ଓଡ଼ିଆଙ୍କ ନବବର୍ଷ ତେଲୁଗୁଙ୍କ ଉଗାଧି ଧୁମଧାମରେ ପାଳିତ..!

!!!  ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲିପ କୁମାର ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ରାୟଗଡା)- ଭାରତ ଇତିହାସରେ ଆଜିରଦିନରେ ବଡ ବିଶେଷତ୍ୱ ରହିଛି l ଆଜିର ଦିନରେ ଯୁଗଆରମ୍ଭ ହୋଇଥିବା ବିଶ୍ୱାସରହିଛି l ଭିନ ଭିନ ଜାତିର ଲୋକ ଭିନପ୍ରକାର ପାଳନକରନ୍ତି ଓଡ଼ିଆଙ୍କ ନବବର୍ଷ, ହିନ୍ଦୁଙ୍କ ଯୁଗାବଧ ଆରମ୍ଭ, ଶକାବ୍ଦ ଗଣନା, ବ୍ରହ୍ମାଙ୍କ ଦ୍ୱାରା କାଳଗଣନା ଆରମ୍ଭ, ମର୍ଯ୍ୟାଦା ପୁରୁଷୋତ୍ତମ ରାଜାରାମଙ୍କ ରାଜ୍ୟାଭିଷେକ,ଧର୍ମରାଜ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ ଭଳି ଅନେକ ବିଶେଷତ୍ୱ ରହିଛି l ଏହି ଦିନକୁ ପୃଥିବୀର ସବୁ ଜନମାନସ ସୃଷ୍ଟି ଆରମ୍ଭ ଦିବସ ମନଇଥିବାର ଦେଖାଯାଏ l ଆଜିର ଦିନରେ ଜୋତିଶ ପଞ୍ଚାଙ୍ଗ ଗଣନା ଆରମ୍ଭହୋଇ ନୂତନପାଞ୍ଜି ପୂଜନ ପୂର୍ବକ ଶୁଭାରମ୍ଭ କରାଯିବାର ଵିଧିରହିଛି l ରାୟଗଡ ଜିଲ୍ଲାର ଆଦିମ ଅଧିବାସୀମାନେ ହିରାଇ ପର୍ବ ପାଳନକରିଥାନ୍ତି ଓ ଆମ୍ବ, ମହୁଲ, କାନ୍ଦୁଲ, ସିଆଡ ଭଳି ଅନେକ ନବ ବନଜାତ ଦ୍ରବ୍ୟ ଝାଂକିରି ରେ ଭୋଗକରି ପ୍ରସାଦରୂପରେ ସେବନକରନ୍ତି l ସେହିଭଳି ରାୟଗଡ ଏକ ସୀମାନ୍ତ ହୋଇ ଥିବାବେଳେ ଅନେକ ତେଲୁଗୁ ସମ୍ପ୍ରଦାୟ ଲୋକ ବହୁଳଭାବରେ ରହି ଆସୁଛନ୍ତି ତେଣୁ ଆଜି ଦିନକୁ ଉଗାଧି ଭାବେ ପାଳନକରନ୍ତି l ନୂତନବସ୍ତ୍ର ସହ ରକମ ରକମର ବ୍ୟଞ୍ଜନ ପ୍ରସ୍ତୁତକରି ଲାଗି କରିଥାନ୍ତି l ମୁଖ୍ୟତଃ ଉଗାଧିଦିନ ଏକ (ପାଚେଡ଼ି )ଚଟଣି କରି ଲାଗି କରିବାସହ ପରସ୍ପରଙ୍କୁ ବଣ୍ଟନ କରିବାର ପରମ୍ପରା ରହିଛି.ଏହାରସ୍ୱାଦ ଅତି ନିଆରାଅଟେ l ତେଣୁ ଆମଜିଲ୍ଲାର କୋଣ ଅନୁକୋଣରେ ଏହି ଦିନକୁ ଧୁମଧାମରେ ପାଳନକରାଯାଇଛି l ଜିଲ୍ଲାର ସବୁବ୍ଲକରେ ପ୍ରାୟତଃ ଏହିଦିନକୁ ବିଶେଷ ଭାବରେ ଗୁରୁତ୍ବ ଦିଆଯାଏ l

“ଲଳିତମୋହନ ଆଶାଲତାଙ୍କ ଵୃଦ୍ଧାଶ୍ରମରେ ଅନବସ୍ତ୍ର ଦାନ”..!

!!!  ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲିପ କୁମାର ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ରାୟଗଡା)- ରାୟଗଡ ସଦରମହକୁମାରେ ଥିବା କସ୍ତୁରୀନଗର ସଖି ଵୃଦ୍ଧାଶ୍ରମରେ ସମାଜସେବୀ ଲଳିତମୋହନ ଓ ଆଶାଲତା ପଟନାୟକ ଆଶ୍ରମରେ ରହିଥିବା ଅନ୍ତେବାସୀଙ୍କୁ ଅନବସ୍ତ୍ର ପ୍ରଦାନ କରିଛନ୍ତି l ଏହି ଆଶ୍ରମରେ ନିଆଶ୍ରିତ ସାହାରା ହୀନବୃଦ୍ଧ ବୃଦ୍ଧା ରହନ୍ତି l ଏକ ସ୍ୱତନ୍ତ୍ର କମିଟିଦ୍ୱାରା ଏହା ପରିଚାଳିତ ହୁଏ l ଏଠି ୧୫ଜଣ ସଧବା ୫ଜଣ ବିଧବା ଓ ୧୦ ଜଣ ପୁରୁଷ ଅନ୍ତେବାସୀ ରହୁଛନ୍ତି lସ୍ବର୍ଗତ ସମାଜ ସେବୀ ବିଶ୍ୱ ବୈଦିକ ପରିବାର ହାଟ ମୁନିଗୁଡା ପ୍ରତିଷ୍ଠାତା କଲ୍ୟାଣୀଦେବୀ ପଟନାୟକଙ୍କ ପ୍ରଥମ ଶ୍ରଦ୍ଧାବାର୍ଷିକୀ ଉପଲକ୍ଷେ ଏହି ଦମ୍ପତିଦ୍ବୟ ଆଶ୍ରମ କମିଟିକୁ ଅନୁମତି ମାଗିଥିଲେ l ଅନୁମତି ମିଳିଲାପରେ ଅନ ଲିଙ୍ଗଅନୁସାରେ ବସ୍ତ୍ର ପ୍ରଦାନକରୁଥିଲେ l ଲଳିତ ଜଣେ ସମ୍ଭ୍ରାନ୍ତଶ୍ରେଣୀ ଘରର ସନ୍ତାନ ଥିବାବେଳେ ତାଙ୍କ ଜନ୍ମସ୍ଥାନ କୋଲନରା ବ୍ଲକର ଦୁର୍ଗମ ରେଖାପଦର ଗ୍ରାମର କରଣ ପରିବାରଅଟେ l ସେ ବର୍ତମାନ ସୁଦୂର କୋରାପୁଟ ଶାବର ଶ୍ରୀକ୍ଷେତ୍ରର ପରିଚାଳନାରେ ସହାୟକ ହେବାସହ ସ୍ବର୍ଗତ କୃଷ୍ଣ ପାଣିଗ୍ରାହୀଙ୍କ ନିକଟ ସହଯୋଗୀ ରହିବାସହ ଦେଶିଭାଷା ସମିଳନୀର ସଂଯୋଯୋଗ ରହିଆସିଛନ୍ତି l ସେ ସେମିଲିଗୁଡା ବ୍ଲକ ଵିଲାପୁଟ ଗ୍ରାମରେ ନିର୍ମାଣାଧୀନ ଥିବା ନୂତନ ଜଗନାଥମନ୍ଦିର କରାଇବାରେ ମୁଖ୍ୟ ପୁରୋଧା ହୋଇଥିବା ବେଳେ ନବରଙ୍ଗପୁର, ମାଲକାନଗିରି ଝରୀଗାଁ ଜଗନାଥ ମନ୍ଦିର ନିର୍ମାଣର ମୁଖ୍ୟଅଟନ୍ତି l ଅଭିଭକ୍ତ କୋରାପୁଟ ଜିଲ୍ଲାରେ ଜଗନାଥ ସଂସ୍କୃତି ପ୍ରଚାର ପ୍ରସାର କରିବା, ଭାଗବତ ଘର ପରିଚାଳକ ରହିଆସିଛନ୍ତି l ସେହି ଭଳି ଅଞ୍ଚଳର ଆଦିବାସୀ ଓ ଗରିବ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ସିଲେଇ ଟ୍ରେନିଂ ଧୂପକାଠି ତିଆରି ଅଧାରୁ ପାଠଛାଡିଥିବା ପିଲାଙ୍କୁ ପଢ଼ାଇବାଭଳି ଜନ ମଙ୍ଗଳକାରି ପାଦକ୍ଷେପ ନେଇଛନ୍ତି l

ଭାରତର ସମ୍ଭିଧାନ ପ୍ରଣେତା ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ପାଳିତ..!

!!!  ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲିପ କୁମାର ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ରାୟଗଡା)-ଭାରତର ସମ୍ଭିଧାନ ପ୍ରଣେତା ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ଅବସରରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା ଅନୁଷ୍ଠିତ ହେଇଯାଇଛି l ଏହି ଅବସରରେ ସ୍ଥାନୀୟ ବସ ଷ୍ଟାଣ୍ଡ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରାଯାଇଥିଲା l ଏଥିରେ ଶ୍ରୀଯୁକ୍ତ ଜଗନ୍ନାଥ ସlରକା, ମାନ୍ୟବର ମନ୍ତ୍ରୀ ଅନୁସୁଚିତ ଜାତି ଓ ଜନଜାତି ବିକାଶ, ପଛୁଆ ବର୍ଗ ଓ ସଂଖ୍ୟା କଲ୍ୟାଣ, ଓଡିଶା, ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ଅଧକ୍ଷ ଜିଲ୍ଲା ପରିଷଦ ରାୟଗଡ ଶ୍ରୀ ଗଙ୍ଗାଧର ପୁଆଲା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡ଼ିଆରଡ଼ିଏ, ରାୟଗଡ ଶ୍ରୀ ମହେଶ୍ୱର ନାଏକ, ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଶ୍ରୀ ଉମାଶଙ୍କର ବେହେରା, ଵରିଷ୍ଠ ନାଗରିକ ଜୟରାମ ଜେନା, ଶିକ୍ଷlବିତ୍ତ ଡ଼ଃ ଦୁଷ୍ମନ୍ତ ମହାନ୍ତି,ଜଳନ୍ଧର ପୁଷିକା, ରାଜେଶ ପlଢି, ବି.କାନ୍ତା ରାଓ, ଜନlର୍ଦ୍ଧନ ଗରଡ଼ିଆ, ବାମସେଫର କର୍ମକର୍ତ୍ତା, ବହୁ ଆମ୍ବେଦକାର ପ୍ରେମୀ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

ଲଚାଳିତ ବର୍ଷ ମହାମାରୀ କୋରନା ପାଇଁ ସୀମିତ କାର୍ଯ୍ୟକ୍ରମରେ ମାସ୍କ, ସାନିଟାଈଜର ବ୍ୟବହାର କରି ପାଳନ କରାଯାଇଥିଲା l ସେହିପରି ସ୍ଥାନୀୟ ରମlଟକିଜ ଛକରେ ଅବସ୍ଥାପିତ ପ୍ରତିମୁହୂର୍ତ୍ତରେ ମଧ୍ୟ ସମସ୍ତ ଅତିଥି ଯୋଗଦାନ କରି ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରିଥିଲେ l ଏହି ସବୁ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ କର୍ମଚାରୀ ଓ ବାମସେଫ, ସେବାସ୍ତମ୍ଭର କର୍ମକର୍ତ୍ତା ମାନେ ମିଳିତ ଭlବରେ ଆୟୋଜନ କରିଥିଲେ l

ପିଢୋପୋଖରୀ ସାଗୁଆନ ଜଙ୍ଗଲରେ ଦନ୍ତାହାତୀର ଉପଦ୍ରବ ; ଗ୍ରାମବାସୀ ଆତଙ୍କିତ ।

!!!  କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ଯୋଡ଼ା)- ଖଣି ଖନନ ଓ ଖଣିଜ ପରିବହନ ଫଳରେ ଧୀରେ ଧୀରେ ପ୍ରକୃତି ଓ ପ୍ରାକୃତିକ ସମ୍ପଦ ତଥା ଜଙ୍ଗଲ ଧ୍ୱଂସାଭିମୁଖୀ । ଜଙ୍ଗଲ ସଂଗରକ୍ଷଣ ଦେବା ବଦଳରେ ଗଛ ଗୁଡିକୁ କାଟି ସଫା କରିବାରେ ବ୍ୟସ୍ତ ବଡ଼ ବଡ଼ ଖଣି କମ୍ପାନୀ । ଫଳରେ ବନ୍ୟ ଜୀବଜନ୍ତୁ ଜୀବନ ବିକଳରେ ଗାଁ ମୁହାଁ ହେଉଛନ୍ତି ! ପ୍ରକାଶ ଥାଉକି କିଛି ଦିନ ତଳେ ବଡ଼ କାଳିମାଟି ପଞ୍ଚାୟତର ଜାମୁ ପାଣି ଗାଁର ଡବ ଚାମ୍ପିଆ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ । ପରେ ବନ ଅଧିକାରୀ ତାଙ୍କୁ କେନ୍ଦୁଝର ବଡ଼ ଡ଼ାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ । କିନ୍ତୁ ଜୀବନ ଯୁଦ୍ଧରେ ହାରି ଯାଇଥିଲା ଡବ ! ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଦୁଇଟି ଦନ୍ତାହାତୀ ଘୁରି ବୁଲୁଛନ୍ତି ଓ ଏମ୍ ସି ଖଣି ନିକଟରେ ଥିବା ପିଢୋପଖରୀ ରାସ୍ତାର ସାଗୁଆନ ଜଙ୍ଗଲରେ ! ସବୁ ବେଳେ ରାସ୍ତାରେ ଘୁରି ବୁଲୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ! ଗତ କାଲି ଦୁଇ ଜଣ ଯୁବକ ବାଇକ ଯୋଗେ ପିଢୋପଖରୀରୁ ବଡ଼ କାଳିମାଟିକୁ ଡ୍ୟୁଟି କରିବା ପାଇଁ ଆସୁଥିବା ବେଳେ ରାସ୍ତାରେ ଏକ ଦନ୍ତାହାତୀକୁ ଦେଖିଥିଲେ ଫଳରେ ଭୟଭୀତ ହୋଇ ବାଇକ ଛାଡ଼ି ଜୀବନ ବିକଳରେ ଦୈାଡି ଦନ୍ତାହାତୀ କବଳରୁ ନିଜକୁ ବଞ୍ଚେଇ ଥିଲେ ! ଏବେ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଦନ୍ତା ହାତୀ ଘୁରିବୁଲିବା ଫଳରେ ସ୍ଥାନୀୟ ବାସିନ୍ଦା ଉକ୍ତ ରାସ୍ତାଦେଇ ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ସମ୍ଭବ ହୋଇପାରୁନାହିଁ । ଏଥିପ୍ରତି ବନ ଅଧିକାରୀ ଦୃଷ୍ଟି ଦେଇ ହାତୀ ମାନଙ୍କୁ ଘଉଡ଼ାଇବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ !

ଭାରତ- ପାକିସ୍ତାନ ସମ୍ପର୍କ ଆଗକୁ ଆହୁରି ଜଟିଳ ହେବ …!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ ) – ଆଗକୁ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ଉଗ୍ର ରୂପ ଧାରଣ କରିବ। ପାକିସ୍ତାନୀ ପ୍ରୋଭୋକେସନ୍‌ର ଜବାବ ଦେବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ଅଧିକ ସାମାରିକ ପଦକ୍ଷେପ ନେବେ। ପୂର୍ବରୁ ଭାରତ ପଡ଼ୋଶୀ ପାକିସ୍ତାନ ବିରୋଧରେ ନେଇଥିବା ସାମରିକ ପଦକ୍ଷେପ ଠାରୁ ଏହା ବଡ଼ ହେବ ବୋଲି ଆମେରିକା ଗୁଇନ୍ଦା ବିଭାଗ ତା’ ରିପୋର୍ଟରେ ଉଲ୍ଲେଖ କରିଛି। ଓଡିଏନଆଇ ତା’ର ବାର୍ଷିକ ‘ବିପଦ ଆକଳନ’ ରିପୋର୍ଟକୁ ଆମେରିକା କଂଗ୍ରେସରେ ଉପସ୍ଥାପନ କରିଛି। ଏଥିରେ କୁହାଯାଇଛି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁହାଁମୁହିଁ ଯୁଦ୍ଧର ଆଶଙ୍କା ଯଥେଷ୍ଟ କମ। କିନ୍ତୁ ଦୁଇ ଆଣବିକ ଶକ୍ତି ସମ୍ପନ୍ନ ଦେଶ ମଧ୍ୟରେ ଆଗକୁ ତିକ୍ତତା ଚରମ ସୀମାରେ ପହଞ୍ଚିବାର ଆଶଙ୍କା ରହିଛି। ପାକିସ୍ତାନୀ ପ୍ରୋଭକେସ୍‌ର ଜବାବ ଦେବାକୁ ଭାରତ ପୂର୍ବଭଳି ସାମରିକ ପଦକ୍ଷେପ ନେବ। ହେଲେ ଏହି ସାମରିକ ପଦକ୍ଷେପ ପୂର୍ବାପେକ୍ଷା ଅଧିକ ବଡ଼ ଓ ଭୟଙ୍କର ରହିବ। କଶ୍ମୀରରେ ଅଶାନ୍ତି, ହିଂସା ଓ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁ ଦୁଇ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହେଉଛି ବୋଲି ରିପୋର୍ଟରେ କୁହାଯାଇଛି।ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିଛି। ସେବେଠାରୁ ଉଭୟ ଦେଶ ନିଜ ନିଜର ହାଇକମିଶନରୁ ସେମାନଙ୍କ ପ୍ରତିପକ୍ଷଙ୍କ ରାଜଧାନୀରୁ ପ୍ରତ୍ୟାହାର କରିନେଇଛନ୍ତି। ଆତଙ୍କବାଦ ଓ ହିଂସାକୁ ଛାଡ଼ିଲେ ଭାରତ ପଡ଼ୋଶୀ ପାକିସ୍ତାନ ସହ ସୁ-ସମ୍ପର୍କ ସ୍ଥାପନ କରିବ ବୋଲି ମଧ୍ୟ ସର୍ତ୍ତ ରଖିଛି। ଓଡିଏନ୍‌ଆଇ ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନ, ଇରାକ ଓ ସିରିଆରେ ହେଉଥିବା ଲଢ଼େଇ ସିଧାସଳଖ ଆମେରିକା ଫୋର୍ସର ସହନଶୀଳତା ଉପରେ ନିର୍ଭର କରୁଛି। କିନ୍ତୁ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ବୋଲି କୁହାଯାଇଛି।

ସ୍ଥଗିତ ରହିବ ପିପିଲି ନିର୍ବାଚନ, ୭ଦିନ ସୁଦ୍ଧା କଂଗ୍ରେସ ଦେବ ନୂଆ ପ୍ରାର୍ଥୀ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁ ପରେ ଆସନ୍ତା ୧୭ ତାରିଖରେ ଭୋଟଗ୍ରହଣ ସ୍ଥଗିତ ରହିବା ଏକରକମ ସ୍ପଷ୍ଟ ହୋଇଯାଇଛି। ପିପିଲି ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ତଥା ପୁରୀ ଅତିରିକ୍ତ ଜିଲ୍ଲାପାଳ ଏହି ମୃତ୍ୟୁ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରିବା ସହ ପୁଣିଥରେ କଂଗ୍ରେସକୁ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ସୁଯୋଗ ଦେବେ। ଆଉ ରିଟର୍ଣ୍ଣିଂ ଅଫିସରଙ୍କ ନୋଟିସ ପାଇବାର ୭ଦିନ ମଧ୍ୟରେ କଂଗ୍ରେସ ନିଜର ନୂଆ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି । କରୋନାରେ ସଂକ୍ରମିତ ଥାଇ ୫୨ବର୍ଷୀୟ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁ ହେବାପରେ ପିପିଲିରେ ଉପନିର୍ବାଚନ କେବେ ହେବ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଜନପ୍ରତିନିଧି ଆଇନ-୧୯୫୨ର ଧାରା(୧)(ଗ) ଅନୁସାରେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କର ଯଦି ଭୋଟଦାନ ପୂର୍ବରୁ ମୃତ୍ୟୁ ହୁଏ, ତା’ହେଲେ ରିଟର୍ଣ୍ଣିଂ ଅଫିସର ସମ୍ପୃକ୍ତ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବାର ତଥ୍ୟ ନେଇ ସନ୍ତୁଷ୍ଟ ହେଲେ ତତ୍କାଳ ଭୋଟଗ୍ରହଣକୁ ପ୍ରଥମେ ସ୍ଥଗିତ ରଖିବାକୁ ଘୋଷଣା କରିବେ। ତା’ପରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବେ ଓ ନିର୍ବାଚନ କମିଶନ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ସମ୍ପର୍କରେ ରିପୋର୍ଟ ଦେବେ। ନିର୍ବାଚନ ଆୟୋଗ ଏହି ଜନପ୍ରତିନିଧି ଆଇନ-୧୯୫୨ର ଉପାଧାରା-୧ ଅନ୍ତର୍ଗତ ରିଟର୍ଣ୍ଣିଂ ଅଫିସରଙ୍କଠୁ ରିପୋର୍ଟ ପାଇବା ପରେ ମାନ୍ୟତାପ୍ରାପ୍ତ ରାଜନୀତିକ ଦଳ, ଯାହାର ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି ସେହି ଦଳକୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନିମନ୍ତେ ୭ଦିନ ଭିତରେ ଆଉ ଜଣେ ପ୍ରାର୍ଥୀଙ୍କ ନାଁ ନାମାଙ୍କନ କରିବାକୁ ନୋଟିସ୍ ଜାରି କରିବେ । ସମ୍ପୃକ୍ତ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ଧାରା ୩୦ରୁ ୩୭ ପର୍ଯ୍ୟନ୍ତ ସମସ୍ତ ପ୍ରାବଧାନ ଉପଲବ୍ଧ ହେବ, ଯାହା ନାମାଙ୍କନ ପତ୍ର ଦାଖଲ କରିଥିବା ଅନ୍ୟ ପ୍ରାର୍ଥୀଙ୍କ ପାଇଁ ହୋଇଥିଲା। ଅର୍ଥାତ୍ ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ଆବଶ୍ୟକ ସମୟ ଦିଆଯିବ। ତେବେ ଧାରା ୩୧(୧) ଅନ୍ତର୍ଗତ ନାମାଙ୍କନପତ୍ର ପ୍ରତ୍ୟାହାର କରିଥିବା କୌଣସି ପ୍ରାର୍ଥୀଙ୍କ ପାଇଁ ଏହା ଲାଗୁ ହେବନାହିଁ ।ଜନପ୍ରତିନିଧି ଆଇନ-୧୯୫୨ ଧାରା -୩୮ ଅନ୍ତର୍ଗତ ଯେଉଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା(ନିର୍ବାଚନ ସ୍ଥଗିତ ହେବା ପୂର୍ବରୁ) ଉପଧାରା-୧ର ପ୍ରାବଧାନ ଅନୁସାରେ ରିଟର୍ଣ୍ଣିଂ ଅଫିସର ପୁଣିଥରେ ବୈଧ ନୂଆ ପ୍ରାର୍ଥୀଙ୍କୁ ମିଶାଇ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାକୁ ବିଧିବଦ୍ଧ ଭାବେ ପ୍ରକାଶ କରିବେ। ଏହାସହିତ ସମ୍ପୃକ୍ତ ମାନ୍ୟତାପ୍ରାପ୍ତ ରାଜନୀତିକ ଦଳର ପ୍ରାର୍ଥୀଙ୍କୁ ମଧ୍ୟ ଜନପ୍ରତିନିଧି ଆଇନର ଧାରା ୩୩ରୁ ୩୮ ପର୍ଯ୍ୟନ୍ତ ସମସ୍ତ ଉପଲବ୍ଧ ହେବ ଓ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ମଧ୍ୟ ଦଳୀୟ ନିର୍ବାଚନ ଚିହ୍ନ ମିଳିବ। ଭୋଟ୍ ଗ୍ରହଣର ଦିନ ମଧ୍ୟ ସାନି ଧାର୍ଯ୍ୟ କରାଯିବ। ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଶ୍ରୀ ମଙ୍ଗରାଜଙ୍କର ଆଜି ମୃତ୍ୟୁପରେ ଆଇନତଃ ନିର୍ବାଚନର ରିଟର୍ଣ୍ଣିଂ ଅଫିସର ତଥା ପୁରୀ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତତ୍କାଳ ନିର୍ବାଚନକୁ ସ୍ଥଗିତ ଘୋଷଣା କରିବା କଥା। ଏନେଇ ପରେ ନିର୍ବାଚନ କମିଶନ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିବା ସହ ସ୍ଥଗିତ ରହିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବେ। ଯଦି ଏଭଳି ହୁଏ ତା’ହେଲେ ପିପିଲିରେ ଉପନିର୍ବାଚନ ମେ’ ୧୨ରୁ ୧୫ତାରିଖ ମଧ୍ୟରେ ହେବ ବୋଲି ଆକଳନ କରାଯାଉଛି। ସୂଚନାଯୋଗ୍ୟ, ପିପିଲି ନିର୍ବାଚନ ମଇଦାନରେ ୭ଟି ମାନ୍ୟତାପ୍ରାପ୍ତ ଜାତୀୟ ଓ ରାଜ୍ୟ ରାଜନୀତିକ ଦଳର ପ୍ରାର୍ଥୀଙ୍କ ସମେତ ମୋଟ ୧୦ଜଣ ପ୍ରାର୍ଥୀ ଅଛନ୍ତି। ଆସନ୍ତାକାଲି ନିର୍ବାଚନ ପ୍ରଚାରର ଶେଷଦିନ ଥିବାବେଳେ ୧୭ତାରିଖରେ ଭୋଟଗ୍ରହଣ ହୋଇଥାନ୍ତା।

ଗଞ୍ଜାମରେ ସବୁ ଧର୍ମାନୁଷ୍ଠାନ ବନ୍ଦ…!

!!!  ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ   !!!

ଏଥର ସମ୍ଭାଳ (ବ୍ରହ୍ମପୁର) – ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନକୁ ୭ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ଆସନ୍ତାକାଲିଠୁ ୨୧ ତାରିଖ ଯାଏଁ ବନ୍ଦ ରହିବ ସବୁ ଧର୍ମାନୁଷ୍ଠାନ। କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ, ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତା’ପୂର୍ବରୁ ତିନି ଦିନ ଧରି ଜିଲ୍ଲାରେ କରୋନା ପଜିଟିଭ୍ ଯଥାକ୍ରମେ ୯, ୩୧ ଓ ୨୦ ରହିଥିଲା।ନିର୍ଦ୍ଦେଶ ଅନୁଯାୟୀ, ଏହି ୭ ଦିନ ଧର୍ମାନୁଷ୍ଠାନ ଗୁଡ଼ିକୁ ସାନିଟାଇଜ୍ କରାଯିବ। ତା’ ସହ ଠାକୁରଙ୍କ ରୀତିନୀତି ପାଳନ ହେବ। ଧର୍ମାନୁଷ୍ଠାନ ସହିତ ଜିଲ୍ଲାର ସମସ୍ତ ପାର୍କ, ଖେଳପଡ଼ିଆ, ସମୁଦ୍ର ବେଳାଭୂମି ଓ ହ୍ରଦ ମଧ୍ୟ ୭ ଦିନ ବନ୍ଦ ରହିବ। ସେହିପରି ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ସେହିଭଳି ଏହା ପୂର୍ବରୁ ଅତି ଜରୁରୀ କାର୍ଯ୍ୟ ନଥିଲେ ଜିଲ୍ଲାର କୌଣସି ସରକାରୀ ଅଫିସ୍‌କ ନଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ କୁହାଯାଇଥିଲା। ଆବଶ୍ୟକସ୍ଥଳରେ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ କାମ ଥିଲେ ଫୋନ୍‌ କରି ଜଣାଇବାକୁ ନମ୍ବର ଜାରି କରାଯାଇଥିଲା। ବୁଢ଼ୀ ଠାକୁରାଣୀ ଯାତ୍ରାରେ ଲାଗିଲା କଟକଣା । ଏବେ ବ୍ରହ୍ମପୁର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଚାଲିଛି। ତେବେ ଏଥିରେ ବି ଲାଗିଛି କଟକଣା। ମାଆଙ୍କ ସାଧାରଣ ଦର୍ଶନ ବନ୍ଦ କରାଯାଇଛି। ଦୁଇ ଜଣ ପୂଜକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି କଟକଣା ଲାଗୁ କରାଯାଇଛି। ଏଣିକି ଯାତ୍ରା ସରିବା ଅର୍ଥାତ୍‌ ୧୬ ତାରିଖ ଯାଏ ମା’ଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ। ଏହାସହ ମଣ୍ଡପରେ ପୂଜକ ଓ କର୍ମକର୍ତ୍ତାଙ୍କ ସମେତ ଅତି ବେଶୀରେ ୧୦ ଜଣଙ୍କ ପ୍ରବେଶକୁ ଅନୁମତି ମିଳିଛି। ମଣ୍ଡପ ଚାରିପଟକୁ ବ୍ୟାରିକେଡ୍ କରିବା ସହ ଦେଶୀ ବେହେରା ସାହିକୁ ବାହାର ଲୋକଙ୍କ ପ୍ରବେଶ ଉପରେ ବି କଟକଣା ଲାଗୁ ହୋଇଛି। କେବଳ ସ୍ଥାନୀୟ ବାସିନ୍ଦା ଓ ଦୋକାନୀ ହିଁ ସାହି ଭିତରକୁ ଯା’ଆସ କରିପାରିବେ। ତେବେ ମା’ଙ୍କ ଦର୍ଶନ ପାଇଁ ଭର୍ଚୁଆଲ ମାଧ୍ୟମରେ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ଶୁଟିଂ ଉପରେ ଲାଗିଲା ଲକ୍‌ଡାଉନ୍‌…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ଲୋକଙ୍କ ଚିନ୍ତା ବଢ଼ାଇଛି କରୋନା ସଂକ୍ରମଣ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ମହାରାଷ୍ଟ୍ର ସରକାର ୧୪ ତାରିଖ ଠାରୁ ୧୪ ଦିନିଆ ଲକଡାଉନ୍‌ ଘୋଷଣା କରିଛନ୍ତି। ତେବେ ଫିଳ୍ମ ଓ ସିରିଏଲ୍‌ ଶୁଟିଂ ଉପରେ ମଧ୍ୟ ଏହି ଲକ୍‌ଡାଉନ୍‌ ଲାଗୁ ହୋଇଛି। ଆଗାମୀ ୧୫ ଦିନ ଯାଏଁ ସିରିଏଲ, ବିଜ୍ଞାପନ, ଫିଲ୍ମ ଶୁଟିଂକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏହାକୁ ନେଇ ଫିଲ୍ମ ନିର୍ମାତା ଓ ଫିଲ୍ମ ଆସୋସିଏସନର ଚିନ୍ତା ବଢ଼ିଛି। ତେବେ ଏହାରି ଭିତରେ ମଧ୍ୟ ଏକ ଖୁସି ଖବର ରହିଛି। ଯେଉଁ ଟିଭି ସିରିଏଲ ଏବଂ ଫିଲ୍ମ ଗୁଡିକ ମହାରାଷ୍ଟ ବାହାରେ ସୁଟିଂ ଚାଲିଛି ସେଗୁଡିକ କିନ୍ତୁ ଜାରି ରହିବ। ସେପଟେ ଏହି ଘୋଷଣା ପରେ ୧୫ ଦିନ ପାଇଁ ଫିଲ୍ମ ହଲ୍‌ଗୁଡିକ ମଧ୍ୟ ବନ୍ଦ ରହିବ। ଫଳରେ ଆଗାମୀ ଦୁଇ ସପ୍ତାହ ଯାଏଁ ରିଲିଜ ହେବାକୁଥିବା ଫିଲ୍ମ ଉପରେ ରୋକ୍‌ ଲାଗିଯାଇଛି। ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜର ଅଧ୍ୟକ୍ଷ ବିଏନ ତିୱାରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବହୁତ ବଡ ଝଟକା ଦେଇଛି। ଏହାଦ୍ୱାରା ଅନେକ ଲୋକ ପ୍ରଭାବିତ ହେବେ। ମହାରାଷ୍ଟ୍ରରେ ଏବେ ଫିଲ୍ମ ଓ ଟିଭିର ପ୍ରାୟ ୧୦୦ ସୁଟିଂ ଚାଲିଛି। ବଡ ବଡ ସୁଟିଂ ହୋଲ୍ଡରେ ରଖାଯାଇଛି। କିନ୍ତୁ ଟିଭି ଓ ବଲିଉଡର ଛୋଟ ଛୋଟ ପ୍ରୋଜେକ୍ଟର ସୁଟିଂ ଚାଲିଛି। ଏ ସମ୍ବନ୍ଧରେ ସେ ଉଦ୍ଧବ ଠାକରେଙ୍କ ସହ କଥାବାର୍ତ୍ତା କରିବେ ବୋଲି କହିଛନ୍ତି। ସୂଚନାମୁତାବକ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ରେକ୍‌ ଦ ଚେନ୍‌ ନିର୍ଦ୍ଦେଶ ଅନୁଯାୟୀ, ଆଜି ରାତି ୮ଟାରୁ ମେ’ ୧ ତାରିଖ ସକାଳ ୭ଟା ଯାଏଁ ଲକଡାଉନ୍‌ ଲାଗୁ କରାଯାଇଛି। ଏହି ସମୟରେ କେବଳ ଜରୁରୀ ସେବା କାର୍ଯ୍ୟ ଜାରି ରହିବ।

ସିବିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ୍, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କୋଭିଡ୍ ପାଇଁ ବାତିଲ୍ ହେଲା ସିବିଏସଇ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା। ସେହିଭଳି ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ଏବେ ପାଇଁ ସ୍ଥଗିତ ରଖାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସିବିଏସଇ ପରୀକ୍ଷା ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ସହ ବୈଠକ କରିଥିଲେ। ଏହାପରେ ଏହି ନିଷ୍ପତ୍ତି ଘୋଷଣା କରାଯାଇଛି। ଜୁନ୍ ୧ରେ ପୁଣିଥରେ ଏ ବାବଦରେ ସମୀକ୍ଷା କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସିବିଏସ୍‌ଇ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ମେ’ ୪ରୁ ଜୁନ୍‌ ୭ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ମେ’ ୪ରୁ ଜୁନ ୧୫ ମଧ୍ୟରେ ହେବ ବୋଲି ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। ଦଶମ ଶ୍ରେଣୀର ଛାତ୍ରଛାତ୍ରୀ କ୍ଲାସ୍‌ ପରୀକ୍ଷାର ମାର୍କ ଅନୁସାରେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ଯଦି କୌଣସି ଛାତ୍ରଛାତ୍ରୀ ମାର୍କକୁ ନେଇ ଅସନ୍ତୋଷ ପ୍ରକାଶ କରିବେ, ତା’ହେଲେ ସେ ପରୀକ୍ଷା ଦେଇପାରିବେ। ଏହି ପରୀକ୍ଷା କୋଭିଡ୍ ସଂକ୍ରମଣ କମିବା ପରେ ହେବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୟାଲ ନିଶଙ୍କ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜଧାନୀ ଦିଲ୍ଲୀ, ମହାରାଷ୍ଟ୍ର ଓ ଛତିଶଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ତେଣୁ ସିବିଏସଇ ବୋର୍ଡ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି ହୋଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ଚିଠି ଲେଖି ବୋର୍ଡ ପରୀକ୍ଷା ସ୍ଥଗିତ ରଖିବାକୁ ନିବେଦନ କରିଥିଲେ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋର୍ଡ ପରୀକ୍ଷା ଏବେ ସ୍ଥଗିତ ରହିବା ଦରକାର ବୋଲି ସେମାନେ କହିଥିଲେ।  ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରିୟଙ୍କାଙ୍କ ଟ୍ୱିଟକୁ ରିଟ୍ୱିଟ୍ କରି ତାଙ୍କ ପରୀକ୍ଷା ସ୍ଥଗିତ ରଖିବା ଦାବିକୁ ସମର୍ଥନ କରିଥିଲେ।

ପିପିଲିରେ ସାନି ନିର୍ବାଚନ ନେଇ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପିପିଲି ଉପନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ହୋଇଛି। ତାଙ୍କ ବିୟୋଗ ପରେ ରାଜ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ ଲୋହାନୀ କହିଛନ୍ତି, “ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଦେହାନ୍ତ ସଂପର୍କରେ ଜିଲ୍ଲା ରିଟର୍ଣ୍ଣିଂ ଅଫିସର ରିପୋର୍ଟ ଦେବେ। ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟକୁ ନିର୍ବାଚନ କମିଶନଙ୍କୁ ପଠାଯିବ। ସାନି ନିର୍ବାଚନ ନେଇ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ।” ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ହୋଇଯାଇଛି। ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସେ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ବିୟୋଗ ହୋଇଯାଇଛି। ଗତ ସପ୍ତାହରେ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଆପୋଲ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।