ଅଟୋ ରେ ୨ ଜଣ ଯାତ୍ରୀ ଙ୍କୁ ନେଇ ଅଟୋ ଚଳାଚଳ କୁ ବିରୋଧ କରି ଗୁଣପୁର ଅଟୋ ଚାଳକ ସଂଘ ପକ୍ଷରୁ ଉପ ଜିଲ୍ଲାପାଳ ଙ୍କୁ ଅଟୋ ରାଲି ରେ ଯାଇ ଦାବୀପତ୍ର ପ୍ରଦାନ ।

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟଜୋଷୀ  !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ସହର ରେ ଗତ ତା ୨୦/୦୪/୨୦୨୧ ରିଖ ଦିନ ଗୁଣପୁର ଥାନା ଅଧିକାରୀ , ତହସିଲଦାର , ପୌର ଅଧିକାରୀ ମିଳିତ ଭାବେ ସଚେତନତା କରିବାକୁ ଯାଇ ପ୍ରତି ଅଟୋ ରେ ମୋଟ ୨ ଜଣ ଯାତ୍ରୀ ଙ୍କୁ ବସେଇ ବା ନିମନ୍ତେ ନିର୍ଦ୍ଧେଶ ଦେଇଥିଲେ । ଏହାକୁ ବିରୋଧ କରି ଗତ ତା ୨୦/୦୪/୨୦୨୧ ରିଖ ଦିନ ଠାରୁ ଆଜି ପର୍ଯ୍ୟନ୍ତ ଗୁଣପୁର ଅଟୋ ଚାଳକ ସଂଘ ପକ୍ଷରୁ ଅଟୋ ଚଳାଚଳ ବନ୍ଦ କରି ପ୍ରତିବାଦ କରିଥିଲେ । ପ୍ରତ୍ୟେକ ଅଟୋ ରେ ୨ ଜଣ ପାସେଞ୍ଜର ଙ୍କୁ ନେଇ ଯାତାୟତ କରିଲେ ଅତ୍ୟଧିକ ତୈଳଦର , ଗାଡି ର କରଜ ଟଙ୍କା , ପରିବହନ ବିଭାଗ ଫିଟ୍ନେସ୍ , ଟ୍ୟାକ୍ସ ଓ ଈଂସୁରାନ୍ସ ଦେୟ , ପରିବାର ଭରଣପୋଷଣ ଇତ୍ୟାଦି ଖର୍ଚ୍ଚ କୁ ବହନ କରିବା କଷ୍ଟକର ହୋଇ ପଡିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ଏବଂ ଅଟୋ ଚାଳକ ସଂଘ ଭଡ଼ାବୃଦ୍ଧି କରିଲେ ଜନସାଧାରଣ ପ୍ରତିବାଦ କରିବା ସହ ସେଥି ପାଇଁ ଉପୁଜିବା ଜନଅସନ୍ତୋଷ କୁ ଦୂରେଇ ଦିଆଯାଇ ନପାରେ ବୋଲି ସଂଘ ପକ୍ଷରୁ ମତ ପ୍ରକାଶ କରାଯାଇଛି ।

ପ୍ରତ୍ୟେକ ଅଟୋ ରେ ୪ ଜଣ ପାସେଞ୍ଜର ଙ୍କୁ ନେଇ ଗାଡି ଚଳାଚଳ କରିବା ପାଇଁ ଅନୁମତି ଦେବା ନିମନ୍ତେ ଆଜି ଅଟୋ ଚାଳକ ସଂଘ ପକ୍ଷରୁ ସଂଘ ର ସଭାପତି ଶ୍ରୀ ବି ମୁରଲୀ ରାଓ ଓ ସମ୍ପାଦକ ଶ୍ରୀ ଅଜିତ୍ ଶ୍ରୀରାମ ଙ୍କ ସହ ସଂଘ ର ପଞ୍ଜିକୃତ ୩୦୦ ରୁ ଉର୍ଦ୍ଧ କର୍ମକର୍ତ୍ତା ଅଟୋ ରାଲି ରେ ଯାଇ ଆଜି ଉପ ଜିଲ୍ଲାପାଳ ଶ୍ରୀ ସୋନାଲ୍ ଜେନା ଙ୍କୁ ଦାବୀ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । କୋଭିଡ୍ ଲକଡାଉନ ର ପ୍ରଥମ ପର୍ଯ୍ୟାୟରେ ଅନ୍ୟ ସମସ୍ତ ରାଜ୍ୟ ର ରାଜ୍ୟ ସରକାର ଙ୍କ ତରଫ ରୁ ଅଟୋ ଚାଳକ ମାନଙ୍କୁ ଅନୁଦାନ ଓ ଅନୁକମ୍ପା ପ୍ରଦାନ କରାଯାଇଥିବା ବେଳେ ଓଡିଶା ସରକାର ଙ୍କ ପକ୍ଷରୁ କୌଣସି ଅନୁଦାନ କିମ୍ବା ଅନୁକମ୍ପା ରାଶି ପ୍ରଦାନ କରାଯାଇ ନଥିବା ନେଇ କ୍ଷୋଭ ପ୍ରକାଶ କରିବା ସହ ସେମାନଙ୍କ ଦୁଃଖ ବୁଝି ସରକାର କିଛି ସୁବିଧା ସୁଯୋଗ ଯୋଗାଇ ଦେବାକୁ ସଂଘ ର ସଭାପତି ଅନୁରୋଧ କରିଛନ୍ତି ।

ଆଜିର ଅନୁଚିନ୍ତା – ଧନତେରାସରେ କାହିଁକି ଝାଡ଼ୁ କିଣାଯାଏ ?

!!! ପ୍ରବଚକ.ଜଗଦୀଶ ପ୍ରସାଦ !!! 

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଧନତେରାସରେ ଭଗବାନ ଧନ୍ୱନ୍ତରୀ, ମା’ ଲକ୍ଷ୍ମୀ ଏବଂ କୁବେରଙ୍କର ପୂଜାର୍ଚ୍ଚନା କରାଯାଏ। ଦୀପାବଳିର ଠିକ୍ ଦିନକ ପୂର୍ବରୁ ଏହି ପୂଜାର୍ଚ୍ଚନା କରାଯାଏ। ଚଳିତବର୍ଷ ନଭେମ୍ବର ୧୩ ତାରିଖରେ ଅର୍ଥାତ୍ ଶୁକ୍ରବାର ଦିନ ଧନତେରାସ ପଡ଼ିବ। ଆଉ ଧନତେରାସରୁ ହିଁ ଦୀପାବଳି ପର୍ବ ସାଧାରଣତଃ ଆରମ୍ଭ ହୋଇଥାଏ। ଧନତେରାସରେ ଲୋକମାନେ ସେମାନଙ୍କର ସମୃଦ୍ଧି ପାଇଁ ଭଗବାନଙ୍କ ନିକଟରେ ଉପାସନା କରନ୍ତି। ହିନ୍ଦୁ ଶାସ୍ତ୍ରରେ କୁହାଯାଇଛି ଯେ ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ସହ ପ୍ରକଟ ହୋଇଥିଲେ। ଧନତେରାସ ଦିନ ସୁନା, ରୁପା ଆଦି ମୂଲ୍ୟବାନ ଧାତୁ କିଣିବାର ଏକ ପ୍ରାଚୀନ ପରମ୍ପରା ରହିଛି। ଭାରତର ଗ୍ରାମାଞ୍ଚଳରେ ଅନେକ ଲୋକ ଏହି ଦିନ ଷ୍ଟିଲରେ ତିଆରି ବାସନ କିଣନ୍ତି, ଏହା ବ୍ୟତୀତ ଧନତେରାସରେ ଝାଡ଼ୁ କିଣିବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ। କୁହାଯାଏ ଧନତେରାସରେ ଝାଡ଼ୁ କିଣିବା ଦ୍ୱାରା ମା’ ଲକ୍ଷ୍ମୀ ଘରେ ରୁହନ୍ତି ଏବଂ ଆର୍ଥିକ ପ୍ରତିବନ୍ଧକରୁ ମୁକ୍ତି ଦିଅନ୍ତି। ଆହୁରି ମଧ୍ୟ କୁହାଯାଏ ଯେ ଝାଡ଼ୁ କିଣିବା ପରେ ସେହି ଝାଡ଼ୁରେ ଗୋଟିଏ ଧଳା ସୂତା ବାନ୍ଧି ଦେଲେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ସେହି ଘରେ ସର୍ବଦା ରହିଥାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଝାଡ଼ୁ ହେଉଛି ମା’ ଲକ୍ଷ୍ମୀଙ୍କ ପ୍ରତୀକ। ଧନତେରାସ ଦିନ ଘରେ ଝାଡୁ କିଣାଯାଏ ଏବଂ ତାକୁ ଶୋଇବା ଭଳି ରଖାଯାଏ। କାନ୍ଥକୁ ଲଗାଇ ଛିଡ଼ା କରିବା ଠିକ୍ ନୁହେଁ ବୋଲି କୁହାଯାଏ। ଆଉ ଏହି ଝାଡ଼ୁକୁ ଲୁଚେଇ ରଖିବା ସହ ଯେମିତି କାହାର ନଜର ନ ଲାଗିବ, ତାକୁ ଗୁରୁତ୍ୱ ଦିଆଯାଏ। ଝାଡୁରେ ଗୋଡ଼ ବାଜିବା ବି ଠିକ୍ ନୁହେଁ। ଏହାଦ୍ୱାରା ମା’ ଲକ୍ଷ୍ମୀଙ୍କୁ ଅସମ୍ମାନ ହୁଏ ବୋଲି ବିଶ୍ୱାସ ରହିଛି।

ଏପ୍ରିଲ ୨୬, ସୋମବାର – ଆଜି ର ରାଶିଫଳ

!!! ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) !!! 

ମେଷ:  କୌଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହୋଇ ଶୁଭସୂଚନା ପାଇବେ। ବ୍ୟବସାୟରେ ଉନ୍ନତି ହେବା ଫଳରେ ମନ ଖୁସି ରହିବେ । ପରିବାରର ଉନ୍ନତି ପାଇଁ ପ୍ରୟାସରତ ହେବେ।  ପ୍ରତିକାର- ମାଆ-ବାପା, ଗୁରୁଜନଙ୍କୁ ପ୍ରଣାମ କରନ୍ତୁ।

ବୃଷ: ସହକର୍ମୀମାନଙ୍କର ସାହାଯ୍ୟ ସହଯୋଗ ମିଳିବ । ପାରିବାରିକ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ସମାଧାନ କରି ପ୍ରଶଂସିତ ହେବେ। ସତର୍କତା ଅବଲମ୍ବନ ନକଲେ କୌଣସି ଭୁଲ୍ କାମରେ ଫଶି ଯାଇପାରନ୍ତି। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ: ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିବ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ  ଜୀବନରେ ସୁଖ ଶାନ୍ତି ଅନୁଭବ କରିବେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ: ସମସ୍ତ କ୍ଷେତ୍ରରେ ଖୁସି ମିଳିବ। ଆର୍ଥିକସ୍ଥିତି ଆବଶ୍ୟକଠାରୁ ଅଧିକ ବିସ୍ତାରିତ ହେବା ଫଳରେ ନୂତନ ବ୍ୟବସାୟ ଆରମ୍ଭ କରି ପାରନ୍ତି।  ଯାନ, ବାହନ, ଜାଗା, ଜମି, ଗୃହପୋକରଣ ଆଦି କିଣିବା ସୁଯୋଗ ରହିଛି। ପ୍ରତିକାର- ଶ୍ୱେତଚନ୍ଦନରେ କର୍ପୂର ମିଶାଇ ମସ୍ତକରେ ଲଗାନ୍ତୁ।

ସିଂହ: ସାମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବା ସହ ସୁନାମ ଅର୍ଜନ କରିବେ। ଆକସ୍ମିକ ଧନ ପ୍ରାପ୍ତି ହୋଇ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ସନ୍ତାନଙ୍କ ସମ୍ବନ୍ଧିତ ଶୁଭ ଖବର ପାଇ ପାରିବାରିକ ଜୀବନ ଆନନ୍ଦମୟ ହେବ। ପ୍ରତିକାର- ଦହି ଚିନି ଖାଇ ଘରୁ ବାହାରନ୍ତୁ।

କନ୍ୟା: ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନ ପାଇବେ। ଗଠନମୂଳକ ପ୍ରସ୍ତାବ ନେଇ ପ୍ରଶଂସିତ ହେବେ। ମାନସିକ ଦୁଶ୍ଚିନ୍ତା ଓ ଶତ୍ରୁ ବାଧା ଦୂରେଇ ଯାଇପାରେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ତୁଳା: ସାହିତ୍ୟ, କଳା, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ପ୍ରତଦ୍ୱନ୍ଦିତା ପରୀକ୍ଷାରେ ବିଜୟୀ ହୋଇପାରନ୍ତି। ହାତକୁ ନେଇଥିବା କାର୍ଯ୍ୟ ପାଇଁ କଠିନ ପରିଶ୍ରମ କରିବାକୁ ପଡିପାରେ।  ପ୍ରତିକାର- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ବିଚ୍ଛା: ଶୁଭକାମ କରି ପ୍ରଶଂସିତ ହେବେ।  ପୁରାତନ ରୋଗର ଉପସମ ହେବା ସହ ବକେୟା ଅର୍ଥ କିଛି ଆଦାୟ ହେବ। ଜାଗା, ଜମି, ବାହନ ଆଦି କିଣିବା ସୁଯୋଗ ରହିଛି। ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ।

ଧନୁ: ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ମିଳିବ। ଦୂର ଯାତ୍ରାର ସୁଯୋଗ ପାଇ ପାରନ୍ତି। ଉଚ୍ଚାଧିକାରୀ, ସହକର୍ମୀ ବା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ପାଇ ମନୋବଳକୁ ବଢ଼ିବ। ପ୍ରତିକାର- ହଳଦି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।

ମକର: ଶତ୍ରୁମାନେ ଦୁର୍ବଳ ହେବେ ଓ ଆୟର ପନ୍ଥା ସହଜ ହେବ। କର୍ମକ୍ଷେତ୍ରରେ କ୍ଷମତା ଓ ଶକ୍ତି ବଳରେ ନିଜର ସମୟ ଅତିବାହିତ କରିବେ। ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ ଫଳରେ ଆଶାତୀତ ଲାଭ ପାଇପାରନ୍ତି। ପ୍ରତିକାର- ମାଆ-ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ: ସହଯୋଗୀମାନଙ୍କ ସହ ସୁ-ସମ୍ପର୍କ ସ୍ଥାପନ କରି ପୂର୍ଣ୍ଣ ସହଯୋଗ ପାଇବେ। ଅଧିକ ପରିଶ୍ରମ କରି ଅତ୍ୟଧିକ ଲାଭ ପାଇପାରନ୍ତି। ଦାମ୍ପତ୍ୟ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ କରି ପାରିବେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ: ବ୍ୟବସାୟ କ୍ଷେତ୍ରରେ ଅନେକ ପ୍ରକାର ସୁବିଧା ପାଇ ଲାଭବାନ ହେବେ। ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିପାରେ। ନୂତନ କାମ କରିବାର ସୁଯୋଗ ପାଇପାରନ୍ତି। ପ୍ରତିକାର- ମିଶ୍ରି ଖାଇ ଘରୁ ବାହାରନ୍ତୁ