ଚେଇଁ ଶୋଇଥିବା ଯିଏ ତାକୁ ଉଠାଇବ କିଏ ? ମନ୍ତ୍ରୀ ରଘୁନନ୍ଦନ ଦାସ ଙ୍କ କଡା ନିର୍ଦେଶ କ୍ରମେ ଜଳ ସମ୍ପଦ ବିଭାଗ ର ନିଦ ଭାଙ୍ଗିଛି…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –  ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ, ବାମଦେଇପୁର, ନୂଆଗାଁ, ଢିଙ୍କିଆ ଗ୍ରାମ ପଞ୍ଚାୟତ ରେ ବର୍ଷା ପାଣି ସଠିକ ଭାବେ ନିସ୍କାସନ ନିମନ୍ତେ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀ ର ମାନ୍ୟବର ମନ୍ତ୍ରୀ ଜଳସମ୍ପଦ, ସୂଚନା ଓ ଲୋକସଂପର୍କ ବିଭାଗ ଶ୍ରୀ ରଘୁନନ୍ଦନ ଦାସଙ୍କ ନିର୍ଦ୍ଧେଶକ୍ରମେ ୪ନଂ ଜୋନ ଜିଲ୍ଲାପରିଷଦ ଇତିଶ୍ରୀ ଭୂୟାଁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଡ୍ରେନେଜ ବିଭାଗର ଏସଡିଓ ସୁଧିର କୁମାର ପ୍ରହରାଜ ଏବଂ କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ଦାସ ସୋମବାର ଅପରାହ୍ନରେ ବାଲିତୁଠ ଗ୍ରାମ ପଞ୍ଚାୟତର ସରେଇପାଳ ରୁ ହାଡୁଆ, ବାନପାଟ ରୁ ମାହାରାମୁହଁ, ନୂଆଗାଁ ପଞ୍ଚାୟତର ତାଳଘରିଆବାଙ୍କ ରୁ ମହାଙ୍ଗା ନଦୀ, ନୂଆଗାଁ ଶିଶୁ ଉଦ୍ୟାନ ଠାରୁ ଲୁଣୀମାଟିଡିଆ, ଢିଙ୍କିଆ ପଂଚାୟତର ଯୋଗିସାହି କୋଷ୍ଟାଲ ରୋଡ ଠାରୁ ତ୍ରିଲୋଚନପୁର ହନୁମାନ ଠାକୁର ପର୍ଯ୍ୟନ୍ତ, ବାମଦେଇପୁର ପଂଚାୟତର ବାଉଲାଙ୍ଗ ରେଳ ଲାଇନ ଠାର ପିଁଛପାଇ ମାହାଙ୍ଗା ନଦୀ, ସୁନାଡ଼ିଆ ଠାରୁ ବାନାପାଟ ପର୍ଯ୍ୟନ୍ତ ଉଦବୃଦ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ନିମନ୍ତେ ବିଭାଗୀୟ ଅଧିକାରୀ ମାନେ ସର୍ଭେ କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଏରସମା ବ୍ଲକ କନିଷ୍ଠ ଯନ୍ତ୍ରୀ ଲଳିତ ମୋହନ ବସ୍ତିଆ, ସମାଜସେବୀ ଅଦୈତ୍ୟ କୁମାର ଭୂୟାଁ, ନୂଆଗାଁ ପଞ୍ଚାୟତ ବିଜେଡ଼ି ସଭାପତି ଅସିତ ସ୍ବାଇଁ, ବାଲିତୁଠ ପଞ୍ଚାୟତ ବିଜେଡି ସଭାପତି କରୁଣାକର ଦାସ, ପୂର୍ବତନ ସରପଞ୍ଚ ବୀଭୁ ରଂଜନ ସାମନ୍ତରାୟ, ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ରଶ୍ମି ରଂଜନ ଖୁଣ୍ଟିଆ, ଯୁବ ସଂଗଠକ ସବ୍ୟସାଚୀ ଦାସ, ବାମଦେଇପୂର ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ତଥା ବିଜେଡି ସଂଗଠକ ହରିହର ଲିଙ୍ଗରାଜ ମହାନ୍ତି, ଯୁବ ସଂଗଠକ କାଳନ୍ଦୀ ସ୍ଵାଇଁ, ଏରସମା ବ୍ଲକ ବିଜେଡି ସାଧାରଣ ସମ୍ପାଦକ ମନୋରଞ୍ଜନ ପଲାଇ, ହରେକୃଷ୍ଣ ଦଳାଇ, ବାବୁଲା ଦଳାଇ,ଢିଙ୍କିଆ ସରପଞ୍ଚ କିଶୋର ପରିଡ଼ା ପ୍ରମୁଖ ଉପସ୍ଥିତ ରହି ବିଭାଗୀୟ ଅଧିକାରୀ ମାନଙ୍କୁ ବର୍ଷାଜଳ ନିସ୍କାସନ ସମସ୍ୟା ବର୍ଷାଦିନ ପୂର୍ବରୁ କାର୍ଯ୍ୟ ଶେଷ କରିବା ପାଇଁ ଆଲୋଚନା କରିଛନ୍ତି ।

ଚାଷୀମାନଙ୍କ ମୁଖ୍ୟ ସମସ୍ୟାକୁ ମାନ୍ୟବର ମନ୍ତ୍ରୀ ହୃଦୟର ସହ ଗ୍ରହଣ କରି ବିଭାଗୀୟ ଅଧିକାରୀ ମାନଙ୍କୁ ସର୍ଭେ ପାଇଁ ପଠାଇ ଥିବାରୁ ଉକ୍ତ ଅଂଚଳର ଚାଷୀମାନଙ୍କ ପକ୍ଷରୁ ସ୍ବାଗତ କରିବା ସହ ହାଡୁଆ, ମାହାର ମୁହଁ, ପିଁଛପାଇ ସୁଇସ ଗେଟର ମରାମତି କରିବାପାଇଁ ଦାବି ନିବେଦନ କରିଛନ୍ତି ।

ହିଞ୍ଜିଳିରେ ସ୍ୱାସ୍ଥ୍ୟ ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ହିଞ୍ଜିଳିକାଟୁ)- ରାଜ୍ୟର୧୦ଟି ଜିଲ୍ଲାରେ କରୋନା ଗ୍ରାଫ ଉପର ମୁଁହା ସ୍ଥିତିରେ ରହିଛି । ଅବଶିଷ୍ଟ ୨୦ଟି ଜିଲ୍ଲାରେ କରୋନାର ସ୍ଥିତି ସାଙ୍ଘାତିକ ନ ଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣ ଉପରେ ରହିଛି । ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୪ ହଜାର ରୁ ଉର୍ଦ୍ଧ୍ବ ପାର ହେଉଥିବା ବେଳେ ଟେଷ୍ଟିଂ,ଟ୍ରେସିଂ ଓ ଟ୍ରିଟିଙ୍ଗ ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ଦୈନିକ ସଂକ୍ରମଣ ସଂଖ୍ୟା ୫୦ ପାର ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁକାବିଲା ସକାଶେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । କରୋନା ସଂକ୍ରମିତକୁ ଭିହ୍ନଟ ସକାଶେ ସ୍ୱାସ୍ଥ୍ୟ ସ୍କ୍ରିନିଂ ପ୍ରକ୍ରିୟାକୁ ପ୍ରାଥମିକତା ପ୍ରଦାନ କରାଯାଇଛି ।

ଏଥିସହିତ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରାଯାଇ କରୋନା ମୁକାବିଲା କ୍ଷେତ୍ରରେ ଏକ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାରେ ଅଧିକ ସଂକ୍ରମଣ ଯେପରି ବୃଦ୍ଧି ନ ହୁଏ ସେଥିପ୍ରତି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ବ୍ଳକ ସମରଝୋଳ ଗ୍ରାମରେ ମଙ୍ଗଳବାର ସ୍ୱାସ୍ଥ୍ୟ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ସ୍ୱାସ୍ଥ୍ୟ ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ କରିଥିଲେ । ପ୍ରତି ପରିବାରର ସଦସ୍ୟମାନେ ସ୍ୱାସ୍ଥ୍ୟ ପରୀକ୍ଷଣ କରି ଆବଶ୍ୟକୀୟ ସୁରକ୍ଷା ପ୍ରତି ଯତ୍ନଶୀଳ ହେବା ପାଇଁ ଅବଗତ କରାଇଥିଲେ ।

ଏଥିପାଇଁ କ୍ଷେତ୍ରୀୟ ସ୍ତରରେ ନିୟୋଜିତ କର୍ମଚାରୀ ମାନେ ଘରକୁ ଘର ବୁଲି ଚିହ୍ନଟ ପ୍ରକ୍ରିୟାକୁ ନିଷ୍ଠାର ସହ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ । କରୋନା ସଂକ୍ରମଣ ମୁକାବିଲା କରିବାକୁ ହେଲେ ଗ୍ରାମବାସୀଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି ଉପ ଜିଲ୍ଲାପାଳ ଉପସ୍ଥିତ ଲୋକ ମାନଙ୍କୁ ସୂଚନା ଦେଇଥିଲେ । ଉପ ଜିଲ୍ଲାପାଳଙ୍କ ସହ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ସିଡିପିଓ ଶୁଭଶ୍ରୀ ପାତ୍ର ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସମେତ ପରିଚାଳିକା ବନଜା ବେହେରା, ସୋନାଲି ବେହେରା, ଅଙ୍ଗନବାଡି ଓ ଆଶା କର୍ମୀ ଉପସ୍ଥିତ ଥିଲେ ।

କବିସୂର୍ଯ୍ୟନଗର ବିଧାୟିକାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (କବିସୂର୍ଯ୍ୟନଗର )- କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆଜି ପୂର୍ବାହ୍ନରେ ପୁରୁଷୋତ୍ତମପୁର ବ୍ଲକ ଅରଖପୁର ପଞ୍ଚାୟତ ଗସ୍ତକରି ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ଦେଇଥିଲେ । ଏହା ସହ କରୋନା ସଚେତନତା ବାର୍ତ୍ତା ଦେଇଥିଲେ । ପ୍ରଥମେ ଅରଖପୁର ପଞ୍ଚାୟତ ନୂତନ ଗୃହ ନିର୍ମାଣ ସକାଶେ ଭିତ୍ତିପ୍ରସ୍ତର ଦେଇଥିଲେ । ଅରଖପୁର ପଞ୍ଚାୟତର ସମସ୍ତ ଗାଁ ବୁଲି ଉନ୍ନୟନ କାର୍ଯ୍ୟର ଅଗ୍ରଗତି ଦେଖିଥିଲେ । ଏହି ଗସ୍ତ ସମୟରେ ଜିଲ୍ଲା ପରିଷଦ ସଭ୍ୟ ପି ନାରାୟଣ ରାଓ , ଜୀବନବିନ୍ଦୁ କାର୍ଯ୍ୟକ୍ରମର ସହ ସଞ୍ଜୋଜକ ନିର୍ମଳ ଚନ୍ଦ୍ର ସାହୁ,ଅରଖପୁର ସରପଞ୍ଚ ଝୁନୁ ପ୍ରଧାନ, ପାଣ୍ଡିଆ ସରପଞ୍ଚ ଗୋପାଳ ସେଠୀ,ରାଇପୁର ସରପଞ୍ଚ ରାଜେନ୍ଦ୍ର ଶତପଥି, ଶିକୁଳା ସରପଞ୍ଚ, ସମିତି ସଭ୍ୟ,ସଞ୍ଜିବ କୁମାର ଜେନା,ଗୋବର୍ଦ୍ଧନ ବିଷୋୟୀ,ଭଜମନ ବେହେରା, ଅନିଲ କୁମାର ଦାସ, ମାଧବ ଲେଙ୍କା,ଉପେନ୍ଦ୍ର ସାହୁ ,ବାବୁଲା ଜେନା, ଶିଶୁଲ କୁମାର ସାହୁ, ପ୍ରଭାକର ମହାରଣା,ଫୁକୁଲ ସାହୁ,ଜିତେନ୍ଦ୍ର ପାଳ,ଜିତେନ୍ଦ୍ର ପ୍ରଧାନ, ସୁବାଷ ବେହେରା ,କୁମର ପ୍ରଧାନ, ଗୌରାଙ୍ଗ ସେଠି ,ଅଟଳ ସେଠି ,ଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ମନ୍ତ୍ରୀ ଡ. ଅରୁଣ ସାହୁ – ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକାର ଅଧିକାରୀମାନଙ୍କ ସମୀକ୍ଷା ବୈଠକ ମାଟିର ସମୃଦ୍ଧିରେ ଉତ୍ପାଦନ ବୃଦ୍ଧି…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ମାଟିର ସମୃଦ୍ଧିରେ ଉତ୍ପାଦନ ବୃଦ୍ଧି । ମାଟି ସୁସ୍ଥ ଓ ସମୃଦ୍ଧ ରହିଲେ ହିଁ କୃଷି ଉତ୍ପାଦନ ବଢ଼ିପାରିବ । ତେଣୁ ମୃତ୍ତିକାକୁ ସଂରକ୍ଷିତ ରଖିବା ଦିଗରେ ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରନ୍ତୁ । ଉଭୟ ଜଳ ଏବଂ ମୃତ୍ତିକା କୃଷି କାର୍ଯ୍ୟର ପ୍ରମୁଖ ଉପାଦାନ ହୋଇଥିବାରୁ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶାଳୟର ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ପୂର୍ବାହ୍ନରେ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକାର ସଂପ୍ରସାରଣ ଅଧିକାରୀ, ଓଭରସିଅର ଓ ଅନ୍ୟ ଅଧିକାରୀମାନଙ୍କ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଦ୍ରୁତ ଶିଳ୍ପାୟନ, ସହରୀକରଣ ଆଦି କାରଣରୁ ଚାଷ ଜମି କମୁଥିବା ସତ୍ତେ୍ୱ ମୃତ୍ତିକାର ଉତ୍ତମ ପରିଚାଳନା, ଉନ୍ନତ ବିହନ ଓ କୃଷି ପଦ୍ଧତିର ବ୍ୟବହାର ଦ୍ୱାରା କୃଷି ଉତ୍ପାଦନ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ରାଜ୍ୟ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର କବଳିତ ହେବା ସତ୍ତେ୍ୱ ରାଜ୍ୟରେ ପ୍ରତିବର୍ଷ ରେକର୍ଡ ପରିମାଣର ଧାନ ଉତ୍ପାଦନ ହେଉଛି । କୃଷି କାର୍ଯ୍ୟରେ ଉତ୍କର୍ଷ ହାସଲ ଯୋଗୁ ରାଜ୍ୟ ଅନେକ ଥର କୃଷି କର୍ମଣ ପୁରସ୍କାର ପାଇବା ସହିତ ମୃତ୍ତିକା ସଂରକ୍ଷଣ ବିଭାଗ ଦୁଇଟି ମର୍ଯ୍ୟାଦାଜନକ ସ୍କଚ ଆୱାର୍ଡ ପାଇଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ପକ୍ଷରୁ ୫ ବର୍ଷରେ ୫ ଲକ୍ଷ ଫାର୍ମ ପଣ୍ଡ ଖନନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମୋ ପୋଖରୀ ଖନନ କରି ଜଳସେଚନର ସୁଯୋଗ ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ଅସଂପୂର୍ଣ୍ଣ ଫାର୍ମ ପଣ୍ଡଗୁଡ଼ିକର ଖନନ କାର୍ଯ୍ୟକୁ ତୁରନ୍ତ ସଂପୂର୍ଣ୍ଣ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଯେଉଁସବୁ ଜିଲ୍ଲାଗୁଡ଼ିକରେ ଫାର୍ମପଣ୍ଡ ଖନନ କାର୍ଯ୍ୟ ଆଶାନୁରୂପ ହୋଇନାହିଁ ସେଠାରେ ସଂପୃକ୍ତ ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ନିର୍ଦ୍ଦେଶାଳୟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଏହାର ଫଟୋଚିତ୍ର ଓ ଭିଡ଼ିଓଗ୍ରାଫି କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ବିଭାଗ ଦ୍ୱାରା ଉଲ୍ଲେଖନୀୟ କାର୍ଯ୍ୟର ସଫଳ କାହାଣୀର ସାମାଜିକ ଗଣମାଧ୍ୟମରେ ପ୍ରସାର ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଜଳବାୟୁରେ ପରିବର୍ତ୍ତନ ହେତୁ ସମନ୍ୱିତ କୃଷି କାର୍ଯ୍ୟ ଦ୍ୱାରା ହିଁ କୃଷକମାନଙ୍କର ଆୟ ବୃଦ୍ଧି ହୋଇପାରିବ ଏବଂ କୃଷିର ସାମଗ୍ରିକ ବିକାଶ ସମ୍ଭବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ବିଭାଗ ଦ୍ୱାରା କରାଯାଉଥିବା ଜଳ ବିଭାଜିକା ପ୍ରକଳ୍ପଗୁଡ଼ିକ ନିର୍ମାଣ କାର୍ଯ୍ୟ ଠିକ୍‌ ଭାବରେ ଓ ଠିକ୍‌ ସମୟରେ କରିବା ପାଇଁ ତଦାରଖ କାର୍ଯ୍ୟକୁ ବ୍ୟାପକ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ମନ୍ତ୍ରୀ ଡ. ସାହୁ ମୃତ୍ତିକା ପରୀକ୍ଷଣ ଓ ବାୟୋଫର୍ଟିଲାଇଜର ଏବଂ ଭର୍ମିକମ୍ପୋଷ୍ଟର ମାନ ପରୀକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ବ୍ଲକ୍‌ସ୍ତରୀୟ କାର୍ଯ୍ୟରତ କୃଷି ଓ ଆନୁଷଙ୍ଗିକ କୃଷି ବିଭାଗର ଅଧିକାରୀମାନେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ସମନ୍ୱିତ କୃଷି କାର୍ଯ୍ୟକୁ ଆଗେଇ ନେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ବିଭାଗର ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ ଗୁଡ଼ିକରେ ୫-‘ଟିି’କୁ କଡ଼ାକଡ଼ି ଭାବରେ ଆନୁପାଳନ କରି ଯୋଜନାର ଲାଭ କୃଷକଙ୍କ ନିକଟରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଭାଗନେଇ ଉପଲବ୍ଧ ସମ୍ବଳର ଶତପ୍ରତିଶତ ବିନିଯୋଗ ନିମନ୍ତେ କହିଥିଲେ । ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନର ନିର୍ଦ୍ଦେଶକ ମତ୍ସ୍ୟ ନିର୍ଦ୍ଦେଶକଙ୍କ ସହ ସମନ୍ୱୟ ରକ୍ଷା କରି ଫାର୍ମପଣ୍ଡଗୁଡ଼ିକ ଜଳସେଚନ ସହିତ ମାଛଚାଷ ନିମନ୍ତେ ଥିବା ସୁଯୋଗର ପୂର୍ଣ୍ଣ ବିନିଯୋଗ ପାଇଁ କହିଥିଲେ । ବୈଠକରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନର ନିର୍ଦ୍ଦେଶକଙ୍କ ସମେତ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଜାରି ହୋଇଛି କଟକଣା …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ମଙ୍ଗଳବାର ଦିନ ୧୨ଟାରୁ ସଂଧ୍ୟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ହେବ । ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ସେ କହିଛନ୍ତ, ରଥଦାଣ୍ଡକୁ ଭକ୍ତଶୂନ୍ୟ କରିବା ପାଇଁ ୧୪୪ ଲାଗିବ । କେବଳ କୋଭିଡ଼ ନେଗେଟିଭ ଥିବା ସେବାୟତଙ୍କୁ ଅନୁମତି ମିଳିବ । ରଥଦାଣ୍ଡର ଦୁଇ ପାଶ୍ୱର୍ରେ ଥିବା କୋଠାରେ ବି ଲୋକ ରହିବାକୁ ମନା କରାଯାଇଛି । ରଥଯାତ୍ରା ପାଇଁ ୧୫ ପ୍ଲାଟୁନ୍ ଫୋର୍ସ, ୫୦ ଅଫିସର ମୁତୟନ ହେବେ ।ବଢୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ଶ୍ରଦ୍ଧାଳୁଙ୍କ ପାଇଁ ଅର୍ନିଦ୍ଦିଷ୍ଟ କାଳ ଲାଗି ଶ୍ରୀଲିଙ୍ଗରାଜ ମନ୍ଦିର ବନ୍ଦ କରାଯାଇଛି । ଲିଙ୍ଗରାଜ ମନ୍ଦିରର କିଛି ସେବାୟତ କରୋନା ସଂକ୍ରମିତ ହେବାରୁ ସାଧାରଣ ଦର୍ଶନାର୍ଥୀଙ୍କ ଲାଗି ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମସି । ତେବେ ଏହି ସମୟରେ ସେବାୟତଙ୍କ ଦ୍ୱାରା ମନ୍ଦିରରେ ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ବିଧି ଅନୁସାରେ କରାଯିବ । ସେହିଭଳି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା କୋଭିଡ୍ ଗାଇଡ୍ ଲାଇନ ଭିତରେ ଅନୁଷ୍ଠିତ ହେବ । ଏ ନେଇ ବିଏମସି ପକ୍ଷରୁ ଗତ ୯ ତାରିଖରେ ନିର୍ଦ୍ଦେଶନାମା ପ୍ରକାଶ ପାଇସାରିଥିବାରୁ ସେହି ଅନୁସାରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ଗତକାଲି ବିଏମସିର ସାଉଥ ଇଷ୍ଟ ଜୋନ ର ଜୋନାଲ ଡେପୁଟି କମିଶନର ନିର୍ଦ୍ଦେଶନାମା ଜାରି କରିଥିଲେ ।

ଅନ୍ୟ ପଟେ କମିଶନରେଟ ପୁଲିସ ତରଫରୁ ଯାନବାହନ ଚଳାଚଳନେଇ ଟ୍ରାଫିକ କଟକଣା ଜାରି କରାଯାଇଛି । ଆସନ୍ତା ୨୦ ତାରିଖରେ ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା ଓ ୨୪ରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ଯାନବାହନର ସୁନିୟନ୍ତ୍ରଣ ଚଳାଚଳ ତଥା ଜନସାଧାରଣଙ୍କ ସୁବିଧା ଉଦ୍ଦେଶ୍ୟରେ କମିଶନରେଟ ପୁଲିସ ତରଫରୁୁ କଟକଣା ଜାରି କରାଯାଇଛି । ଜାରି ହୋଇଥିବା କଟକଣା ମୁତାବକ, କୌଣସି ଯାନବାହନ ମାଉସୀ ମା ଛକଠାରୁ ରଥ ରୋଡରେ ଯିବାକୁ ଅନୁମତି ଦିଆଯିବ ନାହିଁ । ସବୁ ଗାଡିଗୁଡିକ ମାଉସୀ ମା ଛକଠାରୁ ମ୍ୟୁଜିୟମ ଛକ ଆଡକୁ କିମ୍ବା ବିବେକାନନ୍ଦ ମାର୍ଗଦେଇ ଯିବା ଆସିବା କରିପାରିବେ । ରଥରୋଡରେ ବାରିକ ସାହି, ମହାରଣା ସାହି ଗଳି, ଗୋସାଗରେଶ୍ୱର ଛକ ଗଳି, ଶୀତଳଷଷ୍ଠୀ ଛକ ଗଳି, ତିନିମୁଣ୍ଡିଆ ଛକ, ହରଚଣ୍ଡୀ ଛକ, ମୁନା ମେଡିକାଲ ଗଳି, ପୁନାମା ଗେଟ ଗଳି ପଟୁ ଓ ଅନ୍ୟ ସାହି ରାସ୍ତା ଅଥବା ଗଳି ଯାହାକି ରଥରୋଡ ସହିତ ସଂଯୋଗୀକରଣ କରାଯାଇଅଛି, ସେହି ରାସ୍ତା ବା ଗଳିରୁ କୌଣସି ଯାନବାହନ ରଥ ରୋଡରେ ଯିବାଆସିବା କରିପାରିବେ ନାହିଁ ।

ରଥଖଳାଠାରୁ ରଥରୋଡରେ କୌଣସି ଯାନବାହନ ଯିବାକୁ ଅନୁମତି ଦିଆଯିବ ନାହିଁ । ସେଗୁଡିକ ବାଟ ମହାଦେବ ମନ୍ଦିର ପଟୁ ବିଏମସି ମାର୍କେଟ କମ୍ପେ୍ଲକ୍ସ କିମ୍ବା ବିନ୍ଦୁସାଗର ରାସ୍ତାଦେଇ ଯାଇପାରିବେ । ଏହି ନିୟମ ଖିଲାପକଲେ ଖିଲାପକାରୀଙ୍କଠାରୁ ଓଡିଶା ଅର୍ବାନ ପୁଲିସ ଆ ୨୦୦୩ର ଧାରା ୯୬ ଅନୁସାରେ ୫୦୦ଟଙ୍କା ବା ସର୍ବାଧିକ ୧୦୦୦ ଟଙ୍କା ପଯର୍‌ୟନ୍ତ ଜରିମାନା ଦେବାକୁ ପଡିବ ।

ଭୁବନେଶ୍ୱର ”ରୁପାଲି-ଛକ”ର ଇତିହାସ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କିଏ ସେ ରୁପାଲି ? କାହିଁକି ତାଙ୍କ ନାଁରେ ଗୋଟିଏ ଛକର ନାଁ ‘’ରୁପାଲି-ଛକ’’ ପାଲଟିଗଲା ? ପ୍ରକୃତ କଥା ହେଲା : ନା ‘ରୁପାଲି’କୁ ଭୁବନେଶ୍ୱରବାସୀ ଜାଣିଛନ୍ତି ; ନା ଦେଖିଛନ୍ତି !! କିନ୍ତୁ, ତାଙ୍କ ନାଁରେ ‘ସହିଦନଗର’ ଭଳି ଭି.ଭି.ଆଇ.ପି. ଅଞ୍ଚଳର ଗୋଟିଏ ଛକ ନାମିତ। ୭୦ ଦଶକରେ ରୁପାଲି ଛକ ନଥିଲା। ଲୋକେ ଏହାକୁ “ଫୁଡ୍‌ କର୍ପୋରେସନ୍‌ ଛକ” କହୁଥିଲେ। ପାଖରେ ଏଫ୍‌.ସି.ଆଇ. ଅଫିସ ଥିଲା। ଆଖପାଖରେ ବି ଦୋକାନ ବଜାର ନ ଥିଲା । ନୀଳ,ନାଲି ରଙ୍ଗରେ ଖଣ୍ଡେ ଅଧେ ସରକାରୀ ବସ୍‌ ଏଇ ବାଟ ଦେଇ ଯାଉଥିଲା। ସେହି ସମୟରେ ଛତ୍ରପୁର ‘ଚିକଲଖଣ୍ଡି’ରୁ ଭୁବନେଶ୍ୱର ଆସିଥିଲେ ଜି.ପାପ୍ପା.ରାଓ। ଫୁଡ୍‌ କର୍ପୋରେସନ ଛକରେ ରାସ୍ତାକୁ ଲାଗି ଝୁମ୍ପୁଡ଼ି ହୋଟେଲ୍‍ଟିଏ ଖୋଲିଲେ। ନାଁ ଦେଇଥିଲେ ‘’ରୁପାଲି ହୋଟେଲ’’। ଗାଁରେ ଥିବା ନିଜ ସାନ ଭାଇର ଝିଅ ରୁପାଲିକୁ ସେ ଭାରି ଭଲ ପାଉଥିଲେ। ତେଣୁ ଝିଆରି ନାଁରେ ହୋଟେଲ ନାଁ ରଖିଥିଲେ। ଏ ହୋଟେଲରେ ଆମିଷ,ନିରାମିଷ ସବୁ ମିଳୁଥିଲା। ଚାହିଦା ଏମିତି ବଢ଼ିଲା ଯେ ଝୁମ୍ପୁଡ଼ିରୁ ଏହା ଆଜବେଷ୍ଟସ ଘର ହେଲା। ବାଣୀବିହାର କ୍ୟାମ୍ପସରୁ ଆରମ୍ଭ କରି ଆଖପାଖ ଅଞ୍ଚଳରେ ବେଶ୍‍ ପ୍ରସିଦ୍ଧ ଥିଲା ରୁପାଲି ହୋଟେଲ। ଧୀରେଧୀରେ ଫୁଡ୍‌ କର୍ପୋରେସନ ଛକରୁ ଏହା ରୁପାଲି ଛକ ପାଲଟିଗଲା। ହେଲେ ରାଓଙ୍କ ଝିଆରି ‘ରୁପାଲି’ କେବେ ଏ ହୋଟେଲକୁ ଆସିନାହାନ୍ତି। ରାଓଙ୍କ ନିଜ ଝିଅ ‘ଲକ୍ଷ୍ମୀ’ ବେଳେବେଳେ ଏହି ହୋଟେଲରେ ବସୁଥିଲେ। ଅନେକ ତାଙ୍କୁ ହିଁ ‘ରୁପାଲି’ ଭାବନ୍ତି। ୧୯୮୨ରେ ଜମି ବିବାଦ ମୁଣ୍ଡ ଟେକିଲା ; ଆଉ “ରୁପାଲି ହୋଟେଲ” ବନ୍ଦ ହେଲା। ଏହି କାହାଣୀର ଆଉ ଏକ ଦୁଃଖଦ କଥା ହେଉଛି : ଯେଉଁ ‘ରୁପାଲି’ ନାଁରେ ଛକର ନାମକରଣ ହୋଇଛି, ପ୍ରାୟ ୪୦ ବର୍ଷ ତଳେ ଆଜିର ଦିନରେ ତାଙ୍କର ମୃତ୍ୟୁ ହୋଇସାରିଛି। କିନ୍ତୁ, ତାଙ୍କ ନାଁ ସବୁଦିନ ପାଇଁ ରହିଗଲା ଭୁବନେଶ୍ୱରରେ ।

କାଲିଠୁ ଆରମ୍ଭ ହେବ ଡୋର ଟୁ ଡୋର ସ୍କ୍ରିନିଂ ଜିଲ୍ଲାପାଳ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗଞ୍ଜାମ) – ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଯାହାକି ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଆଉ ଏହି ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ଜିଲ୍ଲା ପ୍ରସାଶନ ପକ୍ଷରୁ ବହୁ କଟକଣା ମଧ୍ୟ ଲଗାଯାଉଛି। ଆସନ୍ତାକାଲି ମା ତାରା ତାରିଣୀଙ୍କ ହେବାକୁ ଥିବା ଚୈତ ମେଳା କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। ପୂର୍ବରୁ ସ୍ଥାନୀୟ ଲୋକଙ୍କୁ ମାଙ୍କ ଦର୍ଶନ ପାଇଁ ଅନୁମତି ମିଳିଥିବା ବେଳେ ବର୍ତ୍ତମାନ କେହି ବି ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତା ଛଡା ଜିଲ୍ଲାରେଆସନ୍ତା କାଲି ଠାରୁ ଡୋର ଟୁ ଡୋର ସ୍କ୍ରିନିଂ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ସରିଛି। ଟିମ୍ ମଧ୍ୟ ଗଠନ ହୋଇସାରିଛି। ଏହି ଟିମ୍ ସ୍ଵତନ୍ତ୍ର ଭାବେ ଲକ୍ଷଣ, ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଲିଖିତ ଭାବେ ତଥ୍ୟ ରଖିବେ ଏବଂ ଟିକାକରଣ ର ମଧ୍ୟ ତଥ୍ୟ ରଖିବେ। କୁମ୍ଭ ମେଳାରୁ ଫେରୁଥିବା ଲୋକେ ନିଜ ନିଜ ଘରେ ହୋମ ଆଇସୋଲେସନରେ ରହିବେ । ଜିଲ୍ଲାର ସମସ୍ତ ଯାତ୍ରାକୁ ବନ୍ଦ ରଖାଯିବ। କୈଣସି ଯାତ୍ରାକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଗୁଗୁଲ ମିଟିଙ୍ଗ ମାଧ୍ୟମରେ ଭାରତୀୟ ରେଡକ୍ରସ ସୋସାଇଟିର ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ;ପାଣ୍ଠି ସଂଗ୍ରହ ଉପରେ ଗୁରୁତ୍ୱ ଦେଲେ ଜିଲ୍ଲାପାଳ ..!

!!! ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲିପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ଼ା) – ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଗୁଗୁଲ ମିଟିଙ୍ଗ ମାଧ୍ୟମରେ ଭାରତୀୟ ରେଡ଼କ୍ରସ ସସାଇଟି, ରାୟଗଡ଼ ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମୁଖ୍ୟତଃ ରାୟଗଡ ଶାଖାର ୨୦୧୯-୨୦୨୦ ଆର୍ଥିକ ବର୍ଷର କାର୍ଯ୍ୟକ୍ରମ ଏବଂ ଏହି ବର୍ଷର ବ୍ୟୟ ଅଟକଳ ଅନୁମୋଦନ, ୨୦୧୮-୨୦୧୯,୨୦୧୯-୨୦୨୦, ୨୦୨୦-୨୦୨୧ଆର୍ଥିକ ବର୍ଷର ବ୍ୟୟ ଅଟକଳ ସମୀକ୍ଷା କରିବା ପାଇଁ ଜଣେ ଅଡିଟର ନିଯୁକ୍ତ କରିବା, ବିଭିନ୍ନ ବିଭାଗର ପାଣ୍ଠି ଦାନ ଉପରେ ସମୀକ୍ଷା କରିବା ଉପରେ ଆଲୋଚନା କରାଯାଇଥିଲା l ପୂର୍ବ ବର୍ଷ ମାନଙ୍କର ପାଣ୍ଠି ସଂଗ୍ରହ ଉପରେ ଆଲୋଚନା କରି ଜିଲ୍ଲାପାଳ ଅସନ୍ତୋଷ ବ୍ୟକ୍ତ କରିଥିଲେ l ଯେହେତୁ ଏହି ପାଣ୍ଠି ଗରିବ ଓ ନିଷ୍ପେସିତ ମାନଙ୍କ ସେବାରେ ତଥା ବିଭିନ୍ନ ବିପର୍ଯ୍ୟ ସମୟରେ ଜନହିତ କାମରେ ଲାଗୁଥିବାରୁ ସମସ୍ତେ ପାଣ୍ଠି ବୃଦ୍ଧି ଉପରେ ଚେଷ୍ଟା କରିବାକୁ ଗୁରୁତ୍ୱ ଆରୋପ କରିଥିଲେ l ଜିଲ୍ଲାପାଳ ପ୍ରତ୍ୟକ ତିନି ମାସରେ ଥରେ ସମୀକ୍ଷ୍ୟl କରିବେ ବୋଳି ଏହି ବୈଠକରେ କହିଥିଲେ l ସମସ୍ତ ଆଧିକାରୀ ମାନଙ୍କୁ ଠାରୁ ପାଣ୍ଠି ସଦୟ କରିବାକୁ କହିଥିଲେ l ରାୟଗଡ଼ ରେଡ଼କ୍ରସ ଶାଖାର ସମ୍ପାଦକ ଖର୍ଚ୍ଚ ବିବରଣୀ ଉପସ୍ଥାନ କରିଥିଲେ l ଏହି ବୈଠକରେ ଜିଲlସ୍ଥରୀୟ ଅଧିକାରୀ, ସମସ୍ତ ବିଡ଼ିଓ, ରେଡ଼କ୍ରସ ସଂସାଇଟିର ସଦସ୍ୟ ମାନେ ଯୋଗଦେଇ ଆଲୋଚନା କରିଥିଲେl

କାଶୀପୁରବ୍ଲକର ଗୋଡିବାଲିରେ ସାପ୍ତାହିକହାଟ ଉଦଘାଟନ…!

!!! ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲିପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ଼ା) – ରାୟଗଡା ଜିଲ୍ଲା ଉପାନ୍ତ ଓ ଦୁର୍ଗମ କାଶୀପୁର ବ୍ଲକଅନ୍ତର୍ଗତ ଗୋଡିବାଲି ପଂଚାୟତରେ ରବିବାରିଆ ସାପ୍ତାହିକ ହାଟ ଉଦଘାଟନ ହୋଇଯାଇଛି l ଏହି ହାଟ ପ୍ରତ୍ୟେକ ରବିବାରଦିନ ବସିବ. ଅଞ୍ଚଳର ଲୋକ ଏଥିରୁ ସବୁପ୍ରକାର ଜିନିଷ କିଣାବିକା କରିପାରିବେ ବୋଲି ସ୍ଥାନୀୟ ସରପଞ୍ଚ ଲାଂଛିନ୍ଦ୍ର ମାଝୀ କହିଛନ୍ତି l ଏହି ଅଞ୍ଚଳ ଆଗରୁ ଅତ୍ୟନ୍ତ ଦୁର୍ଗମ ରହିଥିଲା ସେହି ସମସ୍ୟାକୁ ଦୁରକରିବାପାଇଁ ହାଟର ଆରମ୍ଭ କରିବା ଉଚିତପଦକ୍ଷେପ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି l କାଶୀପୁର ବ୍ଲକର ଅତ୍ୟନ୍ତ ଦୁର୍ଗମସହ ଗମନା ଗମନର ଏଯାଏଁ ସୁବିଧା ହୋଇପାରି ନାହିଁ l ମୋବାଇଲ ଟାୱାରଠାରୁ ଆରମ୍ଭକରି ସ୍ୱାସ୍ଥ୍ୟସେବା ଭଳି ବହୁ ଗୁରୁତ୍ବପୂର୍ଣ୍ଣ ସେବାଗୁଡିକ ପାଇବାରେ ବଞ୍ଚିତହେଉଥିବା ଲୋକ ହାଟରେ ଜଙ୍ଗଲଜାତ ଦ୍ରବ୍ୟ କିଣାବିକା କରିବା ସହ ଆବଶ୍ୟକୀୟତା ପୂରଣ କରିହେବ l ଏପରିକି ଏହି ଅଞ୍ଚଳରେ ୩୨ଖଣ୍ଡ ଗ୍ରାମରହିଛି କେତେକ ଜାଗାକୁ ରାସ୍ତାନାହିଁ ବିଜୁଳି ଅନ୍ୟ ମୌଳିକ ସୁବିଧାରୂ ବଞ୍ଚିତଅଛନ୍ତି lଏବେବି ଉକ୍ତ ଅଞ୍ଚଳବାସୀ ଡିବିରୀ ଆଲୁଅରେ ବିଭିନ୍ନ ପ୍ରକାର କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି.ଯାହାକି ଜିଲ୍ଲାର ପ୍ରଶାସନ ପ୍ରତି ଆଙ୍ଗୁଳି ନିର୍ଦେଶ କରୁଛି . ଏହି ଉଦଘାଟନ ଉତ୍ସବରେ ସାମନ୍ତ ମାଝୀ, କାମେଶ୍ୱର ମାଝୀ, ବୃନ୍ଦାବନ ବସଇ, ଯୁଗୁ ମାଝୀ, ମୀନରଓ ମାଝୀ, ପ୍ରମୁଖ ଯୋଗ ଦେଇଥିଲେ l

ଶିକାରପାଈ ଭାଜପା ମଣ୍ଡଳର ବୈଠକ ଅନୁଷ୍ଠିତ…!

!!! ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲିପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ଼ା) – ରାୟଗଡ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକାରପାଈ ଭାରତୀୟ ଜନତାପାର୍ଟି ମଣ୍ଡଳ ତରଫରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ସାରା ରାଜ୍ୟରେ କେନ୍ଦ୍ରର ନିର୍ଦେଶ ଅନୁସାରେ ସବୁଜିଲ୍ଲା ତଥା ୩୧୪ ଗୋଟିବ୍ଲକରେ ପ୍ରତ୍ୟେକ ମଣ୍ଡଳସ୍ତରୀୟ ବୈଠକ କରିବାପାଇଁ ଜିଲ୍ଲାର ସବୁମଣ୍ଡଳ ସଭାପତିଙ୍କୁ ନିର୍ଦେଶ ଦିଆଯାଇଛି l ସେହି ନିର୍ଦେଶ ବଳରେ ଶିକାରପାଈ ମଣ୍ଡଳ ସମ୍ପାଦକ ମନୋଜକୁମାର ସେଠି ଓ ସହ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଟେଲଙ୍କ ନେତୃତ୍ୱରେ ବୈଠକ ଡକାଯାଇଥିଲା l ଉକ୍ତ ବୈଠକରେ କଲ୍ୟାଣ ସିଂହପୁର ବ୍ଲକ ମଣ୍ଡଳର ପୂର୍ବତନ ବ୍ଲକସଭାପତି ରାମାରାଓ, କାଡ୍ରାକା ଓ ଜିଲ୍ଲା ସମ୍ପାଦକ କୃଷ୍ଣସାମଲ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ l ଆଜିର ଆଲୋଚନାରେ ରାଜନୈତିକ ଚିଠାପ୍ରସ୍ତାବ,ସ୍ଥାନୀୟ ସମସ୍ୟା,ଥାନା, କୋର୍ଟ, କଚେରୀ ଓ ବିଭିନ୍ନ ମାମଲାରେ ଜନସାଧାରଣଙ୍କ ସହଯୋଗ କରିବାସହ ତାଙ୍କ ସୁଖ ଦୁଃଖରେ ସହଯୋଗ କରିବାକୁ ରାୟ ନିଆଯାଇଥିଲା l ମଣ୍ଡଳର ସଭାପତି ରବିବେହେରା ଅନୁପସ୍ଥିତି ରହିବାରୁ ଶିକାରପାଈ ପଞ୍ଚାଯତ ସଭାପତି ରୁଦ୍ର ଖଣ୍ଡରିୟା ସଭା ପରିଚାଳନା କରିଥିଲେ l ଗ୍ରାମ ଗ୍ରାମ ବୁଲି ସଂଗଠନ କରିବାସହ କରୋନା ସମୟରେ କିପରୀ ସତର୍କତା ଅବଲମ୍ବନକରାଯିବ ମଣ୍ଡଳ ଆଦିବାସୀ ମୋର୍ଚ୍ଚା ଦିଲୀପ ମିନିୟକା ବୁଝାଇଥିଲେ l ବରିଷ୍ଟ ବିଜେପି ଜିଲ୍ଲା ବିସ୍ତାରକ ତଥା କୁଜେନ୍ଦ୍ରି ମଣ୍ଡଳ ପ୍ରଭାରୀଧନେଶ୍ୱର ରାଉତ ଉପସ୍ଥିତରହି ତୃଣମୂଳ ସ୍ତରରେ ସଂଗଠନ କରିବାର ମନ୍ତ୍ର କହିଥିଲେ ଓ ଆଗାମୀ ଦିନରେ ଲୋକଙ୍କ ପାଖରେ ଏକମାତ୍ର ବିଜେପି ବିକଳ୍ପରହିଛି ବୋଲିକହିଥିଲେ l ଏହି ବୈଠକରେ ଯୁବମୋର୍ଚ୍ଚା ଉପସଭାପତି ମକରନେମାଲ ପୁରୀ, ସମ୍ପାଦକ କ୍ଷୀରୋଦ ମାର୍ଥା, ଦୈତାରୀ ଖାଣ୍ଡରିୟା, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରମିଳା ନାୟକ, ପ୍ରଦୀପ ନାୟକ ଓ ସମସ୍ତେ ଏକସଠି ଜଣିଆ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ଭୋଜନ ଉପରାନ୍ତ ଶ୍ରୀ ଖାଣ୍ଡରିୟା ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ l