ଗୁଣପୁର ବ୍ରାହ୍ମଣ ସାମାଜ ପକ୍ଷରୁ କରୋନ ସଂକ୍ରମଣ ର ପ୍ରତିକାର ନିମନ୍ତେ ବିଭିନ୍ନ ମନ୍ଦିରରେ ହୋମ ସାଙ୍ଗକୁ ପୂଜାର୍ଚ୍ଚନା…!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ଗୁଣପୁର) – ଘଟଣା ଦୁର୍ଘଟଣା ଓ ରୋଗରୁ ମୁକ୍ତ ପାଇବା ନିମନ୍ତେ ଗ୍ରହପୂଜା ,ହୋମ ଆଉ ପୂଜାର୍ଚ୍ଚନା କରାଯିବା ହିନ୍ଦୁ ଧର୍ମର ପରମ୍ପରା ରହିଛି । ବର୍ତ୍ତମାନ ସାରା ବିଶ୍ୱରେ ଦେଖା ଦେଇଥିବା କରୋନା ସଂକ୍ରମଣର ଭୟ ଜନଜୀବନ କୁ ଅତବ୍ୟସ୍ତ କରୁଥବା ରୁ ଏବେ ସମସ୍ତେ ଭଗବାନଙ୍କ ଆଶ୍ରିତ । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ଗୁଣପୁର ଠାରେ ବ୍ରାହ୍ମଣ ସମାଜ ସ୍ଥାନୀୟ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା କାର୍ଯ୍ୟକ୍ରମ ହାତକୁ ନେଇଛି ।ଏହିକ୍ରମରେ ବ୍ରହ୍ମଣ ସମାଜର କିଛି ସ୍ବେଚ୍ଛାସେବୀ ଙ୍କ ତ୍ୱବାଧାନରେ ମନ୍ଦିର ମାନଙ୍କରେ ପୂଜାର୍ଚ୍ଚନା ଓ ହୋମ କରାଯାଇଛି । ପବିତ୍ର ଅକ୍ଷୟ ତୃତୀୟା ଠାରୁ ଏହି କାର୍ଯ୍ୟ କ୍ରମ ଆରମ୍ଭ ହୋଇଛି । ଏହା ଆଗକୁ ମଧ୍ୟ ଚାଲୁ ରହିବ ବୋଲି ସଦସ୍ୟ ଡ଼ଃ .ପ୍ରଶାନ୍ତ କୁମାର ହୋତା ସୂଚନା ଦେଛନ୍ତି ।

ଅକ୍ଷୟ ତୃତୀୟା ଦିନ ବିକ୍ରମପୁର ସ୍ଥିତ ଅଦ୍ୱୈତ ବେଦାନ୍ତ ଆଶ୍ରମ ଠାରେ ବ୍ରହ୍ମଚାରୀ ନଳନୀ ମହାନ୍ତି ଓ ଗଣେଶ ମହାନ୍ତିଙ୍କ ତତ୍ୱାବଧାନ ରେ ପୂଜାର୍ଚ୍ଚନା ଓ ହୋମ ଅନୁଷ୍ଠିତ ହୋଇଥିବାବେଳେ ଶ୍ରୀ ଜଗନ୍ନାଥ ମନ୍ଦିରରେ ତ୍ରିପତି ମହାନ୍ତି ଓ ଅଧ୍ୟାପକ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ତତ୍ୱାବଧାନରେ, ଏମ୍. ଆଇ ଅଫିସ ନିକଟସ୍ଥ ହନୁମାନ ମନ୍ଦିର ଠାରେ ମୀନ ମହାପାତ୍ର ଓ ବଳରାମ ପଣ୍ଡାଙ୍କ ତତ୍ୱାବଧାନରେ ଏବଂ ମଦନ ମୋହନ ମନ୍ଦିର ଠରେ ଜ୍ଞାନ ନିଷଙ୍କ ଙ୍କ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ଦୁର୍ଗା ପାଣିଗ୍ରାହୀ ଓ କମଳା କାନ୍ତ ଙ୍କ ତତ୍ୱାବଧାନରେ ସେଫଳି ପାହାଡ଼ ଶିବ ମନ୍ଦିରର ଏବଂ ଶ୍ରୀ ରାମେଶ୍ୱର ବାଘୁଆ ଦେଉଳ ଶିବ ମନ୍ଦିରରେ ଇନ୍ଦ୍ରାକ୍ଷୀ ଦାସଙ୍କ ତତ୍ୱାବଧାନରେ ହୋମାଦି ପୂଜାକର୍ମ ଅନୁଷ୍ଠିତ ହେବାର ଯୋଜନା ରହିଛି । ବ୍ରାହ୍ମଣ ସମାଜର ଏଭଳି ପ୍ରୟାସକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି ।

ରାଜଧାନୀ ଦିଲ୍ଲୀରେ ୨୪ ଯାଏ ବଢ଼ିଲା ଲକଡାଉନ୍‌…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଦିଲ୍ଲୀରେ କରୋନାକୁ କାବୁ କରିବା ପାଇଁ ଲଗାଯାଇଥିବା ଲକଡାଉନକୁ ଆଉ ସପ୍ତାହେ ବଢ଼ାଇ ଦିଆଯାଇଛି । କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ମେ’ ୧୭ ତାରିଖରେ ଶେଷ ହେବାକୁଥିବା ଲକଡାଉନକୁ ଆଉ ସାତ ଦିନ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ରାଜଧାନୀ ଦିଲ୍ଲୀରେ ମେ’ ୨୪ ତାରିଖ ସକାଳ ୫ଟା ଯାଏ ଲକଡାଉନ୍ ଜାରି ରହିବ । ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ଭ୍ୟାକସିନର ଅଭାବକୁ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀରେ ଲକଡାଉନ୍ ଭଲ ପ୍ରଭାବ ଦେଖିବାକୁ ମିଳିଛି । ୧ ଏପ୍ରିଲ୍ ୨୬ ତାରିଖ ପରେ କରୋନାର ନୂଆ ମାମଲା ଧିରେ ଧିରେ କମିବାରେ ଲାଗିଛି ଏବଂ ଗତ ତିନିଦିନ ଧରି ସଂକ୍ରମଣ ହାର ମଧ୍ୟ ଲଗାତର ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ କରୋନାର ୬୫୦୦ ନୂଆ ମାମଲା ସାମ୍ନାକୁ ଆସିଛି । ଏହାସହ ପଜିଟିଭିଟି ରେଟ୍ ଆଉ ୧%ରୁ କମ୍ ହୋଇ ୧୦ ପ୍ରତିଶତ ହୋଇଛି । ଆଶା କରୁଛି ଆଗାମୀ ସପ୍ତାହେ ଭିତରେ ରିକଭରୀ ଅଧିକ ବଢ଼ିବ । ଧିରେ ଧିରେ ଦିଲ୍ଲୀ ଟ୍ରାକକୁ ଫେରୁଛି । ହେଲେ କଟକଣା ପୂର୍ବଭଳି ବଳବତ୍ତର ରହିବ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି ଯେ କରୋନା କହର ଚାରିଆଡ଼େ ବ୍ୟାପିଛି। ଲୋକମାନେ ବହୁତ ଦୁଃଖିତ ଅଛନ୍ତି। ଏହି ସମୟ ପରସ୍ପର ଉପରକୁ ଆଙ୍ଗୁଳି ନ ଉଠାଇ ପରସ୍ପରକୁ ସମର୍ଥନ କରିବା ଦରକାର । ମୁଁ ପ୍ରତ୍ୟେକ ’ଆପ୍’ କର୍ମୀଙ୍କୁ ନିବେଦନ କରୁଛି ଯେ ସେମାନେ ଯେଉଁଠାରେ ଅଛନ୍ତି, ନିଜ ଆଖା ପାଖରେ ଥିବା ଲୋକଙ୍କୁ ପୂରା ସହଯୋଗ କରନ୍ତୁ। ବର୍ତ୍ତମାନ ସମୟରେ ଏହା ହିଁ ପ୍ରକୃତ ଦେଶପ୍ରେମ, ଏହା ହିଁ ଧର୍ମ। 

ବ୍ରହ୍ମପୁର ସବୁଜ ବାହିନୀ ଓ ରକ୍ତ ଭଣ୍ଡାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ..!

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ବ୍ରହ୍ମପୁର)- ଆଜି ତା ୧୬/୦୫/୨୦୨୧ ତାରିଖ ରବିବାର ବ୍ରହ୍ମପୁର ସବୁଜ ବାହିନୀ ଓ ରକ୍ତଭଣ୍ଡାର ମିଳିତ ଉଦ୍ୟମରେ “ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ” ନାମକ ରକ୍ତ ଦାନ ଶିବିର ଚଳିତ ବର୍ଷର ପଞ୍ଚମ ପର୍ଯ୍ୟାୟରେ ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ରକ୍ତଦାତା ମାନେ ରକ୍ତଭଣ୍ଡାର କୁ ଆସି ସ୍ଵେଛାକୃତ ଭାବେ ରକ୍ତଦାନ କରିଥିଲେ ।

ବର୍ଷ ତମାମ ସବୁଜ ବାହିନୀ ତରଫରୁ ” ଆସନ୍ତୁ ଗଢିବା ରକ୍ତ ସମ୍ପର୍କ” କାର୍ଯ୍ୟକ୍ରମ ଜାରି ରହିଛି। ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୋରନା ମହାମାରୀ ଭିତରେ ବ୍ରହ୍ମପୁର ରକ୍ତ ଭଣ୍ଡାରରେ ରକ୍ତ ଅଭାଵକୁ ଦୂର କରିବା ସହ କୋରନା ଟୀକା ନେବା ପୂର୍ବରୁ ରକ୍ତଦାନ କରିବା ନେଇ ସଚେତନତା ବାର୍ତ୍ତା ଦେବା ସହ ଓ ବିଶେଷ କରି ଥାଲସେମିଆ ରୋଗୀମାନଙ୍କ ପାଇଁ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବକୁ ଦୃଷ୍ଟିରେ ରଖି ରକ୍ତଦାନ କରି ସହଯୋଗର ହାତ ବଢ଼ାଇବା। । ଏହି କାର୍ଯ୍ୟକ୍ରମରେ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଗଣେଶ ପାଣିଗ୍ରାହୀ,ସାଗର ସାହା, ପ୍ରବୀଣ ନାୟକ,ପ୍ରକାଶ ଗୁପ୍ତା, ରାଜଶେଖର,ବିଷ୍ଣୁ ପ୍ରସାଦ ଦାସ, ସତ୍ୟ ନାରାୟଣ ଦାସ, ନାଗରାଜ ଆଚାରୀ ପ୍ରମୁଖ ରକ୍ତଦାନ କରି ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଟାୱାର ଅଛି ହେଲେ କାମ ଦଉନି; ଖାଲି ସ୍ୱପ୍ନ ଦେଖାଉଛି କମ୍ପାନୀ …!

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ଜଳନ୍ଧର ବେହେରା ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ଫିରିଙ୍ଗିଆ)- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବୂକ୍ ଅନ୍ତର୍ଗତ କେଳାପଡା ପଂଚାୟତ ବୈରିକୂମା ଠାରେ ଦିର୍ଘ ପାଞ୍ଚ ବର୍ଷ ରୁ ଜିଓ ଟାୱାର ଅବସ୍ଥାପିତ କରି ଅଞ୍ଚଳ ବାସୀଙ୍କୁ ଜିଓ କତୃପକ୍ଷ ସପନ୍ ଦେଖାଇ ଚୁପ୍ ରହିଛି ଦିନେ ନୁହେଁ ମାସେ ନୁହେଁ ବର୍ଷ ବର୍ଷ ଠପ୍ ହୋଇ ରହିଛି | ଫଳରେ ଜନସାଧାରଣ ନେଟୱର୍କ ସମସ୍ଯା କୁ ନେଇ ବହୁ ଅସୁବିଧା ସମୁଖିନ ହେବାକୁ ପଡୁଥିବା ଅଭିଯୋଗ ହୋଇଛି ଯାହା ଦ୍ବାରା ଟାଉଆର୍ ସଠିକ୍ ନେଟୱର୍କ ମିଳୁନଥିବାରୁ ଛାତ୍ରଛାତ୍ରୀମାନେ ଅନଲାଇନ ପାଠ ପଢ଼ିବାକୁ ସମସ୍ଯା ସମ୍ମୁଖୀନ ହେବାକୁ ପଡ଼ୁଥିବା କହିଛନ୍ତି ନେଟୱର୍କ ସଠିକ୍ ପହଞ୍ଚିପାରୁ ନଥିବାରୁ ଅପହଞ୍ଚ ଇଲାକାର ପାଇଁ ଏକ ସମସ୍ୟା ଘେରରେ ରହିଛି | ଜରୁରୀକାଳୀନ ପରିସ୍ଥିତି ସମୟରେ ଆମ୍ବୁଲାନ୍ସ କିମ୍ବା ଦମକଳ ବାହିନୀ ସହ ଯୋଗାଯୋଗ କରିବା ଅସମ୍ଭବ ବୋଲି କହିଛନ୍ତି | ଜନସାଧାରଣ ନେଟୱର୍କ ଆରମ୍ଭ କରିବାର ବହୁଦିନ ବିତିଯାଇଥିଲେ ମଧ୍ଯ ଏପର୍ଯନ୍ତ ନେଟୱର୍କ ତିଆରି ସରିନଥିବା ଗ୍ରାମ ବାସୀ କେଳାପଡ଼ା , ଭୃଙ୍ଗିଯୋଡି ପଂଚାୟତ ଗ୍ରାମବାସୀ ତୁରନ୍ତ ଜିଓ ନେଟୱାର୍କ ତିଆରି ପାଇଁ ଜିଓ କତୃପକ୍ଷ ଙ୍କୁ ସାଧାରଣ ରେ ଦାବି କରିଛନ୍ତି |

ଜଙ୍ଗଲ ଜମି ରେ ବେଆଇନ ଭାବେ ପାରମ୍ପରିକ ପୋଡ଼ୁ ଚାଷ ନା ରେ କୋଟି କୋଟି ଟଙ୍କା ମୂଲ୍ୟର ବହୁ ବଡ ବଡ ମୂଲ୍ୟବାନ ଗଛ ଧ୍ୱଂସ…!

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ଜଳନ୍ଧର ବେହେରା ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ବାଲିଗୁଡ଼ା)- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ରେଞ୍ଜ ରେ ଶହ ଶହ ଏକର ଜଙ୍ଗଲ ଜମି ରେ ବେଆଇନ ଭାବେ ପାରମ୍ପରିକ ପୋଡ଼ୁ ଚାଷ ନା ରେ କୋଟି କୋଟି ଟଙ୍କା ମୂଲ୍ୟର ବହୁ ବଡ ବଡ ମୂଲ୍ୟବାନ ଶାଳ ପିଆଶାଳ ଶାଗୁଆନ ଗଛ ଗୁଡିକୁ କାଟି ଜଙ୍ଗଲ କୁ ପୋଡି ଦେଇ ପୋଡୁ ଚାଷ କରୁଛନ୍ତି ଅଞ୍ଚଳବାସୀ । ବନ ବିଭାଗ ପକ୍ଷରୁ ଚାରା ଓ ବୃକ୍ଷ ରୋପଣ , ଉଜୁଡା ଜଙ୍ଗଲ ର ପୁନଃ ଉଦ୍ଧାର , ନୂତନ ଜଙ୍ଗଲ ସୃଷ୍ଟି , ବନ୍ୟ ସୁରକ୍ଷା , ବନ୍ୟ ଉନ୍ନତି କାମ୍ପା ଯୋଜନା ଭଳି ବିଭିନ୍ନ ଯୋଜନା ମାଧ୍ୟମରେ ସରକାର କୋଟି ଟଙ୍କା ବ୍ୟୟ ବରାଦ କରିଥାନ୍ତି । ସରକାର ଯେଉଁ ମହତ ଉଦେଶ୍ୟ ରେ ଏହି ଯୋଜନା ପ୍ରଣୟନ କରିଛନ୍ତି ଯୋଜନା ସଫଳ ହେବା ପରିବର୍ତେ ବନଖଣ୍ଡ ଅଧିକାରୀ ଙ୍କର ଲାଭଖୋର ମନଭାବ ଏବଂ ଅପାରଗତା ଯୋଗୁଁ ଯୋଜନା ବିଫଳ ହେଉଛି । ଯାହାର ଜ୍ୱଳନ୍ତ ଉଦାହରଣ ରହିଛି ବାଲିଗୁଡା ବନଖଣ୍ଡ ଅଧିନସ୍ଥ ବନାଞ୍ଚଳ ରେଞ୍ଜ ଗୁଡିକର ଶହ ଶହ ଏକର ଜମିରେ ପୋଡ଼ୁ ଚାଷ ନିମିତ୍ତ ଜଙ୍ଗଲ ନଷ୍ଟର ପ୍ରକୃତ ଚିତ୍ର । ବାଲିଗୁଡା ବନଖଣ୍ଡ ଅଧିକାରୀ ଜଙ୍ଗଲ ଧ୍ୱଂସ ପ୍ରତି ଗୁରୁତ୍ୱ ନ ଦେଇ ନୂତନ ଜଙ୍ଗଲ ସୃଷ୍ଟି ନିମନ୍ତେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପ୍ରତି ଅଧିକ ଗୁରୁତ୍ୱ ଦେଉଥିବା ଜଣାପଡିଛି । ଦିନ ଦ୍ବୀ ପ୍ରହରରେ ମୂଲ୍ୟବାନ ଗଛ ଗୁଡିକ ଜଙ୍ଗଲ ରୁ ନଷ୍ଟ ହୋଇ ଯାଉଥିବା ବେଳେ ବନ ବିଭାଗ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି l ବାଲିଗୁଡା ବନଖଣ୍ଡ ଅଧିକାରୀ ଜଙ୍ଗଲ ସୁରକ୍ଷା ପ୍ରତି ଗୁରୁତ୍ୱ ନଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରୁ ଅଧିକ ପିସି ପାଇବା ନିମନ୍ତେ ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ ଏବଂ ପାରା ଷ୍ଟାଫ ମାନଙ୍କୁ ବୃକ୍ଷ ରୋପଣ କାର୍ଯ୍ୟରେ ଲଗାଇ ସର୍ବଦା ବ୍ୟସ୍ତ ରହୁଥିବା ଦେଖିବା କୁ ମିଳିଛି । ଗାଁ ଗାଁ ରେ ବନ୍ୟ ସରଂକ୍ଷଣ ସମିତି ଗୁଡିକ ଗଠନ କରାଯାଇଛି ହେଲେ ସେହି ଅଞ୍ଚଳ ଉନ୍ନତି କରଣ ଏବଂ ବୃକ୍ଷ ରୋପଣ ନାଁ ରେ କୋଟି କୋଟି ଟଙ୍କା ହଡପ ହେଉଥିବା ଅଭିଯୋଗ ହେଉଛି । ବନଖଣ୍ଡ ଅଧିକାରୀ ଙ୍କର ଏତାଦୃଶ କାର୍ଯ୍ୟ ଦେଖି ବାଲିଗୁଡା ବନଖଣ୍ଡ ରେ ଗୋଦରା କୋଡେ ଯେତେ ମାଡେ ସେତେ ନ୍ୟାୟ ରେ ଚାଲିଛି ବୋଲି ଆଲୋଚନା ଜୋର ଧରିଛି । ବାଲିଗୁଡା ବନଖଣ୍ଡ ଅଧିକାରୀ ବନପାଳ ମାନଙ୍କୁ ୩୫ ପ୍ରତିଶତ ଠାରୁ ଅଧିକା ପିସି ମାଗୁଥିବା ଅଭିଯୋଗ ହେଉଛି । ଯେଉଁ ବନପାଳ ବନଖଣ୍ଡ ଅଧିକାରୀ ଙ୍କର ଚାହିଦା ମୁତାବକ ପିସି ଦେଉ ନାହାନ୍ତି ସେହି ଅଭିଜ୍ଞ ତାଲିମ ପ୍ରାପ୍ତ ସିନିଅର ବନପାଳ ହରିଶ ପ୍ରଧାନ, ଗିରିଶ ସାହୁ,ଦେବାଶିଷ ଚୌଧୁରୀ, ଜ୍ୟୋତିରାଜ ମଲ୍ଲିକ, ପ୍ରତିମା ନାୟକ , କୈଳାସ ସାହୁ, ପ୍ରିୟଙ୍କା ପ୍ରଧାନ, ଟିକେଶ୍ୱର ବେହେରା, ଶିବାଜୀ ବେହେରା, ଡେ଼ପୁଟି ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁ , ଙ୍କୁ କୁଆଡେ ଡିଭିଜନ କାର୍ଯ୍ୟାଳୟ ଏବଂ ରେଞ୍ଜ କାର୍ଯ୍ୟାଳୟ ରେ ଆଟାଜମେଣ୍ଟ କରିଥିବା ଜଣାପଡ଼ିଛି । ବନଖଣ୍ଡ ଅଧିକାରୀ ଙ୍କୁ ଯେଉଁ ବନ କର୍ମଚାରୀ ସନ୍ତୁଷ୍ଟ କରିପାରୁଛନ୍ତି ସେହି ଅନଭିଜ୍ଞ ବନରଖି ମାନଙ୍କୁ ବିଭିନ୍ନ ସେକ୍ସନ ଦାୟିତ୍ବ ଦିଆଯାଇଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଅଫିସ କର୍ମଚାରୀ ଓ ବନ ବିଭାଗ କର୍ମଚାରୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେହିଭଳି ବଡ଼ ବଡ଼ ଗଛ ଲଗାଇବା ନିମନ୍ତେ ଦଣ୍ଡପଦର ଠାରୁ ଦାରିଙ୍ଗବାଡି ୫୯ ନଂ ଜାତୀୟ ରାଜପଥ କଡ଼ରେ ଟ୍ରାନ୍ସ ଲୋକେସନ ସ୍ଥାନାନ୍ତର ଯୋଜନା ରେ ଦୁର୍ନୀତି କରି ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ବନଖଣ୍ଡ ଅଧିକାରୀ ଙ୍କ ନାମରେ ସଙ୍ଗୀନ ଅଭିଯୋଗ ରହିଛି । ବାଲିଗୁଡା ବନଖଣ୍ଡ ଅଧିକାରୀ ଙ୍କ ମାନସିକ ନିର୍ଯ୍ୟାତନା ଅପମାନ ସହ୍ୟ କରି ନପାରି ପୁଷ୍ପିତା ନାୟକ, ଇନ୍ଦିରା ନାୟକ ଏବଂ ନବୀନ ଚନ୍ଦ୍ର ମଲ୍ଲିକ ନାମକ ୩ ଜଣ ବନପାଳ ଚାକିରୀ ର କାର୍ଯ୍ୟକାଳ ସମୟ ଥାଇ ମଧ୍ୟ ବାଧ୍ୟ ହୋଇ ଅବସର ନେଇଥିବା ଜଣାପଡିଛି ।ତତ୍ ସହିତ ଜଣେ ବନପାଳ ପ୍ରତି ଆକ୍ରୋଶ ମୂଳକ ପଦକ୍ଷେପ ନେଇ ସରକାରୀ ସମ୍ପତି ହେରଫେର ଅଭିଯୋଗ ରେ ମିଥ୍ୟା ଆରୋପ ଲଗାଇ କାର୍ଯ୍ୟ ରୁ ନିଲମ୍ବିତ କରିଥିବା ଜଣାପଡିଛି । ହେଲେ ଥାନାରେ ବନପାଳ ଙ୍କ ନାମରେ କୌଣସି ମାମଲା ରୁଜୁ ହୋଇ ନାହିଁ । କେଉଁ କାରଣରୁ ବନପାଳ ଙ୍କୁ ନିଲମ୍ବନ କରାଗଲା ତାହା ସ୍ପଷ୍ଟ କରୁନି ବନ ବିଭାଗ । ବନଖଣ୍ଡ ଅଧିକାରୀ ଙ୍କର ମନମୁଖୀ କାର୍ଯ୍ୟକଳାପ ଓ କାର୍ଯ୍ୟାନୁଷ୍ଠାନ ଭୟରେ ଅନେକ କର୍ମଚାରୀ ଛୁଟି ରେ ରହିବାକୁ ଶ୍ରେୟ ମଣୁଛନ୍ତି ।ସେକ୍ସନ ଗୁଡିକ ରେ ଅନଭିଜ୍ଞ ବନରଖି ମାନଙ୍କୁ ଦାୟିତ୍ୱ ଦିଆଗଲେ ଆମ ଜଙ୍ଗଲ କେତେ ସୁରକ୍ଷିତ ତାହା ସହଜେ ଅନୁମେୟ ।ଜଙ୍ଗଲ ରୁ କାଠ ଖଣ୍ଡିଏ ହାଣିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ହେଲେ ଶହ ଶହ ଜଙ୍ଗଲ ପୋଢ଼ି ନଷ୍ଟ କରାଯାଉଥିଲେ ହେଁ କାହା ସ୍ୱାର୍ଥ ରେ ବିଭଗିୟା କାର୍ଯ୍ୟନୁଷ୍ଠାନ ଗ୍ରହଣ କାଯାଉନାହିଁ । ବନବିଭାଗ ରେ ହୋଇଥିବା ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ କେବେ କରିବ ତାହା ଦେଖି ବାର ବାକି ରହିଲା

ବିଦେଶୀ ମଦ ଦୋକାନରେ ହୋଇ ଥିବା ଡକାୟତୀ ଘଟଣାର ପର୍ଦ୍ଧାଫାସ କରିଛି ତୁମୁଡ଼ିବନ୍ଧ ପୁଲିସ…!

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ଜଳନ୍ଧର ବେହେରା ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ତୁମୁଡିବନ୍ଧ)- ଗତ ତା ୧୨.୦୫, ୨୦୨୧ ତାରିଖ ଦିନ ତୁମୁଡିବନ୍ଧସ୍ଥିତ ଥାନା ଅଧିନସ୍ଥ ଆମ୍ବେଦକର ଛକ ନିକଟରେ ଥିବା ବିଦେଶୀ ମଦ ଦୋକାନରେ ହୋଇ ଥିବା ଡକାୟତୀ ଘଟଣାର ପର୍ଦ୍ଧାଫାସ କରିଛି ତୁମୁଡ଼ିବନ୍ଧ ପୁଲିସ । ଏହି ଘଟଣାର ତଦନ୍ତ କରି ଡକାୟତଙ୍କ ପାଖରେ ପହଞ୍ଚି ୯ ଜଣ ଡକାୟଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ଅଭିଯୋଗ ଅନୁସାରେ ବିଦେଶୀ ମଦ ଦୋକାନର ମାଲିକ ଋତୁ କିଶୋର ସାହୁ ତୁମୁଡିବନ୍ଧ ଥାନାରେ ତାଙ୍କ ବିଦେଶୀ ମଦ ଦୋକାନରୁ ଗତ ୧୧,୦୫.୨୦୨୧ ରିଖ ରାତ୍ର ୧୧.୦୦ ଘଣ୍ଟିକା ସମୟରେ କିଛି ଅଜଣା ବ୍ୟକ୍ତି ଦୋକାନକୁ ବଳ ପୂର୍ବକ ପଶି ତାଙ୍କର ଜଣେ କର୍ମଚାରୀ ଓ ଜଣେ ସହଯୋଗୀଙ୍କୁ ବାନ୍ଧି ମାଡମାରି ପାଖା ପାଖ ୬ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକାରର ସାମଗ୍ରୀ ତଥା ବିଦେଶୀ ମଦ, ଗୋଟିଏ ସ୍କୁଟି ସିସିଟିଭି ହାର୍ଡ ଡିସ୍କ, ଇଭର୍ଟର ମେସିନ ଚୋରି କରି ଥିବାର ଅଭିଯୋଗ କରିଥିଲେ । ଏହାକୁ ନେଇ ଚୁମୁଡିବନ୍ଧ ଥାନା ପୁଲିସ କେସ ନମ୍ବର ୨୯/୨୦୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ।

ଘଟଣାରକୁ ଗୁରୁତ୍ବର ସହ ନେଇ କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦେଶ କ୍ରମେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ବାଲିଗୁଡ଼ା ମନୋଟ୍ଟ କୁମାର ପୁଝାହାରିଙ୍କ ନେତୃତ୍ବରେ ଥାନା ଅଧିକାରୀ ବାବା ଶଙ୍କର ସରାଫ ଓ ଅନ୍ୟ ପୁଲିସ ଅଧିକାରୀ ଏକ ସ୍ବତନ୍ତ୍ର ଟିମ ଡକାୟତୀ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ସମୟରେ ବିଭିନ୍ନ ସ୍ଥାନରେ ଚଢାଉ କରି ଏହି ଟିମ ଘଟଣାରେ ସମ୍ପୃକ୍ତ ଥିବା ନଅ ଜଣ ଡକାୟତଙ୍କୁ ଧରି ପଚରା ଉଚୁରା କରି ଥିଲା । ଜେରା ବେଳେ କେ. ନୂଆଗାଁ ଥାନା ଅଞ୍ଚଳରୁ ଲୁଟ ହୋଇଥିବା ବିଦେଶୀ ମଦ ଜବତ କରିଥିଲା ।ଏହି ଘଟଣାରେ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀଙ୍କ ସହଯୋଗୀ ଏଥିରେ ସମ୍ପୃକ୍ତ ଥିବାର ଜଣା ପଡିଛି । ତଦନ୍ତ ସମୟରେ ଜଣା ପଡିଲା ଯେ, ଲୁଟରେ ସମ୍ପୃକ୍ତ ଥିବା ଏହି ଗ୍ୟାଙ୍ଗ ଏକାଧିକ ହାଇୱେ ଲୁଟରେ ମଧ୍ୟ ସମ୍ପୃକ୍ତ ଅଛନ୍ତି ଏବଂ ହାଇୱେ ଲୁଟରେ ଅନଲାଇନ ସପିଙ୍ଗ କମ୍ପାନୀର ବିପୁଳ ପରିମାଣର ବିଭିନ୍ନ ପ୍ରକାରର ସାମଗ୍ରୀ ମଧ୍ୟ ଜବତ କରାଯାଇଅଛି ଏବଂ ଏ ସଙ୍କ୍ରାନ୍ତରେ ପଡୋଶୀ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତାଧୀନ ଅଛି । ଏହା ସହିତ ଆସାମୀ ମାନଙ୍କ ଠାରୁ ଏକ ଧାରୁଆ ଛୁରି ଏକ ଖେଳଣା ପିସ୍ତଲ ଏବଂ ଲୁଟ ହୋଇଥିବା ସ୍କୁଟି ସିସିଟିଭି ହାର୍ଡଡିସ୍କ ଇନଭର୍ଟର ମେସିନ ଏବଂ ଗୋଟିଏ ମୋବାଇଲ ଜବତ କରାଯାଇଅଛି । ଏହି ଅସାମାଜିକ ବ୍ୟକ୍ତି ମାନେ ତୁମୁଡିବନ୍ଧ ଅଞ୍ଚଳରେ ବିଭିନ୍ନ ଅସାମାଳିକ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି । ଘଟଣାରେ ସମ୍ପୃକ୍ତ ଥିବା ୯ ଜଣ ଆସାମୀ ଗିରଫ ହୋଇଥିବା ବେଳେ ଜଣେ ଆସାମୀ ଫେରାର ହୋଇ ଥିବା ବୋଲି ଏସଡିପିଓ ମନୋଜ ପୂଜାହାରି ସୂଚନା ଦେଇଛନ୍ତି ।

ଟିକାବାଲି ଏ ଏମ ସି ଏସ ମହାବିଦ୍ୟାଳୟ ତରଫରୁ ଜିଲ୍ଲାସ୍ତରୀୟ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! କନ୍ଧମାଳ ଜିଲ୍ଲା ଟୀକାବାଲି ରୁ ସନୁଜ କୁମାର ବେହେରା ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ଟିକାବାଲି)- କନ୍ଧମାଳ ଜିଲ୍ଲା ଟିକାବାଲି ଏ ଏମ ସି ଏସ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ତରଫରୁ ଜିଲ୍ଲାସ୍ତରୀୟ କରୋନା ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀଧର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଦୀନବନ୍ଧୁ ମହାନ୍ତି ଅତିଥିଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ସେବା ଜାତୀୟ ଯୋଜନା ଅଧିକାରୀ ତଥା ଉପ ଶାସନ ସଚିବ ଉଚ୍ଚଶିକ୍ଷା ବିଭାଗ ଓଡ଼ିଶା ସରକାର ଡ଼ଃ ରମେଶ ଚନ୍ଦ୍ର ବେହେରା ଏବଂ ବ୍ରହ୍ମପୁର ଉଚ୍ଚ ଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ଡ଼ଃ ଲକ୍ଷ୍ମୀକାନ୍ତ ତ୍ରିପାଠୀ ଯୋଗଦେଇ କରୋନା ମୁକାବିଲାରେ ପ୍ରୋଗ୍ରାମ ଅଫିସର ଓ ସ୍ୱେଚ୍ଛାସେବୀଙ୍କ ଭୂମିକା କିପରି ରହିବ ଏବଂ ନିଜେ ସଚେତନ ହୋଇ ନିଜର ସୁରକ୍ଷା କରିବା ସହିତ ଅନ୍ୟ ଜୀବନକୁ କିପରି ସୁରକ୍ଷା ନିଆଯାଇପାରିବ ସେନେଇ ଆଲୋଚନା କରିଥିଲେ । ଏଥି ସହିତ ମୁଖ୍ୟବକ୍ତା ଭାବରେ ଡାକ୍ତର ସନ୍ତୋଷ କୁମାର ପଟ୍ଟନାୟକ ଯୋଗଦେଇ କରୋନାର ଭୟାବହତା ଓ ନିରାକରଣ ଉପରେ ଆଲୋଚନା କରିଥିଲେ । ଭୁବନେଶ୍ୱରସ୍ଥିତ ଓୟୁଏଟି ସହକାରୀ ସଂଯୋଜକ ନିରୋଦ ଚରଣ ଖୁଣ୍ଟିଆ ଯୋଗଦେଇ ଏହି ସମୟରେ ସ୍ୱେଚ୍ଛାସେବୀଙ୍କ ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ । ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର କୋଡ଼ିନେଟର ଡ଼. ଧ୍ରୁବଚରଣ ପଣ୍ଡା ଏବଂ କୋରାପୁଟ ଜିଲ୍ଲାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ କିଶୋରଚନ୍ଦ୍ର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପ୍ରୋଗ୍ରାମ ଅଫିସର ବିରୁପାକ୍ଷ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ କେନ୍ଦ୍ର ସରକାର ଓ ଓଡ଼ିଶା ସରକାର କରୋନାର ଦ୍ୱିତୀୟ ଲହରକୁ ମୁକାବିଲା କରୁଥିବା ବେଳେ କନ୍ଧମାଳ ଜିଲ୍ଲାର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନେ ଏଥିରେ ସାମିଲ ହୋଇ କରୋନାକୁ କିପରି ପ୍ରତିହତ କରିପାରିବେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା । ଏଥିରେ ୬ଜଣ ଅଧ୍ୟକ୍ଷ ୨୪ଜଣ ପ୍ରୋଗ୍ରାମ ଅଫିସର ୫୮ ଜଣ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ ।

ଆନ୍ଧ୍ର ଓଡିଶା ସୀମା ଚେକିଂ ପୋଏଣ୍ଟ ସlନ୍ଧୁବାଡ଼ି ଗସ୍ତ କରି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ l

!!! ରାୟଗଡା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା)- ଆଜି ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଆନ୍ଧ୍ର ଓଡିଶା ସୀମାନ୍ତ ସନ୍ଧୁ ବାଡ଼ି ଚେକ ପଏଣ୍ଟ ଗସ୍ତ କରି ଯାଞ୍ଚ ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ l ସେଠାରେ ନିୟୋଜିତ ପୋଲିସ କର୍ମଚାରୀ, ପରିବହନ କର୍ମଚାରୀ, ଶିକ୍ଷକ ଆଦିଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲେ ଓ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ କଡାକଡି ଯାଞ୍ଚ କରିବl ସହ ସେମାନଙ୍କୁ ୧୪ଦିନ ସାଙ୍ଗରୋଧକୁ ପଠାଇବେ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ l ଏହି ଚେକିଂ ପଏଣ୍ଟ ଦେଇ ଆନ୍ଧ୍ର ଫେରନ୍ତା ରାଜ୍ୟକୁ ଫେରୁଥିବା ଯାତ୍ରୀମାନଙ୍କୁ କଡାକଡି ଯାଞ୍ଚ କରିଵା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି l

ଏହି ଗସ୍ତ ସମୟରେ ରାସ୍ତାଗଲାବେଳେ ଜିଲ୍ଲାପାଳ ଶ୍ରୀ ମିଶ୍ର ଲୋକମlନଙ୍କୁ ମାସ୍କ ବ୍ୟବହାର, ସାମାଜିକ ଦୂରତା ବଜାୟ ରଖିବା ଉପରେ ସଚେତନ କରି କରନା ଠାରୁ ଦୂରେଇ ରଖାଯିବl ନେଇ ସଚେତନତା କରିଥିଲେ । ରାସ୍ତାରେ ଗଲାବେଳେ ଗୋଟିଏ କlରକୁ ଓ ଗୋଟିଏ ଅଟୋକୁ ଅଟକାଇ ଅଧିକ ଯାତ୍ରୀ ନେଇକି ଯାଉଥିବାରୁ ତାଙ୍କୁ ଜରିମାନା ପାଇଁ ପୋଲିସ ଓ ପରିବହନ ଅଧିକାରୀଙ୍କୁ କହିଥିଲେ l ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ସହିତ, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଡ଼ିଓ ରାୟଗଡ,ରାଜେନ୍ଦ୍ର ମାଝୀ, ତହସିଲଦାର ରାୟଗଡ ଶ୍ରୀ ଉମାଶଙ୍କର ବେହେରା ପ୍ରମୁଖ ଯାଇଥିଲେ l

ବ୍ଲକ ସମ୍ମୁଖରେ ପିପିଇକୀଟ ଲୋକେ ଆତଙ୍କିତ…!

!!! ରାୟଗଡା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା)- ରାୟଗଡା ଜିଲ୍ଲାର ବିଷମକଟକ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପିପିଇ କୀଟ ଫିଙ୍ଗା ଘଟଣାକୁ ନେଇ ଜଣ ଅସନ୍ତୋଷ, ଏପରି ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର ବିଷମକଟକ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ, ତେବେ ଏହି କିଟ କିଏ ଏବଂ କାହିଁକି ଫିଙ୍ଗିଛି ତାହାର ତଦନ୍ତ ନିହାତି ଆବଶ୍ୟକ, କାରଣ ଏହି କୀଟ ଦ୍ଵାରା କୋଣସି ବ୍ୟକ୍ତିଙ୍କୁ ମଧ୍ୟ କୋରନା ମହାମାରୀ ବ୍ୟାପିପାରେ,ତେଣୁ ଆତଙ୍କିତ ଅବସ୍ଥାରେ ବିଷମକଟକ ବାସି,ଏହି ସମ୍ପର୍କରେ ବିଷମକଟକ ବିଡ଼ିଓଙ୍କୁ ଯୋଗାଯୋଗ କରିବାକୁ ତାଙ୍କ ସହ ଯୋଗାଯୋଗ ହୋଇ ପାରିଲାନାହି।ଏହାର ଖୋଜଖବର ନଥିବା ବେଳେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପିପିଇ କୀଟ ପଡିଥିବା ଘଟଣା କୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ଆଗାମୀ ଦିନରେ କିଏ କେଉଁ କାରଣରୁ ଏପରି କାର୍ଯ୍ୟ କରିଛି ତାହାର ତଦନ୍ତକରି ପ୍ରଶାସନ ତରଫରୁ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେଡ଼ି ବ୍ଲକ ସଭାପତି ଦେବୀପ୍ରସାଦ ପଟ୍ଟନାୟକ,ରାଜ୍ୟ ଖଡ଼ିବୋର୍ଡ଼ ସଦସ୍ୟ ପୃଥ୍ୱୀରାଜ ସାହୁ,ସମାଜ ସେବି ଗୌରୀ ପ୍ରସାଦ ପାତ୍ର,ବିଷମକଟକ କଂଗ୍ରେସ ବ୍ଲକ ସଭାପତି ବିଜୟ କିଶୋର ପଟ୍ଟନାୟକ ଓ ବିଷମକଟକ ଯୁବ ବିକାଶ ପରିଷଦ ବ୍ଲକ ସଭାପତି ପ୍ରସନ କୁମାର ପଣ୍ଡା ଦାବି କରିଛନ୍ତି।

କୋଭିଡ ପରିଚାଳନା ନେଇ ଜରୁରୀ ବୈଠକ ।

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ଗୁଣପୁର) – ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ଆଜି କୋଭିଡ ପରିଚାଳନା ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗୁଣପୁର ସହରରେ ଥିବା ସମସ୍ତ ୱାର୍ଡକୁ ଭାଗ ଭାଗ କରି 20 ରୁ 30 ଘରକୁ ନେଇ ଏକ ଅଞ୍ଚଳ ଗଠନ କରି ପୌର ପରିଷଦ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମଚାରୀ ଓ ସାଧାରଣ ଜନତାଙ୍କୁ ନେଇ କମିଟି ଗଠନ କରି ସେହି ଅଞ୍ଚଳରେ ରହୁଥିବା ସମସ୍ତ ପରିବାରଙ୍କ ତଥ୍ୟ ପ୍ରଶାସନ ନିକଟରେ ରଖିବା ନିମନ୍ତେ ନିଷ୍ପତି ନିଆଯାଇଥଲା । ସହରର ସମସ୍ତ ଔଷଦ ଦୋକାନର ମାଲିକ ମାନଙ୍କୁ ଅନୁରୋଧ କରାଯାଇଥଲ କି ଯେଉଁମାନେ କୋରନା ସମ୍ପର୍କିତ ଔଷଦ କିଣିବା ପାଇଁ ଆସିବେ ସେମାନଙ୍କ ନାମ , ଠିକଣା ଓ ମୋବାଇଲ ନଂ ପ୍ରଶାସନ ନିକଟରେ ଦାଖଲ କରିବେ । ଗୁଣପୁର ପୌର କାର୍ଯ୍ୟାଳୟ ଠାରେ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ କରି ସମସ୍ତ ତଥ୍ୟ ଉପଲବ୍ଧ କରିବା ଏବଂ ଉପଖଣ୍ଡ ଚିକିତ୍ସାଳୟ ଠାରେ ପ୍ରତିଦିନ ଏକ ଘଣ୍ଟା ଜଣେ ଡାକ୍ତର ପରାମର୍ଶ ଦେବା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା, କଣ୍ଟାକ୍ଟ ଟ୍ରେସିଂ ଆଦି ଉପରେ ଉପ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଆଜି ସୁଦ୍ଧା 4ଟି ଜୁମ୍ବ ଅକ୍ସୀଜେନ ସିଲିଣ୍ଡର ପହଁଚିଥିବା ବେଳେ ଆଗକୁ ଆହୁରି ଅଧିକ ସିଲିଣ୍ଡର ଆସିବ ବୋଲି ଉପଖଣ୍ଡ ଚିକିତ୍ସାଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ ସୂଚନା ଦେଇଥିଲେ । ଅସମର୍ଥୀତ ଖବର ପାଇ କୌଣସି ପ୍ରକାର ବ୍ୟସ୍ଥ ନହୋଇ ପ୍ରଶାସନ ସହ ସମ୍ପର୍କ ରଖିବା ନିମନ୍ତେ ଉପ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସୋମନାଥ ମେମୋରିଆଲ ହସ୍ପିଟାଲକୁ କୋଭିଡ ହସ୍ପିଟାଲ କରିବା ନିମନ୍ତେ ଆବଶ୍ୟକ ଭିତ୍ତିଭୂମିର ତଦାରଖ କରି ଆଜିହିଁ ରିପୋର୍ଟ ଦେବାପାଇଁ ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଡ୍ରାଇଥିଲେ ଉପ ଜିଲ୍ଲାପାଳ । ଅମାନିଆ କୋଭିଡ ରୋଗୀ ବାହାରେ ବୁଲୁଥିଲେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଆଦର୍ଶ ଥାନା ଅଧିକାରୀ ଶ୍ରୀ ମନୋଜ କୁମାର ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସାହି କମିଟି ଗଠନ କରିବା ନିମନ୍ତେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାସଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନର ପରିସ୍ଥିରେ ବାହାରକୁ ନବହାରିବା ପାଇଁ ଜଣ ସାଧରଣଙ୍କୁ ଅପିଲ କରିଥିଲେ, ଆବଶ୍ୟକ ଥିଲେ ଡବଲ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ବଜାୟ ରଖିବା ସହ ସାନିଟାଇଜ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ଉପ ଜିଲ୍ଲାପାଳ । ଆଜିର ଏହି ବୈଠକରେ ଗୁଣପୁର ତହସିଲଦାର ଙ୍କ ସମେତ ପୌର ନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାସ, ଆଦର୍ଶ ଥାନା ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା, ତହସିଲଦାର ଶରତ ଚନ୍ଦ୍ର ନାୟକ , ସମାଜସେବୀ ଉମା ଶଙ୍କର ଦାଶ, ଉପଖଣ୍ଡ ମେଡିକାଲ ସୁପରିନଟେଣ୍ଡେଟ ଶ୍ରୀ ରମେଶ ଚନ୍ଦ୍ର ସାହୁ, ଓକିଲ ସଙ୍ଘ ସଭାପତି ଶ୍ରୀ ବ୍ରହ୍ମାନନ୍ଦ ପଟନାୟକ, ସମାଜସେବୀ ଅକ୍ଷୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।