ସେବକ ଓ ଭକ୍ତଙ୍କ ଚିକିତ୍ସା ସେବାରେ ଶ୍ରୀମନ୍ଦିର ପ୍ରଶାସନ ର ନୂଆ ପ୍ରୟାସ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/ପୁରୀ)- ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ମନ୍ଦିର ନିକଟରେ ଏକ ପ୍ରାଥମିକ ସହାୟତା କେନ୍ଦ୍ର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମେକିଛି । ଏହି ପ୍ରାଥମିକ ସହାୟତା କେନ୍ଦ୍ର ପର୍ଯ୍ୟଟକ,ଭକ୍ତ, ସେବକ ଏବଂ ମନ୍ଦିର ଅଧିକାରୀଙ୍କ ଚିକିତ୍ସା କାର୍ଯ୍ୟରେ ନିୟୋଜିତ ହେବ ତେବେ ଏହି ପ୍ରାଥମିକ ସହାୟତା କେନ୍ଦ୍ରଟି ୧୪ ଏପ୍ରିଲ ମହାବିଷୁଭ ସଂକ୍ରାନ୍ତିର ଶୁଭ ଦିନରେ ଉଦଘାଟିତ ହେବା ନିଷ୍ପତି ନିଆଯାଇଛି ।ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କୁ ଏକ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ସହ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ଏଠାରେ ବ୍ୟବସ୍ଥା ମଧ୍ୟ କରାଯିବ ।ଉପଯୁକ୍ତ ତଥା ପର୍ଯ୍ୟାପ୍ତ ଡାକ୍ତରୀ କର୍ମଚାରୀଙ୍କ ଦ୍ୱାରା ଏହି କେନ୍ଦ୍ର ପରିଚାଳିତ ହେବ ଏବଂ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ସହାୟତାରେ ପର୍ଯ୍ୟାପ୍ତ ଚିକିତ୍ସା ସାମଗ୍ରୀ ଯୋଗାଇ ଦିଆଯିବ | ପ୍ରାଥମିକ ସହାୟତା କେନ୍ଦ୍ରର ସୁଗମ କାର୍ଯ୍ୟ ପାଇଁ ପ୍ରତ୍ୟେକ ନୋଡଲ୍ ଅଧିକାରୀଙ୍କୁ ସିଡିଏମଓ ଏବଂ ମନ୍ଦିର କାର୍ଯ୍ୟାଳୟ ଦ୍ୱାରା ନିଯୁକ୍ତ କରାଯିବ | ପ୍ରଶାସକଙ୍କ ଏଭଳି ପ୍ରାୟସକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି । |

ଅଧିକ ପିଆଜ ଖାଉଛନ୍ତି କି ତେବେ ସାବଧାନ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଘରେ ଘରେ ରହିଛି ପିଆଜର ଚାହିଦା। ବିନା ପିଆଜରେ ରୋଷେଇ ପାଇଁ ହାତ ଯାଏନି। ବିଭିନ୍ନ ବ୍ୟଞ୍ଜନର ସ୍ୱାଦ ବଢ଼ାଇ ଦେଇଥାଏ ପିଆଜ। ପୁଣି ଅଧିକାଂଶ ଲୋକ ଏହାକୁ କଞ୍ଚା ଖାଇବା ପାଇଁ ବେଶ୍‌ ଭଲ ପା’ନ୍ତି। ଦେଶରେ ପ୍ରତିଦିନ କୋଟି କୋଟି ଲୋକେ ପିଆଜର ବହୁଳ ବ୍ୟବହାର କରନ୍ତି। ତେବେ ପିଆଜିର ଯେତିକି ଭଲ ଗୁଣ ରହିଛି ସେତିକି ଖରାପ ଗୁଣ ମଧ୍ୟ ଅଛି। ଅଧିକ ପିଆଜ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ବିପଦ ଡାକି ଆଣିପାରେ। ତେବେ ଅଧିକ ପିଆଜ ଖାଇଲେ କ’ଣ ସବୁ ସାଇଡ ଇଫେକ୍ଟ ବାହାରେ ଆସନ୍ତୁ ଜାଣିବା। 

  • ପିଆଜରେ ଅଧିକ ମାତ୍ରାରେ ଫାଇଭର ରହିଛି। ଆବଶ୍ୟକତାଠାରୁ ଅଧିକ ଫାଇଭର ଆମ ଶରୀରର ପାଇଁ କ୍ଷତିକାରକ ହୋଇପାରେ। ଏହା ଆମ ପାଚନ ଶକ୍ତିକୁ ପ୍ରଭାବିତ କରିପାରେ। ଫଳରେ ଖାଦ୍ୟ ହଜମ ହୋଇପାରେ ନାହିଁ ଏବଂ ପେଟ ଜନିତ ସମସ୍ୟା ଉପୁଜେ। ଅଧିକ ଫାଇବର ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ମଧ୍ୟ ହୋଇପାରେ।
  • ଅଧିକାଂଶ ଲୋକ କଞ୍ଚା ପିଆଜ ଖାଇବା ପାଇଁ ପସନ୍ଦ କରନ୍ତି। ଏହାକୁ ସାଲାଡ ରୂପେ ବ୍ୟବହାର କରନ୍ତି। କିନ୍ତୁ ଏଭଳି ଖାଇବା ଦ୍ୱାରା ପିଆଜକୁ ହଜମ କରିବା କଷ୍ଟକର ହୁଏ। ଫଳରେ ଆସିଡିଟି ଏବଂ ଛାତି ଜଳାପୋଡା ଭଳି ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ ଆସିଡିଟି ଗ୍ୟାସ ସମସ୍ୟା ଥିବା ଲୋକେ କଞ୍ଚା ପିଆଜ କମ୍‌ ମାତ୍ରାରେ ଖାଇବା ଉଚିତ।
  • ପିଆଜ ଭିତରେ ପ୍ରାକୃତିକ ଫ୍ରୁକ୍ଟୋସ ଅଧିକ ମାତ୍ରାରେ ଥାଏ। ଫଳରେ ଗ୍ୟାସ୍‌ ଜନିତ ସମସ୍ୟା ଉପୁଜି ପାରେ। ତେଣୁ ଯଦି ଆପଣ ଅଧିକ ପିଆଜ ଖାଉଛନ୍ତି ତେବେ ଆଜିଠାରୁ ହିଁ ପିଆଜ ଖାଇବା ମାତ୍ରା କମାଇ ଦିଅନ୍ତୁ।
  • ଅଧିକ ପିଆଜ ଖାଇବା ଗର୍ଭବତୀ ମହିଳାଙ୍କ ପାଇଁ କ୍ଷତିକାରକ ହୋଇପାରେ। ଛାତି ଜଳାପୋଡା ଭଳି ସମସ୍ୟା ସୃଷ୍ଟି ହୋଇପାରେ। ଏଥିସହ ଅମ୍ଲ ପିତ, ବାନ୍ତି ଭଳି ଆଦି ସମସ୍ୟା ମଧ୍ୟ ଦେଖା ଦେଇପାରେ। ତେଣୁ ଗର୍ଭବତୀ ମହିଳାମାନେ କମ୍ ମାତ୍ରାରେ ପିଆଜ ଖାଇବା ଉଚିତ।
୯ ଏପ୍ରିଲ, ଶୁକ୍ରବାର – ଆଜି ର ରାଶିଫଳ

ମେଷ: ଅନେକ ଦିନର ମନାନ୍ତର, ମତାନ୍ତର ଦୂର ହୋଇ ସୁସମ୍ପର୍କ ସ୍ଥାପନ ହେବ। କର୍ମକ୍ଷେତ୍ରରେ ମାନ, ସମ୍ମାନ, ଯଶ ଗୌରବ ବୃଦ୍ଧି ପାଇବ।
ଛାତ୍ରଛାତ୍ରୀମାନେ ପାଠପଢାରେ ଅଗ୍ରଗତି ଲାଭ କରି‍ବେ। ପ୍ରତିକାର- ମା ଦୁର୍ଗାଙ୍କ ସିନ୍ଦୂର ମଥାରେ ଲଗାନ୍ତୁ।

ବୃଷ: ପାରିବାରିକ ଜୀବନ ସୁଖମୟ ହେବ ଓ ଗୁରୁଜନମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତିର ସୁଯୋଗ ରହିଛି।
ବ୍ୟବସାୟରେ ଯଥେଷ୍ଟ ଲାଭବାନ ହେବେ। ପ୍ରତିକାର- ଶ୍ରୀ ଗଣେଷଙ୍କ ପାଖରେ ସାତଟି ଦୁବ ଚଢାନ୍ତୁ।

ମିଥୁନ: ପ୍ରତ୍ୟେକଟି କ୍ଷେତ୍ରରେ ନିଜକୁ ଅପମାନିତ ମନେ କରିବେ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କର ବିରୋଧାଭାଷ ଦେଖାଦେବ। ମହିଳାମାନେ ବିନା ଦୋଷରେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି, ତେଣୁ ଭାବି ଚିନ୍ତି କାର୍ଯ୍ୟ କରନ୍ତୁ। ପ୍ରତିକାର- ସାତଟି ତୁଳସୀ ପତ୍ର ନିଜ ପାଖରେ ରଖନ୍ତୁ।

କର୍କଟ: ଆକସ୍ମିକ ଦୁର୍ଘଟଣା ପ୍ରତି ସତର୍କତା ଅବଲମ୍ବନ କରନ୍ତୁ। ସାମାନ୍ୟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡଝଞ୍ଜା ଦେଖା ଦେବ। ଭ୍ରମଣଜନିତ କ୍ଲେଶ ଅନୁଭବ କରିବେ। ପ୍ରତିକାର- କୌଣସି ଅସହାୟ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ସିଂହ: ଦୀର୍ଘଦିନରୁ ଅଟକି ରହିଥିବା କାର୍ଯ୍ୟ କରିବାକୁ ମନ ବଳାଇବେ। ଜମିଜମା ସମ୍ବନ୍ଧୀୟ ମକଦ୍ଦମାରେ ଜୟଯୁକ୍ତ ହେବେ। ଛାତ୍ରଛାତ୍ରୀମାନେ ଆନନ୍ଦ ଉଲ୍ଲାସରେ ଦିନଟିକୁ ଅତିବାହିତ କରିବେ। ପ୍ରତିକାର- ଗୁଡ ପାଣିରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ।

କନ୍ୟା: ଗୁପ୍ତଶତ୍ରୁମାନେ ପରାଜିତ ହୋଇ ମିତ୍ରତାର ହାତ ବଢାଇବେ। ନିଜ ଜୀବନସାଥୀଙ୍କ ପ୍ରେରଣା ପାଇ ଅନେକାଂଶରେ ଉପକୃତ ହେବେ। ବ୍ୟବସାୟୀମାନେ ବ୍ୟବସାୟରେ ଆଶାନୁରୂପ ଲାଭବାନ୍ ହେବେ। ପ୍ରତିକାର- କିଛି ଦୁବ ଘାସ ଗାଈକୁ ଖାଇବାକୁ ଦିଅନ୍ତୁ।

ତୁଳା: ଅଯଥା ଖର୍ଚ୍ଚ, ମାନହାନୀ, ଶରୀର ପୀଡା ଦେଖାଦେବାର ସମ୍ଭାବନା ରହିଛି। ମହିଳାମାନେ ପ୍ରତ୍ୟେକଟି କାର୍ଯ୍ୟରେ ବାଧାବିଘ୍ନର ସମ୍ମୁଖୀନ ହେବେ। ଛାତ୍ରଛାତ୍ରୀମାନେ ବିଦ୍ୟା ଶିକ୍ଷାରେ  ମନ ଦେବେ ନାହିଁ। ପ୍ରତିକାର- ଧଳାରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଓ ମହାଦେବଙ୍କୁ ଦର୍ଶନ କରନ୍ତୁ।

ବିଛା: ଶାରିରୀକ, ମାନସିକ, ପାରିବାରିକ କ୍ଷେତ୍ରରେ ସୁଖ ଶାନ୍ତି ଲାଭ କରିବେ। କର୍ମକ୍ଷେତ୍ରରେ ନୂତନ ପଦପଦବୀ ପାଇବାକୁ ଯୋଗ୍ୟ ବିବେଚିତ ହେବେ। କୌଣସି ଦିଗରୁ ହଠାତ୍ ଧନପ୍ରାପ୍ତିର ସମ୍ଭାବନା ରହିଛି। ପ୍ରତିକାର- କିଛି ଚଣା ଓ ଗୁଡ ମାଙ୍କଡମାନଙ୍କୁ ଖାଇବାକୁ ଦିଅନ୍ତୁ।

ଧନୁ: ଅପେକ୍ଷାରତ ଶୁଭ ଖବରଟି ପାଇ ଆନନ୍ଦିତ ହେବେ। ଗୃହକୁ ବନ୍ଧୁଙ୍କ ଆଗମନ ହେବ, ଯାହା ଫଳରେ ମନ ଆନନ୍ଦିତ ରହିବ। ଆମଦାନୀ ରପ୍ତାନୀ ଜନିତ ବ୍ୟବସ୍ଥାରେ ଅଧିକ ଲାଭବାନ ହେବେ। ପ୍ରତିକାର- ମଥାରେ ହଳଦିଆ ରଙ୍ଗର ଟୀକା ଲଗାନ୍ତୁ।

ମକର: ସାମାନ୍ୟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖାଦେବ। ଥଣ୍ଡାଜନିତ ରୋଗ ଦେଖା ଦେଇପାରେ। ଆର୍ଥିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ପ୍ରତିକାର- ଅଶ୍ୱତ୍ଥ ଗଛ ମୂଳରେ କଞ୍ଚାକ୍ଷୀର କଳାରାଶି ମିଶାଇ ଢାଳନ୍ତୁ।

କୁମ୍ଭ: ନୂତନ ବସ୍ତ୍ର, ଆଭୂଷଣ, ଓ ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତିର ଯୋଗ ରହିଛି। ମହିଳାମାନେ ନିଜ ମନ ପସନ୍ଦର କାର୍ଯ୍ୟ କରିବାକୁ ଭଲ ପାଇବେ।
ସନ୍ତାନମାନଙ୍କ ଉତ୍ତମ କାର୍ଯ୍ୟ ନେଇ ଆନନ୍ଦ ଲାଭ କରିବ। ପ୍ରତିକାର- ନିଜ ଖାଦ୍ୟରୁ କିଛି କୁକୁରକୁ ଖାଇବାକୁ ଦିଅନ୍ତୁ।

ମୀନ: ଦୃଢ ମନୋବଳ ହେତୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କୌଣସି ଶୁଭ ମାଙ୍ଗଳିକ ଉତ୍ସବରେ ଯୋଗଦାନ କରିପାରନ୍ତି। କିନ୍ତୁ ଯାତ୍ରା କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପ୍ରତିକାର- ମା’ ପାର୍ବତୀଙ୍କୁ ଦର୍ଶନ କରନ୍ତୁ ଓ ଘୃତ ଦୀପଟିଏ ପ୍ରଦାନ କରନ୍ତୁ।

ନ୍ୟାୟ ପାଇଁ ଏ ଥାନାରୁ ସେ ଥାନା ଘୁରି ବୁଲୁଛନ୍ତି ମହିଳା,କେସ୍‌ ନ ରଖି ଆଇନ୍‌ର‌ ପାଠ ପଢାଇଲା ପୋଲିସ୍ ;ସମାଜସେବୀ ସସ୍ମିତା ଦାସ ଙ୍କ ହସ୍ତକ୍ଷେପ ପରେ ତଦନ୍ତ ଆରମ୍ଭ…!

!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କେନ୍ଦୁଝର) – ନ୍ୟାୟ ପାଇବା ପାଇଁ ଆଠ ମାସର କଅଁଳ ଶିଶୁକୁ ଧରି ଏ ଥାନାରୁ ସେ ଥାନା ଦୌଡୁଛନ୍ତି ମହିଳା। ଏହି କେସ୍ ଆମ ଥାନାରେ ଆସୁନି କହି ଥାନା ଅଧିକାରୀ ମହିଳାଙ୍କୁ ଫେରାଇ ଦେଉଛନ୍ତି। ଏହି ପରି ମହିଳା ଜଣକ ନ୍ୟାୟ ପାଇଁ ଥାନା ଦୌଡି ଦୌଡି ନୟାନ୍ତ ହେଲେଣି। ନିଜ ସ୍ଵାମୀଙ୍କ କୁକର୍ମ ଯୋଗୁଁ ମହିଳାଙ୍କୁ ଏମିତି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ।

ମୟୂରଭଞ୍ଜ ଜିଲ୍ଲା ଗୁରୁମହିଷାଣି ଥାନା ଅନ୍ତର୍ଗତ ଡଙ୍ଗାପାଣି ଗାଁର ବାପା ଛେଉଣ୍ଡ ଝିଅ ପୂର୍ଣ୍ଣିମା ନାୟକ ୨୦୧୮ ମସିହାରେ ତେଲକୋଇ ଥାନା ଅନ୍ତର୍ଗତ ହାଲପୋଡି ଗାଁର ଦିଲ୍ଲୀପ କୁମାର ସାହୁଙ୍କ ପୁତ୍ର ମୁକେଶ ସାହୁଙ୍କୁ ପ୍ରେମ ବିବାହ କରିଥିଲେ । ଦୁଇ ଜଣ ସ୍ବାମୀ ଓ ସ୍ତ୍ରୀ ମହାଦେଇଯୋଡା ଗାଁରେ ଭଡା ଘରେ ରହୁଥିଲେ । ଉଭୟଙ୍କ ଔରସରୁ ଏକ ଆଠ ମାସର ଶିଶୁପୁତ୍ର ମଧ୍ୟ ଜନ୍ମ ହୋଇ ଥିବାବେଳେ ୧ ମାସ ହେବ ମୁକେଶ ଆଉ ଜଣଙ୍କୁ ବିବାହ କରିଛନ୍ତି ।

marriage                                                    ଦ୍ୱିତୀୟ ପତ୍ନୀଙ୍କ ସହ ମୁକେଶ

ଏଘଟଣା ଜାଣିବା ପରେ ପୀଡିତା ଆଦିବାସୀ ମହିଳା ଜଣଙ୍କ ମୁକେଶଙ୍କ ଘରକୁ ମାର୍ଚ୍ଚ ୨୪ ତାରିଖରେ ଆସିଥିଲେ । ପୂର୍ଣ୍ଣିମାଙ୍କୁ ତାଙ୍କ ସ୍ବାମୀ ମୁକେଶ ଜାତିଆଣ ଆକ୍ଷେପ କରି ଘରେ ପୁରେଇ ଦେଇ ନଥିଲେ । ଜୀବନରୁ ମାରି ଦେବାର ଧମକ ଦେଇ ପୂର୍ଣ୍ଣିମାଙ୍କୁ ରାଇସୁଆଁ ଥାନା ଅନ୍ତର୍ଗତ ମହାଦେଇଯୋଡା ଗାଁ ଭଡା ଘରେ ଛାଡି ଦେଇ ଚାଲି ଆସିଥିଲେ। ଏସର୍ମ୍ପକରେ ପୂର୍ଣ୍ଣିମା ରାଇସୁଆଁ ଥାନାରେ ଅଭିଯୋଗ କରିଥିଲେ। ହେଲେ ତୁମ ଶାଶୁଘର ତେଲକୋଇରେ। ଏଠି କିଛି ହୋଇ ପାରିବ ନାହିଁ କହି ଏବଂ ଆଇନର ପାଠ ପଢାଇ ତେଲକୋଇ ଥାନାକୁ ପଠାଇ ଦେଇଥିଲେ ରାଇସୁଆଁ ପୁଲିସ ବୋଲି ଅଭିଯୋଗ କରିଛନ୍ତି ପୂର୍ଣ୍ଣିମା।

ତେବେ ତେଲକୋଇ ପୁଲିସ ମଧ୍ୟ ତାଙ୍କ ଅଭିଯୋଗକୁ ରଖି ନଥିବା ପୂର୍ଣ୍ଣିମା ପ୍ରକାଶ କରିଛନ୍ତି । ଆଠ ମାସର ଶିଶୁପୁତ୍ର ଙ୍କୁ ଧରି ଏ ଥାନାରୁ ସେ ଥାନାକୁ ଘୁରି ଘୁରି ପୀଡିତା ମହିଳା ତାଙ୍କ ସ୍ବାମୀଙ୍କୁ ତାଙ୍କୁ ଫେରାଇ ଦେବାପାଇଁ ଆକୁଳ ନିବେଦନ କରି ସମାଜସେବୀ ମହାମାୟୀ ମା (ସସ୍ମିତା ଦାସ) ଙ୍କ ସହଯୋଗରେ ନ୍ୟାସନାଲ ହ୍ୟୁମାନ ରାଇଟ କମିଶନ ଅଧ୍ୟକ୍ଷାଙ୍କ ଦ୍ୱାରସ୍ତ ହୋଇଥିଲେ। ସଦସ୍ୟ ଙ୍କ ହସ୍ତକ୍ଷେପ ପରେ ତେଲକୋଇ ପୁଲିସ ପୀଡିତା ମହିଳାଙ୍କ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଏଠାରେ ପ୍ରଶ୍ନ ଉଠୁଛି ନାରୀ ଙ୍କୁ ସୁରକ୍ଷା ଦେବା ନାଁରେ ଡିଣ୍ଡିମ ପିଟୁଥିବା ନବୀନ ସରକାର ପୀଡିତା ମହିଳା ଙ୍କ ରିପୋର୍ଟ୍ ଗ୍ରହଣ ନକରି ଏଥାନା ରୁ ସେଥାନା ବୁଲାଇଥିବା ଅଧିକାରୀଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ମୋଦିଙ୍କୁ ନବୀନ ମାଗିଲେ ୩୦୦ କୋଟି ଟଙ୍କା …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –  ଦେଶରେ କରୋନା ଭାଇରସର ଦ୍ୱିତୀୟ ହୁ ହୁ ହୋଇ ବଢ଼ୁଥିବା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପୁଣିଥରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚ୍ୟୁଆଲ ବୈଠକ କରିଛନ୍ତି। ବୈଠକରେ ଦେଶରେ କରୋନା ମହାମାରୀର ସ୍ଥିତିର ସମୀକ୍ଷା ଏବଂ ସଂକ୍ରମଣକୁ ବ୍ୟାପିବାରୁ ରୋକିବାର ରଣନୀତି ଉପରେ ଚର୍ଚ୍ଚା ହୋଇଛି। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦାବି ରଖିଛନ୍ତି। କରୋନା ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ୩୦୦ କୋଟି ଟଙ୍କା ମାଗିଛନ୍ତି। କୋଭିଡ୍ ପରିଚାଳନା ପାଇଁ ଓଡ଼ିଶା କେନ୍ଦ୍ର ସରକାରକୁ ୪୦୦ କୋଟି ଟଙ୍କା ମାଗିଥିଲା। କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟକୁ ମାତ୍ର ୧୪୬ କୋଟି ଟଙ୍କା ମିଳିଥିବା ନବୀନ କହିଛନ୍ତି। କରୋନା ପରିଚାଳନା ପାଇଁ ଅତିକମରେ ଆଉ ୩୦୦ କୋଟି ଟଙ୍କା ଦିଆଯାଉ ବୋଲି ନବୀନ ମୋଦିଙ୍କ ନିକଟରେ ଦାବି କହିଛନ୍ତି। ସେହିପରି ନବୀନ ରାଜ୍ୟରେ ଟିକାକରଣକୁ ନେଇ ମଧ୍ୟ ମୋଦିଙ୍କ ନିକଟରେ ଆଉକିଛି ଦାବି କରିଛନ୍ତି। ଓଡ଼ିଶାରେ ବର୍ତ୍ତମାନ ଦୈନିକ ଅଢ଼େଇ ଲକ୍ଷ ଟିକାକରଣ କରାଯାଉଛି। ତେଣୁ ଅତିକମରେ ୧୦ଦିନ ପାଇଁ ଟିକା ଷ୍ଟକ୍ ଦିଆଯାଉ ବୋଲି ନବୀନ ମୋଦିଙ୍କୁ କହିଛନ୍ତି। ଏହାସହ SDRF ପାଣ୍ଠିର ୫୦% ଖର୍ଚ୍ଚ ନେଇ ଏବର୍ଷ ପାଇଁ ବି ଅନୁମତି ମିଳୁ ନବୀନ ଦାବି କରିଛନ୍ତି। ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚ୍ୟୁଆଲ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ନାଇଟ୍ କର୍ଫ୍ୟୁ ବଦଳରେ କରୋନା କର୍ଫ୍ୟୁ ଲାଗୁ କରିବାକୁ କହିଛନ୍ତି। ଏହାଦ୍ୱାରା ଲୋକମାନଙ୍କ ଭିତରେ ସଚେତନତା ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ ପରେ ମୋଦି କହିଛନ୍ତି ଯେ ସାରା ଦୁନିଆରେ ନାଇଟ୍ କର୍ଫ୍ୟୁ ସଫଳ ହୋଇଛି, ତେଣୁ ଭାରତରେ ମଧ୍ୟ ଏହା ନିଶ୍ଚୟ ସଫଳ ହେବ।ସୂଚନାଯୋଗ୍ୟ, ଓଡ଼ିଶାରେ ଗତ କିଛି ଦିନ ହେବ କରୋନା ମାମଲା ଲଗାତର ବୃଦ୍ଧି ପାଇଛି। କିଛି ଦିନ ତଳେ ଯେଉଁଠି ଦୈନିକ ମାମଲା ୧୦୦ ଟପୁ ନଥିଲା, ଏବେ ଏହି ସଂଖ୍ୟା ଦୈନିକ ପାଖାପାଖି ୯୦୦ ହେଲାଣି।

ମଶାଣିକୁ ହୋଇଛି କଂକ୍ରିଟ୍ ରାସ୍ତା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –  ଶବ ଦାହ ପାଇଁ ନିର୍ମାଣ ହୋଇଛି ମଶାଣି। ନିକାଞ୍ଚନ ସ୍ଥାନରେ ମଶାଣି ନିର୍ମାଣ ହୋଇଥିଲେ ମଧ୍ୟ ରାସ୍ତା ତିଆରି ହୋଇନଥିଲା। ଏବେ କିନ୍ତୁ ମଶାଣିକୁ କଂକ୍ରିଟ ରାସ୍ତା ନିର୍ମାଣ ସରିଛି। ପ୍ରାୟ ୩୦୦ ମିଟରର କଂକ୍ରିଟ ରାସ୍ତା ତ ନୂଆ କରି ତିଆରି ହୋଇଛି। କିନ୍ତୁ ରାସ୍ତା କିଏ ନିର୍ମାଣ କରିଛି ସେ ନେଇ କୌଣସି ଖୋଜ ଖବର ନାହିଁ କିମ୍ବା କୌଣସି ଫଳକ ନାହିଁ। ଗ୍ରାମବାସୀଙ୍କ ଠାରୁ ସରପଞ୍ଚ ଓ ଗ୍ରାମପଞ୍ଚାୟତର ପିଇଓଙ୍କ ଠାରୁ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ କୌଣସି ଖବର ନାହିଁ। ଯାହାକୁ ପଚାରିଲେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ଆଉ କହୁଛନ୍ତି ଆମେ ଜାଣିନୁ କିଏ କରିଛି ରାସ୍ତା କାମ। ଏମିତିରେ କଣ ଆମେ କହିପାରିବା ଯେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ରଣଜିତ ପଞ୍ଚାୟତରେ ମସାଣିକୁ ଭୂତ ରାସ୍ତା ତିଆରି କରିଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ରଣଜିତ ପଞ୍ଚାୟତର ମାଳିପଦୀ ଗାଁ ର ମଶାଣି ଗୃହକୁ ଏହି କଂକ୍ରିଟ ରାସ୍ତାଟି ରାସ୍ତା ହୋଇଛି। ଏହି ରାସ୍ତାର ଲମ୍ବ ପ୍ରାୟ ୩୦୦ ମିଟର ହେବ। କଂକ୍ରିଟ୍ ରାସ୍ତାର ପାର୍ଶ୍ଵରେ ବାଲି ଓ ଚିପ୍ସ ମଧ୍ୟ ପଡିଛି। ଏହି ରାସ୍ତା କାର୍ଯ୍ୟଟି ପ୍ରାୟ ୩ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। କିନ୍ତୁ କିଏ ଏହି ରାସ୍ତା ନିର୍ମାଣ କରିଛି, ତାହା ଗ୍ରାମବାସୀ ଜାଣି ନାହାନ୍ତି। ରାସ୍ତା ପାଖରେ କୌଣସି ଫଳକ ମଧ୍ୟ ନାହିଁ। କେବଳ ଶ୍ରମିକ ମାନେ ଆସୁଛନ୍ତି ଓ ରାସ୍ତା କାମ କରୁଛନ୍ତି। ଏ ନେଇ ସ୍ଥାନୀୟ ବାସିନ୍ଦା ରଣଜିତ ପଞ୍ଚାୟତର ସରପଞ୍ଚ କହିଛନ୍ତି ଯେ ସେମିତି କୌଣସି ମାଷ୍ଟର ପ୍ଳାନ କିମ୍ବା କାର୍ଯ୍ୟାଦେଶ ହୋଇଥିବା ନେଇ କୌଣସି ଖବର ତାଙ୍କ ପାଖରେ ନାହିଁ। ଯିଏ ବି ଏହି ରାସ୍ତା କାମ କରିଛି, ଆମେ ସେ ତା’ର ପରିଚୟ ଦେଉ। ଆମେ ପଞ୍ଚାୟତ ତରଫରୁ ତାଙ୍କୁ ସମ୍ମାନିତ କରୁଛୁ। ଯଦି କେହି କରିନାହାନ୍ତି, ତାହେଲେ ଆମେ ଭାବିବୁ ସ୍ୱୟଂ ଭୂତ ଆସି ଏହି କାମ କରିଛି। ସ୍ଥାନୀୟ ସରପଞ୍ଚ ବହୁ ଅନୁସନ୍ଧାନ ପରେ ଭଣ୍ଡାରୀପୋଖରୀ ଗୋଷ୍ଠୀ ଉନୟନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି। ତେବେ କେହି ଜଣେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସାରିବା ପରେ ବ୍ଲକରୁ ବିଲ ପାସ କରାଇନେବେ ବୋଲି ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ। ଅନ୍ୟପଟେ ଗୋଷ୍ଠୀ ଉନୟନ ଅଧିକାରୀ ମଧ୍ୟ ଏହି ରାସ୍ତା ନିର୍ମାଣ ବିଷୟରେ ସମ୍ପୂର୍ଣ ଅଜଣା ଥିବା କହିଛନ୍ତି। ସରପଞ୍ଚଙ୍କ ଠାରୁ ଅଭିଯୋଗ ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଭାଗୀୟ ବାବୁଙ୍କୁ ଏହି ରାସ୍ତା ବିଷୟରେ ପଚାରିଛନ୍ତି। କିନ୍ତୁ ସେଠାରେ ମଧ୍ୟ ସମାନ ଉତ୍ତର ଯେ ଆମେ କିଛି ଜାଣିନୁ। ମଶାଣିକୁ କିଏ ରାସ୍ତା ନିର୍ମାଣ କଲା ତା’ର ତଦନ୍ତ ହେବ ବୋଲି ବିଡିଓ କହିଛନ୍ତି। ଏହାସହ ପରବର୍ତ୍ତୀ ସମୟରେ ଏହି ରାସ୍ତା ପାଇଁ ଯେମିତି କେହି ବିଲ୍ କରି ନ ନିଅନ୍ତି, ସେଥିପ୍ରତି ଯତ୍ନବାନ ରହିବେ ବୋଲି ବିଡିଓ କହିଛନ୍ତି। ଏହି କଂକ୍ରିଟ ରାସ୍ତା କାର୍ଯ୍ୟ କରୁଥିବା ଠିକାଦାରଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ।

GIET ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ୩ ଦିନ ପାଇଁ ପ୍ରବେଶ ମନା…!

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ଗୁଣପୁର) ରାୟଗଡ଼ା ଜିଲ୍ଲା ଗୁଣପୁରସ୍ଥିତ ଗାନ୍ଧି ଇନଷ୍ଟିଚ୍ୟୁଟ୍‌ ଅଫ୍ ଇଂଜିନିଅରିଂ ଆଣ୍ଡ ଟେକ୍ନୋଲୋଜି -GIET  ବିଶ୍ୱବିଦ୍ୟାଳୟରୁ ଗତକାଲି ୨ କରୋନା ପଜିଟିଭ ଚିହ୍ନଟ ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ। ବିଶ୍ୱବିଦ୍ୟାଳୟକୁ ଆଜିଠାରୁ ୩ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ଗୁଣୁପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶଅନୁଯାୟୀ, କରୋନା ସଂକ୍ରମିତ ଚିହ୍ନଟ ହେବା କାରଣରୁ GIET  ବିଶ୍ୱବିଦ୍ୟାଳୟକୁ ଗତକାଲି ସିଲ୍‌ କରି ଦିଆଯାଇଛି। ଆଜିଠୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି ।  ଫଳରେ କ୍ୟାଂପସ ବାହାରେ ଥିବା ଛାତ୍ରଛାତ୍ରୀ, ଷ୍ଟାଫ୍ ଭିତରକୁ ଆସିପାରିବେ ନାହିଁ କି ଭିତରେ ଥିବା ଛାତ୍ରଛାତ୍ରୀ ଓ ଷ୍ଟାଫ୍ ବାହାରକୁ ଯାଇ ପାରିବେ ନାହିଁ । ଏଥିସହ ସାମାଜିକ ଦୂରତା ରକ୍ଷା କରିବାକୁ ସମସ୍ତଙ୍କୁ କୁହାଯାଇଛି। କ୍ୟାମ୍ପସ୍‌ ମଧ୍ୟରେ ଥିବା ସମସ୍ତଙ୍କର ଆଜିଠୁ କୋଭିଡ ଟେଷ୍ଟ କରାଯିବ।  ମେଡିକାଲ୍ ଟିମ୍‌କୁ ସହଯୋଗ କରିବା ଲାଗି କ୍ୟାମ୍ପସ୍‌ରେ ଥିବା ଛାତ୍ରଛାତ୍ରୀ ଓ ଷ୍ଟାଫଙ୍କୁ ପରାମର୍ଶ ଦିଆଯାଇଛି । ଏହାବ୍ୟତୀତ କ୍ୟାମ୍ପସ୍‌ ବାହାରେ ଥିବା ହଷ୍ଟେଲରେ ରହୁଥିବା ପିଲାଙ୍କୁ ମଧ୍ୟ ବାହାରକୁ ବାହାରିବାକୁ ବାରଣ କରାଯାଇଛି।