ଲକ ଡାଡନରେ ଧରାପଡ଼ିଗଲା ଆମ ନାଲି ପାଣି ବେପାର !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/ଚୌଦ୍ୱାର)- କରୋନାର ଦ୍ୱିତୀୟ ଲହରୀର ଭୟାବହତାକୁ ଲକ୍ଷ୍ୟକରି ସରକାର ଲକ୍‌ଡାଉନ କରିଥିବା ବେଳେ ଏହାର ସୁଯୋଗ ନେଇ କିଛି ମଦ ବ୍ୟବସାୟୀ ଚୋରାରେ ମଦ ବିକ୍ରୀ କରି ଭଲ ମୁନାଫା କମାଉଛନ୍ତି କ୍ଷ ପୋଲିସ ମାସ୍କ ଓ ହେଲମେଟ୍ ଚେକିଂ ରେ ସୀମିତ ରହିଥିବା ବେଳେ ଏହି ବେପାର ଖୋଲମଖୁଲା ହେଉଛି । ସେହିଭଳି ୩ଜଣ ଚୋରା ମଦ ବ୍ୟବସାୟୀଙ୍କ ଘରେ କିଛି ମହିଳା ଚଢାଉ କରି ବିପୁଳ ମାତ୍ରରେ ମଦ ଜବତ କରିବା ସହ ବ୍ୟବସାୟି ମାନଙ୍କୁ ପୋଲିସ ଜିମା ଦେଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚୌଦ୍ୱାର ଥାନା ଅନ୍ତର୍ଗତ ଓଟିଏମ କଲୋନୀରେ । କଲୋନୀର ୪ଟି କ୍ୱାର୍ଟର ଭିତରେ ମହଜୁଦ ଥିବା ବିପୁଳ ପରିମାଣର ଚୋରା ଦେଶୀ ଓ ବିଦେଶୀ ମଦକୁ ଚୌଦ୍ୱାର ପୋଲିସ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଜବତ କରିଛି । ଏଥି ସହିତ ଓଟିଏମ୍ କଲୋନୀରେ ରହୁଥିବା ମଦ ବ୍ୟବସାୟୀ କାହ୍ନୁ ଚରଣ ରାଉଳ, ରମେଶ ରାଉଳ ଓ ଚନ୍ଦ୍ର ଶେଖର ସାହୁଙ୍କୁ ଗିରଫ କରିଛି ।ସେମାନଙ୍କ ଘରୁ ୭୨୫ ବୋତଲ ଦେଶୀ ମଦ, ୧୮ ବୋତଲ ବିଦେଶୀ ମଦ, ୧୬୦ ଲିଟର ସହିତ ୪ଟି ମଟରସାଇକେଲ, ଗୋଟିଏ ଅଲଟୋ କାର, ମଦ ରଖୁଥିବା ଜାରକିନ୍ ଆଦି ଜବତ କରାଯାଇଛି କ୍ଷ ଅଭିଯୁକ୍ତ କାହ୍ନୁ ଓ ତାଙ୍କ ବାପା ଓଟିଏମ୍ କଲୋନୀସ୍ଥିତ ତାଙ୍କ ରହିବା କ୍ୱାର୍ଟରରେ ଦୀର୍ଘଦିନ ହେଲା ଚୋରାମଦ କାରବାର କରୁଥିଲେ । ଏଥି ସହିତ ସ୍ଥାନୀୟ ବାସିନ୍ଦାଙ୍କୁ ଡରାଇ ଧମକାଇ ଚୁପ୍ କରି ରଖୁଥିଲେ । କେହି ପ୍ରତିବାଦ କଲେ ସେମାନଙ୍କୁ ମାଡ଼ ମାରିବା, ଧମକାଇବା ଓ ହଇରାଣ ହରକତ ଆଦି କରୁଥିଲେ । ପରିସ୍ଥିତି ଅସମ୍ଭାଳ ହେବାରୁ କଲୋନୀର ଶତାଧିକ ମହିଳା, ପୁରୁଷ ଓ ଯୁବକ ଏକାଠି ହୋଇ ମଦ ସାମ୍ରାଜ୍ୟ ଚଳାଇଥିବା ୪ଟି କ୍ୱାର୍ଟର ଉପରେ ଚଢ଼ଉ କରିଥିଲେ । ଘର ଭିତରେ ବିପୁଳ ପରିମାଣର ପେଟି ବାହାରକୁ ନେଇ ଆସିବା ସହିତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ସଦଳବଳେ ଘଟଣାସ୍ଥଳରେ ପହଚିଂ ମଦ ଜବତ କରିବା ସହିତ ବିଭିନ୍ନ ସ୍ଥାନରେ ଚଡ଼ଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ ।

ଓଡ଼ିଶାରେ ହେବ ୭ଟି ଅକ୍ସିଜେନ୍‌ ପ୍ଲାଣ୍ଟ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଓଡ଼ିଶାରେ ହେବ ୭ଟି ଅକ୍ସିଜେନ ପ୍ଲାଣ୍ଟ। ଏ ସବୁ ଅକ୍ସିଜେନ୍ ପ୍ଲାଣ୍ଟ ତିଆରି କରିବ DRDO। ବୌଦ୍ଧ, କଟକ, ଭଦ୍ରକ, ଗଜପତି, ଝାରସୁଗୁଡ଼ା, ନୟାଗଡ଼ ଓ କୋରାପୁଟରେ ହେବ ଅକ୍ସିଜେନ୍‌ ପ୍ଲାଣ୍ଟ। ଅକ୍ସିଜେନ୍ ପ୍ଲାଣ୍ଟର କେବଳ ସିଭିଲ୍ ଓ ଇଲେକ୍ଟ୍ରିକାଲ୍‌ କାମ NHAI କରିବ। ସମସ୍ତ ପ୍ଲାଣ୍ଟ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇସାରିଥିବା ସୂଚନା ମିଳିଛି। ବୌଦ୍ଧ ଓ କଟକରେ କାମ ଆରମ୍ଭ ହୋଇସାରିଥିବା ନେଇ NHAI କର୍ତ୍ତୃପକ୍ଷ କହିଛନ୍ତି। ମହାମାରୀ କରୋନାରେ ଗୁରୁତର ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ପାଇଁ ଅକ୍ସିଜେନ୍‌ ସଞ୍ଜିବନୀ ସଦୃଶ ହୋଇଛି। ହେଲେ ଏହାର ଅଭାବ ଯୋଗୁ ବଡ଼ ବଡ଼ ମେଟ୍ରୋ ସିଟିରେ ରୋଗୀଙ୍କ ଜୀବନ ଯାଉଛି। ବିଶେଷକରି ଦିଲ୍ଲୀ, ପଞ୍ଜାବ, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ପରି ରାଜ୍ୟରେ ଥିବା ମେଡିକାଲ୍‌ରେ ଅକ୍ସିଜେନ୍‌ର ଘୋର ଶଙ୍କଟ ଦେଖାଦେଇଛି। ଏପରି ଘଡିସନ୍ଧୀ ମୁହୂର୍ତ୍ତରେ ସେମାନଙ୍କ ପାଖରେ ଅକ୍ସିଜେନ୍‌ ପହଞ୍ଚାଇଛି ଓଡ଼ିଶା। ଏବେ ଆଉ ୭ଟି ଅକ୍ସିଜେନ୍‌ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ଓଡ଼ିଶା ସମେତ ଦେଶରେ ଦେଖାଦେଇଥିବା ଅକ୍ସିଜେନ୍‌ ଅଭାବ ବହୁମାତ୍ରାରେ ଦୂର ହେବ।

ଶ୍ରୀମନ୍ଦିର ବାହାରେ ହେବ ଚନ୍ଦନ ଯାତ୍ରା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଶ୍ରୀମନ୍ଦିର ବାହାରେ ହେବ ଚନ୍ଦନ ଯାତ୍ରା । ଆଜି ବସିଥିବା ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ଏନେଇ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ୧୪୪ ଧାରା ଲାଗୁ କରାଯାଇ ଚନ୍ଦନ ଯାତ୍ରା କରାଯିବ। ସୀମିତ ସଂଖ୍ୟକ ଅର୍ଥାତ୍ ୫୦ରୁ ୭୦ ସେବାୟତଙ୍କୁ ନେଇ ଯାତ୍ରା କରାଯିବ। ସେବାୟତଙ୍କ ଜଞଚଉଜ ଟେଷ୍ଟ କରାଯିବ, ନେଗେଟିଭ ଥିବା ସେବାୟତଙ୍କୁ ଅନୁମତି ମିଳିବ। ରଥ ନିର୍ମାଣରେ ନିୟୋଜିତ ଲୋକଙ୍କୁ ଆଇସୋଲେସନରେ ରଖାଯିବ । ଉଭୟ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ବେଳେ ୧୪୪ ଧାରା ଜାରି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଦର୍ଶନ ପାଇଁ ଗଣମାଧ୍ୟମକୁ ଚନ୍ଦନ ଯାତ୍ରାର ଲାଇଭ ଫିଡ୍ ଦିଆଯିବାକୁ ବ୍ୟବସ୍ଥା ହୋଇଛି । ଛତିଶା ନିଯୋଗ ମିଟିଂ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି। ଆଜି ଛତିଶାନିଯୋଗ ବୈଠକ ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ତେବେ କୋଭିଡ କଟକଣା ଭିତରେ ଚନ୍ଦନଯାତ୍ରା ପ୍ରସ୍ତୁତି ଆରମ୍ଭ ହୋଇଛି। ନରେନ୍ଦ୍ର ପୁଷ୍କରଣୀକୁ ମଧ୍ୟ ପ୍ରସ୍ତୁତ କରାଯାଇଛି। ଡଙ୍ଗାକୁ ପାଣି କଢାଯାଇ ଚାପ ପ୍ରସ୍ତୁତ କରାଯାଉଛି। ଏବେ କରୋନା ମହାମାରୀ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାରୁ କଟକଣା ଭିତରେ କିଭଳି ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଶେଷ ହେବ ସେନେଇ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ବିନାଭକ୍ତରେ ଚନ୍ଦନଯାତ୍ରା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିବାବଳେ ସେବାୟତ ସଂଖ୍ୟା ବି ସୀମିତ କରିବାକୁ ସ୍ଥିର ହୋଇଛି। ଏଥିପାଇଁ ନୀତି ସଂପୃକ୍ତ ସେବାୟତଙ୍କ ତାଲିକା ପ୍ରସ୍ତୁତି ଚାଲିଛି। 

କାଳବୈଶାଖୀର ତାଣ୍ଡବ…!

!!!  ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ବେଗୁନିଆପଡ଼ା)- ମଙ୍ଗଳବାର ବେଗୁନିଆପଡ଼ା ଓ କୋଦଳାର ଅଂଚଳରେ ତାଣ୍ଡବ ରଚିଛି କାଳବୈଶାଖୀ । ପ୍ରବଳ ପବନ ସାଙ୍ଗକୁ ଘଡଘଡି ସହ ବର୍ଷା ହୋଇଛି । ପବନରେ ଅନେକ ଗଛ ଭାଙ୍ଗି ଯାଇଛି। ବର୍ଷା ପ୍ରଭାବରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଯିବା ଫଳରେ ପ୍ରାୟ ସବୁ ଅଂଚଳ ଅନ୍ଧକାରମୟ ହୋଇ ଯାଇଥିଲା। ଅସରାଏ ବର୍ଷା ହେବା ଯୋଗୁଁ ପାଗରେ କିଛିଟା ପରିବର୍ତ୍ତନ ହୋଇଛି। ଫଳରେ କିଛି ଦିନ ଧରି ଲାଗି ରହିଥିବା ଅସହ୍ୟ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

ମିଳିଲାନି କୋଭିଡ୍ ଭତ୍ତା ତଥାପି କୋଭିଡ୍ ରୋଗୀଙ୍କୁ ଘରକୁ ଘର ବୁଲି ଦେଖୁଛନ୍ତି ଆର ବି ଏସ କେ ଆୟୁଷ ଡାକ୍ତର..!

!!!  ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ଗଞ୍ଜାମ)- ଗତ ବର୍ଷେ ରୁ ଅଧିକ ସମୟ ଧରି ମହାମାରୀ କୋଭିଡ ସାରା ବିଶ୍ୱ ରେ ତାର ପ୍ରକୋପ ଜାରି ରଖିଛି।
ଆମ ରାଜ୍ୟ ଓଡିଶା ବି ସହିଛି ବହୁତ ଅପୁରଣିୟ କ୍ଷତି।ବହୁତ ଜଣ ସାଧାରଣ ଜୀବନ ହାରିଥିବା ବେଳେ କରୋନା କୁ ପ୍ରତିହତ କରିବାର ପ୍ରୟାସ ରେ ଆଗ ଧାଡି ର କର୍ମୀ ଭାବେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଅବଦାନ ଅତୁଳନୀୟ। ଓଡିଶା ର ସ୍ୱାସ୍ଥ୍ୟ ସେବା ରେ ନିୟୋଜିତ ଆର ବି ଏସ କେ ଆୟୁଷ ଡାକ୍ତର ମାନେ ଏ କ୍ଷେତ୍ରରେ ଆଗକୁ ଆସି ସାହସ ର ସହିତ କରୋନା ମୁକାବିଲା ରେ ନିୟୋଜିତ ହୋଇଥିଲେ।ସେମାନେ ବହୁ ବାଧା ବିଘ୍ନ ଏବଂ ନିଜ ଜୀବନ କୁ ବାଜି ଲଗାଇ ସଂଗରୋଧ କେନ୍ଦ୍ର ଠୁ ଆରମ୍ଭ କରି ଘର ଘର ବୁଲି କରୋନା ପଜିଟିଭ ଓ କରୋନା ସନ୍ଦିଗ୍ଧ ରୋଗୀ ଙ୍କର ଚିହ୍ନଟି କରଣ ଓ ଚିକିତ୍ସା କରିଆସିଛନ୍ତି। ସେମାନେ ଙ୍କ ନିସ୍ୱାର୍ଥପର ସେବା ଓ ତ୍ୟାଗ କୁ ସରକାର ଅନୁଭବ କରି ସେମାନ ଙ୍କୁ ପ୍ରୋତ୍ସାହନ ରାଶି ରୂପେ ଦୈନିକ ୭୫୦ ଟଙ୍କା ଦେବାର ଘୋଷଣା କରିଥିଲେ। ବାରମ୍ବାର ଦାବି ଉପସ୍ଥାପନ ପରେ ବି ଆଜି ଯାଏଁ ସେହି ପ୍ରୋତ୍ସାହନ ରାଶି ଏହି ଆୟୁଷ ଡାକ୍ତର ମାନଙ୍କୁ ଦିଆଯାଇନାହିଁ।ପ୍ରକାଶ ଥାଉକି ବର୍ତ୍ତମାନ ପୁଣି କରୋନା ର ଉପରମୁଁହା ଆକ୍ରମଣ ଗତି ଦେଖି ସରକାର ଉକ୍ତ ଡାକ୍ତର ମାନଙ୍କୁ ପୁଣି ଘର ଘର ବୁଲି କରୋନା ରୋଗୀ ଙ୍କ ଚିକିତ୍ସା ପାଇଁ ନିୟୋଜିତ କରିଛନ୍ତି।ଏଠାରେ ସର୍ବ ସାଧାରଣ ରେ ପ୍ରଶ୍ନ ଉଠେ କି ଯେଉଁ ଡାକ୍ତର ମାନଙ୍କୁ ଗତ ବର୍ଷ ଘୋଷଣା କରା ଯାଇଥିବା ପ୍ରୋତ୍ସାହନ ରାଶି ରୁ ଅଦ୍ୟାବଧି ବଂଚିତ ରଖା ଯାଇଛି ସେହି ଡାକ୍ତର ମାନେ ପୁଣି ଏଇ ବର୍ଷ ସେହି ଦାୟିତ୍ୱ କୁ ସମାନ ଶ୍ରଦ୍ଧା ଆଉ ସାହସ ର ସହ ତୁଲାଇବେ ତ ? ସରକାର ଜାଣି ଜାଣି ଜଣ ସାଧରଣ ଙ୍କ ଜୀବନ କୁ ବିପଦ ମୁଁହ କୁ ଠେଲି ଦେଉନାହାନ୍ତି ତ ?

ବେଗୁନିଆପଡା ବ୍ଲକର କୁମ୍ଭାରଗାଁ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ।

!!!  ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ବେଗୁନିଆପଡା)- ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି |କୁମ୍ଭାରଗାଁ ପଞ୍ଚାୟତର ମାଲ ବେଲପଡା ଓ କୁମାରିପାରି ଗ୍ରାମରେ ବହୁ କରୋନା ପଜେଟିଭ ମିଳିବା ପରେ ଉପଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା 3385 ପ୍ରକାରେ ସରପଞ୍ଚ ସତୀଶ କୁମାର ତାରିଣୀ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି |ଏଥିସହ କୁମ୍ଭାରଗାଁ ପଞ୍ଚାୟତ ଅନ୍ତର୍ଗତ କୋଳିଆ ଗ୍ରାମ,ବେଗୁନିଆଡିହ,କୁମ୍ଭାରଗାଁ ଠାରୁ ଅଙ୍ଗାରଗାଁ ପଞ୍ଚାୟତର ଡାଇକି ଛକ ପର୍ଯ୍ୟନ୍ତ ବଫର ଜୋନ ଘୋଷଣା କରାଯାଇଛି |ସଂକ୍ରମଣ ଅଧିକ ନ ବ୍ୟାପିବା ପାଇଁ ଏ ଅଂଚଳରେ କଣ୍ଟେନମେଣ୍ଟ ଜୋନ କରାଯାଇଛି |କଣ୍ଟେନମେଣ୍ଟ ଜୋନରେ ଅବସ୍ଥିତ ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ |ଲୋକମାନଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି |ମେଡିକାଲ କର୍ମଚାରୀ ଘରକୁ ଘର ବୁଲି ସ୍ୱାବ ସଂଗ୍ରହ କରିବା ସହ ସମସ୍ତଙ୍କ ସ୍କିନିଂ କରିବେ ଏବଂ କୋଦଳା ଅଗ୍ନିଶମ ବାହିନୀ ଉକ୍ତ ପଞ୍ଚାୟତରେ ହୋଇଥିବା କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନରେ ସାନିଟାଇଜ କରିବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି |

ଶିକ୍ଷକ ଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେବା ପାଇଁ ବିଧାୟକ ଙ୍କ ରାଜ୍ୟ ପ୍ରଶାସନ କୁ୍ ପ୍ରସ୍ତାବ।

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଶିକ୍ଷକ ମାନଙ୍କୁ ବିନା କୋଭିଡ ଭେକ୍ସିନ ନଦେଇ, ବିନାଜୀବନବୀମା ରେ ଓ କୋଭିଡ କିଟ ନଯୋଗାଇ କୋଭିଡ ଯୋଦ୍ଧା ଘୋଷଣା ନକରି ଶିକ୍ଷକ ମାନଙ୍କୁ କୋଭିଡ କାର୍ଯ୍ୟରେ ନିୟୋଜିତ କରିବା କେତେଦୂର ଯଥାର୍ଥ ବୋଲି ଟିଟଲାଗଡ଼ ପ୍ରାଥମିକ ଶିକ୍ଷକ ସଂଘ ପ୍ରଶ୍ନ କରିଛି । ଏହି ପ୍ରସଙ୍ଗରେ ସଙ୍ଘ ପକ୍ଷରୁ ଏକ ଦାବିପତ୍ରରେ ଶିକ୍ଷକଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରିବା ,କୋଭିଡ କାର୍ଯ୍ୟରେ ନିୟୋଜିତ ମୃତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ମୁତ୍ଯୁ କାଳୀନ ବୀମା ଯୋଗାଇ ଦେବା ସହ ତାଙ୍କ ପରିବାରର ଜଣେ ସଦସ୍ୟ ଙ୍କୁ ଶିକ୍ଷା ଗତ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଦେବା ,କାର୍ଯ୍ୟ ଆରମ୍ଭ ସମୟରେ କୋଭିଡ ଟୀକା ଯୋଗାଇଦେବା ନିମନ୍ତେ ସଙ୍ଘ ଦାବୀ କରିଛି ।

ଏହିଭଳି କୋଭିଡ କାର୍ଯ୍ୟରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ କୋଭିଡ ଯୋଦ୍ଧାର ଆଖ୍ୟା ଦେଇ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ପାରଳାଖେମୁଣ୍ଡି ବିଧାୟକ ମାନ୍ୟବର କେ.ନାରାୟଣ ରାଓ ରାଜ୍ୟ ଶିକ୍ଷାବିଭାଗ ଅଧିକାରୀଙ୍କୁ ପତ୍ରନମ୍ବର। ୯୧/୨୧ତା: ୧୦.୦୫.୨୧ ରିଖ କ୍ରମେ ପ୍ରସ୍ତାବ ଦେଇଥିବାବେଳେ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବିଧାୟକ ମାନ୍ୟବର ସନାତନ ବିଜୁଳି ତାଙ୍କ ପତ୍ର ନମ୍ବର ୩୨/୨୫୬ ତା ୦୩.୦୫.୨୧ ରିଖ କ୍ରମେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି । ମାନ୍ୟବର ବିଧାୟକଙ୍କ ଏଭଳି ପଦକ୍ଷେପ ଶିକ୍ଷକ ମହଲରେ ଖୁସି ଭରିଦେଇଛି । ଶିକ୍ଷକ ସମାଜ ପକ୍ଷରୁ ମାନ୍ୟବର ବିଧାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

ଆମେ ତ ପୋଲିସ ବାବୁ ଆମକୁ କିଏ କଣ କରିବ…!

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ଜଳନ୍ଧର ବେହେରାଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (କନ୍ଧମାଳ) – କନ୍ଧମାଳ ଜିଲାରେ ଏକ ବାଇକ ର ଗାଡି ନମ୍ବର ରେ ଚାଲୁଚି ରାଇକିଆ ଥାନାର ବୋଲେରୋ ଗାଡି |ଏହି ବୋଲେରୋ ଗାଡି ଧରି ରାଇକିଆ ଥାନାର ଆଇ.ଆଇ.ସି ତରୁଣ ତପନ ବେହେରା ଏବଂ ତାଙ୍କ ଟିମ ସହ ଜାଣି ସୁଣି ବୁଲୁଥିବା ଦେଖିବାକୁ ମିଳୁଛି |୨୦୨୧ ମସିହା ରୁ ସଡ଼କ ସୁରକ୍ଷା ନିୟମ କିଛି ମାତ୍ରାରେ ବଦଳିଯିବା ପରେ ଜଣେ ବ୍ୟକ୍ତି ଯଦି ହେଲମେଟ ଭି ପିନ୍ଧିନ ଥାଏ ତେବେ ଏକ ହଜାର ଟଙ୍କାର ଫାଇନ ଦେବାକୁ ପଡୁଛି |ଯଦି ସରକାରୀ କର୍ମ ଚାରି ହୋଇ ଏଭଳି ଜାଣି ସୁଣି ଭୁଲ କାମ କରାନ୍ତି ତେବେ ଆଇନ ଏମାନଙ୍କ ପ୍ରତି କେତେ ଫାଇନ ଆଦାୟ କରିବା ଉଚିତ ?.. ଲୋକଙ୍କୁ ଧରି ଫାଇନ ହଜାର ହଜାର ଟଙ୍କା ଯିଏ ଆଦାୟ କରୁଛନ୍ତି ଆଜି ନିଜେହିଁ ଜାଣି ସୁଣି ଭୁଲ କରିଛନ୍ତି | ଏଥି ପାଇଁ ଦାଈ ହେବ କିଏ ସରକାର ନା ରାଇକିଆ ଥାନାର ଆଇ.ଆଇ.ସି ବାବୁ |ପ୍ରକୃତରେ ଏମାନଙ୍କୁ କେତେ ଫାଇନ ହେବା ଦରକାର ??.. ଯଦି ସରକାରୀ କର୍ମ ଚାରି ହୋଇ ଏଭଳି କାର୍ଯ୍ୟ କରାନ୍ତି ତେବେ ଏମାନଙ୍କୁ କାର୍ଯ୍ୟରୁ ନିହାତି ବହିରସ୍କୃତ କରିବା ଆବଶ୍ୟକ ଅଟେ |

କେଡେ ଦୁଃଖର ବିଷୟ ଏହିକି ଯେ ଜଣେ ସରକାରୀ କର୍ମଚାରୀ ହୋଇ ସଚେତନ ଦେବା ଆଶାରେ ଆଜି ନିଜରହି ସଚେତନ ନାହିଁ |ଏଭଳି ନିୟମ କୁ ଉଲଘଂନ କରୁଥିବା ସରକାରୀ କର୍ମଚାରୀଙ୍କୁ ନିହାତି କଠିଣରୁ କଠିନ ଦଣ୍ଡ ମିଳିବା ଦରକାର |ନିରୀହ ଗରିବ ଲୋକୋମାନାକୁ ସରକାର ରାସ୍ତା ଘାଟରେ ସବୁବେଳେ ହଇରାଣ କରୁଛନ୍ତି | କିନ୍ତୁ ଏଠି ଦେଖନ୍ତୁ ପୋଲିସ ବାବୁ ମାନେ ନିୟମକୁ ଉଲଙ୍ଘନ କରି ଚାଲିଛନ୍ତି |ଏମାନଙ୍କୁ କଣ ନିୟମ ନାହିଁକି ନା ସରକାର ଏମାନଙ୍କୁ ଜାଣି ସୁଣି ଖେମା ଦେଇଦେଉଛନ୍ତି ?? ଯଦି ସରକାରଙ୍କର ଏବଂ ପୋଲିସ ବାବୁ ମାନଙ୍କର ମଧୁଚନ୍ଦ୍ରିକା ଏମିତି ହିଁ ବଢି ଚାଲେ ତେବେ ସରକାରଙ୍କ ଉପରେ ଲୋକଙ୍କର ବିଶ୍ୱାସ ତୁଟି ଯିବା ସ୍ୱଭାବିକ |

ଓଡିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ।ଦାବି ପୂରଣ ନହେଲେ କୋଭିଡ୍ ପରିଚାଳନା କାର୍ଯ୍ୟରେ ସରକାରଙ୍କୁ ସଂପୂର୍ଣ୍ଣ ରୂପେ ଅସହଯୋଗ କରିବୁ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଓଡିଶା ର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ହଜାର ହଜାର ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ କିଭଳି ଅବହେଳିତ ଓ ଶୋଷିତ ହୋଇ ନ୍ୟାୟ ପ୍ରାପ୍ତିରୁ ବଞ୍ଚିତ ହେଉଛନ୍ତି,ସେ ସଂର୍ପକରେ ବିନମ୍ରତାର ସହ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପ୍ରତିକାର ନିମନ୍ତେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ,ସଚିବ,ନିର୍ଦ୍ଦେଶକ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସଂଘ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି।ବିଗତ କିଛି ଦିନ ହେବ ପ୍ରତ୍ୟେକ ଦିନ ବିଭିନ୍ନ ଜିଲ୍ଲାରେ କୋଭିଡ୍ ପରିଚାଳନା ରେ ନିୟୋଜିତ ହୋଇଥିବା ଶିକ୍ଷକ ମାନଙ୍କର କୋରନା ଆକ୍ରାନ୍ତ ରେ ନିଧନ ହେଇଥିବାର ଖବର ସାମ୍ନାକୁ ଆସୁଛି।ଆଜି ମଧ୍ୟ ମାଲକାନଗିରି,ଝାରସୁଗୁଡା ଏବଂ ବରଗଡ ଜିଲ୍ଲା ର ଜଣିଏ ଲେଖାଏଁ ଶିକ୍ଷକ କୋରନା ଆକ୍ରାନ୍ତ ରେ ମୃତ୍ଯୁ ବରଣ କରିଛନ୍ତି ବୋଲି ବିଭିନ୍ନ ଖବର କାଗଜରେ ମୁଦ୍ରିତ ହୋଇଅଛି।ଯେଉଁ ଶିକ୍ଷକ ମାନଙ୍କର ନିଧନ ହୋଇଛି ସେମାନେ ସରକାର ଙ୍କର ନିର୍ଦ୍ଦେଶ କ୍ରମେ କୋଭିଡ୍ ପରିଚାଳନା କାର୍ଯ୍ୟ ରେ ନିୟୋଜିତ ଥିଲେ।ଯାହା ଫଳରେ ତିନି ତିନିଟି ପରିବାର ସର୍ବହରା ହୋଇଯାଇଛନ୍ତି।ତେଣୁ ଆମ ଓଡିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ମୁଖ୍ୟ ଦାବି ଗୁଡିକ ହେଉଛି :-

  1. ସରକାର ଶିକ୍ଷକ ମାନଙ୍କୁ କୋଭିଡ୍-୧୯ ପରିଚାଳନା କାର୍ଯ୍ୟରେ ନିୟୋଜିତ କରିଥିଲେ ମଧ୍ୟ କୋରୋନା ଯୋଦ୍ଧା ଭାବେ ଘୋଷଣା କରିନାହାନ୍ତି।ସରକାରଙ୍କର ନିର୍ଦ୍ଦେଶରେ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ସମସ୍ତ କାର୍ଯ୍ୟ କରୁଅଛନ୍ତି।ବିଭିନ୍ନ ବର୍ଡର ରେ ବାହାର ରାଜ୍ୟ ରୁ ଆସୁଥିବା ଲୋକ ମାନଙ୍କର ନାମ ପଞ୍ଜିକରଣ କାର୍ଯ୍ୟ,ବିଭିନ୍ନ ରେଳ ଷ୍ଟେସନ୍ ରେ ଆସୁଥିବା ଯାତ୍ରୀ ମାନଙ୍କୁ ଥର୍ମାଲ୍ ସ୍କ୍ରିନିଙ୍ଗ୍ କରିବା,ବିଭିନ୍ନ କ୍ବାରେନଟାଇନ୍ ସେଣ୍ଟର୍ କୁ ତଦାରଖ କରିବା ଭଳି ଆଦି କାର୍ଯ୍ୟରେ ସରକାରଙ୍କ ଦ୍ବାରା ନିୟୋଜିତ ଅଛନ୍ତି।ରାଜ୍ୟ ସରକାର ଗୃହ ବିଭାଗ ରେ କାର୍ଯ୍ୟ କରୁଥିବା ଏବଂ ସ୍ବାସ୍ଥ୍ୟ ବିଭାଗ ରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ କୋଭିଡ୍ ଯୋଦ୍ଧା ଭାବରେ ବିବେଚିତ କରି ସେମାନଙ୍କୁ ବୀମାରେ ସାମିଲ୍ କରାଇ ଅଛନ୍ତି।ନିକଟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ କୋଭିଡ୍ ଯୋଦ୍ଧା ଭାବରେ ଘୋଷଣା କରାଯାଇଛି ଏବଂ ତାଙ୍କୁ ବି ବୀମାରେ ସାମିଲ୍ କରାଯାଇଛି।ଯାହାକୁ ଆମ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ସ୍ବାଗତ ଜଣାଇଛି।କିନ୍ତୁ ଦୁଃଖ ଓ ପରିତାପ ର ବିଷୟ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ସରକାର ସବୁ ସମୟରେ ହତାଦର କରିଆସୁଛନ୍ତି।ସରକାରଙ୍କର ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ପ୍ରତି ବୈମାତୃକ ମନୋଭାବ କୁ ଗ୍ରହଣ କରାଯାଇପାରିବ ନାହିଁ।କୋଭିଡ୍ ପରିଚାଳନା କାର୍ଯ୍ୟରେ ଆମର ଶହ ଶହ ଶିକ୍ଷକ ନିୟୋଜିତ ହୋଇଥିବା ବେଳେ ଶିକ୍ଷକ ମାନଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା ନକରିବା ଏବଂ ସ୍ବାସ୍ଥ୍ୟ ବୀମାରେ ସେମାନଙ୍କୁ ସାମିଲ୍ ନକରିବାକୁ ଓଡିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ମହା ସଚିବ ଶ୍ରୀଯୁକ୍ତ ବିଶ୍ବଜିତ୍ ବିଶ୍ବାଳ ଦୃଢ ଭାବରେ ନିନ୍ଦା କରିବା ସହ ଏହାକୁ ବିରୋଧ କରିଛନ୍ତି।ଶିକ୍ଷକ ଏବଂ ତାଙ୍କ ପରିବାର ର ସୁରକ୍ଷା ଚିନ୍ତା ସରକାର କିପରି ଭାବରେ କରୁନାହାନ୍ତି ବୋଲି ରାଜ୍ୟ ସଂଘର ସଭାପତି ଶ୍ରୀଯୁକ୍ତ ପଞ୍ଚାନନ ଜେନା ସରକାରଙ୍କୁ ପ୍ରଶ୍ନ କରିଛନ୍ତି।ଏଥି ସହିତ ତୁରନ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା କରିବା ପାଇଁ ଦାବି ଜଣାଇଅଛନ୍ତି।
  2. ପୂର୍ବ ବର୍ଷ ଯେତେବେଳେ କୋରନା ଆକ୍ରାନ୍ତ ବଢିବା ଆଶାରେ ବିଦ୍ୟାଳୟ କୁ ବନ୍ଦ କରିଦିଆଯାଇଥିଲା ଏହି କୋରନାକୁ ଆୟତ୍ତ କରିବା ନିମନ୍ତେ ମୁକାବିଲା ପାଇଁ ଶିକ୍ଷକ ମାନଙ୍କୁ ମଧ୍ୟ ବିଭିନ୍ନ କୋରନା ପରିଚାଳନା କାର୍ଯ୍ୟ ରେ ନିୟୋଜିତ କରାଯାଇଥିଲା।କିଛି ଜିଲ୍ଲାର ଶିକ୍ଷକ କୋଭିଡ୍ ପରିଚଳନା ରେ ନିୟୋଜିତ ଥିବାରୁ ତାଙ୍କର ମୃତ୍ଯୁ ଘଟିଥିଲା।ସରକାର ତାଙ୍କ ପରିବାରକୁ ଆଜି ଯାଏଁ ସରକାର ଚାକିରି ଟିଏ ନଦେଇ ପାରିଥିବାରୁ ସେମାନଙ୍କ ଘର ଉଜୁଡି ଯାଇଛି।କେତୋଟି ପରିବାର ବେସାହାରା ମଧ୍ୟ ହୋଇଯାଇଛନ୍ତି।ତେଣୁ ପୂର୍ବ ବର୍ଷକୁ ବିଚାରକୁ ନେଇ ସମସ୍ତ ଶିକ୍ଷକ କୋଭିଡ୍ ପରିଚାଳନା କାର୍ଯ୍ୟକୁ ଭୟ କରୁଛନ୍ତି।ଚୁକ୍ତିଭିତ୍ତିକ ଶିକ୍ଷକ କୌଣସି କାର୍ଯ୍ୟକୁ ଭୟ କରନ୍ତି ନାହିଁ।କିନ୍ତୁ ତାଙ୍କର ଯଦି କିଛି କ୍ଷତି ହୋଇଯାଉଛି ତାହେଲେ ସରକାର ତାଙ୍କ ପରିବାରର ଗୁଜୁରାଣ ମେଣ୍ଟେଇବା କଥା ବୁଝିବେ ତୋ ? ତେଣୁ ସରକାର ଘୋଷଣା କରନ୍ତୁ କୋଭିଡ୍ ପରିଚାଳନା କରୁ କରୁ ଯଦି କାହାରି ଅକାଳ ମୃତ୍ଯୁ ହୁଏ ତାହେଲେ ତାଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ପ୍ରଦାନ କରିବେ।
  3. ପୂର୍ବ ବର୍ଷ କୋଭିଡ୍ ପରିଚାଳନାରେ ଶିକ୍ଷକ ମାନଙ୍କୁ ନିୟୋଜିତ କରାଯାଇଥିଲେ ବି ଟିକାକରଣ କ୍ଷେତ୍ରରେ ଶିକ୍ଷକ ମାନଙ୍କୁ କାହିଁକି ଉପେକ୍ଷା କରାଗଲା ?ଯେହେତୁ କୋଭିଡ୍ ପରିଚାଳନା ରେ ଶିକ୍ଷକ ମାନଙ୍କର ଆବଶ୍ୟକତା ରହୁଛି ତେଣୁ ସରକାର କିପରି ଏହା ଭୁଲିଗଲେ ? ତେଣୁ ସ୍ବାସ୍ଥ୍ୟକର୍ମୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଯେପରି ସ୍ବତନ୍ତ୍ର ବ୍ୟବସ୍ଥା ଆୟୋଜନ କରି ଟିକାକରଣ କରାଯାଉଛି ଠିକ୍ ସେପରି ଶିକ୍ଷକ ମାନଙ୍କ ପାଇଁ ବି କରାଯାଉ। ସମସ୍ତ ଦାବି ପ୍ରତି ଦୃଷ୍ଟିଦେଇ ୦୭ ଦିନ ମଧ୍ୟରେ ଦୟାପୂର୍ବକ କାର୍ଯ୍ୟପନ୍ଥା ସରକାର ଗ୍ରହଣ କଲେ ରାଜ୍ୟ ସଂଘର ସମସ୍ତ କର୍ମକର୍ତ୍ତା ତଥା ଓଡିଶାର ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ଉପକୃତ ହେଵେ ନହେଲେ ଆମେ ବାଧ୍ୟ ହୋଇ କୋଭିଡ୍ ପରିଚାଳନା କାର୍ଯ୍ୟରେ ସଂପୂର୍ଣ୍ଣ ଅସହଯୋଗ କରିବୁ ବୋଲି ରାଜ୍ୟ ସଂଘର ସଂପାଦକ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ବେହେରା,କୋଷାଧ୍ଯକ୍ଷ ଅକ୍ଷୟ ସତନାମି,ଦାମଦର ମହାନନ୍ଦ,ସୁବାସ ଜେନା,ସୁବ୍ରତ ଲେଙ୍କା,ମାନସ ସେଠୀ,ନୟନ କୁମାର ପାଢୀ,ସୀମାନ୍ଚଳ ସାହୁ,ଆନନ୍ଦ ମହାନ୍ତି,ମାନସ କୁମାର ପୁହାଣ,ମନୋହର ଦାସ,ପ୍ରତାପ୍ ସାମଲ୍,ବନସ୍ତ କୌଶଲ୍ୟ,ଶୁଭଶ୍ରୀ ମହାରଣା,ସୁଶାନ୍ତ ଗୋଛି,ଦେବରାଜ୍ ସାହୁ,ରାଜେନ୍ଦ୍ର ମଲ୍ଲିକ୍ ଏବଂ ଦେବାଶିଷ୍ ଜେନା ଆଦି ସୂଚନା ଦେଇଛନ୍ତି।ଏହି ଦାବି କୁ ରାଜ୍ୟ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ସଭାପତି ଶ୍ରୀଯୁକ୍ତ ବିଜୟ ମଲ୍ଲ ମଧ୍ୟ ସମର୍ଥନ କରିଛନ୍ତି।ସେ କହିଛନ୍ତି ସରକାର ଖୁବ୍ ଶିଘ୍ର ଶିକ୍ଷକ ମାନଙ୍କର ଦାବି କୁ ଗ୍ରହଣ କରି ଏହାକୁ ପୂରଣ କରିବା ଉଚିତ୍।ଶିକ୍ଷକ ମାନଙ୍କର ସୁରକ୍ଷାକୁ ସରକାର ପ୍ରଧାନ୍ୟ ଦେବାର ଆବଶ୍ୟକତା ଅଧିକ।ତେଣୁ ସରକାର ତୁରନ୍ତ ଏହି ଦାବିକୁ ପୂରଣ କରନ୍ତୁ॥
ଟୀକାକରଣ କେନ୍ଦ୍ର ପରିଦର୍ଶନ କରି ଅନୁଧ୍ୟାନ କଲେ ଜିଲ୍ଳାପାଳ l

!!! ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲିପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡ଼ା) – ରାୟଗଡା ଜିଲ୍ଳାପାଳ ସରୋଜ କୁମାର ମିଶ୍ର ରାୟଗଡ ସହରର ଅଶୋକ କଲ୍ୟାଣ ମଣ୍ଡପ, ଉତ୍କଳମଣି ଗୌରବ ମଧୁସୂଦନ ବୈଷୟକ ଶିକ୍ଷନୁଷ୍ଠାନ ଓ କୁମୁତଲପେଟା ଠାରେ ଥିବା ଉଗ୍ରତାରା କଲେଜ ପରିସରରେ ଖୋଲାଯାଇଥିବା ଟୀକାକରଣ କେନ୍ଦ୍ର ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି । ପଂଜୀକରଣ କରି ଟୀକା ନେବା ପାଇଁ ଆସିଥିବା ଲୋକଙ୍କୁ କୋଭିଡ ନିୟମକୁ ମାନିବାକୁ ପରାମର୍ଶ ଦେଇଥିଲେ । ଭଲଭାବେ ମୁହଁରେ ମାସ୍କ ପିନ୍ଧିବା ସହ ବିଶେଷ କରି ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ ।

ଉଗ୍ରତାରା କଲେଜ ଠାରେ ଟୀକା ନେବା ପାଇଁ ଲୋକଙ୍କ ଅସଂଖ୍ୟ ଭିଡକୁ ଦେଖି ଲୋକଙ୍କୁ ତାଗିଦ୍ କରିବା ସହ ନିୟମ ଉଂଲଘନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ପରେ ଉପସ୍ଥିତ ଲୋକେ ସାମାଜିକ ଦୂରତା ରକ୍ଷା କରି ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ଜିଲ୍ଳାପାଳ ଶ୍ରୀ ମିଶ୍ରଙ୍କ ଗସ୍ତ ବେଳେ ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ,ତହସିଲଦାର ଉମାଶଙ୍କର ବେହେରା,ଅତିରିକ୍ତ ତହସିଲଦାର ସୁନୀଲ ଖରା,ଜେମାଦେଈପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକଲ ଅଫିସର ଡାକ୍ତର ପ୍ରଦୀପ୍ତ ସୁବୁଦ୍ଧି, ରାଜେଶ୍ୱର ପଟ୍ଟନାୟକ,ଅର୍ବାନ ହେଲଥ,ପ୍ରୋଗାମ୍ ଅଫିସର କିରଣ କୁମାର ପାତ୍ର,ରାୟଗଡ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।