ଗଚ୍ଛିତ ଲୁହାପଥର ଚୋରା ଚାଲାଣ ବେଳେ ପୁଲିସର ଚଢାଉ; ଟ୍ରକ ଓ ଜେସିବି ଜବତ ।

!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଯୋଡ଼ା) – ଯୋଡାଥାନା ଅନ୍ତର୍ଗତ ବିଲେଇପଦା ଫାଣ୍ଡି ଅଧିନସ୍ଥ ସିଆଳିଯୋଡା ଖେଳ ପଡିଆଠାରେ ପୁର୍ବରୁ ଗଚ୍ଛିତଥିବା ଲୁହାପଥର ଗୁଣ୍ଡକୁ କିଛି ମାଫିଆ ଜେସିବି ଲଗାଇ ମଙ୍ଗଳବାର ବିଳମ୍ବିତ ରାତିରେ ଟ୍ରକରେ ବୋଝେଇକରି ପଡୋଶୀ ଝାଡଖଣ୍ଡ ରାଜ୍ୟ ଏବଂ ଅନ୍ୟରାଜ୍ୟକୁ ଚୋରା ଚାଲାଣ କରୁଥିବାବେଳେ ପୁଲିସ ସେଠାରେ ଚଢାଉକରି ଲୁହା ପଥରଗୁଣ୍ଡ ବୋଝେଇ ହୋଇଥିବା ଗୋଟିଏ ୧୦ ଚକିଆ (ଜେଏଚ୍୦୧ଜେଡ୍୩୩୯୪) ଟ୍ରକକୁ ଜବତ କରିବା ସହ ଏହି ଟ୍ରକ ବୋଝେଇରେ ନିୟୋଜିତ ଏକ ଜେସିବି (ଜେଏଚ୍ ୦୫ ବିଏଲ୍ ୫୮୦୦)କୁ ମଧ୍ୟ ଜବତ କରିଥିବା ଜଣାପଡିଛି । ତେବେ ପୁଲିସ ଗାଡି ଦେଖି ମାଫିଆମାନେ ଅନ୍ଧାରର ସୁଯୋଗରେ ସେଠାରୁ ଖସି ପଳାଇଯାଇଛନ୍ତି ।

ସୂଚନା ଥାଉକି ପୁର୍ବରୁ ଦେଓଝର ରେଳ ସାଇଡିଂରୁ ବିଭିନ୍ନ ବନ୍ଦର ମାଧ୍ୟମରେ ବିଦେଶକୁ ଲୁହାପଥର ରପ୍ତାନୀ କରୁଥିବା କିଛି ସଂସ୍ଥା ଦେଓଝର ପଞ୍ଚାୟତର ବିଭିନ୍ନ ସ୍ଥାନ ମାନଙ୍କରେ ଖଣି ଗୁଡିକରୁ ଲୁହାପଥର ଆଣି, ଲକ୍ଷ ଲକ୍ଷ ଟନ୍ ପରିମାଣର ଗଚ୍ଛିତ ରଖି ସେଠାରୁ ରପ୍ତାନୀ ନିମନ୍ତେ ରେଳ ସାଇଡିଂକୁ ପରିବହନ କରୁଥିଲେ । ସେମାନଙ୍କ ରପ୍ତାନୀ ନିମନ୍ତେ ଅନୁମତି ରଦ୍ଦ ହୋଇ ଯିବାଫଳରେ ଗଚ୍ଛିତ ଲୁହାପଥରକୁ ନେଇ ନପାରି ବର୍ଷ ବର୍ଷ ଧରି ସେଠାରେ ପଡିରହିଛି । ଆନ୍ତର୍ଜାତିକ ବଜାରରେ ଲୁହା ପଥର ଚାହିଦା ଅହେତୁକଭାବେ ବୃଦ୍ଧି ପାଇବା ଫଳରେ ଏହାରି ସୁଯୋଗରେ ମାଫିଆମାନେ କ୍ରମାଗତଭାବେ ଉକ୍ତ ସ୍ଥାନରୁ ଜେସିବି ଓ ଟ୍ରକ ଲଗାଇ ହଜାର ହଜାର ଟନ୍ ପରିମାଣର ଲୁହାପଥର ଲୁଟି ନେଇଛନ୍ତି । କୋଟି କୋଟି ଟଙ୍କାର ମୁଲ୍ୟବାନ ଲୁହାପଥର ଲୁଟ୍ ହୋଇଥିଲେ ମଧ୍ୟ ଖଣି ବିଭାଗ କି ପୁଲିସ ବିଭାଗ ଏହାର ଟେର ପାଇପାରିନଥିଲେ । ଏବେ ପୁଲିସର ଚେତା ପଶିଛି । ଏହାର ଦାବିଦାର ନଥିବା ବିପୁଳ ପରିମାଣର ଗଚ୍ଛିତ ଲୁହାପଥରକୁ ଖଣି ବିଭାଗ ନିଜ ଅକ୍ତିଆରକୁ ନନେଇ ଯେମିତି ଚୋରଙ୍କ ପାଇଁ ମୁକୁଳା ଛାଡି ଦେଇଛନ୍ତି ।

ଦଶପଲ୍ଲାରେ ପ୍ରଶାସନ ପକ୍ଷରୁ ରାତ୍ରି କାଳୀନ ପ୍ରହରା ଚାଲିଛି।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ୧୭ତାରିଖ ଠାରୁ ନୟାଗଡ ଜିଲ୍ଲା ଦଶପଲା ସହରରେ ରାତ୍ରି କାଳୀନ କର୍ଫ୍ୟୁ ଏବଂ ୧୪୪ଧାରା ଲାଗୁ କରା ଯାଇଛି ।ବିଳମ୍ବିତ ରାତ୍ରିରେ ଦଶପଲା ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ନେତୃତ୍ଵରେ ଥାନା ଅଧିକାରୀ କିରଣ ହେମ୍ଭ୍ରମ, ସେକେଣ୍ଡ ଅଫିସର ଚକ୍ରଧର ସିଂ ଙ୍କ ସମେତ କେତେକ ସିପାହୀ ଓ ଗ୍ରାମରକ୍ଷୀ ମିଶି ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ସାହି ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ପହରା ଦେଉଥିବା ଦେଖାଯାଉଛି । ପୂର୍ବରୁ ଏନ୍ଏସି, ଏବଂ ବଣିକ ମହାସଂଘ ପକ୍ଷରୁ ମଧ୍ୟ ଡାକବାଜି ଯନ୍ତ୍ର ଯୋଗେ ରାତି ୮ଟା୩୦ମିନିଟ ସୁଦ୍ଧା ଦୋକାନ ବଜାର ବନ୍ଦ କରିବାକୁ ଜଣାଇ ଦିଆଯାଇଥିଲା ।ଫଳରେ ରାତିରେ ଚଳପ୍ରଚଳ ବନ୍ଦ ହେବା ସହ ସଂକ୍ରମଣ କମିବାର ସଂଭାବନା ସୃଷ୍ଟି ହୋଇଛି ।

କୁମ୍ଭମେଳା ଓ ବାହାର ରାଜ୍ୟରୁ ଫେରନ୍ତାଙ୍କୁ କଡ଼ାନଜର ପାଇଁ ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ଜିଲ୍ଲାପାଳ ।

!!! ରାୟଗଡା ଜିଲ୍ଲାରୁ ଟାଉନ ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡ) – ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ରାୟଗଡ ରେଳଷ୍ଟେସନ ଓ କେରଡା ସୀମାନ୍ତ ଚେକ ପଏଣ୍ଟ ଗସ୍ତ କରି ଯାଞ୍ଚ ପ୍ରକ୍ରିୟା ନିମନ୍ତେ ଆୟୋଜନକୁ ଅନୁଧ୍ୟାନ କରିଥିଲେ। ରାୟଗଡ ରେଳ ଷ୍ଟେସନରେ ରେଳ କର୍ମଚାରୀ ମାନଙ୍କ ଓ ପୌର ଅଧିକାରୀ ସହିତ ଆଲୋଚନା କରିଛନ୍ତି । ବିଶେଷ କରି ଷ୍ଟେସନ ଦେଇ ଆସୁଥିବା ଯାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, RT, PCR ପରୀକ୍ଷା, ଓ କୋଭିଡ ଟୀକା କରଣ ରିପର୍ଟ ତଦାରଖ କରାଯିବା ଓ ପଞ୍ଜିକରଣ କରାଯିବା ଉପରେ ଅନୁଧ୍ୟାନ କରିଥିଲେ । କୋରନା ଦ୍ବିତୀୟ ଲହରୀ ରାୟଗଡ ଜିଲ୍ଲାରେ ଦିନକୁ ଦିନ ପ୍ରଭାବ ବିସ୍ତାର କରୁଥିବା ଯୋଗୁଁ ଏହାକୁ ମୁଖବିଲା କରି ରୋକାଯାଇ ପାରିବ ସେଥିପାଇଁ ଜିଲ୍ଲା ପ୍ରସାଶନ ବିଶେଷ ଭାବରେ ଚେଷ୍ଟା ଜାରିରଖିଛି । ବାହାର ରାଜ୍ୟରୁ ଓଡିଶାକୁ ବିଶେଷ କରି କୁମ୍ଭମେଳା ଓ ଅନ୍ୟ ରାଜ୍ୟରୁ ଫେରୁଥିବା ଯାତ୍ରୀମାନଙ୍କୁ କଡାକଡି ଯାଞ୍ଚ କରିଵା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ଲୋକମାନଙ୍କୁ ସଚେତନ କରି କୋରନା ଠାରୁ ଦୂରେଇ ରଖାଯିବା ନେଇ ଜିଲ୍ଲାପାଳ ଗୁରୁତ୍ୱ ଦେଉଛନ୍ତି । ରାୟଗଡ ସହରର ବିଭିନ୍ନ ଛକଯାଗାମାନଙ୍କରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଂକୁ ନିୟୋଜିତ କରି ଜନସାଧାରଣଙ୍କୁ ମାସ୍କ ବ୍ୟବହାର ନେଇ ସଚେତନତ କରୁଛନ୍ତି। ସେହିପରି କେରଡା ଗେଟରେ ମଧ୍ୟ ଅନୁରୂପ ଭାବରେ ଯେଉଁ ଯାତ୍ରୀମାନେ ବାହାର ରାଜ୍ୟରୁ ଜିଲ୍ଲା ଭିତରକୁ ଆସୁଛନ୍ତି ସେମାନଙ୍କ ଆର୍ଟିଫିସିୟଲ ଟେଷ୍ଟ ରିପର୍ଟ ,କୋଭିଡ ଟୀକା ନେଇଥିବା ପ୍ରମାଣ ପତ୍ର ଏଠାରେ ଯାଞ୍ଚ କରାଯଲୁଛି । ସମସ୍ତ ଫେରନ୍ତାଙ୍କୁ ସାନିଟାଈଜ କରାଯାଉଛି । ଏହି ଯାତ୍ରୀମାନେ ନିଜେ ଏକ ସ୍ବୀକାରୋକ୍ତି ପତ୍ର ପ୍ରଦାନ କରି ଘରେ ସାତ ଦିନ ପାଇଁ ସଂଘରୋଧ ରହିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି।

ଆଜିର ଏହି ଗସ୍ତ ସମୟରେ ରାୟଗଡ ଉପ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ , ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରାଜେନ୍ଦ୍ର ମାଝୀ, ତହସିଲଦାର ଉମାଶଙ୍କର ବେହେରା,ପୌର ନିର୍ବାହୀ ଅଧିକାରୀ ୟସାର ବିଲ୍ଲଳ ଅହମଦ, ଶେଷଖାଳ ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲାରେ ସମସ୍ତ ବ୍ଲକରେ ମଧ୍ୟ କଡାକଡି ଯାଞ୍ଚ ଜାରି ରହିଛି। ପ୍ରତ୍ୟେକ ବ୍ଲକ ଅଧିକାରୀ, ତହସିଲଦାର ଓ ପୋଲିସ ଅଧିକାରୀ ମାନେ ମିଳିତ ଭାବେ ନିଜ ନିଜ ବ୍ଲକରେ ସଚେତନତା କରିବା ସହ ମାସ୍କ ବ୍ୟବହାର ଉପରେ କଡାକଡି ଯାଞ୍ଚ କରୁଛନ୍ତି। ବିଶେସ କରି କୁମ୍ଭ ମେଳାରୁ ଫେରନ୍ତଙ୍କ କଡାନଜର ରଖିଛନ୍ତୁ ।ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୪୪ଜଣ କୁମ୍ଭାମେଳାରୁ ଫେରନ୍ତାନକୁ ସଂଘରୋଧରେ ରଖାଯାଇଛି।ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ସମେତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚବଦ୍ର ପଣ୍ଡା, ପିଡି, ଡିଆରଡ଼ିଏ ଶ୍ରୀ ମହେଶ୍ୱର ନାଏକ, ଉପଜିଲ୍ଲାପାଳ, ଗୁଣପୁର ଶ୍ରୀ ଜେ. ସୋନାଲ , ରାୟଗଡ଼ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ପ୍ରମୁଖଙ୍କ ତତ୍ୱାବଧାନରେ ଦୈନିକ ଏହି ସବୁକୁ ମିନିଟରିଙ୍ଗ କରାଯାଉଛି । ଜିଲାରେ ବର୍ତ୍ତମାନ ସୁଦ୍ଧା ଟି ୩୬କ୍ଲଷ୍ଟର TMC(ଟିଏମସି ) ପ୍ରସ୍ତୁତ ହେଇସାଇଥିବାବେଳେ ବାକି ୮୦ଟି ଟିଏମସି ବିଭିନ୍ନ ବ୍ଲକରେ ପ୍ରସ୍ତୁତି ହୋଇକି ରହିଛି।

ଭେଷଜଭିଭାଗ ଓ ପୋଲିସର ମିଳିତଚଢ଼ାଉ କଳାବଜାରୀ ରୋକିବାକୁ ପ୍ରୟାସ।

!!! ରାୟଗଡା ଜିଲ୍ଲା ରୁ ଟାଉନ୍ ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା) –ରାୟଗଡା ଜିଲ୍ଲା ରେ ଜୀବନ ବଞ୍ଚାଇବା ପାଇଁ ବ୍ୟବହୃତ ହେଉଥିବା ଔଷଧ ଓ ଅମ୍ଳଜାନର କଳାବଜାରୀ ରୋକିବାକୁ ପୋଲିସ ଓ ଭେଷଜ ବିଭାଗର ମିଳିତଚଢ଼ାଉ କରାଯାଇଛି। ପ୍ରକାଶଥାଉକି କରୋନା ଆଳରେ ଅନେକଅସାଧୁ ବ୍ୟବସାୟୀମାନେ ଉଚିତ ଦାମଠାରୁ ଅଧିକ ଓ ନକଲି ଔଷଧଦେଇ ଅଧିକ ଚଢାଦରରେ ବିକ୍ରିକରିବା ଅଭିଯୋଗ ହୋଇଆସୁଥିଲା। ଏଭଳି ପରିସ୍ଥିତିରେ ମିଳିତ ଟିମ ଅମ୍ଳଜାନପୂରଣ କେନ୍ଦ୍ରସିରିକଣା, ରାମକ୍ରିଷ୍ଣ ମେଡିକାଲସ ଭଳି ସାହାରରେ ରହିଥିଵା ଅଧିକୃତ ବିକ୍ରେତା ଓ ରିଟେଲର ଦୋକାନ ମାନଙ୍କରେ ଅତର୍କିତଭାବେ ଚଢ଼ାଉ କରିଥିଲେ। କୌଣସି ଦୋକାନୀ କିମ୍ବା ବେପାରୀ ଏହି ସବୁଜୀବନ ବଞ୍ଚାଇବା ସାମଗ୍ରୀକୁ କଳାବଜାରୀ କିମ୍ବା ନକଲି କରଣ କରିବାକୁ ଦିଆଯିବନାହିଁ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ କହିଛନ୍ତି। ଏହି ଚଢ଼ାଉ ଟିମରେ ସଦରଥାନା ପୋଲିସ ଅଧିକାରୀ ନିହାରରଞ୍ଜନ ପ୍ରଧାନ, ଅତିରିକ୍ତ ତହସିଲଦାର ସୁନୀଲ ଖରା, ଡ୍ରଗସ ଅଧିକାରୀ ପ୍ରିୟ ରଞ୍ଜନ ନାୟକ ଉପସ୍ଥିତ ଥିଲେ। ଏହି ଚଢ଼ାଉ କୁ ଜନ ସାଧାରଣ ସ୍ୱାଗତ କରିବା ସହ ଆଗକୁ ଏଭଳି ଜାରି ରହିଲେ ଅସାଧୁ ବ୍ୟବସାୟୀ ସାହସ କରିବାକୁ ଭୟ କରିବେ।

କିନାରିମଡା ଗ୍ରାମରେ ମା ଠାକୁରାଣୀ କିକ୍ରେଟ ଟୁର୍ଣ୍ଣାମଣ୍ଟ ଉଦଯାପିତ।

!!! ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକରୁ ପ୍ରୁଥିରାଜ ମହାନ୍ତି ଓ ମୋନଜ ନାଲା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋଲନରା) – ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅଧିନ ରେଖାପଦର ଗ୍ରାମରେ ବ୍ଲକସ୍ତରୀୟ ମା ଠାକୁରାଣୀ କିକ୍ରେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଯାଇଛି ଦୀର୍ଘ ୨୧ ଦିନ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪୦ ଦଳ ଅଂଶ ଗ୍ରହଣ କରିଥିବା ବେଳେ।ଆଜି ୧୫ ଓଭର ବିଶିଷ୍ଟ ଫାଇନାଲ ମ୍ୟାଚ ଏସ କେ ମେଣ୍ଟାଲ୍ ମୁକୁନ୍ଦପୁର ଓ ଭୀମସେନା ହାତିଖମ୍ବା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଟସ ଜିତି ଭୀମସେନା ଦଳ ବ୍ୟାଟିଂ କରି ପ୍ରଥମ ୧୫ ଓଭରରେ ୬ ଟି ଉଇକେଟ୍ ହରାଇ ମୋଟ ୨୨୦ ରନ୍ ସଂଗ୍ରହ କରିଥିବାବେ ବେଳେ ।ଜବାବରେ ଏସ କେ ମେଣ୍ଟାଲ ଦଳ ୨୨୧ ବିଜୟ ଲକ୍ଷ୍ୟ ନେଇ ୧୫ ଓଭରରେ ୮ ଟି ଉଇକେଟ ହରାଇ ମାତ୍ର ୯୧ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା ।

ଏହି ଟୁର୍ଣ୍ଣାମେଣ୍ଟରେ ଭୀମସେନା ଦଳ ଚାମ୍ପିୟାନ ଘୋଷିତ ହୋଇଥିଲା।ବିଜୟ ଭୀମସେନା ଦଳକୁ ୧୫ ହଜାର ଟଙ୍କା ସହ ଟ୍ରଫି ଓ ଉପବିଜେତା ଦଳକୁ ୧୦ ହଜାର ଟଙ୍କା ସହ ଟ୍ରଫି ଉପସ୍ଥିତ ଅତିଥି ଦ୍ଵାରା ପ୍ରଦାନ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟର ଉଜ୍ଜାପନି ଅବସରରେ ରାଜ୍ୟ ବିଜୁ କୃଷକ ଜନତା ଦଳର ସମ୍ପାଦକ ବି ତ୍ରିପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋଲନରା ବ୍ଲକ ଅଧ୍ୟକ୍ଷା ଗୀତା କଣ୍ଡାଗରି ,ସ୍ଥାନୀୟ ସରପଞ୍ଚ ଜୟନ୍ତି ତାଡିଙ୍ଗି,ବିଜୁ ଛାତ୍ର ଜନତା ଦଳର ସଭାପତି ସନ୍ତୁ ବାବୁ ଅତିଥି ଭାବେ ଯୋଗଦେଇଥିଲେ। ଟୁର୍ଣ୍ଣାମେଣ୍ଟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ କିନାରିମଡା ଗ୍ରାମରେ ଏଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଦ୍ୱାରା ଯୁବ ବର୍ଗଙ୍କ ପାଇଁ ଏକ ପ୍ରେରଣା ହେବା ସହ ଭାଇଚାରା ବଜାୟ ରଖି ଖେଳରେ ଜିତିବା ଏବଂ ହାରିବାରେ କିଛି ନାହିଁ । ହାରିବା ହିଁ ଜିତିବାରେ ବାଟ ଦେଖାଏ ବୋଲି ମୁଖ୍ୟ ଅତିଥି ବିଜୁ କୃଷକ ଦଳର ସମ୍ପାଦକ ବି ତ୍ରିପତି କହିଥିଲେ। ମା ଠାକୁରାଣୀ କୀକ୍ରେଟ୍ କମିଟିର ସଭାପତି ରାଜ କୁମାର ନାଲ୍ଲା,ସିପୁ କଣ୍ଡାଗରି,ଆକାଶ ନାଲ୍ଲା , ଶିବ ପ୍ରସାଦ ପିର୍ବାକା,ଦମ୍ବୁରୁଧର ସାହୁକାର, ଧର୍ମା ପୀର୍ବାକା,ବିବେକ ନାଲ୍ଲା ରହି ପ୍ରମୁଖ ଭାବେ ପରିଚାଳନା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଆଖପାଖ ଅଞ୍ଚଳରୁ ଶତାଧିକ ଲୋକ ଉପସ୍ଥିତ ରହିଥିଲେ।