ଏପ୍ରିଲ ୩୦, ଶୁକ୍ରବାର – ଆଜି ର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)

ମେଷ: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ବଢ଼ିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ବୃଷ: ବ୍ୟବସାୟରେ ଭଲ ଲାଭ ମିଳିବ। ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

ମିଥୁନ:କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟସ୍ତତା ଭିତରେ ରହିବେ।

କର୍କଟ: ଆତ୍ମବିଶ୍ୱାସ ବଢ଼ିବ। ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ସିଂହ:ଘର ପାଇଁ କୌଣସି ଦାମୀ ଜିନିଷ କିଣି ପାରନ୍ତି। ମାଲି ମକଦ୍ଦମାରେ ବିଜୟୀ ହେବେ।

କନ୍ୟା: ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଖର୍ଚ୍ଚ ବଢ଼ିବ।

ତୁଳା: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଦିନଟି ଭଲରେ କଟିବ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି।

ବିଚ୍ଛା:ଚିନ୍ତିତ ରହିବେ। ଦୁର୍ଘଟଣା ଯୋଗ ରହିଛି। ସତର୍କ ରୁହନ୍ତୁ। ବନ୍ଧୁଙ୍କ ଠାରୁ ସହଯୋଗ ପାଇବେ।

ଧନୁ: ପରିବାରରେ ହସଖୁସିର ବାତାବରଣ ରହିବ। ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ଭଲରେ କଟିବ।

ମକର: ବ୍ୟସ୍ତତା ଭିତରେ ଦିନ କଟିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ପରିବାରର କୌଣସି ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।

କୁମ୍ଭ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ଏତେଟା ଭଲ ରହିବ ନାହିଁ।

ମୀନ: ବ୍ୟବସାୟରେ ଆଶା ମୁତାବକ ଲାଭ ପାଇବେ। ବନ୍ଧୁଙ୍କଠାରୁ ସହଯୋଗ ପାଇବେ।

ମୃତ୍ୟୁର ୬ ଦିନ ପରେ ଯାଉଛି ଫୋନ୍‌; ଆପଣ ଭଲ ଅଛନ୍ତି ତ ?

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗଞ୍ଜାମ) – ଅଜବ ଏ ଦୁନିଆ। ରୋଗରୁ ଭଲ ହେବା ପାଇଁ ମେଡିକାଲ୍‌ ଯାଇଥିଲେ। ହେଲେ ଶବ ହୋଇ ଘରକୁ ଫେରିଲେ। ମେଡିକାଲ୍‌ କର୍ତ୍ତୃପକ୍ଷ ଠିକ୍‌ ସମୟରେ ଅକ୍ସିଜେନ୍‌ ଯୋଗାଇ ନପାରିବାରୁ ପ୍ରାଣବାୟୁ ଉଡି ଯାଇଥିବା ପରିବାର ଲୋକେ ଅଭିଯୋଗ ହୋଇଥିଲା। ଦୁର୍ଭାଗ୍ୟକୁ ମୃତ୍ୟୁର ୬ ଦିନ ପରେ ମୃତକଙ୍କ ପରିବାରକୁ ଏକ ଫୋନ୍‌ କଲ୍‌ ଆସୁଛି। ଆଉ ପଚରାଯାଉଛି, ଆପଣ ଭଲ ଅଛନ୍ତି?? ଫୋନ୍‌ କରିଥିବା ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ୍‌ରୁ ଫୋନ୍‌ କରିଥିବା କହିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ଏମ୍‌କେସିଜି ପରି ବଡ଼ ମେଡିକାଲ୍‌ରେ ଜଣେ ରୋଗୀ ମରିଯାଉଥିବା ବେଳେ ଜିଲ୍ଲା ପ୍ରଶାସନ ପାଖରେ କେମିତି ଖବର ନାହିଁ। ଦିଗପହଣ୍ଡି ଅଞ୍ଚଳର ମିଥୁନ ପାଣିଗ୍ରାହୀ(୩୭) ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଦିଗପହଣ୍ଡି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଗତ ୯ ତାରିଖରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା।ମିଥୁନ୍‌ଙ୍କର ଫୁସ୍‌ଫୁସ୍‌ ସମସ୍ୟା ଥିବାରୁ ମେଡିକାଲ୍‌ରେ ଅକ୍ସିଜେନ୍‌ ଦିଆଯାଇଥିଲା। ତେବେ ୧୮ ତାରିଖ ରାତିରେ ଅକ୍ସିଜେନ୍‌ ସରି ଯାଇଥିଲା। ଏହା ଦେଖି ତାଙ୍କ ଭାଇ ଏ ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଡ୍ୟୁଟିରେ ଥିବା କର୍ମଚାରୀମାନେ ଅକ୍ସିଜେନ୍‌ ମିଳିବ ବୋଲି କହି ଚାଲିଗଲେ। ଅଧ ଘଣ୍ଟା ବିଳମ୍ବରେ ଅକ୍ସିଜେନ୍‌ ଧରି ଆସିଲା ବେଳକୁ ମିଥୁନ୍‌ଙ୍କର ମୃତ୍ୟୁ ଘଟିଥିଲା ବୋଲି ତାଙ୍କ ସାନ ଭାଇ ଅଭିଯୋଗ କରିଛନ୍ତି। ପରେ ମେଡିକାଲ୍‌ ପକ୍ଷରୁ ପରିବାର ଲୋକଙ୍କୁ ମିଥୁନ୍‌ଙ୍କ ମୃତଦେହ ଦିଆଯାଇଥିଲା। ପରିବାର ଲୋକେ ମିଥୁନ୍‌ଙ୍କ ମୃତଦେହକୁ ଗାଁକୁ ଆଣି ଅନ୍ତିମ ସଂସ୍କାର କରିଥିଲେ। ମିଥୁନ୍‌ ମରିବାର ୬ ଦିନ ପରେ ତାଙ୍କ ଘରକୁ ଏକ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ ଉଠାଇଥିଲେ ମିଥୁନ୍‌ଙ୍କ ଭାଇ। ଫୋନ୍‌ କରିଥିବା ବ୍ୟକ୍ତି ଜଣକ ନିଜର ପରିଚୟ ଦେବାକୁ ଯାଇ କହିଥିଲେ ସେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ୍‌ରୁ କହୁଛନ୍ତି। ପରେ ସେ ପଚାରିଥିଲେ, କେବେ ଏମ୍‌କେସିଜି ମେଡିକାଲ୍‌ରୁ ଡିସ୍‌ଚାର୍ଜ ହେଲେ? ଏହାର ଉତ୍ତରରେ ମିଥୁନ୍‌ ଭାଇ କହିଥିଲେ- ଗତ ୧୮ ତାରିଖରେ। ଫୋନ୍‌ କରିଥିବା ବ୍ୟକ୍ତି ଜଣକ ଆଉ ଥରେ ପଚାରିଲେ, ଏବେ ଦେହ ଭଲ ଅଛି ତ? ଏହାର ଉତ୍ତରରେ ମିଥୁନ୍‌ଙ୍କ ଭାଇ କହିଥିଲେ- ଅକ୍ସିଜେନ୍‌ ଅଭାବରୁ ଭାଇଙ୍କ ମୃତ୍ୟୁ ହୋଇଗଲା। ତେବେ ଏଠି ପ୍ରଶ୍ନ ଉଠୁଛି, ଫୋନ୍‌ କରିଥିବା ବ୍ୟକ୍ତି ଜଣକ କିଏ? ପ୍ରକୃତ ଫୋନ୍‌ କଲ୍‌ କଣ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ୍‌ରୁ ଯାଇଥିଲା। ଯଦି ଫୋନ୍‌ କଲ୍‌ ସତ, ତାହାହେଲେ ଏମ୍‌କେସିଜି ଭଳି ମେଡିକାଲ୍‌ରେ ଜଣେ ରୋଗୀ ଅକ୍ସିଜେନ୍‌ ଅଭାବରୁ ମରୁଛି, ତା’ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି। ଏହା ପରେ ସତ୍ତ୍ୱେ ଜିଲ୍ଲା ପ୍ରଶାସନ କେମିତି ଜାଣିପାରୁ ନାହିଁ ରୋଗୀ ଜୀବିତ ନା ମୃତ?? କରୋନା ବେଳେ ପ୍ରଶାସନର ଏପରି ଖାମ୍‌ଖିଆଲ୍‌ ନୀତି ଜିଲ୍ଲାରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି।

ଅକ୍ସିଜେନର ଅଭାବ ପୂରଣ କରିବାକୁ ପୁଣି ବଡ଼ ପଦକ୍ଷେପ ନେଲେ ପ୍ରଧାନମନ୍ତ୍ରୀ ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ, ଅକ୍ସିଜେନ ଅଭାବର ପୂରଣ କରିବା ପାଇଁ ୧ ଲକ୍ଷ ଅକ୍ସିଜେନ ପୋର୍ଟେବୁଲ ଅକ୍ସିଜେନ କୋନସେନଟ୍ରେଟର୍ସ କିଣାଯିବ ଏବଂ ୫୦୦ଟି ଅକ୍ସିଜେନ ପ୍ଲାଣ୍ଟ ତିଆରି ହେବ। ଏଥିପାଇଁ ଆର୍ଥିକ ସହାୟତା ଯୋଗାଇବ ପିଏମ୍ କେୟାର ଫଣ୍ଡ। ବୁଧବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ଏକ ଉଚ୍ଚ ସ୍ତରୀୟ ବୈଠକ କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଅକ୍ସିଜେନ କୋନସେନଟ୍ରେଟର୍ସକୁ ଯଥାଶୀଘ୍ର କିଣାଯାଇ ରାଜ୍ୟ ଗୁଡ଼ିକୁ ବିତରଣ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅକ୍ସିଜେନ ପ୍ଲାଣ୍ଟ ଯଥାଶୀଘ୍ର ତିଆରି ହେବା ଦରକାର ବୋଲି ସେ କହିଛନ୍ତି। ଦେଶରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଅକ୍ସିଜେନର ଚାହିଦା ବଢ଼ିଛି। ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନର ଅଭାବ ଥିବାରୁ ଅନେକ ଆକ୍ରାନ୍ତ ଚିକିତ୍ସା ବେଳେ ଆଖି ବୁଜୁଛନ୍ତି। ଏଭଳି ସ୍ଥିତିରେ ସରକାର ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ଦେଶରୁ ଅକ୍ସିଜେନ ଟ୍ୟାଙ୍କର ଏବଂ ଅକ୍ସିଜେନ କୋନସେନଟ୍ରେଟର୍ସ। ଆଉ ବିଭିନ୍ନ ଶିଳ୍ପ କମ୍ପାନୀ ମଧ୍ୟ ଅକ୍ସିଜେନ ତିଆରି କରୁଛନ୍ତି। ସେ ଗୁଡ଼ିକୁ କେନ୍ଦ୍ର ସରକାର ଅକ୍ସିଜେନ ଏକ୍ସପ୍ରେସ ଜରିଆରେ ବିଭିନ୍ନ ରାଜ୍ୟକୁ ପଠାଉଛନ୍ତି। କେନ୍ଦ୍ର ସରକାର କହିଛନ୍ତି ଅକ୍ସିଜେନ କୋନସେନଟ୍ରେଟର୍ସ ଟାୟାର ଟୁ ଏବଂ ଟାୟାର ଥ୍ରୀ ସହରରେ ଆବଶ୍ୟକତା ପୂରଣ କରିପାରିବ। ଯେଉଁଭଳି ଅକ୍ସିଜେନର ଚାହିଦା ରହିଛି ଏହାକୂ ପୂରଣ କରିବା ପାଇଁ କୋନସେନଟ୍ରେଟର୍ସ ଏକ ବଡ଼ ଭୂମିକା ଗ୍ରହଣ କରିବ। ସୂଚନାଯୋଗ୍ୟ ଏହା ପୂର୍ବରୁ ରବିବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଘୋଷଣା ହୋଇଛି ଯେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୫୫୧ଟି ଅକ୍ସିଜେନ ପ୍ଲାଣ୍ଟ ତିଆରି ହେବ। ଏହି ପ୍ଲାଣ୍ଟ ପାଇଁ ଆବଶ୍ୟକ ଅର୍ଥ ପିଏମ୍ କେୟାର ଫଣ୍ଡ ଯୋଗାଇବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ତତ୍ତ୍ୱବଧାନରେ ଏହି ଅକ୍ସିଜେନ ପ୍ଲାଣ୍ଟ ତିଆରି ହେବ। ଯେତେ ଶୀଘ୍ର ସମ୍ଭବ ପ୍ଲାଣ୍ଟ ତିଆରି ହେବା ଦରକାର ବୋଲି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏହି ଘୋଷଣାର ୧୦ ଦିନ ପୂର୍ବରୁ କେନ୍ଦ୍ର ସରକାର ୧୬୨ ଟି ଅକ୍ସିଜେନ ପ୍ଲାଣ୍ଟ ପାଇଁ ପିଏମଓ ନିର୍ଦ୍ଦେଶ ଦେଇଥିଲା। ଏଥିପାଇଁ ୨୦୧.୫୮ କୋଟି ଟଙ୍କା ପିଏମ୍ କେୟାର ଫଣ୍ଡରୁ ଆବଣ୍ଟନ ହୋଇଥିଲା। ଅର୍ଥାତ୍ ଏବେ ସୁଦ୍ଧା ୧,୨୧୩ଟି ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ପିଏମ୍ କେୟାର ଫଣ୍ଡରୁ ଅର୍ଡର ଦିଆଯାଇଛି।

ବଢ଼ୁଛି କରୋନା ସଂକ୍ରମଣ, ଚାରିଧାମ ଯାତ୍ରା ସ୍ଥଗିତ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କୁମ୍ଭ ମେଳାକୁ ଅନୁମତି ଦେଇ କରୋନା ସଂକ୍ରମିତ ସଂଖ୍ୟା ବଢ଼ିବା ପରେ ଉତ୍ତରାଖଣ୍ଡ ସରକାର ଏଥର ଚେତିଛନ୍ତି। ତେଣୁ ଚାରିଧାମ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି। ଦେଶ ତଥା ଉତ୍ତରାଖଣ୍ଡରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଚାରିଧାମ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି। ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତ କହିଛନ୍ତି ଯେ ସରକାର ଚଳିତ ବର୍ଷ ଚାରିଧାମ ଯାତ୍ରାକୁ ବନ୍ଦ କରିଛନ୍ତି। କେବଳ ଚାରୋଟି ମନ୍ଦିରର ପୂଜକ ଏଠାରେ ପୂଜା କରିବାକୁ ଅନୁମତି ପାଇବେ। ଏହାପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହେମକୁଣ୍ଡ ସାହିବ ଗସ୍ତ ସ୍ଥଗିତ ସ୍ଥଗିତ ରଖାଯାଇଛି। ଉତ୍ତରାଖଣ୍ଡର ଚାମୋଲିର ହେମକୁଣ୍ଡ ସାହିବ ଗୁରୁଦ୍ୱାର ଯାତ୍ରା ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବାର ଥିଲା। ହେଲେ ଏହି ଉହାନ ଭାଇରସ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ଗୁରୁଦ୍ୱାର ହେମକୁଣ୍ଡ ସାହିବ ଯାତ୍ରା ଉପରେ ରୋକ୍ ଲଗାଯାଇଛି। ହେଲେ କେବେ ଏବେ ସେ ନେଇ କୌଣସି ସୂଚନା ସରକାରଙ୍କ ତରଫରୁ ମିଳିନାହିଁ। ହେମକୁଣ୍ଡ ସାହିବ ମ୍ୟାନେଜମେଣ୍ଟ ଟ୍ରଷ୍ଟର ଉପାଧ୍ୟକ୍ଷ ନରେନ୍ଦ୍ର ଜିତ ସିଂ ବିନ୍ଦ୍ର କହିଛନ୍ତି, କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅନେକ ବିପଦରେ ଅଛନ୍ତି। ତେଣୁ ହେମକୁଣ୍ଡ ଯାତ୍ରା ଆରମ୍ଭ ଏବେ ଠିକ୍ ହେବନି। ଏପରି ପରିସ୍ଥିତିରେ, ଲୋକମାନେ ଏକାଠି ହେବା ସଂକ୍ରମଣର କାରଣ ହୋଇପାରେ। ତେଣୁ ଯାତ୍ରା ସ୍ଥଗିତ ରଖାଯାଇଛି। କରୋନା ସଂକ୍ରମଣ କମିବା ପରେ ଆଗାମୀ ଦିନରେ ଏହି ଯାତ୍ରା ପାଇଁ ନୂଆ ତାରିଖ ଘୋଷଣା କରାଯିବ। ସୂଚନାଯୋଗ୍ୟ, ଏପ୍ରିଲ ୫ରୁ କୁମ୍ଭ ମେଳା ଆରମ୍ଭ ହୋଇଥିଲା। ତେବେ ୧୪ ଏପ୍ରିଲ ମଧ୍ୟରେ ୬୮ ସାଧୁ ସନ୍ଥ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହାପରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ମେଳା ଶେଷ ହୋଇଛି ବୋଲି ଜୁନା ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ ଅବଧେଶାନନ୍ଦ ଗିରି କହିଥିଲେ।

ଅମାନିଆ ଦୋକାନୀଙ୍କ ଦୋକାନ ସିଲ..!

!!! ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲିପ କୁମାର ଙ୍କ ରିପୋର୍ଟ !!!

ଥର ସମ୍ଭାଳ (ରାୟଗଡା)- ରାୟଗଡ଼ା ରେ ଅମାନିଆ ଦୋକାନୀଙ୍କ ବିରୋଧରେ ପୋଲିସର କଡା କାର୍ଯ୍ୟାନୁଷ୍ଠାନ । କୋଭିଡ ମାର୍ଗଦର୍ଶିକା ଖିଲାପ କରିଥିବାରୁ ଉଲଙ୍ଘନକାରୀଙ୍କୁ ଦଣ୍ଡିତ କରାଯାଇଥିବା ଜଣାପଡିଛି । ସହରରେ ମୋଟ ୪ଟି ଦୋକାନ ପୋଲିସ ଓ ପୌରପାଳୀକା କର୍ମଚାରୀଙ୍କ ଉପସ୍ଥିତିରେ ସିଲ କରାଯାଇଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ କରୋନା ଗ୍ରାଫ ଅଣାୟତ୍ତ ଭାବେ ବୃଦ୍ଧି ହୋଇଥିବାରୁ ଲୋକେ କରୋନା କଟକଣା ଖିଲାପ କରୁଥିବାରୁ ଦୈନିକ ସଂକ୍ରମିତଙ୍କ ତାଲିକା ଶତକ ଛୁଉଁଛି । ତେଣୁ ଅମାନିଙ୍କ ଏଭଳି ଦୌରାତ୍ମିୟ ଓ ସହରର ବିଭିନ୍ନ ଦୋକାନ ମାଲିକ କୋଭିଡ ଆଇନ ମାନୁନଥିବାରୁ ସଂକ୍ରମଣ ସ୍ଥିତି ଦୈନିକ ସହରାଞ୍ଚଳରେ ବିଗୁଡୁଥିବା ଦେଖିବାକୁ ମିଳିଛି ।

ତେବେ କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ମଙ୍ଗଳବାର ପୋଲିସ ୪ଟି ଦୋକାନକୁ ସିଲ କରିଛି । ସ୍ଥାନୀୟ ମେନ ମାର୍କେଟ ସ୍ଥିତ ରାଧିକା ଟେକ୍ସଟାଇଲ, ଅଶକା ଗ୍ରୋସରୀ ଦୋକାନ ଓ ଜ୍ୟୋତିମହଲ ସ୍ଥିତ ଜୟରାମ ଏଣ୍ଟରପ୍ରାଇଜେସ ଓ ମହାଲକ୍ଷ୍ମୀ ଫ୍ରୁଟ ଜୁସ ଆଦି ଦୋକାନକୁ ପୋଲିସ ଏସଆଇ ଶିବଶଙ୍କର ସାହୁ, ଏଏସଆଇ ଭି.ରାଭାଣାଙ୍କ ସମେତ ସ୍ଥାନୀୟ ପୌରପାଳୀକା କର୍ମଚାରୀ ଉପସ୍ଥିତିରେ ସିଲ କରିଥିଲେ ।

କେନ୍ଦ୍ରୀୟପାଣ୍ଠିକୁ ଜିଲ୍ଲା କରୋନା ରୋଗୀଙ୍କପାଇଁ ଖର୍ଚ୍ଚହେଉ – ରାୟଗଡା ଭାଜପା

!!! ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲିପ କୁମାର ଙ୍କ ରିପୋର୍ଟ !!!

ଥର ସମ୍ଭାଳ (ରାୟଗଡା)- କରୋନା ମୁକାବିଲା କରିବାରେ ଓଡିଶା ସରକାର ତଥା ରାୟଗଡା ଜିଲ୍ଲାପ୍ରଶାସନ ଫେଲହେଉଥିବା ଭଳି ମନେକରି ଜିଲ୍ଲାଭାଜପା କେନ୍ଦ୍ରୀୟ ଅନୁଦାନକୁ ଭରପୁର ବ୍ୟବହାର କରି ଆରୋଗ୍ୟ କରିବାପାଇଁ ଚେଷ୍ଟାକର ବୋଲି ଏକ୧୫ଦଫା ଦାବୀସମ୍ବଳିତ ସ୍ମାରକପତ୍ର ଜିଲ୍ଲାପାଳ ସରୋଜ ମିଶ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନକରିଛି l କରୋନାର ଦ୍ଵିତୀୟ ଲହର ରୋଗୀଙ୍କ ସଂଖ୍ୟା ଅତ୍ୟଧିକ ବୃଦ୍ଧିଯୋଗୁଁ ବର୍ତମାନ ଜନସାଧାରଣ ଭୟଭୀତ, କାରଣ ପ୍ରତିଦିନ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁସଂଖ୍ୟା ବି ବଢୁଛି. ସେହି ପରିପ୍ରେକ୍ଷୀରେ ଅମ୍ଳଜାନ ଅଭାବ ପଡ଼ିଲାଣି ତାକୁ ଦୃଷ୍ଟିରେରଖି ଏଭଳି ପଦକ୍ଷେପ ନେବାକୁ କୁହାଯାଇଛି l ପ୍ରକାଶଥାଉକି ଗତ ମାର୍ଚ୍ଚଠାରୁ ମହାମାରୀଦେଶ ତଥା ପୃଥିବୀକୁ ଗ୍ରାସକରିବାରେ ଲାଗିଛି ସେହି ପରିପ୍ରେକ୍ଷୀରେ ପ୍ରତ୍ୟେକ ପଞ୍ଚାଯତରେ ଏକ ସଙ୍ଗରୋଧ କେନ୍ଦ୍ର, କୋଭିଡି ଯନ୍ତ୍ରକେନ୍ଦ୍ର, ଜେ କେ ପୁରଠାରେ ଏକ କୋଭିଡିକେନ୍ଦ୍ର ଏବଂ ଯନ୍ତ୍ରପାତି ଔଷଧ,ଅତିରିକ୍ତ ସ୍ୱାସ୍ଥ୍ୟକର୍ମୀ,ଖାଦ୍ୟସୁରକ୍ଷା ଯୋଜନାରେ ମାଗଣା ଚାଉଳ,ଡାଲି,ଗହମ, ଯୋଗାଇ ଦିଆଯାଇଥିଲା ଏବଂ ପୁଣି ଦୁଇମାସର ରାସନ ଯୋଗାଇଦେବାପାଇଁ ଘୋଷଣା ହେଇଛି l ସଙ୍ଗରୋଧ କେନ୍ଦ୍ରରେ ରହି କଟକଣା ମାନିଥିବା ଲୋକଙ୍କ ପାଇଁ ଆବଣ୍ଟିତ କରିଥିବା ପ୍ରୋତ୍ସାହନ ରାଶି ୩୫୦୦ ଟଙ୍କା ଆସିଥିଲା ତାହା ସଠିକଭାବରେ ପ୍ରଦାନକରାଯାଇନି ସେହିଭଳି ପ୍ରବାସୀ ଭାରତୀୟଙ୍କ ସ୍ଵଦେଶୀକୁ ନିଶୁଳ୍କରେ ଫେରାଇ ଆଣିବା ପ୍ରତିଶ୍ରୁତି ବିଫଳ ହେଇଛି l ପ୍ରତିଜିଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠାକରିବାକୁ ଘୋଷଣାକରିଥିଲେ. ଯାହା ରାଜ୍ୟସରକାର ପୂରଣକରିବାରେ ସହଯୋଗ ନ କରିଥିବାରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ରାୟଗଡାରେ ତାହା ପ୍ରତିଷ୍ଠାହୋଇ ପାରିଲାନାହିଁ l

କରୋନା ଆକ୍ରାନ୍ତରେ ମୃତୁବରଣ କରିଥିବା ପରିବାରକୁ ୫୦ ଲକ୍ଷ୍ୟଟଙ୍କାର ବୀମାରାଶି ଘୋଷଣାକରିଥିଲା. ସେଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଲେନାହିଁ. ସେହିରାଶି କେନ୍ଦ୍ରରସରକାର ଦୁଇସହ ଅଠସ୍ତରୀ ଲୋକଙ୍କ ପରିବାରଙ୍କୁ ପ୍ରଦାନକରିଛନ୍ତି.୧୧୦ଶଯ୍ୟା ବିଶିଷ୍ଟ ଥିଲେବି ମାତ୍ର ୧୦ଟି ଆଇ ସିୟୁ ରହିଛି ଓ ମାତ୍ର ଚାରି ଗୋଟି ଭେଣ୍ଟିଲେଟର ରହିଛି l ଜରୁରୀକାଳୀନ ପରିସ୍ଥିତିରେ ମାତ୍ର ଏକହଜାର ନମୁନା ପରୀକ୍ଷାକରାଯାଉଛି.ଯାହା ଅତିନଗଣ୍ୟ ତେଣୁ ସଂକ୍ରମଣ ଅଧିକହେଉଛି l ମନରେଗା ମାଧ୍ୟମରେ କାମ ଯୋଗାଇଦେବା ତ ଦୂରରକଥା. ଯେଉଁମାନେ କାମକରିଛନ୍ତି ତାଙ୍କ ପାଉଣାଦେବାରେ ଟାଲଟୁଲ ନୀତି ଅବଲମ୍ବନ କରୁଛନ୍ତି l ସ୍ୱାସ୍ଥ୍ୟକର୍ମୀ, ଡାକ୍ତର,ପାରାମେଡିକାଲ ଷ୍ଟାଫ କମଥିଲେ ସୁଦ୍ଧା ନିଯୁକ୍ତି ଦିଆଯାଉନି l ସେହିଭଳି ପ୍ରତିବ୍ଲକରେ ମାଗଣା ରକ୍ତଭଣ୍ଡାର,ଅମ୍ଳଜାନ ଉତ୍ପାଦନକେନ୍ଦ୍ର, ଉଠା ଦୋକାନୀ,ଫଳ ପନିପରିବା, ସାମାଜିକ କର୍ମୀ ବୀମା ଯୋଜନା ରେ ସାମିଲ କରିବା, ସେହିଭଳି ପ୍ରବାସୀ ଭାରତୀୟଙ୍କୁ ମାଗଣାରେ ଫେରାଇ ଆଣିବାପାଇଁ ଦାବୀକରାଯାଇଛି l ଏହି ସବୁଦାବୀ ସଙ୍କଟକାଳରେ ଅତି ଜାରୂରୀମନେକରି ସରକାର ବିଚାରକୁ ନେଇ ଯୁଦ୍ଧକାଳୀନ ଭିତିରେ ପୂରଣ କରିବାପାଇଁ କୁହାଯାଇଛି l ଏହି ସ୍ମାରକପତ୍ର ପ୍ରଦାନ କରିବାପାଇଁ ଜିଲ୍ଲାସଭାପତି ଶିବପଟନାୟକ,ନଗରସଭାପତି ଶ୍ୟାମଦାସ, ବସନ୍ତ ଉଲାକା,ହରିଶମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ l

ନଗର ନିର୍ବାହୀଯନ୍ତ୍ରୀଙ୍କୁ ତଥ୍ୟମାଗିଲା ଜିଲ୍ଲା ନଗରଭାଜପା..!

!!! ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲିପ କୁମାର ଙ୍କ ରିପୋର୍ଟ !!!

ଥର ସମ୍ଭାଳ (ରାୟଗଡା)- ବିଭିନ୍ନ ଦୁର୍ନୀତିର ତଥ୍ୟପାଇଁ ଆଜି ରାୟଗଡା ଜିଲ୍ଲା ନଗର ଭାଜପା ନଗର ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟକୁ ଏକ ଦାବୀପତ୍ର ମାଧ୍ୟମରେ ଦେବାକୁ ଦାବିକରିଛି l ଗତ କିଛିଦିନ ହେଲା ନଗରରେ ବହୁତ ପ୍ରକଳ୍ପରେ ଦୁର୍ନୀତିର ଗନ୍ଧବାରି ଏହାର ସତ୍ୟାସତ୍ୟ ବାହାରକରି ଲୋକଙ୍କ ସାମନାକୁ ଆଣି ପାରାଦଫାସ କରାଯିବ ବୋଲି ଭାଜପା ନେତାକହିଛନ୍ତି l ୨୦୧୬ରୂ ୨୦୧୮ପର୍ଯ୍ୟନ୍ତ ହୋଇଥିବା ଅସିକୋଟି ଦୁର୍ନୀତିର ତଥ୍ୟ ପୂର୍ବତନ ନିର୍ବାହୀ ଯନ୍ତ୍ରୀଙ୍କୁ ମଗାଯାଇଥିଲା. ଯାହା ଏପର୍ଯ୍ୟନ୍ତ ଦିଆଯାଇନାହିଁ l ବିଭିନ୍ନ ପ୍ରକଳ୍ପର ଖୋଲା ଯାଇଥିବା ପ୍ରକଳ୍ପର ନଥିପତ୍ର (ଫାଇଲ )ହଜି ଯାଇଛି, ଅଫିସରେ ଦେଖାଯାଉନି ତାହା କପୋଳକଳ୍ପିତ ଏବଂ ବିଭାଗୀୟ ଅଧିକାରୀ ଏଥିରେ ସମ୍ପୃକ୍ତଥିବା ଜଣାପଡୁଛି. ନଚେତ ତାହାକିପରୀ ସମ୍ଭବହେଲା ତାହା ପ୍ରସ୍ନକରିଛନ୍ତି l

ଅର୍ବାନ ୱେଜ ଏମ୍ପ୍ଲୋୟମେଣ୍ଟ ଇନଟିଟିଭ (କରନା ସମୟରେ ଦାଦନ ଖଟିବାକୁଯାଇ ଫେରିଥିବା ଶ୍ରମିକଙ୍କୁ କାମଯୋଗାଇବା ନାରେ କାହା କାହାକୁ କେଉଁଠି ନିୟୋଜିତ କରାଯାଇଥିଲା ତାର ବିବରଣୀ ମଗାଯାଇଛି l ସହରର ମୁଖ୍ୟ ମାର୍କେଟ କମ୍ପ୍ଲେକ୍ସକୁ କାହାକୁ ଆବଣ୍ଟନକରାଯାଇଛି ଓ ବର୍ତମାନ କିଏ ଦଖଲରେଅଛନ୍ତି ତାହାର ସବିଶେଷ ବିବରଣୀ ଦରକାର ବୋଲି କୁହାଯାଇଛି l ଏନେଇ ନଗର ନିର୍ବାହୀ ଯନ୍ତ୍ରୀ ଆସୀର ଅହମଦଙ୍କୁ ଏହିଦାବୀ ସମ୍ପର୍କିତ ସ୍ମରାକପତ୍ର ପ୍ରଦାନକରାଯାଇଛି l କରୋନା କଟକଣାକୁ ଦୁଷ୍ଟିରେରଖି ଅଧିକସଂଖ୍ୟାରେ ନଯାଇ ନଗରସଭାପତି ଶ୍ୟାମଦାସଙ୍କ ସମେତ ଜଗଦୀଶ ସୁନାରି, ବିଦ୍ୟାସାଗର, ରାଜେଶ ପାଣିଗ୍ରାହୀ, ଅଜୟ ଚୂଲେଟ, ଝରଣା ମହାନ୍ତି, ମଞ୍ଜୁଳା ମିନିୟକା, ସନ୍ତୋଷ ସାହୁ, ରାଜେଶ୍ୱରୀ ମାଝୀ ଓ ସଂଯୁକ୍ତା କାଡ୍ରାକା ପ୍ରମୁଖ ଯାଇ ଭେଟି ଥିଲେ l

ଗଞ୍ଜେଇ ସହ କାର ଜବତ, ଆସାମୀ ଫେରାର ।

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ   !!!

ଏଥର ସମ୍ଭାଳ(ବ୍ରହ୍ମପୁର)-  -ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଜରଉ ଛକ ନିକଟରେ ଥିବା ଟୁଲ ଗେଟ ଠାରେ ଏକ ଗଞ୍ଜେଇ ଭର୍ତି କାର କୁ ଜବତ କରିଛି ପୋଲିସ।ଘଟଣା ସ୍ଥଳରୁ ଆସାମୀ ଫେରାର।କାର ଟିରେ 42 କେଜି ଗଞ୍ଜେଇ ଥିବା ସୂଚନା ଦେଇଛି ପୋଲିସ।ସୂଚନା ମୁତାବକ ଆଜି ସକାଳୁ ସୋରଡ଼ା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡ଼ା ପଟୁ ଆସୁଥିବା ଏକ ସେଣ୍ଟ୍ରୋ କାର ପୋଲିସକୁ ଦେଖି ଅଟକି ଯାଇଥିଲା।ଡ୍ରାଇଭର ପୋଲିସ କୁ ଦେଖି ଗାଡ଼ି କୁ ଛାଡି ଜଙ୍ଗଲ ଆଡକୁ ଦୋୖଡ଼ି ପଳାଇଥିଲା। ନିକଟକୁ ଯାଇ ଦେଖିଲା ବେଳକୁ ଗାଡ଼ିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ପୋଲିସ।ବାଲିଗୁଡା ରୁ ଭୁବନେଶ୍ୱର କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି ପୋଲିସ।

ଇନ୍ସପେକ୍ଟର ରାଙ୍କକୁ ପଦୋନ୍ନତି ପାଇଲେ ଦୀପ୍ତିରଞ୍ଜନ ବେହେରା ।

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ   !!!

ଏଥର ସମ୍ଭାଳ(ବେଗୁନିଆପଡା)- ସବଇନ୍ସପେକ୍ଟରରୁ ପଦୋନ୍ନତି ହୋଇ ଇନ୍ସପେକ୍ଟର ହେଲେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତିରଞ୍ଜନ ବେହେରା । ୦୮.୦୨.୨୦୨୧ରେ ଅନୁଷ୍ଠିତ କେନ୍ଦ୍ରୀୟ ଚୟନ ବୋର୍ଡ ଏବଂ ପରବର୍ତ୍ତୀ ସବ୍ ଇନ୍ସପେକ୍ଟରଙ୍କୁ ପୋଲିସ୍ ଇନ୍ସପେକ୍ଟର ପଦବୀରେ ପଦୋନ୍ନତି ପାଇଁ ମନୋନୀତ ହୋଇ ପରବର୍ତ୍ତୀ ପାହ୍ୟା ତଥା ପୋଲିସ୍ ଇନ୍ସପେକ୍ଟର ପଦବୀକୁ ପଦୋନ୍ନତି ପାଇବାକୁ ଯୋଗ୍ୟ ହୋଇଛନ୍ତି ଦୀପ୍ତିରଞ୍ଜନ । ORSP ନିୟମ ଅନୁଯାୟୀ ତାଙ୍କୁ ସମସ୍ତ ସୁବିଧା ଯୋଗାଇଦିଆଯିବା ନେଇ ଚିଠିରେ ଦର୍ଶାଯାଇଛି । ଆଇଆଇସି ରାଙ୍କ ପାଇବା ପରେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତିରଞ୍ଜନ ବେହେରାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ଗଞ୍ଜାମ ଜିଲ୍ଲାପାଳଙ୍କ ବେଗୁନିଆପଡା ବ୍ଲକ ଗ୍ରସ୍ତ ଓ କୋଭିଡ ସମୀକ୍ଷା ।

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ   !!!

ଏଥର ସମ୍ଭାଳ(ବେଗୁନିଆପଡା)- ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବେଗୁନିଆପଡା ବ୍ଲକ ଗ୍ରସ୍ତ କରି ବିଭିନ୍ନ ପଞ୍ଚାୟତ ପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କ ସହ କୋଭିଡ ଉପରେ ସମୀକ୍ଷା କରି ଫେରିଛନ୍ତି। ବ୍ଲକକୁ ଆସୁଥିବା ପ୍ରବାସୀଙ୍କ ତଥ୍ୟ ରଖିବା ସହ ସନ୍ଦେହ ସୃଷ୍ଟି ହେଲେ ତୁରନ୍ତ ତାଙ୍କୁ ସଙ୍ଗରୋଧ ରେ ରହିବା ପାଇଁ ପଞ୍ଚାୟତ ସ୍ତରରେ ପଦକ୍ଷେପ ନେବା ପାଇଁ ସରପଞ୍ଚ ମାନଙ୍କୁ କହିଥିଲେ। ଏହା ସହିତ ପଞ୍ଚାୟତ ସ୍ତରରେ ଯେପରି ଜଳ ଯୋଗାଣ ସହ ବିଦ୍ୟୁତ ଯୋଗାଣରେ ଯେପରି କୌଣସି ଅସୁବିଧା ସୃଷ୍ଟି ନହେବ ସେଇଥିପାଇଁ ସମ୍ପୃକ୍ତ ବିଭାଗ ସଜାଗ ରହିବା ପାଇଁ ପରାମର୍ଶ ଦେଇଥିଲେ। ବୈଠକରେ କୋଦଳା ତହସିଲଦାର ଅବନୀ କୁମାର ସାହୁଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ମନୋଜ କୁମାର ପାଣ୍ଡି, ବ୍ଲକ ଅଧକ୍ଷା ପ୍ରତିନିଧି ବିଜୟ କୁମାର ଦୋରାଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଓ ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ।