ଆଜିର ଅନୁଚିନ୍ତା – ଛାତ ଉପରେ ତୁଳସୀ ଗଛକୁ କଦାପି ରଖନ୍ତୁ ନାହିଁ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ହିନ୍ଦୁ ଧର୍ମରେ ତଳସୀ ଗଛକୁ ଭଗବାନ କୃଷ୍ଣଙ୍କ ସ୍ୱରୂପ ବୋଲି ବିଶ୍ୱାସ କରାଯାଏ। ଏଥିପାଇଁ ପ୍ରାୟ ସମସ୍ତଙ୍କ ଘରେ ତୁଳସୀ ଗଛକୁ  ପୂଜା କରାଯାଏ। ତୁଳସୀ ଗଛକୁ ପୂଜା କରିବା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ବିଶ୍ୱାସ ରହିଛି। ବାସ୍ତୁଶାସ୍ତ୍ରରେ ମଧ୍ୟ ଏହି ଗଛରେ ଅନେକ ମହତ୍ତ୍ୱ ରହିଛି। ଏହା ସୁଖ, ସମୃଦ୍ଧତା ଏବଂ କଲ୍ୟାଣକାରୀ ଜୀବନର ପ୍ରତୀକ ବୋଲି କୁହାଯାଇଛି। ତେବେ ତୁଳସୀ ଗଛକୁ ଘରର ସଠିକ୍‌ ସ୍ଥାନରେ ଯଦି ନ ରଖାଯାଏ ତେବେ ଏହା ଅଶୁଭ ଫଳ ଦେଇଥାଏ। ତେଣୁ ତୁଳସୀ ଗଛକୁ ଘରର କେଉଁ ସ୍ଥାନରେ ରଖିବା ଉଚିତ ନୁହେଁ ଆସନ୍ତୁ ଜାଣିବା।

  • କିଛି ଲୋକଙ୍କ ଘରେ ସ୍ଥାନ ଅଭାବ ଯୋଗୁଁ ଲୋକମାନେ ଘରର ଛାତ ଉପରେ ତୁଳସୀ ଗଛକୁ ରଖନ୍ତି । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ତୁଳସୀ ଗଛକୁ ଛାତ ଉପରେ ରଖିବା ଉିଚିତ ନୁହେଁ। ଏଭଳି ରଖିବା ଦ୍ୱାରା ଏହା ଅଶୁଭ ଫଳ ଦେଇଥାଏ।  ଘରକୁ ନକରାତ୍ମକ ଶକ୍ତି ପ୍ରେବଶ କରିଥାଏ।
  • ଯେଉଁମାନଙ୍କ ରାଶିଫଳରେ ବୁଧ ଗ୍ରହ ଧନ ସହ ସମ୍ପର୍କ ରଖିଥାଏ, ବାସ୍ତୁଶାସ୍ତ୍ର ଅନୁଯାୟୀ ସେହି ଲୋକମାନେ ଯଦି ତୁଳସୀ ଗଛକୁ ଘରର ଛାତ ଉପରେ ରଖି ପୂଜା କରୁଥିବେ ତେବେ ସେମନାଙ୍କ ଧନ ହାନୀ ଘଟିବ। ଏଥିସହ ଆର୍ଥୀକ ସମ୍ପୃକ୍ତି କମିଯିବ।
  • ବିଶ୍ୱାସ ରହିଛି ଯେ, ଯେଉଁମାନଙ୍କ ଘରର ଛାତ ଉପରେ ତୁଳସୀ ଗଛ ରଖାଯାଇଥାଏ, ସେହି ଘରେ ପକ୍ଷୀ କିମ୍ବା ପାରା ଆସି ବସା ତିଆରି କରନ୍ତି। ଏହା ଅଶୁଭ ଲକ୍ଷଣ ଅଟେ।
  • ତୁଳସୀ ଗଛକୁ ଘରର ପୂର୍ବ ଦିଗରେ ରଖିବା ଉଚିତ୍ ନୁହେଁ। ଏଭଳି ରଖିବା ଦ୍ୱାରା  ବ୍ୟବସାୟରେ କ୍ଷତି ହୋଇଥାଏ। ଏଥିସହ ପରିବାର ଉପରେ ଏହା ନକାରାତ୍ମକ ପ୍ରଭାବ ପକାଇଥାଏ।
  • ଯଦି ଆପଣ ତୁଳସୀ ଗଛକୁ ଛାତ ଉପରେ ରଖିଛନ୍ତି, ତେବେ ବିଶ୍ୱାସ ରହିଛି ଯେ ଘରର ଉତ୍ତର ଦିଗରେ ପିମ୍ପୁଡ଼ି ବାହାରିବା ଆରମ୍ଭ କରିବ କିମ୍ବା ଉତ୍ତର ଦିଗର କୌଣସି ନା କୌଣସି ସ୍ଥାନରେ ଫାଟ ସୃଷ୍ଟି ହେବା ଆରମ୍ଭ ହେବ।
  • ତେଣୁ ବାସ୍ତୁଶାସ୍ତ୍ର ଅନୁସାରେ ତୁଳସୀ ଗଛକୁ ସର୍ବଦା ଘରର ଉତ୍ତର ଦିଗ ତଥା ଐଶାନ୍ୟ କୋଣରେ ରଖିବା ଉଚିତ। ଅପଣ ଚାହିଁଲେ ତୁଳସୀ ଗଛକୁ ପଶ୍ଚିମ ଦିଗରେ ମଧ୍ୟ ରଖିପାରିବେ।  ଏଭଳି କରିବା ଦ୍ୱାରା ଘର ପରିବାରରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ।
ଆଜିର ଅନୁଚିନ୍ତା – ଭୁଲ୍‌ରେ ବି ଏହି ୫ଟି ସ୍ଥାନକୁ ଜୋତା ପିନ୍ଧି ଯା’ନ୍ତୁ ନାହିଁ..!

!!!  ପ୍ରବଚକ.ଜଗଦୀଶ ପ୍ରସାଦ   !!!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଜାଣତରେ ହେଉ ଅବା ଅଜାଣତରେ। ବେଳେବେଳେ ଆମେ ଏଭଳି କିଛି ଭୁଲ୍‌ କରିଦେଇଥାଉ, ଯାହା ଘରେ ବାସ୍ତୁ ଦୋଷ ଉତ୍ପନ କରେ। କୁହାଯାଏ ଯେ ଯଦି ଘରେ ବାସ୍ତୁ ଦୋଷ ଥାଏ, ତେବେ ଆପଣ ଆର୍ଥିକ ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା ଏବଂ ପାରିବାରିକ କଳହର ସମ୍ମୁଖୀନ ହୋଇପାରନ୍ତି । ଅନେକ ଥର – ଅଜାଣତରେ ଆମେ ଅନେକ ସ୍ଥାନକୁ ଜୋତା ଏବଂ ଚପଲ ପିନ୍ଧୁ ଚାଲିଯାଉ। ଏହି ଭୁଲ ଯୋଗୁଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଏବଂ ଘରେ ବାସ୍ତୁ ଦୋଷ ସୃଷ୍ଟି ହୁଏ। ଶାସ୍ତ୍ରରେ ଏଭଳି ୫ଟି ସ୍ଥାନରେ ବିଷୟରେ ଉଲ୍ଲେଖ ରହିଛି, ଯେଉଁଠିକୁ ଭୁଲ୍‌ରେ ବି ଚପଲ ପିନ୍ଧି ଯିବା ଉଚିତ ନୁହେଁ। ତେବେ କେଉଁ କେଉଁ ସ୍ଥାନକୁ ଜୋତା ଏବଂ ଚପଲ ପିନ୍ଧିବା ଯିବା ଉଚିତ୍ ନୁହେଁ, ଆସନ୍ତୁ ଜାଣିବା|

ଭଣ୍ଡାର ଘର: ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଭଣ୍ଡାର ଗୃହକୁ ଜୋତା ପିନ୍ଧି ଯିବା ଉଚିତ୍ ନୁହେଁ। ଏଭଳି କରିବା ଅଶୁଭ ହୋଇଥାଏ। ଏହାକୁ ଧ୍ୟାନରେ ରଖିଲେ ଘରେ କେବେବି ଖାଦ୍ୟର ଅଭାବ ଦେଖାଦେବ ନାହିଁ।

ଟଙ୍କା ରଖିଥିବା ଘର:  ଟଙ୍କା ରଖାହୋଇଥିବା ସ୍ଥାନରେ କିମ୍ବା ସେହି ଘରକୁ କେବେବି ଜୋତା ପିନ୍ଧି ପ୍ରବେଶ କରିବା ଉଚିତ୍ ନୁହେଁ। ସେହିପରି ଟଙ୍କା ବାକ୍ସରେ ଟଙ୍କା ରଖିବାକୁ କିମ୍ବା ବାହାର କରିବାକୁ ଗଲା ବେଳେ ଚପଲ ପିନ୍ଧିବା ଉଚିତ ନୁହେଁ। କୁହାଯାଏ ଯେ ଚଳଲ ପିନ୍ଧି ଟଙ୍କା ବାକ୍ସ ଖୋଲିବା ଦ୍ୱାରା ଲକ୍ଷ୍ମୀ ରାଗି ଯାଆନ୍ତି। ଫଳରେ ଆର୍ଥୀକ ସମସ୍ୟା ଦେଖା ଦେଇପାରେ।
ପବିତ୍ର ନଦୀ: ଶାସ୍ତ୍ର ଅନୁସାରେ ପବିତ୍ର ନଦୀ ନିକଟକୁ ଜୋତା ପିନ୍ଧି ଯିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ। ନଦୀରେ ସ୍ନାନ କରିବା ପୂର୍ବରୁ ଜୋତା ବା ଚମଡାରେ ତିଆରି ବସ୍ତୁ ବାହାର କରିଦେବା ଉଚିତ। ଏଭଳି କରିବା ଦ୍ୱାରା ଘରେ ସୁଖଶାନ୍ତି ବଜାୟ ରହିଥାଏ ବୋଲି ବିଶ୍ୱାସ ରହିଛି।

ରୋଷେଇ ଘର: ରୋଷେଇ ଘରକୁ ଭୁଲ୍‌ରେ ବି ଜୋତା କିମ୍ବା ଚପଲ ପିନ୍ଧି ଯା’ନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ବାସ୍ତୁ ଦୋଷ ଉତ୍ପନ୍ନ ହେବା ସହ ମା’ ଅନ୍ନପୂର୍ଣ୍ଣା ରାଗି ଯା’ନ୍ତି। ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ବୋଲି ଶାସ୍ତ୍ରରେ କୁହାଯାଇଛି।

ମନ୍ଦିର: ହିନ୍ଦୁ ଧର୍ମ ଅନୁସାରେ ମନ୍ଦିରକୁ ଭଗବାନଙ୍କ ଘର ବୋଲି କୁହାଯାଇଛି। ଏଭଳି ପରିସ୍ଥିତିରେ ଜୋତା ଏବଂ ଚପଲ ପିନ୍ଧି ମନ୍ଦିରକୁ ଯିବା ଉଚିତ୍ ନୁହେଁ। ଜୋତା ପିନ୍ଧି ମନ୍ଦିରରେ ପ୍ରବେଶ କରିବା ଦ୍ୱାରା ଦେବାଦେବୀମାନେ ରାଗି ଯାଆନ୍ତି ବୋଲି ବିଶ୍ୱାସ ରହିଛି।

 

ପରଲୋକରେ ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ଘଟିଛି। ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସେ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଏନେଇ ଆପୋଲୋ ଲୋକ ସଂପର୍କ ଅଧିକାରୀ ରାକେଶ ରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତ ସପ୍ତାହରେ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଆପୋଲ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଗତ ୭ ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ନିଜ ଗାଁ ମୋଟରୀ ଆଙ୍କୋଇକୁ ପ୍ରଚାର କରିବା ପାଇଁ ଯାଉଥିଲେ। ସେହି ସମୟରେ ସେ ତଳେ ପଡିଯାଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ବରିଷ୍ଠ କଂଗ୍ରେସ ନେତା ତଥା ପିପିଲି ବିଧାନସଭା ଉପନିର୍ବାଚନ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟ୍ୱିଟ୍‌ କରି ଲେଖିଛନ୍ତି, ପିପିଲି ବିଧାନସଭା ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ କରି ଶୋକପ୍ରକାଶ କରିଛନ୍ତି। ଶ୍ରୀ ପ୍ରଧାନ ଟ୍ୱିଟ୍‌ କରି ଲେଖିଛନ୍ତି, ପିପିଲି ଉପନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ରାଜନୈତିକ ଜୀବନରେ ତାଙ୍କର ଅବଦାନ ସ୍ମରଣୀୟ ହୋଇରହିବ। ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ର। ସେ ଟ୍ୱିଟ୍‌ କରି ଲେଖିଛନ୍ତି, ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଖବର ପାଇ ମୁଁ ବହୁ ଦୁଃଖିତ। ମହାପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ଶ୍ରୀ ପାତ୍ର ଲେଖିଛନ୍ତି।

୧୪ ଏପ୍ରିଲ, ବୁଧବାର – ଆଜି ର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) 

ମେଷ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ନୂତନ ଆୟପନ୍ଥା ବା ଚାକିରି ମିଳିପାରେ। ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ। ପ୍ରତିକାର- ନାଲିରଙ୍ଗର ପୋଷାକ କିମ୍ବା ରୁମାଲ ବ୍ୟବହାର କରନ୍ତୁ, ହନୁମାନ ଚାଳିସା ପାଠ କରନ୍ତୁ।

ବୃଷ: ଶାରିରୀକ ଅସୁସ୍ଥତା ଯୋଗୁଁ ମନ ଅଶାନ୍ତ ରହିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ।ପ୍ରତିକାର- ଧଳାରଙ୍ଗର ପୋଷାକ କିମ୍ବା ରୁମାଲ ବ୍ୟବହାର କରନ୍ତୁ।  ସୋମ୍ ସୋମାୟ ନମଃ ମନ୍ତ୍ରକୁ ୨୧ଥର ଜପ କରନ୍ତୁ।

ମିଥୁନ: ବ୍ୟବସାୟ ବାଣିଜ୍ୟରେ ଲାଭ ହେବ। ପରିବାରରେ ସାମାନ୍ୟ କଳହ ହୋଇପାରେ, ଛାତ୍ରଛାତ୍ରୀମାନେ ଭଲ ପାଠ ପଢିବେ। ପ୍ରତିକାର- ସକାଳେ  ଗଂ ଗଣପତୟେ ନମଃ ମନ୍ତ୍ର ୨୧ଥର ଜପ କରନ୍ତୁ। ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ ।

କର୍କଟ: ଭୂମି, ବାହନ ପ୍ରାପ୍ତିର ଯୋଗ ରହିଛି। ମହିଳାମାନେ ବସ୍ତ୍ର, ଅଳଙ୍କାର କ୍ରୟ କରିବାର ସୁଯୋଗ ପାଇବେ। ପ୍ରତିକାର-   ନମଃ ଶିବାୟ ମନ୍ତ୍ର ସକାଳେ ୨୧ଥର ଜପ କରନ୍ତୁ ।

ସିଂହ: ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ। ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ମନ ଖୁସି ରହିବ। ପ୍ରତିକାର- ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ ଏବଂ  ଘୃଣୀ ସୂର୍ଯ୍ୟାୟ ନମଃ ମନ୍ତ୍ର ୨୧ଥର ଜପ କରନ୍ତୁ।

କନ୍ୟା: ଶାରିରୀକ ଅସୁସ୍ଥତା ଯୋଗୁଁ ମନ ଭଲ ରହିବ ନାହିଁ। ଆୟବ୍ୟୟ ସମାନ ରହିବ। ମହିଳା ଏବଂ ଛାତ୍ରଛାତ୍ରୀମାନେ ଚିନ୍ତିତ ରହିବେ। ପ୍ରତିକାର-  ଗଂ ଗଣପତୟେ ନମଃ ମନ୍ତ୍ରକୁ ୨୧ଥର ଜପ କରନ୍ତୁ ।

ତୁଳା: ବିପୁଳ ଅର୍ଥଲାଭର ଯୋଗ ରହିଛି। ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ, ସାମାନ୍ୟ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବିଛା: ବ୍ୟବସାୟରେ ଲାଭବାନ ହେବେ। ମହିଳା ଏବଂ ପିଲାମାନେ ଆନନ୍ଦିତ ହେବେ। ଶରୀରରେ ସାମାନ୍ୟ ଆଘାତ ଲାଗିପାରେ, ସତର୍କ ରୁହନ୍ତୁ।

ଧନୁ: କର୍ମକ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ। ବ୍ୟବସାୟରେ ଲାଭବାନ ହେବେ । ମହିଳା ଓ ଛାତ୍ରଛାତ୍ରୀ ମାନେ ଖୁସି ରହିବେ।

ମକର: କର୍ମକ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ। ଆର୍ଥିକ ଲାଭ ହେବ। ଦୁର୍ଘଟଣାଜନିତ ବିପଦ ଅଛି, ସତର୍କ ରୁହନ୍ତୁ।

କୁମ୍ଭ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ଆର୍ଥିକ ଲାଭ ଯୋଗୁଁ ମନ ଖୁସି ରହିବ।

ମୀନ: କର୍ମକ୍ଷେତ୍ରରେ ବାଦ ବିବାଦ ଦେଖା ଦେବ। ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ହାନି ଘଟିବ। ପରିବାରରେ କଳହ ଦେଖା ଦେବ।

ଗୁଣପୁର ତହସିଲଦାର ଙ୍କ ଆନ୍ଧ୍ର ଓଡିଶା ସୀମା ସ୍ଥିତି ସମୀକ୍ଷା ସହ ଯାଞ୍ଚ କଡାକଡି କରିବା ନେଇ ତତ୍ପରତା ।

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – କରୋନା ର ଦ୍ବିତୀୟ ଲହରୀ ଆରମ୍ଭ ହୋଇଥିବା ବେଳେ କରୋନା ପଜିଟିଭ୍ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି କ୍ଷେତ୍ରରେ ରାୟଗଡା ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସ୍ଥାନିୟ ତହସିଲଦାର ଏଫ୍ ଏକ୍କା ଉପସ୍ଥିତ ରହି ଆନ୍ଧ୍ର ଓଡିଶା ବଡର ଗୁଡିକ ର ସଡକ ପଥରେ ପ୍ରତ୍ୟେକ ଗାଡିକୁ ଯାଞ୍ଚ କରିଛନ୍ତି । ଆଜି ଠାରୁ ଆନ୍ଧ୍ର ଓଡିଶା ସଂଯୋଗ କରୁଥିବା ସିମାନ୍ତବର୍ତୀ ସଡକ ଗୁଡିକରେ ଯେଉଁ ଗାଡି ଚଳାଚଳ କରୁଛି ସେଗୁଡିକୁ ପୋଲିସ ପ୍ରଶାସନ ମଧ୍ୟ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି। ଗୁଣପୁର ଜଗନ୍ନାଥପୁର ନିକଟ ବାସନାଗୁଡା ବଡର ଓ ରାମନାଗୁଡା ନିକଟବର୍ତୀ କାଟିକି ବଡର ଓ ଅମ୍ବାଦଳା ନିକଟରେ ମଧ୍ୟ ଗୋଟିଏ ଚେକ୍ ପଏଣ୍ଟ କରାଯାଇଛି। ଏହି ଚେକ୍ ପଏଣ୍ଟ ଗୁଡିକରେ ଆନ୍ଧ୍ର ରୁ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ଯାଞ୍ଚ କରାଯିବା ସହ ସେମାନଙ୍କ ତଥ୍ୟ ରଖାଯାଉଛି। ସେମାନଙ୍କର ଭେକ୍ସିନେସନ୍ ସାର୍ଟୀଫିକେଟ୍ କିମ୍ବା ୭୨ ଘଣ୍ଟା ମଧ୍ୟରେ କରୋନା ଟେଷ୍ଟ୍ କରିଥିବା ରିର୍ପୋଟ ରହିଥିବା ଆବଶ୍ୟକ । ଚେକ୍ ପଏଣ୍ଟ୍ ରେ ଚେକ୍ କରିବା ବେଳେ ଏହି ରିର୍ପୋଟ ନଥିଲେ ସେମାନେ ୭ ଦିନ ପାଇିଁ କ୍ବାରେଣ୍ଟାଇନ୍ ରେ ରହିବେ। ସୀମା ରେ ରହିଥିବା ଚେକ୍ ପଏଣ୍ଟ ଗୁଡିକରେ ସ୍ଥାନିୟ ତହସିଲଦାର ସ୍ଥିତି ପରଖୀଛନ୍ତି। ଚେକ୍ ପଉଣ୍ଟ ଗୁଡିକରେ ପ୍ରଶାସନ ଏକ ଅସ୍ଥାୟି କ୍ୟାମ୍ପ୍ କରି ଯାଞ୍ଚ କାର୍ଯ୍ୟ ଚାଲୁ ରଖିଛି ।

ଜିଲ୍ଲାପାଳ ଙ୍କ ଗୁଣପୁର ଗସ୍ତ ; ବାହ୍ୟ ରାଜ୍ୟ ପ୍ରବେଶ କାରି ଙ୍କୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ।

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଆଜି ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ରାୟଗଡ ଜିଲ୍ଲାର ବିଷମକଟକ ଓ ଗୁଣପୁର ଗସ୍ତ କରିଥିଲେ । କରୋନା ଦ୍ବିତୀୟ ପର୍ଯ୍ୟାୟରେ ରାୟଗଡ ଜିଲ୍ଲାରେ ଚିହ୍ନଟ ହେଉଥିବା ଯୋଗୁଁ କିପରି ଲୋକଙ୍କୁ ସଚେତନ କରି କରୋନା ଠାରୁ ଦୂରେଇ ରଖାଯିବ ସେଥିପ୍ରତି ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ବାହ୍ୟ ରାଜ୍ୟ ପ୍ରବେଶ ପଥ ଗୁଡିକ ୧୨/୦୪/୨୦୨୧ ତାରିଖ ଠାରୁ ସିଲ କରି ଯେଉଁମାନେ ଆସୁଛନ୍ତି ସେମାନଙ୍କ ଆର୍ଟିଫିସିୟଲ ଟେଷ୍ଟ ରିପର୍ଟ , ଦୁଇଥର ଟୀକା ନେଇଥିବା ପ୍ରମାଣ ପତ୍ର ଦେଖାଇବା ବାଧ୍ୟତାମୂଳକ ନଚେତ ନିଜେ ଏକ ସ୍ବୀକାରୋକ୍ତି ପତ୍ର ପ୍ରଦାନ କରି ଘରେ ସାତ ଦିନ ପାଇଁ ସଙ୍ଗରୋଧ ରହିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି । ଆଜି ବିଷମକଟକ ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ରରେ ହେବାକୁ ଥିବା କୋଭିଡ କେୟାର କେନ୍ଦ୍ର, ଗୁଣପୁର ଆଦର୍ଶ ବିଦ୍ୟାଳୟ ରେ ହେବାକୁ ଥିବା କୋଭିଡ କେୟାର କେନ୍ଦ୍ର , ଗୁଣପୁର ବ୍ଲକ ଅନ୍ତର୍ଗତ ବାସନାଗୁଡା ସ୍ଥିତ ଆନ୍ତରାଜ୍ୟ ତନଖି କେନ୍ଦ୍ର ବୁଲି ସ୍ଥିତି ପରଖି ଥିଲେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର । ଆଜିର ଏହି ଗସ୍ତ ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ସୋନାଲ ଜେନା , ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଶାନ୍ତିପ୍ରଭା ପ୍ରଧାନ , ଗୁଣପୁର ଆଦର୍ଶ ଥାନା ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

ଗୁଣପୁର ନବ ନିର୍ମାଣ ସମିତି ଓ ବଂଶଧାରା ସାହିତ୍ୟ ସମାଜ ମିଳିତ ଆନୁକୁଲ୍ୟ ରେ ମହା ବିଷୁବ ମିଳନ ସମାରୋହ ଅନୁଷ୍ଠିତ ।

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥାନୀୟ ଲକ୍ଷ୍ମୀ ନୃସିଂହ କଲ୍ୟାଣ ମଣ୍ଡପ ଠାରେ ଗୁଣୁପୁର ନବ ନିର୍ମାଣ ସମିତି ଓ ବଂଶଧାରା ସାହିତ୍ୟ ସମାଜ ର ମିଳିତ ଆନୁକୁଲ୍ୟ ରେ ମହା ବିଷୁବ ମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ସମ୍ମାନ ବିବେଚିତା ଶ୍ରୀମତୀ ଶାନ୍ତି ଦେବୀ , ସମ୍ମାନିତ ଅତିଥି ଭାବେ ମାନ୍ୟବର ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ , ମୁଖ୍ୟ ବକ୍ତା ଭାବେ ଶିକ୍ଷକ ତଥା ଲେଖକ ଶ୍ରୀ ସୁରେନ୍ଦ୍ର ମଲ୍ଲିକ ମଞ୍ଚାସୀନ ରହିଥିବା ବେଳେ ବଂଶଧାରା ସାହିତ୍ୟ ସମାଜ ସଭାପତି ଶ୍ରୀ ପ୍ରଭାତ ଶତପଥି ମଞ୍ଚ ପରିଚାଳନା କରିଥିଲେ ।

ଗୁଣପୁର ନବ ନିର୍ମାଣ ସମିତି ର ଉପ ସଭାପତି ଶ୍ରୀ ଉମା ଶଙ୍କର ଦାଶ ଉକ୍ତ କାର୍ଯ୍ୟକ୍ରମ ନିମନ୍ତେ ଆସିଥିବା ଅତିଥି ବୃନ୍ଦ ଓ କବିତା ପାଠ ନିମନ୍ତେ ଆସିଥିବା କବି ମାନଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ବଂଶଧାରା ସାହିତ୍ୟ ସମାଜ ପକ୍ଷରୁ କାବ୍ୟାୟନ ପୁସ୍ତିକା ଉନ୍ମୋଚନ କରାଯାଇଥିବା ବେଳେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା କବି ମାନେ ନିଜ ନିଜ କବିତା ପାଠ କରିଥିଲେ ଏବଂ ସେମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରଯାଇଥିଲା । ପରିଶେଷରେ ସାହିତ୍ୟ ସମାଜ ର ସମ୍ପାଦକ ଶ୍ରୀ ରମେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଗୁଣପୁର ନବ ନିର୍ମାଣ ସମିତି ର ସମ୍ପାଦକ ରଞ୍ଜିତ ପାଢ଼ୀ , ବଂଶଧାରା ସାହିତ୍ୟ ସାମାଜ ର ସଭ୍ଯ ଅଶ୍ୱିନ ତ୍ରିପାଠୀ , ଜିତେନ୍ଦ୍ର ଶତପଥି , ଦୁର୍ଗା ଶତପଥି , ନୀଳ ମାଧବ ପାଢ଼ୀ , ପ୍ରତାପ ରାୟ ,  କୈଳାସ ଦାସ , ପ୍ରଶାନ୍ତ ହୋତା , ଗୌରୀ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।

ଗୁଣୁପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

!!! ଗୁଣୁପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣୁପୁର) – ଓଡ଼ିଆ ନବବର୍ଷ ଓ ପବିତ୍ର ପଣା ସଂକ୍ରାନ୍ତି ଉପଲକ୍ଷେ କଳିଙ୍ଗ ସାମ୍ବାଦିକ ସଙ୍ଘ ତରଫରୁ ପଣା ବଣ୍ଟନ କାର୍ଯ୍ୟକ୍ରମ ସ୍ଥାନୀୟ  ବସଟାଣ୍ଡ ଠାରେ ଅନୁଷ୍ଟିତ ହୋଇଯାଇଛି l ସଙ୍ଘର ଆବାହକ ଶକ୍ତି ଦାସଙ୍କ ଆହ୍ୱାନ କ୍ରମେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସଂଘର ଉପଦେଷ୍ଟା ରାଧାକାନ୍ତ ପଣ୍ଡା, ସମାଜସେବୀ ସୁବାସ ପଣ୍ଡା ଓ ଏମ.ରବିଶେଖର, ସଙ୍ଘର କୋଷାଧକ୍ଷ ଦୀପକ କୁମାର ବେହେରା, ସମ୍ପାଦକ ଶିବ ପ୍ରସାଦ ଗୌଡ଼, ସାଧାରଣ ସମ୍ପାଦକ ଅରୁଣ କୁମାର ପାଢ଼ୀ, କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟ ପ୍ରକାଶ ପଟନାୟକ, ମିଡ଼ିଆ ସେଲ ସଂଯୋଜକ ସିଦ୍ଧାର୍ଥ ଦାଶ, କାର୍ଯ୍ୟକାରୀ ସମ୍ପାଦକ ସତ୍ୟସୁନ୍ଦର କର ଙ୍କ ସମେତ ସଙ୍ଘର ସଭ୍ୟ ସତ୍ୟ ସାହୁ, ସୁନୀଲ ସାବତ, ସୁବ୍ରତ ପଣ୍ଡା, ସି ଏଚ ପ୍ରେମ କୁମାର, ସନ୍ତୋଷ ସୁବୁଦ୍ଧି, ହରିହର ଶତପଥୀ ସମୂହ ଉପସ୍ଥିତ ଥିଲେ l