ପୁଣି ବାଲିଗୁଡା ପୁଲିସ ଜବତ କଲା ୨୭୨ କେଜି ଗଞ୍ଜେଇ…!

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ଜଳନ୍ଧର ବେହେରା ଙ୍କ ରିପୋର୍ଟ   !!!

ଏଥର ସମ୍ଭାଳ (କନ୍ଧମାଳ) – କନ୍ଧମାଳ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ମନୋଜ ପୂଜାରିଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡ଼ା ଏସଆଇ ରବିନ୍ଦ୍ର ମୁଣ୍ଡାରୀ ନିଜ ଟିମ୍ ସହ ମିଶି ପେଟ୍ରୋଲିଙ୍ଗ କରୁଥିବା ସମୟରେ ବାଲିଗୁଡ଼ା ଥାନା ବୁଡ୍ରୁକିଆ ଗ୍ରାମ ଅନ୍ତର୍ଗତ ମାଦିନାଟ ଗ୍ରାମରେ ଗୋଟଏ ଇନୋଭା ଓ ଗୋଟିଏ ବୋଲେରୋ ଗାଡ଼ିକୁ ଯାଞ୍ଚ କରିବା ସମୟରେ ୨୭୨ କେଜି ଗଞ୍ଜେଇ ସହ ୨ଜଣକୁ ଗିରଫ କରିଥିଲା |ଗିରଫ ୨ଜଣକ ନାମ ମନୋରଞ୍ଜନ ରାଉତ ଘର ଶୈଳଶ୍ରୀ ବିହାର ଭୁବନେଶ୍ୱର ହୋଇଥିବା ବେଳେ ଅନ୍ୟ ଜଣେ ସମୀର ଦିଗାଲ କାମପଡ଼ା ବାଲିଗୁଡ଼ା ର ବୋଲି ଜଣାପଡ଼ିଛି| ଏମାନଙ୍କ ନାମରେ ବାଲିଗୁଡ଼ା ଥାନା ଭାର ପ୍ରାପ୍ତ ଅଧିକାରି ପ୍ରଶାନ୍ତ କୁମାର ବେହେରା ମାମଲା ନମ୍ବର ୭୨/୨୧ ରୁଜୁ କରି କୋର୍ଟ ଚାଲାଣ କରିଥିବା ନେଇ ସୁଚନା ଦେଇଛନ୍ତି |

 

ଧର୍ମାନୁଷ୍ଠାନ ରେ ପ୍ରବେଶ ଉପରେ ଲାଗିଲା ରୋକ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସମ୍ପ୍ରତି ସାରା ରାଜ୍ୟରେ କ୍ରମାଗତ ଭାବେ ବଢୁଥିବା କୋରନା ସଂକ୍ରମଣ କୁ ରୋକିବା ଲକ୍ଷ୍ୟରେ ଭୁବନେଶ୍ବର ରେ ଥିବା ସମସ୍ତ ଧର୍ମାନୁଷ୍ଠାନ ମଧ୍ୟକୁ ଶ୍ରଦ୍ଧାଳୁ ମାନଙ୍କ ପ୍ରବେଶ ଉପରେ ସ୍ଥାନୀୟ ପ୍ରଶାସନ ପ୍ରତିବନ୍ଧକ ଲଗାଇଛନ୍ତି।ଭୁବନେଶ୍ବର ଭିତରେ ଥିବା ସମସ୍ତ ମନ୍ଦିର ,ମସଜିଦ ,ଚର୍ଚ୍ଚ ଗୁଡିକରେ କେବଳ ବିଧିବିଧାନ ଅନୁଯାୟୀ ସୀମିତ ସଂଖ୍ୟକ କର୍ମଚାରୀଙ୍କୁ ନେଇ କୋଭିଡ-୧୯ ମାର୍ଗଦର୍ଶିକା ଅନୁଯାୟୀ ପୂଜା ଅର୍ଚ୍ଚନା କରାଯିବ।କୌଣସି ଭକ୍ତ ଙ୍କୁ ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ।