ସପ୍ତାହକୁ ୩ ଦିନ ମାଆ ମଝିଘରିଆଣୀ ଦର୍ଶନ ବନ୍ଦ …!

!!! ରାୟଗଡା ଜିଲ୍ଲାରୁ ଟାଉନ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼ା) – ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶାର ପ୍ରମୁଖ ଦୈବି ପୀଠ ରାୟଗଡାର ମା’ ମଝିଘରିଆଣୀଙ୍କ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଜାରି ହୋଇଥିବା ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରତି ସପ୍ତାହର ମଙ୍ଗଳବାର, ବୁଧବାର ଓ ରବିବାର ମନ୍ଦିର ସର୍ବସାଧାରଣ ଦର୍ଶନ ପାଇଁ ବନ୍ଦ ରହିବ। ଏହି ସମୟରେ ମନ୍ଦିରର ପୂଜାବିଧି ରୀତିନୀତି ଅନୁସାରେ ହେବ। ଅନ୍ୟାଦେଶ ପର୍ଯ୍ୟନ୍ତ ମଙ୍ଗଳବାର, ବୁଧବାର ଓ ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ। ସେହିପରି ମା’ ମଝିଘରିଆଣୀଙ୍କ ଚୈତ୍ରପର୍ଵ ପାଇଁ ଏପ୍ରିଲ ୨୩ ତାରିଖଠାରୁ ୨୭ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଉପରେ ବାରଣ କରାଯାଇଛି। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରା ମଝିଘରିଆଣି ମନ୍ଦିରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ପଶ୍ଚିମ ଓଡ଼ିଶାର ଏହି ପ୍ରସିଦ୍ଧ ମନ୍ଦିରକୁ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ପ୍ରଭୁତି ପଡୋଶୀ ରାଜ୍ୟରୁ ପ୍ରତିଦିନ ହଜାର ହଜାର ଭକ୍ତ ଆସିଥାଆନ୍ତି। ମହାମାରୀ କରୋନା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

ବାଦାମ ଖାଉଛନ୍ତି କି ହୋଇପାରେ ଭୟାନକ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସୁସ୍ଥ ଏବଂ ଦୀର୍ଘାୟୁ ପାଇଁ ଲୋକେ ପ୍ରାକୃତିକ ଖାଦ୍ୟ ଉପରେ ନିର୍ଭର କରନ୍ତି। ଫଳମୂଳ ଖାଇବା ପାଇଁ ଅଧିକ ମାତ୍ରାରେ ପସନ୍ଦ କରନ୍ତି। ଯେପରିକି ବାଦାମ ହେଉ ଅବା ଚେରି, ଜାଇଫଳ ତଥା ଡାଲଚିନି ଏହାକୁ ଖାଇବା ପାଇଁ ଲୋକେ ଅଧିକରୁ ଅଧିକ ଭଲ ପାଇଥାନ୍ତି। କିନ୍ତୁ ଏହି ସବୁ ଖାଦ୍ୟ ଆପଣଙ୍କ ପାଇଁ ମାରାତ୍ମକ ମଧ୍ୟ ପ୍ରମାଣିତ ହୋଇପାରେ।  ଏଭଳି କିଛି ପ୍ରାକୃତିକ ଖାଦ୍ୟ ରହିଛି ଯାହା ଆପଣଙ୍କୁ ଦୀର୍ଘାୟୁ କରିବା ବଦଳରେ ଖୁବ୍‌ ଶୀଘ୍ର ମୃତ୍ୟୁର ଦ୍ୱାରଦେଶକୁ ନେଇଯାଇପାରେ।

ବାଦାମ: ବାଦାମ ଖାଇବା ସାଧାରଣତଃ ସମସ୍ତଙ୍କୁ ପସନ୍ଦ। ଶୀତ ଦିନେ ଏହାକୁ ଅଧିକମାତ୍ରାରେ ଲୋକେ ଖାଇଥା’ନ୍ତି।  କିନ୍ତୁ ଅଧିକ ବାଦାମ ଖାଇବା ଭୟାନାକ ହୋଇପାରେ। ଏହା ଫୁଡ୍ ଆଲର୍ଜି ଭଳି ସମସ୍ୟା ସୃଷ୍ଟି କରିପାରେ। ସେଣ୍ଟର ଫର୍‌ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ ମୁତାବକ, ବାଦାମ ଖାଇବା ଦ୍ୱାରା ଲୋକେ ନିଜ ଜୀବନର ଯେକୌଣସି ମୁହୂର୍ତ୍ତରେ ଫୁଡ୍‌ ଆଲର୍ଜିର ଶିକାର ହୋଇପାରନ୍ତି। କେବଳ ସେତିକି ନୁହେଁ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ।  ତେଣୁ ଅଧିକ ବାଦାମ ଖାଇବା ଠାରୁ ଦୂରେଇ ରୁହନ୍ତୁ।

jaiphal
                                                                                       ଜାଇଫଳ

ଜାଇଫଳ: ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଜାଇଫଳ ବେଶ ଉପକାରୀ। ଭାରତୀୟ ଖାଦ୍ୟରେ ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଏ। ଆୟୁର୍ବେଦରେ ମଧ୍ୟ ଜାଇଫଳର ଉପକାରିତା ବିଷୟରେ ଉଲ୍ଲେଖ ରହିଛି। କିନ୍ତୁ ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ଜାଇଫଳର ଉପର ଭାଗରେ ବିଷାକ୍ତ ପଦାର୍ଥ ରହିଥାଏ। ଏହି ବିଷାକ୍ତ ପଦାର୍ଥ ଆମ ଶରୀର ପାଇଁ କ୍ଷତିକାରକ। ଏହାକୁ ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା, ଅସ୍ତବ୍ୟସ୍ଥ ଅନୁଭବ କରିବା, ଛାତି ଯନ୍ତ୍ରଣା ଏବଂ ମୁଣ୍ଡ ବୁଲାଇବା ଭଳି ସମସ୍ୟା ସୃଷ୍ଟି ହୋଇପାରେ।

Dalchini

 

ଡାଲଚିନି: ଜାଇଫଳ ଭଳି ଡାଲଚିନି ମଧ୍ୟ ପ୍ରତିଟି ରୋଷେଇ ଘରେ ମହଜୁଦ ଥାଏ । ଡାଲଚିନିକୁ ନେଇ ଗତ ବର୍ଷ ଆମେରିକାନ ଆସୋସିଏସନ ଅଫ୍‌ ପଏଜନ କଣ୍ଟ୍ରୋଲ ସେଣ୍ଟର ଏକ ଚେତାବନୀ ଜାରି କରିଥିଲା। ଯଦି ଡାଲଚିନି ଗୁଣ୍ଡ ନିଶ୍ୱାସ ପ୍ରଶ୍ୱାସ ନେବା ସମୟରେ ଶରୀର ଭିତରକୁ ଚାଲିଯାଏ ତେବେ ଛାତି ଜଳାପୋଡା ହେବା ଭଳି ସମସ୍ୟା ସୃଷ୍ଟି ହୋଇପାରେ। ଏହାବ୍ୟତୀତ ବାନ୍ତି, କାଶ ଭଳି ମଧ୍ୟ ସମସ୍ୟା ଦେଖାଦେଇପାରେ। ତେଣୁ ଏହାକୁ ସୀମିତ ମାତ୍ରାରେ ଖାଇବା ଉଚିତ।

Caster oil
ଜଡାତେଲ

ଜଡାତେଲ: ଅନେକ ଗୁଣକାରୀ ତତ୍ତ୍ୱରେ ଭରପୂର ଜଡାତେଲ। ପୁରାତନ ଯୁଗରେ ଜଡାତେଲକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଉଥିଲା। ଚର୍ମ ଏବଂ କେଶକୁ ସୁସ୍ଥ ରଖିବା ପାଇଁ ଜଡାତେଲର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏହା ଘରେ ବ୍ୟବହୃତ ହେଉଥିବା ନଡିଆ ତେଲ ଏବଂ ଅଲିଭ ଅଏଲ୍‌ ଠାରୁ ପୂରାପୁରି ଭିନ୍ନ।  ଏକ ମଞ୍ଜୁରି ଜଡାତେଲ ବାହାରିଥାଏ ଯେଉଁଥିରେ ରାଇସିନ୍‌ ନାମକ ବିଷାକ୍ତ ପଦାର୍ଥ ସାମିଲ ଥାଏ। ଏକ ରିପୋର୍ଟ ମୁତାବକ ଏହି ବିଷାକ୍ତ ପଦାର୍ଥ ଏକା ସାଙ୍ଗରେ ହଜାରେ ଲୋକଙ୍କୁ ମୃତ୍ୟୁ ମୁଖରେ ପକାଇବାର କ୍ଷମତା ରଖେ। ତେଣୁ ଜଡାତେଲକୁ ଦେଖିଚାହିଁ ବ୍ୟବହାର କରିବା ଉଚିତ।

Cherry
ଚେରୀ

ଚେରୀ: ଚେରୀ ଖାଇବା ପାଇଁ ସାଧାରଣତଃ ସମସ୍ତେ ଭଲପାଆନ୍ତି। ଏହା ଖାଇବାକୁ ବେଶ ସ୍ୱାଦିଷ୍ଟ ମଧ୍ୟ। କିନ୍ତୁ ଏହାର ମଞ୍ଜି ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ। ଚେରୀ ଭିତରେ ଥିବା ମଞ୍ଜି ଆପଣଙ୍କ ଦାନ୍ତକୁ ଖରାପ କରିପାରେ।  ମଞ୍ଜି ଭିତରେ ଥିବା ସିଆନୋଜେନିକ୍ ନାମକ ଉପାଦାନ ଫାଟିଗଲେ ସିଆନାଇଡ୍ କେମିକାଲରେ ପରିବର୍ତ୍ତନ ହୋଇଥାଏ, ଯାହା ଶରୀର ପାଇଁ ବିଷାକ୍ତ। ତେଣୁ ଚେରୀ ଖାଇବା ସମୟରେ ଯେପରି ତା’ର ମଞ୍ଜିକୁ ନ ଫଟାଇ ଖାଇବେ ସେଥିପ୍ରତି ଧ୍ୟାନ ଦେବା ଉଚିତ।

ମଶା ଠାରୁ ମୁକ୍ତି ପାଇବା ପାଇଁ ହେଲେ ଘରେ ଲଗାନ୍ତୁ ଏହି ସବୁ ଗଛ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଗରମ ଦିନେ ସନ୍ଧ୍ୟା ହେବା କ୍ଷଣି ମଶାର ଆତଙ୍କ ବଢ଼ିଯାଏ। ନା ବସେଇ ଦିଅନ୍ତି, ନା’ ଶୁଆଇ ଦିଅନ୍ତି। ମଶା ଲାଗି ସନ୍ଧ୍ୟା ହେବା ପରେ ଘର କବାଟ ଖୋଲିବାକୁ ମଧ୍ୟ ଭୟ ଲାଗେ। ସାଧାରଣ ରୂପେ ମଶାଠାରୁ ମୁକ୍ତି ପାଇବା ପାଇଁ ଲେକ ବଜାରରେ ମିଳୁଥିବା ମସ୍‌କିଟୋ ଧୂପ, ଲୁକ୍ୟୁଡ ଆଦିର ବ୍ୟବହାର କରିଥା’ନ୍ତି। ଏଥିରେ ବିଭିନ୍ନ ପ୍ରକାରର କେମିକାଲ ବ୍ୟବହାର ହୋଇଥାଏ। ଏହାକୁ ଜଳାଇବା କିମ୍ବା ଲଗାଇବା ଦ୍ୱାରା ମଶାଠାରୁ କିଛି ମାତ୍ରାରେ ମୁକ୍ତି ମିଳିଥାଏ ସତ କିନ୍ତୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। କେମିକାଲ ବଦଳରେ ମଶାକୁ ଘରୁ ଦୂରେଇବା ପାଇଁ ଚାହୁଁଥିଲେ ଆପଣ ପ୍ରକୃତିର ସାହାରା ନେଇପାରିବେ। ଏଭଳି କିଛି ଔଷଧିୟ ଏବଂ ଫୁଲ ଗଛ ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ମଶା ଠାରୁ ମୁକ୍ତି ମିଳିପାରିବ।

mosquitoes plant
                                                        ଏହି ସବୁ ଗଛ ଲଗାଇଲେ ମଶା ଠାରୁ ମୁକ୍ତି ମିଳିପାରିବ।
  • ଲେମନ ଗ୍ରାସ: ସାଧାରଣତଃ ପ୍ରତ୍ୟେକ ଘରେ ଲେମନ୍‌ ଗ୍ରାମର ବ୍ୟବହାର ତା’ର ବାସ୍ନା ଯୋଗୁଁ କରାଯାଇଥାଏ। ମଶା ଦୂର କରିବା ପାଇଁ ଏହି ଲେମନ ଗ୍ରାସ ଗଛଟି ବେଶ୍‌ ଉପକାରୀ। ଏହାର ବ୍ୟବହାର ଅନେକ ମଶା ଦୂର କରିବା ଔଷଧରେ ମଧ୍ୟ ବ୍ୟବହାର କରାଯାଇଥାଏ।
  • ଗେଣ୍ଡୁ ଫୁଲ ଗଛ: ଗେଣ୍ଡୁ ଫୁଲ ଗଛ କେବଳ ଆପଣଙ୍କ ଘରର ବାଲକୋନୀକୁ ସୁନ୍ଦର କମରିଥାଏ ତାହା ନୁହେଁ, ଏହାର ସୁଗନ୍ଧ ମଶା ଏବଂ ବିଭିନ୍ନ ପ୍ରକାରର ଉଡନ୍ତା କୀଟକୁ ଆପଣଙ୍କ ଘରଠାରୁ ଦୂରେଇ ରଖିଥାଏ। ମଶା ଦୂର କରିବା ପାଇଁ ଗେଣ୍ଡୁ ଫୁଲ ଗଛ ବେଶ ଉପକାରୀ। ମଶାଠାରୁ ମୁକ୍ତି ପାଇବା ପାଇଁ ଚାହୁଁଥିଲେ ଆପଣ ନିଜ ଘରେ ଗେଣ୍ଡୁ ଗଛ ଲଗାଇପାରିବେ।
  • ଲାଭେଣ୍ଡର: ମଶା ଦୂର କରିବା ପାଇଁ ବଜାରରେ ମିଳୁଥିବା ମସ୍‌କିଟୋ ଲିକ୍ୟୁଡ୍‌ରେ ଲାଭେଣ୍ଡର ତେଲ ବ୍ୟବହାର କରାଯାଏ। ଏହି ଗଛକୁ ଘରେ ଲଗାଇବା ଦ୍ୱାରେ ପୁରା ଘର ବାସ୍ନାରେ ମହକି ଉଠେ । ଏଥିସହ ଲାଭେଣ୍ଡର ଗଛର ବାସ୍ନାରେ ମଶା ଘରେ ପ୍ରେବଶ କରିବା ପାଇଁ ସାହାସ ମଧ୍ୟ କରିନ୍ତି ନାହିଁ।
  • ରସୁଣ ଗଛ: କୁହାଯାଏ ରସୁଣ ଖାଇବା ଦ୍ୱାରା ରକ୍ତରେ ଏକ ଭିନ୍ନ ଗନ୍ଧ ସୃଷ୍ଟି ହୋଇଥାଏ, ଯାହାକୁ ମଶାମାନେ ଆଦୌ ପସନ୍ଦ କରନ୍ତି ନାହିଁ। ଯଦି ଆପଣଙ୍କୁ ରସୁଣ ଖାଇବା ପସନ୍ଦ ନାହିଁ ତେବେ ନିଜ ଘରେ ଏକ ରସୁଣ ଗଛ ଲଗାନ୍ତୁ। ଏହାଦ୍ୱାରା ମଶା ଠାରୁ ନିଶ୍ଚିତ ରୂପେ ମୁକ୍ତି ମିଳିପାରିବ।
  • ତୁଲସୀ ଗଛ: ତୁଲସୀ ଗଛ ପରିବେଶକୁ ସଫା ରଖିବା ସହ ଛୋଟଛୋଟ କୀଟ ପତଙ୍ଗ ଏବଂ ମଶାଙ୍କୁ ମଧ୍ୟ ଘର ଠାରୁ ଦୂରେଇ ରଖେ। ଏଥିରେ ଥିବା ଔଷଧିୟ ଗୁଣ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ।
  • ନିମ୍ବ ଗଛ: ମଶା, ମାଛି ଏବଂ ଛୋଟ ଛୋଟ କୀଟପତଙ୍ଗକୁ ଦୂର କରିବା ପାଇଁ ନିମ୍ବ ଗଛ ଲଗାଇବା ଅତ୍ୟନ୍ତ ଲାଭଦାୟକ।  ଯଦି ଆପଣଙ୍କ ଘରେ ବଗିଚା ଅଛି ତେବେ ନିଶ୍ଚିତ ରୂପେ ସେଠାରେ ଏକ ନିମ୍ବ ଗଛ ଲଗାନ୍ତୁ।  ଏହାଦ୍ୱାରା ଘର ଭିତରେ ମଶା ପ୍ରବେଶ କରିପାରିବ ନାହିଁ।
ଖରା ଦିନେ ଶରୀରକୁ ଥଣ୍ଡା ରଖିବାକୁ ହେଲେ କ’ଣ ଖାଇବେ ଜାଣନ୍ତୁ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଏବେ ଖରା ଦିନ। ଆଗକୁ ଖରା ଆହୁରି ବଢ଼ିବ। ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ମଧ୍ୟ ଅନୁଭବ। ଏଭଳି ସ୍ଥିତିରେ ଗରମରୁ ବଞ୍ଚିବା ପାଇଁ ନିଜ ଶରୀରକୁ ପ୍ରାକୃତିକ ରୂପେ ଥଣ୍ଡା ରଖିବା ଉଚିତ। ପ୍ରଚୁର ପାଣି ପିଇବା ସହ ନିଜ ଡାଏଟ୍‌ରେ ବିଶେଷ ଖାଦ୍ୟ ପଦାର୍ଥ ମଧ୍ୟ ସାମିଲ କରିବା ଉଚିତ, ଯାହା ଆଣପଙ୍କ ଶରୀରକୁ ଥଣ୍ଡା ରଖିବାରେ ସହାୟକ ହୋଇପାରିବ। ଏଭଳି ଅନେକ ଫଳ ପନିପରିବା ରହିଛି ଯାହାକୁ ଖାଇବା ଦ୍ୱାରା ଶରୀର ଥଣ୍ଡା ରୁହେ। ପିଆଜ ମଧ୍ୟ ସେଥି ମଧ୍ୟରୁ ଗୋଟିଏ। ଗରମ ଦିନେ ପିଆଜକୁ କିଭଳି ଖାଇବେ ଜାଣନ୍ତୁ।

  • ପିଆଜରେ ଆଇରନ୍, ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ ଏବଂ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି। ତେଣୁ ଆପଣ ଚାହିଁଲେ ଏହାକୁ କଞ୍ଚାରେ କିମ୍ବା ସାଲାଡ କରି ଖାଇପାରିବେ। ଏଥିରେ ଭିଟାମିନ-ସି ଏବଂ ଭିଟାମିନ-ବି ରହିଛି। ଗରମ ଦିନେ ନିଜକୁ ଥଣ୍ଡା ରଖିବା ପାଇଁ ନିଜ ଡାଏଟ୍‌ରେ ପିଆଜକୁ ନିଶ୍ଚିତ ରୂପେ ସାମିଲ କରନ୍ତୁ।
  • ଗରମ ଦିନେ ପିଆଜର ଲୋକପ୍ରିୟତା ଢ଼େର ରହିଛି। ଘରେ ଘରେ ଲୋକେ ପିଆଜ ଖାଇବା ପାଇଁ ପସନ୍ଦ କରନ୍ତି। ପିଆଜ ଖାଇବା ଦ୍ୱାରା ଶରୀର ଥଣ୍ଡା ରୁହେ ବୋଲି ବିଶେଷଜ୍ଞମାନେ ମଧ୍ୟ ମତ ଦିଅନ୍ତି। ଶରୀରର ତାପମାତ୍ରା କମ୍ କରିବାରେ ଏହା ସହାୟକ ହୁଏ।  ଯଦି ଆପଣ ପିଆଜକୁ ସାଲାଡ ରୂପେ ବ୍ୟବହାର କରୁଛନ୍ତି ତେବେ ଏହାର ସ୍ୱାଦ ବଢ଼ାଇବା ପାଇଁ ଏଥିରେ ଅଳ୍ପ ଲେମ୍ବୁ ରସ ପକାଇ ମଧ୍ୟ ଖାଇପାରିବେ।
  • କେବଳ ସାଧାରଣ ନୁହେଁ ଡାଇବେଟସି ରୋଗୀଙ୍କ ଫାଇଁ ମଧ୍ୟ ବେଶ୍ ଲାଭଦାୟୀ ପିଆଜ। ଡାଇବେଟିସ ରୋଗୀମାନେ ନିଜ ଡାଏଟ୍‌ରେ ସର୍ବଦା ପିଆଜ ସାମିଲ କରିବା ଉଚିତ। ପିଆଜରେ କମ୍‌ କାର୍ବୋହାଇଡ୍ରେଟ ଏବଂ ଅଧିକ ଫାଇଭର ରହିଛି, ଯାହା ଡାଇବେଟିସ ରୋଗୀଙ୍କ ପାଇଁ ବେଶ ଉପକାରୀ।
  • ଫାଇବର ଏବଂ ପ୍ରିବାୟୋଟିକରେ ଭରପୁର ପିଆଜ ଅନ୍ତନଳୀ ପାଇଁ ମଧ୍ୟ ବେଶ ଲାଭଦାୟୀ। ପିଆଜ ଖାଇବା ଦ୍ୱାରା ଆମ ପାଚନ ତନ୍ତ୍ର ସୁସ୍ଥ ରହେ ଏବଂ ଏହା ଭଲ ଭାବେ କାମ କରେ। ଫଳରେ ହଜମ ଶକ୍ତି ବଢ଼ିଥାଏ। କେବଳ ସେତିକି ନୁହେଁ କୋଲେଷ୍ଟ୍ରୋଲ ସ୍ତର ମଧ୍ୟ ନିୟନ୍ତ୍ରଣରେ ରହେ।
୪ ଏପ୍ରିଲ, ରବିବାର – ଆଜି ର ରାଶିଫଳ
  • ମେଷ: ନିଜର ତୀକ୍ଷ୍ଣ ବୁଦ୍ଧି ଓ କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ନୂତନ ସ୍ଥାନ ପରିଭ୍ରମଣର ସୁଯୋଗ ପାଇବେ। କର୍ମ କ୍ଷେତ୍ରରେ ଉଚ୍ଚ କତ୍ତୃପକ୍ଷଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। ପ୍ରତିକାର- `ଘୃଣି ସୂର୍ଯ୍ୟାୟ ନମଃ’  ଏହି ମନ୍ତ୍ର ଜପ କରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ।
  • ବୃଷ: ଶତୃମାନେ ପରାଜୟ ସ୍ୱୀକାର କରି ମିତ୍ରତାର ହାତ ବଢ଼ାଇବେ। ଶରୀର ସୁସ୍ଥ ରହିବ ଓ ଯାତ୍ରା ସଫଳ ହେବ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ ଓ ପ୍ରଶଂସାର ଅଧିକାରୀ ହେବେ। ପ୍ରତିକାର- ସାତ ଜଣ ଛୋଟ ପିଲାଙ୍କୁ ସାତଟି ଚକୋଲେଟ ବାଣ୍ଟନ୍ତୁ।
  • ମିଥୁନ: ବନ୍ଧୁବାନ୍ଧବଙ୍କ ସହ ଅଯଥା ଯୁକ୍ତିତର୍କ ମତପାର୍ଥକ୍ୟ ଦେଖାଦେଇପାରେ। କୌଣସି ଖାଦ୍ୟର ଅନିୟମିତତା ହେତୁ ସ୍ୱାସ୍ଥ୍ୟ ଖରାପ ହୋଇଯାଇପାରେ ତେଣୁ ସାବଧାନ ରୁହନ୍ତୁ। ପ୍ରତ୍ୟେକଟି କାର୍ଯ୍ୟରେ ବାଧାବିଘ୍ନ ଘାତ ପ୍ରତିଘାତ ଦେଖାଦେଇପାରେ। ପ୍ରତିକାର- ତୁଳସୀ ଚଉରା ମୂଳରେ ଜଳ ପ୍ରଦାନ କରନ୍ତୁ ଓ ତୁଳସୀ ମୂଳର ମାଟିକୁ ମଥାରେ ଲଗାନ୍ତୁ।
  • କର୍କଟ: ପାରିବାରିକ ମନୋମାଳିନ୍ୟ ଦୂରହୋଇ ସୁଖଶାନ୍ତି ଦେଖାଦେଖ। ନିଜ ଲୋକମାନଙ୍କ ପ୍ରେରଣା ପାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ମହିଳାମାନେ ପ୍ରଶଂସନୀୟ ହେବେ। ପ୍ରତିକାର- ଡାଳିମ୍ବ ଗଛ ମୂଳରେ କଞ୍ଚା କ୍ଷୀରରେ ଅରୁଆ ଚାଉଳ ମିଶାଇ ଢାଳନ୍ତୁ।
  • ସିଂହ: ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଲାଗି ରହିଥିବା ସମସ୍ୟା ଗୁଡିକର ସମାଧାନ ହୋଇଯିବ। ମାନ ସମ୍ମାନ ଓ ପ୍ରତିଷ୍ଠା ଲାଭ କରିବେ। ପ୍ରତିକାର- ରୁଟି ଓ ଗୁଡ ଗାଈକୁ ଖାଇବାକୁ ଦିଅନ୍ତୁ।
  • କନ୍ୟା: ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ପାଇବେ। ଆକସ୍ମିକ ଦୁର୍ଘଟଣା ଘଟିପାରେ ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ବ୍ୟବସାୟ ବାଣିଜ୍ୟରେ ଦ୍ରବ୍ୟ ହାନୀ ବା ଚୋରି ହେବାର ସମ୍ଭାବନା ରହିଛି। ପ୍ରତିକାର- ୫ଟି ତ୍ରିଶାଖା ବେଲପତ୍ର ମହାଦେବଙ୍କୁ ଅର୍ପଣ କରନ୍ତୁ।
  • ତୁଳା: ପ୍ରତ୍ୟେକଟି କାର୍ଯ୍ୟରେ ସଫଳ ହେବେ ଓ ଉତ୍ତମ ଭୋଜନ ପ୍ରାପ୍ତି ହେବ। ଶରୀର ସୁସ୍ଥ ରହିବା ସହ ସମସ୍ତ ଆଶା ଅଭିଳାଷା ପୂରଣ ହେବ। କର୍ମକ୍ଷେତ୍ରରେ ଉଚ୍ଚ ପଦପଦବୀ ପାଇବାର ସୁଯୋଗ ରହିଛି। ପ୍ରତିକାର- ଶ୍ରୀଗଣେଶଙ୍କ ପାଖରେ ସାତଟି ବୁନ୍ଦିଲଡୁ ଭୋଗ ଲଗାନ୍ତୁ।
  • ବିଛା: ଗୁରୁଜନମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ମହିଳାମାନେ ରାଜନୀତି କ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ କରିବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ପ୍ରତିକାର- ହନୁମାନଙ୍କୁ ଦର୍ଶନ କରନ୍ତୁ ଓ ସାତଟି ପେଡା ଭୋଗ କରନ୍ତୁ।
  • ଧନୁ: ନିର୍ମାଣଧୀନ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ। ନୂତନ ଯାନବାହନ କିମ୍ବା ଭୂମି କ୍ରୟ କରିବାର ସୁଯୋଗ ରହିଛି। ମହିଳା ଓ ଛାତ୍ରଛାତ୍ରୀମାନେ ହସ ଖୁସିରେ ଦିନ କଟାଇବେ। ପ୍ରତିକାର- କଦଳୀ ଗଛ ମୂଳରେ ହଳଦୀ ମିଶ୍ରିତ ଜଳ ପ୍ରଦାନ କରନ୍ତୁ।
  • ମକର: ଦୁଃସାହସିକ ପଦକ୍ଷେପ ନେଇ କର୍ଯ୍ୟଟିକୁ ସମ୍ପାଦନ କରିବେ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କର ସାହାଯ୍ୟ ସହାନୁଭୂତି ମିଳିବ। ଆର୍ଥିକ, ମାନସିକ, ଶାରୀରିକ ଅଭିବୃଦ୍ଧି ଘଟିବ। ପ୍ରତିକାର- ଅଶ୍ୱତଥ୍ ପତ୍ରଟିଏ ନିଜ ପାଖରେ ରଖନ୍ତୁ।
  • କୁମ୍ଭ: ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣରେ ଦୁଃଖିତ ହେବେ। ଜମିବାଡି ଜନିତ ସମସ୍ୟାକୁ ନେଇ କୋର୍ଟ କଚେରୀର ଦ୍ୱାରସ୍ଥ ହୋଇପାରନ୍ତି। କର୍ମକ୍ଷେତ୍ରରେ ଷଡଯନ୍ତ୍ରର ଶିକାର ହୋଇପାରନ୍ତି। ପ୍ରତିକାର- କୁଆକୁ ରୁଟି ଖାଇବାକୁ ଦିଅନ୍ତୁ।
  • ମୀନ: ଶରୀରର କୌଣସି ଅଙ୍ଗରେ ଆଘାତ ଲାଗି କ୍ଷତାକ୍ତ ହୋଇପାରେ ତେଣୁ ସାବଧାନ ହୋଇ କାମ କରନ୍ତୁ। ବୃଥା ଭ୍ରମଣ, ଧନହାନୀ ପ୍ରାଣପୀଡା ଦେଖାଦେଇପାରେ। ପ୍ରତ୍ୟେକଟି ଦିଗରେ ବାଦାନୁବାଦ ଦେଇ ଗତି କରିବାକୁ ପଡିବ। ପ୍ରତିକାର– ଗହମରେ ଗୁଡ ଗୋଳାଇ ଗାଈକୁ ଖାଇବାକୁ ଦିଅନ୍ତୁ।
ଓଡିଶା ଆଦିମ ଜନଜାତି ପୁଷ୍ଟି ଉନ୍ନତିକରଣ କାର୍ଯ୍ୟକ୍ରମ ଶୁଭlରମ୍ଭ କଲେ ରାୟଗଡ ଜିଲ୍ଲାପାଳ ।

!!! ରାୟଗଡା ଜିଲ୍ଲାରୁ ଟାଉନ ପ୍ରତିନିଧି ପି. ଦିଲ୍ଲୀପ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାୟଗଡା) -ରାୟଗଡ ଜିଲ୍ଲାରେ ବସବାସ କରୁଥିବା ଆଦିମ ଜନଜାତି ଲୋକମାଙ୍କର ପୁଷ୍ଟି ଉନ୍ନତି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ରାୟଗଡ ଶ୍ରୀ ସରୋଜ କୁମାର ମିଶ୍ର ଶୁଭାରମ୍ଭ କରିଛନ୍ତି l ବିଷମ କଟକ ବ୍ଲକ ଅନ୍ତର୍ଗତ କୁରଲି ଓ ଖମ୍ଭେସି ଠାରେ ଜିଲ୍ଲାପାଳ ଶ୍ରୀ ମିଶ୍ର ଆଜି ଏହି କାର୍ଯ୍ୟକ୍ରମକୁ ଶୁଭରମ୍ଭ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ବିଶେଷ କରି ଆଦିମ ଜନଜାତିର ଗର୍ଭବତୀ ଓ ପ୍ରସୂତି ମହିଳା, ଶିଶୁ ଉପକୃତ ହେବେ l ଗର୍ଭବତୀ ମହିଳା ଓ ପ୍ରସୂତି ମହିଳା ମାନେ ଏହାପୂର୍ବରୁ ଶିଶୁ ବିକାଶ ବିଭାଗରୁ ଏହି ସୁବିଧା ପାଉଥିଲେ କିନ୍ତୁ ତାହାକୁ ଶୁଖିଲା ଖାଦ୍ୟ ଆକାରରେ ଦିଆଯାଉଥିଲା ଯାହାକି ପାରିବାରର ଅନ୍ୟସଦସ୍ୟ ମାନଙ୍କ ମଧ୍ୟରେ ବାଣ୍ଟିକି ଖାଇବା ଫଳରେ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଯଥେଷ୍ଠ ହେଉନଥିଲା l ଯାହାଫଳରେ ପୁଷ୍ଟିରେ ଉନ୍ନତି ହେଉନଥିଲା l ସେଥିପାଇଁ ସରକାରଙ୍କ ନିର୍ଦ୍ଦେଶା ଅନୁଯାୟୀ ଏଣିକି ପ୍ରତ୍ୟକ ଗ୍ରାମରେ ରନ୍ଧା ଖାଦ୍ୟ ଦିଆଯିବ l ସେଥିପାଇଁ ପ୍ରତ୍ୟେକ ଗ୍ରାମରେ ଜଣେ ଜଣେ ମହିଳାଙ୍କୁ ରୋଷେୟା ପାଇଁ ନିୟୋଜିତ କରାଯାଇଛି l ଏହି ଅଂଚଳର 7ଟି ଗ୍ରାମରେ ଯଥା ଖୁର୍ଲି, ଖମ୍ବେସୀ, ଖଜୁରୀ, ରୋଡlଙ୍ଗ, ଜlଙ୍ଗlଯୋଡ଼ି, ମୁଣ୍ଡବlଳି, ହୁଣ୍ଡୀଜାଳି ଆଦି ଗ୍ରାମରେ ଚlଲିବ l ଏହାକୁ ଡ଼ଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ତତ୍ୱାବଧାନରେ ଏହିସବୁ କାର୍ଯ୍ୟକ୍ରମ ଚଳିବ l ଏହାବ୍ୟତୀତ ଏହି ସବୁ ଗ୍ରାମର ଶିଶୁ ମାନଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ମଧ୍ୟ ଅନୁରୂପ ଭାବରେ ଵ୍ୟବସ୍ଥା କରାଯାଇଛି l ଏହି ଗ୍ରାମର 6ମାସରୁ 3ବର୍ଷର ଶିଶୁ ମାନଙ୍କୁ ଯେଉଁମାଙ୍କୁ କି ତାଙ୍କ ଅଭିଭlବକ ମାନେ କାମକୁ ଗଲାବେଳl
ଖାଦ୍ୟପେୟର ଦୃଷ୍ଟି ଦିଅନ୍ତି ନାହିଁ ସେମାନଙ୍କୁ ଏକ ଶିଶୁ ଯତ୍ନକେନ୍ଦ୍ରରେ ରଖାଯାଇ ଯତ୍ନ ନେବାସହ ଗୋଟିଏ ବେଳl ରାନ୍ଧଖlଦ୍ୟ, ସକାଳ ଜଳଖିଆ ଓ ସନ୍ଧ୍ୟା ଜଳଖିଆ ଦିଆଯିବା ଏବଂ ପୁଷ୍ଟି ଉପରେ ଯତ୍ନ ନିଆଯିବ l


ଜିଲ୍ଲାପାଳଙ୍କ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଗ୍ରାମୀୟା ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ନାଏକ, ବିଶଶମ କଟକ ବିଡିଓ ଆଲବର୍ତ୍ତ ଲାକ୍ରା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ୱାହିଡ଼ ବେଗମ, ଡ଼ଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଚାଟିକଣାର ସ୍ୱତନ୍ତ୍ର ଅଧିକାରୀ ମଦନ ମୋହନ ଦଳବେହେରା, ଓପିଲିପିର ପ୍ରକଳ୍ପ ମ୍ୟାନେଜର ସୁଦର୍ଶନ ପlଢି ଓ ଅନ୍ୟାନ୍ୟ କର୍ମଚାରି , କ୍ଗୁର୍ଲି ସରପଞ୍ଚ ଡ୍ରିଂଜ ଜାକାଶିକା ଓ ଗ୍ରାମବାସୀ ଉପସ୍ଥିତ ଥିଲେ l

ଜିଲ୍ଲା ସ୍ଥରୀୟ ୮୬ ତମ ଓଡିଶା ଦିବସ ପାଳିତ ।

!!! ରାୟଗଡା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି. ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ) – ରାୟଗଡ ଜିଲ୍ଲା ସ୍ଥରୀୟ 86ତମ ଓଡିଶା ଦିବସ ପାଳିତ ହୋଇ ଯାଇଛି l ସ୍ଥାନୀୟ ଗଜପତି ଛକରେ ଅବସ୍ଥାପିତ ମହାରାଜ କୃଷ୍ଣ ଚନ୍ଦ୍ର ଗଜପତି ଦେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ସେଠାରୁ ଶୋଭାଯାତ୍ରାରେ ବାହାରି ଡ. ବି. ଆର ଆମ୍ବେଦକର,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ଜିଲ୍ଲା ଅଦାଲତ ପରିସରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟର୍ପଣ କରlଯାଇଥିଲା l କୋଭିଡ କଟକଣାକୁ ଦୃଷ୍ଟିରେ ରଖି ମାସ୍କ ବ୍ୟବହାର କରି ସୀମିତ କାର୍ଯ୍ୟକ୍ରମ ମଧ୍ୟରେ ପାଳନ କରାଯାଇଥିଲା l
ସେଠାରୁ ପୁଣି ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଗାନ୍ଧୀ ପାର୍କରେ ସମାବେଶ ହୋଇଥିଲେ l ଗାନ୍ଧୀ ପାର୍କରେ ଅବସ୍ଥାପିତ ବରପୁତ୍ର ଯଥା ଉତ୍କଳ ମଣି ଗୋପବନ୍ଧୁ ଦାଶ, ଜାତିର ଜନକ ମହାତ୍ମା ଗାନ୍ଧୀ, ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ, ସନ୍ଥ ବିନୋବା ଭlବେଙ୍କ ପ୍ରତିମୂର୍ତ୍ତିମାନଙ୍କୁ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା l ଏହାପରେ ସ୍ଥାନିୟ ଶାସ୍ତ୍ରୀ ନଗର ଜାତୀୟ ରାଜପଥ କଡ଼ରେ ଅବସ୍ଥାପିତ ଶହୀଦ ଲକ୍ଷ୍ମଣ ନାୟକ, ଠକ୍କର ବାପ୍ପା ଆଶ୍ରାମରେ ଅବସ୍ଥାପିତ ଠକ୍କର ବାପ୍ପା ଓ ଆଜାଦ ହିନ୍ଦ ୟୁଥ ଆସୋସିଏସନରେ ଅବସ୍ଥାପିତ ନେତାଜୀ ଶୁଭlଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୂଯ୍ୟପୂଜା କରାଯାଇଥିଲା l ଏହି ଦିବସରେ ପ୍ରେସ ୟୁନିୟନ, ରାୟଗଡା, ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଏବଂ ଓଡିଶା ସାମ୍ବାଦିକ ସଂଘ ତରଫରୁ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ l ଏହିଁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି, ଅଧକ୍ଷ ଜିଲ୍ଲା ପରିଷଦ ରାୟଗଡ ଗଙ୍ଗାଧର ପୂଅlଲା, ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ଜିଲ୍ଲାପାଳ ରାୟଗଡ ସରୋଜ କୁମାର ମିଶ୍ର, ଅତିରକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଜିଲ୍ଲା ଗ୍ରାମୀୟା ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ନାଏକ, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରାଙ୍କ ସମେତ ବିଭନ୍ନ ବିଭାଗର ଅଧିକାରୀ ମାନେ, ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା, ଲଇୟାନ୍ସ କ୍ଲବର କରକର୍ତ୍ତା, ପ୍ରେମ ପାହାଡ଼ ୱାକର୍ସ କ୍ଲବର ସଦସ୍ୟ ବୃନ୍ଦ, ଜିସିଡ଼ି ୱାକର୍ସ କ୍ଲବର ସଦସ୍ୟ ମାନେ, ସଂସ୍କୃତି ମହିଳା କ୍ଲବର ସଦସ୍ୟା ମାନେ, ସେବlସ୍ଥମ୍ବର କର୍ମକର୍ତ୍ତା, ସହରର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ସାମ୍ବାଦିକ ବନ୍ଧୁ ମାନେ ଯୋଗଦେଇଥି ଓଡ଼ିଶାର ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରଥିଲେ l ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଡକାଵାଜି ଯନ୍ତ୍ର ମାଧ୍ୟମରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲଯସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନଙ୍କ ସହ କାର୍ଯ୍ୟାଳୟର କର୍ମଚାରୀ ଓ ପୌରପରିଷଦର କର୍ମଚାରି ମାନେ ଆୟୋଜନରେ ସହଯୋଗ କରିଥିଲେ l

ସୋମନାଥ ମେମୋରିଆଲ୍ ହସ୍ପିଟାଲ ରେ କରୋନା ଟୀକା କରଣ ର ଶୁଭାରମ୍ଭ ହୋଇଯାଇଛି …!

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ସୋମନାଥ ମେମୋରିଆଲ୍ ହସ୍ପିଟାଲ ଠାରେ ଉତ୍କଳ ଦିବସ ଉପଲକ୍ଷେ କରୋନା ଟୀକା କରଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ର ସଭାପତି ବିଷ୍ଣୁ ପଣ୍ଡା ଓ ଆଇନଜିବି ରାଜେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ । ହସ୍ପିଟାଲ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରମେଶ କୁମାର ପାତ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଭେକ୍ସିନ୍ ଦେବାରେ ଭବାନୀ ପାତ୍ର ସହଯୋଗ କରିଥିଲେ । ସୋମନାଥ ମେମୋରିଆଲ୍ ହସ୍ପିଟାଲ ପକ୍ଷରୁ ଆଜି ଗୋଟିଏ ଦିନ ପାଇଁ କରୋନା ଟୀକା ବିନା ମୂଲ୍ୟ ରେ ପ୍ରଦାନ କରାଯିବ ବୋଲି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପାତ୍ର କହିଛନ୍ତି ।

ଗୁଣପୁର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ସମାରୋହ ପାଳିତ …!

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ଉପ ଜିଲ୍ଲାପାଳ ଙ୍କ ସଦ୍ ଭାବନା ଗୃହ ଠାରେ ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ସମାରୋହ ୨୦୨୧ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ସୋନାଲ୍ ଜେନା ଓ ପଦ୍ମଶ୍ରୀ ଶ୍ରୀମତୀ ଶାନ୍ତି ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଞ୍ଚାସୀନ ହୋଇଥିଲେ । ଓଡିଶା ର ସ୍ଵାଧୀନତା ସଂଗ୍ରାମୀ ତଥା ବରପୁତ୍ର ମାନଙ୍କ ତୈଳ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଓ ଦ୍ଵୀପ ପ୍ରଜ୍ୱଳନ କରାଯିବା ପରେ ମୁଖ୍ୟ ଅତିଥି ମାନେ ଉତ୍କଳ ଦିବସ ର ମହତ୍ତ୍ୱ ଏବଂ ମର୍ମ ବିଷୟ ରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଉପଖଣ୍ଡ ଲୋକ ସମ୍ପର୍କ ଓ ସୁଚନା ଅଧିକାରୀ ସୁଶ୍ରୀ ରଶ୍ମି ରାଣୀ ନିମାକା ପରିଚାଳନା କରିଥିବା ବେଳେ କାର୍ଯ୍ୟାଳୟ ପକ୍ଷରୁ ଶ୍ରୀ ଅନନ୍ତ ପାତ୍ର ସହଯୋଗ କରିଥିଲେ । ପରିଶେଷ ରେ ଛତିଶଗଡ଼ ଠାରେ ଆୟୋଜିତ ଭାର ଉତ୍ତୋଳନ ପ୍ରତିଯୋଗିତା ରେ ରୋପ୍ୟ ପଦକ ଜିତି ଗୁଣୁପୁର ର ନାମ ରଖିଥିବା ଜଗଦୀଶ ଚନ୍ଦ୍ର ସାହୁ , ମୁନା ଶବର ଓ ବୃନ୍ଦାବନ ଶବର ଙ୍କୁ ସମ୍ମାନିତ କରାଯାଇଥିଲା ।