ଉଦାର ମନୋଭାବ ପାଇଁ ପ୍ରଶଂସିତ ହୋଇଛନ୍ତି ଦଣ୍ଡାଧିକାରୀ ।

!!!  ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ଗୁଣପୁର) – ସାରା ରାଜ୍ୟରେ ଦେଖା ଦେଇଥିବା କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ସରକାରଙ୍କ ପକ୍ଷରୁ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ଏଥି ମଧ୍ୟରୁ ସାମାଜିକ ଦୂରତା ଓ ମାସ୍କ ପରିଧାନକୁ ଅଧିକ ଗୁରୁତ୍ଵ ଦିଆଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ଧରପଗଡ଼ କରାଯାଇ ଜରିମାନା ଆଦାୟ କରାଯାଉଛି । ଏଥିପାଇଁ ନିଯୁକ୍ତ କର୍ମଚାରୀ ମାନେ ଗୁଣପୁର ସହରର ବିଭନ୍ନ ସ୍ଥାନକୁ ବୁଲିବୁଲି ଅମାନିଆଙ୍କ ଠାରୁ ମାସ୍କ ପରିଧାନ କରିନଥିବା ଅଭିଯୋଗରେ ଜରିମାନା ଆଦାୟ କରୁଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଏଥି ନିମନ୍ତେ ନିଯୁକ୍ତ କିଛି କ୍ଷେତ୍ର କର୍ମଚାରୀ ଆଜି ଏକ ପରିବା ଦୋକାନୀ ଉପରେ ଚଢ଼ାଉ କରି ୫୦୦ ଟଙ୍କା ଜରିମାନା ଦେବାକୁ କହିଥିବା ଦେଖା ଯାଇଥିଲା । ଛୋଟ ଦୋକାନୀ ଏତେଭାରୀ ରକମର ଜରିମାନା ଦେଇ ପାରିବି ନାହିଁ ବୋଲି ଅନୁରୋଧ କରିବାରୁ ଅଧିକାରୀ ମାନେ ଦୋକାନୀ ଠାରୁ ଜରିମାନା ଆଦାୟ ନକରି ଚାଲି ଯାଇଥିବା ଦେଖା ଯାଇଥିଲା । କୋଭିଡ ନିୟମ ଭଙ୍ଗ କରିଥିବା ଅଭିଯୋଗରେ ଛୋଟିଆ ଚାହା ବିକ୍ରେତା ଙ୍କ ଠାରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ କରିବା ନିମନ୍ତେ ନିର୍ଦ୍ଦେଶ ଦେଇ ଉପଜିଲ୍ଲାପାଳ ଚର୍ଚ୍ଚାର ଘେର ମଧ୍ୟକୁ ଆସିଥିବା ବେଳେ ପରିବା ବ୍ୟବସାୟୀ ଙ୍କ ପ୍ରତି ଉଦାର ଭାବ ଦେଖାଇ ଥିବା କ୍ଷେତ୍ର ଅଧିକାରୀ ମାନେ ସାଧାରଣରେ ପ୍ରଶଂସାର ପାତ୍ର ପାଲଟିଛନ୍ତି ।

କୋଲନରା ଭାଗୁଡି ଠାରେ ପୋଲିସ ପକ୍ଷରୁ ମାସ୍କ୍ ଚେକିଂ,୧୦ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ..!

!!! ରାୟଗଡା ଜିଲ୍ଲା କୋଲନରା ବ୍ଲକରୁ ପୃଥିରାଜ ମହାନ୍ତି ଓ ମୋନଜ ନାଲା ରିପୋର୍ଟ  !!!

ଏଥର ସମ୍ଭାଳ(କୋଲନରା)- ମହାମାରୀ କୋରନା ସଂକ୍ରମଣ ଦ୍ଵିତୀୟ ଲହରୀରେ ଅଧିକ ସଂକ୍ରମଣ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ପୋଲିସ ପକ୍ଷରୁ କଡା ନିୟ ଲାଗୁ କରାଯାଇଛି।ଦୃତ ଗତିରେ କୋରନା ସଂକ୍ରମଣ ଦୁଷ୍ଟିରେ ରଖି ଆଜି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଭାଗୁଡୀଠାରେ ପୁଲିସ ପକ୍ଷରୁ ମାସ୍କ୍ ଚେକିଂ କରାଯାଇଥିଲା।ଯେତେ ଲୋକମାନଙ୍କୁ ସରକାର ସଚେତନ କଲେ ପଛେ, କିଛି ଲୋକମାନେ ସଚେତନତା ରହୁଥିବାବେଳେ ଆଉ କିଛି ଅମାନିଆମାନେ ମାସ୍କ ପିନ୍ଧିନଥିବାରୁ ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ଶ୍ରୀ ହର୍ଷ ଚନ୍ଦ୍ର ପାଣି ଙ୍କ ନେତୃତ୍ୱରେ ଆଜି ମାସ୍କ ଯାଞ୍ଚ୍ କରାଯାଇ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା। ଆଗାମୀ ଦିନରେ ମଧ୍ୟେ ଅମାନିଆ ହେଲେ ଜୋରିମାନା ଆଦାୟ ହେବ ବୋଲି ମୁକୁନ୍ଦପୁର ଫାଣ୍ଡି ଅଧିକାରୀୀ ଶ୍ରୀ ପାଣି କହିଛନ୍ତି।

ଅବସାନ ଘଟିଲା ଜନ ସାଧାରଣଙ୍କ ମନର ଆଶଙ୍କା, ଆଶା ପ୍ରକାଶ ପାଇଲା ରୋକ୍ ଲାଗିବ ମାଫିଆଙ୍କୁ ; ଗୁଣପୁର ତହସିଲଦାର ଭାବେ ଯୋଗ ଦେଲେ ଶ୍ରୀ ଶରତ ଚନ୍ଦ୍ର ନାୟକ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ତହସିଲ୍ ଅଧୀନରେ ଅବସ୍ଥିତ ଓକିଲଗୁଡା କୁଆଁରୀ ଠାରେ ଘଟିଥିବା ବିସ୍ଫୋରଣ ପରେ ତରବରିଆ ଭାବେ ରାଜ୍ଯ ସରକାର ଙ୍କ ପକ୍ଷରୁ କାର୍ଯ୍ୟରତ ତତ୍କାଳୀନ ତହସିଲଦାର ଶ୍ରୀ ଲକ୍ଷ୍ମୀନାରାୟଣ ସାବତ ଙ୍କୁ ଏଠାରୁ ବଦଳି କରାଯିବା ପରେ ଏଠାର ତହସିଲଦାର ପଦବୀ ଖାଲି ପଡିଥିଲା। ସ୍ଥାନୀୟ ବାଲି ମାଫିଆ ଙ୍କୁ ସୁହାଇବା ଭଳି ଜଣେ ଅତିରିକ୍ତ ଅଧିକାରୀ ଙ୍କୁ ଏଠାରେ ତହସିଲଦାର ଦାୟିତ୍ଵ ରେ ଅବସ୍ଥାପିତ କରି ସ୍ଥାନୀୟ ରାଜନୈତିକ ନେତା ଏହାର ଫାଇଦା ଉଠାଇଥିବା ଚର୍ଚ୍ଚିତ ଥିବା ବେଳେ ରାଜ୍ଯ ସରକାର ଙ୍କ ପକ୍ଷରୁ ରାୟଗଡ଼ା ଠାରେ କାର୍ଯ୍ୟରତ ଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାରାୟଣ ମିଶ୍ର ଙ୍କୁ ଗୁଣପୁର ତହସିଲଦାର ଭାବେ ନିଯୁକ୍ତି ଦିଆଗଲା। କିନ୍ତୁ ଶ୍ରୀ ମିଶ୍ର ଏଠାରେ ଜୈନ କରିନଥିଲେ। ଫଳରେ ଭାମିନି ବାଲିପଠାରୁ ବେଆଇନ୍ ଭାବେ ବାଲି ଚୋରା ଚାଲଣ ହେଉଥିବା ଅଭିଯୋଗ ସମୟରେ ଏହି ଅଞ୍ଚଳର ତହସିଲ କାର୍ଯ୍ଯାଳୟ ରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ଶ୍ରୀ ଏଫ୍. ଏକ୍କା ଙ୍କୁ ଗୁଣପୁର ତହସିଲ ର ତହସିଲଦାର ଦାୟିତ୍ଵ ପ୍ରଦାନ କରାଯିବା ସ୍ଥାନୀୟ ବାଲି ମାଫିଆ ଙ୍କୁ ସୁହାଇବା ସହ ରାଜନୈତିକ ନେତା ଙ୍କୁ ସହଯୋଗ ହୋଇଥିଲା। ଏହାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଂଗଠନ ପକ୍ଷରୁ ବାଲି ଚୋରା ଚାଲାଣ ନେଇ ଅଭିଯୋଗ କରାଯିବା ସହ ଲୋକାୟୁକ୍ତ ଅଦାଳତ ନିକଟରେ ଅଭିଯୋଗ କରାଯାଇଥିଲା। ଯଦ୍ୱାରା ସମସ୍ତ ଘଟଣା କ୍ରମକୁ ଦୃଷ୍ଟି ରେ ରଖି ଗୁଣପୁର ତହସିଲଦାର ଭାବେ ବଦଳି କରାଯାଇଥିବା ଶ୍ରୀ ମିଶ୍ର ଏଠାରେ ଯୋଗଦେଇନଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ବସ୍ତୁ ପଲାଟିଥିଲା। ଇତି ମଧ୍ୟରେ ଗୁଣପୁର ତହସିଲ୍ ରୁ ବଦଳି କରାଯାଇଥିବା ଅତିରିକ୍ତ ତହସିଲଦାର କୁଶ ଗରଡା ଙ୍କ ସ୍ଥାନରେ ଶ୍ରୀ କପିଳେଶ୍ଵର ତାଣ୍ଡି ଙ୍କୁ ବଦଳି କରାଗଲା। ଉଭୟ ଅତିରିକ୍ତ ତହସିଲଦାର ଙ୍କ ଶାସନ୍ ମଧ୍ୟରେ ସ୍ଥାନୀୟ ସାଧାରଣ ଜନତା ବଳି ପଡିଲେ। ତହସିଲଦାର ଦାୟିତ୍ଵ ରେ ଥିବା ଅତିରିକ୍ତ ତହସିଲଦାର ଶ୍ରୀ ଏଫ୍. ଏକ୍କା ଙ୍କ କାର୍ଯ୍ୟକୁ ବିରୋଧ କରି ଶ୍ରୀ ତାଣ୍ଡି ଅନେକ ଆବଶ୍ୟକୀୟ ସମସ୍ତ ଆବେଦନ ପତ୍ର କୁ ଖାରଜ କରି ଦେଇଥିଲେ। ଏହାକୁ ବିରୋଧ କରି ଗୁଣପୁର ବିଜେପି ଓ ଗୁଣପୁର ଯୁବ ଉନ୍ନୟନ ପରିଷଦ ପକ୍ଷରୁ ଗଣ ବିକ୍ଷୋଭ ପ୍ରଦର୍ଶନ କରାଗଲା। ଶ୍ରୀ ଏକ୍କା କରିଥିବା ବେଆଇନ କାର୍ଯ୍ୟକୁ ଶ୍ରୀ ତାଣ୍ଡି ରଦ୍ଦ କରିଥିବା କୁହାଗଲା । ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ଗଜପତି ଜିଲ୍ଲା ରେ ସବ୍ ରେଜିଷ୍ଟର ଭାବେ କାର୍ଯ୍ୟରତ ଶ୍ରୀ. ଶରତ ଚନ୍ଦ୍ର ନାୟକ ଙ୍କୁ ରାଜ୍ଯ ସରକାର ଙ୍କ ପକ୍ଷରୁ ଗୁଣପୁର ତହସିଲଦାର ଭାବେ ବଦଳି କରାଗଲା। ବଦଳି ଆଦେଶ ପାଇବାର କିଛି ଦିନ ବିତି ଯାଇଥିଲେ ଶ୍ରୀ ନାୟକ ଏଠାରେ ଯୋଗ ଦେଇ ନଥିବାରୁ ଏହାଙ୍କ ଦାୟିତ୍ଵ ଗ୍ରହଣ କରିବା ସ୍ଥାନୀୟ ଜନ ସାଧରଣ ଙ୍କ ସନ୍ଦେହ ଘେର ମଧ୍ୟରେ ରହିଥିବା ସମୟରେ ଗତ ଶୁକ୍ରବାର ଦିନ ୩୦ ତାରିଖ ରେ ଗୁଣପୁର ତହସିଲଦାର ଭାବେ ଯୋଗଦେବା ପରେ ଜନ ସାଧରଣ ଙ୍କ ମଧ୍ୟରେ ଉଙ୍କି ମାରୁଥିବା ସମସ୍ତ ସନ୍ଦେହ ର ଅବସାନ ଘଟିଛି। ଗଜପତି ଜିଲ୍ଲା ରେ ସବ ରେଜିଷ୍ଟର ଭାବେ କାର୍ଯ୍ୟରତ ଥାଇ ସ୍ୱଚ୍ଚୋଟ ଓ ସ୍ୱଚ୍ଛ ପ୍ରଶାସକ ଭାବେ ସେଠାକାର ଜନ ସାଧରଣ ଙ୍କ ହୃଦୟରେ ବସା ବାନ୍ଧିଥିବା ଶ୍ରୀ ନାୟକ ଙ୍କୁ ଗୁଣପୁର ଜନ ସାଧାରଣ ତହସିଲଦାର ଭାବେ ପାଇ ଗର୍ବିତ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି। ଦେଖିବାକୁ ରହିଲା ଗୁଣପୁର ଜନ ସାଧାରଣ ଙ୍କ ହୃଦୟରେ ଶ୍ରୀ ନାୟକ କିଭଳି ସ୍ଥାନ ସୃଷ୍ଟି କରିପାରୁଛନ୍ତି ।

୨୦୦ ଆସନ ଜିତିବ ବୋଲି ଦମ୍ଭୋକ୍ତି କରିଥିଲା, ହେଲେ ମାତ୍ର ୭୭ରେ ଅଟକିଲା ବିଜେପି…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଫେଲ ମାରିଛି ବିଜେପିର ବେଙ୍ଗଲ ଦଖଲ ଅଭିଯାନ। ନିର୍ବାଚନ ବେଳେ ଘନଘନ ପ୍ରଚାର କରି ବେଙ୍ଗଲରେ ଦଳ ୨୦୦ରୁ ଅଧିକ ଆସନ ଜିତି ସରକାର ଗଠନ କରିବ ବୋଲି ଦମ୍ଭୋକ୍ତି କରିଥିଲା। ହେଲେ ବେଙ୍ଗଲବାସୀ ବିଜେପିକୁ ମାତ୍ର ୭୭ ଆସନରେ ଅଟକାଇ ଦେଇଛନ୍ତି। ଦଳର ବହୁ ହେଭିୱେଟଙ୍କୁ ପରାସ୍ତ ହେବାକୁ ପଡ଼ିଛି। ଦଳ ପକ୍ଷରୁ ୫ ସାଂସଦଙ୍କୁ ବେଙ୍ଗଲ ବିଧାନସଭାରେ ପ୍ରାର୍ଥୀ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ମାତ୍ର ୨ ଜଣ ଜିତିବାକୁ ସକ୍ଷମ ହୋଇଛନ୍ତି। ଚର୍ଚ୍ଚିତ ସାଂସଦ ବାବୁଲ ସୁପ୍ରିଓ ଟଲିଗଞ୍ଜ ଆସନରେ ଚିତପଟାଙ୍ଗ ମାରିଛନ୍ତି। ସେହିପରି ଟିଏମସିରୁ ଆସି ବିଜେପିରେ ପ୍ରାର୍ଥୀ ହୋଇଥିବା ଅଧିକାଂଶ ନେତାଙ୍କୁ ବେଙ୍ଗଲବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି।୨୯୪ ଆସନ ବିଶିଷ୍ଟ ବେଙ୍ଗଲ ବିଧାନସଭାର ୨୯୨ଟି ସ୍ଥାନରେ ଭୋଟ ହୋଇଥିଲା। ଗତକାଲି ବିଳମ୍ବିତ ରାତି ଯାଏ ଚାଲିଥିବା ଭୋଟ ଗଣତି ପରେ ଫଳାଫଳ ସାମ୍ନାକୁ ଆସିଛି। ବିଜେପି ୭୭ଟି ଆସନରେ ଜିତିଥିବା ବେଳେ କ୍ଷମତାସୀନ ମମତା ବାନାର୍ଜୀଙ୍କ ଟିଏମସି ୨୧୩ଟି ସିଟ୍‌ରେ ବାଜିମାତ କରିଛି। ୨୦୨୬ରେ ଟିଏମସି ୨୧୧ଟି ଆସନରେ ଜିତିଥିଲା। ହେଲେ ଏଥର ଏହାଠାରୁ ଅଧିକ ୨ଟି ଆସନରେ ଦଳ ବିଜୟୀ ହୋଇଛି। ବିଜେପି ୨୦୧୬ରେ ମାତ୍ର ୩ଟି ଆସନରେ ସୀମିତ ଥିଲା। ଏଥର ଦଳ ସାମାନ୍ୟ ଭଲ ପ୍ରଦର୍ଶନ କରିଛି। କିନ୍ତୁ ଦଳ ଯେଉଁଭଳି ମାରଥନ ପ୍ରଚାର କରୁଥିଲା ଓ ସବୁ କଳବଳ କୌଶଳ ଆପଣାଇଥିଲା, ତା’କୁ ଦେଖିଲେ ବିଜେପିକୁ ବେଙ୍ଗଲ ରେଜଲ୍ଟ ଶକ୍ତ ଝଟକା ଦେଇଛି ବୋଲି ରାଜନୀତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବେଙ୍ଗଲରେ ଦୀର୍ଘ ୩୪ ବର୍ଷ ଧରି ଶାସନ କରିଥିବା ବାମଦଳ ଚଳିତ ନିର୍ବାଚନରେ ଗୋଟିଏ ହେଲେ ବି ଆସନରେ ଜିତିପାରିନି। କଂଗ୍ରେସ ମଧ୍ୟ ସମଦଶା ଭୋଗିଛି। ଅନ୍ୟାନ୍ୟ ଦଳ ୨ଟି ଆସନରେ ଜିତିଛନ୍ତି।

ଯେଉଁଠି ମୁଖ୍ୟମନ୍ତ୍ରୀ ନିଜେ ହାରୁଛନ୍ତି ସେଠି ଜିତିଲେ ଦିନ ମଜୁରିଆଙ୍କ ସ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ତୃତୀୟ ଥର ପାଇଁ ବିଜୟୀ ହୋଇଛି। ଯଦିଓ ନିର୍ବାଚନ କମିଶନ ଚୂଡ଼ାନ୍ତ ଘୋଷଣା କରି ନାହାନ୍ତି ହେଲେ ଟିଏମସି ଭୋଟ୍ କାଉଣ୍ଟି ବେଳେ ଆଗରେ ରହିଛି। ସେହିପରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିନ୍ଦିଗ୍ରାମରୁ ହାରିଥିବା ଜଣାପଡ଼ିଛି। ହେଲେ ଏଭଳି ସ୍ଥିତିରେ ଜଣେ ଦିନ ମଜୁରିଆଙ୍କ ସ୍ତ୍ରୀ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେ ହେଉଛନ୍ତି ଚନ୍ଦନା ବାଉରୀ। ଯିଏକି ସଲତୋରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଟିଏମସିର ସନ୍ତୋଷ କୁମାର ମଣ୍ଡଳଙ୍କୁ ୪ ହଜାର ଭୋଟ ବ୍ୟବଧାନରେ ହରାଇଛନ୍ତି। ନିର୍ବାଚନୀ ସତ୍ୟପାଠ ଅନୁଯାୟୀ ଚନ୍ଦନା ବାଉରୀଙ୍କ ତିନି ସନ୍ତାନ ରହିଛନ୍ତି। ତାଙ୍କ ପାଖରେ ୩୧ ହଜାର ୯୮୫ ଟଙ୍କାର ସମ୍ପତ୍ତି ଥିବା ବେଳେ ସ୍ୱାମୀଙ୍କ ନାମକେ ୩୦ ହଜାର ୩୧୧ ଟଙ୍କାର ସମ୍ପତ୍ତି ରହିଛି। ଏହି ଦମ୍ପତିଙ୍କ ପାଖରେ ତିନୋଟି ଗାଈ ଓ ତିନୋଟି ଛେଳି ରହିଛି। ଗତ ମାର୍ଚ୍ଚରେ ସେ ପ୍ରତିକ୍ରିୟା ଦେଇ କହିଥିଲେ ପ୍ରାର୍ଥୀ ହେବାକୁ ସେ କେବେ ଚିନ୍ତା କରିନଥିଲେ। ହେଲେ ତାଙ୍କର ଶୁଭେଚ୍ଛୁ ମାନେ ପ୍ରାର୍ଥୀ ହେବାକୁ ଅନଲାଇନରେ ଆବେଦନ କରିଥିଲେ। ଆଉ ପରେ ବିଜେପି ତାଙ୍କୁ ଟିକେଟ ଦେଇଥିଲା। ଆଉ ଏହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା ବୋଲି ସେତେବେଳେ ଚନ୍ଦନା କହିଥିଲେ। ସୂଚନାଯୋଗ୍ୟ ସଲତୋରାର ଆସନ ଲଗାତର ଦ୍ୱିତୀୟ ଥର ପାଇଁ ଟିଏମସି ପାଖରେ ଥିଲା। ଏବେ କିନ୍ତୁ ଏହି ଆସନ ବିଜେପି ପାଖକୁ ଆସିଛି। ନିର୍ବାଚନ ବେଳେ ପ୍ରଚାର କରିବାକୁ ଚନ୍ଦନାଙ୍କ ପାଖରେ ସମ୍ୱଳ ନଥିବାରୁ ପ୍ରଚାର ପାଇଁ ବିଜେପି ଏକ କାର ଯୋଗାଇଥିଲା। ସୂଟନାଯୋଗ୍ୟ, ପଶ୍ଚିମବଙ୍ଗରେ ୨୯୨ ବିଧାନସଭା ଆସନରୁ ଟିଏମସି ୨୦୦ରୁ ଅଧିକ ଆସନରେ ଅଗ୍ରଣୀ ରହିଥିବା ବେଳେ ବିଜେପି ୧୦୦ରୁ କମ୍ ଆସନରେ ଅଗ୍ରଣୀ ରହିଛି।

ବିଜୟୀ ପରେ ଶୁଭେନ୍ଦୁ ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେଉ ହେଉ ପୁଣିଥରେ ହିଂସା ମୁଣ୍ଡ ଟେକିଛି। ରବିବାର ନନ୍ଦିଗ୍ରାମ ଆସନରୁ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିବା ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ କାର ଉପରେ ଆକ୍ରମଣ ହୋଇଥିବା ସୂଚନା ରହିଛି। ଏହି ଆକ୍ରମଣ ହଲଦିଆ ଭୋଟ୍ ଗଣତି କେନ୍ଦ୍ର ବାହାରେ ହୋଇଥିବା ସୂଚନା ରହିଛି। ଏହି ଆକ୍ରମଣ ପଛରେ ଟିଏମସି କର୍ମୀ ରହିଥିବା ବିଜେପି ଅଭିଯୋଗ କରିଛି। ଏହା ପୂର୍ବରୁ ବିଜେପିର ଆରମବାଗରେ ପାର୍ଟି ଅଫିସରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ବିଜେପି ନେତା ଟ୍ୱିଟ୍ କରି ଏହି ଭିଡ଼ିଓ ଜାରି କରି ଏହା କହିଛନ୍ତି। ଆଉ ଏଥିପାଇଁ ଟିଏମସିକୁ ଦାୟୀ କରିଛନ୍ତି। ନିର୍ବାଚନ ସରିବା ପରେ ଟିଏମସି ପୁଣିଥରେ ହିଂସାକୁ ଆପଣାଇଛି ବୋଲି ବିଜେପି ନେତା ଅମିତ ମାଲବ୍ୟ ଟ୍ୱିଟ୍ କରି କହିଛନ୍ତି। ତେବେ ଟିଏମସି ଅଭିଯୋଗକୁ ଅଗ୍ରାହ୍ୟ କରିଛି। ସେହିପରି ବିଜେପିର ଜଣେ ଏଜେଣ୍ଟଙ୍କ ଘରେ ମଧ୍ୟ ଟିଏମସି କର୍ମୀ ନିଆଁ ଲଗାଇ ଦେଇଥିବା ମାଲବ୍ୟ ଟ୍ୱିଟ୍ କରି କହିଛନ୍ତି। ଅନ୍ୟପଟେ ଟିଏମସି ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ନନ୍ଦିଗ୍ରାମରେ ତୁରନ୍ତ ପୁନଃ ଭୋଟ୍ ଗଣତି କରିବାକୁ ଦାବି କରିଛି। ନନ୍ଦିଗ୍ରାମ ଆସନରେ ପ୍ରଥମେ ମମତା ବାନାର୍ଜୀ ବିଜୟୀ ହୋଇଥିବା ଘୋଷଣା କରାଯାଇଥିଲା। ହେଲେ ବିଜେପିର ଆପତ୍ତି ପରେ ପୁନର୍ବାର ଭୋଟ ଗଣତି କରାଯାଇଥିଲା ସେତେବେଳେ ଶୁଭେନ୍ଦୁ ବିଜେତା ହୋଇଥିଲେ। ଏବେ ଟିଏମସି ପୁନର୍ବାର ଭୋଟ୍ ଗଣତି ପାଇଁ ଦାବି କରିଛି। ଅନ୍ୟପକ୍ଷରେ, ଟିଏମସି ପଶ୍ଚିମବଙ୍ଗ ବିଧାନସଭାରେ ୨୯୨ ଟି ଆସନ ମଧ୍ୟରୁ ୧୪୮ଟି ଜିତି ବହୁ ସଂଖ୍ୟା ହାସଲ କରିଛି। ନିର୍ବାଚନ ଆୟୋଗର ୱେବସାଇଟ୍ ଅନୁଯାୟୀ, ୬୩ଟି ନିର୍ବାଚନମଣ୍ଡଳୀରେ ଟିଏମସି ଆଗୁଆ ରହିଛି। ରାଜ୍ୟରେ ବିଧାନସଭା ଆସନ ସଂଖ୍ୟା ୨୯୪ କିନ୍ତୁ ଶ୍ୟାମସର୍ଗ ଏବଂ ଜାଙ୍ଗିପୁର ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ଦେହାନ୍ତ ହୋଇଥିବାରୁ ନିର୍ବାଚନ ସ୍ଥଗିତ ରଖାଯାଇଛି। ୨୯୨ ବିଧାନସଭା ଆସନରୁ ୧୪୭ଟି ଆସନକେ ଯେଉଁ ଦଳ ବିଜୟୀ ହେବ ସିଏ ସରକାର ଗଢ଼ିବ ।

ବେଙ୍ଗଲରେ ବିଜେପି ୫ ସାଂସଦଙ୍କୁ ପ୍ରାର୍ଥୀ କରିଥିଲା, ଜିତିଲେ ୨..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ବିଜେପି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ମୋଟ ପାଞ୍ଚଜଣ ସାଂସଦଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲା। ସେଥିମଧ୍ୟରୁ କେବଳ ଦୁଇଜଣ ବିଜୟୀ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓଙ୍କ ସମେତ ଅନ୍ୟ ତିନିଜଣ ହାରିଯାଇଛନ୍ତି। ହାରିଥିବା ଲୋକଙ୍କ ମଧ୍ୟରେ ରାଜ୍ୟସଭାରୁ ଇସ୍ତଫା ଦେଇ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସ୍ୱପନ ଦାସ ଗୁପ୍ତା ରହିଛନ୍ତି। ସାଂସଦମାନଙ୍କୁ ଟିକେଟ୍ ଦେଇ ବିଧାନସଭା ନିର୍ବାଚନରେ ​​ବିଜେପି ସମସ୍ତ ଆସନରେ ପ୍ରାର୍ଥୀ ଦୋଇଥିଲା। କେନ୍ଦ୍ର ରାଜ୍ୟ ମନ୍ତ୍ରୀ ତଥା ଆସାନସୋଲର ସାଂସଦ ବାବୁଲ ସୁପ୍ରିଓଙ୍କୁ ଟୋଲାଗଞ୍ଜ ଆସନରୁ ବିଜେପି ପ୍ରାର୍ଥୀ କରିଥିଲା। ବାବୁଲ କିନ୍ତୁ ୫୦,୦୮୦ ଭୋଟରେ ହାରିଛନ୍ତି। ବାବୁଲଙ୍କୁ ୪୦୫୯୭ ଭୋଟ୍ ମିଳିଥିବାବେଳେ ଟିଏମସି ନେତା ଅରୁପ ବିଶ୍ୱାସଙ୍କୁ ୧୦,୧୪୪୦ ଭୋଟ୍ ମିଳିଛି। ହୁଗୁଳିର ଲୋକସଭା ସାଂସଦ ଲକେଟ୍ ଚାଟାର୍ଜୀଙ୍କୁ ଚୁଞ୍ଚୁରା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ କରିଥିଲା ​​କିନ୍ତୁ ଜିତି ପାରି ନାହାନ୍ତି। ଲକେଟ ଚାଟାର୍ଜୀ ୧୮,୪୧୭ ଭୋଟରେ ହାରିଛନ୍ତି। ସେହିଭଳି କୁଚ ବିହାରାର ସାଂସଦ ନିଶିତ ପ୍ରେମାନିକ ଦୀନହାଟା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏକ କଡ଼ା ପ୍ରତିଯୋଗିତାରେ ସାଂସଦ ନିଶିତ ପ୍ରେମାନିକ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଟିଏମସି ନେତା ଉଦୟାନ ଗୁହାଙ୍କୁ ମାତ୍ର ୫୭ ଭୋଟରେ ପରାସ୍ତ କରିବାରେ ସଫଳ ହୋଇଥିଲେ। ଶେଷ ଥର ପାଇଁ ଟିଏମସି ନେତା ଉଦୟାନ ଗୁହା ୨୧,୦୦୦ ରୁ ଅଧିକ ଭୋଟରେ ଏହି ଆସନ ଜିତିଥିଲେ। ରଣଘାଟ ଲୋକସଭା ଆସନରୁ ସାଂସଦ ଜଗନ୍ନାଥ ସାର୍କଙ୍କୁ ଶାନ୍ତିପୁରରୁ ବିଜେପି ପ୍ରାର୍ଥୀ କରିଥିଲା। ଜଗନ୍ନାଥ ସାର୍କ ମୋଟ୍ ୧୫,୮୭୮ ଭୋଟରେ ଜିତିବାରେ ସଫଳ ହୋଇଛନ୍ତି। ସେ ଟିଏମସିର ଅଜୟ ଦେବଙ୍କୁ ପରାସ୍ତ କରିଛନ୍ତି। ଏଥି ସହ ରାଜ୍ୟସଭାରୁ ଇସ୍ତଫା ଦେଇ ନିର୍ବାଚନରେ ​​ହାରିଥିବା ସ୍ୱପ୍ନ ଦାସ ଗୁପ୍ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଗୁପ୍ତା ଟିଏମସି ନେତା ରାମେଣ୍ଡୁଙ୍କ ପାଖରୁ ୭୪୮୪ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।

ସାମ୍ବାଦିକଙ୍କୁ କରୋନା ସମ୍ମୁଖ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟ ସାମ୍ବାଦିକଙ୍କୁ କରୋନା ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଘୋଷଣା ଦ୍ୱାରା ରାଜ୍ୟର ୬,୯୪୪ ସାମ୍ବାଦିକ ଉପକୃତ ହୋଇପାରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସାମ୍ବାଦିକମାନେ ରାଜ୍ୟକୁ ଅନବରତ ସେବା ଯୋଗାଉଛନ୍ତି। କରୋନା ସତ୍ତ୍ୱେ ରାଜ୍ୟବାସୀଙ୍କ ପାଖରେ ଖବର ପହଞ୍ଚାଉଛନ୍ତି। ସେମାନେ ଲୋକଙ୍କ ପାଖରେ କରୋନା ସଚେତନତା ସଂପର୍କିତ ଖବର ମଧ୍ୟ ପହଞ୍ଚାଉଛନ୍ତି। ଏହି ଘୋଷଣା ଅବସରରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ୬,୯୪୪ ଜଣ ସାମ୍ବାଦିକ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ହୋଇଛନ୍ତି। ସେମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁର ସ୍ୱାସ୍ଥ୍ୟ ବୀମା ପାଇଛନ୍ତି। ନିଜ କର୍ତ୍ତବ୍ୟପାଳନ ବେଳେ କୋଭିଡ୍‌ରେ ପ୍ରାଣ ହରାଉଥିବା ସାମ୍ବାଦିକଙ୍କ ପରିବାର ଲୋକଙ୍କୁ ୧୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଉଛି ।

ସାନିଟାଇଜ୍‌ ହେଲା ଶ୍ରୀମନ୍ଦିର…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଇଛି । ନୂତନ ଏସଓପି ଜାରି ହେବା ପରେ ଭକ୍ତଙ୍କ ଲାଗି ଆସନ୍ତା ମେ’ମାସ ୧୫ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଆଜି ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ଶ୍ରୀମନ୍ଦିରକୁ ସାନିଟାଇଜ କରିଛନ୍ତି। ଅଗ୍ନିଶମ ବାହିନୀର ଗୋଟିଏ ଟିମ୍ ଶ୍ରୀମନ୍ଦିର ବାହାର ପାର୍ଶ୍ଵରେ ଚାରିଦ୍ୱାର, ଜୋତା ଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ଼ ଆଦିକୁ  ବିଶୋଧନ କରିଥିବା ବେଳେ ଅନ୍ୟ ଟିମ୍ ହ୍ୟାଣ୍ଡ ସ୍ପ୍ରେ ମାଧ୍ୟମରେ ଶ୍ରୀମନ୍ଦିର ଭିତର ପାର୍ଶ୍ଵରେ ଆନନ୍ଦବଜାର, ସ୍ନାନ ବେଦୀ, କୀର୍ତ୍ତନ ଚକଡା, ବାଇଶି ପାବଚ୍ଛ ଆଦି ସ୍ଥାନକୁ ସାନିଟାଇଜ କରିଛନ୍ତି । ଏବେ ସାଧାରଣ ଦର୍ଶନ ବନ୍ଦ ରହିଥିବାରୁ ଶ୍ରୀମନ୍ଦିରରେ ସଂକ୍ରମଣ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ତଥାପି ସେବାୟତ ମାନେ ସଚେତନ ନରହିଲେ ବିପଦର ଆଶଙ୍କାକୁ ଏଡାଇ ଦିଆଯାଇନପାରେ।