ହାଇଦର ପାଇଁ କଟକ ସହର ସୀମା ସିଲ୍ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –ଏସ୍‌ସିବି ମେଡିକାଲରୁ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ଆରମ୍ଭ ହୋଇଛି ବଡ଼ ସର୍ଚ୍ଚ ଅପରେସନ। ସର୍ଚ୍ଚ ଅପରେସନ ନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ଏକାଧିକ ସ୍ପେଶାଲ ସ୍କ୍ୱାର୍ଡ଼ ଗଠନ କରାଯାଇ ସର୍ଚ୍ଚ ଅପରେସନ ଚାଲିଛି। କଟକ ସହର ସୀମା ସିଲ୍ କରାଯାଇ ସର୍ଚ୍ଚ ଅପରେସନ ଚାଲିଛି। ଖୁବ୍ ଶୀଘ୍ର ତାକୁ ଆମେ ଧରିବୁ ବୋଲି କହିଛନ୍ତି  ଡିସିପି। ପଡ଼ୋଶୀ ସବୁ ଜିଲ୍ଲା ପୁଲିସକୁ ମଧ୍ୟ ଆଲର୍ଟ କରାଯାଇଛି।  ସମ୍ବଲପୁରରୁ ଆସିଥିବାରୁ ସେଠାକାର ଗାର୍ଡ ନିୟୋଜିତ ଥିଲେ। ସଂପୃକ୍ତ ଗାର୍ଡ ଏବେ ଅସୁସ୍ଥ ଅଛନ୍ତି, କିଛି କହିପାରୁ ନାହାନ୍ତି ବୋଲିସ ଡିସିପି କହିଛନ୍ତି। ଆଜି ସନ୍ଧ୍ୟାରେ SCB ସର୍ଜରୀ ୱାର୍ଡରୁ ଫେରାର ହୋଇଯାଇଥିଲା ହାଇଦର। ଚିକିତ୍ସା ପାଇଁ SCBରେ ଭର୍ତ୍ତି ହୋଇଥିବା ବେଳେ ଫେରାର ହୋଇଯାଇ ଥିଲା । ୧୨ ଦିନ ତଳେ ଚିକିତ୍ସା ପାଇଁ SCBରେ ଭର୍ତ୍ତି ହୋଇଥିଲା ହାଇଦର। ବୁର୍ଲା ମେଡିକାଲରୁ ରେଫର ହୋଇ SCB ଆସିଥିବା ହାଇଦର ସର୍ଜରୀ ବିଭାଗ ୫ ନମ୍ବର କ୍ୟାବିନରେ ଥିଲା । ତାକୁ ଜଗିବା ପାଇଁ ଜଣେ ସୁରକ୍ଷା କର୍ମୀ ନିୟୋଜିତ ଥିଲେ। ସୁରକ୍ଷା କର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଛି। ସମ୍ବଲପୁର ସର୍କଲ ଜେଲରେ ବନ୍ଦୀ ଜୀବନ ବିତାଉଥିଲା ହାଇଦର। ଅସୁସ୍ଥ ହେବାରୁ ପ୍ରଥମେ ତାକୁ ବୁର୍ଲା ଓ ପରେ SCB ଅଣାଯାଇଥିଲା। କେନ୍ଦୁଝର ରଶ୍ମୀ ମହାପାତ୍ର ହତ୍ୟା ମାମଲାରେ ସଜା ଭୋଗୁଥିଲା ହାଇଦର। ରଶ୍ମୀ ମହାପାତ୍ର ଓ ସେକ୍ ଚୁନା ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିଲା ହାଇଦର। ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ହତ୍ୟା ମାମଲାରେ ହାଇଦର ସମେତ ୫ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଭୁବନେଶ୍ୱର ସ୍ଥିତ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ୨୦୧୫ ମସିହାରେ ଏହି ରାୟ ଦେଇଥିଲେ। ୨୦୦୭ ମସିହା ମେ’ ୨୭ ତାରିଖରେ ରଶ୍ମିରଞ୍ଜନଙ୍କୁ ହତ୍ୟା କରାଯାଇଥିଲା। କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ଭୁବନେଶ୍ୱର ସହିଦ ନଗର ଆସିଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା। ଅପହରଣକାରୀମାନେ ତାଙ୍କ ମୁଣ୍ଡ ଜାମିନ ରଖି ତାଙ୍କ ପରିବାର ଲୋକଙ୍କୁ ଟଙ୍କା ମାଗିଥିଲେ। ତେବେ ପରେ ତାଙ୍କର ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜମସେଦପୁର ଅଞ୍ଚଳରୁ ମିଳିଥିଲା। ଡିଏନଏ ଟେଷ୍ଟରୁ ତାହା ରଶ୍ମିରଞ୍ଜନଙ୍କ ମୃତଦେହ ବୋଲି ଚିହ୍ନଟ ହୋଇଥିଲା। 

SCBରୁ ଫେରାର ହୋଇଗଲା ହାଇଦର..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –  କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହୋଇଯାଇଥିବା ସୂଚନା ମିଳିଛି। SCB ସର୍ଜରୀ ୱାର୍ଡରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।  ଚିକିତ୍ସା ପାଇଁ SCBରେ ଭର୍ତ୍ତି ହୋଇଥିବା ବେଳେ ଚକମା ଦେଇ ଖସିଯାଇଛି ହାଇଦର। ୧୨ ଦିନ ତଳେ ଚିକିତ୍ସା ପାଇଁ SCBରେ ଭର୍ତ୍ତି ହୋଇଥିଲା ହାଇଦର। ବୁର୍ଲା ମେଡିକାଲରୁ ରେଫର ହୋଇ SCB ଆସିଥିବା ହାଇଦର ସର୍ଜରୀ ବିଭାଗ ୫ ନମ୍ବର କ୍ୟାବିନରେ ଥିଲା । ତାକୁ ଜଗିବା ପାଇଁ ଜଣେ ସୁରକ୍ଷା କର୍ମୀ ନିୟୋଜିତ ଥିଲେ। ସୁରକ୍ଷା କର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଥିବା ସୂଚନା ମିଳିଛି। ସମ୍ବଲପୁର ସର୍କଲ ଜେଲରେ ବନ୍ଦୀ ଜୀବନ ବିତାଉଥିଲା ହାଇଦର। ଅସୁସ୍ଥ ହେବାରୁ ପ୍ରଥମେ ତାକୁ ବୁର୍ଲା ଓ ପରେ SCB ପଠାଯାଇଥିଲା। ଏକାଧିକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ହାଇଦର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଭୁବନେଶ୍ୱର ସ୍ଥିତ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ୨୦୧୫ ମସିହାରେ ଏହି ରାୟ ଦେଇଥିଲେ। ୨୦୦୭ ମସିହା ମେ’ ୨୭ ତାରିଖରେ ରଶ୍ମିରଞ୍ଜନଙ୍କୁ ହତ୍ୟା କରାଯାଇଥିଲା। କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ଭୁବନେଶ୍ୱର ସହିଦ ନଗର ଆସିଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା। ଅପହରଣକାରୀମାନେ ତାଙ୍କ ମୁଣ୍ଡ ଜାମିନ ରଖି ତାଙ୍କ ପରିବାର ଲୋକଙ୍କୁ ଟଙ୍କା ମାଗିଥିଲେ। ତେବେ ପରେ ତାଙ୍କର ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜମସେଦପୁର ଅଞ୍ଚଳରୁ ମିଳିଥିଲା। ଡିଏନଏ ଟେଷ୍ଟରୁ ତାହା ରଶ୍ମିରଞ୍ଜନଙ୍କ ମୃତଦେହ ବୋଲି ଚିହ୍ନଟ ହୋଇଥିଲା।

୧୧ ଏପ୍ରିଲ, ରବିବାର – ଆଜି ର ରାଶିଫଳ

ମେଷ: ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। କଠିନ ପରିଶ୍ରମ ଦ୍ୱାରା ଲାଭବାନ ହୋଇପାରନ୍ତି। ଅସୁସ୍ଥ ଅନୁଭବ କରିବେ।

ବୃଷ: ପାରିବାରିକ ସମସ୍ୟା ଯୋଗୁଁ ମାନସିକ ଅଶାନ୍ତି ବୃଦ୍ଧି ପାଇବ। ବନ୍ଧୁଙ୍କ ସହଯୋଗ ପାଇବେ। ମହିଳାମାନେ ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ।

ମିଥୁନ: ବ୍ୟବସାୟରେ ଭଲ ଲାଭ ପାଇବେ। ପାରିବାରିକ ସୁଖ ବୃଦ୍ଧ ହେବ। ମହିଳାମାନେ ସୁଖୀ ହେବେ। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ।

କର୍କଟ: ସମସ୍ତ ବାଧାବିଘ୍ନ ଦୂର ହେବ। ବ୍ୟବସାୟରେ ଉନ୍ନତି ହେବ। ପରିବାରରେ ଶାନ୍ତି ବଜାୟ ରହିବ। ମହିଳା ଓ ଛାତ୍ରଛାତ୍ରୀମାନେ ଆନନ୍ଦରେ ଦିନଟିକୁ ଅତିବାହିତ କରିବେ।

ସିଂହ: ଅଟକି ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ଧୈର୍ଯ୍ୟ ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ପିତାମାତାଙ୍କ ସେବା କରନ୍ତୁ।

କନ୍ୟା: ଅର୍ଥଲାଭର ସୁଯୋଗ ରହିଛି। ଶତ୍ରୁମାନେ ପରାଜିତ ହେବେ। କିନ୍ତୁ ଶାରିରୀକ ଅସୁସ୍ଥତା ଦେଖାଦେଇପାରେ।

ତୁଳା: ବ୍ୟବସାୟରେ ଲାଭ ଓ କ୍ଷତି ସମାନ ରହିବ। ଶରୀରରେ ଆଘାତ ଲାଗିପାରେ। ଗାଡ଼ି ଚଲାଇଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

ବିଛା: ଭ୍ରମଣ ସୁଖ ପ୍ରାପ୍ତି ହେବ। ଆନନ୍ଦର ସହିତ ମହିଳାମାନେ ଦିନଟିକୁ ଅତିବାହିତ କରିବେ। ଘରକୁ ଅତିଥି ଆସିପାରନ୍ତି।

ଧନୁ: ପରିବାରରେ ଭାତୃବିବାଦ ଦେଖାଦେଇପାରେ। ପ୍ରତ୍ୟେକ କାର୍ଯ୍ୟରେ ବାଧା ଉପୁଜିବ। ପ୍ରତିକାର– ଶୁଦ୍ଧ କେଶରର ତିଳକ ମଥାରେ ଲଗାନ୍ତୁ।

ମକର: ସମସ୍ତ ଦିଗରୁ ଶୁଭ ଫଳ ପାଇବେ। ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। କାହା ଉପରେ ରାଗନ୍ତୁ ନାହିଁ।

କୁମ୍ଭ: ଅଧା ହୋଇଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ବ୍ୟବସାୟରେ ପରିଶ୍ରମ କରି ଭଲ ଆୟ କରିବେ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ। ସାମାନ୍ୟ ଶାରିରୀକ ପୀଡ଼ା ଅନୁଭବ କରିପାରନ୍ତି।

ମୀନ: ପରିବାର ସହିତ ନିକଟସ୍ଥ କୌଣସି ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ବିଭିନ୍ନ ଦିଗରୁ ଆର୍ଥିକ ଲାଭ ମିଳିବ। ବନ୍ଧୁଙ୍କ ସହିତ ସଂପର୍କ ଦୃଢ଼ ହେବ। ହନୁମାନ ଚାଳିଶା ପାଠ କରନ୍ତୁ।