ପାରଳାଖେମୁଣ୍ଡି ଠାରେ ନାଇଟ୍ କର୍ଫ୍ୟୁ ଜୋରଦାର୍ …!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – କରୋନା ସଂକ୍ରମଣର ଦ୍ବିତୀୟ ଲହରିରେ ଦେଶେରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ହେତୁ ରାଜ୍ୟ ପରିଚାଳନା ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ନିମନ୍ତେ ସମସ୍ତ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦିଆଯାଇଛି ।ଏହି କ୍ରମରେ ରାତ୍ର ୯ଘଣ୍ଟା ସମୟରେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ନାଇଟ କର୍ଫ୍ୟୁ ଜନିତ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି ।ମୋଟା ମୋଟି ଭାବେ ପାରଳାଖେମୁଣ୍ଡି ଠାରେ ଆଜିର ନାଇଟ କର୍ଫ୍ୟୁ ବ୍ୟବସ୍ଥା ସମ୍ପୂର୍ଣ୍ଣ ସଫଳ ହୋଇଛି ।

ଯେଉଁ ମାନେ ଏହି ସମୟରେ ବାହାରକୁ ବାହାରୁଛନ୍ତି ସେମାନଙ୍କ ପରିଚିୟ ପତ୍ର ଏବଂ କାର୍ଯ୍ୟ କୁ ତଦାରଖ କରିବା ପରେ ଯିବାକୁ ଅନୁମତି ଦିଆଯାଉଛି। ପୌରାଞ୍ଚଳର ଛକ ସ୍ଥାନ ମାନଙ୍କରେ ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବିବେକାନନ୍ଦ ସ୍ଵାଇଁ ଙ୍କ ତତ୍ତ୍ଵାବଧାନ ରେ ପୋଲିସ ପଇଁତରା ଦେଇ ରାସ୍ତାରେ ଯାଉଥିବା ଯାତ୍ରୀଙ୍କୁ ଅଟକାଇ ସେମାନଙ୍କ କର୍ଫ୍ୟୁ ସମୟରେ ବାହାରକୁ ବାହାରିବା କାରଣ ପଚାରି ବୁଝୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ପୋଲିସ ର ଏଭଳି କାର୍ଯ୍ୟକୁ ସାଧାରଣ ରେ ପ୍ରସଂଶା କରାଯାଇଛି।

ଗୁଣପୁର ଉପଖଣ୍ଡ ରେ ଦେଖା ଦେଉଥିବା ପୁରୁଣା ସମସ୍ୟା ନୂତନ ଅଧିକାରୀ ଙ୍କ ପାଇଁ ଚାଲେଞ୍ଜ୍…!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ବାସନ୍ତୀ କୁମାରୀ ପାଟ୍ଟଯୋଶୀଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ଠାରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ଶ୍ରୀ ରାଜ କିଶୋର୍ ଦାଶ ୨୦୧୯ ମସିହା ଫେବୃଆରୀ ମାସ ୨୦ ତାରିଖ ରେ ଯୋଗ ଦେବା ପରଠାରୁ ସେ ସମ୍ମୁଖୀନ ହୋଇଥିବା ଗୁଟଖା, ଗଞ୍ଜେଇ, ବାଲି ଚୋରା ଚାଲାଣ, ଆଇପିଏଲ୍ ଖେଳ ଭଳି ଅନେକ୍ ବେଆଇନ୍ କାର୍ଯ୍ୟକୁ ସାମ୍ନା କରିବା ସହ ଗୁଣପୁର ଠାରେ ଦେଖାଦେଇଥିବା ଗୁରୁତ୍ଵର ଟ୍ରାଫିକ୍ ସମସ୍ୟା ରେ ଭରପୁର ସହର କୁ ଟ୍ରାଫିକ୍ ମୁକ୍ତ କରି ଉପଖଣ୍ଡ ସ୍ତରରେ ଲୋକ ପ୍ରିୟ ହାସଲ କରିଥିଲେ। ବର୍ତ୍ତମାନ୍ ଶ୍ରୀ ଦାଶ ଙ୍କୁ ଏଠାରୁ ବଦଳି କରାଯିବା ପରେ ସ୍ଥାନୀୟ ଅଞ୍ଚଳର ବେଆଇନ୍ କାରବାର ରେ ଲିପ୍ତ ଥିବା ବ୍ୟକ୍ତି ବିଶେଷ ଆଶ୍ୱସ୍ତି ଲାଭ କରିଥିବା ବେଳେ ସ୍ଥାନୀୟ ଜନତା ବଦଳିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଏହାଙ୍କ ସ୍ଥାନରେ ଶ୍ରୀ ଅଜୟ କୁମାର ବାରିକ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ଯୋଗ ଦେଉଥିବା ସୂଚନା ମିଳିଛି।

ଶ୍ରୀ ଦାଶ ଙ୍କ ବଦଳି ର କିଛିଦିନ ମଧ୍ୟରେ ପୁଣି ଏହି ଅଞ୍ଚଳରେ ଦେଖାଦେଉଥିବା ବେଆଇନ ଗୁଟଖା, ବାଲି ଚୋରା ଚାଲାଣ, ଗଞ୍ଜେଇ କାରବାର ବୃଦ୍ଧି ପାଇବାକୁ ଲାଗିଛି । ବର୍ତ୍ତମାନ୍ ର ଏଭଳି ଏକ ଘଡି ସନ୍ଧି ମୁହୂର୍ତ୍ତରେ ଶ୍ରୀ ବାରିକ ଙ୍କ ପାଇଁ ଏଠାରେ ଦେଖା ଦେଇଥିବା ସମସ୍ୟା ଏକ ବଡ଼ ଚାଲେଞ୍ଜ୍ ହୋଇପଡ଼ିବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଉଛି। ଗୁଣପୁର ଉପଖଣ୍ଡ ଅଧିନରେ ରହିଥିବା ଗୁଣପୁର, ପଦ୍ମପୁର, ପୁଟାସିଂ, ଗୁଡ଼ାରୀ ଓ ରାମନାଗୁଡ଼ା ଫାଣ୍ଡି ଭଳି ବହୁ ସମ୍ବେଦନଶୀଳ ଅଞ୍ଚଳକୁ ଗଞ୍ଜାମ୍ ଜିଲ୍ଲା ର କଦୋଳା ଏବଂ ପାଟପୁର ଭଳି ଥାନାର ଭାରପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟକରି ବର୍ତ୍ତମାନ୍ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ପଦୋନ୍ନତି ପାଇ ଗୁଣପୁର ଠାରେ ଯୋଗ ଦେବାକୁ ଯାଉଥିବା ଶ୍ରୀ ବାରିକ ଏହି ସମସ୍ୟା ଗୁଡିକ କିଭଳି ସାମ୍ନା କରିବେ ଏହା ଦେଖିବାକୁ ରହିଲା।