ଶାଳିଆ ସୁମଣ୍ଡଳ ଭାଟପଡା ରାସ୍ତା ମରାମତି ରେ ବ୍ୟାପକ ଅନିୟମିତତା, କାମ ବନ୍ଦ କଲେ ଗ୍ରାମବାସୀ, ବିନା ସୂଚନା ଫଳକ ରେ ଚାଲିଛି କାମ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ବେଗୁନିଆପଡ଼ା)- ସରକାର ଙ୍କ ତରଫରୁ ଜନସାଧାରଣ ଙ୍କ ସୁବିଧା ନିମନ୍ତେ ଅନେକ ପ୍ରକଳ୍ପ ର ଶିଳାନ୍ୟାସ ସହ ଶୁଭ ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କରୁଥିବା ର ଦେଖିବାକୁ ମିଳୁଛି। କେଉଁଠି କାମ ଠିକ୍ ହେଉଛି ତ ଆଉ କେଉଁଠି ହେଉଛି ନିର୍ମମାନ ର କାମ , ଆଉ କେଉଁଠି ଚାଲିଛି ଜାଲିଆତି ଏବଂ କାମରେ ଠକାମି । ଏମିତି ଏକ କାମ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତ ର କୁମାରିପାରି ଗ୍ରାମ ରେ ।ସୂଚନାରୁ ପ୍ରକାଶ ଯେ ଗତ ୧୦.୦୨.୨୦୨୧ ରେ କବିସୂର୍ଯ୍ୟନଗର ବିଧାୟିକା ଙ୍କ କରକମଳରେ ଶାଳିଆ ସୁମଣ୍ଡଳ ଭାଟପଡା ରାସ୍ତା ସାମୟିକ ମରାମତି ର ହୋଇଥିଲା ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ । ବର୍ତ୍ତମାନ ସେହି ରାସ୍ତାର କାମ ଚାଲିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ବିନା ତଦାରଖ ରେ ଚାଲିଛି ସେହି କାମ, ଉକ୍ତ ବିଭାଗର କୌଣସି ଅଧିକାରୀ କିମ୍ବା କର୍ମଚାରୀ କାମ ସମୟ ରେ କାର୍ଯ୍ୟସ୍ଥଳରେ ରହୁ ନାହାନ୍ତି ।

 

ଏଥିସହିତ ନିର୍ମମାନର କାମ ହେଉଥିବା ନେଇ ଆଜି ଗ୍ରାମବାସୀ ମାନେ କାମ ବନ୍ଦ କରିଥିବାର ଦେଖିବାକୁ ମିଳିଛି , ପିଚୁ କେଉଁଠି ଠିକ୍ ସେ ପଡିଛି ତ ଆଉ କେଉଁଠି ପଡିନି ଏଥିସହିତ ପିଚୁ ଉଠି ଯାଉଥିବା ମଧ୍ଯ ଦେଖିବାକୁ ମିଳିଛି। ଏଥିସହିତ ବିନା ସୂଚନା ଫଳକ ରେ କାମ ମଧ୍ଯ ଚାଲିଥିବା ନେଇ ଗ୍ରାମ ବାସୀ ମାନେ ଅଭିଯୋଗ କରୁଛନ୍ତି । ଏ ନେଇ ବିଭାଗୀୟ ଅଧିକାରୀ ଙ୍କ ସହ ଯୋଗାଯୋଗ ପାଇଁ ବାରମ୍ବାର ଚେଷ୍ଟା କରିଥିଲେ ମଧ୍ଯ ସମ୍ଭବପର ହୋଇ ନଥିଲା । ଏଥିସହିତ କାର୍ଯ୍ୟ ନିର୍ବାହ କରୁଥିବା ଠିକାଦାର ରାସ୍ତା ଖାଲ ଢିପ ଯୋଗୁ ଏବଂ ଅତ୍ୟାଧିକ ଗ୍ରୀଷ୍ମ ପ୍ରକୋପ ଯୋଗୁ କାମରେ କିଛି ତ୍ରୁଟି ରହିଥିବା ମଧ୍ଯ ସ୍ୱୀକାର କରିଛନ୍ତି । କେବଳ ଭିତ୍ତିପ୍ରସ୍ତର ଫଳକ ଅଛି କିନ୍ତୁ କେତେ ଟଙ୍କା ର କାର୍ଯ୍ୟାଦେଶ ଏବଂ କେତେ କିଲୋମିଟର କାର୍ଯ୍ୟ ହେବ ତାହା ସେଥିରେ ଲେଖା ହୋଇନାହିଁ ଏଥିସହିତ କାର୍ଯ୍ୟ ନିର୍ବାହ କରୁଥିବା ଠିକାଦାର ଜଣ ଙ୍କ କହୁଛନ୍ତି ଏଗ୍ରୀମେଣ୍ଟ କପି ଦେଖିଲେ କେତେ ଟଙ୍କାର କାର୍ଯ୍ୟାଦେଶ କହିପାରିବି ଏବଂ ସୂଚନା ଫଳକ କରିବା ପାଇଁ ଆମ ଏଗ୍ରୀମେଣ୍ଟ ରେ ନାହିଁ । ଦେଖାଯାଉ ଆଗକୁ ବିଭାଗୀୟ ଅଧିକାରୀମାନେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଫୁଲବାଣୀ ସହର ସରକାର ବୃଦ୍ଧ ବୃଦ୍ଧା ,ଭିନ୍ନକ୍ଷମ ,ବିଧଭା ମହିଳା ମାନଙ୍କ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଭତା ପ୍ରଦାନ ପାଇଁ ମଞ୍ଜୁର…!

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ଜଲନ୍ଧର ବେହେରାଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (କନ୍ଧମାଳ)- କନ୍ଧମାଳ, ଜିଲ୍ଲା ଫୁଲବାଣୀ ସହର ସରକାର ବୃଦ୍ଧ ବୃଦ୍ଧା ,ଭିନ୍ନକ୍ଷମ ,ବିଧଭା ମହିଳା ମାନଙ୍କ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଭତା ପ୍ରଦାନ ପାଇଁ ମଞ୍ଜୁର କରିଥାନ୍ତି । ସେହି ହିତାଧିକାରୀ ଙ୍କୁ ପ୍ରତ୍ୟେକ ମାସର ୧୫ ତାରିଖରେ ୮୦ ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧ ବୃଦ୍ଧା ୬୦ ପ୍ରତିଶତ ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ମାନଙ୍କୁ ୭୦୦ ଏବଂ ଅନ୍ୟ ହିତାଧିକାରୀ ଙ୍କୁ ୫୦୦ ଟଙ୍କା ଭତା ଦିଆଯାଉଛି । ଗତକାଲି ଫୁଲବାଣୀ ପୌରପରିଷଦ ର ୧୩ ଗୋଟି ୱାର୍ଡ ର ଭତା କେନ୍ଦ୍ର ରେ ଭତା ବଣ୍ଟନ କାଯାଇଥିବା ଦେଖିବା କୁ ମିଳିଥିଲା । ସେହି ଭତା ବଣ୍ଟନ କେନ୍ଦ୍ର ରୁ ହିତାଧିକାରୀ ମାନେ ଭତାପ୍ରଦାନ କାରୀ ଙ୍କ ଠାରୁ କେତେକ ହିତାଧିକାରୀ ୭୦୦ ଓ ୫୦୦ ଟଙ୍କା ଗ୍ରହଣ କରିଥିବା ବେଳେ ସେହି ଭଳି ଆଉ କେତେକ ବୃଦ୍ଧ ବୃଦ୍ଧା ଭିନ୍ନକ୍ଷମ ଙ୍କୁ ଭତା ଟଙ୍କା ମିଳି ନ ଥିଲା । ଟଙ୍କା ନଦେଇ ଭତା ପ୍ରଦାନକାରୀ ତୁମେ ଏଠାରେ ଟଙ୍କା ପାଇବ ନାହିଁ ତୁମ ପାସ ବୁକ ଯେଉଁ ବ୍ୟାଙ୍କରେ ଖୋଲିଛ ସେହି ବ୍ୟାଙ୍କରୁ ଟଙ୍କା ପାଇ ପାରିବ ବୋଲି କହିବାରୁ ବୃଦ୍ଧ ବୃଦ୍ଧା ଭିନ୍ନକ୍ଷମ ରୋଗୀ ହିତାଧିକାରୀ ମାନେ ଟଙ୍କା ନପାଇ ହତାଶ ହୋଇ ଫେରି ଯାଇଥିଲେ । ଯାହା ଫଳରେ ବୃଦ୍ଧ ବୃଦ୍ଧା ଭିନ୍ନକ୍ଷମ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।ବର୍ତ୍ତମାନ କୋରନା ସଂକ୍ରମଣ ସମୟରେ ଏହି ଭଳି ହିତାଧିକାରୀ ମାନେ ବ୍ୟାଙ୍କ ମାନଙ୍କରେ ଧାଡି ବାନ୍ଧି ଛିଡା ହୋଇ କୋଭିଡ ନିୟମ ପାଳନ କରି ସାମାଜିକ ଦୂରତା ରକ୍ଷା କରି ଭତା ଟଙ୍କା ଆଣିବା ସମ୍ଭବ ନୁହେଁ । ଏଭଳି ବ୍ୟକ୍ତି ମାନଙ୍କୁ ଗ୍ରାମାଞ୍ଚଳରେ ଘର କୁ ଘର ଯାଇ ସରକାର ଭତା ବଣ୍ଟନ କରିବା ପାଇଁ ବ୍ୟବସ୍ଥା କରିଥିବା ବେଳେ ସହରାଞ୍ଚଳରେ ବ୍ୟାଙ୍କ ଖାତାରେ ଭତା ଟଙ୍କା ପାଇବା ଅତି ପରିତାପର ବିଷୟ ଅଟେ। ସୂଚନାଯୋଗ୍ୟ ଫୁଲବାଣୀ ସହର ସ୍ଥିତ କାଚରା ସାହି ର ଜୟ ନାୟକ ୭୦ ବର୍ଷ ଜଣେ ପକ୍ଷଘାତ ଭିନ୍ନକ୍ଷମ ବ୍ୟକ୍ତି ଅଟନ୍ତି । ସେହି ବ୍ୟକ୍ତି ଠିକ ଭାବରେ କଥା କହି ପାରନ୍ତି ନାହିଁ କି ଠିକ ଭାବରେ ବାଟରେ ଚାଲିପାରନ୍ତି ନାହିଁ ସେହି ଭଳି ଲୋକଙ୍କୁ ବ୍ୟାଙ୍କ କୁ ଯାଇ ଟଙ୍କା ଉଠାଇବା ନିମନ୍ତେ କହିବାରୁ ହତାଶ ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ ଫୁଲବାଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ପରାମର୍ଶ କରିବାରୁ ଭତା ପ୍ରଦାନରେ ସ୍ଵଛତା ଆସିବା ନିମନ୍ତେ ହିତାଧିକାରୀ ମାନଙ୍କୁ ବ୍ୟାଙ୍କ ଖାତା ମାଧ୍ୟମରେ ଭତା ପ୍ରଦାନ କରାଯିବା ନିମନ୍ତେ ସରକାର ଙ୍କର ନିର୍ଦେଶନାମା ରହିଛି ସେହି ନିର୍ଦେଶ ଅନୁସାରେ ସମସ୍ତ ହିତାଧିକାରୀ ଙ୍କୁ ବ୍ୟାଙ୍କ ଖାତାରେ ଭତା ଟଙ୍କା ପ୍ରଦାନ କରାଯିବ । ବର୍ତ୍ତମାନ ଫୁଲବାଣୀ ସହର ର ୨୧୦୦ ଶହ ହିତାଧିକାରୀଙ୍କ ଟଙ୍କା ବ୍ୟାଙ୍କ ଖାତା କୁ ପଠାଇ ଦିଆଯାଇଛି । ବୋଲି ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରା ସୂଚନା ଦେଇଥିଲେ । ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି କି ଭତା ପ୍ରଦାନରେ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେ ଅଲଗା ଅଲଗା ନିୟମ ରଖିଛନ୍ତି । ଆଗରୁ ଯେପରି ହାତରେ ଭତା ଟଙ୍କା ଦିଆଯାଉଥିଲା ସେହି ବ୍ୟବସ୍ଥା ଆମ ମାନଙ୍କ ପାଇଁ ଠିକ ଥିଲା ବୋଲି ହିତାଧିକାରୀ ୮୦ ବର୍ଷ ବୃଦ୍ଧ ସୁକୁରୁ ନାୟକ ଗଣମାଧ୍ୟମ କୁ କହିଥିବା ବେଳେ । ବ୍ୟାଙ୍କ ଜରିଆରେ ଭତା ଟଙ୍କା ନଦେଇ ପୂର୍ବପରି ଭତା ପ୍ରଦାନ କରିବା ନିମନ୍ତେ ବୃଦ୍ଧ ବୃଦ୍ଧା ଭିନ୍ନକ୍ଷମ ରୋଗୀଣା ହିତାଧିକାରୀ ଙ୍କର ସରକାର ଙ୍କର ନିକଟରେ ଦାବୀ ହେଉଛି । ଏହା କୁ ଜିଲ୍ଲା ପ୍ରଶାସନ କେବେ ନଜର ଦେଉଛନ୍ତି ତାହା ଦେଖିବାର ବାକି ରହିଲା ।

କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ସରକାରଙ୍କ ଲକ ଡାଉନ ନିୟମକୁ ଖୋଲାଖୋଲି ଉଲଙ୍ଘନ…!

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ଜଲନ୍ଧର ବେହେରାଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (କନ୍ଧମାଳ)- କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ସରକାରଙ୍କ ଲକ ଡାଉନ ନିୟମକୁ ଖୋଲାଖୋଲି ଉଲଙ୍ଘନ କରି ବ୍ୟବସାୟ ଚଳାଇବା ସହ ଗାଁକୁ ଗାଁ ବୁଲି ଏହି ବେସର କାରିଫାଇନାନସ କଂପାନୀରଣ ଟଙ୍କା ଲୋ କଙ୍କଠାରୁ ଯୋର ଜୁଲମ କରି ଆଦାୟ କରିବା ଅଭିଯୋଗ ହୋଇଥିଲା ।.ତାହା ସହ ସାମାଜିକ ଦୁରତ।ମଧ୍ୟ ନରଖି ବ୍ୟବସାୟୀକ କ।ରବାର ଚଳାଇ ଆସୁଥିଲ। । ଏ ସଂପର୍କରେ ଅଭିଯୋଗ ହେବା ପରେ ରାଇକିଆରଅତିରିକ୍ତ ତହସିଲଦାର ଅକ୍ଷୟ ଟୁଡ଼ୁ, ବିଡିଓ ପ୍ରବୀଣ କୁମାର ବାଣୁଆ ଓ ଥାନା ଅଧିକାରି ତରୁଣ ତପନ ବେହେରା ପ୍ରମୁଖ କାର୍ଯ୍ୟାଳୟକୁ ୧୫ ଦିନ ପାଇଁ ସିଲ କରିଦେଇଛନ୍ତି । ଫଳରେ କରୋନା ମହାମାରୀସମୟରେ ଋଣ ଟଙ୍କା ପରିଶୋଧ କରିବାକୁ ନେଇ ଚିନ୍ତାରେ ଥିବା ରାଇକିଆ ବ୍ଳକର ଲୋକେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟଯେ, କରେ । ନା ମହାମାରୀ ସମୟରେ ସରକାର ଲକ ଡାଉନ ସଟ ଡ଼ାଉନ ଘୋଷଣା କରିଥିବାବେଳେ ଲୋକଙ୍କ ଜୀବନ ଜିବିକା ପ୍ରଭାବୀତ ହୋଇଛି । ଲୋକେ କାମ ଧନ୍ଦା ନକରି ସରକାରଙ୍କ ନିୟମ ମାନି ଘରେ ରହୁଥିବାବେଳେ ଏହି ସଂସ୍ଥାର କର୍ମଚାରୀମାନେ ଦଳ ଦଳ ହୋଇ ରାଇକିଆ, ଟିକାବାଲି, ଚକାପାଦ ସାରଙ୍ଗଗଡ଼, ପାବୁରିଆ ଅଞ୍ଚଳ ରୁ ଘରକୁ ଘର ବୁଲିରଣ ଟଙ୍କା ଶୁଝିବାଲାଗି ଯୋର ଜବରଦସ୍ତ କରିବା ସହ କୁ ଆଡେ ଧମକ ମଧ୍ୟ ଦେଉଥିବା ଅର୍ଭିଯୋଗ ହୋଇଥିଲା । ଫଳରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଚଢାଉ କରିସିଲ କରିଛନ୍ତି ସୂଚନା ଯେ ଆଉ ଏମିତି ବହୁତ ଫାଇନାନ୍ସ କମ୍ପାନୀ ଗୁଡିକ ମଧ୍ୟ ଜିଲ୍ଲା ବାସୀଙ୍କୁ ହନ୍ତସନ୍ତ କରୁ ଛନ୍ତି ଏହି ମହା ମାରୀ ସମୟ ରେ ସେମାନଙ୍କ ଉପରେ ବି କଡା ନଜର ରହିଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ ।

କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ପସରାରେ ସରକାର ଙ୍କ ଯୋଜନା ଫୁ…!

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ଜଲନ୍ଧର ବେହେରାଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (କନ୍ଧମାଳ)- ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ହାତ ପାଆନ୍ତାରେ ସ୍ୱଛ ପାନୀୟ ଜଳ ଯୋଗାଇ ଦେବାପାଇଁ ବସୁଧା ଯୋଜନା ପ୍ରଣୟନ କରିଛନ୍ତି । ଏଥିପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଅନୁଦାନ ମଧ୍ୟ ଯୋଗାଇ ଦେଉଛନ୍ତି । ହେଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଅବହେଳା, ଦାୟିତ୍ଵହୀନତା,ଯୋଗୁଁ ବର୍ଷ ବର୍ଷ ଧରି ବସୂଧା ଯୋଜନା ପ୍ରକଳ୍ପ ଅଧାପନୁରିଆ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳଥିବାବେଳେ ଆଉ କେଉଁଠି ରକ୍ଷଣାବେକ୍ଷଣ ଅଭାବରୁ ପ୍ରକଳ୍ପ ଅଚଳ ହୋଇପଡିଥିବା ଦେଖିବାକୁ ମିଳୁଛି । ଅଭିଯୋଗ କଲେ ନାଁ ଦାୟୀତ୍ଵରେ ଥିବା ଯନ୍ତ୍ରୀ, ନା ବିଡିଓ ନା ସର ପଞ୍ଚ। ଏପରି ସ୍ଥଳେ ଗ୍ରାମ। ଞ୍ଚଳର ଲେକେ ଯୋଜନାର ସୁଫଳ ପାଇପାରୁ ନାହ।ନ୍ତି। ଏଭଳି ଏକ ଅର୍ଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ପସରା ପଞ୍ଚାୟତର ବରପଲ୍ଲି ଗ୍ରାମରୁ । ଗ୍ରାମରେ ପାନୀୟ ଜଳ ସମସ୍ୟା ଦୁର ପାଇଁ ଗ୍ରାମବାସୀଙ୍କ ବାରମ୍ଵାର ଦାବୀ ଫଳରେ ପ୍ରଶାସନ ପକ୍ଷରୁ ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟରେ ବସୁ ଧା ଯୋଜନାରେ ଏକ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଥିଲା ବରପଲ୍ଲୀ ଗ୍ରାମରେ।

ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ଦେଖି ଗ୍ରାମବାସୀ ବେଶ ଖୁସି ହୋଇଥିଲେ। ପ୍ରକଳ୍ପ ହେବ ପାଣି ସମସ୍ୟା ଦୁର ହେବ। ହାତ ପାଆନ୍ତା ରେ ପାନୀୟ ଜଳ ମିଳିବ ବୋଲି କେତେ କଣ ଭାବି ଥିଲେ। ହେଲେ କାମ ଆରମ୍ଭ ହେବାର ମାସ କେଇଟା ହେଉଛି କି ନାହିଁ ଠିକାଦାର ଅଧା ପନ୍ତୁରିଆ ଅବସ୍ଥାରେ କାମ ବନ୍ଦକରିଦେବା ଫଳରେ ଅସପୂର୍ଣ୍ଣ ଅବସ୍ଥାରେ ପଡିଛି ପ୍ରକଳ୍ପ କାର୍ଯ୍ୟ, I ପ୍ରକଳ୍ପ କାର୍ଯ୍ୟ ସ।ରିବା ନେଇ ପ୍ରଶାସନ ଚିନ୍ତା କରୁ ନ ଥିବା ଅଭିଯୋଗ ହେଉଛି । ସହକ।ରି ଯନ୍ତ୍ରୀ ଓ ଠିକାଦାର ଙ୍କ ମଧ୍ୟରେ ବିବାଦ ଯୋଗୁଁ କାମବନ୍ଦ ଥିବା କୁହାଯାଉଥିବାବେଳେ ନିମ୍ନମାନର କାର୍ଯ୍ୟ ଯୋଗୁ କାମବନ୍ଦ ଥିବା କେହି କେହି କହୁଛନ୍ତି । ତେବେ ସରକାରଙ୍କ ଯୋଜନାଗୁଡିକ ଗ୍ରାମାଞ୍ଚଳରେ କିଭଳି କାର୍ଯ୍ୟକାରୀ ହେଉଛି ଓ ଲୋକେ କିଭଳି ସୁଫଳ ପାଉଛନ୍ତି ତାହା ବରପଲ୍ଲିରଏହି ପ୍ରକଳ୍ପକୁ ଦେଖିଲେ ଜାଣିହେବ । କେବଳ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିବା ସାର ହେଉଛି । କେବଳ ଏହି ଗୋଟିଏ ପାନୀୟ ଜଳ ପ୍ରକଳ୍ପ ନୁହେଁ ଜିଲ୍ଲାର ଅନେକ ସ୍ଥାନରେ ଏଭଳି ଅଧାପନୁରିଆ ଅବସ୍ଥାରେ ପ୍ରାନୀୟ ଜଳ ପ୍ରକଳ୍ପଗୁଡିକ ପଡିରହିଥିବା ଜଣାପଡିଛି । ଫଳରେ ସରକାରଙ୍କ ଲକ୍ଷ୍ୟ ସାଧିତ ହୋଇପାରୁନି ।

ଦକ୍ଷିଣ ପଶ୍ଚିମ ମୌସୁମୀ ପୂର୍ବରୁ ପ୍ରସ୍ତୁତି ନିମନ୍ତେ “ଜିଲ୍ଲା ସ୍ଥରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ…!

!!! ରାୟଗଡା ଜିଲ୍ଲା ରୁ ଟାଉନ ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କାଶିପୁର)- ଆଗାମୀ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ଓ ସମ୍ଭlବ୍ୟ ବନ୍ୟାବାତ୍ୟା ମୁକାବିଲା କରିବା ନିମନ୍ତେ ଆଜି ଜିଲ୍ଲାପାଳ ଶ୍ରୀବସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷ୍ୟତlରେ ଜିଲ୍ଲା ସ୍ଥରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ୱେବିନରରେ ବୈଠକ ୱେବିନlରରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମାନ୍ୟବର ମନ୍ତ୍ରୀ, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ଓଡିଶା,ଶ୍ରୀଯୁକ୍ତ ଜଗନ୍ନାଥ ସlରକା, ମାନ୍ୟବର ସାଂସଦ ରାଜ୍ୟସଭ ଶ୍ରୀଯୁକ୍ତ ଏନ. ଭାସ୍କର ରାଓ, ମାନ୍ୟବର ଲୋକସଭା ସାଂସଦ କୋରାପୁଟ, ଶ୍ରୀଯୁକ୍ତ ସପ୍ତଗିରି ଉଲାକା, ମାନ୍ୟବର, ରୟାଗଡ଼ ବିଧାୟକ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି, ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟ ଶ୍ରୀ ଗଙ୍ଗାଧର ପୁଆଲl ପ୍ରମୁଖ ହୋଗୀଦାନ କରି ନିଜନିଜର ମତାମତ ରଖିଥିଲେ l ଏହି ବୈଠକରେ ମୁଖ୍ୟତଃ ବର୍ଷଦିନ ପୂର୍ବରୁ ଭାଙ୍ଗିଯାଇଥିବା ନଦୀ ବନ୍ଧ ହୁଡ଼ା,କେନାଲ ବାବଦ୍ଧ ଗୁଡିକ ତୁରନ୍ତ ମରାମତି କରିବା ନିର୍ବାହୀ ଯନ୍ତ୍ରୀ ପାରଳାଖେମୁଣ୍ଡି ଡିଭିଜନକୁ ନିର୍ଦ୍ଦେଶ ଦିଆଗଲା l ବନସାଧାର, ନlଗlବଳି ଅବବାହିକl ବିଶେଷ କରି ଗୁଡାରି, ଗୁଣପୁର, ପଦ୍ମପୁର, କଳୀୟାଣସିଂହପୁର,ଓ ରାୟଗଡ ବ୍ଲକର ଯେଉଁଠି ବନ୍ୟା ପାଣି ମାଡି ଆସିବାର ସମସ୍ୟା ଓ ସମ୍ଭବନା ରହୁଛି ସେଗୁଡିକ ଚିହ୍ନଟ କରି ବର୍ଷା ଦିନ ପୂର୍ବରୁ ନିର୍ମାଣ କାର୍ଯ୍ୟ ସlରିବାକୁ ବୈଠକରେ କାର୍ଯ୍ୟ ନିର୍ବାହୀ ସଂସ୍ଥା ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି l କୌଣସି କାମକୁ ତାଭାରିଆ ଭାବରେ ନକରି ମଜାଭୂତ ଭାବରେ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ସମ୍ଭlବ୍ୟ ବନ୍ୟା ମୁକାବିଲା କରିବାକୁ ପୂର୍ବରୁ ସମସ୍ତ ପ୍ରକାର ଜିନିଷ ମହଜୁଦ ରଖିବାକୁ କୁହାଯାଇଛି l ସମସ୍ତ ନିର୍ମାଣ କାର୍ଯ୍ୟ ଆସନ୍ତାକାଲି ୧୫ଦିନ ଭିତରେ ଶେଷ କରିବାକୁ କୁହାଯାଇଛି l ସମ୍ଭବ୍ୟ ବନ୍ୟା ଜଳ ନିଷ୍କାସନ ନିମନ୍ତେ କେନାଲ ଗୁଡିକର ମରାମତି କାମ ମଧ୍ୟ ବର୍ଷା ଦିନ ପୂର୍ବରୁ ସାରିବାକୁ ସମ୍ପୃକ୍ତ ସଂସ୍ଥାକୁ କୁହାଯାଇଛି l ବନ୍ୟା ସମୟରେ ସୁପରିଚାଳନା ନିମନ୍ତେ ଉପଖଣ୍ଡ ସ୍ତରରେ ଉପଜିଲ୍ଲାପାଳ,ତହସିଲ ସ୍ତରରେ ତହସିଲଦାର,ବ୍ଲକ ସ୍ତରରେ ବିଡ଼ିଓ,ଆର ଆଇ ସ୍ତରରେ ଆର ଆଇ,ଗ୍ରାମ ପଂଚାୟତ ସ୍ତରରେ ପଂଚାୟତ ନିର୍ବାହୀ ଅଧିକାରୀ, ସହରାଞ୍ଚଳରେ ପୌର ନିର୍ବାହୀ ଅଧିକାରୀ ମାନେ ବନ୍ୟl ପରିଚାଳନା ନିମନ୍ତେ ଦାୟିତ୍ୱ ଦିଆଯାଇଛି l ସେହିପରି ବନ୍ୟା ବାତ୍ୟା ସମୟରେ ଦୁର୍ଗମ ଓ ବନ୍ୟା ପ୍ଲାବିତ ଅଂଚଳରେ ଯଥେଷ୍ଟ ଆଗରୁ ଶୁଖିଲା ଖାଦ୍ୟ, ଆବଶ୍ୟକ, କିରାସିନି, ଚୁଡାଗୁଡ଼, ମହଜୁଦ ରଖିବା ନିମନ୍ତେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ସେହିପରି ସ୍ୱାସ୍ଥ୍ୟ ବିଭାଗକୁ ଆବଶ୍ୟକ ଔଷଧ ମହଜୁଦ ରଖିବାକୁ କୁହାଯାଇଛି l ତହସିଲଦାର ମନକୁ ମଧ୍ୟ ପଲିଥିଣ ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ମହଜୁଦ ରଖିବାକୁ ନିର୍ଦେଶ ଦିଆଯାଇଛି l ପ୍ରାଣୀ ସମ୍ପଦ ସିକିତ୍ସା ଓ ସୁରକ୍ଷା ନିମନ୍ତେ ପ୍ରସ୍ତୁତ ରହିବାକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି l କୃଷକ ମାନଙ୍କୁ ରିହାତି ମୂଲ୍ୟରେ ବିହନ, ସାର ଓ କୀଟ ନାଶକ ଔଷଧ ଯୋଗାଇବା ନିମନ୍ତେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ବନ୍ୟା ବାତ୍ୟା ପରେ ରାସ୍ତlଘାତ ସଫା କରିବା ନିମନ୍ତେ ଆବଶ୍ୟକ ସରଞ୍ଜାମ ମହଜୁଦ ରଖିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦେଶ ଦିଆଯାଇଛି l ସେହିପରି ନିର୍ବାହୀ ଯନ୍ତ୍ରୀ ଜନସ୍ୱାସ୍ଥ୍ୟ ବିଭାଗକୁ ବିଶ୍ୱାଧିତ ପାଣି ଯୋଗାଇବା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି l ସେହିପରି ବର୍ଷା ଦିନ ପୂର୍ଵବାରୀ ଅଚଳ ନଳକୂପ ଗୁଡିକର ମରାମତି କରିବା ଓ ବନ୍ୟା ପରେ ତୁରନ୍ତ ବିଶୋଧିତ କରିବା ନିମନ୍ତେ ପ୍ରସ୍ତୁତ ରହିବାକୁ ନିର୍ବାହୀ ଯନ୍ତ୍ରୀ ଗ୍ରାମୀୟ ଜଳ ଯୋଗାଣ ସଂସ୍ଥା ରାୟଗଡ଼ଙ୍କୁ ନିର୍ଦେଶ ଦିଆଯାଇଛି l ବନ୍ୟା ବାତ୍ୟା ମୁକାବିଲା ନିମନ୍ତେ ଜିଲ୍ଲାର ସମସ୍ତ ବିଭଗୀୟ ଅଧିକାରୀ, ବିଡ଼ିଓ, ତହସିଲଦାର, ନିର୍ବାହୀ ଅଧିକାରୀ ସମସ୍ତ ପ୍ରକାର ପ୍ରସ୍ତୁତି ରହିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦେଶ ଦେଇଥିଲେ l ଆଜି ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡ଼ିଆରଡିଏ, ମହେଶ୍ୱର ନାଏକ, ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ସନେଲ ଜେନା,ଜିଲ୍ଲା ସ୍ଥରୀ ବିଭିନ୍ନ ବିଭାଗୀୟ ଅଧିକାରୀ, ବିଡ଼ିଓ, ତହସିଲଦାର, ନିର୍ବାହୀ ଅଧିକାରୀ ପୌର ପରିଷଦ, ନିର୍ବାହୀ ଯନ୍ତ୍ରୀ ପାରଳାଖେମୁଣ୍ଡି ଜଳସେଚନ ଡିଭିଜନ, ରାୟଗଡ ଗ୍ରlମ୍ୟ ନିର୍ମାଣ ବିଭାଗ,ପୂର୍ତ୍ତ ବିଭାଗ ଆଦି ଯୋଗଦାନ କରିଥିଲେ l

ଡି.କରଲରେ ପଡିଛି ଟ୍ରାନ୍ସଫର୍ମର;ସପ୍ତାହେରୁ ଅଧିକ ହେଲା ଗ୍ରାମରେ ବିଦ୍ୟୁତ୍ ଠପ୍…!

!!! ରାୟଗଡା ଜିଲ୍ଲା ରୁ ଟାଉନ ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କାଶିପୁର)- କାଶିପୁର ବ୍ଲକ ଅନ୍ତର୍ଗତ ଡି.କରଲ ଗ୍ରାମର ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ଆଜିକୁ ସପ୍ତାହେରୁ ଅଧିକ ହେଲା ଗ୍ରାମରେ ବିଦ୍ୟୁତ ନାହିଁ। ବର୍ତ୍ତମାନ ଲକଡାଉନ ଯୋଗୁଁ ଲୋକେ ଅଧିକ ସମୟ ଘରେ ରହୁଛନ୍ତି। ଏହାସହ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ ଗରମ ଯୋଗୁଁ ରୋଗୀ ଓ ଶିଶୁମାନଙ୍କୁ ସମ୍ଭାଳିବା ମୁସ୍କିଲ ହୋଇପଡ଼ିଛି। ଏପରି ସମୟରେ ବିଦ୍ୟୁତ ସରବରାହ ବନ୍ଦ ରହିଥିବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଲୋକେ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି। ଡି.କରଳ ଗ୍ରାମରେ ପ୍ରାୟ ୮ଦିନ ହେବ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ରହିଛି।

ବିଭାଗୀୟ ଜେ.ଇ.ଙ୍କୁ ଏବିଷୟରେ କହିଲେ ସେ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଡି.କରଲ ଗ୍ରାମର ଉପର ସାହିରେ ପ୍ରାୟ ୨୧୦ପରିବାର ବାସ କରୁଛନ୍ତି। ଗ୍ରାମର କିଛି ଭଦ୍ର ବ୍ୟକ୍ତି ଉତ୍କଳ ଆଲୁମିନା ପ୍ରକଳ୍ପକୁ ଏକ ନୂତନ ଟ୍ରାଂସ୍ଫର୍ମର ଯୋଗାଇ ଦେବାକୁ ଲିଖିତ ଆକାରରେ ଅନୁରୋଧ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବିଦ୍ୟୁତ ବିଭାଗର ଉଦାସୀନତା ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ତେଣୁ ବିଦ୍ୟୁତ ବିଭାଗ ଅଧିକାରୀ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ଡି.କରଲରେ ବିଦ୍ୟୁତ ସମସ୍ୟାର ସ୍ଥାୟୀ ସମାଧାନ କରିବା ନିମନ୍ତେ ଦାବି ହେଉଛି।

‘ଟୁଲକିଟ୍’ ବିବାଦ: ସମ୍ୱିତ ପାତ୍ରଙ୍କ ଖୁଲାସା ପରେ କଂଗ୍ରେସ କ୍ଲିନ୍ ବୋଲ୍ଡ …!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଧାରା ୩୭୦, ଟ୍ରିପଲ ତଲାକ, ରାଫେଲ୍ ବିବାଦ, ସର୍ଜିକାଲ ଓ ଏୟାର ଷ୍ଟ୍ରାଇକ୍ ଆଦି ବିଭିନ୍ନ ପ୍ରସଙ୍ଗ ଉଠାଇ ମୋଦି ସରକାରକୁ ଘେରିବା ପାଇଁ ଚେଷ୍ଟା କରି କଂଗ୍ରେସ ୨୦୧୯ ସାଧାରଣ ନିର୍ବାଚନ ବେଳେ ପରିଣାମ ଭୋଗି ସାରିଛି। ଆଉ ନିର୍ବାଚନ ପରେ ପରେ ଦେଶ ଏବେ କରୋନା ମହାମାରୀର ସାମ୍ନା କରୁଛି। ଏହି ଅଦୃଶ୍ୟ ଭାଇରସ ବିରୋଧରେ ଲଢ଼ିବାକୁ ଯାଇ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି।  ଆଉ ଏହାକୁ ମୌକା ଭାବି କଂଗ୍ରେସ ନିଜର ବ୍ୟାଡ୍ ଇମେଜକୁ ଗୁଡ୍ ଇମେଜ କରିବାରେ ବ୍ୟସ୍ତ ବୋଲି ବିଜେପି ଏକ ଡକ୍ୟୁମେଣ୍ଟ ଜାରି କରି କହିଛି। ଯଦିଓ କଂଗ୍ରେସ ଏହି ଟୁଲକିଟକୁ ଜାଲ୍ ଆଉ କଂଗ୍ରେସ ବିରୋଧରେ ଶାସକ ବିଜେପିର ଷଡ଼ଯନ୍ତ୍ର ବୋଲି କହି ଥାନାରେ ବିଜେପି ସଭାପତି ଜେପି ନଡ୍ଡା ଓ ମୁଖପାତ୍ର ସମ୍ୱିତ ପାତ୍ରଙ୍କୁ ପୁରାଇଦେବାକୁ ଧମକ ଦେଇଛି। ହେଲେ ବିଜେପି ମଧ୍ୟ ଏହାକୁ ନେଇ ଆହୁରି ଆକ୍ରାମଣାତ୍ମକ ମୁହାଁ ହୋଇଛି। ଏବେ ବିଜେପି ଏହି ଟୁଲକିଟର ମୁଖ୍ୟ ଅଥର ବା ଲେଖକ କିଏ କହିଛି। ଯାହାକୁ ନେଇ ହାତ ପାର୍ଟି ନିରବ ରହିଛି। ଆଉ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ଟୁଲକିଟର ତଦନ୍ତ ହେଉ ଯଦି କଂଗ୍ରେସ ଏଭଳି ‘ହୀନ’ ରାଜନୀତି କରୁଥିବ ତାହେଲେ କଂଗ୍ରେସ ପାର୍ଟିର ଲାଇସେନ୍ସ ରଦ୍ଦ ହେଉ ବୋଲି ଆବେଦନ ହୋଇଛି। ବିଜେପି କହିଛି, ମୋଦିଙ୍କ ଭାବମୂର୍ତ୍ତି ଖରାପ କରିବା ପାଇଁ କଂଗ୍ରେସ ଯେଉଁ ଟୁଲକିଟ୍ ତିଆରି କରିଛି ଏହାର ମୁଖ୍ୟ ଲେଖକ ସୌମ୍ୟା ବର୍ମା। ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ମୋଦିଙ୍କ ଘର କହି କଂଗ୍ରେସ ଯେଉଁ ଖରାପ ଭାବମୂର୍ତ୍ତି ତିଆରି କରିବାକୁ ଷଡ଼ଯନ୍ତ୍ର କରିଥିଲା ତାର ମୁଖ୍ୟ ନାୟିକା ସୌମ୍ୟା ବର୍ମା। ସେ କଂଗ୍ରେସ ସାଂସଦ ପ୍ରଫେସର ରାଜୀବ ଗୌଡ଼ାଙ୍କ କାର୍ଯ୍ୟାଳୟ ସହିତ ଜଡ଼ିତ। ରାଜୀବଙ୍କ ନେତୃତ୍ୱରେ ଏଆଇସିସିର ରିସର୍ଚ୍ଚ ଓ୍ୱିଙ୍ଗ ପରିଚାଳିତ ହୁଏ। ଖାଲି ଏତିକି ନୁହେଁ କାଳେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଏବଂ ଆମେଠିର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ ସୌମ୍ୟା ବର୍ମାଙ୍କୁ ଜାଣିନଥିବା କହିପାରନ୍ତି ତେଣୁ ବିଜେପି ମୁଖପାତ୍ର ସୌମ୍ୟା ବର୍ମାଙ୍କ ସହିତ କଂଗ୍ରେସର ବଡ଼ ବଡ଼ ନେତାଙ୍କ ସହ ଫଟୋ ଜାରି କରିଛନ୍ତି। ଯେଉଁଥିପେ ସୌମ୍ୟା କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ଥିବା ଦେଖିବାକୁ ମିିଳିଛି। ସୌମ୍ୟାଙ୍କ ଫେସବୁକ ପ୍ରୋଫାଇଲରେ କଂଗ୍ରେସ ନେତାଙ୍କ ପ୍ରତି କିଭଳି ଗଦଗଦ ହୋଇ ପ୍ରଶଂସା କରିଛନ୍ତି ତାର ଉଦାହରଣ ମଧ୍ୟ ଦେଇଛନ୍ତି ସମ୍ୱିତ ପାତ୍ର।ସେହିପରି କରୋନାରେ ଆକ୍ରାନ୍ତ ଥିବା ରାହୁଲ୍ ଗାନ୍ଧୀ ମେ ମାସରେ ଏକ ଟ୍ୱିଟ୍ କରିଥିଲେ ଯେଉଁଥିରେ କୋଭିଡ ଜାଗାରେ ରାହୁଲ୍ ମୋଭିଡ ଲେଖିଥିବା ଦେଖିବାକୁ ମିଳିଛି। ସେହିପରି ରାହୁଲ ଡବଲ ମ୍ୟୁଟାଣ୍ଟକୁ ଇଣ୍ଡିଆନ୍ ଭାରିଆଣ୍ଟ କହିଥିବା ଦେଖିବାକୁ ମିଳିଛି। କଂଗ୍ରେସ ସାଂସଦ ଶଶୀ ଥରୁର ମଧ୍ୟ ଇଣ୍ଡିଆନ୍ ଭାରିଆଣ୍ଟ କହି ନିଜର ଇମେଜ ବିଲ୍ଡିଂ ପାଇଁ ଦେଶକୁ ବଦନାମ କରିବାକୁ ପଛାଇ ନଥିବା ସମ୍ୱିତ ପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ଭାରତରେ ଦେଖାଦେଇଥିବା କରୋନାର B.1.617 ଭାରିଆଣ୍ଟକୁ ମୋଦି ଷ୍ଟ୍ରେନ୍ କହି ବିଜେପି ଓ ପ୍ରଧାନମନ୍ତ୍ରୀଙ୍କ ଛବିକୁ ମଳିନ କରିବାକୁ କଂଗ୍ରେସ ଷଡ଼ଯନ୍ତ୍ର କରିଥିବା ବିଜେପି ଦାବି କରିଛି। ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଇଣ୍ଡିଆନ୍ ଷ୍ଟ୍ରେନ କୁହାଯାଇପାରିବନି ବୋଲି ସ୍ପଷ୍ଟ ରୂପେ କହିଛି। ଯଦିଓ ଟୁଲକିଟ୍ ଧରାପଡିବା ପରେ କଂଗ୍ରେସ ବାଉଳି ଚାଉଳି ହୋଇ ବିଜେପିର ଅଭିଯୋଗକୁ ମିଛ କହିଛି। ହେଲେ ଟୁଲକିଟରେ ବ୍ୟବହୃତ ଭାଷା ପୂର୍ବରୁ କଂଗ୍ରେସ ନେତାମାନେ ବ୍ୟବହାର କିଭଳି କରୁଛନ୍ତି ବୋଲି ସମ୍ୱିତ ପାତ୍ର ଆଜି ଦେଖାଇଛନ୍ତି। ଯାହାକି କଂଗ୍ରେସ ଶିବିରରେ ଭୂମିକମ୍ପ ଆଣିଛି। ଆଉ ଏବେ ଦଳ ଏନେଇ କୌଣସି ପ୍ରତିକ୍ରିୟା ନଦେଇ ନିରବ ରହିଛି।

କୋୱିନ୍ କାର୍ଡ ନିଅନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା କାର୍ଡ ଉପଯୋଗୀ ହେବ ନାହିଁ: ଗୋଲକ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – “କରୋନା ଟିକା ନେବା ପରେ କୋୱିନ୍‌ର ସାର୍ଟିଫିକେଟ୍‌ଟିଏ ଦରକାର। ଏହି ସାର୍ଟିଫିକେଟ୍ ସାରା ଭାରତ ବର୍ଷରେ ବିଭିନ୍ନ କାର୍ଯ୍ୟରେ ଲାଗିବ। କିନ୍ତୁ ଆମେ ଗଞ୍ଜାମ ଓ ଆଉ କିଛି ଜାଗାରେ ଦେଖିଲୁ ମୁଖ୍ୟମନ୍ତ୍ରୀ ଫଟୋ ଥିବା କାର୍ଡ ଦିଆଯାଉଛି। ଏହି କାର୍ଡର ଆଦୌ ଉପଯୋଗୀ ହେବ ନାହିଁ। ଆମ ଦେଶର ବ୍ୟବସ୍ଥା ଅନୁଯାୟୀ ଏହି କାର୍ଡରେ କିଛି ହୋଇପାରିବ ନାହିଁ। କୋୱିନର କାର୍ଡ ହିଁ ଦେଖାଇବାକୁ ପଡ଼ିବ। ତେଣୁ ଟିକା ନେବା ପରେ କୋୱିନ୍‌ର କାର୍ଡକୁ ନିଅନ୍ତୁ।” ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର କରୋନା ଟେଷ୍ଟିଂ ବଢ଼ାଇବା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବା ଅବସରରେ ଏହି କଥା କହିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି, ଏବେ ଓଡ଼ିଶାରେ ଯେଉଁ ସ୍ଥିତି ଦେଖା ଦେଇଛି, ତା’ ବିରୋଧରେ ଆମେ ମିଳିମିଶି ଲଢ଼େଇ କରିବା। ଏହା କାହାକୁ ଦୋଷ ଦେବାର ବେଳ ନୁହେଁ। କିନ୍ତୁ ମୁଁ ରାଜ୍ୟ ସରକାରଙ୍କୁ ଏକ ପରାମର୍ଶ ଦେବି। ଆମେ ଯେତେ ଅଧିକ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟ୍‌ମେଣ୍ଟ କରିବା ଆମେ ଏ ରୋଗ କବଳରୁ ରକ୍ଷା ପାଇବା। ଆମଠୁ କମ୍ ଜନସଂଖ୍ୟା ବିଶିଷ୍ଟ ଦିଲ୍ଲୀ ଗୋଟିଏ ଦିନରେ ପାଖାପାଖି ୭୦ ହଜାର ଟେଷ୍ଟିଂ କରୁଛି। ଛତିଶଗଡ଼ରେ ଗୋଟିଏ ଦିନରେ ପାଖାପାଖି ୬୦ ହଜାର ଟେଷ୍ଟିଂ ହେଉଛି। ଆନ୍ଧ୍ର ପ୍ରଦେଶ ଗୋଟିଏ ଦିନରେ ପାଖାପାଖି ୯୭ ହଜାର ଟେଷ୍ଟିଂ କରୁଛି। ଝାଡ଼ଖଣ୍ଡ ଭଳି ଏକ ଛୋଟ ରାଜ୍ୟ ଗୋଟିଏ ଦିନରେ ପାଖାପାଖି ୫୧ ହଜାର ଟେଷ୍ଟିଂ କରୁଛି। କେରଳରେ ପ୍ରତିଦିନ ପାଖାପାଖି ୧ଲକ୍ଷ ୩୦ ହଜାର ଟେଷ୍ଟିଂ ହେଉଛି। କିନ୍ତୁ ଓଡ଼ିଶାରେ ଦୈନିକ ହାରହାରି ଟେଷ୍ଟିଂ ୫୨ ହଜାର ରହିଛି। ଆଉ ଏହା ପର୍ଯ୍ୟାପ୍ତ ନୁହେଁ। ସେ କହିଛନ୍ତି, ଦିଲ୍ଲୀ ଏ ଲଢ଼େଇ ଜିତି ସାରିଛି। କେରଳ ଜିତିବା ସ୍ଥିତିରେ ପହଞ୍ଚିଛି। କାରଣ ସେମାନେ ଅଧିକା ଟେଷ୍ଟିଂ କରୁଛନ୍ତି। ଯେ ପର୍ଯ୍ୟନ୍ତ ଅଧିକ ଲୋକଙ୍କର ଟେଷ୍ଟିଂ କରିବା ନାହିଁ, ସେ ପର୍ଯ୍ୟନ୍ତ ଏ ରୋଗର ମୂଳ ପାଖରେ ପହଞ୍ଚି ପାରିବା ନାହିଁ। ତେଣୁ ରାଜ୍ୟ ସରକାରଙ୍କୁ ମୋର ଅନୁରୋଧ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ମଧ୍ୟ ଦୈନିକ ଟେଷ୍ଟିଂ ବଢ଼ାନ୍ତୁ। ଆମଠୁ ଛୋଟ ରାଜ୍ୟମାନେ ଅଧିକ ଟେଷ୍ଟିଂ କରିପାରୁଛନ୍ତି, ଆମେ କାହିଁକି ପାରିବା ନାହିଁ। ସେ କହିଛନ୍ତି, ଯଦି ଟେଷ୍ଟିଂ ବଢ଼ିବ, ତା’ହେଲେ ଲୋକଙ୍କୁ ଟ୍ରେସ କରାଯାଇପାରିବ ଓ ଟ୍ରିଟ୍‌ମେଣ୍ଟ କରାଯାଇପାରିବ। ବର୍ତ୍ତମାନ ଗାଁଗୁଡ଼ିକରେ ଲୋକେ ଟେଷ୍ଟିଂ ଅଭାବରୁ ହଇରାଣ ହେଉଛନ୍ତି। ଟେଷ୍ଟିଂ ପାଇଁ ସୁବିଧା ପାଉ ନାହାନ୍ତି। ଫଳରେ ରୋଗଟି ବ୍ୟାପକ ମାତ୍ରାରେ ଚାରିଆଡ଼େ ବ୍ୟାପୀ ଯାଉଛି। ଏ ରୋଗକୁ ଯଦି ପ୍ରଥମରୁ ଟ୍ରିଟ୍‌ମେଣ୍ଟ କରାଯାଏ, ତା’ହେଲେ ମୃତ୍ୟୁର ସମ୍ଭାବନା ଆଦୌ ନାହିଁ। କେନ୍ଦ୍ର ସରକାର ୪୪.୫ ଲକ୍ଷ ଆଣ୍ଟିଜେନ କିଟ୍ ମଧ୍ୟ ଯୋଗାଇ ଦେଇଥିବା ସେ କହିଛନ୍ତି।ଶ୍ରୀ ମହାପାତ୍ର କହିଛନ୍ତି, ଟେଷ୍ଟିଂ ସହିତ ଏ ରୋଗରୁ ବର୍ତ୍ତିବାର ଆଉ ଏକ ବାଟ ହେଉଛ ଟିକା। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୬୫ ଲକ୍ଷ ୬୮ ହଜାର ୬୪୯ ଲୋକଙ୍କର ଟିକାକରଣ କରାଯାଇଛି। ତା’ ମଧ୍ୟରୁ ୬୪ ଲକ୍ଷ ୩୧ ହଜାର ୨୮୪ ଜଣ ସିଧାସଳଖ ଭାବରେ ଭାରତ ସରକାରଙ୍କ ଯୋଜନାରେ ମାଗଣାରେ ଟିକା ପାଇଛନ୍ତି। କେବଳ ୧ ଲକ୍ଷ ୩ ହଜାର ୩୦୦ ପାଖାପାଖି ଲୋକ ଓଡ଼ିଶା ସରକାରଙ୍କ ଯୋଜନାରେ ଟିକା ନେଇଛନ୍ତି।

ବଢ଼ିଲା ବିଜେପିର ଅଡ଼ୁଆ: ଜେପି ନଡ୍ଡା, ସ୍ମୃତି ଇରାନୀ ଓ ସମ୍ବିତ ପାତ୍ରଙ୍କ ନାଁରେ ଏଫଆଇଆର..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କୋଭିଡ ଟୁଲକିଟ୍‌ ଘଟଣାରେ ବଢ଼ିଛି ବିଜେପିର ଅଡ଼ୁଆ। କଂଗ୍ରେସ ପକ୍ଷରୁ ଏହି ଘଟଣାରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ ଓ ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ଏଫଆଇଆର କରାଯାଇଛି। ରାଜସ୍ଥାନ କଂଗ୍ରେସ ସମ୍ପାଦକ ଯଶବନ୍ତ ଗୁରଜର ଜୟପୁରର ବାଜାଜ ନଗର ପୁଲିସ୍‌ ଷ୍ଟେସନରେ ଏହି ଏଫଆଇଆର ଦେଇଛନ୍ତି। ବିଜେପି ମିଛି ଓ ଛଳନାର ରାଜନୀତି କରୁଥିବା କଂଗ୍ରେସ ଅଭିଯୋଗ କରିଛି। ନିକଟରେ ବିଜେପି ପକ୍ଷରୁ ଗୋଟିଏ ଟୁଲକିଟ୍‌ ଜାରି କରାଯାଇଥିଲା। ଏହି ଟୁଲକିଟ୍‌କୁ କଂଗ୍ରେସ ମହାମାରୀ ସମୟରେ ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କ ଛବିକୁ ଖରାପ କରିବାକୁ ଚାହୁଁଥିବା ଦଳ ଦାବି କରିଥିଲା। ତେବେ କଂଗ୍ରେସ ଏହାକୁ ମିଛ ଓ ଦଳ ପକ୍ଷରୁ ସେମିତି କୌଣସି ଟୁଲକିଟ୍‌ ପ୍ରସ୍ତୁତ କରାଯାଇନଥିବା କୁହାଯାଇଛି। ବିଜେପି ନେତାମାନଙ୍କ ମଧ୍ୟରୁ ପ୍ରଥମେ ଜେପି ନଡ୍ଡା ଏହି ତଥାକଥିତ ଟୁଲକିଟ୍‌କୁ ଟ୍ୱିଟ କରିଥିଲେ। ଏହାପରେ ଏହାକୁ ସମ୍ବିତ ପାତ୍ର, ସ୍ମୃତି ଇରାନୀ ଓ ବିଏଲ ସନ୍ତୋଷ ଆଗକୁ ନେଇ ଭାଇରାଲ କରିଥିଲେ। ଟୁଲକିଟ୍‌ଟି କଂଗ୍ରେସର ଲେଟରହେଡ୍‌ରେ ରହିଥିବା ବେଳେ ଏହାକୁ ଏଆଇସିସି ରିସର୍ଚ୍ଚ ବିଭାଗ ପ୍ରସ୍ତୁତ କରିଥିବା କୁହାଯାଇଥିଲା। କେବଳ ଯଶବନ୍ତ ନୁହନ୍ତି, ଏହା ପୂର୍ବରୁ କଂଗ୍ରେସର ଛାତ୍ର ସଂଗଠନ ଏନଏସ୍‌ୟୁଆଇ ମଧ୍ୟ ଛତିଶଗଡ଼ର ରାୟପୁରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ସମ୍ବିତ ପାତ୍ରଙ୍କ ବିରୋଧରେ ଏଫଆଇଆର କରିଥିଲା। ମିଥ୍ୟା ଓ ଭିତ୍ତିହୀନ ବିଷୟବସ୍ତୁ ଛାପି ବିଜେପି ବଦନାମ କରିବାକୁ ଚେଷ୍ଟା କରୁଥିବା କଂଗ୍ରେସର ଛାତ୍ର ସଂଗଠନ ଅଭିଯୋଗ କରିଥିଲା। ଛାତ୍ର ସଂଗଠନ ମୁଖ୍ୟ ଆକାଶ ଶର୍ମା ସିଭିଲ ଲାଇନ୍ସ ପୁଲିସ୍‌ ଷ୍ଟେସନରେ ଏଫଆଇଆର ରୁଜୁ କରି କହିଥିଲେ ଯେ ବିଜେପି ନକଲି ଏଆଇସିସି ରିସର୍ଚ୍ଚ ବିଭାଗର ଲେଟରହେଡ ବ୍ୟବହାର କରି ମିଛ ବିଷୟବସ୍ତୁ ପ୍ରଚାର କରିବାରେ ଲାଗିଛି। ସୂଚନା ଅନୁଯାୟୀ, ବିଜେପି ନେତାମାନେ ଭାଇରାଲ କରିଥିବା ଟୁଲକିଟ୍‌ରେ କରୋନାର ବିଭିନ୍ନ ଷ୍ଟ୍ରେନକୁ ଇଣ୍ଡିଆନ ଷ୍ଟ୍ରେନ ଓ ମୋଦି ଷ୍ଟ୍ରେନ ଭାବେ ବ୍ୟବହାର କରିବାକୁ କଂଗ୍ରେସ ନିଜ କର୍ମୀମାନଙ୍କୁ କହିଥିଲା। ସେହିପରି କୁମ୍ଭକୁ କରୋନାର ସୁପର ସ୍ପ୍ରେଡର ଭାବେ ବିବେଚନା କରି କଂଗ୍ରେସ କୁଆଡ଼େ ପ୍ରଚାର କରିବାକୁ ନିଜର ଦଳର ନେତା ଓ କର୍ମୀମାନଙ୍କୁ କହିଥିଲା ବୋଲି ବିଜେପି ଦାବି କରିଥିଲା।

ଜେଲରେ ଦୁଇ ରାତି କଟିବା ପରେ ବି ଟିଏମସି ନେତାଙ୍କୁ ମିଳିଲାନି ଆଶ୍ୱସ୍ତି..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/କୋଲକାତା) – ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଟିଏମସି ନେତାଙ୍କୁ ଆଜି ବି ମିଳିଲାନି ଆଶ୍ୱସ୍ତି। ଯାହାକି ଶାସକ ଦଳ ଟିଏମସି ପାଇଁ ଚିନ୍ତାର ବିଷୟ ପାଲଟିଛି। ସୋମବାର ସିବିଆଇର ସ୍ୱତନ୍ତ୍ର ଅଦାଲତରୁ ଜାମିନ୍ ପାଇଥିବା ସୁବ୍ରତ ମୁଖାର୍ଜୀ, ମନ୍ତ୍ରୀ ଫିରହାଦ୍ ହାକିମ, ପୂର୍ବତନ ମେୟର ଶୋଭନ ଚାଟାର୍ଜୀ ଏବଂ ବିଧାୟକ ମଦନ ମିତ୍ରଙ୍କ ଭାଗ୍ୟ ଏବେ କୋଲକାତା ହାଇକୋର୍ଟରେ ଅଟକିଛି। ଏମାନେ ଶାସକ ଦଳର ପ୍ରଭାବଶାଳୀ ନେତା ଜାମିନରେ ବାହାରିଲେ ପ୍ରମାଣ ନଷ୍ଟ କରିଦେବେ ତେଣୁ ଜାମିନ ନମିଳିବା ଉଚିତ ବୋଲି କୋର୍ଟରେ ସିବିଆଇ ଯୁକ୍ତି ବାଢ଼ୁଥିବା ବେଳେ ଟିଏମସି ପକ୍ଷରୁ ଦାବି କରାଯାଇଛି ଯେ ରାଜ୍ୟପାଳଙ୍କ ଦ୍ୱାରା ତଦନ୍ତ ନିର୍ଦ୍ଦେଶ ସୁପ୍ରିମକୋର୍ଟଙ୍କ ରାୟକୁ ଅବମାନନା। ତେବେ ବୁଧବାର କୋଲକାତା ହାଇକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ସିବିଆଇ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏହି ପକ୍ଷଭୁକ୍ତ କରିଛି। ଜଣେ ମୁଖ୍ୟନମନ୍ତ୍ରୀଙ୍କ ଉପସ୍ଥିତିରେ କିଭଳି ଟିଏମସି କର୍ମୀ ହୋ ହାଲ୍ଲା କରି ସିବିଆଇ ଅଫିସକୁ ଢେଲା ପଥର ମାରିଛନ୍ତି। ଆଉ ପୁଲିସ ଏବଂ ମୁଖ୍ୟନମନ୍ତ୍ରୀ ନିରବ ରହିବାକୁ ଏସବୁକୁ ଉସକାଇଛି ବୋଲି ସିବିଆଇ କହିଛି। ବହୁଚର୍ଚ୍ଚିତ ଷ୍ଟିଙ୍ଗ ଅପରେସନର ତଦନ୍ତ ପ୍ରକ୍ରିୟାରେ ମମତା ବାନାର୍ଜୀ, ଆଇନ୍ ମନ୍ତ୍ରୀ ମଳୟ ଘଟକ ଏବଂ ସାଂସଦ କଲ୍ୟାଣ ବାନାର୍ଜୀ ବାଧା ଉପୁଜାଉଛନ୍ତି ବୋଲି କୋର୍ଟ ଆଗରେ ବିସ୍ତାର ଭାବରେ କହିଛି। ତେଣୁ ମାମଲା ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହେବା ଦରକାର ବୋଲି ହାଇକୋର୍ଟରେ ସିବିଆଇ କହିଛି। ଆଉ ଏହାପରେ ଗୁରୁବାର ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି। କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ ଏବଂ ଅରିଜିତ ବାନାର୍ଜୀ ଗୁରୁବାର ଏହି ମାମଲାର ଶୁଣାଣି କରିବେ। ସୂଚନାଯୋଗ୍ୟ, ୨୦୧୪ରେ ଦିଲ୍ଲୀର ଜଣେ ସାମ୍ବାଦିକ କୋଲକାତା ଆସି ପଶ୍ଚିମବଙ୍ଗରେ ପୁଞ୍ଜି ବିନିଯୋଗ କରିବାକୁ ଯୋଜନା କରୁଥିବା ଜଣେ ବ୍ୟବସାୟୀ ଭାବରେ ଆସି ସାତଜଣ ଟିଏମସି ସାଂସଦ, ଚାରିଜଣ ମନ୍ତ୍ରୀ, ଜଣେ ବିଧାୟକ ଏବଂ ଜଣେ ପୁଲିସ କର୍ମଚାରୀଙ୍କୁ ଲାଞ୍ଚ ଦେଇଥିଲେ। ଆଉ ସେ ଏହି ଅପରେସନକୁ ସ୍ପାଏ କ୍ୟାମେରାରେ ରେକର୍ଡିଂ କରିଥିଲେ। ଆଉ ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଷ୍ଟିଙ୍ଗ୍ ଅପରେସନ ପଶ୍ଚିମବଙ୍ଗ ରାଜନୀତିକୁ ଦୋହଲାଇ ଦେଇଥିଲା। ଷ୍ଟିଙ୍ଗ ଅପରେସନ୍ ସଂପର୍କରେ ମାର୍ଚ୍ଚ ୨୦୧୭ରେ କୋଲକତା ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।