“ବିଦେଶୀ ଚୋରାମଦଜବତ ଅଭିଯୁକ୍ତ କୋର୍ଟଚାଲାଣ”

!!! ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି. ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ଼ା) – ରାୟଗଡା ଜିଲ୍ଲା ର ବିଷମକଟକ ବ୍ଲକ ଅନ୍ତର୍ଗତ ଦୁର୍ଗୀ ଗ୍ରାମରେ ଗତକାଲି ଚୋରା ବିଦେଶୀମଦ ଜବତକରିଛି ବିଷମକଟକ ପୋଲିସ.ବିଶ୍ଵସ୍ତ ସୂତ୍ରରୁ ଖବରପାଇ ବିଷମକଟକ ପୋଲିସ ସଦଳ ବଳେ ଯାଇ ଦୁର୍ଗୀଗ୍ରାମର ଚଢ଼ାଉକରିଥିଲେ। ଏହି ଚଢ଼ାଉରେ ୨୭୭.୬୧୦ ଲିଟର ଚୋରା ବିଦେଶୀମଦ ଜବତ ହେଇଛି. ଏହାର ଆନୁମାନିକ ମୁଲ୍ୟ ୩ ଲକ୍ଷ୍ୟରୁ ଅଧିକ ହେବବୋଲି ବିଷମକଟକ ପୋଲିସ କହିଛି। ତା ସହ ଜଣେଆସାମୀ ଓ ନକଲି ମଦବୋତଲ ସ୍ପିରିଟ,ଚାପା ଥିବା ଠିପିସହ ଖୋଲାମଦ ଧରାପଡ଼ିଛି ।

p

ଏହି ବ୍ୟକ୍ତିଜଣକ ଦାମୀ ବ୍ରାଣ୍ଡର ବୋତଲ ଠିପି ଆଣି ନକଲି ମଦ ଭର୍ତିକରି ଅସଲି ଦାମରେ ବିକ୍ରୀ କରୁଥିବା ଜଣାପଡିଛି। କେସ ନମ୍ବର ୫୪/୨୧ ରୁଜୁକରି ଦଫା ୪୨୦/୨୭୨/୨୭୩/ଆଇ ପି ସି ଧାରା ୫୨/ଅବକାରୀ ବିଭାଗ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଏହାପଛରେ କାହାର ହାତଅଛି କିଏ କିଏ ଅଛନ୍ତି ତାହା ତଦନ୍ତକଲେ ଜଣାପଡ଼ିବ ବୋଲି କୁହାଯାଇଛି । ଦେଶୀମଦ ସାଙ୍ଗକୁ ବିଦେଶୀ ଠିପିବନ୍ଦ ମଦର ବନ୍ୟା ଚାଲିଥିବା ବେଳେ ଏହି ନକଲି କାରବାର ପୋଲିସର ନାକତଳେ ହେଉଥିବା କଥା କିଛି ନୂଆକଥାନୁହେଁ। ଏଥିରେ ସମସ୍ତଙ୍କ ସଂପୃକ୍ତି ରହିଥିବା ଭଳି ଅନୁମାନ ନଜରରେ ବୁଦ୍ଧିଜୀବୀ ଦେଖୁଛନ୍ତି, ସେ ଯାହାବିହେଉ ଏଭଳି ଚଢ଼ାଉକୁ ଜନସାଧାରଣ ସ୍ୱାଗତକରିବାସହ ଆଗକୁ ଏଭଳିଚଢ଼ାଉ ଜାରିରହୁ ବୋଲି ମତପ୍ରକାଶ ପାଉଛି। ଏଥିରେ ସନ୍ଦେହ ପ୍ରକାଶ ପାଇଛି କି ପୋଲିସ ପ୍ରକାଶ କରିଥିବା ପ୍ରେସ ବିବୃତିରେ ଗିରଫ ଆସାମୀର ନାମ ପ୍ରକାଶ ପାଇନାହିଁ. ତେଣୁ ପୋଲିସର ଯାଞ୍ଚ୍ ପ୍ରକ୍ରିୟା ଓ ସ୍ବଚ୍ଛତା ଉପରେ ବୁଦ୍ଧିଜୀବୀ ପ୍ରଶ୍ନକରିଛନ୍ତି।ପୋଲିସର ନିରବତାରୁ ରାୟଗଡା ଜିଲ୍ଲାରେ ଏଭଳି ନିଶାକାରବାର ଚାଲିଥିବାର ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି…..

ବିନା ନାମ ଫଳକ ରେ ଚାଲିଛି ପାରଳାଖେମୁଣ୍ଡି କ୍ଷୁଦ୍ର ଜଳସେଚନ ବିଭାଜନ କାର୍ଯ୍ୟାଳୟ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଅବସ୍ଥାପିତ କ୍ଷୁଦ୍ର ଜଳ ବିଭାଜିକା କାର୍ଯ୍ୟଳୟ ର ନୂତନ କୋଠା ଦୀର୍ଘ ଏକ ବର୍ଷ ହେବ କାର୍ଯ୍ୟ କ୍ଷମ ହୋଇ ସାରିଥିବା ବେଳେ ଏଠାରେ ନାମ ଫଳକ ଟିଏ ଲାଗି ପାରିନି । ଏଠାର ପୁରୁଣା କୋଠାରେ ଲଗାଯାଇଥିବା ପୁରୁଣା ଫଳକ ଟିକୁ ବାହାରକୁ ଫୋପାଡ଼ି ଦେଇଥିବା ବେଳେ ନୂତନ ଫଳଜ ଲଗାଇବା ନିମନ୍ତେ ପ୍ରୟାସ କରାଯାଇନି ।ବିଭାଗ ଦ୍ଵାରା କରା ଯାଇଥିବା କାର୍ଯ୍ୟ ଗୁଡିକ ସ୍ଥାନରେ କାର୍ଯ୍ୟ ଫଳକ ଟିଏବି ଲଗାଯାଇନି ।ଯେଉଁ ବିଭାଗର କାର୍ଯ୍ୟାଳୟ ରେ ନାମ ଫଳକ ଲାଗିପାରୁନି ସେଇ ବିଭାଗ ଦ୍ଵାରା କାର୍ଯ୍ୟ କରା ଯାଉଥିବା ସ୍ଥାନରେ କାର୍ଯ୍ୟ ଫଳକ କଥା ପଚାରେ କିଏ ବୋଲି କଥା ଉଠିଛି ।

ପ୍ରଦୀପ୍ତ କୁମାର ରାଉତ ଏଠାରେ ନିର୍ବାହୀ ଯନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପର ଠାରୁ ହୋଇଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସ୍ଥଳୀ ରେ ଏଭଳି କାର୍ଯ୍ୟ ସୂଚନା ଫଳକ ଲାଗିନଥିବା ଏବଂ ଏହି କାର୍ଯ୍ୟ ଗୁଡିକର ତଦାରଖ ନିମନ୍ତେ ଅସୁଥିବା ଉପରିସ୍ଥ ଅଧିକାରୀ ମାନେ କାହିଁକି ଏନେଇ ଟିପ୍ପଣୀ ଦେଇ ନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଜନତା ପାଠକଙ୍କ ମତକୁ ସମ୍ମାନ ଦେଇ ଏହାର ଭିତିରି ଖବରକୁ ନେଇ ଆଗକୁ ଆମ୍ଭ ପକ୍ଷରୁ ଗ୍ରାଉଣ୍ଡ ଜିରୋ ଅନୁସନ୍ଧାନ ମୂଳକ ତଥ୍ୟ ଉପସ୍ଥାପନା କରାଯାଇ କହିବାକୁ ହେବ ବାବୁ ଏଥର ସମ୍ଭାଳ ।

ଅକ୍ସିଜେନ ଓ ଡାକ୍ତର ଙ୍କ ସୁବିଧା ଥାଇ କୋଭିଡ଼ କେୟାର ସେଣ୍ଟର ଗୁଣପୁର ରେ ଖୋଲିବା ପାଇଁ ବୁଦ୍ଧିଜୀବୀ ଙ୍କ ଦାବୀ।

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟଜୋଷୀ !!!

ଏଥର ସମ୍ଭାଳ(ଗୁଣପୁର) – ୧୨ ଦିନରେ ୭ ଜଣ ଙ୍କ ପ୍ରାଣ ଯିବା ପରେ କରୋନା ର ଦ୍ଵିତୀୟ ଲହରୀ ଗୁଣପୁର ଠାରେ ଆତଙ୍କ ର ଛାୟା ଖେଳାଇ ଦେଇଛି । ଆକସ୍ମିକ ଭାବେ ରୋଗୀଙ୍କ ର ଲକ୍ଷଣ ଦେଖାଦେଇ ଅକ୍ସିଜେନ ମାତ୍ରା କମିଯିବା ଫଳରେ ରୋଗୀ ମାନଙ୍କୁ ରାୟଗଡ଼ା ଜିଲ୍ଲା ଜେ.କେ ପୁର ସ୍ଥିତ କୋଭିଡ଼ କେୟାର ସେଣ୍ଟର କୁ ପଠାଇବା ଏବଂ ରୋଗୀଙ୍କ ମୃତ ହେବା ଘଟଣାର କ୍ରମ ମାନ ଗୁଣପୁର ବାସୀଙ୍କୁ ଭୟଭୀତ କରିଦେଇଛି। ଜେ.କେ ପୁର ଯିବା ମାତ୍ରେ ମୃତ୍ୟୁ ନିର୍ଦ୍ଧାରିତ ବୋଲି ସାଧରଣ ରେ ଚର୍ଚ୍ଚା ଜୋର୍ ଧରିଛି। ଗୁଣପୁର ବାସୀଙ୍କ ମନରେ ଏଭଳି ଭୟର ବାତାବରଣକୁ ଦୃଷ୍ଟି ରେ ରଖି ଗୁଣପୁର ଓକିଲ ସଂଘ ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକ, ମୋଟର ସଂଘ ସଭପତି ଫଣୀ ଭୂଷଣ ପଟ୍ଟନାୟକ, ସାମାଜ ସେବୀ ୱାଇ. ଗଣପତି ରାଓ, ସିନିଅର ସିଟିଜନ ସଭାପତି ସୂର୍ଯ୍ୟ ନାରାୟଣ ରଥ, ଏମ୍.ପି ରିପ୍ରେଜେଣ୍ଟେଟିଭ ଏସ୍. ବାବାଲୁ ପ୍ରସାଦ, ଓକିଲ ରମେଶ ଲିମା, ଗୁଣପୁର ନବ ନିର୍ମାଣ ସମିତି ର ସଭାପତି ଅକ୍ଷୟ ଦାଶ, ଉପସଭାପତି ଉମା ଶଙ୍କର ଦାଶ, ସମ୍ପାଦକ ରଞ୍ଜିତ ପାଢୀ ପ୍ରମୂଖ ଆଜି ୱେବ୍ ମିନାର ମାଧ୍ୟମରେ ଜିଲ୍ଲାପାଳ ଶ୍ରୀ ସରୋଜ ମିଶ୍ର ଓ ଉପଜିଲ୍ଲାପାଳ ଶ୍ରୀ ସୋନାଲ ଜେନା ଙ୍କ ସହ କୋଭିଡ଼ ସମୟରେ ଗୁଣପୁର ରେ ଥିବା ସମସ୍ୟା ଓ ରୋଗୀ ହେଉଥିବା ହିନସ୍ଥା ସମ୍ପର୍କରେ ରେ ବିଷଦ ଆଲୋଚନା କରିଥିଲେ।

ଆଲୋଚନା ସମୟରେ ଗୁଣପୁର ଠାରେ ଏକ ବ୍ୟବସ୍ଥିତ ଅକ୍ସିଜେନ ଓ ଭେଣ୍ଟିଲେଟର ଥିବା କୋଭିଡ଼ କେୟାର ସେଣ୍ଟର କରାଗଲେ ବହୁ ଲୋକଙ୍କ ଜୀବନ ବଞ୍ଚି ପାରିବ ବୋଲି ମତ ଦେଇଥିଲେ। ହୋମ୍ ଆଇସୋଲେଶନ୍ ବ୍ୟବସ୍ଥା ନଥିବା ରୋଗୀଙ୍କୁ ସରକାରୀ ବ୍ୟବସ୍ଥାରେ ଆଇସୋଲେଶନ୍ କେନ୍ଦ୍ର ରେ ରଖିବାସହ ରୋଗୀ ଚିହ୍ନଟ ପ୍ରକ୍ରିୟା କୁ ଓ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରିଥିଲେ। ଜେ.କେ ପୁର କୋଭିଡ଼ କେୟାର ସେଣ୍ଟର ରେ ଥିବା ଅବ୍ୟବସ୍ଥା ତଥା ରୋଗୀ ଙ୍କୁ ଜେକେପୁର ନେବା ସମୟରେ ବିଳମ୍ବିତ ହେଉଥିବା ଅବ୍ୟବସ୍ଥା ଉପରେ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି । ପ୍ରଶାସନ କୁ ଗୁଣପୁର ବାସୀଙ୍କ ପକ୍ଷରୁ ସହଯୋଗ ଯୋଗାଇ ଦେବା ନିମନ୍ତେ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରି ୱାର୍ଡ଼ ଅନୁଯାୟୀ ଭଲ୍ଯୁଣ୍ଟର ଯୋଗାଇ ଦେବେ ବୋଲି ଉପଜିଲ୍ଲାପାଳ ଙ୍କୁ ପ୍ରତିଶୃତି ଦେଇଥିଲେ । ଏହି ସମ୍ପର୍କ ରେ ଏକ ଚାରିଜଣିଆ କମିଟି ଉପଜିଲ୍ଲାପାଳଙ୍କ ସହ ବସି କୋଭିଡ ନିୟନ୍ତ୍ରଣ କରିବା ନିମନ୍ତେ ଏକ ଖସଡା ପ୍ରସ୍ତୁତ କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଥିବା ସୂଚନା ମିଳିଛି ।

ମେ ୫ରୁ ୧୯ ଯାଏଁ ଓଡିଶାରେ ଲକଡାଉନ୍, ୧୪ ଦିନ ପାଇଁ ସବୁ ବନ୍ଦ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଲାଗିଲା ଲକଡାଉନ୍ । କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବାକୁ ଶେଷରେ କଡା ପଦକ୍ଷେପ ନେଲେ ରାଜ୍ୟ ସରକାର । ସରକାରଙ୍କ ପକ୍ଷରୁ ସଂକ୍ରମଣ ଚେନରେ ବ୍ରେକ୍ ଦେବାକୁ ଶେଷ ବିକଳ୍ପ ନିଆଯାଇଛି । ରାଜ୍ୟରେ ଲାଗିଛି ୧୪ ଦିନିଆ ଲକଡାଉନ୍ ।ଲକଡାଉନ୍ ନେଇ ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ବୁଧବାରରୁ ଲକଡାଉନ୍ ଲାଗୁ ହେବ । ଏହି ସମୟରେ ସମସ୍ତ ସାଧାରଣ ଚଳାଚଳ ବନ୍ଦ ରହିବ । କେବଳ ଜରୁରୀକାଳିନ ସେବା ଜାରି ରହିବ ।ରାଜ୍ୟରେ ଚଳିତ ମଇ ମାସ ୦୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ।

ସ୍ବାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ।ଏହି ସମୟରେ ଜରୁରୀ ସେବାକୁ ଛାଡିଦେଲେ ସବୁ କିଛି ବନ୍ଦ । ଜରୁରୀ କାମ ନଥିଲେ ଘର ନବାହାରିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ । ତେବେ କଟକଣା ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଆଦି ଖୋଲା ରହିବ । ରେଳ ଓ ବିମାନ ସେବା ମଧ୍ୟ ଜାରି ରହିବ ।ଲକଡାଉନ୍ ପାଇଁ ପୋଲିସ ପକ୍ଷରୁ କଡା ଚେକିଂ ବ୍ୟବସ୍ଥା ହୋଇଛି । ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ସମୟରେ ଜୋରଦାର ଚେକିଂ ଓ ବ୍ଲକିଂ କରାଯିବ । ଟ୍ବିନସିଟିରେ ପାଟ୍ରୋଲିଂ ଆହୁରି କଡାକଡି ଭାବେ ପାଳନ ହେବ ।

୧୪ ଦିନିଆ ଲକଡାଉନ୍ ରେ କ’ଣ ଖୋଲା ରହିବ ଆଉ ବନ୍ଦ ରହିବ ଜାଣନ୍ତୁ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ। ସାରା ରାଜ୍ୟରେ ଲାଗିଲା ଲକଡାଉନ୍ । ସବୁ ବନ୍ଦ । ମେ ୫ ତାରିଖରୁ ୧୯ ତାରିଖ ଯାଏଁ ଲାଗୁ କରାଯାଇଛି ୧୪ ଦିନିଆ ଲକଡାଉନ୍ । ଆସନ୍ତୁ ନଜର ପକାଇବା ଲକଡାଉନ୍ ବେଳେ କଣ ଖୋଲା ରହିବ ଓ କଣ ବନ୍ଦ । ଏହି ସମୟରେ ରାସନ, ପରିବା ଓ କ୍ଷୀର ଦୋକାନ ଖୋଲା ରହିବ । ପ୍ରତିରକ୍ଷା, କେନ୍ଦ୍ରୀୟ ଫୋର୍ସ, ଟ୍ରେଜେରୀ, ପୋଷ୍ଟାଲ ସେବା, ଟେଲିକମ୍ ସେବା, ଆଇଏମଡି, ଏନଆଇସି, ଜିଏସଟି ଅଫିସ୍ ଖୋଲା ରହିବ । ସେହିପରି ପୋର୍ଟ, ଏୟାରପୋର୍ଟ ଅଳ୍ପ କର୍ମଚାରୀରେ ଚାଲିବ । ଗଣମାଧ୍ୟମ ଅଫିସ୍, ଜଳ ଯୋଗାଣ, ଏଟିଏମ, ଅଗ୍ନିଶମ ଅଫିସ୍, ବିଜୁଳି ଯୋଗାଣ ସେବା, ଆଦି ଖୋଲାରହିବ । ମେଡିସିନ୍ ଦୋକାନ, ଆମ୍ବୁଲାନ୍ସ, କ୍ଲିନିକ୍, ହସ୍ପିଟାଲ ଆଦି ଖୋଲା ରହିବ । ତେବେ ମାଛ, ମାଂସ ଅଣ୍ଡା, ଦୋକାନ ଖୋଲା ରହିବ । ହୋମ୍ ଡେଲିଭରୀ ହେବ । ସେହିପରି ଅନ୍ୟ ସମସ୍ତ ଅଫିସ୍, ଦୋକାନ ବଜାର, ବାଣିଜ୍ୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଗମନାଗମନ ଓ ସାଧାରଣ ଚଳପ୍ରଚଳ ବନ୍ଦ ରହିବ । ସମସ୍ତ ପାନ ଦୋକାନ, ହଲ୍, ସପିଂ ମଲ୍ ଆଦି ବନ୍ଦ ରହିବ । କୋଚିଂ ସେଣ୍ଟର, ଶିକ୍ଷାନୁଷ୍ଠାନ, ଜିମ୍ ମଧ୍ୟ ବନ୍ଦ ରହିବ । ବସ୍ ଚଳାଚଳ ମଧ୍ୟ ବନ୍ଦ ରଖାଯିବ । ଅଟୋ ରିକ୍ସା, ସେଲୁନ, ସ୍ପା, ବିଇଟି ପାର୍ଲର, ମନ୍ଦିର ଆଦି ବନ୍ଦ ରହିବ ।

ଘରେ ରହି କିଭଳି ଭଲ ହେବେ କରୋନା ସଂକ୍ରମିତ….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଦେଶରେ ଭୟଙ୍କର ରୂପ ନେଇ କରୋନା ଭାଇରସର ଦ୍ୱିତୀୟ ଲହର। ଚାରିଆଡେ ବଢ଼ି ଚାଲିଛି ସଂକ୍ରମଣ ମାମଲା। ଫଳରେ ବିଭିନ୍ନ ସ୍ଥାନରେ ହସ୍ପିଟାଲ ଗୁଡିକରେ ବେଡ୍‌ ସଂଖ୍ୟା ଏବଂ ଅକ୍ସିଜେନର ଅଭାବ ଦେଖାଦେଲାଣି। ଏଭଳି ସ୍ଥିତିରେ କରୋନା ରୋଗୀ ହସ୍ପିଟାଲ ନଯାଇ ମଧ୍ୟ ଘରେ ରହି ଚିକିତ୍ସିତ ହେବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ତେବେ ହୋମ ଆଇସୋଲେସନରେ ରହି କିଭଳି ଭଲ ହେବେ ଅନ୍ୟକୁ ସଂକ୍ରମିତ ନକରି କେଉଁ ସବୁ କଥା ଉପରେ ବିଶେଷ ଧ୍ୟାନ ଦେବା ଉଚିତ ଆସନ୍ତୁ ଜାଣିବ।

  • କରୋନା ରୋଗୀ ସେଲ୍ଫ ଆଇସୋଲେସନରେ ରହିବା ବେଳେ ଏକା ରହିବା ଉଚିତ। ଘର ଲୋକଙ୍କଠାରୁ ଅଲଗା ରହି ଅଲଗା ଶୌଚାଳୟ ମଧ୍ୟ ବ୍ୟବହାର କରିବା ଉଚିତ। ଥଣ୍ଡା ଜ୍ୱର ସମୟରେ ଯେପରି ନିଜର ଯତ୍ନ ନିଅନ୍ତି ସେହି ଭଳି ନିଜର ଯତ୍ନ ନେବା ଆବଶ୍ୟକ। ଖୋଲା ଏବଂ ପର୍ଯ୍ୟାପ୍ତ ଝରକା କବାଟ ଥିବା ରୁମରେ ରୁହନ୍ତୁ।
  • ଯଦି ଆପଣଙ୍କ ଘରେ ପର୍ଯ୍ୟାପ୍ତ ଶୌଚାଳୟ ନାହିଁ ତେବେ ସମସ୍ତେ ବ୍ୟବହାର କରିବା ପରେ ତାକୁ ଶେଷରେ ବ୍ୟବହାର କରନ୍ତୁ। ଏଥିସହ କରୋନାରେ ଆକ୍ରାନ୍ତ ଥିବା ବ୍ୟକ୍ତି ଶୌଚାଳୟ ବ୍ୟବହାର କରିବା ପରେ ତାକୁ ଭଲଭାବେ ସାନିଟାଇଜ୍‌ ସିଞ୍ଚନ୍ତୁ।
  • ଯଦି ଆପଣଙ୍କ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଛି ଏବଂ ଆପଣଙ୍କ ଅମ୍ଳଜାନ ଲେଭେଲ ୯୪ ତଳକୁ ରହୁଛି ତେବେ ପେଟ ମାଡ଼ି ଶୋଇ ଜୋରରେ ନିଃଶ୍ୱାସ ନେବାକୁ ଚେଷ୍ଟା କରନ୍ତୁ। ପ୍ରତି ଦୁଇ ଘଣ୍ଟାରେ ୩ ଥର ଏଭଳି କରିବା ଦ୍ୱାରା ଅକ୍ସିଜେନ ଲେଭେଲ ବଢ଼ିବ ବୋଲି  ଡାକ୍ତର ବେଦ୍‌ ଚତୁର୍ବେଦୀ କହିଛନ୍ତି।
  • କରୋନା ରୋଗୀ ଯଥା ସମ୍ଭବ ପାଣି ପିଅନ୍ତୁ। ପର୍ଯ୍ୟାପ୍ତ ପରିମାଣର ପାଣି ପିଇଲେ ପରିସ୍ରା ହଳଦିଆ ହୁଏ ନାହିଁ ପେଟ ଥଣ୍ଡା ରୁହେ। ଧୂମପାନ କି ମଦ୍ୟପାନ କରନ୍ତୁ ନାହିଁ। ଏହା ଆପଣଙ୍କ ଶରୀରକୁ ଡିହାଇଡ୍ରେଟ୍ କରିବ। ଆପଣଙ୍କର ଯକୃତକୁ ପ୍ରଭାବିତ କରୁଥିବା କୌଣସି କାମ କରନ୍ତୁ ନାହିଁ  ବୋଲି ମେଡିସିନ୍‌ ବିଭାଗର ଡାକ୍ତର ବିକ୍ରମଜିତ ସିଂହ ପରାମର୍ଶ ଦେଇଛନ୍ତି।
  • କିଛି ଲୋକଙ୍କଠାରେ କରୋନା ଭୂତାଣୁର ଲକ୍ଷଣ ଅଧିକ ଭୟଙ୍କର ଦେଖାଯାଏ। ଯଦି ଏହି ଲକ୍ଷଣ ଆପଣଙ୍କ ଶରୀରକୁ ଅଧିକ କ୍ଷତି ପହଞ୍ଚାଇଛି କିମ୍ବା ଯନ୍ତ୍ରଣା ଦେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ୍। କୌଣସି ଔଷଧ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଯଦି ସମ୍ଭବ ତେବେ ସିଟି ସ୍କାନ କରନ୍ତୁ।
  • ଯଦି ଆପଣ କରୋନାରେ ସଂକ୍ରମିତ ହୋଇଛନ୍ତି ତେବେ ଭୟ କରନ୍ତୁ ନାହିଁ। ଅଧିକାଂଶ ଲୋକେ ଭୟଭୀତ ହୋଇ ହସ୍ପିଟାଲରେ ଆଡମିଟ୍‌ ହେଉଛନ୍ତି। ଫଲରେ ସେମାନଙ୍କ ରକ୍ତଚାପ ବୃଦ୍ଧି ପାଉଛି, ଏଥିସହ ଅକ୍ସିଜେନ୍‌ ଲେଭେଲ ମଧ୍ୟ କମୁଛି। ତେଣୁ ଭୟ ନ କରି ଘରେ ରହି କରୋନା ସହ ଲଢ଼ନ୍ତୁ ବୋଲି ଡାକ୍ତର ସିଂହ କହିଛନ୍ତି।
ତାମିଲନାଡୁରେ ଡିଏମକେ, ଆସାମରେ ବିଜେପି ସରକାର…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଭୋଟ ଗଣତି ଆଗକୁ ବଢ଼ିବା ସହ କେଉଁ ରାଜ୍ୟରେ କିଏ ସରକାର ଗଠନ କରିବ, ତା’ ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ତାମିଲନାଡୁରେ ବହୁମତ ସହ ଡିଏମକେ ଓ କଂଗ୍ରେସ ମେଣ୍ଟ ସରକାର ଗଠନ କରିବା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି। ତାମିଲନାଡୁର ୨୩୪ଟି ବିଧାନସଭା ଆସନରୁ ସମସ୍ତ ସ୍ଥାନରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଏବେ ସୁଦ୍ଧା ଡିଏମକେ-କଂଗ୍ରେସ ମେଣ୍ଟ ୧୩୮ଟି ଆସନରେ ଆଗରେ ରହିଥିବା ବେଳେ ଶାସକ ଏଆଇଏଡିଏମକେ ୯୪ଟି ଆସନରେ ଲିଡ୍‌ କରୁଛି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୮। ତେଣୁ ଏହାଠାରୁ ଯଥେଷ୍ଟ ଆଗରେ ଡିଏମକେ ମେଣ୍ଟ ରହିଛି। ଆଉ କିଛି ରାଉଣ୍ଡ ଗଣତି ବାକି ରହିଥିବାରୁ ଷ୍ଟାଲିନ ଓ କଂଗ୍ରେସ ମେଣ୍ଟ ଜିତିବା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି। ସେହିପରି ଆସାମରେ ବିଜେପି ପୁଣି କ୍ଷମତା ଦଖଲ କରିବ। ଆସାମର ୧୨୬ଟି ବିଧାନସଭା ଆସନରୁ ୧୨୧ଟି ସ୍ଥାନରେ ଇଭିଏମ ଖୋଲି ସାରିଛି। ବିଜେପି ମେଣ୍ଟ ରାଜ୍ୟରେ ୮୧ଟି ଆସନରେ ଆଗରେ ଥିବା ବେଳେ କଂଗ୍ରେସ ମେଣ୍ଟ ୩୭ଟିରେ ଲିଡ୍‌ କରୁଛି। ଏଠାରେ ମ୍ୟାଜିକ ନମ୍ବର ୬୪ ଥିବାରୁ ବିଜେପି ମେଣ୍ଟ ଆରାମରେ ସରକାର ଗଠନ କରିବ ବୋଲି ସ୍ପଷ୍ଟ ହୋଇଛି। ରାଜ୍ୟରେ ଅନ୍ୟାନ୍ୟ ଦଳ ମାତ୍ର ୨ଟି ଆସନରେ ଆଗୁଆ ରହିଛନ୍ତି। ପୁଡୁଚେରୀରେ ମଧ୍ୟ କଂଗ୍ରେସକୁ ଶକ୍ତ ଝଟକା ଲାଗିବାର ଆଶଙ୍କା ପ୍ରକାଶ ପାଇଛି। ଏଠାରେ ଥିବା ୩୦ଟି ବିଧାନସଭା ଆସନରୁ ୧୭ଟି ସ୍ଥାନରେ ଇଭିଏମ ଖୋଲିଛି। ବିଜେପି ମେଣ୍ଟ ୧୨ଟି ସ୍ଥାନରେ ଆଗରେ ରହିଥିବା ବେଳେ କଂଗ୍ରେସ ମେଣ୍ଟ ୪ଟି ସ୍ଥାନରେ ଆଗୁଆ ରହିଛି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୬ ରହିଛି। ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଆଗରେ ରହିଛନ୍ତି।

କରୋନା ପାଇଁ ପ୍ରଧାନମନ୍ତ୍ରୀଙ୍କ ଜରୁରୀ ବୈଠକ….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଦେଶରେ କରୋନା ମହାମାରୀ ମାରତ୍ମକ ଢଙ୍ଗରେ ମାଡ଼ି ଚାଲିଥିବା ବେଳେ ଜରୁରୀ ସମୀକ୍ଷା ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ କିଛି ସମୟ ଅର୍ଥାତ ଦିନ ୯.୩୦ରେ ମୋଦି ବିଶେଷଜ୍ଞମାନଙ୍କ ସହ କରୋନା ସ୍ଥିତିର ସମୀକ୍ଷା କରିବେ। ସଂକ୍ରମଣ ବଢ଼ୁଥିବା ବେଳେ ଦେଶର ଅକ୍ସିଜେନ ଓ ଔଷଧ ଉପଲବ୍ଧି ସମ୍ପର୍କରେ ମୋଦି ଯାଞ୍ଚ କରିବେ। ଏଥିସହ ମେଡିକାଲରେ ହୋଇଥିବା ବ୍ୟବସ୍ଥା ଓ ବେଡ୍‌ ସଂଖ୍ୟା ବିଷୟରେ ବି ମୋଦି ବିଶେଷଜ୍ଞଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ସଂକ୍ରମଣ ଉପରେ ବ୍ରେକ ଲଗାଇବା ପାଇଁ ଆଗକୁ କ’ଣ ପଦକ୍ଷେପ ନିଆଯିବ ଓ ଲୋକଙ୍କ ପାଖରେ କେମିତି ସମସ୍ତ ମେଡିକାଲ ସୁବିଧା ପହଞ୍ଚି ପାରିବ, ତା’ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି। ଏବେ ଦେଶରେ ଦୈନିକ ସଂକ୍ରମଣ ୪ ଲକ୍ଷ ପାର କରି ଯାଇଛି। ସେହିପରି ପ୍ରତିଦିନ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇବାରେ ଲାଗିଛି। ଆଗକୁ କରୋନା ତା’ର ପିକ୍‌ ଦେଖାଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି, ଏସବୁ ଭିତରେ ମୋଦି ସୀମକ୍ଷା ବୈଠକ କରିବେ।

୩ ମାସର ଟିକସ ଛାଡ ଦାବି କଲା ବସ ମାଲିକ ସଂଘ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ମହାମାରୀ ମାଡରେ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟ ଘରୋଇ ବସ ମାଲିକ ୩ ମାସର ଟିକସ ଛାଡ ପାଇଁ ଦାବି କରିଛନ୍ତି।  ବସ ଋଣ କିସ୍ତି ଛାଡ ଏବଂ ବୀମା ସମୟ ସୀମା ବୃଦ୍ଧି ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ  ଦାବି ହୋଇଛି।ସେହିପରି କରୋନା ସମୟରେ  ରାଜ୍ୟ ସରକାର ଆନ୍ତଃ ରାଜ୍ୟ ବସ ଚଳାଚଳକୁ ବନ୍ଦ  କରିଛନ୍ତି । କରୋନାର ଦୃତ ସଂକ୍ରମଣ ଯୋଗୁ ବସରେ ଯାତ୍ରୀ ମଧ୍ୟ ହେଉନାହାନ୍ତି । ଫଳରେ ବସ ମାଲିକ ପ୍ରବଳ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ତେଣୁ ଏପ୍ରିଲ, ମେ ଓ ଜୁନ ୩ ମାସର ମୋଟରଯାନ ଟିକସ ଛାଡ କରିବାକୁ  ଘରୋଇ ବସ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଛି। ସେହିପରି ବସ ପାଇଁ ଋଣ କରିଥିବା କିସ୍ତି ଅବଧି ୩ ମାସ ପର୍ଯ୍ୟନ୍ତ ଛାଡ କରିବାକୁ ମଧ୍ୟ ଦାବି କରାଯାଇଛି । ସେହିପରି ବୀମା କଭରେଜ ସମୟ ଅବଧିକୁ ୩ ମାସ  ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦାବି କରାଯାଇଛି। ପୂର୍ବରୁ କେବଳ ଛତିଶଗଡରୁ ବସ୍ ଚଳାଚଳା ବନ୍ଦ ରଖାଯାଇଥିଲା ବେଳେ ଏବେ ଆନ୍ତଃରାଜ୍ୟ ବସ୍ ଚଳାଚଳକୁ ବନ୍ଦ କରି ଦିଆଯାଇଛି। ତେବେ ରାଜ୍ୟ ଭିତରେ ଚାଲୁଥିବା ବସ୍ ଗୁଡିକରେ ଲୋକମାନେ କେବଳ ସିଟିଂରେ ଯିବେ। ଏହା ସହିତ ବିଭିନ୍ନ ପାସେଞ୍ଜର ଅଟୋ ଏବଂ ଟ୍ୟାକ୍ସିରେ ଡ୍ରାଇଭରକୁ ଛାଡ଼ି ୨ ଜଣ ଯାତ୍ରୀ ଯାତ୍ରା କରିପାରିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଥିଲା।

ଗର୍ଭବତୀ ଓ ଭିନ୍ନକ୍ଷମ ସରକାରୀ କର୍ମଚାରୀଙ୍କୁ ଅଫିସ୍ ମନା, ଶନିବାର ବନ୍ଦ ରହିବ ସବୁ ଅଫିସ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ସମସ୍ତ ସରକାରୀ ଅଫିସ ଶନିବାର ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାସହିତ ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ କର୍ମଚାରୀମାନଙ୍କୁ ତତ୍କାଳ ପ୍ରଭାବରୁ ଅଫିସ୍ ନଆସିବା ପାଇଁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ ସରକାରୀ କର୍ମଚାରୀମାନଙ୍କୁ ତତ୍କାଳ ପ୍ରଭାବରୁ ଅଫିସ୍ ନଆସିବା ପାଇଁ ପରାମର୍ଶ ଦିଆଯାଇଛି। ସମ୍ପୃକ୍ତ କର୍ମଚାରୀମାନେ ମେ’ ୩୧ତାରିଖ ପର୍ଯ୍ୟନ୍ତ ଘରୁ ରହି କାମ କରିବାକୁ କୁହାଯାଇଛି। ଯଦି ଅଫିସରେ ଅତ୍ୟନ୍ତ ଜରୁରୀ କାମ ଥିବ ତା’ହେଲେ ଟେଲିଫୋନ୍ ମାଧ୍ୟମରେ ଯୋଗାଯୋଗ କଲେ ସେମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ରାଜ୍ୟର ସମସ୍ତ ସରକାରୀ ଅଫିସ୍ ପ୍ରତି ଶନିବାର ବନ୍ଦ ରହିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ପୂର୍ବରୁ ଭୁବନେଶ୍ୱର ଓ କଟକ ସହରରେ ଥିବା ନିଜର ଅଫିସଗୁଡ଼ିକରେ ଅତିକମରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଜାରି ରଖିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ମାତ୍ର କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବାପରେ ବିଭାଗଗୁଡ଼ିକ ସେମାନଙ୍କ ଅଧୀନରେ ଥିବା ଅଫିସଗୁଡ଼ିକର କେତେ କର୍ମଚାରୀଙ୍କୁ କାମ କରିହେବ ତା’ର ନିଷ୍ପତ୍ତି ନେଇପାରିବେ ବୋଲି ସଂଶୋଧିତ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଅବଶ୍ୟ ଉପସଚିବଠୁ ତଦୁର୍ଦ୍ଧ୍ୱ ପାହ୍ୟାର ଅଫିସରମାନେ ନିୟମିତ ଭାବେ ଅଫିସ୍ ଆସିବେ।ଯେଉଁ ଅଫିସରମାନେ ଭିପିଏନ୍ ନେଇଛନ୍ତି ସେମାନେ ଘରୁ ରହି ଅଫିସ୍ କାର୍ଯ୍ୟ କରିବେ। ଆଉ ଆବଶ୍ୟକ ପଡ଼ିଲେ ସ୍ୱଳ୍ପ ନୋଟିସରେ ଅଫିସ ଆସିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ତେବେ ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ବିଭାଗ ଯଥା ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସଡମା କାର୍ଯାଳୟ, ପୁଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା ଓ ମ୍ୟୁନିସପାଲ ସେବାର କର୍ମଚାରୀମାନେ କାର୍ଯ କରୁଥିବା ଅଫିସଗୁଡ଼ିକ ସମ୍ପୂର୍ଣ୍ଣ ଷ୍ଟାଫରେ ଚାଲିବ। ତେବେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ପାଳନ ଭଳି କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।