କୋଲନରା ବ୍ଲକ ବାଙ୍କିଲି ପଞ୍ଚାୟତର ରୋବାଡି ଗ୍ରାମ ଠାରେ ବିଜେଡ଼ି କର୍ମୀଙ୍କ ଦ୍ବାରା ମିଶ୍ରଣ ପର୍ବ ଅନୁଷ୍ଠିତ, ମନ୍ତ୍ରୀଙ୍କ ଦ୍ୱାରା ମିଶନ ଶକ୍ତି ଗୃହ ଉଦଘାଟନ

!!! ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକରୁ ପୃଥିରାଜ ମହାନ୍ତି ଓ ମୋନଜ ନାଲା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋଲନରା) – ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ବାଙ୍କିଲି ପଞ୍ଚାୟତର ରୋବାଡ଼ି ଗ୍ରାମ ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ ୨୪ ତମ ଶ୍ରାଦ୍ଧ ବାଷିକ ଜୟନ୍ତି ଉପଲକ୍ଷେ ବିଜୁଜନତା ଦଳ ପକ୍ଷରୁ ବାଙ୍କିଲି ପଞ୍ଚାୟତର ରୋବାଡି ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଉପସ୍ଥିତ ରହି ସଭା ଆରମ୍ଭ କରିବା ସହିତ ଉକ୍ତ ଗ୍ରାମରେ ଥିବା ମିଶନ ଶକ୍ତି ଗୃହ ର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଲନରା ଅନ୍ତର୍ଗତ ମୁକୁନ୍ଦପୁର, ଝରଡି, ବାଙ୍କିଲି ପଞ୍ଚାୟତ ରୁ ୧୦୦ ରୁ ୨୦୦ କଂଗ୍ରେସ ଓ ବିଜେପି କର୍ମୀମାନେ ବିଜୁଜନତା ଦଳରେ ସାମିଲ ହୋଇଥିଲେ। ଏତେଧିକ କଂଗେସ ଓ ବିଜେପି କର୍ମୀ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନୀତି ଆର୍ଦଶରେ ଅନୁପ୍ରାଣିତ ହୋଇ ବିଜୁଜନତା ଦଳରେ ସାମିଲ ହୋଇଥିବାରୁ କୋଲନରା ବ୍ଲକ ବିଜେଡ଼ି ସଂଘ ଆହୁରି ଦୃଢ଼ ହେବ ବୋଲି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଧୀର କୁମାର ଦାସ କହିଛନ୍ତି।

ଏହି ମିଶ୍ରଣ ପର୍ବକୁ ବିଜୁଜନତା ଦଳର ବ୍ଲକ ସଭାପତି ଜି ରବି କୁମାର ପରିଚାଳନା କରିଥିବା ବେଳେ। ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ଗଗନ ଆର୍ଚ଼ାଯ୍ୟ, ,ଜିଲ୍ଲା ପରିଷଦ(କ) ସଭ୍ୟା ଶ୍ରୀମତୀ ସୁମି ହିମିରିକା, ବ ଡଖିଲାପଦର ସମିତି ସଭ୍ୟ ମାଦାରାଓ କଣ୍ଡାଗରୀ,ବାଙ୍କିଲି ପଞ୍ଚାୟତ ପୂର୍ବତନ ସରପଞ୍ଚ କାମେଶ୍ୱର ମାଣ୍ଡାଙ୍ଗି, ପୂର୍ବତନ ସମିତି ସଭ୍ୟ ସାନି ହିମିରିକା,ସୁବାସ କଣ୍ଡାଗରି ଓ ଶତାଧିକ ବିଜେଡ଼ି କର୍ମୀ ଉପସ୍ଥିତ ରହି ମିଶ୍ରଣ ପର୍ବକୁ ପ୍ରମୁଖ ଭାବେ ସହଯୋଗ କରିଥିଲେ

ସରକାର ଙ୍କ ବସୁନ୍ଧରା ଯୋଜନା ଏକ ପ୍ରହସନ! ଭିନ୍ନକ୍ଷମ ଙ୍କୁ ମୁଣ୍ଡ ଗୁଞ୍ଜିବାକୁ ନାହିଁ ବାସସ୍ଥାନ ! ଭଙ୍ଗା ଦଦରା କୁଡିଆ ରେ ତିନି ପ୍ରାଣୀ କୁଟୁମ୍ବ !

!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଯୋଡ଼ା) – ଭାରତ ସରକାର ଙ୍କ ଠାରୁ ଆରମ୍ଭ କରି ଓଡ଼ିଶା ସରକାର ପର୍ଯ୍ୟନ୍ତ ଗରିବ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରି ଲୋକଙ୍କୁ ସଚେତନ କରିବା ପାଇଁ ଦୁରଦର୍ଶନ ଏବଂ ବଡ଼ ବଡ଼ ହୁଡିଙ୍ଗ କରି ରାଜନେତାଙ୍କ ର ବୟାନ କିଛି କମ୍ ନୁହେଁ ! କିନ୍ତୁ ହେବ କ’ଣ ଯିଏ ଯେଉଁଠି ଅଛନ୍ତି ସେହି ଭଳି ଅବସ୍ଥା ରେ ଦିନ କାଟୁଛନ୍ତି ! ଫଳ ସ୍ୱରୂପ ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ଅନ୍ତର୍ଗତ ଦବୁନା ଗ୍ରାମ ର ଚମ୍ପା ସନ୍ଦା ଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ! ଉକ୍ତ ଅଞ୍ଚଳରେ କଳାକୃଷ୍ଣ ପାତ୍ର ନାମକ ଜଣେ ବ୍ୟକ୍ତି ଏଭଳି ପରିସ୍ଥିତିରେ ସମୁଖୀନ ହୋଇ ଆସୁଛନ୍ତି ! ପୂର୍ବ ପୁରୁଷ ର ଭିଟା ମାଟି କହିଲେ ସଂରକ୍ଷିତ ଜଙ୍ଗଲ ଜମି ଉପରେ ଛେଳି ଗାଇ ଜଗୁଆଳି ରୁ ଉପାର୍ଜିତ ସ୍ବଳ୍ପ ଅର୍ଥ ରେ ମୁଣ୍ଡ ଗୁଞ୍ଜିଛନ୍ତି ତିନି ପ୍ରାଣୀ ! ଛପର କହିଲେ ପତଳା କେଇଖଣ୍ଡ ଟିଣ ମାଟିରେ ଆବଦ୍ଧ ଥିବା ଏକ ଛୋଟ ଘର ଯେଉଁଠି ଆଜି ପର୍ଯ୍ୟନ୍ତ ବିଜୁଳି ସେବା ମଧ୍ୟ ପହଞ୍ଚି ପାରି ନାହିଁ ଫଳରେ ପ୍ରତ୍ୟେକ ଦିନ ହାତୀ ଜଗୁଆଳି ସାଜିଛି ! ଏହି ପରିସ୍ଥିତିରେ ଆତଙ୍କିତ ଅବସ୍ଥାରେ ଭଗବାନ ଙ୍କୁ ଭରସା କରି ତିନି ପ୍ରାଣୀ କାଳ କାଟୁଛନ୍ତି ! ବର୍ତମାନ ଜଙ୍ଗଲ ରୁ ଜାଳକାଠ ଏବଂ ପତ୍ର ବିକ୍ରି କରି ଦୈନନ୍ଦିନ ଗୁଜୁରାଣ ମେଣ୍ଟାଉଛନ୍ତି ! ଏହି ପରିପ୍ରେକ୍ଷୀରେ କିଏ ତାହାର ସାହା ଭରଷା ଜିଲ୍ଲା ପ୍ରଶାସନ ଏହାର ଜବାବ ନିଶ୍ଚିତ କରନ୍ତୁ ! ପ୍ରହସନ ଅପେକ୍ଷା ପ୍ରଶ୍ଚାହନ ଦେଲେ ଏଠାକାର ଗରିବ ପ୍ରଜାମାନେ ଉପକୃତ ହେବେ ! ବିଶେଷ ଭାବେ ପ୍ରକାଶ ଥାଉକି ଉକ୍ତ ଅଭିଯୋଗକାରୀ ଙ୍କ ସ୍ତ୍ରୀ ଚାନ୍ଦ ପାତ୍ର ଦୀର୍ଘ ଦିନ ଧରି ଅର୍ଥାଭାବ ଏବଂ ସଚେତନତା ଅଭାବ ରୁ ଯକ୍ଷ୍ମା ରୋଗ ରେ ପିଡୀତ ଥିବା ସ୍ଥଳେ ସ୍ବାମୀ ଜନ୍ମ ରୁ ଭିନ୍ନକ୍ଷମ, ଯାହାକି ଏକ ବାମ ହାତ ଏବଂ ବାମ ଗୋଡ କାମ କରୁ ନାହିଁ ଯାହା ରାଜ୍ୟ ସ୍ବାସ୍ଥ୍ୟ ସେବା ପ୍ରଣାଳୀ ଅପାରଗ କାର୍ଯ୍ୟ କୁ ଇଙ୍ଗୀତ କରୁଛି, ଉକ୍ତ ରୋଗାଗ୍ରସ୍ତ ମହିଳା ଅତ୍ୟନ୍ତ ଦୁର୍ବଳ ହୋଇ ପଡିବାରୁ ତାଙ୍କ ସ୍ବାମୀ ଏବଂ ଛୋଟ ପୁଅ ଖଗେ ପାତ୍ର ର ମଧ୍ୟ ଯତ୍ନ ନେଇ ପାରୁନାହାନ୍ତି, ଫଳରେ ଉକ୍ତ ଶିଶୁ ର ଭବିଷ୍ୟତ ଏକ ନିଶ୍ଚିତ ଅନ୍ଧାର ଗଳି ଦେଇ ଗତି କରୁଥିବା ର ଏକ କରୁଣ ପରିସ୍ଥିତି ସୃଷ୍ଟି କରିଛି ! ଆଗରୁ ମିଳିଥିବା ରାସନ୍ କାର୍ଡ ଟି ମଧ୍ୟ କଟା ଯାଇଥିବା ଅଭିଯୋଗ କରିଛନ୍ତି, ଏଣୁ ଏଥିପ୍ରତି ପ୍ରଶାସନ ଯଥାଶୀଘ୍ର ସମ୍ଭବ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଅଞ୍ଚଳ ବାସୀ !

ରାୟଗଡ ଜିଲ୍ଲା ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ସ୍ତମ୍ଭକାର ଦିବସ ସମାରୋହ ପାଳିତ ହୋଇଯାଇଛି ।

!!! ଗୁଣୁପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ଠାରେ ସ୍ଥାନୀୟ ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ସ୍ତମ୍ଭକାର ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ଲୋକନାଥ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ , ମୁଖ୍ୟ ବକ୍ତା ଭାବେ କବି , ଲେଖକ ଓ ଗାଳ୍ପିକ ଶ୍ରୀ ପ୍ରତାପ ରାୟ ଯୋଗ ଦେଇ ଥିଲେ ।

ଏହି କାର୍ଯ୍ୟକ୍ରମ କୁ ସଂଘ ର ଉପଦେଷ୍ଟା ତଥା ଆଇନଜୀବି ଶ୍ରୀ ଇନ୍ଦ୍ରାକ୍ଷି ପ୍ରସାଦ ଦାଶ ପରିଚାଳନା କରିବା ସହ ମଞ୍ଚାସୀନ ରହିଥିଲେ । ଉପସ୍ଥିତ ଅତିଥି ମାନଙ୍କୁ ମାନପତ୍ର ଓ ଉପଢ଼ ଉକନ ଦେଇ ସମ୍ମାନିତ କରାଯାଇଥିଲା । ଏଥିରେ ସଂଘ ର ଆବାହକ ଶ୍ରୀ ଶକ୍ତି ଦାଶ , କାର୍ଯ୍ୟକାରୀ ସଭାପତି ଶ୍ରୀ ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ , ମିଡିଆ ସେଲ୍ ସଂଯୋଜକ ଶ୍ରୀ ସିଦ୍ଧାର୍ଥ ଦାଶ ଙ୍କ ସମେତ ସଂଘ ର ଅନ୍ୟ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

ସମ୍ମାନିତ ଅତିଥି ମାନେ ସମ୍ବାଦିକଙ୍କ ଭୂମିକା ଏବଂ ସ୍ତମ୍ଭକାର ଭାବେ ପତ୍ରିକା ମାଧ୍ୟମରେ କିଭଳି ସାଧାରଣ ଜନତା ଙ୍କ ସମସ୍ୟା କୁ ପ୍ରଶାସନ ନିକଟରେ ଉପସ୍ଥାପନ କରିପାରିବେ ଏହାର ଶୈଳୀ ନେଇ ସମ୍ୟକ ସୂଚନା ଦେଇଥିଲେ । ସଂଘ ର ଆବାହକ ଶ୍ରୀ ଶକ୍ତି ଦାଶ ଙ୍କ ଆହ୍ୱାନ କ୍ରମେ ପ୍ରଥମ କରି ଜିଲ୍ଲାରେ ଏଭଳି ଏକ ଦିବସ ପାଳନ କ୍ଷେତ୍ରରେ ସଙ୍ଘ କର୍ମକର୍ତ୍ତା ଙ୍କ ପଦକ୍ଷେପ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି । ଏହି ସମାରୋହକୁ ପ୍ରତି ବର୍ଷ ଏଭଳି ପାଳନ କରି ଏହି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଛି ସାମ୍ବାଦିକଙ୍କୁ ସମ୍ମାନୀତ କରାଯିବା ପ୍ରୟାସ ଜାରି ରହିବ ବୋଲି ଆୟୋଜକ ତଥା ସଂଘ ସଦସ୍ୟ ମତବ୍ୟକ୍ତ କରିଛନ୍ତି ।

ଏ ଯୁଗରେ ତୁମେ ଜନକ ରାଜନ, ମୁଁ ତୁମ ଦୁହିତା ସୀତା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – “ଝିଅ ବୋଲି ମୋତେ କଲ ସମ୍ବୋଧନ ତେଣୁ ତୁମେ ମୋର ପିତା। ଏ ଯୁଗରେ ତୁମେ ଜନକ ରାଜନ ମୁଁ ତୁମ ଦୁହିତା ସୀତା”…କେନ୍ଦ୍ରମନ୍ତ୍ରୀଙ୍କଠାରୁ ସହାୟତା ପାଇଁ ପ୍ରତିଶ୍ରୁତି ପାଇବା ପରେ ମାମୁନୀ ଖାତୁନ୍ ଏମିତି ଏକ କବିତା ଲେଖି ସୋଶାଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ସୁନାରୁଇ ଗ୍ରାମର ମାମୁନୀ ଖାତୁନଙ୍କ ସମସ୍ତ ପାଠ ପଢ଼ାର ଦାୟିତ୍ୱ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ମାମୁନୀ ଖାତୁନ ଗାୟତ୍ରୀ ମନ୍ତ୍ର ଠାରୁ ଆରମ୍ଭ କରି ଜଗନ୍ନାଥଙ୍କ ଭଜନ ଓ ବେଦପାଠ କରି ସର୍ବଧର୍ମ ସମନ୍ୱୟର ବାର୍ତ୍ତା ଦେଇଥିଲେ। ଯାହାକୁ ନେଇ ବେଶ ପ୍ରଶଂସା ସାଉଁଟିଥିଲେ ମାମୁନୀ । ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମାମୁନୀ ଖାତୁନଙ୍କ ଘରକୁ  ଯାଇ ତାଙ୍କୁ ଭେଟିଥିଲେ। ମାମୁନୀ ଜଣେ ସଂସ୍କୃତ ଅଧ୍ୟାପିକା ହେବା ପାଇଁ ଇଚ୍ଛା ରଖିଛନ୍ତି।  ଦାରିଦ୍ର୍ୟ ପାଇଁ ପଢିପାରୁନଥିବା ଜଣାଇବା ପରେ କନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମାମୁନୀର ସମସ୍ତ ପାଠ ପଢା ଖର୍ଚ୍ଚ ବହନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ବାଲିଆପାଳ ସୁନାରୁଇ ଗାଁର ସାମସୁଦ୍ଦୀନ ଶାହାଙ୍କ ତୃତୀୟ କନ୍ୟା ହେଉଛନ୍ତି ମାମୁନୀ ଖାତୁନ। ହାଇସ୍କୁଲରେ ପଢ଼ୁଥିଲା ବେଳେ ରାଧା ମାଧବ… ଭଜନ ଗାଇ ଚର୍ଚ୍ଚାକୁ ଆସିଥିଲେ। ପରବର୍ତ୍ତୀ ସମୟରେ ଶିକ୍ଷକଙ୍କ ପରାମର୍ଶରେ ଭଜନ, ଜଣାଣ, ଗାୟତ୍ରୀ ମନ୍ତ୍ର, ଗୀତା ଓ ଭାଗବତକୁ ଅତି ଶାବଲୀଳ ଢଙ୍ଗରେ ଗାଉଛନ୍ତି। କୋରାନ ପଢ଼ିବା ସହିତ ଭଜନ ଓ ଜଣାଣରେ ବେଶ୍‌ ଦକ୍ଷତା ରଖିଛନ୍ତି ସେ। ଆର୍ଥିକ ଅନଟତ ସତ୍ତ୍ୱେ କଠନ ପରିଶ୍ରମ କରି ମ୍ୟାଟ୍ରିକ୍‌ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି ମାମୁନୀ। ଏବେ ସେ ସୁବର୍ଣ୍ଣରେଖା ମହାବିଦ୍ୟାଳୟରେ ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷର ଛାତ୍ରୀ। ସଂସ୍କୃତ ଓ ଭଜନ, ଜଣାଣ ପ୍ରତି ମାମୁନୀଙ୍କ ଥିବା ଆଗ୍ରହ ସମ୍ପର୍କରେ ଜାଣିବାକୁ ପାଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ପରେ ତାଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ। ସମୟ ମିଳିଲେ ଯାଇ ଦେଖା କରିବେ ବୋଲି ଫୋନ୍‌ରେ ମାମୁନୀଙ୍କୁ ପ୍ରତିଶ୍ରୁତି ବି ଦେଇଥିଲେ କେନ୍ଦ୍ରମନ୍ତ୍ରୀ। ପ୍ରତିଶ୍ରୁତି ମୁତାବକ ଆଜି ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ସୁନାରୁଇ ଗାଁକୁ ଯାଇଥିଲେ।ସେ ମାମୁନୀ ଓ ତାଙ୍କ ପରିବାର ଲୋକଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ପରେ ମାମୁନୀର ପାଠପଢ଼ା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି- “ସାମ୍‌ସୁଦ୍ଦୀନ୍‌ ଶାହା ଜଣେ ଦିନ ମଜୁରିଆ। ସେ ଯାହା ଉପାର୍ଜନ କରୁଛନ୍ତି, ସେଥିରେ ଝିଅ ମାମୁନୀ ଖାତୁନକୁ ପଢ଼ାଉଛନ୍ତି। ନିଜର କଠିନ ଅଧ୍ୟବସାୟ ବଳରେ ସେ ମ୍ୟାଟ୍ରିକ୍‌ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମାମୁନୀ ଗୀତା, ଭାଗବନ, ମହାମୃତ୍ୟୁଞ୍ଜୟ ମନ୍ତ୍ର ସହ ବିଭିନ୍ନ ସଂସ୍କୃତ ମନ୍ତ୍ର ଆବୃତି କରୁଛନ୍ତି। ଏହାଛଡ଼ା ଭଜନ ଗାଉଛନ୍ତି ଓ ନମାଜ ପଢ଼ୁଛନ୍ତି। ଏଭଳି ପ୍ରତିଭାବାନ ଝିଅର ପ୍ରତିଭା ନଲୁଚୁ। ସେଥିପାଇଁ ତାଙ୍କର ପାଠପଢ଼ାରେ ମୁଁ ସବୁପ୍ରକାର ସାହାଯ୍ୟ କରିବି। ମାମୁନୀ ହଷ୍ଟେଲ୍‌ ରହି ପାଠ ପଢ଼ିବେ। ସେ ଯେଉଁଠି ପଢ଼ିବେ, ମୁଁ ତାକୁ ସେଇଠି ପଢ଼ାଇବି। ତାଙ୍କର ସବୁ ସ୍ୱପ୍ନ ପୂରଣ କରିବି।”

‘ପିଆଜ ପକେଟ୍‌ରେ ରଖିଲେ କରୁଣା ଫରୁଣା ପାଖକୁ ଆସିବନି’ – ସୁର ରାଉତରାୟ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – “ସକାଳେ ଉଠି ଗୋଟିଏ ପିଆଜ ପକେଟ୍‌ରେ ରଖିବେ। ସେ ପିଆଜ ସେମିତି ପକେଟ୍‌ରେ ପଡ଼ିଥିବ। ଆଉ ଯେତେବେଳେ ଭାତ ଖାଇବେ, ସେତେବେଳେ ଦୁଇ କୋଲା ରସୁଣ ଚୋବାଇ ଖାଇଦେବେ। ରସୁଣ ପଖାଳ ବା ଗରମ ଭାତ ଯେଉଁଥିରେ ଖାଇଲେ ଚଳିବ। ଦେଖିବ କରୁଣା ଫରୁଣା କେହି ପାଖକୁ ଆସିବନାହିଁ। ଏହାଛଡ଼ା ମନୋବଳ ଦୃଢ଼ କରିବାକୁ ପଡ଼ିବ।” ରାଜ୍ୟରେ ବଢ଼ିଚାଲି ଥିବା କରୋନା ସଂକ୍ରମଣକୁ ଦେଖି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ ଆଜି ଏପରି ଟିପ୍ସ ଦେଇଛନ୍ତି। ସେ କହିଛନ୍ତି-“ମୁଁ ସକାଳୁ ଉଠି ୫ଟି ଗାଁ ବୁଲି ସାରିଲିଣି। ଆମେ କେବଳ ସହରରେ ବାଛୁଛେ। ଗାଁ ଗହଳରେ ଯେମିତି ଯଜ୍ଞ, ମେଳା, ବୈଶାଖୀ ମେଳା ଓ ମୌଚ୍ଛବ ଚାଲିବା କଥା ଚାଲିଛି। ଯେତେ ବୁଲିବ କରୋନା ସେତେ ଦୌଡ଼ିବ। ଏଥିପାଇଁ ଷ୍ଟେମିନା ଦରକାର। ନବୀନବାବୁଙ୍କ ଭଳି ଗୋଟିଏ ଘରେ ବସିବା ଉଚିତ ନୁହେଁ। ଷ୍ଟ୍ରଙ୍ଗ- ଲୋକଙ୍କ ପାଖକୁ ଯିବ, ଲୋକଙ୍କ କାମ କରିବ, ମନୋବଳ ବଢ଼ିବ। ଆଉ ଘରେ ବସି ଶୋଇଜି ସୁଇଚ୍‌ ଚିପି ଦେଇ ଭାଇ-ଭଉଣୀ କହିଦେଲେ ଚଳିବନାହିଁ। ବିଜୁ ପଟ୍ଟନାୟକ ସିଧା ସ୍ପଟ୍‌କୁ ଯାଉଥିଲେ। ଘର ପୋଡ଼ିଗଲେ ବା ବନ୍ୟା ହେଲେ ସେ ଘଝଟଣାସ୍ଥଳକୁ ଯାଉଥିଲେ। ନବୀନ ବାବୁ ଓଡ଼ିଶାରେ ବିପଦ ପଡ଼ିଛି, ଘର ଛାଡ଼ି ଜାଗା ଉପରକୁ ଯାଆନ୍ତୁ। ସେଠାରେ ଛିଡ଼ା ହୋଇଗଲେ ଅଫିସର, ପୁଲିସ, ମେଡ଼ିକାଲ୍‌ କର୍ମଚାରୀ ଓ ଲୋକଙ୍କ ମନବଳ ବଢ଼ିଯିବ।”

ଆଜିର ଅନୁଚିନ୍ତା – ଘରର ଉତ୍ତର-ପୂର୍ବ ଦିଗ ଚଟାଣରେ ଧଳା ମାର୍ବଲ ବ୍ୟବହାର କଲେ ବହୁତ ଲାଭ ମିଳେ …!

!!!  ପ୍ରବଚକ.ଜଗଦୀଶ ପ୍ରସାଦ   !!!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆଜିକାଲି ପ୍ରାୟ ସମସ୍ତେ ଘର କଲେ ଚଟାଣକୁ ମାର୍ବଲ କରୁଛନ୍ତି। ନ ହେଲେ ଟାଇଲ ପକାଉଛନ୍ତି। ବଜାରରେ ବିଭିନ୍ନ ରଙ୍ଗ ଓ ଡିଜାଇନ୍‌ର ମାର୍ବଲ ଓ ଟାଇଲ୍ ମିଳୁଛି। ଲୋକେ ନିଜ ନିଜ ପସନ୍ଦର ମାର୍ବଲ ଓ ଟାଇଲ୍‌ ବାଛି ବ୍ୟବହାର କରୁଛନ୍ତି। ତେବେ ଘର କଲା ବେଳେ ରୁମ୍‌ ଗୁଡ଼ିକର ସ୍ଥିତି ସହିତ କେଉଁ ଦିଗରେ କବାଟ, ଝରକା ରହିବ, ସେ ନେଇ ଅନେକ ଲୋକ ବାସ୍ତୁର ସାହାଯ୍ୟ ନିଅନ୍ତି। ଠିକ୍ ସେହିପରି ଘର ତିଆରି ପାଇଁ ବ୍ୟବହାର କରାଯାଉଥିବା ମାର୍ବଲ ଚୟନ ବେଳେ ବାସ୍ତୁର ସାହାଯ୍ୟ ନେବା ଆବଶ୍ୟକ ବୋଲି କୁହାଯାଏ। କାରଣ ଏହା ମଧ୍ୟ ଘର ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରର ଉତ୍ତର-ପୂର୍ବ ଦିଗର ଚଟାଣରେ ସର୍ବଦା ଧଳା ମାର୍ବଲ ବିଛାନ୍ତୁ। ଏହି ରଙ୍ଗର ମାର୍ବଲକୁ ଆପଣ ଘରର ପଶ୍ଚିମ ଦିଗର ଚଟାଣରେ ମଧ୍ୟ ବ୍ୟବହାର କରିପାରିବେ। ଉତ୍ତର-ପୂର୍ବ ଦିଗରେ ଚଟାଣରେ ଧଳା ମାର୍ବଲ ବ୍ୟବହାର କଲେ ଅନେକ ଶୁଭ ଫଳ ମିଳିଥାଏ। ଏହା ଘର ଲୋକଙ୍କ ବାଟରେ ଆସୁଥିବା ସମସ୍ତ ବାଧାବିଘ୍ନକୁ ହଟାଇ ଦିଏ। ଘର ଲୋକଙ୍କୁ ମାନସିକ ଭାବେ ଦୃଢ଼ କରେ। ଏହା ସହିତ ଏହା ଘର ଲୋକଙ୍କ ଉନ୍ନତି ଓ ସଫଳତାରେ ସହାୟକ ହୋଇଥାଏ। ଘରକୁ ଅର୍ଥାଗମନ ହୋଇଥାଏ। ସେହିପରି ଅଟକି ଯାଇଥିବା କାମକୁ ସଂପୂର୍ଣ୍ଣ କରିବାରେ ବେଶ୍ ସହାୟକ ହୋଇଥାଏ।