ଗୁଣପୁର ଠାରେ କରୋନା ଚିହ୍ନଟ ପାଇଁ ଆରମ୍ଭ ହେଲା ଡୋର୍ ଟୁ ଡୋର ସ୍କ୍ରିନିଂ…!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଗୁଣପୁର) – ଗୁଣୁପୁର ସହରରେ ପ୍ରଶାସକ ପକ୍ଷରୁ ଘରେ ଘରେ ବୁଲି କୋରାନ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ସର୍ବେ କାମ ଜାରୀ ରହିଛି। ଏହି ସର୍ବେ କାର୍ଯ୍ୟକ୍ରମ ପାଇଁ ଶିକ୍ଷକ ମାନଙ୍କୁ ନିୟୋଜିତ କରିବା ସହ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ଵଚ୍ଛ ସାଥୀ କର୍ମୀ ମାନଙ୍କୁ ଦାୟିତ୍ଵ ଦିଆଯାଇଛି।

ଏହି ସର୍ବେ ଠିକ୍ ଭାବେ ଚାଲିଛି କି ନାହିଁ ତାହା ତଦାରଖ କରିବା ପାଇଁ ଖୋଦ୍ ଉପଜିଲ୍ଲାପାଳ ସୋନାଲ ଜେନା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଉମା ଦାଶ ସାହି ସାହି ବୁଲି ତଦାରଖ କରୁଥିବା ଦେଖିବାକୁ ମିଳିଛି । ମୁଖ୍ୟତଃ କୁମ୍ଭମେଳା ଫେରନ୍ତା ଓ ବାହାର ରାଜ୍ଯ ଫେରନ୍ତା ମାନଙ୍କୁ ଚିହ୍ନଟ କରି ପାଇଁ ଗୁରୁତ୍ଵ ଦିଆଯାଇଛି। ଏହି ସର୍ବେ ହେବା ଦ୍ଵାରା ଆକ୍ରାନ୍ତ ମାନଙ୍କୁ ସହଜରେ ଚିହ୍ନଟ କରାଯାଇ ପାରିବ ବୋଲି ଉପଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି।

ଶ୍ରୀମନ୍ଦିର ବନ୍ଦ ସତ୍ତ୍ୱେ ମିଳିବ ମହାପ୍ରସାଦ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ। ମନ୍ଦିର ବନ୍ଦ ରହିଲେ ବି ଶ୍ରଦ୍ଧାଳୁମାନେ ମହାପ୍ରସାଦ ପାଇବାରୁ ବଞ୍ଚିତ ହେବେ ନାହିଁ। ପୂର୍ବ ଭଳି ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଅବଢ଼ା ପାଇଁ ସ୍ୱତନ୍ତ୍ର କାଉଣ୍ଟରର ବ୍ୟବସ୍ଥା କରାଯିବ। କାଉଣ୍ଟରରେ ଟୋକନ୍ କାଟିବା ପରେ ଆନନ୍ଦବଜାରରୁ ଅବଢ଼ା ସିଧା ଭକ୍ତଙ୍କ ପାଖରେ ପହଞ୍ଚା ଯିବ। ବିବାହ, ବ୍ରତ, ଶୁଦ୍ଧିକ୍ରିୟାରେ ଆବଶ୍ୟକ କରୁଥିବା ଅବଢ଼ା ଏହି କାଉଣ୍ଟରରୁ ନେଇପାରିବେ। ଏ ନେଇ ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ କହିଛନ୍ତି, ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ଆମେ ଅବଢ଼ା ଦେବୁ। ଅର୍ଥାତ୍ ଯିଏ ଯେତେ ଚାହିଁବ, ତାକୁ ସେହି ପରିମାଣର ଅବଢ଼ା ଦିଆଯାଇପାରିବ ନାହିଁ। ତେଣୁ ଆମେ ଶ୍ରଦ୍ଧାଳୁଙ୍କୁ ସୀମିତ ଅବଢ଼ା ଦେବ। ଶ୍ରଦ୍ଧାଳୁମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି, ତାକୁ ଆଖି ଆଗରେ ରଖି ଆମେ ବ୍ୟବସ୍ଥା କରିବୁ ବୋଲି ଶ୍ରୀ ପ୍ରତିହାରୀ କହିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ’ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେନି କି ଶ୍ରୀଜିଉଙ୍କ ଦର୍ଶନ କରିପାରିବେନି। କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୬,୧୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୮୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀରେ ୧୮୦ ଜଣ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି।

ମା’ ହିଙ୍ଗୁଳା ମନ୍ଦିରକୁ ଏମ୍‌ସିଏଲ୍‌ ଦେବ ୯.୩୨ କୋଟି ଟଙ୍କା, କେନ୍ଦ୍ର ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଅନୁଗୋଳ ଜିଲ୍ଲା ତାଳଚେରର ଗୋପାଳପ୍ରସାଦ ସ୍ଥିତ ମା’ ହିଙ୍ଗୁଳା ମନ୍ଦିରର ନିର୍ମାଣ କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ମହାନଦୀ କୋଲଫିଲ୍ଡ ଲିମିଟେଡ (ଏମ୍‌ସିଏଲ୍‌) ବୋର୍ଡ ସିଏସଆର୍ ପାଣ୍ଠିରୁ ୯. ୩୨ କୋଟି ଟଙ୍କା ପ୍ରଦାନ କରିବାକୁ ଅନୁମୋଦନ ଦେଇଛି। ଏଥିପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଗତ ଜାନୁଆରୀ ୧୩ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖିଥିଲେ। ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ପ୍ରସ୍ତାବ ଅନୁସାରେ ହିଙ୍ଗୁଳା ମନ୍ଦିର ସମ୍ମୁଖରେ ମୁଖଶାଳା ଓ ଯଜ୍ଞଶାଳାର ନିର୍ମାଣ କାର୍ଯ୍ୟ ପାଇଁ ଏମସିଏଲର ସିଏସଆର ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀଙ୍କୁ ଅନୁରୋଧ କରିଥିଲେ। ଏହାର ଜବାବରେ ଏପ୍ରିଲ ୨୨ ତାରିଖରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ ଚିଠି ଲେଖି ଶ୍ରୀ ପ୍ରଧାନଙ୍କୁ ଜଣାଇଥିଲେ ଯେ ସ୍ଥାନୀୟ ଲୋକଙ୍କୁ ଉପକୃତ କରିବାକୁ ତଥା ଉକ୍ତ ଅଞ୍ଚଳରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାକୁ ଏମ୍‌ସିଏଲ୍‌ ବୋର୍ଡ ତାର ସିଏସ୍‌ଆର୍‌ ପାଣ୍ଠିରୁ ୯.୩୨ କୋଟି ଟଙ୍କା ମା’ ହିଙ୍ଗୁଳା ମନ୍ଦିରକୁ ଦେବାକୁ ଅନୁମତି ଦେଇଛି।

କାଲିଠାରୁ ବାହାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ମନା ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆସନ୍ତାକାଲିଠାରୁ ପୁରୀ ଜିଲ୍ଲା ବାହାର ଲୋକଙ୍କ ପାଇଁ ପୁଣି ବନ୍ଦ ହୋଇପାରେ ସ୍ୱର୍ଗଦ୍ୱାର।  ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପୁରୀ ଜିଲ୍ଲା ପ୍ରଶାସନ ଏଦିଗରେ ଚିନ୍ତା କରୁଥିବା ସୂଚନା ମିଳିଛି।  ଯଦିବା ଏପର୍ଯ୍ୟନ୍ତ ବିଧିବଦ୍ଧ ପ୍ରଶାସନ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସିନାହିଁ କିନ୍ତୁ ପୂର୍ବବର୍ଷ ଏଭଳି ପଦକ୍ଷେପ ନିଆଯାଇଥିଲା । ବାହାର ଜିଲ୍ଲାର ଲୋକ ଶବଦାହ ପାଇଁ ଆସୁଥିବାରୁ ସଂକ୍ରମଣ ବଢ଼ିବା ଆଶଙ୍କା କରାଯାଉଛି।  ଏମିତିକି ଅସ୍ଥି ବିସର୍ଜନ ଓ ଶ୍ରାଦ୍ଧ ଆଦି କାର୍ଯ୍ୟରେ ମଧ୍ୟ ରୋକ ଲାଗିବା ନେଇ ସମ୍ଭାବନା ରହିଛି ।

ରାଜ୍ୟବାସୀଙ୍କୁ ମିଳିବ ମାଗଣା ଟିକା; ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –  ଓଡ଼ିଶାବାସୀଙ୍କୁ ମିଳିବ ମାଗଣା ଟିକା। ଆଜି ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମେ’ ୧ ତାରିଖରେ ସାରା ଦେଶରେ ୧୮ ବର୍ଷରୁ ବୟସ ବର୍ଗଙ୍କୁ କରୋନା ଟିକା ଦିଆଯିବ। ଆମ ରାଜ୍ୟରେ ମଧ୍ୟ ଟିକାକରଣ ହେବ। କିନ୍ତୁ ଆମ ରାଜ୍ୟବାସୀଙ୍କୁ ଟିକା ପାଇଁ ଗୋଟିଏ ବି ଟଙ୍କା ଦେବାକୁ ପଡ଼ିବ ନାହିଁ। ଅର୍ଥାତ୍ ସମସ୍ତଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କୋଭିଡ୍ ଟିକା ବାବଦରେ ରାଜକୋଷରୁ ୨ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୧୮ରୁ ୪୪ ବର୍ଷ ବୟସ ବର୍ଗର ୨ କୋଟି ଲୋକଙ୍କୁ ଟିକା ଦିଆଯିବ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ଦେଶ ଆଜି ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି। ଗତବର୍ଷ ତୁଳନାରେ ଏବର୍ଷର ସ୍ଥିତି ଅତ୍ୟନ୍ତ ସାଙ୍ଘାତିକ। ତେଣୁ ପରିସ୍ଥିତିର ଭୟାବହତାକୁ ରାଜ୍ୟବାସୀ ବୁଝିବା ଦରକାର। ସମସ୍ତେ କୋଭିଡ୍ ଗାଇଡ୍ ଲାଇନକୁ ମାନନ୍ତୁ। ସମସ୍ତେ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଅନ୍ତୁ। ଯଦି ଆମେ ନିଜେ ସତର୍କ ନହେବା, ତାହେଲେ ସରକାର ଏକାକୀ ଏହି ମୁକାବିଲା ବିରୋଧରେ ଲଢ଼ିପାରିବେ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ମୃତ୍ୟୁ ପଛରେ ରହିଛି ଗୋଟିଏ ପରିବାରର ଦୁଃଖଭରା କାହାଣୀ। କିଏ ନିଜ ବାପାମା’ଙ୍କୁ ହରାଇଛି ତ କିଏ ନିଜ ଭାଇ ଭଉଣୀଙ୍କୁ ହରାଇଛି। ଏପରିକି କେଉଁଠି ଜଣେ ନବବିବାହିତା ସ୍ତ୍ରୀ ତା’ର ସ୍ୱାମୀକୁ ହରାଇଛି ଯେ କେଉଁଠି ବୁଢ଼ା ବାପାମା’ ଆଗରେ ରୋଜଗାରିଆ ପୁଅ ଚାଲି ଯାଉଛି। କେଉଁଠି ଛୋଟ ଛୋଟ ପିଲା ଅନାଥ ମଧ୍ୟ ହେଉଛନ୍ତି। ତେଣୁ ମୁଁ ଆପଣ ସମସ୍ତଙ୍କୁ ହାତଯୋଡ଼ି ଅନୁରୋଧ କରୁଛି ଯେ କୋଭିଡ୍ ନିୟମକୁ ମାନନ୍ତୁ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମୁଁ ଲକ୍‌ଡାଉନ୍ କି ଶଟ୍‌ଡାଉନ୍ ସପକ୍ଷରେ ନାହିଁ। ଏହା ଆମ ଅର୍ଥନୀତିକୁ ଦୁର୍ବଳ କରିଦେଉଛି। ତେଣୁ ଅର୍ଥନୀତି ସହ ଆମ ଜୀବନ ମଧ୍ୟ ଗୁରୁତ୍ୱପୂର୍ଣ। ଯଦି ଆମେ ନିୟମ ମାନିବା ଏବଂ ସାବଧାନ ରହିବା, ତାହେଲେ ବିନା ଲକଡାଉନରେ କୋଭିଡ୍ ଯୁଦ୍ଧ ଜିତିପାରିବା। ସାଢ଼େ ୪କୋଟି ଓଡ଼ିଶାବାସୀ ହେଉଛନ୍ତି ମୋ ପରିବାର। ମୁଁ ଚାହେଁ ମୋ ପରିବାର ନିରାପଦ ରହୁ। କାରଣ ମୋ ପରିବାରର ପ୍ରତ୍ୟେକ ଜୀବନ ମୂଲ୍ୟବାନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପୁଣି ସକ୍ରିୟ ଗୁଣୁପୁରରେ ତମାଖୁ ଜାତ ଦ୍ରବ୍ୟ କଳା ବଜାରୀ…!

!!!  ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟଜୋଷୀ  !!!

ଏଥର ସମ୍ଭାଳ (ଗୁଣପୁର) – କୋରନା କାହାପାଇଁ ସର୍ବନାଶ ପାଲଟିଥିବା ବେଳେ ରାୟଗଡା ଜିଲ୍ଲା ଗୁଣୁପୁର ଅଞ୍ଚଳରେ କଳା ବଜାରୀ ଓ ଲାଭଖୋର ବ୍ୟବସାୟୀ ଙ୍କ ପାଇଁ ଆଶୀର୍ବାଦ ପାଲଟିବା ଭଳି ମନେ ହୁଏ । କରୋନା କଟକଣାର ଫାଇଦା ଉଠାଇ ବ୍ୟବସାୟୀ ମାନେ ତମାଖୁ ଜାତ ସାମଗ୍ରୀ ଗୁଟୁଖା, ଭାଙ୍ଗ, ମସଲା ଜାତ ସାମଗ୍ରୀ କୁ ଲୁଚେଇ ରଖି ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ପ୍ୟାକେଟ ପିଛା ତିନିଗୁଣା ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଯଦ୍ୱାରା ଏଥିରେ ଅଭ୍ୟସ୍ତ ଲୋକେ ଏବେ ମୁଣ୍ଡରେ ହାତ ଦେଇ ବସି ରହିଥିବା ବେଳେ, ଅସାଧୁ ବ୍ୟବସାୟୀ ମାନେ ମାଲେମାଲ ହେଉଛନ୍ତି ।

ଗୁଣପୁର ଉପଖଣ୍ଡରୁ ତମାଖୁ ଓ ଗଞ୍ଜେଇ ଭଳି ମାନବ ଜୀବନ କ୍ଷତି ନାଶକ ସାମଗ୍ରୀ କୁ ହଟାଇବା ନିମନ୍ତେ ତତ୍କାଳୀନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦାସଙ୍କ ଦୃଢ଼ ସଂକଳ୍ପ ଏବଂ ଆଦର୍ଶ ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନଙ୍କ ପ୍ରଚେଷ୍ଟାରେ ଗୁଣପୁର ଅଞ୍ଚଳ ରୁ ତମାଖୁ ଜାତ ଦ୍ରବ୍ୟର କଳାବଜାରୀ ଓ ବିକ୍ରେତା ସାବାଡ଼ ହୋଇଥିଲେ । ଏଠାରୁ ଏମାନଙ୍କ ବଦଳୀ ପରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଦଲାଲ ବ୍ୟବସାୟୀ । ଗୁଣୁପୁର ଉପଜିଲ୍ଲାପାଳ ଏ ନେଇ ଆବଶ୍ୟକ ପଦକ୍ଷେପ ନେବା ସହ ଅସାଧୁ ବ୍ୟବସାୟୀ ଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି ।

ସଟଡାଉନର ଦ୍ୱିତୀୟ ଦିନରେ ଖାଁ ଖାଁ ରାସ୍ତାଘାଟ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ବେଗୁନିଆପଡ଼ା) – ଦେଶରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ସପ୍ତାହର ଦୁଇ ଦିନ ସଟଡ଼ାଉନ ଘୋଷଣା କରିଛନ୍ତି । ଆଜି ଦ୍ୱିତୀୟ ଦିନରେ ବେଗୁନିଆପଡ଼ା ଓ କୋଦଳାରେ କଡାକଡି ଭାବେ ଲାଗୁ କରାଯାଉଛି ସଟଡ଼ାଉନ ।

ସପ୍ତାହନ୍ତ ସଟଡାଉନରେ ଦୋକାନ ବଜାର ସହ ବ୍ୟବସୟିକ ପ୍ରତିଷ୍ଠାନ ସବୁକିଛି ଶୁନଶାନ ରହିଥିବା ଦେଖିବାକୁ ମିଳିଛି। କେବଳ ଅତ୍ୟାବଶ୍ୟକ ସେବା ଯୋଗାଉ ଥିବା ସଂସ୍ଥା ଗୁଡିକ ଖୋଲା ରହିଛି। ପ୍ରମୁଖ ଛକ ଗୁଡିକରେ ପୋଲିସ ଫୋର୍ସକୁ ମୁତୟନ କରାଯାଇଛି । ଯାତାୟାତ କରୁଥିବା ଜନସାଧାରଣ ଓ ଗାଡି ମୋଟର ଆଦି ଯାଞ୍ଚ କରାଯାଉଛି।

କୋଭିଡ ନିୟମ ଉଲ୍ଲଂଘନକାରୀ ସରକାରୀ ବାବୁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ..?

!!!  ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟଜୋଷୀ  !!! 

ଏଥର ସମ୍ଭାଳ (ଗୁଣପୁର)-  ରାଜ୍ୟ ରେ ହୁହୁ ହୋଇ ବଢ଼ୁଥିବା କରୋନା ସଂକ୍ରମଣ କୁ ରୋକିବା ପାଇଁ ସରକାର ଜାରୀକରିଥିବା ନିର୍ଦ୍ଦେଶ ନାମା କୁ ବେଖାତିର୍ କରି ରାୟଗଡ଼ା ଜିଲ୍ଲା ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ର ଠାରେ ବିଭାଗୀୟ କର୍ମଚାରୀ, ବିହନ ଓ କୀଟନାଶକ ବିକ୍ରେତା ଙ୍କ ସହିତ କିଛି ବିହନ କମ୍ପାନୀ ର କର୍ମଚାରୀଙ୍କୁ ନେଇ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକ ଜିଲ୍ଲା ସଦର ମହକୁମାରେ ଅବସ୍ଥାପିତ ବିଭାଗୀୟ କାର୍ଯ୍ୟାଳୟ ରେ ଅନୁଷ୍ଠିତ କରିବା ନିମନ୍ତେ କରାଯାଇଥିବା ଆବେଦନ କୁ ଜିଲ୍ଲାପାଳ ଅଗ୍ରାହ୍ୟ କରିଥିବା ହେତୁ ଗୁଣପୁର ଠାରେ ଏହି କାର୍ଯ୍ୟକ୍ରମ କୁ କରାଇନେବା ପାଇଁ ସ୍ଥାନୀୟ ଅତିରିକ୍ତ କୃଷି ଅଧିକାରୀ ଶ୍ରୀ. ଏଲ୍ ଆନନ୍ଦ ଅଣ୍ଟା ଭିଡ଼ିଥିଲେ ? ଛତିଶଗଡ, ହାଇଦ୍ରାବାଦ,ହରିଆଣା ଓ ମହାରାଷ୍ଟ୍ର ରୁ ଆସିଥିବା ବିହନ ଉତ୍ପାଦନ୍ କମ୍ପାନୀ ସ୍ଥାନୀୟ ବିକ୍ରେତା ଙ୍କୁ ଉତ୍ପାଦିତ ବିହନ ଓ କୀଟନାଶକ ଔଷଧ ର ଏକ୍ ପ୍ରୋମୋସନ ଏହି ବୈଠକ ରେ କରିଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୁଃଶାସନ ପ୍ରହରାଜ ଅତିଥି ରୂପେ ଯୋଗଦେଇ ଥିଲେ।ସାମାନ୍ୟ କିଛି ଅବହେଳା ରୁ ଗୁଣପୁର ଉପଖଣ୍ଡ ରୁ ହିଁ ଜିଲ୍ଲାରେ କରୋନା ର ଛାୟା ମେଲି ଅନେକ ପ୍ରାଣହାନୀ ଘଟିଥିବା କୁହାଯାଉଥିବା ବେଳେ କିଭଳି ପୁଣି ଗୁଣପୁର ଠାରେ ପୂର୍ବାହ୍ନ ଠାରୁ ଆରମ୍ଭ ହୋଇ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିଥିବା ଉତ୍ସବ ଓ ଭୋଜିର ଆସର ଆଗାମୀ ଦିନରେ ଆହୁରି କରୋନା ସଂକ୍ରମଣ କୁ ବଢ଼ାଇବ ବୋଲି ଆଶଙ୍କା କରାଯାଉଛି। ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ ପ୍ରଶାସନ ପକ୍ଷରୁ କୋଭିଡ଼ ଟେଷ୍ଟ କରାଯାଉଥିବା ବେଳେ ଏହି ବୈଠକ ରେ ଯୋଗ ଦେବା ପାଇଁ ଆସିଥିବା ବାହାର ରାଜ୍ଯ ର ଲୋକ ଙ୍କ କୋଭିଡ଼ ଟେଷ୍ଟ କରାଯାଇଥିଲା କି ବୋଲି ପ୍ରଶ୍ନ ଉଠୁଛି।

ଏକ ସଙ୍କୀର୍ଣ୍ଣ ସମ୍ମିଳନୀ କକ୍ଷରେ ବହୁ ସଂଖ୍ୟକ ବ୍ୟକ୍ତି ବିନା ମାକ୍ସ ରେ ଏବଂ ପାଖାପାଖି ହୋଇ ବସିଥିବା ଦେଖାଯାଇଥିଲା। ଏହି ବିଷୟ ନେଇ ଗୁଣପୁର ଉପଜିଲ୍ଲାପାଳ ଓ ଥାନା ଅଧିକାରୀ ଙ୍କୁ ଅବଗତ କରାଯାଇଥିବା ସୂଚନା ମିଳିଛି। ତଥାପି ଉଭୟ ଙ୍କ ପକ୍ଷରୁ ଘଟଣା ସ୍ଥଳରେ ବ୍ୟକ୍ତି ଗତ ଭାବେ କିମ୍ବା ତାଙ୍କ ଅଧୀନସ୍ଥ କର୍ମଚାରୀ ପହଂଚି ନଥିବା ଅଭିଯୋଗ କରି ଘଟଣା ସମ୍ପର୍କରେ ରାୟଗଡ଼ା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଜଣାଇବା ପରେ ସ୍ଥାନୀୟ ତହସିଲଦାର ବୈଠକ ସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ପହଂଚିବାରେ ବିଳମ୍ବ ହୋଇଥିବାରୁ ବୈଠକ ସମାପ୍ତି ହୋଇଯାଇ ଥିଲା କିନ୍ତୁ ଭୋଜିର ଆସର ଚାଲୁଥିଲା ବୋଲି ଖବର ମିଳିଛି। ସଂକ୍ରମଣ ରୋକିବା ପାଇଁ ଆକ୍ସନ ମୁଡ୍ ରେ ଥିବେ ଉପଜିଲ୍ଲାପାଳ ଙ୍କ ଏଥି ପ୍ରତି କୋହଳ ମନୋଭାବ ସାଧରଣରେ ବିସ୍ମୟ ସୃଷ୍ଟି କରିବା ସହ ଚର୍ଚ୍ଚା ର ପରିସରକୁ ଆସିଛି। ଏନେଇ ଏକ ସାକ୍ଷାତକାର ରେ ଯେଉଁ ସରକାରୀ କର୍ମଚାରୀ ଏଭଳି ଏକ ପରିସ୍ଥିତି କୋଭିଡ଼ ନିୟମ ଉଲ୍ଳଘଂନ କରିଛନ୍ତି, ଖୋଦ୍ ଜିଲ୍ଲାପାଳ ତାହାର୍ ନିରପେକ୍ଷ ତଦନ୍ତ କରି ସେମାନଙ୍କ ବିରୁଦ୍ଧରେ କୋଭିଡ଼ – ୧୯ ଗାଇଡଲାଇନ୍ ଅନୁଯାୟୀ କେଶ ଦୟାର କରିବା ଉଚିତ୍ ବୋଲି ଗୁଣପୁର ଓକିଲ ସଂଘ ସମ୍ପାଦକ ଶ୍ରୀ ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ ମତ ବ୍ୟକ୍ତ କରିଛନ୍ତି।

ଏଭଳି ଏକ ସମ୍ବେଦନଶୀଳ ଘଟଣା ର ତଦନ୍ତ ଜିଲ୍ଲାପାଳ ଙ୍କ ତତ୍ତ୍ଵାବଧାନରେ କରାଯାଇ କୋଭିଡ଼ ନିୟମ ଉଲ୍ଲଂଘନକାରୀ ସରକାରୀ କର୍ମଚାରୀ ଙ୍କ ବିରୁଦ୍ଧରେ କୋଭିଡ ନିୟମ ଉଲ୍ଲଙ୍ଘନ ନିୟମାନୁଯାୟୀ କେଶ୍ ଦୟାର କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବୀ ହେଉଛି । ଅପର ପକ୍ଷ ରେ ଘଟଣା କ୍ରମ କୁ ନେଇ ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ ଉପଖଣ୍ଡ ଶାଖା ଆଇନ ର ଆଶ୍ରୟ ନେବେ ସୂଚନା ମିଳିଛି ।

କେବେ ସୁଧୁରିବ ଟ୍ରାଫିକ ଜାମ ସମସ୍ୟା ? ପ୍ରଶାସନ ଙ୍କ ବୈଠକ ପରେ ବୈଠକ ଧୂଆଁ ବାଣ ରେ ପରିଣତ ହେଲା କି ?

!!!  କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ   !!!

ଏଥର ସମ୍ଭାଳ (ଯୋଡ଼ା) – ଦିନ କୁ ଦିନ ବଢି ଚାଲିଛି ଖଣି ଅଞ୍ଚଳ ରେ ଟ୍ରାଫିକ ଜାମ ସମସ୍ୟା, ପ୍ରଶାସନ ପକ୍ଷରୁ ବୈଠକ ପରେ ବୈଠକ କରି ଚାଲିଛନ୍ତି କିନ୍ତୁ ସେସବୁ ମାତ୍ର ଖାତା କଲମ ରେ ସୀମିତ ! ପ୍ରଶାସନ ତରଫରୁ ନିଆ ଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କାହିଁକି ହେଉନାହିଁ ତାକୁ ନେଇ ଅଞ୍ଚଳ ବାସୀ ଙ୍କ ବଡ଼ ପ୍ରଶ୍ନ ? ଅନେକ ଥର ବୈଠକ କରି ଯେଉଁ ଖଣି କମ୍ପାନୀ କିମ୍ବା ଶିଳ୍ପ ସଂସ୍ଥା ଟ୍ରାଫିକ ଜାମ ସମସ୍ୟା ସୃଷ୍ଟି କରେ ତେବେ ତାଙ୍କୁ ଫାଇନ ଦେବାକୁ ପଡ଼ିବ ବୋଲି ଏକ ନିୟମ କରିଥିଲେ କିନ୍ତୁ ପ୍ରତ୍ୟେକ ଦିନ ଟ୍ରାଫିକ ଜାମ ସମସ୍ୟା ସୃଷ୍ଟି କରୁଥିଲେ ସୁଦ୍ଧା କୈାଣସି ସମସ୍ୟା ର ସମାଧାନ କରୁ ନାହାନ୍ତି କାହିଁକି ବୋଲି ଚର୍ଚ୍ଚା ହେଉଛି ଅଞ୍ଚଳ ରେ !

ଏମିତି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ର କାଳିମାଟି ଛକ ଠାରୁ ହାତୀମରା ଛକ ପର୍ଯ୍ୟନ୍ତ ଚାରି ଲାଇନ୍ କରି ରାସ୍ତା ପୁରା ପୁରି ଜାମ ହୋଇଥିବା ଦେଖିବାକୁ ମିଳିଛି ! ତେବେ ଏଠାରେ ଖଣି କମ୍ପାନୀ ଓ ଶିଳ୍ପ ସଂସ୍ଥା ପରିବହନ କାର୍ଯ୍ୟ କରି ମୁନାଫା ଟଙ୍କା କମାଇବା ପାଇଁ ବ୍ୟସ୍ତ ଥିବା ବେଳେ ଚାରି ଚକିଆ ଯାନ ଠାରୁ ଆରମ୍ଭ କରି ବାଇକ ଚାଳକ ମାନେ ନାହିଁ ନ ଥିବା ହିନସ୍ଥା ହେଉଛନ୍ତି ! ଏଥିପ୍ରତି ଦୃଷ୍ଟି ଦେଇ ପ୍ରଶାସନ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଞ୍ଚଳ ବାସୀ,ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଜନ ସାଧାରଣ !

ଆଜିର ଅନୁଚିନ୍ତା – ଅଶାନ୍ତି ଦୂର କରିବାକୁ ଚାହୁଁଥିଲେ, ଭୁଲରେ ବି ଘରେ ଏସବୁ ଜିନିଷ ରଖନ୍ତୁନି..!

!!!  ପ୍ରବଚକ.ଜଗଦୀଶ ପ୍ରସାଦ  !!!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଘରେ ସୁଖ, ଶାନ୍ତି ଏବଂ ହସଖୁସିମୟ ପରିବେଶ ପାଇଁ ବାସ୍ତୁ ହିସାବରେ ସବୁ ଜିନିଷ ଠିକ ହେବା ନିହାତି ଜରୁରୀ। ଅନେକ ସମୟରେ ଘରେ ବନ୍ଦ ପଡି ରହିଥିବା ତଥା ଅଦରକାରି ଜିନିଷଗୁଡିକ ବାସ୍ତୁ ଦୋଷର କାରଣ ହୋଇପାରେ। ବିଶ୍ୱାସ ରହିଛି ଯେ, ଘରେ ବାସ୍ତୁ ଦୋଷ ରହିଲେ ଟଙ୍କା ଅଭାବ ଦେଖାଦେବ। ଏଥିସହ ଘରର ସଦସ୍ୟମାନେ ରୋଗାକ୍ରାନ୍ତ ହୋଇପଡିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରେ ବନ୍ଦ ପଡି ରହିଥିବା କିଛି ବସ୍ତୁ ତଥା ଜିନିଷ ଅଶୁଭର ପ୍ରତୀକ ହୋଇଥାଏ। ତେଣୁ ସେଗୁଡିକୁ ତୁରନ୍ତ ଘରୁ ବାହାର କରିଦେବା ଉଚିତ। ତେବେ କେଉଁ କେଉଁ ଜିନିଷ ରଖିଲେ ଘରେ ବାସ୍ତୁଦୋଷ ସହ ଅଶାନ୍ତି ଦେଖାଦେବ ଆସନ୍ତୁ ଜାଣିବା

  • ବନ୍ଦ ଘଣ୍ଟା: ଘଣ୍ଟ ଆପଣଙ୍କୁ ସମୟ କହିବା ସହ ଆପଣଙ୍କ ଦିନକୁ ଆଗକୁ ନେବାରେ ସହାଯ୍ୟ କରେ। କୁହାଯାଏ ଯେ, ଏହା ଆପଣଙ୍କ ଖରାପ ସମୟକୁ ମଧ୍ୟ ଟାଳି ଦିଏ। ଘରେ ବନ୍ଦ ଘଣ୍ଟା ରଖିବା ଉଚିତ ନୁହେଁ। ବନ୍ଦ ଘଣ୍ଟା ଦୁର୍ଭାଗ୍ୟର ପ୍ରତୀକ। ଏହାଦ୍ୱାରା ଘରେ ବାସ୍ତୁଦୋଷ ଉତ୍ପନ୍ନ ହୁଏ।
  • ବନ୍ଦ ତାଲା: ତାଲା ଆପଣଙ୍କ ବନ୍ଦ ପଡିଥିବା ଭାଗ୍ୟକୁ ଚକମାଇପାରେ ଏବଂ ସର୍ବଦା ପାଇଁ ତାକୁ ଦୁର୍ଭାଗ୍ୟରେ ପରିଣତ ମଧ୍ୟ କରିପାରେ। ଘରେ ବନ୍ଦ ପଡିଥିବା ତଥା ପୁରୁଣା ତାଲା ରଖିବା ଉଚିତ ନୁହେଁ। କୁହାଯାଏ, ବନ୍ଦ ତାଲା ଘରେ ରଖିବା ଦ୍ୱାରା କ୍ୟାରିଅରେ ବାଧା ଉପୁଜେ ଏବଂ ବିବାହ କାର୍ଯ୍ୟରେ ବିଳମ୍ବ ହୁଏ।
  • ଖରାପ ଜୋତା: ଶାସ୍ତ୍ର ଅନୁସାରେ ଜୋତା ତଥା ଚପଲର ସମ୍ବନ୍ଧ ସଂଘର୍ଷ ସହ ଜଡିତ। ଜୀବନରେ ସଂଘର୍ଷକୁ କମ୍ କରିବା ପାଇଁ ସର୍ବଦା ସଫା ସୁତୁରା ଏବଂ ଭଲ ଚପଲ ପିନ୍ଧିବା ଉଚିତ। ଖରାପ ଜୋତା ବା ଚପଲ ପିନ୍ଧିବା ଦ୍ୱାରା ବାସ୍ତୁଦୋଷ ଉତ୍ପନ୍ନ ହୁଏ। ତେଣୁ ଏସବୁକୁ ଶନିବାର ଦିନ ଘରୁ ବାହାର କରିଦେବା ଉଚିତ।
  • ପୁରୁଣା ଫଟା କପଡା: ଭାଗ୍ୟ ସହ ସିଧାସଳଖ କପଡାର ସମ୍ବନ୍ଧ ରହିଛି। ଏଥିପାଇଁ କୁହାଯାଏ ଯେ, ବ୍ୟକ୍ତିଙ୍କୁ ସର୍ବଦା ସଫା ଏବଂ ଉପଯୋଗୀ କପଡା ପିନ୍ଧିବା ଉଚିତ। ଫଟା-ପୁରୁଣା କପଡା ଘରୁ ବାହାର କରିଦେବା ଉଚିତ। ପୁରୁଣା ତଥା ଫଟା କପଡା କ୍ୟାରିଅରେ ବାଧା ସୃଷ୍ଟି କରିଥାଏ ବୋଲି ବିଶ୍ୱାସ ରହିଛି।
  • ଦେବାଦେବୀଙ୍କ ଖଣ୍ଡିତ ମୂର୍ତ୍ତି: ଶାସ୍ତ୍ର ଅନୁସାରେ ଦେବାଦେବୀଙ୍କ ମୂର୍ତ୍ତି ବା ଚିତ୍ର ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ। କିନ୍ତୁ ଖଣ୍ଡିତ ମୂର୍ତ୍ତିରେ ନକରାତ୍ମକ ଶକ୍ତି ବାସ କରେ। ଏଥିପାଇଁ ପୁରୁଣା ଏବଂ ଖଣ୍ଡିତ ମୂର୍ତ୍ତିକୁ ମାଟି ତଳେ ପୋତିଦେବା ତଥା ପାଣିରେ ଭସାଇଦେବା ଉଚିତ।