ଗୁଣପୁର ଠାରେ ନାଇଟ୍ କର୍ଫ୍ୟୁ ସଫଳ..!

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର)-କରୋନା ସଂକ୍ରମଣର ଦ୍ବିତୀୟ ଲହରିରେ ଦେଶେରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ହେତୁ ରାଜ୍ୟ ପ୍ରଚାଳନା ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ନିମନ୍ତେ ସମସ୍ତ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି କ୍ରମରେ ଗୁଣପୁର ପୋୖର ପରିଷଦ ପକ୍ଷରୁ ଜନସଧାରଙ୍କୁ ସଚେତନ ର ବାର୍ତ୍ତା ଦିଆଯାଇଛି । ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଗୁଣପୁର ସହରରେ ରାଜ୍ୟ ସରକାରଙ୍କ ପ୍ରଦତ୍ତ ନିୟମକୁ କଡାକଡି ଭାବେ ପାଳନ କରିବାକୁ ଏବଂ ରାତ୍ର ୯ଘଣ୍ଟା ଠାରୁ ସକାଳ ୫ଘଣ୍ଟା ପର୍ଯ୍ୟନ୍ତ ଜାରି କରାଯାଇଥିବା ନାଇଟ କର୍ଫ୍ୟୁ କୁ ପାଳନ କରିବାକୁ ଅନୁରୋଧ କରାଯାଇଛି । ଯଦି କେହି ଏହାକୁ ଉଲଂଘନ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନି ମଧ୍ୟ ଦିଆଯାଇଛି ।

ସୂଚନା ପରେ ଆଜି ରାତ୍ର୯ଘଣ୍ଟା ସମୟରେ ଗୁଣପୁର ପୋଲିସ ପକ୍ଷରୁ ନାଇଟ କର୍ଫ୍ୟୁ ଜନିତ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି ।ପୋଲିସ ର ପେଟ୍ରୋଲିଂ ସମୟରେ ଯେଉଁ ଦୋକାନ ଖୋଲା ଥିଲା ସେଗୁଡିକ ବନ୍ଦ କରିବା ନିମନ୍ତେ କୁହାଯାଇଥିଲା ।ମୋଟା ମୋଟି ଭାବେ ଗୁଣପୁର ଠାରେ ଆଜିର ନାଇଟ କର୍ଫ୍ୟୁ ବ୍ୟବସ୍ଥା ସମ୍ପୂର୍ଣ୍ଣ ସଫଳ ହୋଇଛି । ଅତ୍ୟା ଵଶ୍ୟକ ସ୍ଥଳେ ଯେଉଁ ମାନେ ଏହି ସମୟରେ ବାହାରକୁ ବାହାରିବେ ସେମାନଙ୍କ ପରିଚିୟ ପତ୍ର ଏବଂ କାର୍ଯ୍ୟ କୁ ତଦାରଖ କରିବା ପରେ ଯିବାକୁ ଅନୁମତି ଦିଆଯିବ ଏବଂ ଏହି ସମୟରେ ଗୁଣପୁର ସହରାଞ୍ଚଳର ପୁରୁଣା ବସ ଷ୍ଟାଣ୍ଡ,ବାଇ ପାସ ଛକ ଓ ପୁରୁଣା ଗୁଣପୁର ଛକ ସମେତ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ର ବସନାଗୁଡା ଛକ ଏବଂ କାଟିକି ଠାରେ ତା ତନଖି ଫାଟକ ଖୋଲା ଯାଇଥିବା ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ମୋନଜ ବେହେରା ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ପ୍ରସ୍ତାବ: କୋଭିଡ୍ ଟିକା ଖୋଲା ବଜାରରେ ମିଳୁ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ କୋଭିଡ୍ ଟିକା ଅଭାବକୁ ନେଇ ଗତ କିଛିଦିନ ଧରି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଓଡ଼ିଶା ସରକାର ଆଜି ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ନିକଟକୁ କେତେକ ପ୍ରସ୍ତାବ ପଠାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଖୋଲା ବଜାରରେ କୋଭିଡ୍ ଟିକା ଉପଲବ୍ଧ କରାଇବା ନିମନ୍ତେ ପ୍ରସ୍ତାବ ଦେଇଛନ୍ତି। କୋଭିଡ୍ ମହାମାରୀକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ମାର୍ଚ୍ଚ ୩୦ତାରିଖରେ ଚିଠି ଲେଖି ଦେଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଶଂସା କରିଛନ୍ତି । କୋଭିଡ୍ ଟିକା ସରକାରୀ ବଣ୍ଟନ ବ୍ୟବସ୍ଥା ବାହାରେ ଯଦି ଖୋଲା ବଜାରରେ ଉପଲବ୍ଧ ହୋଇପାରନ୍ତା ତା’ହେଲେ ଯେକେହି ଏହାକୁ କିଣି ନେଇପାରନ୍ତେ। ଆଉ ସରକାର ମଧ୍ୟ ସମାଜର ସମ୍ବେଦନଶୀଳ ବର୍ଗକୁ କୋଭିଡ୍ ଟିକା ପ୍ରଦାନ ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରିପାରନ୍ତେ । ସେହିପରି ଓଡ଼ିଶାରେ କୋଭିଡ୍ ଟିକାକୁ ନେଇ ରହିଥିବା ଅଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାରେ ଏବେ ଦିନକୁ ପ୍ରାୟ ୩ଲକ୍ଷ କୋଭିଡ୍ ଟିକା ଦେବାର ବ୍ôୟସ୍ଥା ହୋଇଛି । ଲୋକମାନେ ମଧ୍ୟ ଟିକା ନେବା ପାଇଁ ଅଧିକ ଆଗ୍ରହ ଦେଖାଉଛନ୍ତି । ତେଣୁ ଟିକା ଯୋଗାଣରେ ହେଉଥିବା ବିଳମ୍ବ ଯୋଗୁ ସମସ୍ୟା ହେଉଛି । ରାଜ୍ୟରେ ଟିକାକରଣକୁ ସୁବ୍ୟବସ୍ଥ୍‌ିତ କରିବା ପାଇଁ ଅତିକମରେ ୨୫ଲକ୍ଷ କୋଭିଡ୍ ଟିକା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏହାସହିତ ରାଜ୍ୟରେ ୪୫ବର୍ଷରୁ ଅଧିକ ବୟସର ସମସ୍ତ ଯୋଗ୍ୟ ଲୋକମାନଙ୍କୁ ଟିକାକରଣ ପାଇଁ ଅତିକମରେ ୧୬୦ଦିନ ସମୟ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ୍ ଟିକା ଉତ୍ପାଦନ କ୍ଷେତ୍ରରେ ଭାରତୀୟ କମ୍ପାନୀଗୁଡ଼ିକର ଯଥେଷ୍ଟ ଦକ୍ଷତା ରହିଛି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସହଯୋଗ କଲେ ଏହି ଟିକା ଉତ୍ପାଦନ ବୃଦ୍ଧି ପାଇପାରନ୍ତା । ଏହା ଏକ ଅସାଧାରଣ ସ୍ଥିତି ହୋଇଥିବାରୁ ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଉଚିତ୍ । ସେହିପରି କିଛି ମେଟ୍ରୋପଲିଟାନ ସହରରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ସେଠାରେ ବୟସରେ କୋହଳ ଅବଲମ୍ବନ କରି ପ୍ରାଥମିକତା ଭିତ୍ତିରେ ଟିକାକରଣ ହେବା ଉଚିତ୍ । ଏସବୁ ସହର ଦେଶର ଅର୍ଥନୀତିକ କେନ୍ଦ୍ରସ୍ଥଳୀ ହୋଇଥିବାରୁ ସେସବୁ ଅଂଚଳରେ ଲକଡାଉନ ହେଲେ ସେଠାରେ ଥିବା ଶ୍ରମିକମାନେ ନିଜ ଘରକୁ ଫେରିବେ ଓ ତା’ର ପ୍ରଭାବ ଦେଶର ଅନ୍ୟ ଭାଗ ଉପରେ ପଡ଼ିବ ।

କୁମ୍ଭମେଳା ଯାଇଥିବା ବ୍ୟକ୍ତି ଓଡ଼ିଶା ଫେରିଲେ ୧୪ଦିନିଆ କ୍ୱାରେଣ୍ଟାଇନରେ ରହିବେ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଉତ୍ତରାଖଣ୍ଡର କୁମ୍ଭ ମେଳାକୁ ଯାଇଥିବା ବ୍ୟକ୍ତିମାନେ ନିଶ୍ଚିତ ଭାବେ ୧୪ଦିନିଆ କ୍ୱାରେଣ୍ଟାଇନରେ ରହିବେ। ସେମାନେ ନିଜ ଘର ହେଉ ଅବା କ୍ଲଷ୍ଟର କ୍ୱାରେଣ୍ଟାଇନ ସେଣ୍ଟରରେ ରହିବେ। ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି। କୁମ୍ଭମେଳାରେ ସାମିଲ ପାଇଁ ଉତ୍ତରାଖଣ୍ଡ ସରକାରରେ ପଞ୍ଜିକୃତ ହୋଇଥିବା ସମସ୍ତ ବ୍ୟକ୍ତିମାନଙ୍କ ତାଲିକାକୁ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ୍ତ କୁମାର ଜେନା ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ପ୍ରଦାନ କରିଛନ୍ତି। କୁମ୍ଭମେଳାରେ ସାମିଲ ହୋଇଥିବା ସମସ୍ତ ପଞ୍ଜିକୃତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କର ଗସ୍ତ ବିବରଣୀ ହାସଲ କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ସେହି ବ୍ୟକ୍ତିମାନେ ଟ୍ରେନ ଓ ବିମାନରେ ଓଡ଼ିଶା ଆସିବା ପୂର୍ବରୁ ଆରଟିପିସିଆର ପରୀକ୍ଷା ରିପୋର୍ଟ ଧରି ଯେଭଳି ଆସିବେ ତାହା ସେମାନଙ୍କୁ ଅବଗତ କରାଇବାକୁ କୁହାଯାଇଛି । ସେହି ସମସ୍ତ ବ୍ୟକ୍ତିଙ୍କୁ ନିଶ୍ଚିତ ଭାବେ ଯୋଗାଯୋଗ କରି ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବାକୁ କୁହାଯାଇଛି। ସେମାନେ ଓଡ଼ିଶା ଆସିବା ପରେ ସେମାନଙ୍କୁ ୧୪ଦିନିଆ ହୋମ୍ କ୍ୱାରେଣ୍ଟାଇନ ହେଉ ଅବା  କ୍ଲଷ୍ଟରରେ ଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ଆରଟିପିସିଆର ଟେଷ୍ଟ ହୋଇଥିବା ବାଧ୍ୟତାମୂଳକ। ଯଦି କୌଣସି ବ୍ୟକ୍ତିଙ୍କଠାରେ କୋଭିଡ୍ ଲକ୍ଷଣ ଦେଖାଯାଏ, ତାଙ୍କ ସହ ତୁରନ୍ତ ଯୋଗାଯୋଗ କରାଯିବ। ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ନିୟମିତ ଭାବେ ସେହି ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବେ। କୁମ୍ଭ ମେଳାକୁ ଯାଇଥିବା ବ୍ୟକ୍ତିମାନେ ନିଜକୁ ସ୍ୱେଚ୍ଛାକୃତ ଭାବେ ଆଇସୋଲେସନରେ ରଖିବା ସହ ସ୍ଥାନୀୟ ବିଡିଓ ଅବା ମ୍ୟୁନିସପାଲଟି କି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବେ। ସେମାନେ କଡ଼ାକଡ଼ି ଭାବେ କୋଭିଡ୍ ନିୟମ ପାଳନ କରିବେ।  ପ୍ରତ୍ୟେକ ଦିନ ଏହି ରିପୋର୍ଟକୁ ସ୍ୱାସ୍ଥ୍ୟ ବିଭାଗ ଓ ଏଆରସିଙ୍କ ଅଫିସକୁ ପଠାଇବାକୁ  ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।

ହାଇଦର ଫେରାର ହେବା ଘଟଣାରେ ଆଉ ୩ ଗିରଫ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/କଟକ) – ଏସ୍‌ସିବିରୁ ହାଇଦର ଫେରାର ହେବା ଘଟଣାରେ ଆଉ ୩ ଜଣ ଗିରଫ ହୋଇଛନ୍ତି। ଜଣେ ଯୁବତୀ ଓ ୨ ଯୁବକଙ୍କୁ ଗିରଫ କରିଛି  ମଙ୍ଗଳାବାଗ ଥାନା ପୁଲିସ। ହାଇଦରକୁ ଫେରାର ହେବାରେ ସହଯୋଗ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି। ଏନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ପୂର୍ବରୁ ହାଇଦର ଫେରାର ଘଟଣାରେ ୬ ଜଣ ପୁଲିସ୍ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏହି ୬ ଜଣ ଡାକ୍ତରଖାନାରେ ହାଇଦରକୁ ଜଗିବା ଦାୟିତ୍ୱରେ ନିୟୋଜିତ ହୋଇଥିଲେ। ସେହିପରି ହାଇଦରର ଜଣେ ସହଯୋଗୀ ୟାକୁବ ଓରଫ ସଲ୍ଲୁକୁ ଗିରଫ କରାଯାଇଛି।  କଟକ ଚାଉଳିଆଗଞ୍ଜ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା ୟାକୁବ । ସେ ଏସ୍‌ସିବିରେ ହାଇଦରକୁ ବିରିୟାନୀ ଯୋଗାଇଥିବା ଅଭିଯୋଗ ହୋଇଥିଲା।  ମହାନଦୀବିହାରର ୟାକୁବ ଏକାଧିକ ଥର ହାଇଦରକୁ ଭେଟିଥିଲା । ଏସ୍‌ସିବିରେ ଭେଟି ବିଭିନ୍ନ କାମ ପାଇଁ ସହଯୋଗ ମାଗିଥିବା ସୂଚନା ମିଳିଛି । ସେପଟେ  ଗିରଫ ହାଇଦରକୁ କରୋନା ହେବା ଜଣାପଡ଼ିବା ପରେ ତାକୁ ଚୌଦ୍ୱାର ଜେଲର ଆଇସୋଲେସନ୍ ଓ୍ୱାର୍ଡରେ ରଖାଯାଇଛି । କରୋନାରୁ ସୁସ୍ଥ ହେବା ପରେ ରିମାଣ୍ଡରେ ଆଣିବାକୁ ପୁଣି ଆବେଦନ କରାଯିବ ବୋଲି କହିଛନ୍ତି କଟକ ଡିସିପି ପ୍ରତୀକ ସିଂ । ପୂର୍ବରୁ କୋର୍ଟଙ୍କ ଅନୁମତି ଅନୁୟାୟୀ ମଙ୍ଗଳବାବାଗ ପୁଲିସ ଆଜିଠୁ ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବାର ଥିଲା। କିନ୍ତୁ କରୋନା ସଂକ୍ରମିତ ହେବା ଯୋଗୁ ରିମାଣ୍ଡକୁ ସ୍ଥଗିତ ରଖିଛି ପୁଲିସ। ଅନ୍ୟପଟେ ହାଇଦର ଲିଙ୍କରେ ଥିବା ୩ ଯୁବତୀଙ୍କୁ ମାରାଥନ ଜେରା କରି ଥିଲା ପୁଲିସ। ଏହି ଯୁବତୀ ମାନେ ହାଇଦର ସହ ଫୋନରେ କଥା ହେଉଥିଲେ । ଏମାନଙ୍କ ଫୋନ ଟ୍ରାକିଂ ବେଳେ ଜଣାପଡ଼ିଥିଲା ହାଇଦରର ଲୋକେସନ୍।  ଏବେ ସୁଦ୍ଧା ହାଇଦର ଫେରାର ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି।

ମେ’ ୧୩ରେ ପିପିଲି ଉପ ନିର୍ବାଚନ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁ ଯୋଗୁ ସ୍ଥଗିତ ଥିବା ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆସନ୍ତା ମେ’ ୧୩ତାରିଖରେ ହେବ। ଭୋଟଗଣତି ମେ’ ୧୬ତାରିଖରେ ହେବ ବୋଲି  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି। ମେ’ ୧୩ରେ ପିପିଲି ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଖୁବଶୀଘ୍ର ଜାରି ହେବ। ଏପ୍ରିଲ ୨୬ତାରିଖ ନାମାଙ୍କନପତ୍ର ଦାଖଲର ଶେଷଦିନ ଥିବାବେଳେ ୨୭ରେ ଯାଂଚ ଓ  ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୨୯ ଧାର୍ଯ୍ୟ ହୋଇଛି। ଉଲ୍ଲେଖଯୋଗ୍ୟ, ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଏପ୍ରିଲ ୧୭ତାରିଖରେ ହେବାର କାର୍ଯ୍ୟସୂଚୀ ରହିଥିଲା। କିନ୍ତୁ ଏପ୍ରିଲ ୧୪ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁ ଯୋଗୁ ଏହି ଭୋଟଗ୍ରହଣକୁ ସ୍ଥଗିତ ରଖାଯାଇଥିଲା। ଦିନେ ଦୁଇଦିନ ମଧ୍ୟରେ ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେବା ନିମନ୍ତେ କଂଗ୍ରେସକୁ ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷରୁ ନୋଟିସ ଜାରି କରାଯିବ। କଂଗ୍ରେସ ୭ଦିନ ମଧ୍ୟରେ ନିଜର ପ୍ରାର୍ଥୀ ଘୋଷଣା ସହ ନାମାଙ୍କନ ପତ୍ର ଦାଖଲ କରିବ। ତା’ପରେ ତାଙ୍କୁ ପ୍ରଚାର ନିମନ୍ତେ ମଧ୍ୟ ଅନ୍ୟ ପ୍ରାର୍ଥୀଙ୍କ ଭଳି ଆବଶ୍ୟକ ସୁଯୋଗ ମିଳିବ ବୋଲି ଜଣାପଡ଼ିଛି।

ଲକ୍‌ଡାଉନ୍‌ ଲାଗୁ ନକରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ‘ଫିକି’

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ କେତେକ ସ୍ଥାନରେ ନାଇଟ୍ କର୍ଫ୍ୟୁ ଲାଗୁ ପରେ FICCI ‘ଫିକି’ର ଉଦବେଗ। ଗତବର୍ଷ କରୋନା ଯୋଗୁଁ ଅର୍ଥନୀତି ବିଗିଡ଼ିଥିବାରୁ ଏଥର ଲକଡାଉନ ଲାଗୁ ହେଲେ ପରିସ୍ଥିତି ଖରାପ ହୋଇଯିବ ବୋଲି ଫିକି ଆଶଙ୍କା କରିଛି। ବର୍ତ୍ତମାନର ଅର୍ଥନୈତିକ ପରିସ୍ଥିତିକୁ ଦେଖି ଲକଡାଉନ ଲାଗୁ ନ କରିବାକୁ ଫିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦେଶର ୨୫ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛି। ଲକଡାଉନ ଲାଗୁ ହେଲେ ଅର୍ଥନୀତି ସଂପୂର୍ଣ୍ଣ ଭୂଶୁଡ଼ି ପଡ଼ିବାର ଆଶଙ୍କା ରହିଛି ବୋଲି ଫିକି କହିଛି । ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିବା ସହ କୋଭିଡ୍ ପରିଚାଳନା ସଂପର୍କରେ କେତେକ ପରାମର୍ଶ ମଧ୍ୟ ଦେଇଛନ୍ତି ଫିକି ଅଧ୍ୟକ୍ଷ ଉଦୟ ଶଙ୍କର । ଗତବର୍ଷ ଲକଡାଉନ ଲାଗୁ ପରେ ଯେଉଁ କ୍ଷତି ହୋଇଥିଲା, ତାହା ଏବେ ଧିରେ ଧିରେ ସୁଧୁରୁଛି । ଏଣୁ ଏ ପରିସ୍ଥିତିରେ ଆଉଥରେ ସଂପୂର୍ଣ୍ଣ ଲକଡାଉନ ବା ଆଂଶିକ ଲକଡାଉନ ଲାଗୁ କରିବାରୁ ନିବୃତ୍ତ ରହିବା ଉଚିତ ବୋଲି ସେ କହିଛନ୍ତି । ଏହା ବଦଳରେ କୋଭିଡ୍ ଟେଷ୍ଟିଂ, ସଚେତନତା କାର୍ଯ୍ୟକ୍ରମ ବୃଦ୍ଧି କରିବାକୁ ଉଦୟ ଶଙ୍କର ପରାମର୍ଶ ଦେଇଛନ୍ତି । ଏସବୁ କାର୍ଯ୍ୟକ୍ରମରେ ସ୍କୁଲ, କଲେଜ ଓ ଏନ୍‌ଜିଓରୁ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରିବା ଉଚିତ । ତା’ଛଡ଼ା ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଟିକାକରଣ କରିବା ଲାଗି ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୨୪ ତମ ଶ୍ରାଦ୍ଧ ଜୟନ୍ତୀ ପାଳିତ ।

!!! ଗୁଣୁପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣୁପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥାନୀୟ ନୂତନ ବସ୍ ଷ୍ଟାଣ୍ଡ ଠାରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ୨୪ ତମ ଶ୍ରାଦ୍ଧ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବିଜୁ ବାବୁ ଯେପରି ଓଡିଶା ବାସୀ ଙ୍କ ସେବା କରି ନିଜ ନାମ ଅକ୍ଷୁର୍ଣ୍ଣ ରଖିଥିଲେ ଠିକ୍ ସେଭଳି ବିଧାୟକ ଶ୍ରୀ ଗମାଙ୍ଗ ମଧ୍ୟ ଗୁଣପୁର ବାସୀ ଙ୍କ ସେବା କରି ସଭିଙ୍କ ମନ ରେ ଘର କରିବାକୁ ଚେଷ୍ଟା କରିବି ବୋଲି ମତ ବ୍ୟକ୍ତ କରିଥିଲେ । ଏଥିରେ ବିଧାୟକ ଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଅଶ୍ୱିନ ଗମାଙ୍ଗ , ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ଶ୍ରୀ ବିଷ୍ଣୁ ପଣ୍ଡା , ଯୁବ ସଂଗଠକ ରାମ ପଣ୍ଡା , ରିଣ୍ଟୁ ଦାଶ , ଆଇନଜୀବି ରାଜେନ୍ଦ୍ର ସାହୁ , ଆଇନଜୀବି ରାଜେନ୍ଦ୍ର ପାଢ଼ୀ , ପୂର୍ବତନ ୱାର୍ଡ ମେମ୍ବର ଦେବୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ ।