ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୨୪ରୁ ଘର ଘର ବୁଲି ସର୍ଭେ କରିବେ ଆଶାକର୍ମୀ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆଜି ବସିଥିବା ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ମେ’ ୨୪ରୁ ତିନି ମାସ ପର୍ଯ୍ୟନ୍ତ ଘରକୁ ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଆଶା କର୍ମୀ। ପ୍ରତି ଗାଁରେ ଥିବା ଗାଁ କଲ୍ୟାଣ ସମିତି କୋଭିଡ୍‌ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ସାମିଲ୍‌ ହେବେ। ସେମାନଙ୍କୁ ଦିଆଯିବ ପ୍ରୋତ୍ସାହନ ରାଶି। ଗାଁରେ ଲକ୍‌ଡାଉନ ଓ TMC ସଂପର୍କରେ ସରପଞ୍ଚମାନେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନେଇପାରିବେ। କୋଭିଡରେ ମୃତକଙ୍କ ବିଧବା ପତ୍ନୀ ଓ ବାପା-ମା’ଙ୍କୁ ହରାଇ ଥିବା ପିଲାଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାମିଲ କରାଯିବ। ପିଲାଙ୍କୁ ମାଗଣା ଶିକ୍ଷା ଦିଆଯିବ। ଅକ୍‌ସିଜେନ ଯୋଗାଣର ସୁପରିଚାଳନା ପାଇଁ ଗଠନ ହେବ ଟାସ୍କଫୋର୍ସ। ପ୍ରସ୍ତୁତ ହେବ ମାଷ୍ଟରପ୍ଲାନ। 

୧୮ ମେ’, ମଙ୍ଗଳବାର – ଆଜିର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)

ମେଷ: କର୍ମକ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ। ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ। ବ୍ୟବସାୟରେ ଭଲ ଲାଭ ମିଳିବ।

ବୃଷ: ବାକି ପଡ଼ିଥିବା ଅର୍ଥ ଫେରିପାଇବେ। ବହୁଦିନରୁ ଚିନ୍ତା କରିଥିବା କାର୍ଯ୍ୟକୁ ପୂରଣ କରିବେ।

ମିଥୁନ: ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ। ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ କଷ୍ଟ ଦେଇପାରେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

କର୍କଟ: କର୍ମକ୍ଷେତ୍ରରେ ସାମାନ୍ୟ ପରିବର୍ତ୍ତନ ହେବ। କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ସାମାଜିକ ପତିଆରା ବୃଦ୍ଧି ପାଇବ।

ସିଂହ: ସୁସ୍ୱାଦୁ ଭୋଜନ କରିବେ। ବ୍ୟବସାୟକୁ ନେଇ ନୂଆ ଯୋଜନା କରିବେ। ସବୁ ସମସ୍ୟାର ସମାଧାନ ହେବ।

କନ୍ୟା: ଆୟ ଅନୁସାରେ ବ୍ୟୟ ଅଧିକ ହେବ। ବୃତ୍ତିଗତ କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ।

ତୁଳା: ରାଜନୀତି କରୁଥିବା ବ୍ୟକ୍ତି ସୁସମ୍ବାଦ ପାଇବେ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଭଲ ବୁଝାମଣା ରହିବ। ପ୍ରତ୍ୟେକ କାର୍ଯ୍ୟରେ ବାଧା ଉପୁଜି ପାରେ। ଫଳରେ ମନ ଅଶାନ୍ତି ରହିବ।

ବିଛା: ପାରିବାରିକ କଳହ ଲାଗି ରହିବ। ଶରୀରରେ ଆଘାତ ଲାଗିପାରେ। ଅପରାହ୍ନରେ ଖୁସି ଖବର ମିଳିବ।

ଧନୁ: କର୍ମକ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଦେବ। ମିଡିଆରେ କାର୍ଯ୍ୟରତ ଥିବା ବ୍ୟକ୍ତି ଶୁଭଫଳ ପାଇବେ।
ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମକର: ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ପଢ଼ାପଢ଼ିରେ ମନ ଦେବେ।

କୁମ୍ଭ: ବୃତ୍ତିଗତ କାମକୁ ନେଇ ଦ୍ୱନ୍ଦ୍ୱରେ ରହିବେ। କୌଣସି କାର୍ଯ୍ୟରେ ବନ୍ଧୁ ସହଯୋଗ କରିବେ। ଦେଖିଚାହିଁ ଅର୍ଥ ଖର୍ଚ୍ଚ କରନ୍ତୁ।

ମୀନ: ଦିନଟି ଭଲରେ କଟିବ। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଚିନ୍ତାଗ୍ରସ୍ତ ହେବେ।