ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବଢ଼ୁଥିବା ତାତିରୁ ମିଳିବ ତ୍ରାହି। ଆଜି ରାଜ୍ୟରେ କେତୋଟି ଅଞ୍ଚଳରେ ବିଜୁଳି ମାରିବା ସହ ମଧ୍ୟମ ଧରଣର ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏନେଇ ସୂଚନା  ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ। ଏହି ଜିଲ୍ଲା ଗୁଡ଼ିକ ହେଲା ଜଗତସିଂହପୁର, ଖୋର୍ଦ୍ଧା, ବାଲେଶ୍ୱର ଏବଂ ମାଲକାନଗିରି। ତେବେ ଭୁବନେଶ୍ୱରରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆସନ୍ତା ୨ ଘଣ୍ଟା ମଧ୍ୟରେ ଏସବୁ ଅଞ୍ଚଳରେ ଏଭଳି ପରିସ୍ଥିତି ଉପୁଜିପାରେ। ତେଣୁ ଘଡ଼ଘଡ଼ିରୁ ବର୍ତ୍ତିବା ପାଇଁ ଲୋକମାନେ ସୁରକ୍ଷିତ ଜାଗାରେ ରହିବାକୁ  ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣି ଜାରି କରାଯାଇଛି।

ଡେପୁଟି କଲେକ୍ଟର ଆଲୋକ ଅନୁଗୁଳିଆ ନିଲମ୍ବିତ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/କୋରାପୁଟ) – କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ଆଲୋକ କୁମାର ଅନୁଗୁଳିଆଙ୍କୁ ନିଲମ୍ବନ କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ତାଙ୍କୁ ନିଲମ୍ବନ କରିଛନ୍ତି । ସରକାରୀ ଜମି ହଡ଼ପ ଅଭିଯୋଗରେ ଡେପୁଟି କଲେକ୍ଟର ଆଲୋକ ଅନୁଗୁଳିଆଙ୍କୁ ନିଲମ୍ବନ କରାଯାଇଛି । କାଲିମେଳାରେ ତହସିଲଦାର ଥିବା ବେଳେ ତାଙ୍କ ନାଁରେ ସରକାରୀ ଜମି ହଡ଼ପ ଅଭିଯୋଗ ଆସିଥିଲା । ଗୁରୁବାର ଜାରି ହୋଇଥିବା ନିଲମ୍ବନ ନିର୍ଦ୍ଦେଶରେ କୁହାଯାଇଛି ଯେ ଏବେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଶ୍ରୀ ଅନୁଗୁଳିଆଙ୍କ ହେଡକ୍ୱାର୍ଟର୍ସ ରହିବ । ନିଲମ୍ବନ ଅବଧି ମଧ୍ୟରେ ସେ କୋରାପୁଟ ଜିଲ୍ଲାପାଳଙ୍କ ବିନା ଅନୁମତିରେ ହେଡକ୍ୱାର୍ଟର୍ସ ଛାଡ଼ି ଯାଇପାରିବେ ନାହିଁ ।

୭ ମେ ଶୁକ୍ରବାର – ଆଜି ର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) 

ମେଷ: ଆଘାତ ଲାଗିପାରେ। ତେଣୁ ଆଜି ଟିକେ ସତର୍କ ରୁହନ୍ତୁ। ନିଜ କଥା ଉପରେ ବି ନିୟନ୍ତ୍ରଣ ରଖନ୍ତୁ।

ବୃଷ: ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ବ୍ୟସ୍ତତା ଭିତରେ ଦିନଟି କଟିବ। ଆୟ ତୁଳନାରେ ବ୍ୟୟ ବଢ଼ିବ।

ମିଥୁନ:କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି। ମାନସିକ ଚାପ ବଢ଼ିବ। ବାପାମା’ଙ୍କ ସହଯୋଗ ମିଳିବ।

କର୍କଟ: ଅଫିସ୍‌ରେ କାମ ବୋଝ କମିବ। ନୂଆ ଚାକିରି ଅଫର୍ ପାଇପାରନ୍ତି। ଅଟକି ଥିବା ଅର୍ଥ ପାଇବେ।

ସିଂହ: ଖର୍ଚ୍ଚ ବଢ଼ିବ। କାହାକୁ କଟୁ କଥା କୁହନ୍ତୁ ନାହିଁ। ମନକୁ ଶାନ୍ତ ରଖନ୍ତୁ।

କନ୍ୟା: ସ୍ୱାସ୍ଥ୍ୟ ଭଲ ରହିବ। ସୁସ୍ୱାଦୁ ଭୋଜନ ଖାଇବେ। ଦେଖି ଚାହିଁ ଖର୍ଚ୍ଚ କରନ୍ତୁ।

ତୁଳା: କ୍ରୋଧକୁ ନିୟନ୍ତ୍ରଣରେ ରଖିଲେ ଭଲ। ବାଦବିବାଦଠାରୁ ଦୂରେଇ ରହିଲେ ଭଲ। ଦାମ୍ପତ୍ୟ ଜୀବନ ଭଲ ରହିବ।

ବିଛା: ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ।

ଧନୁ: କାମର ଚାପ ବଢ଼ିବ। ତେବେ ସହକର୍ମୀଙ୍କ ସହଯୋଗ ପାଇବେ। ରାସ୍ତାରେ ଯିବାଆସିବା କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ମକର: ଆୟ ଅପେକ୍ଷା ବ୍ୟୟ ବଢ଼ିବ। ଜୀବନସାଥୀଙ୍କ ସହିତ ଝଗଡ଼ା ହୋଇପାରେ। କେହି ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ।

କୁମ୍ଭ: ବ୍ୟବସାୟ ବଢ଼ାଇବାକୁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଘରେ କାହାରି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ।

ମୀନ: ଘର କିମ୍ବା ଜମି କିଣିବା ପାଇଁ ମନ ବଳାଇବେ। କ୍ୟାରିଅରରେ ସଫଳତା ମିଳିବ। ଧନଲାଭ ଯୋଗ ଅଛି।

ୱର୍ଗତ ମହନଲାଲ ଅଗ୍ରୱାଲ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ୱର୍ଗତ ମହନଲାଲ ଅଗ୍ରୱାଲ ଜଣେ କନ୍ଧମାଳ ଜିଲ୍ଲା ର ମହାନ ବ୍ୟକ୍ତି ଥିଲେ ପେସା ରେ ଜଣେ ବ୍ୟବସାୟୀ ହେଲେ ବି ସବୁବେଳେ ନିରୀହ ଗରିବ ଙ୍କୁ ସାହାଯ୍ୟ କରିବାରେ କେବେ ପଛେଇ ନ ଥିଲେ, ଆଜି ସେ ଆମ ସମସ୍ତ ଙ୍କୁ ଛାଡି ଚାଲି ଗଲେପରେ କନ୍ଧମାଳ ଜିଲ୍ଲା ରେ ଆଜି ଶୋକ ର ଛାୟା ଦେଖିବାକୁ ମିଳିଛି ସ୍ବର୍ଗତ ଅଗ୍ରୱାଲ ଙ୍କ ପାଇଁ ଜିଲ୍ଲା ବଣିକ ସଂଘ ର ସମସ୍ତ କର୍ମ କର୍ତା ସହ ତାଙ୍କୁ ଭଲ ପାଉଥିବା ଲୋକ ଙ୍କ ମନ ରେ ଦୁଃଖ ର ଛାୟା ଖେଳି ଯାଇଛି । କିଛି ଦିନ ତଳୁ ତାଙ୍କ ଦେହ ଅସୁସ୍ଥ ହେଇଥିଲା ଫୁଲବାଣୀ ରୁ ଭୁବନେଶ୍ୱର ଏକ ଘରୋଇ ମେଡିକାଲ କୁ ସ୍ଥାନାନ୍ତର କରାଯିବା ସହ ତାଙ୍କର ଚିକିତ୍ସା ଚାଲି ଥିଲା, ମେଡିକାଲ ରିପୋର୍ଟ ରୁ ପ୍ରକାଶ ଯେ କରୋନା ନେଗେଟିଭ ଥିଲା ଏବଂ ସେ ହୃଦରୋଗ ରେ ପୀଡ଼ିତ ଥିଲେ ଆଜି ସକାଳୁ ତାଙ୍କ ମୃତ୍ୟୁ ହେଇଥିବା ଖବର ଆସିବା ପରେ କନ୍ଧମାଳ ଜିଲ୍ଲା ରେ ଶୋକ ର ଛାୟା ଖେଳି ଯାଇଛି, ନିଜ ଘର ହାଟପଦା ଶ୍ରୀରାମ ମନ୍ଦିର ପାଖରେ ଥିବା ବାସ ଭବନ ୱାର୍ଡ ନମ୍ବର ୮ ରେ ନିଜ ଝିଅ ଶ୍ରୀମତୀ ସୁମନ ଅଗ୍ରୱାଲ ଙ୍କୁ ୱାର୍ଡ ମେମ୍ବର କରି ନିଜ ଅଞ୍ଚଳ ର ନିରୀହ ଗରିବ ଙ୍କ ଦୁଃଖ ସୁଖ ର ସାଥି କରି ଥିଲେ ବିଗତ ଦିନ ମାନଙ୍କ ରେ ଯେ କୌଣସି ପର୍ବ ପର୍ବାଣୀ ରେ ଅର୍ଣ୍ଣ ପ୍ରସାଦ ହଜାର ହଜାର ଲୋକ ଙ୍କୁ ଖୁଆଇ ଥିଲେ ସେ ମହାନ ବ୍ୟକ୍ତି ସ୍ବର୍ଗତ ଅଗ୍ରୱାଲ ଙ୍କ ଦେହାନ୍ତ ଖବର ଶୁଣି ସ୍ଥାନୀୟ ବିଧାୟକ ଅଙ୍ଗଦ କହଁର. ସ୍ଥାନୀୟ କନ୍ଧମାଳ ଏମ.ପି ଅଚ୍ୟୁତ ସାମନ୍ତ ଙ୍କ ସମେତ ବରିଷ୍ଠ ନାଗରିକ ମଞ୍ଚ କନ୍ଧମାଳ ସମସ୍ତେ ଦୁଃଖ ପ୍ରକାଶ କରି ଥିବା ସହ ତାଙ୍କ ଆତ୍ମା ସଦଗତି ପାଇଁ ପ୍ରାର୍ଥନା କରିବା ସହ ତାଙ୍କ ପରିବାର ଙ୍କୁ ଆଶ୍ୱାସନା ଦେଇଛନ୍ତି । ୱର୍ଗତ ମହନଲାଲ ଅଗ୍ରୱାଲ ଙ୍କୁ ଏଥର ସମ୍ଭାଳ ପରିବାର ତରଫ ରୁ ମଧ୍ୟ ଆମେ ଶୋକ ପ୍ରକାଶ କରୁଛୁ ।

୧୪ ଦିନିଆ ଲକଡାଉନର ପ୍ରଥମ ଦିନ: କାଶିପୁର ବ୍ଲକରେ ସମ୍ପୂର୍ଣ୍ଣ ପ୍ରଭାବ..!

!!! ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲିପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା) – କାଶିପୁରରେ ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆଜିଠାରୁ ୧୯ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟ ଲକଡାଉନରେ ରହିବ। ସେହି କ୍ରମରେ ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକରେ ପ୍ରଥମ ଦିନ ଲକଡାଉନର ଚିତ୍ର ସାମ୍ନାକୁ ଆସିଛି। ବ୍ଲକବାସୀ କୋଭିଡ୍ ଗାଇଡ ଲାଇନକୁ ପରିପାଳନ କରିଛନ୍ତି। ସକାଳ ୧୨ଘଣ୍ଟା ପରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ଥିବା ଦେଖିବାକୁ ମିଳିଛି। ମୁଖ୍ୟତଃ ଉତ୍କଳ ଆଲୁମିନାରେ କର୍ଯ୍ୟରତ ଥିବା ଶ୍ରମିକ ଓ କର୍ମଚାରୀ ମାନଙ୍କୁ ଛାଡ଼ି ଦେଲେ ସବୁ ବନ୍ଦ ଥିବା ଦେଖିବାକୁ ମିଳିଛି। ଦୋରାଗୁଡ଼ା ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଛି।

ଅନୁମତି ପ୍ରାପ୍ତ ଯାନବାହାନ ଛଡ଼ା ଅନ୍ୟ ଗାଡ଼ି ମାନଙ୍କ ଠାରୁ ଫାଇନ କଟା ଯାଇ ଆଗକୁ ଏହାର ବ୍ୟତିକ୍ରମ ନ କରିବାକୁ ଚେତାବନୀ ଦିଆଯାଇଛି। ସବୁ ଦିନ ସକାଳ ୬ ରୁ ୧୨ ଟା ପର୍ଯ୍ୟନ୍ତ ସମସ୍ତ ଆବଶ୍ୟକୀୟ ଦୋକାନ ବଜାର ଖୋଲିବ, ଏଣୁ ଭିଡ଼ ନଜମାଇ ସମସ୍ତେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଦୋରଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ କୃଷ୍ଣ ଚନ୍ଦ୍ର ଭତ୍ରା ଲୋକଙ୍କୁ ପରାମର୍ଶ ଦେଇଥିଲେ। ଜନସାଧାରଣ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଆଜି ଦିନ ୧୨ଟା ପରେ କିଛି ଅମାନିଆଙ୍କୁ ତାଗିଦ କରିଥିଲେ ପୋଲିସ ପ୍ରଶାସନ। ଏଥିରେ ଦୋରାଗୁଡା ଥାନାଧିକାରୀଙ୍କ ସମେତ ଥାନାର ବାବୁଲା ସାମଲ, ବି ଆର ଦାସ, ଡି ଖିଲ ଙ୍କ ସମେତ ଅନ୍ୟମାନେ ନିୟୋଜିତ ରହିଥିଲେ।

କରୋନାର ନୂଆ ଷ୍ଟ୍ରେନ ଲକ୍ଷଣ ପରେ ଓଡିଶା-ଆନ୍ଧ୍ର ସୀମାନ୍ତ ରାୟଗଡ ଜିଲ୍ଳାର ସମସ୍ତ ପ୍ରବେଶ ପଥରେ ସିଲ କରାଯାଇ କଡାକଡି ଯାଚଂ ଚାଲିଛି l

!!! ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲିପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା) – ପଡୋଶୀ ଆନ୍ଧ୍ର ଓ ତେଲଙ୍ଗାନାରେ ଦେଖାଦେଇଥିବା ମହାମାରୀ କରୋନାର ନୂଆ ଷ୍ଟ୍ରେନ ଆହୁରି ମାରାତ୍ମକ ହୋଇଥିବା ନେଇ ଖବର ଜଣାପଡିବା ପରେ କରୋନା ସଂକ୍ରମଣ ଆହୁରି ବ୍ୟାପିବା ଆଶଙ୍କା କରି ଆଗୁଆ ପଦକ୍ଷେପ ସ୍ୱରୂପ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଳାବାସୀଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଓଡିଶା-ଆନ୍ଧ୍ର ସୀମାନ୍ତ ରାୟଗଡ ଜିଲ୍ଳାର ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥ ଓ ସ୍ଥାନୀୟ ରାସ୍ତାରେ ବୋର୍ଡର ଚେକ୍ ପଂଏଟ୍ ନିର୍ମାଣ କରି ଆନ୍ଧ୍ର ଓ ତେଲଙ୍ଗାନା ରାଜ୍ୟରୁ ଅବାଧରେ ପ୍ରବେଶ କରୁଥିବା ଲୋକଙ୍କୁ କଡାକଡି ଯାଂଚ କରିବା ସହ ସେମାନଙ୍କ ଟୀକାକରଣ ପଂଜୀକରଣ ତଥ୍ୟ ଯାଂଚ କରାଯିବା ସହ ସେମାନେ ୧୪ଦିନିଆ କ୍ୱାରେନଟାଇନରେ ରହିବା ବାଧ୍ୟତାମୂଳକ ବୋଲି ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥିନିମନ୍ତେ ରାୟଗଡ ଜିଲ୍ଳାର ଆନ୍ଧ୍ରସୀମାନ୍ତ ରାୟଗଡ ବ୍ଳକର ମିରାବାଲି ଗ୍ରାମ ପଂଚାୟତର ସାନସାନ୍ଧୁବାଡି ଓ ରେଙ୍ଗାଲପାଡୁ,ବୈରାଗୀହାଲୁଆ ପଂଚାୟତର ସାନଲୁକୁଟି,ଗାଜ ।

ପଡୋଶୀ ଆନ୍ଧ୍ର ଓ ତେଲଙ୍ଗାନାରେ ଦେଖାଦେଇଥିବା ମହାମାରୀ କରୋନାର ନୂଆ ଷ୍ଟ୍ରେନ ଆହୁରି ମାରାତ୍ମକ ହୋଇଥିବା ନେଇ ଖବର ଜଣାପଡିବା ପରେ କରୋନା ସଂକ୍ରମଣ ଆହୁରି ବ୍ୟାପିବା ଆଶଙ୍କା କରି ଆଗୁଆ ପଦକ୍ଷେପ ସ୍ୱରୂପ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଳାବାସୀଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଓଡିଶା-ଆନ୍ଧ୍ର ସୀମାନ୍ତ ରାୟଗଡ ଜିଲ୍ଳାର ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥ ଓ ସ୍ଥାନୀୟ ରାସ୍ତାରେ ବୋର୍ଡର ଚେକ୍ ପଂଏଟ୍ ନିର୍ମାଣ କରି ଆନ୍ଧ୍ର ଓ ତେଲଙ୍ଗାନା ରାଜ୍ୟରୁ ଅବାଧରେ ପ୍ରବେଶ କରୁଥିବା ଲୋକଙ୍କୁ କଡାକଡି ଯାଂଚ କରିବା ସହ ସେମାନଙ୍କ ଟୀକାକରଣ ପଂଜୀକରଣ ତଥ୍ୟ ଯାଂଚ କରାଯିବା ସହ ସେମାନେ ୧୪ଦିନିଆ କ୍ୱାରେନଟାଇନରେ ରହିବା ବାଧ୍ୟତାମୂଳକ ବୋଲି ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥିନିମନ୍ତେ ରାୟଗଡ ଜିଲ୍ଳାର ଆନ୍ଧ୍ର ସୀମାନ୍ତ ରାୟଗଡ ବ୍ଳକର ମିରାବାଲି ଗ୍ରାମ ପଂଚାୟତର ସାନସାନ୍ଧୁବାଡି ଓ ରେଙ୍ଗାଲପାଡୁ ,ବୈରାଗୀହାଲୁଆ ପଂଚାୟତର ସାନଲୁକୁଟି,ଗାଜିଗାଁର ଜଙ୍ଗେସୁ ଓ ବାହିନୀତି କେରଡାର ଏମ୍ପଲୱାଲସା,ଗୁଣପୁର ବ୍ଳକର ଜଗନ୍ନାଥପୁର ଗ୍ରାମ ପଂଚାୟତର ସଦର ପଂଚାୟତର ଜାଗିଲ ସାହି,ଗୋଠଳପଦରର ଜାଗୁରିଗୁଡା,ମୋରାମା ପଂଚାୟତର ଜାଗୁରିଗୁଡା,କୋତାଗୁଡା ଓ ଗୋମୁଗୁଡା ସହିତ ରାମନାଗୁଡା ବ୍ଳକର କାଟିକି ଠାରେ ପୂର୍ବରୁ ଥିବା ବୋର୍ଡର ଚେକ୍ ପଂଏଟ୍‌କୁ ସ୍ଥାନାନ୍ତରିତ କରାଯାଇ ଗୁୁଗୁପାଡୁ ପଂଚାୟତର ସୁଲୁଡି ଛକ ଓ ଆଡମଗୁଡା ଛକରେ ସହ କୋଲନରା ବ୍ଳକର ରେଖାପଦର ପଂଚାୟତର ଲହରଗୁଡା ଠାରେ ନୂତନ ବୋର୍ଡର ଚେକ ପଂଏଟ୍ ଆଜି ଠାରୁ ନିର୍ମାଣ କର କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ରାୟଗଡ ଓ ଗୁଣପୁର ଉପଜିଲ୍ଳାପାଳଙ୍କୁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କୁ ସେଠାରେ ନିୟୋଜିତ ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଚେକ ପଂଏଟ ଗୁଡିକରେ ଉପଯୁକ୍ତ ଯାଂଚ ବ୍ୟବସ୍ଥା ପାଇଁ ପୋଲିସ ସୁରକ୍ଷା କର୍ମୀ ମୁତୟନ କରିବା ପାଇଁ ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ କରିଛନ୍ତି । ସେହିପରି ଆନ୍ଧ୍ର-ତେଲଙ୍ଗାନାରୁ ନିଜ ତଥା ଭଡାସୂତ୍ରରେ ଆଣିଥିବା ଯେକୈାଣସି ଦୁଇରୁ ଚାରି ଚକିଆ ଗାଡି ଅଥବା ଟ୍ରେନ ଓ ଅନ୍ୟ କୈାଣସି ସୁବିଧାରେ ରାୟଗଡ ଜିଲ୍ଳାକୁ ପ୍ରବେଶ କରିଥିବା ଲୋକେ ସ୍ଥାନୀୟ ବିଡିଓ ତଥା ପୈାରାଂଚଳର ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ପରିଚାଳିତ କ୍ଳଷ୍ଟର ଟିଏମସିରେ ୧୪ଦିନିଆ ଆନୁଷ୍ପାନିକ କ୍ୱାରେନଟାଇନ୍ ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିସହ ସରପଂଚ,ୱାର୍ଡସଭ୍ୟ ଭଳି ଜନପ୍ରତିନିଧିମାନେ ସ୍ଥାନୀୟ ଅଂଚଳରେ ସଚେତନତା ସୃଷ୍ଟି କରିବା ସହ ଆନ୍ଧ୍ର-ତେଲଙ୍ଗାନାରୁ ଆସି ଆନୁଷ୍ଠାନିକ କ୍ୱାରେନଟାଇନରେ ନ ଥିଲେ ତୁରନ୍ତ ସ୍ଥାନୀୟ ବିଡିଓ,ପୋଲିସ ଥାନା ତଥା ସ୍ଥାନୀୟ ଅଧିକାରୀଙ୍କୁ ଅବଗତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଓଡିଶାକୁ ପ୍ରବେଶ କରିବାକୁ ଥିଲେ ଦୁଇଦିନ ପୂର୍ବରୁ ଆରଟିପିସିଆର ପରୀକ୍ଷାର ନେଗେଟିଭ୍ ରିପୋର୍ଟ ସହ କରୋନା ପ୍ରତିଷେଧକ ଦୁଇଟି ଡୋଜ୍ ଟୀକାକରଣ ନେଇଥିବାର ତଥ୍ୟ ପ୍ରଦାନ କରିବା ସହ ୭ଦିନିଆ କ୍ୱାରେନଟାଇନରେ ରହିବା ବାଧ୍ୟତାମୂଳକ ବୋଲି ଚିଠିରେ ନିର୍ଦ୍ଦେଶ ଜାରି କରିଛନ୍ତି । ସେହିପରି କୋଭିଡ-୧୯ ପରିଚାଳନା ନିମନ୍ତେ ଜରୁରୀକାଳନୀ କାର୍ଯ୍ୟରେ ଓଡିଶା ସରକାରଙ୍କ ଅନୁମତି ପାଇ ଆସୁଥିବା ସରକାରୀ ତଥା ଘରୋଇ ହସ୍ପିଟାଲ କର୍ମଚାରୀମାନେ ମଧ୍ୟ କୋଭିଡ ନିୟମ ମାନି ଚଳି ନିଜ କାର୍ଯ୍ୟ ଶେଷ କରିବା ସହ ମନଇଚ୍ଛା ଅନ୍ୟ ସ୍ଥାନକୁ ନ ବୁଲିବା ପାଇଁ ନିର୍ଦ୍ଦେଶ ରହିଛି ।ଆଜି ଜିଲ୍ଲାପାଳ ଶ୍ରୀ ମିଶ୍ର, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଡ଼ିଓ ରାଜେନ୍ଦ୍ର ମାଝୀ, ତହସିଲଦାର ରାୟଗଡ ଉମାଶଙ୍କର ବେହେରା ଓ ଶେଷଖାଳ ଆଇଆଇସି ବିଜୟ ଲକ୍ଷ୍ମୀ ହିକକା ସହିତ କେରଡା ଚେକିଂ ପଏଣ୍ଟ ଓ ସlନସlନ୍ଧୁବାଡି ଗସ୍ତ କରି ସ୍ଥିତି ଅନୁଧ୍ୟାନ କରଥିଲେ l କେରଡା ପରି ସାନସନ୍ଧୁବାଡ଼ି ମଧ୍ୟ 24ଘଂଟିଆ ଯାଞ୍ଚ କରିବା ପାଇଁ ବ୍ୟବସ୍ଥା କରିବାକୁ ଆଇଆଇସୀଙ୍କୁ କହିଥିଲେ l