ନିୟମ ନ ମାନିଲେ କଣ୍ଟେନମେଣ୍ଟ ଜୋନ – ତହସିଲଦାର

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବ୍ରହ୍ମପୁର)- କରୋନା ର ଦ୍ଵିତୀୟ ଲହର ଅତି ଭୟଙ୍କର ରୂପରେ ଦେଖାଦେଇଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ କୋଦଳା ତହସିଲ ପ୍ରଶାସନ ଦୃଢତା ର ସହିତ ଏହାର ମୁକାବଲା କରିବା ସହିତ ବାରମ୍ବାର ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ, ଧର୍ମନୁଷ୍ଠାନ ପରିଚାଳନା କମିଟି, ଅଟୋ ସଙ୍ଘ ପ୍ରଭୃତି ଅନୁଷ୍ଠାନ କୁ ନେଇ ସଚେତନ କରୁଥିବା ଜଣାପଡ଼ିଛି । ପ୍ରତ୍ୟକ ଦିନ ବିଭିନ୍ନ ଅନୁଷ୍ଠାନ ସହ ସ ଆଲୋଚନା କରିବା ସହିତ ସଚେତନ କରୁଥିବା ଜଣାପଡ଼ିଛି। ତଥାପି କେତେକ ଆସାଧୁ ବ୍ୟବସାୟୀ ନିୟମ ଉଲଂଘନ କରୁଥିବା ଅଭିଯୋଗ ହେଉଥିବାରୁ ତହସିଲଦାର ଅବନୀ କୁମାର ସାହୁ ଉଦବେଗ୍ ପ୍ରକାଶ କରିଛନ୍ତି । ଯଦି ଆବଶ୍ୟକ ପଡେ ଅମାନିୟା ଙ୍କୁ ସାବାଡ଼ କରିବା ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବ ବୋଲି କହିଛନ୍ତି । ଆଜି ଅପରାହ୍ନ ରେ କୋଦଳା ର ବଣିକସଙ୍ଘ, ପରିବା ଦୋକାନୀ, ଉଠା ଦୋକାନୀ, ଠେଲାଗାଡି, ମାଛ/ମାଂସ ବ୍ୟବସାୟୀ ମାନଙ୍କୁ ନେଇ କରୋନା ର ଦ୍ଵିତୀୟ ଲହର ର ଭୟବହାତା ବିଷରେ ବୁଝାଇ ସରକାରଙ୍କ ପଞ୍ଚସୁତ୍ରୀ ନିୟମ ମାନି ପ୍ରତ୍ୟକ ବ୍ୟବସାୟୀ ୧୦ଫୁଟ ବ୍ୟବଧାନ ରେ ବସି ବ୍ୟବସାୟ କରିବେ, କେହିବି ରାସ୍ତାକଡ଼ରେ ବସିବେ ନାହିଁ, ହୋଟେଲ ରେ କେବଳ ପାର୍ଶାଲ ଦେବେ, ଉଠାଦୋକାନୀ/ଠେଲାଗାଡି ହୋଟେଲ ସମ୍ପୂର୍ଣ ବନ୍ଦ, ଯଦି କେହି ବି ଏହାକୁ ନ ମାନେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଚେତାଇ ଦେଇଛନ୍ତି। ଏହାକୁ ନେଇ କୋଦଳା ଏନଏସି ମଧ୍ଯ ତତ୍ପରତା ଦେଖାଇଛି । ବାରମ୍ବାର ଡାକବାଜି ଯନ୍ତ୍ରଦ୍ୱାରା ଲୋକଙ୍କୁ ସଚେତନ କରୁଥିବା ବେଳେ ଆସ୍ଥାୟୀ ବ୍ୟବସାୟୀ ମାନଙ୍କ ପାଇଁ କୋଦଳା ରାଜସ୍ୱ ଡାକବଙ୍ଗଳା ପରିସର ରେ ଆସ୍ଥାୟୀ ବାଉଁଶ ବ୍ୟାରିକେଡ ବ୍ୟବସ୍ଥା କରାଯିବ ବୋଲି ଏନଏସି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ପ୍ରକାଶ କରିଛନ୍ତି। କୋଦଳା ପୋଲିସ ମଧ୍ୟ ସନ୍ଧ୍ୟା ରେ ପ୍ରତ୍ୟକ ଛକ ମାନଙ୍କ ରେ ପହରା ଦେଉଛନ୍ତି। କିଛି ଅମାନିୟାଙ୍କ ଠାରୁ ଜୋରିମାନା ଆଦାୟ କରୁଥିବା ବେଳେ କେତେକଙ୍କୁ ତାଗିଦ କରି ଛାଡୁଥିବା ଦେଖିବାକୁ ମିଳିଛି ।

ପାଣି କଷ୍ଟରେ ସଢ଼ୁଛନ୍ତି ୫ ଗାଁର ଲୋକ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବ୍ରହ୍ମପୁର)- ବୁଗୁଡ଼ା ବ୍ଲକ୍ ର ୫ ଟି ବଡ଼ ଗାଁ ର ଲୋକ ପାଣି କଷ୍ଟରେ ସଢ଼ୁଛନ୍ତି। ପିଇବା ପାଣି ଯୋଗାଣ ପାଇଁ ସରକାର ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଏହି ୫ ଟି ଗାଁରୁ ଦୂରରେ ରହିଛି ଯୋଜନା। ମୁଖ୍ୟତଃ ଗୋଲିଆ ଗ୍ରା.ପ ର ଗୋଲିଆ ଗ୍ରାମ ସଦର ମହକୁମା ହୋଇଥିବା ବେଳେ ଦୀର୍ଘଦିନରୁ ଏଠାରେ ଜଳ ଲାଗିରହିଛି। ଗୋଲିଆ ଏକ ବଡ଼ ଗ୍ରାମ ଓ ବାଘୁଆ ନଦୀ ଠାରେ ଅନତି ଦୂରରେ ରହିଛି। ଏହି ପଞ୍ଚାୟତରୁ ବାଦୁଆରେ ମଧ୍ୟ ଲାଗିରହିଛି ଜଳ କଷ୍ଟ। ଏଠାରେ ଓଭର୍ ହେଡ୍ ଟ୍ୟାଙ୍କ ନିର୍ମାଣ କରି ଲୋକଙ୍କୁ ପାଣି ଯୋଗାଇବା ବିଳମ୍ବ ହେଉଥିବା ଲୋକଙ୍କ ପାଇଁ ବଡ଼ ସମସ୍ୟା ରୂପେ ଉଭା ଦେଇଛି। ଅନୁରୂପ ବିଳମ୍ବ ପଞ୍ଚାୟତର ଡେଙ୍ଗାପଦର୍ ଏକ ବଡ଼ ଗ୍ରାମ ହୋଇଥିଲେ ମଧ୍ୟ ଓଭର୍ ହେଡ୍ ଟ୍ୟାଙ୍କ ଏଯାବତ୍ ନିର୍ମାଣ ହୋଇପାରିନଥିବାରୁ ଲୋକେ ଖରା ଦିନରେ ନାହିଁ ନଥିବା ହଟହଟା ଭୋଗୁଛନ୍ତି ପାଣି ମୁନ୍ଦେ ପାଇଁ। ପାଙ୍ଗିଡି ପଞ୍ଚାୟତର ଟିକରପଡାରେ ଜଳ ଯୋଗାଣ ବ୍ୟବସ୍ଥା ହୋଇନଥିବା ଗ୍ରାମବାସୀଙ୍କର ଏକ ମୁଖ୍ୟ ଅସୁବିଧା ରୂପେ ଦେଖାଦେଇଛି। ସେଭଳି ଖୋଳଖାଳି ପଞ୍ଚାୟତର ତାଳସାକର ଏକ ମୁଖ୍ୟ ଓ ବଡ଼ ଗାଁ ହୋଇଥିଲେ ସୁଦ୍ଧା ଓଭର୍ ହେଡ୍ ଟାଙ୍କ ନିର୍ମାଣ କରାଯାଇନଥିବାରୁ ପାନୀୟ ଜଳ ପାଇଁ ଲୋକେ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବୁଗୁଡ଼ା ବ୍ଲକ୍ ର ଅନ୍ୟାନ୍ୟ ପଞ୍ଚାୟତର ଗ୍ରାମ ଗୁଡିକରେ ଓଭର୍ ହେଡ୍ ଟ୍ୟାଙ୍କ କେତେକ ଗ୍ରାମରେ ନିର୍ମାଣ ଶେଷ ହୋଇ ଜଳ ଯୋଗାଣ ରତିମତ ଚାଲିଥିବା ବେଳେ, କେତେକ ଗ୍ରାମରେ ନିର୍ମାଣ କାର୍ଯ୍ୟ ଅବ୍ୟାହତ ରହିଛି ଓ ଆଉ କେତେକ ଗ୍ରାମରେ ନିର୍ମାଣ ପାଇଁ ଟ୍ରେଣ୍ଡର ସରିଛି। କିନ୍ତୁ ଉକ୍ତ ପାଞ୍ଚଟି ଗ୍ରାମର ପାନୀୟ ଜଳ ସମସ୍ୟା ଦୂର ହୋଇପାରିନଥିବା ବୁଗୁଡ଼ା ବ୍ଲକ୍ ର ଜଳ ଯୋଗାଣର ବିଫଳତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧି ଙ୍କ ସହ ଆଲୋଚନା ।

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବ୍ରହ୍ମପୁର)- ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏପ୍ରିଲ ୨୬ ତାରିଖ ଦିନ ଭଞ୍ଜନଗର ରାଜସ୍ବ ଉପଖଣ୍ଡର ବିଭିନ୍ନ ପାଞ୍ଚାୟତ ସମିତିକୁ ଗସ୍ତ କାର୍ଯ୍ୟକ୍ରମରେ ଆସିଥିବା ବେଳେ ବୁଗୁଡା ପାଞ୍ଚାୟତ ସମିତିରେ ଅପରାହ୍ନ ଗୋଟାଏ ସମୟରେ ପହଞ୍ଚି ପ୍ରଶାସନିକ ଅଧିକାରୀ ଓ ପାଞ୍ଚାୟତ ରାଜ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିଲେ। ବିଶେଷ ଭାବେ ଲୋକ ପତିନିଧି ମାନଙ୍କ ସହ ପାନୀୟ ଜଳ ସମସ୍ୟା ନେଇ ଆଲୋଚନା କରିବା ସହ ସରପଞ୍ଚମାନଙ୍କୁ କୋଭିଡ଼ି ନିୟନ୍ତ୍ରଣ ପଦକ୍ଷେପ ବିଷୟ ନେଇ ଆଲୋଚନା କରିଥିଲେ। ଗୋଲିଆ ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ କେନ୍ଦ୍ରରେ ୩୦ ଟି ଅମ୍ଳଜାନ ସିଲିଣ୍ଡର ଗଚ୍ଛିତ ରଖିବାକୁ ପରାମର୍ଶ ଦେଇଥିଲେ। ଏନଏସି ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ବୁଗୁଡ଼ାରେ ରହି ପାନୀୟ ଜଳଯୋଗାଣ ବିଷୟରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦଶ ଦେଇଥିଲେ। ଅନ୍ୟ ବିଷୟ ଆଲୋଚନା ମଧ୍ୟରେ ବ୍ୟାଙ୍କ ଗୁଡିକ ବିଭିନ୍ନ ଋଣ ପ୍ରଦାନ କରିବାକୁ ପରାମର୍ଶ ଦେବା ସହ ମନୋରଗା କାର୍ଯ୍ୟ ଉପରେ ଗୁରୁତ୍ୱ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ। ବୈଠକରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ, ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା, ସିଡିପିଓ ରଞ୍ଜିତା ତ୍ରିପାଠୀ ପ୍ରମୁଖଙ୍କ ସମେତ ବିଭିନ୍ନ ବ୍ୟାଙ୍କ ଶାଖା ପରିଚାଳକ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କର୍ମଚାରୀ , ଜନସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଏବଂ ବିଭିନ୍ନ ପାଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ବୃନ୍ଦ ଯୋଗଦେଇଥିଲେ।

ଆଜିର ଅନୁଚିନ୍ତା – ଶୋଇବା ଘରେ ଶ୍ରୀଗଣେଶଙ୍କ ମୂର୍ତ୍ତି ରଖନ୍ତୁ ନାହିଁ

!!! ପ୍ରବଚକ.ଜଗଦୀଶ ପ୍ରସାଦ !!!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ହିନ୍ଦୁ ଶାସ୍ତ୍ର ଅନୁସାରେ, ମହାପ୍ରଭୁ ଶ୍ରୀଗଣେଶ ହେଉଛି ଦେବତାଙ୍କ ମଧ୍ୟରେ ଅଗ୍ରପୂଜ୍ୟ। ଘରେ ଶ୍ରୀଗଣେଶଙ୍କ ମୂର୍ତ୍ତି କିମ୍ୱା ଫଟୋ ରହିଲେ, ଶୁଭ ଫଳ ମିଳିଥାଏ। ତେବେ ଘରେ ଶ୍ରୀଗଣେଶଙ୍କ ମୂର୍ତ୍ତି ରଖିବାବେଳେ ଆମେ କିଛିଟା ଭୁଲ୍ କରିଥାଉ, ଯାହାଦ୍ୱାରା ନକାରାତ୍ମକ ଫଳ ମିଳିଥାଏ। ତେଣୁ ଘରେ ଶ୍ରୀଗଣେଶଙ୍କ ମୂର୍ତ୍ତି ରଖିବା ପୂର୍ବରୁ ନିମ୍ନଲିଖିତ କଥାଗୁଡ଼ିକୁ ଧ୍ୟାନ ଦିଅନ୍ତୁ, ନିଶ୍ଚୟ ଶୁଭଫଳ ପ୍ରାପ୍ତି ହେବ।

୧- ଠାକୁର ଘରେ ଶ୍ରୀଗଣେଶଙ୍କର କେବଳ ଗୋଟିଏ ମୂର୍ତ୍ତି ରଖନ୍ତୁ। ଏକରୁ ଅଧିକ ଗଣେଶ ମୂର୍ତ୍ତି ରଖିଲେ, ତାଙ୍କ ପତ୍ନୀ ରିଦ୍ଧି-ସିଦ୍ଧି ରାଗି ଯା’ନ୍ତି ବୋଲି କୁହାଯାଏ।

୨- ଯେଉଁ ଗଣେଶ ମୂର୍ତ୍ତିଙ୍କ ଶୁଣ୍ଢ ବାମ ପାର୍ଶ୍ୱକୁ ଢଳି ରହିଥିବ, ସେହି ମୂର୍ତ୍ତିକୁ ହିଁ ଘରେ ରଖନ୍ତୁ।

୩- ଘରେ ଶ୍ରୀଗଣେଶଙ୍କ ମୂର୍ତ୍ତି ସ୍ଥାପନା କରିବାକୁ ଚାହୁଁଥିଲେ, ବସିଥିବା ମୁଦ୍ରାର ମୂର୍ତ୍ତିକୁ ହିଁ ରଖନ୍ତୁ। ତେବେ ଅଫିସ୍‌ରେ ଶ୍ରୀଗଣେଶଙ୍କ ଠିଆ ହୋଇଥିବା ମୂର୍ତ୍ତି ରଖିଲେ, ଶୁଭ ବୋଲି କୁହାଯାଏ।

୪- ଘରର ଦକ୍ଷିଣ ପାର୍ଶ୍ୱରେ କେବେହେଲେ ଶ୍ରୀଗଣେଶଙ୍କ ମୂର୍ତ୍ତି ରଖନ୍ତୁ ନାହିଁ। ସେହିପରି ସିଡ଼ି ଅବା ଶୋଇବା ଘରେ ଗଣେଶ ମୂର୍ତ୍ତି ରଖନ୍ତୁ ନାହିଁ। ଏହାଦ୍ୱାରା ଧନକ୍ଷୟ ହୋଇଥାଏ ବୋଲି କୁହାଯାଏ।

୫- ବାସ୍ତୁ ଅନୁସାରେ ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର, ଦକ୍ଷିଣ କିମ୍ୱା ଉତ୍ତର ପାର୍ଶ୍ୱରେ ରହିଥାଏ, ତା’ହେଲେ ମୁଖ୍ୟ ଦ୍ୱାରରେ ଗଣେଶଙ୍କ ମୂର୍ତ୍ତି ରଖନ୍ତୁ କିମ୍ୱା ଫଟୋ ଲଗାନ୍ତୁ।

୬- କିଛି ଲୋକ, ଝିଅ ବିବାହ କରି ଶାଶୂ ଘରକୁ ଯିବା ସମୟରେ ଠାକୁରଙ୍କ ମୂର୍ତ୍ତି ଉପହାରରେ ଦେଇଥା’ନ୍ତି। ଜ୍ୟୋତିଷଙ୍କ ମତରେ, ଏହି ସମୟରେ ଝିଅକୁ ଶ୍ରୀଗଣେଶଙ୍କ ମୂର୍ତ୍ତି ଦେବା ଉଚିତ୍‌ ନୁହେଁ, ଏହାଦ୍ୱାରା ଝିଅର ବାପଘରେ ଆର୍ଥିକ ସଙ୍କଟ ଦେଖା ଦେଇଥାଏ।

29 ତାରିଖ ଗୁରୁବାର – ଆଜି ର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) 

ମେଷ: ଦିନଟି ଭଲରେ କଟିବ। ଅଟକି ରହିଥିବା କାର୍ଯ୍ୟ ସଂପନ୍ନ ହେବ। ମାନସମ୍ମାନ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ।

ବୃଷ: ପରିବାରରେ ହସଖୁସିର ବାତାବରଣ ରହିବ। ଧନପ୍ରାପ୍ତି ଯୋଗ ରହିଛି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଗୁଡ଼ ଖାଇ ଘରୁ ବାହାରନ୍ତୁ।

କର୍କଟ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ। ଅସୁସ୍ଥ ଅନୁଭବ କରିବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ସିଂହ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପିଲାଙ୍କୁ ନେଇ ଚିନ୍ତିତ ରହିବେ। ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ।

କନ୍ୟା: ଦିନଟି ଭଲରେ କଟିବ। ସୁସ୍ଥ ରହିବେ। ପରିବାର ଲୋକଙ୍କ ସହ ଖୁସିରେ ସମୟ ବିତାଇବେ। ଉପହାର ମିଳିବ।

ତୁଳା: କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଖର୍ଚ୍ଚ ବଢ଼ିବ।

ବିଚ୍ଛା:ବୁଝିବିଚାରି କାର୍ଯ୍ୟ କରନ୍ତୁ। ମାନସମ୍ମାନ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ।

ଧନୁ: ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଶୁଭ ଖବର ଶୁଣି ପାରନ୍ତି।

ମକର: ଦିନଟି ଭଲରେ କଟିବ ।ବ୍ୟବସାୟରେ ଭଲ ଲାଭ ମିଳିବ। ପ୍ରିୟବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି।

କୁମ୍ଭ: ବ୍ୟସ୍ତତା ଭିତରେ ଦିନ କଟିବ। କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ।

ମୀନ: ଚିନ୍ତିତ ରହିବେ। ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ। ଅଳସୁଆ ଅନୁଭବ କରିବେ।