ଆଧାରକାର୍ଡ ନଥିବା ପେନସନ ଧାରୀଙ୍କୁ ଆଧାରକାର୍ଡ ପଞ୍ଜିକରଣ …!

!!! ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକରୁ ପ୍ରୁଥିରାଜ୍ ମହାନ୍ତି ଓ ମୋନଜ ନାଲା ରିପୋର୍ଟ୍   !!!

ଏଥର ସମ୍ଭାଳ (କୋଲନରା) – ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅଧିନ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆଧାର କାର୍ଡ ନଥିବା ପେନସନ ଢାରୀଙ୍କୁ ଆଧାର କାର୍ଡ ପଞ୍ଜିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁକୁନ୍ଦପୁର ସରପଞ୍ଚ ଶିବ କଣ୍ଡାଗରି ଙ୍କ ତତ୍ବା ବଧନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋଲନରା ବିଏସଏସଓ ଶ୍ରୀକାନ୍ତ ପାଣିଗ୍ରାହୀ ଯୋଗ ଦେଇ ଆଧାର କାର୍ଡ ନଥିବା ପେନସନ ଧାରୀଙ୍କୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କୁ ଅଣାଯାଇ ଆଧାର କାର୍ଡ ପଞ୍ଜିକରଣ କରାଯାଇଥିଲା। ସୂଚନା ଥାଉକି ,ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ ବିଭିନ୍ନ ପେନସନ ଧାରୀ ଙ୍କୁ ଅନଲାଇନ୍ ମାଧ୍ୟମରେ  ପେନସନ ଟଙ୍କା ପ୍ରଦାନ କରାଯିବାକୁ ଥିବା ବେଳେ ଯେଉଁ ହିତାଧକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର କାର୍ଡ ନାହିଁ ତାହେଲେ ସେମାନେ ତୁରନ୍ତ ବ୍ୟାଙ୍କ ଆକଉଣ୍ଟ ସହ ଆଧାର କାର୍ଡ ସଂଯୋଗ କରିବାକୁ କୁହାଯାଇଥିଲା। କିନ୍ତୁ କିଛି ହିତାଧିକାରୀଙ୍କ ଆଧାର କାର୍ଡ ନଥିବାରୁ ତାଙ୍କୁ ଯଥାଶୀଘ୍ର ନୂତନ ଭାବେ ଆଧାର କାର୍ଡ କରିବାକୁ ପଞ୍ଚାୟତ ପକ୍ଷ ରୁ ନିର୍ଦ୍ଧେଶ ଦିଆଯାଇଥିଲା। ଏହି ପରିପେକ୍ଷୀରେ ଆଜି ମୁକୁନ୍ଦପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠା ରେ 25 ଜଣ ପେନସନ ଧାରିଙ୍କୁ ନୂତନ ଆଧାର କାର୍ଡ ପଞ୍ଜିକରଣ କରାଯାଇଥିଲା। ଏଥିରେ ଜିଲ୍ଲା ଆଧାର ସୁପର ଭାଇଜର ପ୍ରୁଥିରାଜ ମହାନ୍ତି ଉପସ୍ଥିତ ରହି ହିତାଧିକାରୀଙ୍କୁ ପଞ୍ଜିକରଣ କରିଥିବା ବେଳେ କୈଳାଶପୁର ସରପଞ୍ଚ ଅଭିରାମ ଊର୍ଲାକା, ସ୍ବେଚ୍ଛସେବୀ ହରିହର ଦାସ, ଜିଆରଏସ ଜଗଦୀଶ ନୀଳଗିରି ଓ ସୁରେନ୍ଦ୍ର ମୁଟୁକା ପ୍ରମୁଖ ସହଯୋଗ କରିଥିଲେ।

ହଳଦିଆପଦର ରାଳବ ରୋଡ଼ରେ ୩ ଦିନରେ ନୂତନ ବିଦ୍ୟୁତ ସବଷ୍ଟେସନ ସ୍ଥାପନ ।

!!!  ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ   !!!

ଏଥର ସମ୍ଭାଳ ବ୍ୟୁରୋ (ବ୍ରହ୍ମପୁର) ଶକ୍ତି ମନ୍ତ୍ରୀଙ୍କ ନିର୍ଦ୍ଦେଶର ତିନି ଦିନ ମଧ୍ୟରେ ହଳଦିଆ ପଦର ରାଳବ ରୋଡ଼ରେ ୧୦୦ କେଭି ବିଦ୍ୟୁତ ସବଷ୍ଟେସନ ନୂତନ ଭାବେ ନିର୍ମାଣ ହୋଇଥିବା ପ୍ରକାଶ କରିଛନ୍ତି ଦକ୍ଷିଣ ଓଡିଶା ଟାଟା ଶକ୍ତି ବିତରଣ ସଂସ୍ଥା (ଟି.ପି.ଏସ.ଓ.ଡ଼ି.ଏଲ.)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରବିନ୍ଦ ସିଂ। ରାଳବ ରୋଡ଼ ଅଞ୍ଚଳର ଜନସାଧାରଣ ଲୋ ଭୋଲ୍ଟେଜ ସମସ୍ୟାର ସମ୍ମୁଖୀନ ହେଉଥିବା ଦର୍ଶାଇ ଆଦର୍ଶ ଶାନ୍ତି କମିଟି ପକ୍ଷରୁ ଶକ୍ତି ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଶକ୍ତି ମନ୍ତ୍ରୀଙ୍କ ଅଫିସ ଏପ୍ରିଲ ୭ ତାରିଖ ଦିନ ସିଇଓଙ୍କ ଅଫିସକୁ ଅବଗତ କରାଇଥିଲେ। ସିଇଓ ଶ୍ରୀ ସିଂ ଏକ ଟିମ୍ କୁ ପଠାଇ ଅନୁସନ୍ଧାନ କରିଥିଲେ। ସଠିକ ରିପୋର୍ଟ ଆସିବା ପରେ ସିଇଓ ଅରବିନ୍ଦ ସିଂ ସଙ୍ଗେ ସଙ୍ଗେ ପଦକ୍ଷେପ ଗ୍ରହଣ କରି ଯୁଦ୍ଧ କାଳୀନ ଭିତ୍ତିରେ ଏପ୍ରିଲ ୧୦ ତାରିଖ ଦିନ ନୂତନ ୧୦୦ କେଭି ସବଷ୍ଟେସନ ସ୍ଥାପନ କରିଥିଲେ। ଯାହା ଫଳରେ ପୂର୍ବରୁ ସେଠାକାର ବିଦ୍ୟୁତ ଉପଭୋକ୍ତା ମାନେ ୧୬୮ ଭୋଲ୍ଟେଜ ରୁ ୨୨୭ ଭୋଲ୍ଟେଜ ବିଦ୍ୟୁତ ଶକ୍ତି ପାଇ ପାରିଲେ। ବର୍ତ୍ତମାନ ଅଞ୍ଚଳର ଉପଭୋକ୍ତା ବୃନ୍ଦ ଖୁସି ପ୍ରକଟ କରିବା ସହ ଶକ୍ତି ମନ୍ତ୍ରୀ ଓ ସିଇଓ ଙ୍କୁ କୃତଜ୍ଞତା ଜଣାଇଛନ୍ତି।

ପିପିଲି ଉପନିର୍ବାଚନ; ଆଜି ରୋଡ୍ ଶୋ’ କରିବେ ଧର୍ମେନ୍ଦ୍ର..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପିପିଲି ଉପନିର୍ବାଚନ ପାଇଁ ଜୋର୍ ଧରିଛି ପ୍ରଚାର । ଆଜି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସକାଳେ ଉତ୍ତରା ଛକରୁ ଗୁଡ଼ିଆ ପୋଖରୀ ଓ ଜୈଶପାଟଣାରେ ରୋଡ୍ ଶୋ’ କରିବେ । ଏହାସହ ବିଭିନ୍ନ ସ୍ଥାନରେ ରୋଡ୍ ଶୋ ଓ ସଭା କରିବା ପରେ ସଂଧ୍ୟାରେ ହରିରାଜପୁରରେ ହେବ ଶୋଭାଯାତ୍ରା । ଦିନକରେ ଧର୍ମେନ୍ଦ୍ର ଦାଣ୍ଡମୁକୁନ୍ଦପୁର, ସାତଶଙ୍ଖ, ପଟ୍ଟନାୟିକା ଆଦି ଅଞ୍ଚଳରେ ପଦଯାତ୍ରା ଓ ରୋଡ ଶୋ’ କରିବେ । ସେହିପରି ଗତକାଲି ବିଜେପି ପ୍ରାର୍ଥୀଙ୍କ ପାଇଁ ମଇଦାନକୁ ଓହ୍ଲାଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପରିବର୍ତ୍ତନ ପିପିଲିରୁ ଆରମ୍ଭ ହେବ ବୋଲି ସେ ଏହି ଅବସରରେ କହିଥିଲେ। ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ପାଇଁ ବିଜେଡ଼ି ଓ ବିଜେପି ପୂରା ଦମ୍‌ରେ ଲାଗି ପଡ଼ିଛନ୍ତି। ଏହି ଆସନ ହାତେଇବା ପାଇଁ ଉଭୟ ନିଜ ହେଭିୱେଟ ନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି। ବିଜେଡି ନିଜ ଟ୍ରମ୍ପ କାର୍ଡ ଖେଳି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଛି। ଗତକାଲି, ପିପିଲିରେ ୬ଟି ସ୍ଥାନରେ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କୁ ଭର୍ଚୁଆଲ ମୋଡ୍‌ରେ ନବୀନ ସମ୍ବୋଧନ କରିଥିଲେ। ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କୁ ସମ୍ବୋଧିତ କରି ନବୀନ କହିଥିଲେ ଯେ,କୋଭିଡ୍ କଟକଣା ଯୋଗୁ ପିପିଲିବାସୀଙ୍କୁ ବ୍ୟକ୍ତିଗତ ଭାବେ ଭେଟିବା ସମ୍ଭବପର ହୋଇନି। ପିପିଲିବାସୀ ତାଙ୍କୁ ବହୁତ ଭଲ ପାଆନ୍ତି, ସେ ଜାଣନ୍ତି। ସେ ପିପିଲି ଯାଇଥିଲେ, ଲୋକମାନେ ବହୁ ସଂଖ୍ୟା ତାଙ୍କୁ ଆଶୀର୍ବାଦ କରିବାକୁ ଆସିଥାନ୍ତେ । ତେବେ ଲୋକମାନଙ୍କୁ ଅସୁବିଧାରେ ପକାଇବାକୁ ସେ ଚାହୁଁନାହାନ୍ତି। ସେଥିପାଇଁ ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆସିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିପିଲି ଡେଲାଙ୍ଗର ବିକାଶ ଆହୁରି ଆଗକୁ ଆଗେଇବ। ଏହାର ବିକାଶ ଦାୟିତ୍ୱ ସେ ନିଜେ ନେବାକୁ ମଧ୍ୟ ଘୋଷଣା କରିଥିଲେ। କୋଭିଡ୍ ସ୍ଥିତି ହଟିବା ପରେ ସେ ନିଶ୍ଚିତ ପିପିଲି ଯାଇ ସେଠାର ଲୋକମାନଙ୍କୁ ଭେଟିବେ ବୋଲି କହିଥିଲେ।

ଆପ୍‌ର ବିଜୁଳି ସତ୍ୟାଗ୍ରହକୁ ସିପିଆଇ(ଏମ୍)ର ସମର୍ଥନ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଓଡ଼ିଶା ଆପ୍ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ଅନଶନ ସତ୍ୟାଗ୍ରହ ଷଷ୍ଠ ଦିନରେ ପହଞ୍ଚିଛି। ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ପ୍ରତ୍ୟେକ ପରିବାରକୁ ବିନା ମୂଲ୍ୟରେ ବିଦ୍ୟୁତ୍ ଯୋଗାଇବା, ବିଦ୍ୟୁତ୍ ଦରବୃଦ୍ଧି ପ୍ରତ୍ୟାହାର କରିବା ଓ ବିତରକ କମ୍ପାନୀ ଗୁଡ଼ିକର ସିଏଜି ଅଡିଟ୍ କରିବା ଦାବିରେ ଶ୍ରୀ ମହାପାତ୍ର ଗତ ୭ ଠାରୁ ଅନଶନରେ ବସିଛନ୍ତି । ଏହି ସତ୍ୟାଗ୍ରହ ପ୍ରତି ଜନସାଧାରଣଙ୍କ ତରଫରୁ ସମର୍ଥନ ବଢ଼ି ଚାଲିଛି । ଏହି କ୍ରମରେ ସିପିଆଇ (ଏମ୍) ତରଫରୁ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ସମ୍ପାଦକ ମଣ୍ଡଳୀ ସଦସ୍ୟ ଜନାର୍ଦ୍ଦନ ପତି ଓ ସୁରେଶ ପାଣିଗ୍ରାହୀ ସତ୍ୟାଗ୍ରହ ସ୍ଥଳୀରେ ପହଞ୍ଚି ଦାବି ଓ ସତ୍ୟାଗ୍ରହକୁ ସମର୍ଥନ ଜଣାଇଥିଲେ । ଶ୍ରୀ ପତି ବିଜୁଳି କ୍ଷେତ୍ରରେ ଆପ୍ ସରକାର ନେଇଥିବା ପଦକ୍ଷେପର ପ୍ରଶଂସା କରିଥିଲେ । ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଓଡ଼ିଶାରେ ବିଦ୍ୟୁତ୍ କ୍ଷେତ୍ରରେ ହୋଇଆସୁଥିବା ଗ୍ରାହକ ଶୋଷଣ, ଦୁର୍ନୀତି ଏବଂ ଏହା ବିରୁଦ୍ଧରେ ତାଙ୍କ ଦଳ ତରଫରୁ ହୋଇଥିବା ପ୍ରତିବାଦ ଆନ୍ଦୋଳନର ସଂକ୍ଷିପ୍ତ ଇତିହାସ ରଖିଥିଲେ । ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ପ୍ରତ୍ୟେକ ପରିବାରକୁ ବିନା ମୂଲ୍ୟରେ ବିଜୁଳି ଯୋଗାଇଦେବା ପାଇଁ ଦାବି କରାଯିବ ବୋଲି ସେ କହିଥିଲେ । ନିଶିକାନ୍ତ ମହାପାତ୍ର ସିପିଏମ ନେତାମାନଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଥିଲେ । ଏତଦବ୍ୟତୀତ ଏହି ସତ୍ୟାଗ୍ରହକୁ ସମର୍ଥନ ଜଣାଇ ବିଭିନ୍ନ ସାମାଜିକ କାର୍ଯ୍ୟକର୍ତ୍ତା, ସ୍ତମ୍ବକାର ଓ ବୁଦ୍ଧିଜୀବିମାନେ ସତ୍ୟାଗ୍ରହ ସ୍ଥଳୀକୁ ଆସୁଛନ୍ତି । ସାମାଜିକ ଗଣମାଧ୍ୟମରେ ମଧ୍ୟ ଏଥିପ୍ରତି ବିପୁଳ ସମର୍ଥନ ମିଳୁଛି । ଆପ୍ ତରଫରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା, ପୋଷ୍ଟରିଂ,ମାନବ ବ୍ୟାନର ଓ ପ୍ରଚାରପତ୍ର ବଣ୍ଟନ କାମକୁ ଆହୁରି ଜୋରଦାର କରାଯାଉଛି ।

୧୩ ଏପ୍ରିଲ, ମଙ୍ଗଳବାର – ଆଜି ର ରାଶିଫଳ

ମେଷ: ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଚାକିରି କ୍ଷେତ୍ରରେ ଥିବା ଲୋକଙ୍କର ଉଚ୍ଚ ଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ।

ବୃଷ: କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ। ବ୍ୟବସାୟରେ ବାଧା ସୃଷ୍ଟି ହୋଇପାରେ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ମହିଳାମାନେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।

ମିଥୁନ: ଘରକୁ ଅତିଥି ଆସିପାରନ୍ତି। ସୁସ୍ୱାଦୁ ଭୋଜନ ଖାଇବେ। ରାସ୍ତାରେ ଯା’ଆସ କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଅପରାହ୍ଣ ପରେ କୌଣସି କଥାକୁ ନେଇ ମନ ଅଶାନ୍ତ ରହିପାରେ।

କର୍କଟ: ଶୁଭ ସମ୍ବାଦ ପାଇପାରନ୍ତି। ପରିବାରରେ ଶାନ୍ତି ବଜାୟ ରହିବ। ମହିଳା ଓ ପିଲାମାନେ ଖୁସି ରହିବେ। ସାମାନ୍ୟ ଅସୁସ୍ଥ ଅନୁଭବ କରିପାରନ୍ତି।

ସିଂହ: ବ୍ୟବସାୟରେ ସଫଳ ହେବେ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ଭୟ ଲାଗିରହିବ। ତେବେ ସେମାନେ କିଛି କ୍ଷତି କରିପାରିବେ ନାହିଁ।

କନ୍ୟା: ଶରୀର ଅସୁସ୍ଥ ରହିବ। ତେଣୁ ମନ ଅଶାନ୍ତ ରହିବ। ଅଧିକ ପରିଶ୍ରମ ଯୋଗୁଁ କ୍ଳାନ୍ତି ଅନୁଭବ କରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବନ୍ଧୁଙ୍କ ସାହାଯ୍ୟ ପାଇବେ।

ତୁଳା: ପଦୋନ୍ନତି ମିଳିପାରେ। ଶତ୍ରୁମାନେ ପରାଜିତ ହେବେ। ଦିନଟି ଭଲରେ କଟିପାରେ। ଆଜି ଲକ୍ଷ୍ମୀ-ନାରାୟଣଙ୍କୁ ଆରାଧନା କରନ୍ତୁ ଓ ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବିଛା: ନୂଆ ସ୍ଥାନରେ ଚାକିରି ସୁଯୋଗ ମିଳିବ। ଭାଇମାନଙ୍କ ମଧ୍ୟରେ ସଂପତ୍ତିକୁ ନେଇ ବିବାଦ ଦେଖାଦେଇପାରେ।

ଧନୁ: ପରିବାରରେ ସାମାନ୍ୟ ବାଦବିବାଦ ଯୋଗୁଁ ମନ ଅଶାନ୍ତ ରହିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। କୌଣସି ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ।

ମକର: କର୍ମକ୍ଷେତ୍ରରେ ବିବାଦ ଯୋଗୁଁ ମାନସିକ ଅଶାନ୍ତି ଦେଖାଦେବ। ଆର୍ଥିକ କ୍ଷତି ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ ପାଇବେ।

କୁମ୍ଭ: ସମାଜରେ ମାନସମ୍ମାନ ବଢ଼ିବ। ବ୍ୟବସାୟ ଆଶା ମୁତାବକ ଲାଭ ମିଳି ନପାରେ। ଶରୀରରେ ଆଘାତ ଲାଗିପାରେ। ତେଣୁ ସତର୍କ ରୁହନ୍ତୁ।

ମୀନ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ତେଣୁ ଦେଖିଚାହିଁ ଅର୍ଥ ବ୍ୟୟ କରନ୍ତୁ। ମାନସିକ ଅସ୍ଥିରତା ଦେଖାଦେବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ଉପୁଜିବ।