ବିଦ୍ୟତ ଦର ଵୃଦ୍ଧି ପ୍ରତିବାଦରେ ଗୁଣପୁର କଂଗ୍ରେସ ପକ୍ଷରୁ ସ୍ଥାନୀୟ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ନବୀନ ସରକାରଙ୍କ ପକ୍ଷରୁ ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି କରାଯାଇଛି ।ଏହାର ପ୍ରତିବାଦରେ ଆଜି ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । ରାଜ୍ୟ ସଭାପତି ଙ୍କ ଅନୁରୋଧ କ୍ରମେ ରାୟଗଡା ଜିଲ୍ଲା ଗୁଣପୁର କଂଗ୍ରେସ ପକ୍ଷରୁ ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ବିଜୟ ଗମାଙ୍ଗଙ୍କ ନେତୃତ୍ୱରେ ସ୍ଥାନୀୟ କଂଗ୍ରେସ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ପ୍ରତିବାଦରେ ନବୀନ ପଟ୍ଟନାୟକ ଏବଂ ବର୍ଦ୍ଧିତ ବିଦ୍ୟୁତ ଦର ବିରୋଧୀ ସ୍ଲୋଗାନ ଦିଆଯାଇଥିଲା । ଏଥିରେ ଗୁଣପୁର ସଦର ସଭାପତି ଶ୍ରୀକାନ୍ତ ବେହେରା,ଭୋଳାନାଥ ମହାଙ୍କୁଡ଼ ,ସୋମନାଥ ଲିମା ଓ ଅନ୍ୟ କର୍ମକର୍ତ୍ତା ମାନେ ଯୋଗଦେଇ ବିଦ୍ୟୁତ ବିଭାଗୀୟ ଅଧିକାରୀ ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ଗୁଣପୁର ଠାରେ ବିଜେପିର ୪୧ ତମ ପ୍ରତିଷ୍ଠା ଦିବସ ପାଳିତ।

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ଆଜି ହେଉଛି ଭାରତୀୟ ଜନତା ପାର୍ଟି ର 41 ତମ ପ୍ରତିଷ୍ଠା ଦିବସ । ରାୟଗଡା ଜିଲ୍ଲା ଗୁଣୁପୁର ବିଜେପି ଶାଖା ପକ୍ଷରୁ କୋଭିଡ ନିୟମ ଅନୁଯାୟୀ ପ୍ରତିଷ୍ଠା ଦିବସ କୁ ପାଳନ କରାଯାଇଛି । ପଣ୍ଡିତ ଦୀନ ଦୟାଲ ଙ୍କ ଆଦର୍ଶ, ବାଜପେୟୀଙ୍କ ଚିନ୍ତାଧାରା ତଥା ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଧାରା କାର୍ଯ୍ୟକ୍ରମ କୁ ପ୍ରତ୍ୟେକ ଘରେ ଘରେ କିଭଳି ପହଞ୍ଚିବ, ସ୍ଥାନୀୟ ଅଞ୍ଚଳରେ କିଭଳି ବିଜେପି ସୁଦୃଢ ହୋଇ ପାରିବ ଏନେଇ ଆଲୋଚନା କରାଯାଇଥିଲା । ଆଗାମୀ ପୌର ନିର୍ବାଚନ ପାଇଁ ବୁଥ ସ୍ତରୀୟ କମିଟି ଗଠନ କରି ରଣନୀତି ପ୍ରସ୍ତୁତ କରାଯାଇଥିବା ଉପ ସଭାପତି ପ୍ରକାଶ କରିଥିଲେ । ରାୟଗଡା ଜିଲ୍ଲା ବିଜେପିର ଉପ ସଭାପତି y ଗଣପତି, ଗୁଣୁପୁର ନଗର ସଭାପତି ଶ୍ରୀନିବାସ ସ୍ୱାଇଁ ଙ୍କ ନେତୃତ୍ୱରେ ପୃଥ୍ୱୀରାଜ ପାଢ଼ୀ, ପ୍ରେମ ପଣ୍ଡା, ଉଦୟ ପାଢ଼ୀ, ଜଗଦୀଶ ପଣ୍ଡା, ବିଦ୍ୟା ଶବର, ଫାଲଗୁନୀ ଶବର, ମହିଳା ନେତ୍ରୀ ଲକ୍ଷ୍ମୀ ଶ୍ରୀରାମ ଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଓ କର୍ମୀ ଯୋଗ ଦେଇଥିଲେ ।

ବିଜେଡି ର ସାମ୍ବାଦିକ ସମିଳନୀ ଚନ୍ଦନପୁର ପଞ୍ଚାୟତ ସମିତି ସଭ୍ୟ ଉପନିର୍ବାଚନ ନିର୍ଦ୍ବନ୍ଦରେ ବିଜୟୀ ହେଲେ ସୁନିତା ସାହୁ ।

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋଦଳା) -ବେଗୁନିଆପଡା ବ୍ଲକ ନିକଟସ୍ଥ କଲ୍ୟାଣ ମଣ୍ଡପ ପରିସରରେ ବେଗୁନିଆପଡା ବିଜେଡିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ବେଗୁନିଆପଡାରେ ପୁଣି ଥରେ ପ୍ରମାଣିତ ହେଲା ନବୀନ ପଟ୍ଟନାୟକ ଓ ଲତିକା ପ୍ରଧାନଙ୍କ ଲୋକପ୍ରିୟତା | ଚନ୍ଦନପୁର ପଞ୍ଚାୟତ ସମିତି ସଭ୍ୟ ପଦ ଉପନିର୍ବାଚନରେ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ସୁନିତା ସାହୁ | ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ବେଗୁନିଆପଡା ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା | ସବୁଠାରୁ ରୋଚକ କଥା ହେଲା ଚନ୍ଦନପୁର ପଞ୍ଚାୟତ ସମିତି ସଭ୍ୟ ପଦ ଉପନିର୍ବାଚନ ପାଇଁ ଗତକାଲି ପାର୍ଥି ପତ୍ର ଦାଖଲ ଚାଲିଥିବା ବେଳେ ବେଗୁନିଆପଡା ବ୍ଲକ ପରିସରରେ ବିଜେପି ବିଧାୟକ ପାର୍ଥି ରଞ୍ଜନ ପଲାଇ ଓ ତାଙ୍କ ସମର୍ଥକ ଗୁଣ୍ଡାଗିରି କରିଥିବା ଅଭିଯୋଗ କରିଛି ବିଜେଡି |

ବେଗୁନିଆପଡା ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରାଙ୍କ କହିବା ମୁତାବକ ଚନ୍ଦନପୁର ପଞ୍ଚାୟତର ସମିତି ସଭ୍ୟ ଉପନିର୍ବାଚନ ପାଇଁ ପଞ୍ଚାୟତ ବାସୀଙ୍କ ସର୍ବସମ୍ମତି କ୍ରମେ ସୁନିତା ସାହୁଙ୍କୁ ସମିତି ସଭ୍ୟ ଭାବେ ପାର୍ଥି କରାଯାଇଥିଲା ଏହାକୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମଧ୍ୟ ସମର୍ଥନ କରିଥିଲେ | ଗତ କାଲି ପାର୍ଥିପତ୍ର ଦାଖଲର ଶେଷ ତାରିଖ ଥିବା ଯୋଗୁଁ ଶ୍ରୀମତୀ ସୁନିତା କବିସୂର୍ଯ୍ୟନଗର ବିଧାୟିକାଙ୍କ ଉପସ୍ଥିତିରେ ନିଜର ପାର୍ଥି ପତ୍ର ଦାଖଲ କରିଥିଲେ | ଏହି ସମୟରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଗତ ସାଧାରଣ ନିର୍ବାଚନରେ ବିଜେପି ପାର୍ଥି ହୋଇ ପରାଜୟ କରିଥିବା ରଞ୍ଜନ ପଳାଇ ନିଜ ସମର୍ଥକଙ୍କ ସହ ଆସି ବ୍ଲକ ଅଧକ୍ଷାଙ୍କ କାର୍ଯ୍ୟଳୟରେ ପ୍ରବେଶ କରି ବିଧାୟିକାଙ୍କ ସହ ଯୁକ୍ତି ତର୍କ କରିଥିଲେ | ଏବଂ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା ଶ୍ରୀ ପଳାଇଙ୍କ ଉପସ୍ଥିତିରେ ପାର୍ଥିପତ୍ର ଦାଖଲ କରିଥିବା କୁନା ସ୍ୱାଇଁଙ୍କ ପାର୍ଥି ପତ୍ର ନାକଚ ହୋଇଛି | ସୁନିତା ସାହୁ ଅଭିଯୋଗ କରିଥିଲେ ଯେ କୁନା ସ୍ୱାଇଁଙ୍କ ଚାରିଗୋଟି ସନ୍ତାନ ରହିଛି ଯାହାକି ନିର୍ବାଚନ ଲଢ଼ିବା ପାଇଁ ସେ ଯୋଗ୍ୟ ନୁହନ୍ତି ଏହାର ତଦନ୍ତ ପରେ ପ୍ରମାଣିତ ହେଲାଯେ ଶ୍ରୀମତୀ ସାହୁଙ୍କ ଅଭିଯୋଗ ସତ୍ୟ ତେଣୁ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ | ତେବେ ଏଭଳି ଗୁଣ୍ଡା ଗର୍ଦ୍ଦି ଓ ମିଥ୍ୟା ଅଭିଯୋଗ କରି ବିଜୁ ଜନତା ଦଳକୁ ବଦନାମ କରୁଥିବା କହିଛି ବିଜେଡି | ଶ୍ରୀମତୀ ସାହୁ ନିର୍ଦ୍ବନ୍ଦରେ ନିର୍ବାଚିତ ହେବା ପୁଣିଥରେ ନବୀନ ଓ ବିଧାୟିକାଙ୍କ ଲୋକପ୍ରିୟତା ଏବଂ ଧର୍ମର ବିଜୟ ହୋଇଛି ବୋଲି କହିଛନ୍ତି ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା |

ଉଜ୍ଜ୍ୱଳପଲ୍ଲୀରେ ମାଆ ସନ୍ତୋସୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ।

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ବେଗୁନିଆପଡ଼ା ବ୍ଲକ ଏସ ଛଚିନା ପଞ୍ଚାୟତ ଉଜ୍ଜ୍ୱଳପଲ୍ଲୀ ଠାରେ ମାଆ ସନ୍ତୋସୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟକୁ ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ତଥା କୋଦଳାର ପୂର୍ବତନ ନଗରପାଳ ହରପ୍ରସାଦ ସାହୁ ଉଦଘାଟନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସୁବାସ ସାହୁ, ଏସ ଛଚିନା ପଞ୍ଚାୟତ ସମିତିସଭ୍ୟ ଚରଣ ନାୟକ, ବୁରୁଝୁରି ପଞ୍ଚାୟତ ସମିତିସଭ୍ୟ ବିନାୟକ ନାୟକ, ସୁରେନ୍ଦ୍ର ପରିଡା, ଦୀପକ କୁମାର ନାୟକ, ତୋଫାନ ପାଣ୍ଡିଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ । ଉଦଘାଟନୀ ମ୍ୟାଚରେ କୁମାରିପାରି ଓ ପୁସ୍ତପୁର ମଧ୍ୟରେ କଡା ମୁକାବିଲା ହୋଇଥିଲା ।

ଏହି ମ୍ୟାଚରେ ପୁସ୍ତପୁର ପ୍ରଥମେ ବ୍ୟାଟିଂ କରି ୫ ୱକେଟ ହରାଇ ୧୫୨ ରଂ ସଂଗ୍ରହ କରିଥିବା ବେଳେ କୁମାରିପାରି ନିର୍ଣ୍ଣାୟକ ଓଭରରେ ୮ୱକେଟରେ ୧୦୨ ରନ ସଂଗ୍ରହ କରିଥିଲା । ଫଳରେ ୫୦ ରନରେ ପୁସ୍ତପୁର ବିଜୟ ଲାଭ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଭାଗ ନେଇଥିବା ଜଣାପଡିଛି । ମାଧବ ଗୌଡ଼,ସୁନୀଲ ସେଠି , ସନ୍ତୋଷ ଦାସଙ୍କ ସହ ଯୁବକମାନେ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ ।

ଖଜୁରୀ ଗଛ ର କିଗୁଣ ଗାଇବି ମୂଳରୁ ପାହାଚ ପାହାଚ…!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡା ଜିଲ୍ଲା ଗୁଣପୁର ସହରକୁ ସ୍ୱଚ୍ଛ, ସୁନ୍ଦର ଓ ପରିମଳ ରଖିବା ନିମନ୍ତେ ପ୍ରଶାସନର ତତ୍ପରତା ସ୍ୱାଗତ ଯୋଗ୍ୟ । ଏହା କେବଳ କାନ୍ଥ ଚିତ୍ର ଓ ଛକ ନିକଟରେ ନିର୍ମିତ କିଛି କାରୁକାର୍ଯ୍ୟ ମାଧ୍ୟମ ରେ ସୀମିତ ହୋଇ ରହିଥିବା ଦେଖିବାକୁ ମିଳିଛି । ଏହା ମଧ୍ୟରେ ପୋୖର ପରିଷଦ ପକ୍ଷରୁ ସ୍ୱଚ୍ଛ ସର୍ବେକ୍ଷଣ କୁ ନେଇ ବଡାଖାନା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

କିନ୍ତୁ ସହରର ପରିମଳ ବ୍ୟବସ୍ଥା ପ୍ରତି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ରହୁନଥିବାରୁ ପରିମଳ ବ୍ୟବସ୍ଥା ଠପ ହୋଇପଡିଥିବା ଅଭିଯୋଗ ହେଉଛି । ସହରର ପରିମଳ ବ୍ୟବସ୍ଥା କୁ ନେଇ ବାରମ୍ବାର ଅଭିଯୋଗ ହେବାରୁ ଏଠାରେ କାର୍ଯ୍ୟରତ ସେନିଟାଇଜର ଇନିସ୍ପେକ୍ଟର ଡମ୍ବୁରୁ ବାଉରୀଙ୍କୁ ବଦଳୀ କରାଯାଇ ଏଠାକୁ ଏଠି କାର୍ଯ୍ୟକରି ଅଭିଯୋଗ କ୍ରମେ ବଦଳୀ ହୋଇଥିବା ପୂର୍ବତନ କର୍ମକର୍ତ୍ତା ଭେଙ୍କେଟ ରାଓଙ୍କୁ ପୁଣି ଅଣାଯାଇଛି । ଏହି କର୍ମଚାରୀ ଜଣକ ରାଜନୈତିକ ବାବୁଙ୍କର ସୁପାରିଶ ରେ ପୁଣି ଏଠାକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ଏହାଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ କହି ଠିକ ଭାବେ କାର୍ଯ୍ୟ ତୁଲାଉନଥିବା , ଏପରିକି ବାବୁ ଜଣଙ୍କୁ ପରିମଳ ତଦାରଖ ନିମନ୍ତେ ସହର ମଧ୍ୟରେ ଅନୁଧ୍ୟାନ କରିବାକୁ ଯିବା ଦେଖିବାକୁ ମେଳୁନଥିବା ଅଭିଯୋଗ ଉଠୁଛି । ଯଦ୍ୱାରା ସହର ପରିମଳ ବ୍ୟବସ୍ଥା ନିମନ୍ତେ ବହୁ ଅର୍ଥରେ ଟେଣ୍ଡର ନେଇଥିବା ଠିକାଦାର ଆଶିଷ ପଟ୍ଟନାୟକ ଙ୍କ ମନମୁଖୀ କାର୍ଯ୍ୟ ବଢ଼ିବାରେ ଲାଗିଥିବା କୁହାଯାଉଛି । ପୋୖର ପ୍ରଶାସକ ଖୋଦ କାର୍ଯ୍ୟନିର୍ବାହୀ ଅଧିକାରୀ ଏମାନଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ତାଙ୍କୁ ଏଠାରୁ ବଦଳୀ କରିଦେବା ନିମନ୍ତେ ନିଜ ପକ୍ଷରୁ ଉପଜିଲ୍ଲାପାଳ ଙ୍କ ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ଯେଉଁଠି ପ୍ରଶାସକ ମୁହଁ ମୋଡୁଛନ୍ତି ସେଠି କିଏ ସୁଧାର ଆଣିବ ବୋଲି ପ୍ରଶ୍ନ ଉଠୁଛି । ଦେଖିବାକୁ ରହିଲା ଏଠି ଆଉ କେତେଦିନ ଚାଲିବ ଏହି ରାଜନୈତିକ ଝରା ଛାଇ ଖେଳ ।