କ୍ରାଶ ହେଲା ବାୟୁସେନାର ଯୁଦ୍ଧ ବିମାନ ମିଗ-୨୧…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିଗ-୨୧ ଗୁରୁବାର ବିଳମ୍ବିତ ରାତିରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ପଞ୍ଜାବର ମୋଗା ଅଞ୍ଚଳରେ ରୁଟିନ କାମରେ ନିୟୋଜିତ ଥିବା ବିମାନଟି ହଠାତ୍‌ କ୍ରାଶ ହୋଇଯାଇଥିବା ଜଣାପଡ଼ିଛି। ଏନେଇ ଏଏନ୍‌ଆଇ ଖବର ପ୍ରକାଶ କରିଛି। ବାୟୁସେନା କେବଳ ରୁଟିନ୍‌ ପ୍ରଶିକ୍ଷଣ କରୁଥିବା ବେଳେ ମିଗ୍‌ -୨୧ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା କହଛି। ଏଥିସହ ଘଟଣାରେ ଜଣେ ପାଲଟଙ୍କ ମୃତ୍ୟୁ ଘଟିଛି। ମିଗ-୨୧ ଲଢ଼ୁଆ ବିମାନ କେମିତି ଦୁର୍ଘଟଣାଗ୍ରସ୍ତ ହେଲା, ତା’ର କାରଣ ଜାଣିବା ପାଇଁ ବାୟୁସେନା ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ ପଞ୍ଜାବରେ ଥିବା ଏୟାରବେସ୍‌ରୁ ମିଗ୍-୨୧ ବିମାନ ରୁଟିନ ପ୍ରଶିକ୍ଷଣରେ ବାହାରିଥିଲା। ଉଡ଼ାଣର କିଛି ସମୟ ପରେ ହଠାତ୍‌ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା। ଏହି କାରଣରୁ ପାଲଇଟ ବିମାନକୁ ଅବତରଣ କରିବାକୁ ଚାହିଁଥିଲେ। କିନ୍ତୁ ସୁରକ୍ଷିତ ଅବତରଣ ପୂର୍ବରୁ ହିଁ ବିମାନଟି ମୋଗା ନିକଟସ୍ଥ ଗୋଟିଏ ଗାଁ ନିକଟରେ ଖସି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଯୁଦ୍ଧ ବିମାନରେ ନିଆଁ ଲାଗି ଯାଇଥିଲା। ଫଳରେ ଏହା ମଧ୍ୟରେ ଥିବା ଜଣେ ପାଇଲଟ ପ୍ରାଣ ହରାଇଥିବା କୁହାଯାଉଛି।

ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ସ୍ୱତନ୍ତ୍ର ନୀତି ଆପଣାଇବାକୁ ଜିଲ୍ଲାପାଳଙ୍କୁ ଅପିଲ୍ କଲେ ପିଏମ୍…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟ ଓ ଜିଲ୍ଲା ଅଧିକାରୀମାନଙ୍କ ସହିତ ଆଲୋଚନା କରି କୋଭିଡ-୧୯ ସ୍ଥିତି ସମୀକ୍ଷା କରିଛନ୍ତି। ଆଲୋଚନା ବେଳେ ଅଧିକାରୀମାନେ କୋଭିଡ ବିରୋଧୀ ଲଢେଇରେ ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ନିଜ ନିଜ ଜିଲ୍ଲାର କୋଭିଡ ସ୍ଥିତି ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ରିଅଲ ଟାଇମ ମନିଟରିଂ ଓ ଦକ୍ଷତା ବୃଦ୍ଧିରେ ପ୍ରଯୁକ୍ତିର ବ୍ୟବହାର ସମ୍ପର୍କରେ ନିଜ ନିଜ ଅଭିଜ୍ଞତା ବାଣ୍ଟିବା ସହ ଲୋକଙ୍କ ଭାଗିଦାରୀ ଓ ସଚେତନତା ବୃଦ୍ଧି ପାଇଁ ଜିଲ୍ଲାଗୁଡିକରେ ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ଅଧିକାରୀମାନେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ମହାମାରୀ ସହ ଲଢିବା ପାଇଁ ପୂର୍ଣ୍ଣ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଜଣାଇଥିଲେ । କରୋନା ଭୂତାଣୁ ଏହି କାମକୁ ଅଧିକ କଷ୍ଟସାଧ୍ୟ ଓ ଆହ୍ୱାନମୂଳକ କରିଦେଇଛି । ନୂଆ ଆହ୍ୱାନ ପାଇଁ ନୂଆ କୌଶଳ ଓ ନୂଆ ସମାଧାନର ଆବଶ୍ୟକତା ରହିଛି । ଗତ କିଛିଦିନ ଧରି ଦେଶରେ ସକ୍ରିୟ ମାମଲା ସଂଖ୍ୟା କମିବାରେ ଲାଗିଛି । ତେବେ ସଂକ୍ରମଣ ଥିବା ଯାଏଁ ଆହ୍ୱାନ ରହିଛି ବୋଲି ପ୍ରଧାନମନ୍ତ୍ରୀ ଚେତାଇ ଦେଇଥିଲେ । ମହାମାରୀ ସହ ଲଢେଇ ପାଇଁ ରାଜ୍ୟ ଓ ଜିଲ୍ଲା ଅଧିକାରୀମାନେ କରିଥିବା ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ସେମାନଙ୍କ ଅଭିଜ୍ଞତା ଓ କ୍ଷେତ୍ରାନୁଭୂତି ବ୍ୟାବହାରିକ ଓ ପ୍ରଭାବୀ ନୀତି ପ୍ରଣୟନରେ ସାହାଯ୍ୟ କରୁଛି ବୋଲି କହିଥିଲେ । ପ୍ରତି କ୍ଷେତ୍ରରେ ରାଜ୍ୟ ଓ ବିଭିନ୍ନ ଅଂଶୀଦାରଙ୍କ ପରାମର୍ଶକୁ ସାମିଲ କରି ଟିକାକରଣ ରଣନୀତି ଆପଣା ଯାଉଛି । ସ୍ଥାନୀୟ ଅଭିଜ୍ଞତାର ଉପଯୋଗ ତଥା ସାମଗ୍ରିକ ଭାବେ ଦେଶ ପାଇଁ କାମ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଗାଁଗୁଡିକୁ କରୋନା ମୁକ୍ତ ରଖିବା ଓ କୋଭିଡ ଉପଯୁକ୍ତ ବ୍ୟବହାର ପାଳନ ବାର୍ତ୍ତା ପ୍ରସାର ସହ ମାମଲା କମୁଥିବା କ୍ଷେତ୍ରରେ ମଧ୍ୟ ଏହାର ପାଳନ ପାଇଁ ନିବେଦନ କରିଥିଲେ । ଗାଁ ଓ ସହର ପାଇଁ ବିଶେଷ ରଣନୀତି ସହ ଗ୍ରାମୀଣ ଭାରତକୁ କୋଭିଡ ମୁକ୍ତ ରଖିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ମହାମାରୀ ଆମକୁ ନିରନ୍ତର ନବାଚାର ଓ ମହାମାରୀ ସହ ଲଢିବା ପାଇଁ ନିଜ କୌଶଳ ପରିବର୍ତ୍ତନ କରିବାକୁ ଶିଖାଇଥାଏ । ଭାଇରସ ମ୍ୟୁଟେସନ ଓ ରୂପ ବଦଳୁଥିବାରୁ ମହାମାରୀ ସହ ଲଢିବାର କୌଶଳ ଓ ରଣନୀତି ଗତିଶୀଳ ହେବା ଦରକାର । ଭାଇରସ ମ୍ୟୁଟେସନ ଯୁବପୀଢି ଓ ପିଲାମାନଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ତେଣୁ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଟିକା ନଷ୍ଟ ହେବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୋଟିଏ ଟିକା ନଷ୍ଟ ହେବା ଅର୍ଥ ଜଣେ ବ୍ୟକ୍ତିଙ୍କୁ ଉପଯୁକ୍ତ ସୁରକ୍ଷା ଦେବାରେ ଅକ୍ଷମତା । ତେଣୁ ଟିକା ନଷ୍ଟ ରୋକିବାକୁ ହେବ । ନାଗରିକଙ୍କ ଜୀବନ ବଞ୍ଚାଇବା ସହ ଜୀବନ ସୁଗମ କରିବାକୁ ପ୍ରାଥମିକତା ଦିଆଯିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଗରିବ ଲୋକଙ୍କୁ ନିଃଶୁଳ୍ପ ରାସନ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବା ସହ କଳାବଜାରୀ ବନ୍ଦ ହେବା ଦରକାର । ଲଢେଇ ଜିତିବା ସହ ଆଗେଇବା ପାଇଁ ଏସବୁ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଗାଁ ଦାଣ୍ଡରେ ଚାଲିଛି ପଥପ୍ରାନ୍ତ ନାଟକ, ଦିଆଯାଉଛି ସଚେତନତା ବାର୍ତ୍ତା…!

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ଆସିକା)- କରୋନା ମହାମାରୀ ସମ୍ପର୍କରେ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ପଥପ୍ରାନ୍ତ ନାଟକ ମାଧ୍ୟମରେ ଦିଆଯାଉଛି ସଚେତନତାର ବାର୍ତ୍ତା। ମାସ୍କ ପରିଧାନ କରନ୍ତୁ ଓ ସାମାଜିକ ଦୂରତା ବଜାୟ ରଖିବାକୁ ନାଟକ ମାଧ୍ୟମରେ ବର୍ତ୍ତା ଦିଆଯାଉଛି। ଗତକାଲି ଗଞ୍ଜାମ ଜିଲ୍ଲାରେ ଏପରି ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଛି। ଏହା ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବ ବୋଲି ଆଶା ପ୍ରକାଶ କରାଯାଉଛି। ଆସିକା ବ୍ଲକ ବରଗାଁରେ ଚାଲିଛି ବୈଠକ। ଏଥିରେ ଆସିକା ତହସିଲଦାର ସାଦନନ୍ଦ ସେଠୀ, ବିଡିଓ ରୋଶନ ଶତପଥୀ, ସିଡିପିଓ ଭାରତୀ ମହାପାତ୍ର, ରାଜନେତା, ଆଶା, ଅଙ୍ଗନବାଡି, ସ୍କୁଲ ଶିକ୍ଷକ, କୋଭିଡ୍‌ ମନିଟର, SHG ଗ୍ରୁପ୍‌ର ସଦସ୍ୟମାନେ ସାମିଲ୍‌ ହୋଇଛନ୍ତି ।

covid

ବୈଠକ ମହାମାରୀ କରୋନା ଉପରେ ସଚେତନତା କରାଯାଇଥିଲା। ପରେ ସମସ୍ତେ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିଥିଲେ। କରୋନା ରୋଗୀଙ୍କ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ, ସଂଗରୋଧର ଉପକାରିତା, ମାସ୍କ ପରିଧାନ କରିବା ଉପରେ ସଚେତନତା କରାଯାଇଛି। ଶେଷରେ ଗାଁ ମଝିରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ ହୋଇଥିଲା। ଲୋକମାନେ ସାମାଜିକ ଦୂରତା ବଜାୟ ରଖି ନାଟକକୁ ଉପଭୋଗ କରିଥିଲେ। ବରଗାଁର ସମିତି ସଭ୍ୟ ଶିବ ନାହାକଙ୍କ ତତ୍ତ୍ୱବଧାନରେ ଏହା ସମ୍ପାଦନ ହୋଇଥିଲା। ମହାମାରୀ କରୋନାର ପ୍ରଥମ ଲହରରେ ଗଞ୍ଜାମର ସ୍ଥିତି ଭୟଙ୍କର ହୋଇଥିଲା। ସେହି ସମୟରେ ଦେବଦୂତ ସାଜିଥିଲେ ସମିତି ସଭ୍ୟ ଶିବ ନାହାକ। ସେ ବିଭିନ୍ନ ପଞ୍ଚାୟତରେ ବୁଲିସ ସାନିଟାଇଜ୍‌ କରିଥିଲେ। କରୋନା ବିଷୟରେ ଲୋକମାନଙ୍କ ଭିତରେ ସଚେତନତା କରିଥିଲେ। ଯେଉଁଥିପାଇଁ ସେ ଜିଲ୍ଲାର ଶ୍ରେଷ୍ଠ ସମିତି ସଭ୍ୟ ଭାବେ ପୁରସ୍କୃତ ହୋଇଥିଲେ।