ପ୍ରଶାସକଙ୍କ ମଧ୍ୟରେ ରହୁନି ତାଳ ମେଳ ; ଭେକ୍ସିନ ପାଇପାରୁନାହାଁନ୍ତି କରୋନା ଯୋଦ୍ଧା ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) –  ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସମ୍ବାଦଦାତା ଙ୍କୁ କରୋନା ଯୋଦ୍ଧା ଭାବେ ପ୍ରାଥମିକତା ଦେଇ କୋଭିଡ ଭେକ୍ସିନ ଦିଆଯାଇଛି । କିନ୍ତୁ ଗୁଣପୁର ଠାରେ କାର୍ଯ୍ୟ ରତ କିଛି ସାମ୍ବାଦିକ ଏହି ସୁଯୋଗରୁ ବଞ୍ଚିତ ଥିବା ଦେଖିବାକୁ ମିଳିଛି ।ଭେକ୍ସିନ ନେବାପାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଗଲେ ଭେକ୍ସିନ ନଥିବା କୁହାଯାଉଛି । ସରକାରଙ୍କ ପକ୍ଷରୁ ଭେକ୍ସିନ ମହଜୁଦ ଥିବା ପ୍ରଚାର ପ୍ରସାର କରାଯାଉଥିବାବେଳେ ତୃଣମୂଳ ସ୍ଥରରେ ଏହାର ଓଲଟା ଚିତ୍ର ଦେଖାଦେଉଛି । ସରକାରୀ ପ୍ରଶାସକଙ୍କ ମଧ୍ୟରେ ତାଳମେଳ ରହୁନଥିବା ଅଭିଯୋଗ ହେଉଛି । ଏପରିକି ଭେକ୍ସିନ ନିମନ୍ତେ ଏଠାକୁ ଆସୁଥିବା ଜନତା ମଧ୍ୟ ଫେରୁଥିବା ଦେଖିବାକୁ ମିଳୁଛି । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଙ୍କ ଏଭଳି ଖାମ ଖିଆଲି ମନୋଭାବ ପ୍ରତି ସାଧାରଣରେ ନିନ୍ଦା ପ୍ରକଟ କରାଯାଇଛି ।

– ଆଜି ର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) 

ମେଷ: ତରବରିଆ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

ବୃଷ: ମନ ବିଚଳିତ ରହିବ। ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା କରିପାରନ୍ତି।

ମିଥୁନ: ଜଗି ରଖି କାର୍ଯ୍ୟ କରନ୍ତୁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଅସୁସ୍ଥ ଅନୁଭବ କରିବେ।

କର୍କଟ: ଆୟ ବୃଦ୍ଧି ହେବ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି।

ସିଂହ: ବ୍ୟବସାୟରେ ଲାଭ ମିଳିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ବାପାଙ୍କ ଆଶୀର୍ବାଦ ମିଳିବ।

କନ୍ୟା: ଉଚ୍ଚ ଅଧିକାରୀଙ୍କ ଠାରୁ ସହଯୋଗ ମିଳିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ତୁଳା: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।  ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ।

ବିଛା: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ମାନ-ସମ୍ମାନ ମିଳିବ।

ଧନୁ: ଧନପ୍ରାପ୍ତି ଯୋଗ ରହିଛି। ଘରେ ସୁଖଶାନ୍ତିର ପରିବେଶ ରହିବ। ନୂତନ କାମ କରିବାର ସୁଯୋଗ ପାଇପାରନ୍ତି।

ମକର: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଅଳସୁଆ ଅନୁଭବ କରିବେ।

କୁମ୍ଭ: ରଚନାତ୍ମକ ଓ କଳାତ୍ମକ ଶକ୍ତି ବୃଦ୍ଧି ହେବ। ଆର୍ଥିକ ସ୍ଥିତି ଭଲ ରହିବ। ସହଯୋଗୀମାନଙ୍କ ସହ ସୁ-ସମ୍ପର୍କ ସ୍ଥାପନ କରି ପୂର୍ଣ୍ଣ ସହଯୋଗ ପାଇବେ।

ମୀନ: ଦିନଟି ଭଲରେ କଟିବ। ଋଣ ଦିଅନ୍ତୁ ନାହିଁ। ଶତ୍ରୁମାନେ ଦୁର୍ବଳ ହେବେ ଓ ଆୟର ପନ୍ଥା ସହଜ ହେବ।

ସାବାଡ଼ ହେବେ ଅମାନିଆ; ଏଣିକି ଖାଲି ଆଇ କାର୍ଡ ଦେଖାଇଲେ ଛାଡ଼ିବନି ପୁଲିସ୍‌…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସାବାଡ଼ ହେବେ ଅମାନିଆ । ଆଜିଠୁ କଟକ-ଭୁବନେଶ୍ୱରରେ ଚେକିଂକୁ କଡ଼ାକଡ଼ି  କରାଯାଇଛି । ପରିଚୟପତ୍ରର ଦୁରୁପଯୋଗ କରି ଏଣେତେଣ ବୁଲୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୁଲିସ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି। ଏନେଇ ଦ୍ୱୈତନଗରୀର ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ଏଥର ଲକଡାଉନ ଓ ସଟଡାଉନରେ କୌଣସି ପାସ୍‌ ଜାରି କରାଯାଇନି । ଲୋକଙ୍କୁ ବିଶ୍ୱାସକୁ ନେଇ ପୁଲିସ୍‌ କାମ କରୁଛି । ଏହାସହ ଆଇଟି, ବ୍ୟାଙ୍କ ଭଳି ସେବା କ୍ଷେତ୍ରର ସଂସ୍ଥାକୁ କଟକଣାମୁକ୍ତ କରାଯାଇଛି । ହେଲେ ଏହାର ସୁଯୋଗ ନେଇ କର୍ମଚାରୀମାନେ ଖୁଲମଖୁଲା ସେମାନଙ୍କ କାର୍ଡ ଦେଖାଇ ବୁଲୁଛନ୍ତି । ଏଣୁ ଏହା ଉପରେ ନିୟନ୍ତ୍ରଣ ଆଣିବା ଲାଗି ସେମାନଙ୍କ ସଂସ୍ଥାକୁ ନିର୍ଦ୍ଦେଶ ଜାରି କରାଯାଇଛି । କେଉଁ କର୍ମଚାରୀ କେଉଁ ଅଫିସରେ, କେଉଁ ସମୟରେ କାମ କରିବେ ସେନେଇ ନିର୍ଦ୍ଦିଷ୍ଟ ଅଥରାଇଜେସନ ଲେଟର ଡିସିପିଙ୍କ ପାଖରେ ଦାଖଲ କରିବାକୁ ସଂସ୍ଥାଗୁଡ଼ିକୁ କୁହାଯାଇଛି । ଫଳରେ ଅମାନିଆଙ୍କ ଯାତାୟାତକୁ ରୋକାଯାଇପାରିବ ବୋଲି ପୁଲିସ୍‌ କହିଛି । କେଉଁ କର୍ମଚାରୀଙ୍କୁ ଅଫିସ ଆସିବାକୁ କୁହାଯାଇଛି, ସଂସ୍ଥା ତାଲିକା ଦେବ। କର୍ମଚାରୀଙ୍କ ତାଲିକା ଡିସିପି ଅଫିସରେ ଦାଖଲ କରିବ ସଂସ୍ଥା । ଏଥିସହ ନିଜ କର୍ମଚାରୀଙ୍କୁ ଏକ ଅଥରାଇଜେସନ ଲେଟର ବି ଦେବ ସଂସ୍ଥା । ପରିଚୟପତ୍ର ଓ ଅଥରାଇଜେସନ ଲେଟର ଦେଖାଇ ସଂପୃକ୍ତ କର୍ମଚାରୀ ଯାତାୟତ କରିପାରିବେ ବୋଲି କହିଛନ୍ତି ସିପି । ସୂଚନାଯୋଗ୍ୟ, ରାଜ୍ୟରେ ମହାମାରୀ ଏବେ ପ୍ରତିଦିନ ଲମ୍ବ ଡିଆଁ ମାରୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ନୂଆ ରେକର୍ଡ କରିବାରେ ଲାଗିଛି। ଏପରି ସ୍ଥିତିରେ  ସଂକ୍ରମଣ ଚେନ୍‌କୁ ଭାଙ୍ଗିବାକୁ ସମଗ୍ର ରାଜ୍ୟରେ ଲକଡାଉନ୍‌ , ଶଟଡାଉନ୍‌ ଘୋଷଣା କରାଯାଇଥିବା ସତ୍ତ୍ୱେ ରାସ୍ତାରେ ଦେଖିବାକୁ ମିଳୁଛି ଅସମ୍ଭାଳ ଭିଡ଼। ଅଧିକାଂଶ ଲୋକ ମିଥ୍ୟା ପରିଚୟପତ୍ର ଦେଖାଇ ଖୁଲମଖୁଲା ବୁଲୁଥିବା ବେଳେ ସେମାନଙ୍କୁ ସାବାଡ଼ କରିବାକୁ ଏପରି ଘୋଷଣା କରିଛନ୍ତି ସିପି ।

ବିବାହ ଭୋଜି ଅଟକାଉଥିଲେ ତହସିଲଦାର, ପିଟିଲେ ଗାଁ ଲୋକ…!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ମୋହନା)- ବିବାହ ଭୋଜି ଅଟକାଇବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହେଲେ ତହସିଲଦାର । ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଛେଳିଗଡ ଗାଁ ଖ୍ରିଷ୍ଟିୟାନ ସାହିରେ ଗତ  ଗୁରୁବାର ଏକ ବିବାହ ଭୋଜିରେ ଲୋକ ଏକାଠି ହୋଇଥିବା ଖବର ପାଇ ଘଟଣାସ୍ଥଳକୁ ଯାଇଥିଲେ ଆର. ଉଦୟଗିରି ତହସିଲଦାର । ଘଟଣାସ୍ଥଳରେ ସେ ଆୟୋଜକଙ୍କୁ ତାଗିଦ୍ କରିବାରୁ ଶତାଧିକ ଲୋକେ ଉତକ୍ଷିପ୍ତ ହୋଇ ତାଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରୁ ତହସିଲଦାର କୌଶଳ କ୍ରମେ ଖସି ଯାଇ ଆର ଉଦୟଗିରି ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସହ ସେ ଗୁରୁତର ଥିବା ଜଣାପଡିଛି  । ଖବର ପାଇ ଘଟଣାସ୍ଥଳରେ ADM ପହଞ୍ଚି ଥିବା ବେଳେ ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ଏସଡିପିଓ କହିଛନ୍ତି  । କିଛି ଦିନ ପୂର୍ବେ ବାଲେଶ୍ୱରରେ ମଧ୍ୟ ସମାନ ଧରଣର ଘଟଣା ଦେଖିବାକୁ ମିଳିଥିଲା। କୋଭିଡ ଗାଇଡଲାଇନ୍‌  ଉଲ୍ଲଘଂନ କରି  ଏକ ବିବାହ ଭୋଜିରେ ଶତାଧିକ ଲୋକ ଯୋଗ ଦେଇଥିବା ବେଳେ ତହସିଲଦାର ଅଟକାଇବାରୁ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଏପରିକି ଗ୍ରାମବାସୀ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ୍‌  ୩ ଜଣଙ୍କୁ ଅଟକାଇ ପରେ ଛାଡ଼ି ଦେଇଥିବା ବେଳେ ଏହାକୁ ନେଇ ତହସିଲଦାର ଓ ପୁଲିସ୍‌ ମୁହାଁମୁହିଁ ହୋଇଥିଲେ। ଆଗକୁ ଆଉ ପୁଲିସ୍‌କୁ ସହଯୋଗ କରିବେ ନାହିଁ ବୋଲି ତହସିଲଦାର ଖୋଲାଖୋଲି କହିଥିବା ବେଳେ ଏହାକୁ ନେଇ ବିବାଦ ଦେଖାଦେଇଥିଲା।

ସଂକ୍ରମଣ ଭୟରେ ଆନ୍ଧ୍ରସୀମା ସିଲ୍ , ଗଳା ବାଟକୁ ନଜର ଦେଉନି ପ୍ରଶାସନ ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଆନ୍ଧ୍ରପ୍ରଦେଶ ରେ କରୋନା ସଂକ୍ରମଣର ବୃଦ୍ଧି ଓଡ଼ିଶା ପ୍ରଶାସନର ମୁଣ୍ଡବଥାର କାରଣ ପାଲଟିଛି । ଏହାର ପ୍ରଭାବ ଓଡିଶା ରେ ଦେଖାଯିବାର ଆଶଙ୍କା କରି ରାଜ୍ୟ ସରକାରଙ୍କ ପକ୍ଷରୁ ସୀମାନ୍ତ ଜିଲ୍ଲାପାଳଙ୍କୁ ସଚେତନ କରାଯାଇଛି । ଏହି କ୍ରମରେ ରାୟଗଡା ଜିଲ୍ଲାପାଳ ଅନ୍ଧ୍ରସୀମା କୁ ସିଲକରିବା ସହ ଆନ୍ଧ୍ରପ୍ରଦେଶ ରୁ ଆସୁଥିବା ଯାତ୍ରୀଙ୍କୁ କଡାକଡି ଯାଞ୍ଚ କରି ବାଧ୍ୟତାମୂଳକ ୧୪ ଦିନ କରୋଣ୍ଟାଇନରେ ରଖିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶାନୁଯାୟୀ ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ୍ରର ଗୋଠଲ ପଦର ଓ ସିଙ୍ଗୁବାଇ ଠାରେ ଚେକ ପୋଷ୍ଟ ସ୍ଥାପନ କରାଯାଇ ପୂର୍ବରୁ ଥିବା ଚେକ ପୋଷ୍ଟକୁ ଉଠାଯାଇଛି ।

 

କରୋନା ପ୍ରତିହତ ନିମନ୍ତେ ପୂର୍ବରୁ ସମ୍ପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଥିବା ସରପଞ୍ଚଙ୍କ ସହ ଯୋଗାଯୋଗ ନକରି ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାଙ୍କ ଚାଟୁକାର ସାଜିଥିବା ଜଣେ ଆନ୍ଧ୍ର ପ୍ରବାସୀଙ୍କ ସହଯୋଗରେ ଏହିସ୍ଥାନ ମାନଙ୍କରେ ଚେକପୋଷ୍ଟ କରି ଓଡ଼ିଶା ମଧ୍ୟରେ ପ୍ରବେଶ କରିବାକୁ ଥିବା କିଛି ଗଳାବାଟକୁ ଛାଡ଼ି ଦେଇଥିବା କୁହାଯାଉଛି । ଏଠାରେ ଅଭିଯୋଗ ଉଠିଛିକି,ଅନ୍ଧ୍ରପ୍ରବାସୀ ଆନ୍ଧ୍ର ବାସୀଙ୍କ ସୁରକ୍ଷ ଚାହିଁବେ ନା ଓଡ଼ିଶା ବାସୀଙ୍କ । ନୂତନ ଭାବେ ସ୍ଥାପନ କରାଯାଇଥିବା ଚେକପୋଷ୍ଟ ଠାରେ ଆନୁସାଙ୍ଗିକ ବ୍ୟବସ୍ଥା ଠିକ ନଥିବାରୁ ଏଠାରେ କାର୍ଯ୍ୟ ରତ କର୍ମଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଦେଇଛି ।ପଡୋଶୀ ଗଜପତି ଜିଲ୍ଲାର ଚେକପୋଷ୍ଟ ଗୁଡିକରେ ସମସ୍ତ ପ୍ରକାର ସୁବିଧା ରହିଥିବା ବେଳେ ଏଠାରେ ଏଭଳି ବ୍ୟବସ୍ଥା ନାହିଁ କାହିଁକି ବୋଲି ପ୍ରଶ୍ନ ଉଠିଛି । ଏସବୁ ସମସ୍ୟା ପ୍ରତି ଜିଲ୍ଲାପାଳ ନିଜେ ନଜର ନଦେଲେ ସେଯେଉଁ ଉଦ୍ଦେଶ୍ୟ ନେଇ ଚିଠା କରିଛନ୍ତି ତାହାର କୌଣସି ମାନେ ରହିବନାହିଁ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।