ ନେଇ କୌଣସି ମତ ରଖିନାହିଁ। ସେହିପରି ବିଭିନ୍ନ ରାଜ୍ୟ ବୋର୍ଡ ନିଜ ନିଜର ନିଷ୍ପତ୍ତି ନେଇ ପାରିବେ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ଦୁଇଟି ପ୍ରସ୍ତାବ ଦେଇଛନ୍ତି। ଗୋଟିଏ ସଂକ୍ରମଣ କମିଲେ ପରୀକ୍ଷା କରାଯାଇପାରିବ ନଚେତ ସଂକ୍ଷିପ୍ତ ପରୀକ୍ଷା। ଜୁନ୍ ୧ରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ପରୀକ୍ଷା ତାରିଖ ଏବଂ ପରୀକ୍ଷା ଫର୍ମାଟ୍ ବାବଦରେ ଘୋଷଣା କରିପାରନ୍ତି ବୋଲି ସୂଚନା ରହିଛି। ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସାରିବା ପାଇଁ ତିନି ମାସର ସମୟ ନେବ ବୋଲି ଜଣାପଡ଼ିଛି। ପ୍ରଥମ ମାସରେ ପରୀକ୍ଷା ନେଇ ପ୍ରସ୍ତୁତି, ଦ୍ୱିତୀୟ ମାସରେ ଅର୍ଥାତ୍ ଜୁନ ଶେଷ ବେଳକୁ ପରୀକ୍ଷା ଏବଂ ଜୁଲାଇ ସୁଦ୍ଧା ପରୀକ୍ଷା ତାରିଖ ଘୋଷଣା କରିବା ନେଇ ଯୋଜନା ରହିଥିବା ସୂଚନା ରହିଛି। ମେଡିକାଲ, ଇଞ୍ଜିନିୟିରିଂ ପରୀକ୍ଷା ପାଇଁ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ଆଜି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ବସିଥିବା ଉଚ୍ଚ ସ୍ତରୀୟ ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ ଏବଂ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ପରୀକ୍ଷା ବୋର୍ଡର ଅଧ୍ୟକ୍ଷଙ୍କୁ ନେଇ ଉଚ୍ଚ ସ୍ତରୀୟ ଭର୍ଚୁଆଲ୍ ବୈଠକ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର, ସମସ୍ତ ରାଜ୍ୟର ଶିକ୍ଷା ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିବା ନେଇ ସୂଚନା ରହିଛି। ଏହି ବୈଠକରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ ପରୀକ୍ଷା ପୂର୍ବରୁ ବିଦ୍ୟାର୍ଥୀଙ୍କୁ ଟିକାକରଣ କରିବା ଦରକାର। ଟିକା ନଲଗାଇ ପରୀକ୍ଷା କରିବା ଭୁଲ ପଦକ୍ଷେପ ହେବ। କରୋନା ସଂକ୍ରମଣ ପାଇଁ ସମସ୍ତ ରାଜ୍ୟର ଶିକ୍ଷା ବୋର୍ଡ, ସିବିଏସ୍ଇ, ଆଇସିଏସ୍ଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ଏହା ସହିତ ଅନେକ କମ୍ପିଟେଟିଭ୍ ପରୀକ୍ଷା ପାଇଁ ହେଉଥିବା ଏଣ୍ଟ୍ରାନ୍ସ ପରୀକ୍ଷା ସ୍ଥଗିତ ରହିଛି।

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦର..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଗୋଟିଏ ପଟେ କରୋନା ମହାମାରୀ ଲୋକଙ୍କୁ ନୟାନ୍ତ କରିଥିବା ଅନ୍ୟପଟେ ପେଟ୍ରୋଲ୍ ଓ ଡିଜେଲ୍ ଦର ଲଗାତର ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଗ୍ରାହକ ଚିନ୍ତାରେ ପଡ଼ିଯାଇଛନ୍ତି। ଦିନକ ବ୍ୟବଧାନରେ ପେଟ୍ରୋଲ ଓ ଡିଜେଲ୍ ଦର ପୁରି ବଢ଼ିଛି। ଆଜି ପେଟ୍ରୋଲ ଦର ଲିଟର୍ ପିଛା ୧୫ରୁ ୧୭ ପଇସା ଏବଂ ଡିଜେଲ୍ ଦର ଲିଟର୍ ୨୫ରୁ ୨୯ ପଇସା ବୃଦ୍ଧି ପାଇଛି। ଦେଶର ଅଧିକାଂଶ ସ୍ଥାନରେ ପେଟ୍ରୋଲ୍ ଦର ପୂର୍ବରୁ ହିଁ ୧୦୦ ଟଙ୍କା ଅତିକ୍ରମ କରିସାରିଛି।ଗତ ୧୨ ଦିନ ଧରି ଧିରେ ଧିରେ ପେଟ୍ରୋଲ୍ ଦର ଲିଟର୍ ପିଛା ୨.୬୯ ଟଙ୍କା ବଢ଼ିଥିବା ବେଳେ ଡିଜେଲ୍ ଦର ଲିଟର୍ ପିଛା ୩.୦୭ ଟଙ୍କା ବଢ଼ିଛି। ଆଜିର ବୃଦ୍ଧି ସହ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ଦର ଲିଟର ପିଛା ୯୩.୨୧ ଟଙ୍କା ଓ ଡିଜେଲ୍ ଦର ଲିଟର୍ ପିଛା ୮୪.୦୭ ଟଙ୍କାରେ ପହଞ୍ଚିଛି । ନୂଆ ଦର ଅନୁଯାୟୀ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ପେଟ୍ରୋଲ୍ ଦର ୯୯.୪୯ ଟଙ୍କା ଓ ଡିଜେଲ୍ ଦର ୯୧.୩୦ ଟଙ୍କା ହୋଇଛି । ଏହାବ୍ୟତୀତ କୋଲକାତାରେ ପେଟ୍ରୋଲ୍ ଦର ୯୩.୨୭ ଟଙ୍କା ଓ ଡିଜେଲ୍ ଦର ୮୬.୯୧ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ୍ ଲିଟର୍ ପିଛା ୯୪.୮୬ ଟଙ୍କା ଓ ଡିଜେଲ୍ ଦର ଲିଟର୍ ପିଛା ୮୮.୮୭ ଟଙ୍କା, ବେଙ୍ଗାଲୁରୁରେ ପେଟ୍ରୋଲ୍ ଦର ଲିଟର ପିଛା ୯୬.୩୧ ଟଙ୍କା ଓ ଡିଜେଲ୍ ଲିଟର୍ ପିଛା ୮୯.୧୨ ଟଙ୍କା ହୋଇଛି ।

ବୁଲା ଗାଈଗୋରୁ ଓ କୁକୁରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୫ ଲକ୍ଷ ମଞ୍ଜୁର…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କୋଭିଡ୍‌ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ ଓ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ମହାନଗର ନିଗମ, ୪୮ଟି ମ୍ୟୁନିସିପାଲିଟି ଓ ୬୧ଟି ଏନ୍ଏସିକୁ ଆଉ ୫୫ ଲଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ସେମାନେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ ବୁଲା ଗାଈଗୋରୁ ଓ କୁକୁରଙ୍କୁ ଖାଦ୍ୟ ଯୋଗାଇ ଦେବେ। ନିର୍ଦ୍ଦେଶ ଅନୁଯାୟୀ, ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଦୈନିକ ୨୦ ହଜାର ଟଙ୍କା, କଟକ, ସମ୍ବଲପୁର, ରାଉରକେଲା ଓ ଵ୍ରହ୍ମପୁର ମହାନଗର ନିଗମ ଦୈନିକ ୧୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ସେହିପରି ମ୍ୟୁନିସିପାଲିଟି ଗୁଡ଼ିକ ଦୈନିକ ୫ ହଜାର ଟଙ୍କା ଓ ଏନଏ ସିମାନେ ଦୈନିକ ୨ ହଜାର ଟଙ୍କା ଖର୍ଚ୍ଚ କରିପାରିବେ।ସୂଚନାଯୋଗ୍ୟ, ଗତ ୯ ତାରିଖରେ ଏହି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଥମ ପର୍ଯ୍ୟାୟରେ ୬୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା।

୨୫ ପୂର୍ବରୁ ଶୁଖିଲା ଖାଦ୍ୟ ବଣ୍ଟନ ଓ ଗର୍ଭବତୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର ନିର୍ଦ୍ଦେଶ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ୨୫ତାରିଖ ସୁଦ୍ଧା ଗର୍ଭବତୀ ଓ ପ୍ରସୂତୀ ମହିଳା ଏବଂ ଶିଶୁମାନଙ୍କୁ ଶୁଖିଲା ରାସନ୍ ଓ ଅଣ୍ଡା ବଣ୍ଟନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଯେଉଁ ମହିଳାମାନେ ଜୁନ୍ ପ୍ରଥମ ସପ୍ତାହ ମଧ୍ୟରେ ପ୍ରସବର ସମ୍ଭାବନା ରହିଛି ସେଭଳି ଆସନ୍ନପ୍ରସବା ମହିଳାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ମୁକାବିଲା ଓ ପ୍ରସ୍ତୁତିର ସମୀକ୍ଷା କରିବାବେଳେ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଆସନ୍ନପ୍ରସବାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଉଥିବା ନେଇ ଅବଗତ କରିଥିଳେ। ଗର୍ଭବତୀ ମହିଳାଙ୍କ ସ୍ଥାନାନ୍ତର ଓ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ଜିଲ୍ଲାପାଳମାନେ କହିଥିଲେ। ସେହିପରି ଆବଶ୍ୟକ ପଡ଼ିଲେ ଅତିରିକ୍ତ ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ସ୍ଥାନାନ୍ତର କ୍ଷେତ୍ରରେ କୋଭିଡ୍ ନିୟାମବଳୀର ପାଳନ କରାଯିବ । ଟେଲିକମ୍ ଓ ବିଦ୍ୟୁତ ବିଭାଗକୁ ମଧ୍ୟ ତୁରନ୍ତ ପୁନଃସଂଯୋଗ ପାଇଁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାଲେଶ୍ୱରରେ ୧୧୨୩ଟି, ଭଦ୍ରକରେ ୭୦୦ଟି, କେନ୍ଦ୍ରାପଡ଼ାରେ ୯୭୦ଟି ଓ ଜଗତସିଂହପୁର ଜିଲ୍ଲାରେ ୨୨୩ଟି ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ କରଯାଇଥିବା ନେଇ ବୈଠକରେ ଜିଲ୍ଲାପାଳମାନେ ସୂଚନା ଦେଇଥିଲେ। ଏହାସହିତ ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ୍ ବ୍ୟବସ୍ଥା, ଉଦ୍ଧାର କାର୍ଯ୍ୟ, ଖାଦ୍ୟ-ଔଷଧ ଆଦି ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି ବୋଲି ଜିଲ୍ଲାପାଳମାନେ ସୂଚନା ଦେଇଥିଲେ। ରାଜ୍ୟ ଭିତରେ ଓ ବାହାରେ ଅକ୍ସିଜେନ୍ ଯୋଗାଣ ଯେଭଳି ପୂର୍ବଭଳି ଜାରି ରହିବ ସେଥିପାଇଁ ଶିଳ୍ପ ବିଭାଗକୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ମହଜୁଦ୍ ରଖିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ରାକେଶ ଟିକାୟତ କହିଲେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛୁ କିନ୍ତୁ ବର୍ତ୍ତମାନ ଯାଏଁ କିଛି ଉତ୍ତର ଆସିନି..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମେ ୨୬ରେ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଥିବା ଚାଷୀଙ୍କ ଧାରଣାକୁ ୬ ମାସ ପୂରଣ ହେବ। ଏହି ଅବସରରେ ଆନ୍ଦୋଳନରତ ଚାଷୀ କଳା ଦିବସ ପାଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ଆନ୍ଦୋଳନରତ ଚାଷୀ ସରକାରଙ୍କ ସହ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି। ଗାଜିପୁର ସୀମାରେ ଥିବା ଭାରତୀୟ କିସାନ ୟୁନିଅନର ମୁଖପାତ୍ର ରାକେଶ ଟିକାଇତ କହିଛନ୍ତି ପ୍ରଧାନମନ୍ତ୍ରୀ କହିଥିଲେ ବୁଝାମଣା ପାଇଁ ଗୋଟିଏ ଫୋନ୍ କଲର ଦୂରତା ରହିଛି। ଏବେ କିନ୍ତୁ ତାଙ୍କ ଆଡୁ ଆଲୋଚନା ପାଇଁ ସରକାରଙ୍କୁ ଚିଠି ଲେଖିଛନ୍ତି ବୋଲି ସେ କହିଛନ୍ତି। ସରକାର କିନ୍ତୁ କୌଣସି ଉତ୍ତର ଦେଇ ନାହାନ୍ତି ନାହିଁ ବୋଲି ସେ କହିଛନ୍ତି। ସରକାର ଅଭିଯୋଗ କରୁଥିଲେ ଯେ ଚାଷୀମାନେ ଆଲୋଚନା କରିବାକୁ ରାଜି ହେଉ ନାହାନ୍ତି। କିନ୍ତୁ ଆମେ ଆଲୋଚନା କରିବା ପାଇଁ ଏବେ ଏକାଠି ଚିଠି ଲେଖୁଛୁ। ଯଦି ଏହାରି ଭିତରେ ଆଲୋଚନା ସଫଳ ନହେବ ତାହେଲେ ମେ ୨୬ରେ କୃଷକଙ୍କ ଆନ୍ଦୋଳନ ୬ ମାସ ପୂରଣ କରିବ। ଏହାପରେ ଚାଷୀ କଳା ଦିବସ ପାଳନ କରିବେ ବୋଲି ସେ କହିଛନ୍ତି। ରାକେଶ ଟିକାଇତ କହିଛନ୍ତି ଯେ ଟିକାକରଣ ନେଇ ତାଙ୍କ ପାଖକୁ କୌଣସି ଟିମ୍ ଆସି ନାହିଁ। ସେ ନିଜେ ମଧ୍ୟ ଟିକା ନେଇ ନାହାନ୍ତି। ଗୋଟିଏ କ୍ୟାମ୍ପ କରି ଆନ୍ଦୋଳନରତ ଚାଷୀଙ୍କୁ ସ୍ୱତନ୍ତ୍ର ଭାବରେ ଟିକା ଦେବା ପାଇଁ ସେ ଅନୁରୋଧ କରିଥିବା କହିଛନ୍ତି। ସଂକ୍ରମଣର ଭୟାବହତା ଜାରି ରହିଛି। ତେଣୁ ଯେଉଁମାନେ ଗାଁରୁ ଆସୁଛନ୍ତି ଆନ୍ଦୋଳନରେ ସାମିଲ୍ ହେବା ପାଇଁ ସେମାନଙ୍କୁ ୧୫ ଦିନ ପୃଥକ ଭାବରେ କ୍ୱାରେଣ୍ଟାଇନରେ ରଖାଯାଉଛି। ଯଦି କୌଣସି ଲକ୍ଷଣ ଥିବାର ନଜିର ନଥିବ ତାହେଲେ ସେହି ବ୍ୟକ୍ତି ଆନ୍ଦୋଳନରେ ସାମିଲ୍ ହେଉଛନ୍ତି ବୋଲି ରାକେଶ କହିନ୍ତି।

ବିଜେପି କହିଲା ସରକାର ଭେଣ୍ଟିଲେଟରକୁ ଖତ ନକରି ଲୋକଙ୍କ ଜୀବନ ବଞ୍ଚାଇବା କାମରେ ଲଗାନ୍ତୁ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ ସରକାରୀ ଓ ଘରୋଇ ହସ୍ପିଟାଲରେ ୨୨୧ଟି ଭେଂଟିଲେଟର ବ୍ୟବସ୍ଥା ରହିଥିବାବେଳେ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ଚିରାଚରିତ ଭାବେ ଯାହା କହିଛନ୍ତି, ତାହା କେବଳ ମନଗଢା କାହାଣୀ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ଯେ, ଭେଂଟିଲେଟର ନେଇ ନିର୍ଦ୍ଦିଷ୍ଟ ତଥ୍ୟ ସରକାରଙ୍କ ପାଖରେ ନାହିଁ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର କୋଭିଡ୍ କେୟାର ଫାସିଲିଟିଜ୍ ସେକ୍ସନରେ ଦିଆଯାଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ସରକାରୀ ଓ ଘରୋଇ ହସ୍ପିଟାଲରେ ୨୨୧ଟି ଭେଂଟିଲେଟର ବ୍ୟବସ୍ଥା ରହିଥିବା ଉଲ୍ଲେଖ ରହିଛି। ପିଏମ କେୟାର୍ସରେ ଆସିଥିବା ୫୬୭ଟି ଭେଂଟିଲେଟରର ହିସାବ ୱେବସାଇଟରେ ନାହିଁ କିମ୍ବା ସରକାରୀ ସ୍ତରରେ ପ୍ରକାଶ କରାଯାଇନାହିଁ। ସେ କହିଛନ୍ତି, ଭେଂଟିଲେଟର ବ୍ୟବସ୍ଥା ନେଇ ଲେଲିନ ମହାନ୍ତି ଯେଉଁ ହିସାବ ଦେଇଛନ୍ତି, ତାହା ମନଗଢା କାହାଣୀ ଭଳି ଲାଗୁଛି। ଏବେ ବି ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ ପ୍ରଧାନମନ୍ତ୍ରୀ ପିଏମ କେୟାର ଫଣ୍ଡରେ ଆସିଥିବା ଭେଂଟିଲେଟରର ହିସାବ ରଖନ୍ତୁ। ଭେଂଟିଲେଟର ବ୍ୟବସ୍ଥା ନେଇ ସରକାରୀ ସ୍ତରରେ ତଥ୍ୟକୁ ସାର୍ବଜନୀନ କରନ୍ତୁ ଏବଂ କୋଭିଡ୍ ସମୟରେ ଲୋକଙ୍କ ଜୀବନ ବଂଚାଇବା ପାଇଁ ଭେଂଟିଲେଟରକୁ ଖତ ନକରି ଲୋକଙ୍କ ଜୀବନ ବଂଚାନ୍ତୁ। ବିଜେଡି ମୁଖପାତ୍ର ତାଙ୍କ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ ଭାରତ ସରକାର ଦେଇଥିବା ଭେଂଟିଲେଟରରୁ କିଛି ଅଚଳ ହୋଇଥିବା ବେଳେ କିଛିକୁ ଜରୁରୀକାଳୀନ ସମୟରେ ବ୍ୟବହାର ପାଇଁ ରଖାଯାଇଛି। ଏହି ବିଷୟରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ଯେଉଁ ଭେଂଟିଲେଟର ଜରୁରୀକାଳୀନ ପାଇଁ ରଖାଯାଇଛି ଠିକ୍ ଅଛି, କିନ୍ତୁ ଯେଉଁ ଭେଂଟିଲେଟର କାର୍ଯ୍ୟକ୍ଷମ ନୁହେଁ ତାକୁ କାହିଁକି ସାଇତି ରଖାଯାଇଛି? କୋଭିଡ ରୋଗୀଙ୍କ ପାଇଁ ଭେଂଟିଲେଟର ଗୁଡ଼ିକ କାର୍ଯ୍ୟରେ ଲଗାଇବାକୁ ଭାରତ ସରକାର ଦେଇଥିଲେ ନା ଅଚଳ କରି ରଖିବା ପାଇଁ ? କେଉଁ ଆଧାରରେ ଭେଂଟିଲେଟର ଗୁଡ଼ିକ ବିଭିନ୍ନ ମେଡ଼ିକାଲକୁ ପଠାଯାଇଛି? କେଉଁ ଜିଲ୍ଲାକୁ କେତେ ଭେଂଟିଲେଟର ଦେଇଛ? ମ୍ୟାନୁଫ୍ୟାକଚରିଂ ଡ଼ିଫେକ୍ଟ କହି ବିଜେଡି ମୁଖପାତ୍ର ଯେଉଁ ସଫେଇ ଦେଖାଇ ହେଉଛନ୍ତି, ସେ ସବୁକୁ କ’ଣ ଠିକ୍ କରାଯାଇ ପାରିବନି। ରୋଗୀଙ୍କୁ ଭେଂଟିଲେଟର ମିଳୁନଥିବା ବେଳେ ଏହାକୁ ଖତ ଭଳି ପକାଇ ରଖିବା ଯୁକ୍ତିଯୁକ୍ତ କି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାରଙ୍କ ନିଜସ୍ୱ ବ୍ୟବସ୍ଥାରେ କେତେ ଭେଂଟିଲେଟର ଅଛି ଏବଂ ଅନ୍ୟାନ୍ୟ ସମୁଦାୟଙ୍କ ବ୍ୟବସ୍ଥାରେ କେତେ ଭେଂଟିଲେଟର ଅଛି ତାହା ସ୍ପଷ୍ଟୀକରଣ କରନ୍ତୁ । ଯଦି ଭେଂଟିଲେଟର କିଛି ଅଚଳ ଅଛି ତେବେ ତାହାକୁ କାର୍ଯ୍ୟକ୍ଷମ କରି ଲୋକଙ୍କ ଜୀବନ ବଂଚାଇବା କାମରେ ଲଗାନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

୨୩ ମେ’, ରବିବାର- ଆଜିର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)

ମେଷ: ବନ୍ଧୁମାନେ ସହଯୋଗର ହାତ ବଢ଼ାଇବେ। କିଛି ନୂଆ ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରିବେ। ପରିବାରର କେତେକ ସମସ୍ୟା ନେଇ ଚିନ୍ତିତ ରହିବେ।

ବୃଷ: ସମସ୍ୟାର ସମାଧାନ ହୋଇଯିବ। କାର୍ଯ୍ୟକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। ସବୁ କାର୍ଯ୍ୟରେ ସତର୍କତା ଅବଲମ୍ବନ କରନ୍ତୁ।

ମିଥୁନ: ପରିବହନ କ୍ଷେତ୍ରରେ ଦେଖାଯାଇଥିବା ସମସ୍ୟାର ସମାଧାନ ହେବ। ଘରେ ରହିବେ ଓ ପରିବାର ଲୋକଙ୍କ ସହିତ ଆନନ୍ଦରେ ଦିନଟି ଅତିବାହିତ କରିବେ।

କର୍କଟ: ଶତ୍ରୁମାନେ ପାଖ ମାଡ଼ିବେ ନାହିଁ। ଧନଲାଭ ହୋଇପାରେ। ଯଦି କୌଣସି ନୂତନ ଯୋଜନା କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି, ତା’ହେଲେ ସେଥିରେ ଆଗେଇ ଯା’ନ୍ତୁ।

ସିଂହ: ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ମାନସମ୍ମାନ ବଢ଼ିବ। କୌଣସି ଶୁଭ ଖବର ମିଳିପାରେ। ଟିକେ ଚେଷ୍ଟା କଲେ କାହାକୁ ଦେଇଥିବା ଅର୍ଥ ମିଳିଯିବ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ବିରୋଧୀମାନେ ଦୂରେଇ ରହିବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।

ତୁଳା: ଅଶାନ୍ତିରୁ ମୁକ୍ତି ପାଇବେ। ହାତକୁ ନେଇଥିବା କାର୍ଯ୍ୟ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। କାର୍ଯ୍ୟବ୍ୟସ୍ତତା ଯୋଗୁ ଛୋଟ ଛୋଟ କାମକୁ ବୁଝି ବିଚାରି ନକଲେ ଅକଳରେ ପଡ଼ିବେ।

ବିଚ୍ଛା: ମାନସମ୍ମାନ ବୃଦ୍ଧି ହେବ। ଆୟବୃଦ୍ଧି ହେବ ଓ ଋଣମୁକ୍ତିରେ ଏହା ସହାୟକ ହେବ। ମାନସିକ ଶାନ୍ତି ଅନୁଭବ କରିବେ।

ଧନୁ: ଦୀର୍ଘ ଦିନରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ। ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ଲାଗି ରହିଥିଲେ, ତାହାର ସମାଧାନ ହୋଇଯିବ।

ମକର: ଜୀବନସାଥୀଙ୍କ ସହ ଥିବା ଭୁଲ୍ ବୁଝାମଣାର ଅନ୍ତ ହେବ ଏବଂ ଘରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଢ଼ାପଢ଼ିରେ ମନଦେବେ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ଫଳରେ ପ୍ରଶଂସିତ ହେବେ। ଦୁର୍ବଳ ବା ବୃଦ୍ଧ ଲୋକମାନଙ୍କୁ ସାହାଯ୍ୟର ହାତ ବଢ଼େଇବେ। କୌଣସି ସହକର୍ମୀ ଆପଣଙ୍କ ପ୍ରତି ଈର୍ଷାନ୍ୱିତ ହେବେ, ତେବେ କିଛି କ୍ଷତି କରିପାରିବେ ନାହିଁ।

ମୀନ: କର୍ମକ୍ଷେତ୍ରରେ କିଛି ନୂଆ ସୁଯୋଗ ମିଳିପାରେ। ସନ୍ତାନସନ୍ତତିଙ୍କୁ ନେଇ ଲାଗି ରହିଥିବା ଚିନ୍ତା ଦୂର ହୋଇଯିବ। ଲୋକ ସମ୍ପର୍କ ବୃଦ୍ଧି ହେବ। ଆତ୍ମବିଶ୍ୱାସ ବଢ଼ିବ।