କୋରାନା କୁ ଦୃଷ୍ଟି ରେ ରଖି ମୁକୁନ୍ଦପୁର ରେ ମାସ୍କ ଓ ହେଲମେଟ ଚେକିଂ ସହିତ ସଚେତନତା…!

!!!  କୋଲନରା ବ୍ଲକ ରୁ ପୃଥିରାଜ ମହାନ୍ତି ଓ ମୋନଜ ନାଲା ରିପୋର୍ଟ  !!!

ଏଥର ସମ୍ଭାଳ (କୋଲନରା)- ଦିନକୁ ଦିନ ରାୟଗଡ଼ା ଜିଲ୍ଲାରେ ଅମାନିଆ ଗାଡ଼ି ଚାଳକଙ୍କ ପାର୍ଦିଭାବ ବଢ଼ିବାରେ ଲାଗିଛି । ମହାମାରୀ କୋରନା ସଂକ୍ରମଣ ଦ୍ଵିତୀୟ ଲହରୀରେ ସଂକ୍ରମଣ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲା ପକ୍ଷରୁ କଡା ନିୟମ ଲାଗୁ କରାଯାଇଛି । କୋରାନା ସଂକ୍ରମଣ ଦୁଷ୍ଟିରେ ରଖି ଆଜି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁରଠାରେ ପୁଲିସ ଓ ପ୍ରଶାସନ ପକ୍ଷରୁ ହେଲମେଟ ଓ ମାସ୍କ୍ ଚେକିଂ କରାଯାଇଥିଲା । ଯେତେ ଲୋକମାନଙ୍କୁ ସରକାର ସଚେତନ କଲେ ପଛେ।କିଛି ଲୋକମାନେ ସଚେତନତା ରହୁଥିବାବେଳେ ଆଉ କିଛି ଅମାନିଆମାନେ ବିନା ହେଲମେଟ ଓ ମାସ୍କ ପିନ୍ଧିନଥିବାରୁ ୨୦ ଜଣ ଅମାନିଆଙ୍କ ଠାରୁ ୨୦୦୦୦ ହଜାର ଟଙ୍କା ଫାଇନ ଆଦାୟ ହୋଇଥିଲା ।

ଏହି ମାସ୍କ ଓ ହେଲମେଟ ଚେକିଂରେ କୋଲନରା ତହସିଲଦାର ମାନସୀ ନାୟକ, ଚାନ୍ଦିଲି ଥାନା ଅଧିକାରୀ ରଶ୍ମୀରଂଜନ ପ୍ରଧାନ, କୋଲନରା ଅତିରିକ୍ତ ବିଡ଼ିଓ ନୃସିଂହ ଚରଣ ପଟ୍ଟନାୟକ ଉପସ୍ଥିତ ରହି ଫାଇନ ଆଦାୟ କରିବା ସହିତ ଜନସାଧାରଣ ମାନଙ୍କୁ ସଚେତନ କରୁଥିଲେ ।

ବେଗୁନିଆପଡ଼ାରେ “ଆଞ୍ଚଳିକ ସାମ୍ବାଦିକ ସଂଘ” ଗଠିତ ; ସଭାପତି ପବିତ୍ର ସମ୍ପାଦକ ଗୌତମବୁଦ୍ଧ..!

!!!  ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ବେଗୁନିଆପଡା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ ଆଞ୍ଚଳିକ ସାମ୍ବାଦିକ ସଂଘ ଗଠିତ ହୋଇଛି । ଗଞ୍ଜାମର ସର୍ଵପୁରାତନ ଐତିହାସିକ ପଙ୍କାଳ ଗଡ଼ଦୁର୍ଗର ଅଧିଷ୍ଠାତ୍ରୀ ଦେବୀ ମା’ ବଡ଼ରାଉଳଙ୍କ ପବିତ୍ର ପୀଠ ପରିସରରେ ଏହି ଆଞ୍ଚଳିକ ସାମ୍ବାଦିକ ସଂଘ ଗଠିତ ହୋଇଛି । ଏହି ଅବସରରେ ସାମ୍ବାଦିକ ଭାଇମାନଙ୍କ ସାମ୍ପ୍ରତିକ ସ୍ଥିତି ତଥା ସ୍ୱାଭିମାନ ଏବଂ ନିଜସ୍ୱ ସାଂଗଠନିକ ସୌହାର୍ଦ୍ଦ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସଂଘର ଉଦେଶ୍ୟ ହେଉଛି ଲୋକଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା ।


ଏଥିରେ ପବିତ୍ର କୁମାର ରାଉତଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ଗୌତମବୁଦ୍ଧ ମହାପାତ୍ରଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଛି । ସେହିପରି ଉପସଭାପତି ଭାବେ ଆମର ସାହୁ ଓ ଭଗବାନ ପାଢୀଙ୍କୁ ମନୋନୀତ କରାଯାଇଥିବା ବେଳେ ସହ ସମ୍ପାଦକ ଭାବେ ଭାବେ ଗଣେଶ ଡାକୁଆ ଓ କ୍ଷୀରୋଦ ବେହେରାଙ୍କୁ ସିଲୁ ବିଶ୍ୱାଳଂକୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ସଂଘର ସାଙ୍ଗଠନିକ ସଂଯୋଜକ ଦାୟିତ୍ୱରେ ରହିଛନ୍ତି ଟୁକୁନା ପ୍ରଧାନ, ଅତ୍ରି ପଟ୍ଟନାୟକ, ପ୍ରଦୀପ୍ତ ସାହୁ, ପୀତବାସ ଦାସ ଓ ଏସ ରାଜୁ ପାତ୍ର । ଏହି ସଂଗଠନରେ ସାର୍ଵ ସନ୍ନମତି କ୍ରମେ ଦେବହରୀ ବେହେରାଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି । ଏହି ଅବସରରେ ଅଂଚଳର ଅନ୍ୟ ସାମ୍ବାଦିକ ଉପସ୍ଥିତ ଥିଲେ ।

ବୁରୁଝରି ପଞ୍ଚାୟତରେ ‘ମୋ ଗାଁ ରେ ତହସିଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ ।

!!!  ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ବେଗୁନିଆପଡା)- ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ‘ମୋ ଗାଁରେ ତହସିଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟର ଗରିବ ତଥା ଭୂମିହୀନ ଲୋକମାନଙ୍କ ପାଇଁ ବସୁନ୍ଧରା ଯୋଜନାରେ ଘରଡିହ ପ୍ରଦାନ, ବିଭିନ୍ନ ପ୍ରକାରର ମ୍ୟୁଟେସନ, ଇ ପାଉତି, ମିସଲେନିଅସ୍ ସାର୍ଟିଫିକେଟ ପ୍ରଦାନ, ଗ୍ରାମକଣ୍ଠକ, ଓ ଏଲ୍ ଆର୍, ୮ ଏ ପ୍ରଭୃତି ସୁବିଧା ଯୋଗାଇବା ଥିଲା ଏହାର ଉଦ୍ଦେଶ୍ୟ l ଲୋକମାନେ ରାଜସ୍ବ ବିଭାଗର ସମସ୍ତ ସେବା ଯେପରି ନିଜ ପଂଚାୟତରେ ପାଇପାରିବେ ଏବଂ ରାଜସ୍ବ ବିଭାଗରେ ସମସ୍ତ ମାମଲା ଗୁଡିକର ତ୍ବରିତ ଫଇସଲା କରାଯିବ ସେଥିପାଇଁ ୫ ଟି ଉପରେ ଗୁରୁତ୍ୱ ଦିଆଯାଇଥିବା ସହ ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସାରା ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଆଜି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜନସାଧାରଣ ବିଭିନ୍ନ ସେବା ପାଇବା ପାଇଁ ତହସିଲ କାର୍ଯ୍ଯାଳୟକୁ ବାରମ୍ବାର ଦୌଡ଼ିବା ବଦଳରେ ସଠିକ୍ ସମୟରେ ସେବା ପାଇବା ପାଇଁ ଏହା ଆୟୋଜନ କରାଯାଉଛି ବୋଲି। କୋଦଳା ତହସିଲଦାର ଅବନୀ କୁମାର ସାହୁ, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଙ୍କ ସମେତ ରାଜସ୍ୱ ପରିଦର୍ଶକ ବୈଦ୍ୟନାଥ ଗୌଡ଼, ବୁରୁଝରି ରାଜସ୍ବ ନିରୀକ୍ଷକ ଦେବାଶିଷ ମାଝୀ , ଅମିନ ଗଙ୍ଗାଧର ଜ।ନୀ, ସହାୟକ ରାଜସ୍ବ ନିରୀକ୍ଷକ ବିରୂପକ୍ଷ ବେହେରା ,ବରିଷ୍ଠ ରାଜସ୍ବ ସହାୟକ, ସଞ୍ଜୟ କୁମାର ସେଠୀ, ସନ୍ତୋଷ ବେହେରା, ଡିଇଓ କେଦାର ମହାନ୍ତି, ସିନିୟର କ୍ଲର୍କ ରବିନ୍ଦ୍ର ବେହେରା, ଚିନ୍ମୟୀ ବେହେରା, ଅନିତା ନାୟକ, ରେକର୍ଡ ରକ୍ଷକ ଜଗନ୍ନାଥ ପଟ୍ଟନାୟକ ,ବଂଶୀଧର ଗୌଡ଼ଙ୍କ ସମେତ କୋଦଳା ତହସିଲର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ୩୧ ଟି ମାମଲା ପଞ୍ଜିକୃତ ହୋଇଥିଲା।