କାଲି ସକାଳ ୧୦ ଟାରେ ଉଦ୍ଘାଟନ ହେବ, ଭ୍ରାମ୍ୟମାଣ ପାନୀୟ ଜଳ ସେବା..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବଢୁଛି ଖରା, ତାତି ବଢିବା ସହ ବଢ଼ିବାରେ ଲାଗିଛି ପାନୀୟ ଜଳ ସମସ୍ୟା ସାଧାରଣ ଲୋକ ତଥା ପଥଚାରୀ ମାନଙ୍କୁ ଶୀତଳ ପାନୀୟ ଜଳ ଯୋଗାଇବା ପାଇଁ ପଟିଆ ସାଇ ମନ୍ଦିର ତରଫରୁ ଆରମ୍ଭ ହେବାକୁ ଯାଉଛି ଭ୍ରାମ୍ୟମାଣ ପାନୀୟ ଜଳ ସେବା ବ୍ୟବସ୍ଥା । ଗ୍ରୀଷ୍ମ ଋତୁରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପଟିଆ ସାଇ ମନ୍ଦିର ପକ୍ଷରୁ ପାନୀୟ ଜଳସେବା ଆରମ୍ଭ ହେବାକୁ ଯାଉଥିବା ସମୟରେ । ଲୋକମାନଙ୍କ ପାଖରେ ଥଣ୍ଡା ପାନୀୟ ଜଳ ପହଞ୍ଚାଇବା ପାଇଁ ଗ୍ରହଣ କରାଯାଇଛି ନିଆରା ପଦକ୍ଷେପ । ମନ୍ଦିର ଟ୍ରଷ୍ଟ ତରଫରୁ ଏକ ଡାଲା ଗାଡ଼ିରେ ବଡ ପାଣି ଡ୍ରମ ସାହାଯ୍ୟରେ ଥଣ୍ଡା ପାନୀୟ ଜଳ ଯୋଗାଣ କରାଯିବ । ପଟିଆ ସାଇ ମନ୍ଦିର ଶ୍ରଦ୍ଧାଳୁ ମାନଙ୍କ ଉଦ୍ୟମରେ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଆସନ୍ତା କାଲି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଅଛି । ପଟିଆ ସ୍ଥିତ ସାଇ ସେବା ଟ୍ରଷ୍ଟ ଏବଂ ଭୁବନେଶ୍ୱର ମହାନଗର ନିଗମର ମିଳିତ ଉଦ୍ୟମରେ ଯୋଜନା କରାଯାଇଥିବା ଏପରି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ସ୍ୱାଗତ କରାଯାଇଥିବା ସମୟରେ, ପିଇବା ପାଣି ପାଇଁ କଷ୍ଟ ଭୋଗୁଥିବା ଲୋକଙ୍କ ପାଖରେ ଏହା ସହଜରେ ପହଞ୍ଚି ପାନୀୟ ଜଳ ଯୋଗାଇ ପାରିବ । ସହର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ତଥା ଛକ ଜାଗା ମାନଙ୍କୁ ଯାଇ ପ୍ରତ୍ୟେକ ଦିନ ଏହି ଭ୍ରାମ୍ୟମାଣ ଗାଡି ପାନୀୟ ଜଳ ବଣ୍ଟନ କରିବ ବୋଲି ସୂଚନା ଦେଇଛନ୍ତି ପଟିଆ ସାଇ ସେବା ଟ୍ରଷ୍ଟର ଅନ୍ୟତମ ଉଦ୍ୟୋକ୍ତା ମିହିର କୁମାର ରାଉତ । ଆଗାମୀ ଦିନରେ ଆବଶ୍ୟକତା କୁ ଆଖି ଆଗରେ ରଖି ଏକାଧିକ ଗାଡି ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି ।

ଆସନ୍ତା କାଲିଠାରୁ ଆନ୍ଧ୍ର ଓଡ଼ିଶା ସୀମାରେ ଯାଞ୍ଚ କଡାକଡି କରାଯିବ; ରାୟଗଡ ଜିଲ୍ଲାପାଳଙ୍କ ତାଡ଼ମା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ କେରଡ଼ା ଚେକ ପଏଣ୍ଟ ଅନୁଧ୍ୟାନ …!

!!! ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲିପ କୁମାର ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ରାୟଗଡା) – ଦେଶରେ ପୁଣି ଥରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ଓ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ ଅନୁଯାୟୀ କୋଭିଡ୍ ସୁରକ୍ଷା ନିୟମକୁ କଡାକଡି ଭାବେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଚଳାଇଛି l ଆସନ୍ତା ତା12.04.21ରିଖ ଠାରୁ ଜିଲ୍ଲାର ପଡୋଶୀ ରାଜ୍ୟ ସୀମା ସବୁ ସିଲ କରାଯିବ ଓ ଯାଞ୍ଚ କରାଯିବା l ରାୟଗଡ ଜିଲ୍ଲା ଆନ୍ଧ୍ର ପ୍ରଦେଶ ସୀମା ଯଥା ରାୟଗଡ଼ ବ୍ଲକର କେରେଡା, ଗୁଣପୁର ବ୍ଲକର ଜଗନ୍ନାଥପୁର ପଞ୍ଚାୟତର ବସନଗୁଡ଼l ଓ ରାମନାଗୁଡ଼ା ବ୍ଲକର କାଟିକି ସୀମା ସିଲ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ସେହି କ୍ରମରେ ଏହି ଚେକ ପଏଣ୍ଟ ଗୁଡିକରେ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି l ଆଜି ରାୟଗଡ଼ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ଅନୁଧ୍ୟାନ କରିଛନ୍ତି l ପ୍ରଥମେ ସ୍ଥାନୀୟ ତାଡମl କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସମସ୍ତ ପ୍ରକାର ଆୟୋଜନ ଅନୁଧ୍ୟାନ କରିଥିଲେ l ଏହି କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପୁଣି ଥରେ କାର୍ଯ୍ୟକ୍ଷମ କରାଯିବା ଓ କୋଭିଡ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇଦିଆଯିବ l

ଏହାପରେ ଜିଲ୍ଲାପାଳ କେରଡା ଚେକ ପେଏଣ୍ଟ ପରିଦର୍ଶନ କରି ସମସ୍ତ ପ୍ରସ୍ତୁତିକୁ ଅନୁଧ୍ୟାନ କରିଥିଲେ l ଏହି ଚେକ ପେଏଣ୍ଟ ଦେଇ ବହୁ ସଂଖ୍ୟାରେ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ଲୋକମାନେ ଓ ଗାଡି ମୋଟର ରାୟଗଡ଼କୁ ଆସୁଥିବାରୁ ଏଠାରେ କଡାକଡି ଭାବେ ଯାଞ୍ଚ କରାଯିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ଏଠାରେ ଟିକlକରଣ ଓ ଆରଟିପିସିଆର ପରିକ୍ଷା ନେଇ ଡକୁମେଣ୍ଟ ଦାଖଲ କରିବେ l ଆବଶ୍ୟକ ପଡିଲେ ସେମାନଙ୍କୁ 7ଦିନିଆ କ୍ଵlରେଣ୍ଟାଇନରେ ରଖାଯିବl ପାଇଁ ବ୍ୟବସ୍ଥା କରାଯିବ l ଏଥିରେ ପୋଲିସ ଟିମ, ସ୍ଵାଥ୍ୟ ବିଭାଗ କର୍ମଚାରୀ, ଆଞ୍ଚଳିକ ପରିବହନ କର୍ମଚାରୀ ଓ ସରକାରୀ କର୍ମଚାରୀ 24ଘଣ୍ଟା ରହି କାର୍ଯ୍ୟକ୍ରମ ନିର୍ବାହ କରିବେ l ସମସ୍ତ ଯାତ୍ରୀ ଓ ମୋଟର କର୍ମଚାରୀ ମାନଙ୍କୁ ମାସ୍କ ଓ ସାନିଟାଇଜେର ବ୍ୟବହାର କରିବାକୁ କୁହାଯିବ l ଏହାପୂର୍ବରୁ ଜିଲ୍ଳାପାଳ ମିଶ୍ରୀ ଆଜି ମଧ୍ୟ ସହରର କପିଳାଶ ଛକ ଓ ତା ପାଖ ଦୋକାନ ବଜାରରେ ଚାଲି ଚାଲି ବିିଭିନ୍ନ ଦୋକାନ ଆଦିକୁ ଅଚାନକ ଗସ୍ତ କରି ମାସ୍କ ପିନ୍ଧି ନ ଥିବା ଗ୍ରାହକ ଏବଂ କୋଭିଡ୍ ନିୟମ ପାଳନ କରୁ ନ ଥିବା ବ୍ୟବସାୟୀଙ୍କୁ ତାଗିଦ କରାଯିବl ସହ ଚେତାବନୀ ଦେଇଥିଲେ l ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କ ସମେତ ରାୟଗଡ ବିଡ଼ିଓ ଶ୍ରୀ ରାଜେନ୍ଦ୍ର ମାଝୀ, ପରିବହନ ଅଧିକାରୀ ଓ ଆନ୍ୟl ଅଧିକାରୀ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

କାରରୂ ୫୦ କେଜି ଗଞ୍ଜେଇଜବତ ଓ ଦୁଇଜଣ ମାଫିଆ ଗିରଫ..!

!!! ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲିପ କୁମାର ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ରାୟଗଡା) – ରାୟଗଡା ଜିଲ୍ଲାର ବିଷମକଟକ ଥାନା ଅଞ୍ଚଳରେ ପୋଲିସ ଦ୍ୱାରା ୫୦ କେଜିଗଞ୍ଜେଇ ଜବତ ହେବାସହ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି l ତାଙ୍କ ନିକଟରୁ ଦୁଇଟି ମୋବାଇଲ ଫୋନ ଏକ ମଞ୍ଜାକାର ଜବତକରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି l ଗତକାଲି ସନ୍ଧ୍ୟାସମୟରେ ମା ମାର୍କମା ମନ୍ଦିର ନିକଟରେ ସଵୁଦିନ ଭଳି ପାଟ୍ରୋଲିଂ ସମୟରେ ଏକ ମିଞ୍ଜା ଧଳାକାର ଆସୁଥିଲା ତାହା JH 05 G 6466 ନମ୍ବର ଅଟେ l ଗାଡିକୁ ଅଟକାଇବା ସମୟରେ ଗାଡିର ବେଗ କମାଇବା ବଦଳରେ ବେଗ ବଢାଇବାଦେଖି ପୋଲିସ ଗାଡି ପିଛାକରିଥିଲା l ଏହି ଗାଡିଟି ମୁନିଗୁଡା ପଟୁଆସି ରାୟଗଡା ପଟକୁ ଯାଉଥିଲା l ତାକୁ ଅଟକାଇ ଯାଞ୍ଚ କଲାବେଳେ ଚାରିଗୋଟି ଜରିବସ୍ତା ରହିଥିଲା l ତାର ଆନୁମାନିକ ଦାମ ୨,୫୦,୦୦୦ ହେବବୋଲି ପୁଲିସ ପ୍ରକାଶ କରିଛି ବିଷମକଟକ ପୋଲିସ କେସ ନମ୍ବର ୪୫ /୨୧ ରୁଜୁକରି ତଦନ୍ତ କରୁଛି l ଏଥିରେ ଅନ୍ୟମାନେ ସମ୍ପୃକ୍ତଥିବା ଜଣାପଡୁଛି ବୋଲି ବିଭାଗତରଫରୁ ସୂଚନା ଦିଆଯାଇଛି l ପୁଲିସ ବିଭାଗର ତତ୍ପରତା ଦେଖି ଜନସାଧାରଣ ଯେତେଖୁସି ହେଉଛନ୍ତି ସେତିକି ଆଶ୍ଚର୍ଯ୍ୟ ହେଉଛନ୍ତି l କାରଣ ପ୍ରାୟ ସବୁଦିନ କେଉଁଠି ନା କେଉଁଠି ଗଞ୍ଜେଇ ଧାରାପଡୁଥିବାର ଖବରକାଗଜ ତଥା ସୋସିଆଲ ମାଧ୍ୟମରେ ଜାଣିବାକୁ ମିଳୁଛି କୌଣସି ପ୍ରକାର ଗଂଜେଇ ଚାଲାଣକୁ ବନ୍ଦ କରାଯାଇପାରୁନାହିଁ l ଚୋରାରେ ଗଞ୍ଜେଇ ଚାଲାଣ ପୁଲିସ ଓ ଅବକାରୀ ବିଭାଗପାଇଁ ଏକ ଚ୍ୟାଲେଞ୍ଜ ହୋଇରହିଛି l

ଗୁଣପୁର ଠାରେ ବିଜେପି ନଗର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ…!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡା ଜିଲ୍ଲା ଗୁଣପୁର ଠାରେ ବିଜେପି ନଗର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁଣପୁର ନଗର ସଭାପତି ଶ୍ରୀନିବାସ ସ୍ଵାଇଁ ଙ୍କ ପୌରହିତ ରେ ଅନୁଷ୍ଠିତ ଏହି ବୈଠକରେ ସହରର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଏନେଇ ୫ ଗୋଟି ପ୍ରସ୍ତାବ ପାରିତ ହୋଇଛି । ଏଥି ମଧ୍ୟରେ ସହରରେ ପାଣି ଯୋଗଣ ବ୍ୟବସ୍ଥା ଠିକ ନଥିବା, ଜଳ ଯୋଗାଣ ନଳ ର ରକ୍ଷଣାବେକ୍ଷଣ ଠିକ ଭାବେ ହୋଇ ପାରୁ ନଥିବାରୁ ମହାମାରୀ ଉପୁଜିବା ସମ୍ଭାବନା ଦେଖା ଦେଇଥିବା,ସହରରେ ବହୁ ଜାଗାରେ ବିଜୁଳି ବ୍ୟବସ୍ଥା ନଥିବା ଯୋଗୁଁ ବିଜୁଳି ଯୋଗାଣ ବିପର୍ଯ୍ୟସ୍ଥ ହୋଇପଡିଥିବା, ସହର ମଧ୍ୟରେ ଥିବା କାମ୍ପଗୁଡା ମୌଜା ରେ ଥିବା ଗୃହ ଗୁଡିକ କିଣା ବିକା ହୋଇପାରୁନଥିବା ,ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ରେ ୧୯ ଜଣ ଡାକ୍ତର ରହିବା ସ୍ଥଳେ ମାତ୍ର ୫ ଜଣ ଡାକ୍ତର ଥିବା,ସହରରେ ପରିମଳ ବ୍ୟବସ୍ଥା ଦିନକୁ ଦିନ ବିଗିଡି ଯାଉଥିବା ଭଳି ସମସ୍ୟା ଗୁଡିକୁ ଉପସ୍ଥାପନା କରାଯାଇ ଏହାର ଯଥାଶୀଘ୍ର ସମାଧାନ କରିବା ନେଇ ପ୍ରସ୍ତାବ ଆଗତ କରାଯାଇଛି ।

ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ସମ୍ପୃକ୍ତ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ବୋଲି ଉପସ୍ଥିତ କର୍ମକର୍ତ୍ତା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଭାଜପା ଜିଲ୍ଲା ସଭାପତି ଶ୍ରୀ ଶିବ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଶ୍ରୀ ରବିଶଙ୍କର ଗମାଙ୍ଗ, ଗୁଣପୁର ନଗର ପ୍ରଭାରୀ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ କିଶୋର ଚନ୍ଦ୍ର ପଣ୍ଡା, ଜଗନ୍ନାଥପୁର ମଣ୍ଡଳ ପ୍ରଭାରୀ ତଥା ଜିଲ୍ଲା ସମ୍ପାଦକ ଶ୍ରୀ ପଦ୍ମନାଭ ଦାସ, ଭାଜପା ଜିଲ୍ଲା ଉପ ସଭାପତି ଶ୍ରୀ ୱାଇ. ଗଣପତି ରାଓ, ଗୁଣପୁର ବ୍ଲକ ଜଗନ୍ନାଥପୁର ମଣ୍ଡଳ ସଭାପତି ଶ୍ରୀ ପୃଥିବୀରାଜ ପାଢୀ ଙ୍କ ସମତେ ଶତାଧିକ ବିଜେପି କର୍ମୀ ଓ ବିଜେପି ପ୍ରେମୀ ଉପସ୍ଥିତ ଥିଲେ।

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭାଜପା ଜିଲ୍ଲା ସଭାପତି ଶିବ ପଟ୍ଟନାୟକ ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର)ରାୟଗଡା ଜିଲ୍ଲା ଗୁଣପୁର ଠାରେ ଅନୁଷ୍ଠିତ ଜଗନ୍ନାଥପୁର ମଣ୍ଡଳ କମିଟି ବୈଠକରେ ଜିଲ୍ଲା ଭାଜପା ସଭାପତି ଶିବ ପଟ୍ଟନାୟକ ଯୋଗଦେଇ ରାଜ୍ୟ ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି । ଶ୍ରୀ ପଟ୍ଟନାୟକ ଗୁଣପୁର ବିକାଶ ର ମନ୍ଥର ଗତିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । କେନ୍ଦ୍ର ମୋଦି ସରକାର ଓଡ଼ିଶା କୁ ପ୍ରତ୍ୟେକ ବର୍ଷ ରାଜ୍ୟବାସୀଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ ବହୁତ ଲୋକାଭିମୁଖୀ କାର୍ଯ୍ୟ ନିମନ୍ତେ କୋଟି କୋଟି ଟଙ୍କାର ଅନୁଦାନ ପଠାଉଥିବା ବେଳେ ନବୀନ ସରକାର ଙ୍କ ଅପାରଗତା ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁନି । ପରନ୍ତୁ କେନ୍ଦ୍ରୀୟ ଯୋଜନାରେ ରାଜ୍ୟକୁ କମ ଅର୍ଥ ରାଶି ଯୋଗାଇ ଦିଆଯାଉଥିବା ମିଥ୍ୟା ପ୍ରଚାରକରି ଜନସମାଜ କୁ ବିଭ୍ରାନ୍ତି କରୁଥିବା ଦୋଷାରୋପ କରିଛନ୍ତି ।

ଏହି ବୈଠକକୁ ମଣ୍ଡଳ ସଭାପତି ପୃଥ୍ଵୀରାଜ ପାଢ଼ୀ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରେମ ପଣ୍ଡା ,ଗୁଣପୁର ନଗର ପ୍ରଭାରୀ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ କିଶୋର ଚନ୍ଦ୍ର ପଣ୍ଡା, ଜଗନ୍ନାଥପୁର ମଣ୍ଡଳ ପ୍ରଭାରୀ ତଥା ଜିଲ୍ଲା ସମ୍ପାଦକ ଶ୍ରୀ ପଦ୍ମନାଭ ଦାସ, ଭାଜପା ଜିଲ୍ଲା ଉପ ସଭାପତି ଶ୍ରୀ ୱାଇ. ଗଣପତି ରାଓ, ଗୁଣପୁର ନଗର ସଭାପତି ଶ୍ରୀନିବାସ ସ୍ଵାଇଁ ଙ୍କ ସମତେ ଜିଲ୍ଲା ସମ୍ପାଦକ ରବି ଶଙ୍କର ଗମାଙ୍ଗ ମୁଖ୍ୟ ବକ୍ତା ଭାବେ ଯୋଗ ଏଥର ଜିଲ୍ଲାରେ ବିଜେପି ଶାସନ କରିବ ଏବଂ ଶାସନର ଡୋରି ଯୁବକଙ୍କ ହାତରେ ରହିବ ବୋଲି ମତବ୍ୟକ୍ତ କରିଥିଲେ । ବୈଠକ ଶେଷରେ ଗୁଣପୁର ଅଞ୍ଚଳର ବହୁ ଯୁବକ ସକ୍ରିୟ ସଭ୍ୟ ଭାବେ ଭାଜପା ରେ ଯୋଗ ଦେଇଥିଲେ ।

ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତିଙ୍କ ବୈଠକ ରେ ଯୋଗ ଦେଲେନି ଗୁଣପୁର ନଗର ସଭାପତି; ଗୁଣପୁର ଭାଜପା ରେ ଫାଟ ସୃଷ୍ଟି ନେଇ ସାଧାରଣରେ ଚର୍ଚ୍ଚା।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ଗତ ଶନିବାର ଦିନ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରେମ ପଣ୍ଡା ଙ୍କ ଆହ୍ଵାନ କ୍ରମେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୁଣପୁର ପୌର ପରିଷଦ ର କେବଳ ୧ ନମ୍ବର ୱାର୍ଡ କୁ ନେଇ ଅନୁଷ୍ଠିତ ଏହି ବୈଠକରେ ୱାର୍ଡ ର ବହୁସଂଖ୍ୟକ ମହିଳା ଯୋଗଦେଇଥିଲେ। ଏଥିରେ କରାଯାଇଥିବା ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟର ଆଗ ଧାଡ଼ିରେ ରହିଥିବା ବିଜେପି ସାଂସଦ ଶ୍ରୀମତି ଅପରାଜିତା ଷଡ଼ଙ୍ଗୀ ଙ୍କ ସହ ଉପସ୍ଥିତ ମହିଳା ମାନେ କଥା ହୋଇ ଏହି ୱାର୍ଡ ରେ ଦେଖାଦେଇଥିବା ସମସ୍ୟା ଗୁଡ଼ିକୁ ନେଇ ଆଲୋଚନା କରିଥିଲେ।

ଏହି ବୈଠକ ରେ ଭାଜପା ଜିଲ୍ଲା ସମ୍ପାଦକ ରବି ଶଙ୍କର ଗମାଙ୍ଗ, ଭାଜପା ସକ୍ରିୟ କର୍ମୀ ଜଗଦୀଶ ପଣ୍ଡା ଓ ପିଙ୍କି ମହାପାତ୍ର ଯୋଗଦେଇ ଥିଲେ। ବୈଠକ କୁ ନଗର ସଭାପତି ଶ୍ରୀନିବାସ ସ୍ଵାଇଁ ଙ୍କୁ ନିମନ୍ତ୍ରଣ କରାଯାଇଥିବା ସତ୍ତ୍ୱେ ସେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନଥିବାରୁ ଏହା ବିଜେପି କର୍ମୀ ଙ୍କ ମଧ୍ୟରେ ଫାଟ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର୍ ଧରିଛି। କିନ୍ତୁ ଏହାକୁ ଭାଜପା ଜିଲ୍ଲା ସଭାପତି ଶ୍ରୀ ଶିବ ପଟ୍ଟନାୟକ ଖଣ୍ଡନ କରିଛନ୍ତି।

ଗୁଣପୁର ବାଇପାସ୍ ଠାରେ ଯାତ୍ରୀ ବିଶ୍ରାମଗାର ଉଦଘାଟିତ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣୁପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ବାଇପାସ ଛକ ନିକଟରେ ନବ ନିର୍ମିତ ଯାତ୍ରୀ ବିଶ୍ରାମାଗାର କୁ ଆଜି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ଉଦଘାଟନ କରିଛନ୍ତି । ସାଂସଦ ପାଣ୍ଠିର ଅର୍ଥ ରେ ନିର୍ମିତ ଏହି ବିଶ୍ରାମାଗାର ସହରର ମୁଖ୍ୟ ଛକ ରେ ନିର୍ମାଣ କରାଯାଇଥିବାରୁ ଯାତ୍ରୀ ମାନଙ୍କ ଉପକାର ରେ ଲାଗିପାରିବ ବୋଲି କୁହାଯାଇଛି । ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗାପ୍ରସାଦ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ, ଏସ ବାବା ପ୍ରସାଦ ରାଓ, ଭୋଳା ମହାଙ୍କୁଡ଼ ପ୍ରମୁଖ ଏହି ଉଦଘାଟନୀ ଉତ୍ସବ ରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ଗୁଣୁପୁର ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ପ୍ରସାଦ ଦାସ ପରିଚାଳନା କରିଥିଲେ ।

ହାଇଆଲର୍ଟରେ ପୁଲିସ;ହାଇଦରର ମିଳୁନି ପତ୍ତା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –ଏସ୍‌ସିବିରୁ ଚିକିତ୍ସାଧୀନ ଅବସ୍ଥାରେ ଚମ୍ପଟ୍ ମାରିଥିବା ଗ୍ୟାଙ୍ଗଷ୍ଟର ହାଇଦରର ପତ୍ତା ମିଳୁନି ।  ଗତକାଲି ସନ୍ଧ୍ୟାରୁ ନିଖୋଜ ହୋଇଥିଲେ ମଧ୍ୟ ଧରାପଡ଼ିନି ହାଇଦର।  ତାକୁ ଖୋଜିବା ପାଇଁ ଏକାଧିକ ସ୍ପେଶାଲ ସ୍କ୍ୱାଡ୍‌ ଗଠନ କରାଯାଇ ସର୍ଚ୍ଚ ଅପରେସନ ଚାଲିଛି। କଟକ ସହର ସୀମା ସିଲ୍ କରାଯାଇଛି। ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ପୁଲିସକୁ ମଧ୍ୟ ଆଲର୍ଟ କରାଯାଇଛି। ତଥାପି ହାଇଦରକୁ ଧରିବାରେ ସକ୍ଷମ ହୋଇପାରିନି ପୁଲିସ। ଗତକାଲି କଟକ ଡିସିପି ପ୍ରତୀକ ସିଂଙ୍କ କାର୍ଯ୍ୟାଳୟରେ ମଧ୍ୟ କମିଶନରେଟ୍ ପୁଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବଛାବଛା ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ହାର୍ଡକୋର କ୍ରିମିନାଲ ହାଇଦରକୁ ଖୁବ୍ ଶୀଘ୍ର ଠାବ କରାଯିବ ବୋଲି ଆଶା ରଖିଛନ୍ତି ପୁଲିସ କମିଶନର।ସେପଟେ ଗ୍ୟାଙ୍ଗଷ୍ଟର ହାଇଦର ଅଲ୍ଲୀ କଟକ ବଡ଼ ମେଡିକାଲରୁ ଫେରାର ହୋଇଯିବା ପରେ ହାଇଆଲର୍ଟରେ କେନ୍ଦ୍ରାପଡ଼ା। କେନ୍ଦ୍ରାପଡ଼ା ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚାଲିଛି କଡା ଚେକିଂ। ରାଜ୍ୟ ରାଜପଥ ଓ ଜାତୀୟ ରାଜପଥର ଉଭୟ ପଟରୁ ଆସୁଥିବା ଗାଡିଗୁଡିକୁ ପୁଲିସ ଅଟକାଇ ତନତନ କରି ଯାଞ୍ଚ କରୁଛି। ସୂଚନା ଅନୁଯାୟୀ, ୨୦୦୫ରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲ ନିକଟରେ ଗ୍ୟାଙ୍ଗଷ୍ଟର ସେକ୍‌ ସୁଲେମାନର ଭାଇ ସେକ୍‌ ଚୁନା ଓରଫ ମାଲିକ ହନନ୍‌କୁ ହତ୍ୟା ଘଟଣାରେ ହାଇଦର ସମେତ ଅନ୍ୟ ସାତଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ସେମାନଙ୍କୁ ୨୦୧୧ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରେ ୨୦୧୪ରେ ହାଇଦର ପାରୋଲରେ ଆସିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଖଣି ମାଲିକ ରଶ୍ମୀ ରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲାରେ ହାଇଦର୍‌ର ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ପୁଲିସ ତାକୁ ଗିରଫ କରିଥିଲା। ୨୦୧୫ରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ୍‌ କୋର୍ଟ ଏହି ୨ଟି ମାମଲାରେ ହାଇଦରକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ସେ ଝାରପଡା ଜେଲ୍‌ରେ ସଜା କାଟୁଥିଲା। ପରେ ୨୦୧୭ରେ ହାଇଦରକୁ ସମ୍ବଲପୁର ସର୍କଲ ଜେଲ୍‌କୁ ପଠାଇ ଦିଆଯାଇଥିଲା।ତେବେ ସେଠାରେ କିଛି ଦିନ ପୂର୍ବରୁ ସେ ଅସୁସ୍ଥ ହୋଇଥିବାରୁ ତାକୁ ବୁର୍ଲା ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଶରୀର ଭଲ ‌ନହେବାରୁ କଟକ ଏସ୍‌ସିବିକୁ ହାଇଦର ସ୍ଥାନାନ୍ତରିତ ହୋଇଥିଲା। ତେବେ ଗତକାଲି ସବୁ  ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଇ ମେଡିକାଲରୁ ଫେରାର ହୋଇଯିବାରେ ସଫଳ ହୋଇଛି ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟାର।

ଛତିଶଗଡ଼ରୁ ଟ୍ରେନ ଚଳାଚଳ ଉପରେ କଟକଣା: ମୁଖ୍ୟ ସଚିବଙ୍କ ଅନୁରୋଧକୁ ଖାରଜ କଲା ରେଳବାଇ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଛତିଶଗଡ଼ ଦେଇ ଓଡ଼ିଶା ଆସୁଥିବା ସମସ୍ତ ଯାତ୍ରୀବାହୀ ଟ୍ରେନର ଚଳପ୍ରଚଳ ଉପରେ କଟକଣା ଜାରି ପାଇଁ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କରିଥିବା ଦାବିକୁ ରେଳବାଇ ବୋର୍ଡ ରୋକଠୋକ୍ ଭାବେ ପ୍ରତ୍ୟାଖ୍ୟାନ କରିଦେଇଛି। ଓଲଟା ଓଡ଼ିଶାର ପ୍ରତ୍ୟେକ ରେଳ ଷ୍ଟେସନରେ ଯାତ୍ରୀଙ୍କ କୋଭିଡ୍ ସ୍କ୍ରିନିଂ କରିବାକୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି। ଗୁରୁବାର ରାଜ୍ୟ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଲେଖିଥିବା ଚିଠିର ଜବାବ ଦେଇ ରେଳବାଇ ବୋର୍ଡ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀତ ଶର୍ମା ଶୁକ୍ରବାର ଏକ ଚିଠି ପଠାଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ମାର୍ଚ୍ଚ ୨୩ତାରିଖ ଗାଇଡଲାଇନ୍ ଅନୁସାରେ ଦେଶବ୍ୟାପୀ ରେଳ ଚଳପ୍ରଚଳ ନିମନ୍ତେ ରେଳବାଇକୁ ଅନୁମତି ପ୍ରଦାନ କରାଯାଇଛି। ତେଣୁ ଏଦିଗରେ ଗୃହ ମନ୍ତ୍ରଣାଳୟ ସହ ଯୋଗାଯୋଗ କରିବା ପାଇଁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ଓଡ଼ିଶା ଆସୁଥିବା ଟ୍ରେନଗୁଡ଼ିକର ଯାତ୍ରୀମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା କଟକଣା ସମ୍ପର୍କରେ ଷ୍ଟେସନଗୁଡ଼ିକରେ ବାରମ୍ବାର ଘୋଷଣା କରାଯାଇ ଓ ସନ୍ଦେଶ ପଠାଇ ସଚେତନ କରାଯିବ ବୋଲି ଶ୍ରୀ ଶର୍ମା ଆଶ୍ୱାସନା ଦେଇଛନ୍ତି। ରାଜ୍ୟର ରେଳ ଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କ ସ୍କ୍ରିନିଂ ଓ କୋଭିଡ୍ ଯାଂଚ ପାଇଁ ପର୍ଯ୍ୟାପ୍ତ ପରିମାଣର ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦର୍ଶାଇ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଗୁରୁବାର ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କୁ ଚିଠି ଳେଖି ଛତିଶଗଡ଼ରୁ ଓଡ଼ିଶା ଆସୁଥିବା ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳକୁ ଏପ୍ରିଲ ୧୦ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରିବା ନିମନ୍ତେ ଅନୁରୋଧ କରିଥିଲେ। ଏହାସହିତ ଦେଶର ଯେକୌଣସି ଭାଗରୁ ଟ୍ରେନରେ ଓଡ଼ିଶା ଆସୁଥିବା ଯାତ୍ରୀମାନେ ସର୍ବାଧିକ ୭୨ଘଣ୍ଟା ପୂର୍ବରୁ ଆରଟି-ପିସିଆର ନେଗେଟିଭ୍ ରିପୋର୍ଟ ଅବା ଦ୍ୱିତୀୟ ଡୋଜ୍ କରୋନା ଟୀକାର ପ୍ରମାଣପତ୍ର ନେଇ ଆସିବା ଦିଗରେ ମଧ୍ୟ ଭାରତୀୟ ରେଳବାଇର ସହଯୋଗ ଲୋଡ଼ିଥିଲେ। ସୂଚନାଯୋଗ୍ୟ, ରାଜ୍ୟ ସରକାର ଦୁଇଦିନ ତଳେ ପଡ଼ୋଶୀ ଛତିଶଗଡ଼ରୁ ଆସୁଥିବା ବସ୍ , ଟ୍ରେନ, ସମେତ ସମସ୍ତ ପ୍ରକାରର ଘରୋଇ ଗାଡ଼ି ମାଧ୍ୟମରେ ପରିବହନ ଉପରେ ଓଡ଼ିଶା ସରକାର କଟକଣା ଜାରି କରିଛନ୍ତି।

୧୫ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –ଆସନ୍ତା ୧୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ସହ ବର୍ଷ ଜାରି ରହିବ। ସେହିପରି ଆସନ୍ତା ୩ରୁ ୪ ଦିନ ଯାଏ ରାଜ୍ୟର ସର୍ବୋଚ୍ଚ ତାପମାତ୍ରାରେ ସେତେଟା ପରିବର୍ତ୍ତନ ହେବନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।ବିଭାଗ ଜାରି କରିଥିବା ବୁଲେଟିନ ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ଭିତରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ସହ ଘଡଘଡ଼ି ହେବ। ଏଥିସହ କେତେକ ସ୍ଥାନରେ କାଳବୈଶାଖୀର ଆଶଙ୍କା ବି ରହିଛି। ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାରେ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏଥିସହ କାଳବୈଶାଖୀର ହେବାର ସମ୍ଭାବନା ରହିଛି। ସେଥିପାଇଁ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, କଳାହାଣ୍ଡି, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ବର୍ଷା ହେବା ସହିତ ପବନ ବହିବାର ଆଶଙ୍କା ରହିଛି। ଏହି ସମୟରେ ପବନର ଘଣ୍ଟା ପ୍ରତି ବେଗ ୩୦ରୁ ୪୦ କିମି ରହିବାର ଆକଳନ କରାଯାଇଛି। ଆସନ୍ତାକାଲି ଅର୍ଥାତ ରବିବାର ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିବ। ପ୍ରଭାବରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେଥିପାଇଁ କୋରାପୁଟ, ନବରଙ୍ଗପୁର. କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ବୌଦ୍ଧ, ସୋନପୁର, କଟକ, ଢେଙ୍କାନାଳ, କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୋମବାର କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ବୌଦ୍ଧ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାଛଡ଼ା କାଳବୈଶାଖୀର ଆଶଙ୍କା ରହିଛି। ଏହାର ପ୍ରଭାବରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ। ଏହାକୁ ଦୃଷ୍ଟିରେ ରଖି କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, କଟକ, ବୌଦ୍ଧ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମଙ୍ଗଳବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ। ଏହାଛଡ଼ା କାଳବୈଶାଖୀ ମଧ୍ୟ ହେବାର ସମ୍ଭାବନା ରହିଛି। ବୁଧବାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ। ସେଥିପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ ଓ ଜଗପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।