ବେସରକାରୀ ସଂସ୍ଥା ଦ୍ୱାରା ପରିଚାଳିତ ଚିକିତ୍ସାଳୟରେ କୋଭିଡ ରୋଗୀଙ୍କୁ ଚିକିତ୍ସା ନିମନ୍ତେ ଦାବୀ..!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର ) – କରୋନା ଦ୍ଵିତୀୟ ଲହରୀର କରାଳ ରୂପ ସମଗ୍ର ମାନବ ସମାଜକୁ କବଳିତ କରିବାରେ ଲାଗିଛି । ଏପରି ଭୟଙ୍କର ପରିସ୍ଥିତିରେ କିଏ ଅମ୍ଳଜାନ ପାଇଁ ମରୁଛି ତ ଆଉ କିଏ ଚିକିତ୍ସା ଅବହେଳାରୁ । ପ୍ରତିଦିନ କିଛି ନା କିଛି ଶୁଣିବାକୁ ମିଳୁଛି । ଗୁଣପୁର ଉପଖଣ୍ଡ ର ସମସ୍ତ ରୋଗୀ ସଦର ଠାରେ ଅବସ୍ଥିତ ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ପଡୁଛି ।

କିନ୍ତୁ ଏଠାରେ ଆବଶ୍ୟକୀୟ ସୁବିଧା ନଥିବାରୁ ଅଞ୍ଚଳବାସୀ ଗୁଣପୁର ଠାରେ ଏକ ବେସରକାରୀ ସଂସ୍ଥା ଦ୍ୱାରା ପରିଚାଳିତ ସରକାରୀ ସ୍ଵୀକୃତି ପ୍ରାପ୍ତ ସୋମନାଥ ମେମୋରିଆଲ ହସ୍ପିଟାଲ ଉପରେ ନିର୍ଭରଶୀଳ ଅଟନ୍ତି । ଅତ୍ୟାଧୁନିକ ଯନ୍ତ୍ରାଂଶ ,ଡାକ୍ତର ଏବଂ ଅବଶ୍ୟକତା ଠାରୁ ଅଧିକ ପରିମାଣର କର୍ମଚାରୀ ଙ୍କୁ ନେଇ ବିଭିନ୍ନ କ୍ଷେତ୍ରରେ ରୋଗୀଙ୍କୁ ସେବା ଯୋଗାଇ ଦେଉଥିବା ଏହି ଚିକିତ୍ସାଳୟ ଟି କରୋନା ସଂକ୍ରମିତ ରୋଗୀ ସେବା ଯୋଗାଇ ଦେବାରେ ନାଚାର । ଫଳରେ ସମସ୍ତ ରୋଗୀ କେବଳ ସରକାରୀ ଚିକିତ୍ସାଳୟ ଉପରେ ନିର୍ଭରକରିବାକୁ ପଡୁଛି । କିନ୍ତୁ ଏଠାରେ ସେଭଳି କୌଣସି ସୁବିଧା ନଥିବାରୁ ରୋଗୀଙ୍କୁ ଏଠାରୁ ଦୀର୍ଘ ୭୦ କିମି ଦୁରତାରେ ରହିଥିବା ଜେକେପୁର ଚିକିତ୍ସାଳୟ କୁ ରୋଗୀଙ୍କୁ ସ୍ଥାନାନ୍ତରିତ କରାଯାଉଛି । କିଛି ରୋଗୀ ସେଠାରେ ପହଞ୍ଚିବା ପୂର୍ବରୁ କିମ୍ବା ପହଞ୍ଚିବା ପରେ ରୋଗୀଙ୍କ ମୃତ୍ୟୁ ହେଉଥିବା ଖବର ସାଧାରଣରେ ଅତିରଞ୍ଜିତ ହେଉଥିବାରୁ ଭୟରେ ଅନେକ ରୋଗୀ କରୋନା ପରୀକ୍ଷା କରିବା ନିମନ୍ତେ ଯିବାକୁ ପଛଘୁଞ୍ଚା ଦେଉଥିବା ସୂଚନା ମିଳୁଛି । ଏପରିକି ଗୁଣପୁର ଠାରେ ପରୀକ୍ଷଣ କିଟ ଅଭାବରୁ ପରୀକ୍ଷଣ କର୍ମଚାରୀ ଲୋକଙ୍କୁ ସୁବିଧା ଯୋଗାଇ ପାରୁନଥିବା ଦେଖାଦେଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବୋର୍ଡର ଉପଦେଷ୍ଟା ଭାବେ ଖୋଦ ଏହି ଉପଖଣ୍ଡର ବ୍ୟକ୍ତି ରହିଥିବାବେଳେ ଏଭଳି ସମସ୍ୟା ଦୁର୍ଭାଗ୍ୟ ଜନକ ବୋଲି ମତ ପ୍ରକାଶ ପାଇଛି ।ଏହି ସମସ୍ତ ଅସୁବିଧାକୁ କେନ୍ଦ୍ରକରି ଗୁଣପୁର ଠାରେ ଏକ କୋଭିଡ ହସ୍ପିଟାଲ ର ପ୍ରତିଷ୍ଠା ନିମନ୍ତେ ସାଧାରଣରେ ଦାବୀ ଜୋର ଧରିଛି । ଏନେଇ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ରାୟଗଡା ଜିଲ୍ଲାପାଳ ଙ୍କୁ ୱେବମୀନାର ମାଧ୍ୟମରେ ଅନୁରୋଧ କରିବାରୁ ସେ ଏହି ବିଷୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏହାପରେ ସ୍ଥାନୀୟ ଜନସାଧାରଣ ପୋଷ୍ଟକାର୍ଡ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିବେ ବୋଲି ଅଣ୍ଟା ଭଡିଛନ୍ତି ।

ଏହି ସମସ୍ତ ଯୋଜନା ର କାର୍ଯ୍ୟକାରୀ ହେବା ମଧ୍ୟରେ ଅନେକ ବ୍ୟକ୍ତି ମୃତ୍ୟୁ ମୁଖକୁ ଠେଲି ହୋଇଯାଇଥିବେ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।ଏହା କାର୍ଯ୍ୟକ୍ଷମ ହେବା ପୂର୍ବରୁ ଏହି ଅସୁବିଧାକୁ ନଜରରେ ରଖି ଜନସାଧାରଣ ଗୁଣପୁର ଠାରେ ଅତ୍ୟାଧୁନିକ ଯନ୍ତ୍ରାଂଶ ଓ ଅକ୍ସିଜେନ ର ସୁଵିଧାଥାଇ ରୋଗୀଙ୍କୁ ସେବା ଯୋଗାଇ ଦେଉଥିବା ସୋମନାଥ ମେମୋରିଆଲ ହସ୍ପିଟାଲକୁ କୋଭିଡ ହସ୍ପିଟାଲର ମାନ୍ୟତା ଦେଇ କୋଭିଡ ରୋଗୀସେବା ,କୋଭିଡ ଟେଷ୍ଟ ଓ କୋଭିଡ ଟୀକା ପ୍ରଦାନ କରିବା ସୁଯୋଗ ଦେଲେ ଗୁଣପୁର ଉପଖଣ୍ଡର ବିଭିନ୍ନ ବ୍ଲକରୁ ଆସୁଥିବା ରୋଗୀ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ ପାଇ ସାଧାରଣରେ ଦାବୀ ହେଉଛି । ଏଥି ପ୍ରତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନଜର ଦେବା ଆବଶ୍ୟକ ହୋଇପଡିଛି ।

ରମେଶ ପାୱାର ଭାରତୀୟ ମହିଳା କ୍ରିକେଟ୍ ଟିମର କୋଚ୍‌..!

ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ସ୍ପିନର ରମେଶ ପାୱାର ପୁଣିଥରେ ଭାରତୀୟ ମହିଳା କ୍ରିକେଟ୍ ଟିମର କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି । ମଦନ ଲାଲଙ୍କ ଅଧ୍ୟକ୍ଷତାରେ କ୍ରିକେଟ୍ ଆଡଭାଇଜରୀ କମିଟି (ସିଏସି) ତାଙ୍କ ନାମ ସୁପାରିସ୍ କରିଥିଲା । ଏହି ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ଆବେଦନ କରିଥିଲେ । କିନ୍ତୁ ଚୂଡ଼ାନ୍ତ ତାଲିକାରେ ୪ ଜଣ ପୁରୁଷ ଓ ୪ ଜଣ ମହିଳା ପ୍ରାର୍ଥୀ ରହିଥିଲେ । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏପ୍ରିଲ୍ ୧୩ ତାରିଖରେ ମହିଳା ଟିମର ମୁଖ୍ୟ କୋଚ୍ ପଦ ପାଇଁ ଆବେଦନ ବିଜ୍ଞପ୍ତି ଜାରି କରିଥିଲା । ପାୱାର ପୂର୍ବରୁ ମଧ୍ୟ ମହିଳା ଟିମକୁ କୋଚିଂ ଦେଇଛନ୍ତି । ରମେଶ ଭାରତ ପକ୍ଷରୁ ୨ଟି ଟେଷ୍ଟ ଓ ୩୧ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ସେ ଟେଷ୍ଟରେ ୬ଟି ଓ ଦିନିକିଆରେ ୩୪ଟି ୱିକେଟ୍ ନେଇଛନ୍ତି । ଦିନିକିଆରେ ଗୋଟିଏ ଅର୍ଦ୍ଧଶତକ ସହ ସେ ୧୬୩ ରନ୍ କରିଛନ୍ତି । ସେ ନିଜ କ୍ୟାରିୟରରେ ୧୪୮ଟି ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳି ୪୭୦ ୱିକେଟ୍ ହାସଲ କରିଛନ୍ତି । ପାୱାର ୨୦୧୮ ଜୁଲାଇ ମାସରେ ମହିଳା ଦଳର କୋଚ୍ ହୋଇଥିଲେ । ତାଙ୍କ କୋଚିଂରେ ଭାରତୀୟ ମହିଳା ଟିମ୍ ୨୦୧୮ ରେ ଟି-୨୦ ୱାର୍ଲ୍ଡ କପର ସେମିଫାଇନାଲରେ ପହଞ୍ଚିଥିଲା ଏବଂ ତାଙ୍କ ପ୍ରଶିକ୍ଷଣରେ ଭାରତ ଲଗାତର ୧୪ ଟି-୨୦ ମ୍ୟାଚ୍ ଜିତିଥିଲା । ବିସିସିଆଇ ବିଜ୍ଞପ୍ତି ଅନୁଯାୟୀ, ଆବେଦକଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଭାରତ କିମ୍ବା ଅନ୍ୟ କୌଣସି ଦେଶର ପ୍ରତିନିଧିତ୍ୱ କରିଥିବା ଦରକାର । ନଚତେ୍ ଏନସିଏ ଲେଭଲ୍ ‘ସି’ ଦ୍ୱାରା ସାର୍ଟିଫାଏଡ୍ କୋଚ୍ ହୋଇଥିବା ଜରୁରୀ । କୌଣସି ପ୍ରତିଷ୍ଠିିତ ସଂଗଠନ/ସଂସ୍ଥା ଦ୍ୱାରା ସାର୍ଟିଫାଏଡ୍ ଓ ଅତି କମରେ ୫୦ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଦାର ଦରକାର । ଜଣେ ବ୍ୟକ୍ତି, ଯାହା ପାଖରେ ଅତି କମରେ ଦୁଇଟି ସିଜନ୍ ଧରି କୌଣସି ଏକ ଟି-୨୦ ଫ୍ରାଞ୍ଚାଇଜିକୁ କୋଚିଂ ଦେବା କିମ୍ବା ଗୋଟିଏ ସିଜନ୍ ପାଇଁ କୌଣସି ଅନ୍ତର୍ଜାତୀୟ ଟିମକୁ କୋଚିଂ ଦେବାର ଅଭିଜ୍ଞତା ଥିବ, ସେମାନେ ହିଁ ଏହି ପଦବ ପାଇଁ ଆବେଦନ କରିପାରିବେ। ୨୦୧୮ ମସିହା, ଡିସେମ୍ବର ମାସୟରେ ରମଣଙ୍କୁ ଭାରତୀୟ ମହିଳା ଦଳର କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା । ତାଙ୍କ କାର୍ଯ୍ୟକାଳରେ ଭାରତୀୟ ମହିଳା ଟିମ୍ ଟି-୨୦ ୱାର୍ଲ୍ଡ କପ୍‌-୨୦୨୦ର ଫାଇନାଲରେ ପହଞ୍ଚିଥିଲା, କିନ୍ତୁ ଟାଇଟଲ୍ ଜିତିବାରୁ ବଞ୍ଚିତ ହୋଇଥିଲା । ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତ ଫାଇନାଲ୍ ମୁକାବିଲାରେ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇଥିଲା । ତେବେ ମାର୍ଚ୍ଚ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ହାରିବା ପରେ ରମଣଙ୍କ କୋଚ୍ ପଦ ବିପଦରେ ପଡ଼ିଯାଇଥିଲା ।

ଏଣିକି ଘରେ ମିଳିବ ମଦ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଲକଡାଉନ ବେଳେ ହୋମ୍ ଡେଲିଭରି ଦିଆଯିବ ମଦ। ଉଭୟ ଅଫ୍, ଅନ୍, ସିଏଲ୍ ଦୋକାନୀ ହୋମ୍ ଡେଲିଭରି ଦେଇପାରିବେ। ଖାଦ୍ୟ ଯୋଗାଣକାରୀ ସଂସ୍ଥା ମଧ୍ୟ ହୋମ୍ ଡେଲିଭରି ଦେଇପାରିବେ । ଏନେଇ ଅବକାରୀ କମିଶନରଙ୍କୁ ଜଣାଇଲେ ଅବକାରୀ ସଚିବ। ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାରେ ଏଭଳି ବ୍ୟବସ୍ଥା କରିବାକୁ କହିଲେ ଅବକାରୀ ସଚିବ । ପୂର୍ବରୁ ମଧ୍ୟ ମଦର ବ୍ୟାପକ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଦର ହୋମ୍ ଡେଲିଭରି ପାଇଁ ଅନୁମତି ଦେଇଥିଲେ। ଖାଦ୍ୟଯୋଗାଣ କରୁଥିବା ସଂସ୍ଥା ଅବା ମଦ ବିକ୍ରି ଲାଇସେନ୍ସ ଥିବା ଦୋକାନୀମାନେ ଅନଲାଇନ୍ ବୁକିଂ ବା ଟେକ୍ନୋଲୋଜି ମାଧ୍ୟମରେ ଏହି ମଦର ହୋମ୍ ଡେଲିଭରି କରିପାରିବେ। ଗତବର୍ଷ କୋଭିଡ୍ ଲକଡାଉନବେଳେ ଟେକ୍ନୋଲୋଜି ଉପଯୋଗ କରି ମଦର ହୋମ୍ ଡେଲିଭରି କରାଯାଉଥିଲା। ମଦ ଯୋଗାଣକୁ ସୁନିଶ୍ଚିତ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ କୋଭିଡ୍ ଗାଇଡଲାଇନ୍ ଅନୁସାରେ ମଦ ନିଗମର ଗୋଦାମଗୁଡ଼ିକ କାର୍ଯ୍ୟ କରିବ।

ସଂସଦୀୟ କ୍ଷେତ୍ରର କୋଭିଡ୍‍ ସମୀକ୍ଷା କଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ..!

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ଜଳନ୍ଧର ବେହେରା ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (କନ୍ଧମାଳ) – କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ଜିଲ୍ଲାରେ କୋଭିଡ୍‍ ପରିଚାଳନା ନେଇ ସାଂସଦ ଅଚ୍ୟୁତ ସାମନ୍ତ ନିୟମିତ ସମୀକ୍ଷା ଜାରି ରଖିଛନ୍ତି। ପ୍ରତି ସପ୍ତାହରେ ସଂସଦୀୟ କ୍ଷେତ୍ରର ବିଭିନ୍ନ ଜିଲ୍ଲାପାଳଙ୍କ ସହ କୋଭିଡ୍‍ ପରିଚାଳନା ନେଇ ଆଲୋଚନା କରିଆସୁଛନ୍ତି। ଚଳିତ ସପ୍ତାହରେ ସାଂସଦ ଶ୍ରୀ ସାମନ୍ତ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାପାଳଙ୍କ ସହ ଟେଲିଫୋନ ଯୋଗେ ଉଭୟ ଜିଲ୍ଲାର ସ୍ଥିତି ସମୀକ୍ଷା କରିଥିଲେ। ଇତି ମଧ୍ୟରେ ବୌଦ୍ଧ ଓ କନ୍ଧମାଳ ଜିଲ୍ଳାକୁ ମଧ୍ୟ କରୋନା ବ୍ୟାପିଥିବା ବେଳେ କୋଭିଡ୍‍ ପରିଚାଳନା କ୍ଷେତ୍ରରେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀମାନେ ପୂର୍ଣ୍ଣମାତ୍ରାରେ ଲାଗି ପଡ଼ିଛନ୍ତି। ଯାହା ଦ୍ୱାରା ସଂକ୍ରମଣ ନିୟନ୍ତ୍ରଣରେ ସଫଳତା ମିଳିପାରିଛି। ବୌଦ୍ଧ ଜିଲ୍ଲାରେ ୧୨୦ ଶଯ୍ୟା ଓ ଭେଣ୍ଟିଲେଟର୍‍ ସହ ୬ ଆଇସିୟୁ ଥିବା ବେଳେ କୋଭିଡ୍‍ କେୟାର କେନ୍ଦ୍ରରେ ୨୦୦ ଶଯ୍ୟା ଉପଲବ୍‍ଧ ରହିଛି। ରବିବାର ସୁଦ୍ଧା ୬୦ଜଣ କରୋନା ସଂକ୍ରମିତ ରୋଗୀ ଚିକିତ୍ସାଧୀନ ରହିଥିବା ସାଂସଦ ଜାଣିବାକୁ ପାଇଛନ୍ତି। ସଂପ୍ରତି ଦେଶର ବିଭିନ୍ନ ସ୍ଥାନରେ ଅମ୍ଳଜାନ ପ୍ଲାଣ୍ଟ ଖୋଲିବା ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ପରେ ଏବେ ବୌଦ୍ଧ ଜିଲ୍ଳାକୁ ଏକ ପ୍ଲାଣ୍ଟ ମିଳିଛି। ବୌଦ୍ଧ ଏନ୍‍ଏଚ୍‍ଆଇ ଏହାର ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ପ୍ଲାଣ୍ଟର ବୈଷୟିକ କାର୍ଯ୍ୟ ଡିଆର୍‍ଡିଏ ହାତକୁ ନେଇଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇ ଅମ୍ଳଜାନ ଯୋଗାଣ କାର୍ଯ୍ୟ ଆରମ୍ଭ ହେବ। ସେହିପରି କନ୍ଧମାଳ ଜିଲ୍ଲାକୁ ମଧ୍ୟ ଏକ ଅମ୍ଳଜାନ ପ୍ଲାଣ୍ଟ ମିଳିଥିବା ବେଳେ ଖୁବ୍‍ ଶୀଘ୍ର ଏଠାରେ କାମ ଆରମ୍ଭ ହେବାକୁ ଯାଉଛି। ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଅମ୍ଳଜାନ ପ୍ଲାଣ୍ଟ ନିର୍ମାଣ ହେବାକୁ ଯାଉଥିବାରୁ ସାଂସଦ ସନ୍ତୋଷ ପ୍ରକାଶ କରି ଭାରତ ସରକାର ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ସେହିପରି କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରେ ଓଡ଼ିଶା କୋଭିଡ୍‍ ହସ୍‍ପିଟାଲ୍‍ ଚାଲୁ ରହିଥିବା ବେଳେ ଏହାର ପରିଚାଳନା ଦାୟିତ୍ୱ କିମ୍‍ସକୁ ଦିଆଯାଇଛି। ଏଥିରେ ୮୦ ସାଧାରଣ ଶଯ୍ୟା, ୨୦ ଏଚଡିୟୁ ଶଯ୍ୟା ଏବଂ ୨୦ ଆସିୟୁ ଶଯ୍ୟା ରହିଥିବା ବେଳେ ଏବେ ୫୨ଜଣ ରୋଗୀ ରହିଛନ୍ତି ବୋଲି ସମୀକ୍ଷା ସମୟରେ ସାଂସଦ ଶ୍ରୀ ସାମନ୍ତ ଜାଣିବାକୁ ପାଇଛନ୍ତି। ଏଥିସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ୭ଟି କୋଭିଡ୍‍ କେୟାର ସେଣ୍ଟର ରହିଥିବା ବେଳେ ଏଥିରେ ମୋଟ୍‍ ୧୨୯୫ ଶଯ୍ୟା ରହିଛି। କନ୍ଧମାଳ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ମଧ୍ୟ କୋଭିଡ୍‍ ପରିଚାଳନା ପାଇଁ ଯଥେଷ୍ଟ ପ୍ରୟାସ ଜାରି ରଖିଛନ୍ତି। ସାଂସଦ ଶ୍ରୀ ସାମନ୍ତଙ୍କ ଦ୍ୱାରା ତାଲାବନ୍ଦ ସମୟରେ ଓଡ଼ିଶାର ୧୫ ଜିଲ୍ଲାରେ ଆରମ୍ଭ କରାଯାଇଥିବା ମଧ୍ୟାହ୍ନ ଭୋଜନ ବଣ୍ଟନ କାର୍ଯ୍ୟକ୍ରମରେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାକୁ ମଧ୍ୟ ସାମିଲ କରଯାଇଛି। ସେହିପରି ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କ ସହ କୋଭିଡ୍‍ ପରିଚାଳନା ନେଇ ସାଂସଦ ଅଲୋଚନା କରିଥିବା ବେଳେ ଭଞ୍ଜନଗରରେ କୋଭିଡ୍‍ ପରିଚାଳନା ନେଇ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ସହ ଆଲୋଚନା କରିଥିଲେ। କନ୍ଧମାଳ ସଂସଦୀୟ କ୍ଷେତ୍ର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସାଂସଦ ଶ୍ରୀ ସାମନ୍ତ ସୂଚନା ଦେଇ କହିଛନ୍ତି ସଂସଦୀୟ କ୍ଷେତ୍ରରେ କୋଭିଡ୍‍ ନେଇ ଯେତେବେଳେ ଯାହା ଆବଶ୍ୟକ ହେବ ସେ ତୁରନ୍ତ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି। ଶ୍ରୀ ସାମନ୍ତ ଭୁବନେଶ୍ୱର ରହୁଥିବାରୁ ସଂସଦୀୟ କ୍ଷେତ୍ରରୁ ଭୁବନେଶ୍ୱରକୁ ଆସୁଥିବା କରୋନା ସଂକ୍ରମିତଙ୍କ ଚିକିତ୍ସା ସଂପର୍କରେ ପଚାରି ବୁଝୁଛନ୍ତି।

ଫୁଲଫୁଟି ଗ୍ରାମରେ ପାନୀୟ ଜଳର ଉତ୍କଟ ସମସ୍ୟା, ଜଳ ଯୋଗାଣ ଦାବିରେ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ଙ୍କ ଧାରଣା..!

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର)– ମୁଣ୍ଡ ଉପରେ ଡହଡ଼ହ ଖରା । ଅସହ୍ୟ ଗ୍ରୀଷ୍ମପ୍ରବାହ ରେ ଅସ୍ତବ୍ୟସ୍ତ ଜନଜୀବନ । ଏଭଳି ସ୍ଥିତିରେ ପାନୀୟ ଜଳର ସମସ୍ୟା ଲୋକଙ୍କ କଷ୍ଟକୁ ଆହୁରି ଦ୍ବିଗୁଣିତ କରିଛି । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଳକ ଭୀମପୁର ପଞ୍ଚାୟତ ଅନ୍ତର୍ଗତ ଫୁଲଫୁଟି ଗ୍ରାମରେ ଦେଖା ଦେଇଛି ପିଇବା ପାଣି ର ସମସ୍ୟା । ଗ୍ରାମରେ ଥିବା ତିନୋଟି ନଳକୂପ ଅଚଳ । ସୋଲାର ପାଇପ କାମ କରୁନାହିଁ । ଏଭଳି ସ୍ଥିତିରେ ଗ୍ରାମବାସୀ ନଦୀ କୁ ଯାଇ ଚୁଆ କରି ପାଣି ଆଣୁଛନ୍ତି । ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କାର ଅର୍ଥ ବ୍ୟୟ କରି ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ କରୁଥିବା ବେଳେ ଉପଯୁକ୍ତ ଦାୟିତ୍ୱ ହୀନତା ଓ ପ୍ରଶାସନିକ ଅବହେଳା ଯୋଗୁଁ ପ୍ରକଳ୍ପ ଗୁଡିକ ବିଫଳତା ହେଉଥିବା ଜଣାପଡିଛି ।  ଆଜି ଗ୍ରାମବାସୀ ମାନେ ଭୀମପୁର ସରପଞ୍ଚ ଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହାଣ୍ଡି, ମାଠିଆ, ବାଲ୍ଟି ଧରି ଧାରଣା ରେ ବସିରହିଥିଲେ । ତେବେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ କୌଣସି ଅଧିକାରୀ ନ ଆସିବାରୁ ଜିଲ୍ଲାପାଳ ଙ୍କୁ ଫୋନ ଯୋଗେ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ଗ୍ରାମବାସୀ । ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ତୁରନ୍ତ ଏ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଗ୍ରାମବାସୀ ଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କେବେ ଦୂର ହେବ ଗ୍ରାମବାସୀ ଙ୍କ ସମସ୍ୟା ତାହା ଏବେ ଦେଖିବାକୁ ରହିଲା ।

ଜିଲ୍ଲାପାଳଙ୍କ ଅଚାନକ ଜିଲ୍ଲାମୁଖ୍ୟ ଡାକ୍ତରଖାନା ପରିଦର୍ଶନ;”ନିୟନ୍ତ୍ରଣ କକ୍ଷର ସଠିକ କାର୍ଯ୍ୟକାରିତା ନେଇ ଅନୁଧ୍ୟାନ କଲେ” …!

!!! ରାୟଗଡା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ରାୟଗଡା) – ଜିଲ୍ଲାରେ କରୋନା ସଂକ୍ରମଣର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରେ କୋଭିଡ୍ ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ଅହରହ ଉଦ୍ୟମ ଚଳାଇଛି l ଏଥି ନିମନ୍ତେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଆଜି ଅଚାନକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରି ସେଠାରେ ଚାଲିଥିବା ନିୟନ୍ତ୍ରଣ କକ୍ଷର ସଠିକ କାର୍ଯ୍ୟକର୍ତା ଉପରେ ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥିଲେ l ବିଶେଷ କରି ଲୋକଙ୍କ ଯୋଗାଯୋଗ ଠିକରେ ଆଟେଣ୍ଡ କରୁଛନ୍ତି କି ନାହିଁ, କୋଭିଡ ପୋଜେଟୀଭି ରୋଗୀଙ୍କ ସହିତ ଯୋଗାଯୋଗ ହେଉଛି କି ନାହିଁ ସେ ଉପରେ ଠିକ ଭାବରେ ପ୍ଳାନିଙ୍ଗ ହେଉଛି କି ନାହିଁ ସେଉପରେ ଆଲୋଚନା କରିଥିଲେ l

ନିୟନ୍ତ୍ରଣ କକ୍ଷ୍ୟରେ 4ଜଣ ବ୍ୟକ୍ତିଙ୍କୁ ନେଇ ପରିଚାଳନାରେ ଅସୁବିଧା ହେଉଥିବା ଜାଣି ଆହୁରି ଅଧିକ 4ଜଣ କର୍ମଚାରୀ ନିୟୋଜିତ କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ନିୟନ୍ତ୍ରଣ କକ୍ଷ୍ୟଟି ସକାଳ 8ଘଟିକା ଠାରୁ ରାତ୍ର 10.00ଘଟିକା ପର୍ଯ୍ୟନ୍ତ କର୍ଯ୍ୟକlରି ହେଉଛି l ସେଠାରେ ନିୟୋଜିତ କର୍ମଚାରୀମାନେ ଦୈନିକ ଯୋଗାଯୋଗ ରଖିବେ l ଏହିପୂର୍ବରୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଗତ 7/05/21ରିଖଦିନ ମଧ୍ୟ ଅଚାନକ ପରିଦର୍ଶନ କରି କୋଭିଡ ପରୀକ୍ଷାଗାର ଅନୁଧ୍ୟାନ କରିଥିଲେ l ଏହାସହିତ ପରୀକ୍ଷା ନିମନ୍ତେ ଆସିଥିବା ଲୋକମାନଙ୍କୁ ଧାଡିରେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ l ସେହିପରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ଅଧିକାରୀମାନେ କୋଭିଡ ମୁକାବିଲାଲା ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି l ବିଶେଷ କରି ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ସଚେତନତା ଜାରି ରଖିଛନ୍ତି l ଜିଲ୍ଲାପାଳଙ୍କ ଆଜିର ଏହି ପରିଦର୍ଶନ ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ,ଡା. ଆର୍ତ୍ତ ବନ୍ଧୁ ନାୟକ, ଡା. ଡ଼ି. ଵି. ଦେବ, ଡିପିଏମ ରାଜେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l

ରାୟଗଡ ଜିଲ୍ଳାରେ କୋଭିଡ୍ ସଂକ୍ରମଣ କମାଇବା ନିମନ୍ତେ ଜିଲ୍ଲାପାଳଙ୍କ ଉଦ୍ୟମ “ବରିଷ୍ଠ ଅଧିକାରୀଙ୍କୁ ବାଣ୍ଟିଦେଲେ ବିଭିନ୍ନ ଦାୟିତ୍ୱ “…!

!!! ରାୟଗଡା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ରାୟଗଡା) – ମହାମାରୀ କରୋନାର ଦ୍ୱିତୀୟ ଲହରରେ ରାୟଗଡ ଜିଲ୍ଳାରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାରେ କମାଇବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ଯଥାସମ୍ଭବ ଉଦ୍ୟମ ଜାରି ରଖାଯାଇଛି । ଲକଡାଉନ ସମୟରେ କଟକଣାକୁ କଡାକଡି ଭାବେ ପାଳନ କାଇବା ନିମନ୍ତେ ଜିଲ୍ଳାରେ ବିଭନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି । ସମସ୍ତେ ସର୍ତକତା ଓ ସାବଧାନତା ଅବଲମ୍ବନ କଲେ ନିଶ୍ଚତ ଭାବରେ କରୋନା ସଂକ୍ରମଣ ହାର କମିବ । ବର୍ତମାନ ଆନ୍ଧ୍ର-ତେଲଙ୍ଗାନାରେ ଚିହ୍ନିଟ ଷ୍ଟ୍ରେନ୍ ଅଧିକ ମାରାତ୍ମକ ଥିବାରୁ ସମସ୍ତେ କରୋନା କଟକଣାକୁ ମାନି ଚିଳବା ସହ ଘରୁ ବାହାରକୁ ବାହାରିଲେ ୨ସ୍ତରର ମାସ୍କ ବ୍ୟବହାର କରିବା ,ସାମାଜିକ ଦୂରତା ରକ୍ଷା କରିବା ସହ ହାତକୁ ନିୟମିତ ସାନିଟାଇଜ କରିବା ଉପରେ ଜିଲ୍ଳାପାଳ ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରିଛନ୍ତି । ଏଥିନିମନ୍ତେ ଜିଲ୍ଲାପାଳ ଶ୍ରୀ ମିଶ୍ର ବିଭନ୍ନ ଅଧିକାରୀ ମାନଙ୍କୁ ନେଇ ଏକ ବୈଠକ ଡାକି ବିଭନ୍ନ ଦାୟିତ୍ୱ ପ୍ରଦାନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡ଼ିଆରଡିଏ ଶ୍ରୀ ମହେଶ୍ୱର ନାଏକ ଓ ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନୃ୍ତୁତ୍ୱରେ 12ଗୋଟି ବିଭନ୍ନ ଟିମ କାମ କରିବ । ଟିମ ଗୁଡିକ କାର୍ଯ୍ୟକାରିତା ଉପରେ ଜିଲ୍ଲାପାଳ ତଦାରଖ କରିବେ । ବିଶେଷ କରି କୋଭିଡ ହସ୍ପିଟାଲ ଓ କୋଭିଡ ମୃତକଙ୍କ ଶବ ହସ୍ତାନ୍ତର ପରିଚାଳନା ଟିମ ଯିଏକି ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ କୋଭିଡ ହସ୍ପିଟାଲ ଭିତର ବିଭନ୍ନ ସମସ୍ୟା, ଅମ୍ଳଜାନ ସମସ୍ୟା ଉପରେ ବୁଝାସୁଜା କରିବେ । ସେହିପରି ନିୟନ୍ତ୍ରଣ କକ୍ଷ ପରିଚାଳନା ଟିମ ମଧ୍ୟ ଅତିରିକ୍ତ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଦୈନିକ ପରିଚାଳିତ ହେବ । ଏହି ନିୟନ୍ତ୍ରଣ କକ୍ଷ ଦାୟିତ୍ୱରେ ଥିବା ଅଧିକାରୀ ମାନେ କୋଭିଡ ରୋଗୀଙ୍କୁ ଓ ସଙ୍ଗରୋଧରେ ଥିବା ରୋଗୀମାନଙ୍କୁ ଦୈନିକ ଫୋନ ଯୋଗେ କଥାବାର୍ତା କରିବେ ଏବଂ ପରିଜନକୁ ମଧ୍ୟ ଅବଗତ କରାଇବେ ।

ସଙ୍ଗରୋଧ ବ୍ୟକ୍ତିଙ୍କ ସ୍ଥିତି ସମ୍ବନ୍ଧରେ ଦୈନିକ ଖବର ରଖିବେ ଏବଂ ଆବଶ୍ୟକ ପଡିଲେ ରୋଗୀଙ୍କୁ ହସ୍ପିଟାଲ ସ୍ଥାନାନ୍ତ୍ରଣ କରିବାକୁ ପଦ୍ଦକ୍ଷେପ ନେବେ । ସେହିପରି ଡାକ୍ତର ଓ ପାରାମେଡିକାଲ ଟିମ ପରିଚାଳନା ଓ ଆମ୍ବୁଲାନ୍ସ ପରିଚାଳନା ଟିମ ମଧ୍ୟ ଦୈନିକ ଡାକ୍ତର ମାନଙ୍କ ଉପସ୍ଥିତି ଓ ଅନୁପସ୍ଥିତିରେ ଡାକ୍ତରଖାନା ପରିଚାଳନା, ଅନ୍ୟ ପାରାମେଡିକାଳ କର୍ମଚାରୀ ମାନଙ୍କ ପରିଚାଳନା କଥା ବୁଝିବେ ।ସେହିପରି ଆମ୍ବୁଲାନ୍ସ କିପରି ପରିଚାଳିତ ହେଉଛି ସେ ବିଷୟରେ ମଧ୍ୟ ଯୋଗାଯୋଗ ରଖିବେ । ଯାହାଫଲରେ ରୋଗୀଯେପରି ସ୍ଥାନାନ୍ତରରେ ଅସୁବିଧା ନହୁଅନ୍ତି ସେଥିପାଇଁ ତଦାରଖ କରିବେ । ସେହିପରି ପିଡି, ଡିଆରଡିଏ ଶ୍ରୀ ନାଏକଙ୍କ ତତ୍ୱାବଧାନରେ ତୂରୀତ କାର୍ଯ୍ୟକାରୀ (RRT)ଟିମ କାର୍ଯ୍ୟକରିବ । କୋଭିଡ ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କ ସମର୍କରେ ଖବର ସଂଗ୍ରହ କରି ତୁରନ୍ତ ସେମାଙ୍କୁ ସଙ୍ଗରୋଧ ଓ ଆବଶ୍ୟକ ସ୍ଥଳେ ହସ୍ପିଟାଲକୁ ସ୍ଥାନାନ୍ତର କରିବା ଉପରେ ପରିଚାଳନା କରିବେ । ସେହିପରି ହସ୍ପିଟାଲରେ ଶଯ୍ୟା, ଓ ଟେଷ୍ଟିଙ୍ଗ ସମ୍ବବନ୍ଧରେ ପରିଚାଳନା କରିବେ । ସେହିପରି ଟୀକାକରଣ, ଘରକୁ ଘର ସର୍ବେ କାର୍ଯ୍ୟ ଓ ସୂଚନା ଓ ଯୋଗାଯୋଗ ଟିମ କାର୍ଯ୍ୟ କରିବ । ଷ୍ଟୋକ ଓ ଷ୍ଟୋର କାର୍ଯ୍ୟ ତଦାରଖ ଟିମ ମଧ୍ୟ ପିଡି, ଡିଆରଡ଼ିଏ ଶ୍ରୀ ନାଏକଙ୍କ ତଦାରଖରେ ପରିଚାଳିତ ହେବ । ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କୁ ଜରୁରୀକାଳନୀ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଅକ୍ସିଜେନ୍ ସଂରଜାମ ଉପଲବ୍ଧ କଥା ମଧ୍ୟ ପିଡି, ଡ଼ି ଆରଡ଼ିଏ ବୁଝିବେ । ସେହିପରି ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନରେ ସିମନ୍ତ ଚେକିଂ ପଏଣ୍ଟ ଟିମ କାର୍ଯ୍ୟକାରୀ କରିବେ ।

ଲକଡାଉନ ସମୟରେ ଉନ୍ନୟନ କାର୍ଯ୍ୟ ବନ୍ଦ ହେବ ନାହିଁ – ଜ଼ିଲ୍ଲାପାଳ ; ସୁପର ସ୍ପେଡର ମାନଙ୍କ ପ୍ରତି କଡା ନଜର …!

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଛତ୍ରପୁର) – ଜ଼ିଲ୍ଲାରେ କରୋନା ସ୍ଥିତି ଯୋଗୁଁ ଲୋକଙ୍କ ଜୀବିକାକୁ ପ୍ରାଧାନ୍ୟ ଦେବା ଜରୁରୀ । ଏହି ଲକଡାଉନ ସମୟରେ ଜ଼ିଲ୍ଲାରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ଗୁଡିକ ପୂର୍ଵଭଳି ଚାଲୁ ରଖିବାକୁ ଜ଼ିଲ୍ଲାପାଳ ବୁଧୁବାର ରାତିରେ ଅନୁଷ୍ଠିତ କୋଭିଡ଼ ପରିଚାଳନା ବୈଠକରେ ଜଣାଇ ଥିଲେ । ବୈଠକରେ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜଣାଇ ଥିଲେ ଯେ,ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ରେ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ତାଙ୍କ ଘରକୁ ଚାଉଳ ଯୋଗାଇବା ଦିଗରେ ବ୍ୟବସ୍ଥା କରିବାକୁ ଜ଼ିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇ ଥିଲେ । ଲକ ଡାଉନ ସମୟରେ ସହରାଞ୍ଚଳ ଗୁଡିକର ପଶୁ ମାନଙ୍କୁ ଖାଦ୍ୟ ଯୋଗାଇବା ର ବ୍ୟବସ୍ଥା କରାଇବେ । ରାଜସ୍ବ ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା ସମସ୍ତ ସେବା ବ୍ୟବସ୍ଥା ସକାଶେ ତହସିଲ ଦ୍ୱାରା “ରାଜସ୍ବ ରଥ” ଜରିଆରେ ଲୋକଙ୍କ ନିକଟରେ ସେବା ଯୋଗାଇବାକୁ ନିର୍ଦେଶ ଦେଇଥିଲେ ।ରାତ୍ରି କାଳୀନ ସଫେଇ, ବୃକ୍ଷ ରୋପଣ କାର୍ଯ୍ୟ ତ୍ୱରାନ୍ୱିତ କରନ୍ତୁ । ଗ୍ରାମାଞ୍ଚଳ ଗୁଡିକରେ ବିଭିନ୍ନ ଗୋଷ୍ଟିଙ୍କୁ ସାମିଲ କରି କୋରନା କାର୍ଯ୍ୟ ପରିଚାଳନା କରାଯାଇ ସମସ୍ତ ଅଞ୍ଚଳ ଗ୍ରୀନ ଜୋନ କରିବା ପାଇଁ ପ୍ରୟାସ ଜାରି ରଖନ୍ତୁ । ସମସ୍ତ ଗ୍ରୀନ ଜୋନ ଗୁଡିକୁ ଗ୍ରୀନ ଜୋନ ହୋଇ ରହିବ ଏବଂ ରେଡ ଜୋନ ଅଞ୍ଚଳକୁ ଗ୍ରୀନ ଜୋନ ରୂପରେ ପରିଣତ କରିବା ଦିଗରେ ପ୍ରୟାସ ଜାରି ରଖିବାକୁ ଅଧିକାରୀ ମାନଙ୍କୁ ଜଣାଇଥିଲେ । ଗ୍ରାମାଞ୍ଚଳ ଗୁଡିକରେ ସୁପର ସ୍ପ୍ରେଡ଼ର ମାନଙ୍କ ପ୍ରତି କଡା ନଜର ରଖନ୍ତୁ । ଏବଂ ସେମାନଙ୍କ ପ୍ରତି କୋଭିଡ ନିୟମ ଉଲଂଘନ ଯୋଗୁଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ । ଗରିବ ଲୋକଙ୍କୁ ଖାଦ୍ୟ ବଣ୍ଟନ କରନ୍ତୁ l କୋଭିଡ କମିଟି ବୈଠକ କରିବା ଦ୍ୱାରା ଗ୍ରାମାଞ୍ଚଳ ର ସମସ୍ତ ଅସୁବିଧା ଗୁଡିକ ସହଜରେ ସମାଧାନ ହୋଇପାରିବ, ଏଣୁ ବୈଠକ ସକାଶେ ଗୁରୁତ୍ୱ ଦିଅନ୍ତୁ । ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ନିହାତି ଭାବରେ 10 ଗୋଟି ଶଯ୍ୟା ରେ ଅକ୍ସିଜେନ ସୁବିଧା ଥାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ l

ତେବେ ଯାଇ ଲୋକେ ସାମାନ୍ୟ ଅସୁସ୍ଥତାର ଚିକିତ୍ସା ସକାଶେ ବ୍ରହ୍ମପୁର ଏମକେସିଜି କୁ ଯିବେ ନାହିଁ । ଅତି ଆବଶ୍ୟକ ହେଲେ ସଂକ୍ରମିତ ଲୋକଙ୍କୁ ଡାକ୍ତର ରେଫର କଲେ ଯାଇ ଏମକେସିଜି କୁ ଉଚ୍ଚ ଚିକିତ୍ସା ନିମନ୍ତେ ଆସିବାକୁ ଜିଲ୍ଲାବାସି ଙ୍କୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ବ୍ରହ୍ମପୁର ଏମକେସିଜିର ଡାକ୍ତର ଗଣ ଙ୍କୁ ନେଇ ଚିକିତ୍ସା ପଦ୍ଧତିକୁ ମାର୍ଜିତ କରିବା ନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ ତତ୍ୱାବଧାନ ରେ ଗଠିତ କମିଟି ବୈଠକ ଦ୍ୱାରା ଆଲୋଚନା କରିବାକୁ ଜଣାଇଥିଲେ ।ବ୍ରହ୍ମପୁର ସହରରେ ଟୀକାକାରଣ କାର୍ଯ୍ୟକ୍ରମ ର ବ୍ୟବସ୍ଥା ଉତ୍ତମ ମାନର ହୋଇଥିବା ଯୋଗୁଁ ମହାନଗର ନିଗମକୁ ଜନ ସାଧାରଣ ଙ୍କ ଦ୍ୱାରା ପ୍ରଶଂସା କରାଯାଉଥିବା ଜିଲ୍ଲାପାଳ ଅବଗତ କରାଇଥିଲେ । ଆର.ଆର.ଟି ଟିମ ର ସଭ୍ୟ ଓ ସଭ୍ୟା ଗଣ ଠିକ କାର୍ଯ୍ୟ କରି ଲୋକଙ୍କୁ ସଚେତନ କରାଇଲେ ଅନେକ ସମସ୍ୟାର ସମାଧାନ ପ୍ରାଥମିକ ସ୍ତରରେ ହୋଇଯିବ । ଏଣୁ ସେହି ଦିଗପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇ ଥିଲେ । ମନ୍ଦିର ଗୁଡିକ ଖୋଲାଯାଉଥିବା ନଜରକୁ ଆସିଲେ ଉକ୍ତ ମନ୍ଦିର ଗୁଡିକୁ ଲକ ଡାଉନ ଶେଷ ହେବା ପର୍ଯ୍ୟନ୍ତ ସିଲ କରିଦିଆଯିବ । ସ୍ଵାସ୍ତ୍ୟ ଗତ ସମସ୍ୟା, ତାର ଆଶୁ ଚିକିତ୍ସା ଏବଂ ଟୀକାକାରଣ କାର୍ଯ୍ୟ ସୁପରିଚାଳନା ଦିଗରେ ଗୁରୁତ୍ୱ ଦେବାକୁ ସମସ୍ତ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ।ବୈଠକ ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ଡ଼ଃ ସିଦ୍ଧଶ୍ୱର ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତି ୱାଷନ,ଡୁଡା ପ୍ରକଳ୍ପ ନିର୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ ଓ ଲିନା କୁମାରୀ ଖେସ, ବ୍ରହ୍ମପୁର ଉନ୍ନୟନ ସଚିବ ସମ୍ବିତ ରାଉତ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଜ଼ିଲ୍ଲା ଯୋଜନା ଅଧିକାରୀ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ନଦୀରେ ଶବ ଭାସିବା ଘଟଣା: କେନ୍ଦ୍ର ଓ ଦୁଇ ରାଜ୍ୟକୁ ଏନଏଚ୍‌ଆରସିଙ୍କ ନୋଟିସ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମହମାରୀ କରୋନା ସମୟରେ ଗଙ୍ଗା ନଦୀରେ ଶହଶହ ଶବ ଭାସିବା ଘଟଣାକୁ ବେଶ ଗୁରୁତ୍ୱର ସହ ନେଇଛନ୍ତି ଜାତୀୟ ମାନବାଧିକାର କମିଶନ। ଘଟଣାକୁ କେନ୍ଦ୍ର କରି ଆଜି ଏନଏଚ୍‌ଆରସି କେନ୍ଦ୍ର ସରକାରଙ୍କ ସମେତ ବିହାର ଓ ଉତ୍ତର ପ୍ରଦେଶ ସରକାରଙ୍କୁ ଜବାବ ତଲବ କରିଛନ୍ତି। କମିଶନଙ୍କ ପକ୍ଷରୁ ବିହାର ଓ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବଙ୍କ ସମେତ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟର ସଚିବଙ୍କୁ ନୋଟିସ କରାଯାଇଛି। ଗଙ୍ଗା ନଦୀରେ ଶବ ଭାସିବା ଘଟଣାରେ କ’ଣ ସବୁ ପଦକ୍ଷେପ ନିଆଯାଇଛି, ତା’ର ଜବାବ ୪ ସପ୍ତାହ ମଧ୍ୟରେ ଦେବାକୁ କମିଶନ କହିଛନ୍ତି। ନୋଟିସ୍‌ରେ କମିଶନ କହିଛନ୍ତି, ଆମକୁ ଲାଗୁଛି ସରକାରୀ ଅଧିକାରୀମାନେ ଲୋକଙ୍କୁ ଠିକ୍‌ ଭାବେ ସତର୍କ କରଇବାରେ ବିଫଳ ହୋଇଛନ୍ତି। ଅର୍ଦ୍ଧଦଗ୍ଧ କିମ୍ବା ପୂରା ଶବକୁ ଗଙ୍ଗା ନଦୀକୁ ଫୋପାଡ଼ିବା କାମ ଉପରେ ରୋକ ଲଗାଇବାକୁ ସେମାନେ ବୋଧେ କୌଣସି ପଦକ୍ଷେପ ନେଇନାହାନ୍ତି। ଗଙ୍ଗା ନଦୀରେ ଶବ ଫୋପାଡ଼ିବା ସଂପୂର୍ଣ୍ଣ ଭାବେ ଜଲ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ନ୍ୟାଶନାଲ ମିଶନ ଫର କ୍ଲିନ ଗଙ୍ଗା ପାଇଁ ଜାରି ଗାଇଡାଲାଇନକୁ ଉଲ୍ଲଙ୍ଘନ କରୁଛି ବୋଲି ନୋଟିସ୍‌ରେ କୁହାଯାଇଛି। ମନ୍ତ୍ରଣାଳୟ ଜାରି କରିଥିବା ଗାଇଡାଲଇନ ଅନୁଯାୟୀ, କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଏମିତି କିଛି ପଦକ୍ଷେପ, ବ୍ୟବସ୍ଥା କିମ୍ବା କାର୍ଯ୍ୟ କରିବେ ନାହିଁ, ଯାହା ଦ୍ୱାରା ଗଙ୍ଗା ନଦୀ ପ୍ରଦୂଷିତ ହେବ। ଯିଏ ଏପରି କରିବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ମନ୍ତ୍ରଣାଳୟ କହିଥିଲା। ଏବେ ଏହାକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇ ଲୋକମାନେ ମନିଇଚ୍ଛା ଶବ ନଦୀରେ ଫିଙ୍ଗିବାରେ ଲାଗିଛନ୍ତି। ଉତ୍ତର ପ୍ରଦେଶ ଓ ବିହାରର ଏକାଧିକ ସ୍ଥାନ ଦେଇ ପ୍ରବାହିତ ଗଙ୍ଗା ନଦୀ କୂଳରୁ ଶବ ମିଳିବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି। କରୋନା ରୋଗୀଙ୍କ ଶବକୁ ଲୋକମାନେ ଗଙ୍ଗାରେ ଭସାଇ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଏହାଦ୍ୱାରା ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବା ମଧ୍ୟ କୁହାଯାଉଛି।

ନିୟମ ବଦଳାଇଲେ ସରକାର: ଏଣିକି ୩ ମାସ ପରେ ମିଳିବ ଟିକାର ଦ୍ୱିତୀୟ ଡୋଜ୍‌…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କରୋନା ଟିକାର ଦୁଇଟି ଡୋଜ୍‌ ମଧ୍ୟରେ ଥିବା ସମୟ ସୀମାକୁ ବୃଦ୍ଧି କରିବା ପାଇଁ ବିଶେଷଜ୍ଞ କମିଟି ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଭାରତ ସରକାର। ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡର ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତି ଏଣିକି ୪ ମାସ ପରେ ଦ୍ୱିତୀୟ ଡୋଜ୍‌ ନେଇପାରିବେ। ଭାରତ ସରକାର କହିଛନ୍ତି, ବିଜ୍ଞାନ ପଦ୍ଧତିକୁ ଆଧାର କରି ଦୁଇଟି ଡୋଜ୍‌ ମଧ୍ୟରେ ଥିବା ସମୟକୁ ବୃଦ୍ଧି କରାଯାଇଛି। ଏଣିକି କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତି ୧୨ରୁ ୧୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନେଇପାରିବେ। ଏହା ବର୍ତ୍ତମାନ ୬ରୁ ୮ ସପ୍ତାହ ମଧ୍ୟରେ ରହିଥିଲା। ତେବେ କୋଭାକ୍ସିନ ଟିକାର ଡୋଜ୍‌ ସମୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହା ପୂର୍ବଭଳି ୪ରୁ ୬ ସପ୍ତାହ ରହିଛି। ଏହାର ଅର୍ଥ କୋଭାକ୍ସିନ ଟିକାର ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତି ୪ରୁ ୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନେବେ। ରିୟଲ ଲାଇଫ ପ୍ରମାଣକୁ ଆଧାର କରି କୋଭିଡ-୧୯ ୱାର୍କିଂ ଗ୍ରୁପ୍‌ କୋଭିସିଲ୍ଡ ଟିକାର ଡୋଜ୍‌ ମଧ୍ୟରେ ଥିବା ସମୟକୁ ବୃଦ୍ଧି କରିବାକୁ ଏକମତ ହୋଇଥିବା ଭାରତ ସରକାର କହିଛନ୍ତି। ସୂଚନାଯୋଗ୍ୟ, ସରକାରଙ୍କ ନ୍ୟାଶନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ ଅଫ୍ ଇମ୍ୟୁନାଇଜେସନ ପ୍ରଥମେ କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍‌ ମଧ୍ୟରେ ଥିବା ସମୟକୁ ବଦଳାଇବାକୁ ପ୍ରସ୍ତାବ ଦେଇଥିଲା।