ଗୁଣପୁର କୋର୍ଟ ପରିସର ରେ ଇ ସେବା ପ୍ରକୋଷ୍ଠ ଉଦ୍ଘାଟିତ ।

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର କୋର୍ଟ ପରିସର ଠାରେ ଆଜି ଇ ସେବା ପ୍ରକୋଷ୍ଠ ଉଦ୍ଘାଟିତ କରିଥିଲେ । ଏହାକୁ ଅନ୍ ଲାଇନ ମାଧ୍ୟମରେ ଓଡିଶା ଚିଫ୍ ଜଷ୍ଟିସ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ  ଗୁଣପୁର ଏସ୍.ଡ଼ି.ଜେ.ଏମ୍ ଶ୍ରୀ ବିଭୂତି ଭୂଷଣ ନାୟକ , ଆସିଷ୍ଟାଣ୍ଟ ସେସନ୍ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକ , ଗୁଣପୁର ଆଇନଜୀବି ସଂଘ ର ସଭାପତି ଶ୍ରୀ ବ୍ରହ୍ମାନନ୍ଦ ପଟ୍ଟନାୟକ , ଉପ ସଭାପତି ଶ୍ରୀ ସରୋଜ ପାଣିଗ୍ରାହୀ , ସମ୍ପାଦକ ଶ୍ରୀ ଇନ୍ଦ୍ରାକ୍ଷି ପ୍ରସାଦ ଦାଶ , ଯୁଗ୍ମ ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁ , କୋଷାଧକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁ ଙ୍କ ସମେତ ସମସ୍ତ ଆଇନଜିବି ଉପସ୍ଥିତ ରହିଥିଲେ ।

ରାଜନୈତିକ ଛାୟା ତଳେ ଚାଲିଛି ଗୁଣପୁର ତହସିଲ କାର୍ଯ୍ୟାଳୟ ।

!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ତହସିଲ କାର୍ଯ୍ୟାଳୟ ରୁ ଲକ୍ଷ୍ମୀ ନାରାୟଣ ସାବତ ଙ୍କୁ ହଟାଇ ଦେବା ପରେ ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟିଛି ଏହି କାର୍ଯ୍ୟାଳୟ । ଏହି ଅଞ୍ଚଳରେ ବାଲି ମାଫିଆଙ୍କ କାର୍ଯ୍ୟରେ ସହଯୋଗ କରିବା ପାଇଁ ସ୍ଥାନୀୟ ରାଜନୈତିକ ବ୍ୟକ୍ତି ମାନେ ଏହି ତହସିଲ କାର୍ଯ୍ୟାଳୟ ର ଭାର ଜଣେ ଅତିରିକ୍ତ ତହସିଲଦାର ଙ୍କ ହାତକୁ ଟେକି ଦେଇଛନ୍ତି । ବହୁବାର ବିଭିନ୍ନ ମହଲରୁ ଅଭିଯୋଗ ଆସିବା ପରେବି ଘୁଞ୍ଚା ଯାଇପାରୁନି ଏଠା ଦାୟିତ୍ୱରେ ଥିବା ବାବୁଙ୍କୁ । ଏହା ମଧ୍ୟରେ ଜଣେ ନିୟମିତ ତହସିଲଦାର ଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ଦୀର୍ଘ ମାସ ହେବ ସେ ଏଠାରେ ଯୋଗ ଦେଲେନି, ତଥାପି ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଅନ୍ୟ ବ୍ୟବସ୍ଥା କରାଯାଇନି । ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା । ଦାୟିତ୍ୱ ରେ ଥିବା ବଡ଼ ବାବୁ ଜଣକ ବାଲି ମାଫିଆଙ୍କ ଠାରୁ ଟଙ୍କା ଆଦାୟ କରି ସ୍ଥାନୀୟ ରାଜନୈତିକ ନେତାଙ୍କ ପାଣ୍ଠି ଭରୁଥିବାରୁ ଏଠୁ ୟାଙ୍କୁ ହଟାଯାଉନି କିମ୍ବା ହଟା ଯାଇପାରିବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଯୋର ଧରିଛି । ତଥାପି ଏହାର ସତ୍ୟତା ନେଇ କେହି ଯାଞ୍ଚ କରିବା ପରିସ୍ଥିତି ରେ ନାହାଁନ୍ତି । କାରଣ ଏନେଇ “ତୁମେ ଗୁହାରି କରିବ ଯାହାକୁ ସେମାନେ ଘଇତା କରିଛନ୍ତି ତାଙ୍କୁ” ବୋଲି ମତ ପ୍ରକାଶ ପାଉଛି ।ବର୍ତ୍ତମାନ ଏହି ତହସିଲ ଏବଂ ତହସିଲଦାରଙ୍କ କାର୍ଯ୍ୟ କଳାପକୁ ନେଇ ସ୍ଥାନୀୟ ଜନସାଧାରଣ ଓ ଅନେକ ସଂଗଠନ ପକ୍ଷରୁ ବହୁ ଅଭିଯୋଗ ହୋଇଛି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ପ୍ରଶାସନ ଜନତା ଙ୍କ ଅଭିଯୋଗ ଶୁଣୁଛି ନା ତହସିଲ ବାବୁଙ୍କୁ ଘଣ୍ଟ ଘୋଡାଇ ରଖୁଛି ।

୨୫ରୁ ୩୦ ନକ୍ସଲ ନିହତ ହୋଇଥିବା ଦାବି କଲେ ସିଆରପିଏଫ ଡିଜି; ଛତିଶଗଡ଼ ନକ୍ସଲ ଆକ୍ରମଣର ତଦନ୍ତ କରିବ ଏନଆଇଏ ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଛତିଶଗଡ଼ ନକ୍ସଲ ଆକ୍ରମଣ ମାମଲାରେ ଏବେ ଆକ୍ସନ ମୋଡରେ ଗୃହ ମନ୍ତ୍ରୀ ଅମିତ ଶାହ। ଆସାମରୁ ନିଜର ନିର୍ବାଚନୀ ପ୍ରଚାର କାଣ୍ଟଛାଣ୍ଟ କରି ଦିଲ୍ଲୀ ଫେରିବା ପରେ ନିଜ ବାସଭବନରେ ସିଆରପିଏଫ ଡିଜିଙ୍କ ସହ ସେ ଆଲୋଚନା କରିଛନ୍ତି। ଯେଉଁଥିରେ ଆଉ କିଛି ବଡ଼ ଅଧିକାରୀ ମଧ୍ୟ ସାମିଲ୍ ଥିଲେ। ଏବେ ଏହି ମାମଲାର ତଦନ୍ତ ଏନଆଇଏ କରିପାରେ ବୋଲି ସୂଚନା ରହିଛି। ଏହି ଉଚ୍ଚ ସ୍ତରୀୟ ବୈଠକରେ ଗୃହ ସଚିବ, ଗୁଇନ୍ଦା ନିର୍ଦ୍ଦେଶକ, ସ୍ପେଶାଲ ଡିଜି ସିଆରପିଏଫ ସମେତ ଉଚ୍ଚ ଅଧିକାରୀ ଉପସ୍ଥିତ ଥିଲେ। ଏହି ବୈଠକରେ ଉଚ୍ଚ ଅଧିକାରୀ ଗୃହମନ୍ତ୍ରୀଙ୍କୁ ବିଜାପୁରରେ ହୋଇଥିବା ନକ୍ସଲ ଆକ୍ରମଣ ବାବଦରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ବିଜାପୁର ଏବଂ ସୁକୁମା ଜିଲ୍ଲା ସୀମାରେ ନକ୍ସଲ ଆକ୍ରମଣ କରିଛନ୍ତି। ଏଥିରେ ୨୨ ଯବାନ ସହିଦ ହୋଇଛନ୍ତି। ଏଯାବତ ସୁରକ୍ଷା ବାହିନୀ ଦ୍ୱାରା ୧୭ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୩୦ ଯବାନ ଆହତ ହୋଇଛନ୍ତି। ଅମିତ ଶାହଙ୍କ ଏହି ବୈଠକରେ ସିଆରପିଏଫ ଡିଜି କୁଲଦୀପ ସିଂହ ଗୁଇନ୍ଦା ବିଫଳକୁ ସ୍ୱୀକାର କରି ନାହାନ୍ତି। ସେ କହିଛନ୍ତି ଯଦି ଗୁଇନ୍ଦା ବିଫଳ ହୋଇଥାନ୍ତା ତାହେଲେ ସିରିଆପିଏଫ କେବେ ହେଲେ ଅପରେଶନ କରିବାକୁ ଯାଇନଥାନ୍ତା। ଆଉ ଗୁଇନ୍ଦା ଯଦି ବିଫଳ ହୋଇଥାନ୍ତା ତାହେଲେ ବହୁ ସଂଖ୍ୟାରେ ନକ୍ସଲଙ୍କ ମୃତ୍ୟୁ ହୋଇନଥାନ୍ତା ବୋଲି ସେ କହିଛନ୍ତି। ସୋମବାର ଏହି ମାମଲାର ବିସ୍ତୃତ ରିପୋର୍ଟ ବିଜାପୁର ପୁଲିସ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଦେବ ବୋଲି ସୂଚନା ରହିଛି। ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା କୁଲଦୀପ ସିଂ କହିଛନ୍ତି, ମୃତ୍ୟୁ ବରଣ କରିଥିବା ନକ୍ସଲଙ୍କୁ ନେବା ପାଇଁ ତିନୋଟି ଟ୍ରାକ୍ଟର ବ୍ୟବହାର କରାଯାଇଛି। ହେଲେ ଏଯାବତ ସ୍ପଷ୍ଟ ହୋଇନି କେତେ ଜଣ ମୃତ୍ୟୁ ବରଣ କରିଛନ୍ତି। ହେଲେ ୨୫ରୁ ୩୦ ନକ୍ସଲ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ବସ୍ତର ଜିଲ୍ଲାର ପୁଲିସ କହିଛନ୍ତି, ଯେଉଁଠାରେ ନକ୍ସଲ ଆକ୍ରମଣ କରିଥିଲେ ସେଠାରେ ପାଖାପାଖି ୪୦୦ ଜଣ ନକ୍ସଲ ପାଖ ଗାଁରେ ରହୁଛନ୍ତି। ନକ୍ସଲ ମାନେ ଅତର୍କିତ ଆକ୍ରମଣ କରିବା ପରେ ପାଖ ଗାଁକୁ ଯବାନ ମାନେ ପଳାଇଯାଇଥିଲେ। ହେଲେ ସେଠାରେ ଉପସ୍ଥିତ ଥିବା ନକ୍ସଲ ପ୍ରତି ଜବାବରେ ନକ୍ସଲଙ୍କୁ ଆକ୍ରମଣ କରିଥିବା ପୁଲିସ କହିଛି। କାରଣ ଅନେକ ଯବାନଙ୍କ ଶରୀରରେ ଛୁରୀର ଆଘାତ ରହିଥିବା ପୁଲିସ କହିଛି।

ରାୟଗଡା ପୋୖର ବାସୀଙ୍କ ସ୍ୱାର୍ଥ ଓ ସମସ୍ୟା ର ସମାଧାନ ପାଇଁ ବିଦୂତ ବିଭାଗ ଘେରାଉ କଲା ଯୁବ ବିକାଶ ପରିଷଦ ।

!!! ରାୟଗଡା ଜିଲ୍ଲା ରୁ ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡ଼ା) – ରାୟଗଡ ଜିଲ୍ଳା ବିଭନ୍ନ ବ୍ଳକରେ ଥିବା ଗ୍ରାମ ପଂଚାୟତଗୁଡିକର ବିଭିନ୍ନ ଗ୍ରାମରେ ଗତ ତା 31/03/21ରିଖଦିନ ‘ମୋ ଗାଁ ସ୍ୱଚ୍ଛ ଗାଁ ସୁସ୍ଥ ଗାଁ’କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ବ୍ଳକର ବିଭିନ୍ନ ଗ୍ର୍‌lମରେ ଆଜି ସଫେଇ,ହାତଧୁଆ,ନାଳ ନର୍ଦ୍ଦମାକୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାରେ କୋଭିଡ ସଚେତନତା, ହାତଧୁଆ ଓ ମାସ୍କ ବ୍ୟବହାର ସମ୍ବନ୍ଧରେ ମହିଳା ଓ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା l ଗାଁ ଗହଳିକୁ ସଫେଇ କରିବା ଦ୍ୱାରା ବିିଭିନ୍ନ ରୋଗରୁ ଗ୍ରାମବାସୀମାନେ ମୁକ୍ତ ହୋଇ ରହିଲେ ଏକ ସ୍ୱଚ୍ଛ ପରବେଶ ସୁସ୍ଥ ପରିବେଶ ଗଢି ତୋଳାଯାଇ ପାରିବ ବୋଲି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ରହିଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଏମପିକେ,ସିଆରପି,ଓଏଲଏମ’ର କର୍ମକର୍ତାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଅବସରରେ ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କୁ ପୋଷଣ ଓ ସ୍ୱାସ୍ଥ୍ୟର ଯତ୍ନ ନିମନ୍ତେ ଏକ ପ୍ରତିଞା ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଡିପିଏମ ଓଲେଏମ ହେମନ୍ତ କୁମାର ବାଘ ପରିଚାଳନା କରିଥିଲେ l

ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଙ୍କ ରାୟଗଡ଼ା ଗ୍ରସ୍ଥ କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

!!! ରାୟଗଡା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ଼ା ) – ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରାୟଗଡା ଗ୍ରସ୍ଥକୁ ନେଇ ଜିଲାରେ ପ୍ରସ୍ତୁତିବୈଠକ ତେଜସ୍ୱିନୀ ହୋଟେଲରେ ଆୟୋଜିତ ହୋଇଯାଇଛି l ଚଳିତ ମାସର ୧୯/୨୦ ତାରିଖରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ରାୟଗଡ କୋରାପୁଟ ଗ୍ରସ୍ଥରହିଛି l ସେହିଦୁଷ୍ଟିରୁ କାର୍ଯ୍ୟକ୍ରମର ରୂପରେଖ ବିଷୟରେ ଆଲୋଚନା କରାଯାଇଥିଲା l ସକାଳଠାରୁ ରାତିପର୍ଯ୍ୟନ୍ତ କିପରୀ କାର୍ଯ୍ୟକ୍ରମହେବ ତାର ସବିଶେଷ ବିସ୍ତୃତ ଭାବରେ ଯୋଜନା କରାଯାଇଥିଲା l ଏହା ଏକ ଦଳୀୟ ଗ୍ରସ୍ଥନୁହେଁ ସ୍ମାର୍ଧାନାମକ ଏକ ଅଣସରକାରୀ ସାମାଜିକ ସଂଗଠନର ଆମନ୍ତ୍ରଣରେ ଆସୁଛନ୍ତି l ତେଣୁ ଯେତେ ସ୍ଥାନୀୟ ଭାଜପା ଅଣସରକାରୀ ସଂଗଠନ. ଶିକ୍ଷିତ ସମାଜ. ବରିଷ୍ଟ ନାଗରିକମଞ୍ଚ. ମହିଳା ସଂଗଠନ. ଭଳି ନିଜ ପ୍ରଚେଷ୍ଟାରେ ପହଂଚିବାପାଇଁ ପ୍ରଚେଷ୍ଟା କରିବାକୁ ଅନୁରୋଧ କରାଯାଇଛି l ଏହି ନେତୃତ୍ୱ ନେବାପାଇଁ ରାଜ୍ୟର ପ୍ରତିନିଧି ମଣ୍ଡଳୀ ନିକୁଞ୍ଜପଟନାୟକ. ମନ୍ମଥ ମଲିକ. ଜୀବନ ଗଞ୍ଜାମ. ପୂର୍ବତନ ଜିଲ୍ଲାସଭାପତି ଶିବ ପଟନାୟକ. ଉପସଭାପତି ଜି ଗଣପତି. ଜନଜାତି ମୋର୍ଚ୍ଚାର କେନ୍ଦ୍ରୀୟ ଉପସଭାପତି କାଳୀରାମ ମାଝୀ, ଶିବଶଙ୍କର ଉଲାକା ଓ ଅନେକ କର୍ମୀ ଉପସ୍ଥିତ ଥିଲେ ।

ଛତିଶଗଡ଼ରେ ନକ୍ସଲ ଆକ୍ରମଣ;ପ୍ରଚାର ରଦ୍ଦ କରି ଦିଲ୍ଲୀ ଫେରିଲେ ଗୃହମନ୍ତ୍ରୀ ….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଛତିଶଗଡର ନକ୍ସଲ ପ୍ରଭାବିତ ବିଜାପୁର ଏବଂ ସୁକମା ଜିଲ୍ଲା ସୀମାରେ ନକ୍ସଲ ଆକ୍ରମଣ କରିଛନ୍ତି। ଏଥିରେ ୨୨ ଯବାନ ସହିଦ ହୋଇଛନ୍ତି। ଏଯାବତ ସୁରକ୍ଷା ବାହିନୀ ଦ୍ୱାରା ୧୭ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଆକ୍ରମଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସାମରେ ନିଜର ନିର୍ବାଚନ ପ୍ରଚାର ରଦ୍ଦ କରି ଦିଲ୍ଲୀ ଫେରୁଛନ୍ତି। ଶାହଙ୍କର ତିନୋଟି ରାଲି ଥିଲା। ସେଥିମଧ୍ୟରୁ ଗୋଟିଏ ରାଲିକୁ ସମ୍ୱୋଧନ କରି ଦିଲ୍ଲୀ ଫେରିଆସିଛନ୍ତି। ଆସାମ ନିର୍ବାଚନ ଦାୟିତ୍ୱରେ ଥିବା ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବରିଷ୍ଠ ଅଧିକାରୀଙ୍କ ସହ ଛତିଶଗଡରେ ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ଦିଲ୍ଲୀ ଫେରିଥିବା ସୂଚନା ରହିଛି।ଶନିବାର ସୁକୁମା ଜିଲ୍ଲାର ଜାଗରଗୁଣ୍ଡା ପୁଲିସ ଷ୍ଟେସନ ଅଧୀନରେ ଥିବା ଜୋନାଗୁଡା ଗାଁ ନିକଟରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ ୨୨ ଜଣ ଯବାନ ସହିଦ ହୋଇଛନ୍ତି। ଏବେ ୧୭ ଜଣ ଯବାନଙ୍କ ମୃତଦେହ ମିଳିଛି। ତେବେ ଯବାନଙ୍କ ପ୍ରତି ଆକ୍ରମଣରେ ୧୫ରୁ ଅଧିକ ନକ୍ସଲ ନିପାତ ହୋଇଛନ୍ତି। ଏନେଇ ଛତିଶଗଡ଼ ବିଜାପୁର ଏସ୍‌ପି ସୂଚନା ଦେଇଛନ୍ତି। ଛତିଶଗଡରେ ନକ୍ସଲ ବିରୋଧି ଅଭିଯାନ ପାଇଁ ଗତକାଲି ବିଜାପୁର ଏବଂ ସୁକମା ଜିଲ୍ଲାର କେନ୍ଦ୍ରୀୟ ପୁଲିସ ବଳ, କୋବ୍ରା ବାଟାଲିଆନ, ଡ଼ିଆରଜି ଏବଂ ଏସଟିଏଫର ମିଳିତ ଟିମ୍ ଚଢଉ କରିଥିଲେ । ଏହି ସମୟରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରସ୍ଥିତି ସୃଷ୍ଟି ହେବା ସହ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ।

ଲାଗୁ ହେବନି ଡେ’ କର୍ଫ୍ୟୁ ସ୍ପଷ୍ଟ କଲେ SRC …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ ଓ କର୍ଫ୍ୟୁ ଲାଗୁ ସମ୍ପର୍କରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଏନେଇ ସ୍ପଷ୍ଟ କରିଛନ୍ତି (SRC) ସ୍ୱତନ୍ତ୍ର ରିଲଫ୍ କମିଶନର ପ୍ରଦୀପ କୁମାର ଜେନା। ସେ କହିଛନ୍ତି ରାଜ୍ୟରେ ଦିନ କର୍ଫ୍ୟୁ ଲାଗୁ ହେବ ନାହିଁ । ରାଜ୍ୟରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ବର୍ତ୍ତମାନ ସ୍ଥିତିରେ ଦିନ କର୍ଫ୍ୟୁ ନେଇ କୌଣସି ଯୋଜନା ନାହିଁ। ସମସ୍ତେ କୋଭିଡ୍ ନିୟମ ମାନି ଚଳିବାକୁ ସେ ପରାମର୍ଶ ଦେଇଛନ୍ତି।  କରୋନା ସଂକ୍ରମଣ ବଢୁଥିବା ଦେଖି ରାଜ୍ୟ ସରକାର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ଗତକାଲି ନିର୍ଦ୍ଦେଶ ଦେଇଥିଲେ।  ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ଏପ୍ରିଲ୍ ୫ ତାରିଖରୁ ଅର୍ଥାତ୍ ସୋମବାର ଠାରୁ ଏହାକୁ ଲାଗୁ କରାଯିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଏହି କଟକଣା ଲାଗୁ ହେବ। ଏହି ସବୁ ଜିଲ୍ଲା ଗୁଡ଼ିକରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ କୁହାଯାଇଛି।ତେବେ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗଣମାଧ୍ୟମକୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ ଥିଲେ।  ଆଗାମୀ ଦିନରେ ଦିନ ବେଳେ ବି କର୍ଫ୍ୟୁ ଲାଗୁ ହୋଇପାରେ ବୋଲି ସେ ସୂଚନା ଦେଇଥିଲେ।  ବାଚସ୍ପତି କହିଥିଲେ ଯେ, ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ଯୋଗୁ ଦିନ ବେଳେ କର୍ଫ୍ୟୁ ଲାଗୁ ହୋଇପାରେ। ୪/୫ ଦିନ ମଧ୍ୟ ରାଜ୍ୟରେ ଦିନ ବେଳେ କର୍ଫ୍ୟୁ ଲାଗୁ ହୋଇପାରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଅନୁଧ୍ୟାନ କରୁଥିବା ସେ କହିଛନ୍ତି। ଏହା ସହିତ କରୋନା ନେଇ ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି। ସମସ୍ତେ ସରକାର ଜାରି କରିଥିବା କଟକଣା ମାନିବା ଉଚିତ୍‌ ବୋଲି ବାଚସ୍ପତି କହିଥିଲେ।

ଚଇତି ପର୍ବ ପାଇଁ ମା’ ତାରିଣୀ ପୀଠରେ ବନ୍ଦ ରହିବ ଭକ୍ତଙ୍କ ଦର୍ଶନ ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ ବଢ଼ୁଥିବା କରୋନା ଗ୍ରାଫ୍‌କୁ ଦେଖି ମାଆ ତାରିଣୀଙ୍କ ପୀଠରେ ଜାରି ହେଲା କଟକଣା। ମାଆଙ୍କ ଚଇତିପର୍ବ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛି ପ୍ରଶାସନ। ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ପଣାସଂକ୍ରାନ୍ତି ଅବସରରେ ଦୁଇଦିନ ଭକ୍ତଙ୍କ ପାଇଁ ମାଆଙ୍କ ଦର୍ଶନ ବନ୍ଦ ରହିବ। ମାଆଙ୍କ ଦୈନିକ ନୀତିକାନ୍ତି, ସୁନାବେଶ, ଭାଗବତ ପାଠ, ହୋମ, ଚଣ୍ଡିପାଠ ଓ ସତ୍ୟନାରାୟଣ ପୂଜା କୋଭିଡ୍‌ ଗାଇଡ୍‌ଲାଇନ୍ ଅନୁସାରେ ପାଳନ କରାଯିବ। ଭକ୍ତମାନଙ୍କ ଦ୍ୱାରା କୌଣସି ନୈବେଦ୍ୟ ଅର୍ପଣ କରାଯିବନାହିଁ। ଚଇତିପର୍ବ ଅବସରରେ ଏପ୍ରିଲ ୯ରୁ ୧୨ ତାରିଖ ଓ ଏପ୍ରିଲ ୧୫ ତାରିଖରେ ଭକ୍ତମାନେ କେବଳ ଦର୍ଶନ କରିପାରିବେ। ଚଇତିପର୍ବରେ ଏପ୍ରିଲ ୧୩ ମଙ୍ଗଳବାର ଓ ୧୪ ତାରିଖ ପଣାସଂକ୍ରାନ୍ତି ଅବସରରେ ଦୁଇଦିନ ଭକ୍ତଙ୍କ ପାଇଁ ମାଆଙ୍କ ଦର୍ଶନ ବନ୍ଦ ରହିବ। ଚଇତିପର୍ବ ଅବସରରେ ଭକ୍ତଙ୍କ ସାଧାରଣ ଦର୍ଶନ ସକାଳ ୭ ଘଟିକାଠାରୁ ୧୨ଟା ୩୦ ପର୍ଯ୍ୟନ୍ତ ଓ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲୁ ରହିବ। ଏହି ଅବସରରେ ମନ୍ଦିର ପରିସରରେ ଥିବା ପୂଜା ସାମଗ୍ରୀ ଦୋକାନ ବନ୍ଦ ରହିବ। ଏପରିକି ପଣାଭୋଗ ଓ ଅନ୍ନଭୋଗ ବିତରଣକୁ ବନ୍ଦ ରଖାଯିବ। ମା’ ତାରିଣୀଙ୍କ ପୂଜାର୍ଚ୍ଚନା କାର୍ଯ୍ୟ ସୋଶାଲ ମିଡ଼ିଆରେ ପ୍ରସାରଣ କରାଯିବ। ଚଇତିପର୍ବ ଅବସରରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ। ମା’ ତାରିଣୀ ମନ୍ଦିରରେ କାର୍ଯ୍ୟରତ ସମସ୍ତ ସେବାୟତ, କର୍ମକର୍ତ୍ତା କର୍ମଚାରୀ କୋଭିଡ୍‌ ନିୟମ ଅନୁସାରେ ମାସ୍କ ପିନ୍ଧିବେ। ସାନିଟାଇଜର ବ୍ୟବହାର କରିବା ସହିତ ସାମାଜିକ ଦୂରତା ପାଳନ କରିବେ। କୌଣସି ପ୍ରକାର ଜନସମାଗମ କରାଯିବ ନାହିଁ ବୋଲି ମନ୍ଦିର ପ୍ରଶାସନ ତରଫରୁ ସ୍ପଷ୍ଟ କରାଯାଇଛି।

ସପ୍ତାହକୁ ୩ ଦିନ ମାଆ ମଝିଘରିଆଣୀ ଦର୍ଶନ ବନ୍ଦ …!

!!! ରାୟଗଡା ଜିଲ୍ଲାରୁ ଟାଉନ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼ା) – ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶାର ପ୍ରମୁଖ ଦୈବି ପୀଠ ରାୟଗଡାର ମା’ ମଝିଘରିଆଣୀଙ୍କ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଜାରି ହୋଇଥିବା ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରତି ସପ୍ତାହର ମଙ୍ଗଳବାର, ବୁଧବାର ଓ ରବିବାର ମନ୍ଦିର ସର୍ବସାଧାରଣ ଦର୍ଶନ ପାଇଁ ବନ୍ଦ ରହିବ। ଏହି ସମୟରେ ମନ୍ଦିରର ପୂଜାବିଧି ରୀତିନୀତି ଅନୁସାରେ ହେବ। ଅନ୍ୟାଦେଶ ପର୍ଯ୍ୟନ୍ତ ମଙ୍ଗଳବାର, ବୁଧବାର ଓ ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ। ସେହିପରି ମା’ ମଝିଘରିଆଣୀଙ୍କ ଚୈତ୍ରପର୍ଵ ପାଇଁ ଏପ୍ରିଲ ୨୩ ତାରିଖଠାରୁ ୨୭ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଉପରେ ବାରଣ କରାଯାଇଛି। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରା ମଝିଘରିଆଣି ମନ୍ଦିରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ପଶ୍ଚିମ ଓଡ଼ିଶାର ଏହି ପ୍ରସିଦ୍ଧ ମନ୍ଦିରକୁ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ପ୍ରଭୁତି ପଡୋଶୀ ରାଜ୍ୟରୁ ପ୍ରତିଦିନ ହଜାର ହଜାର ଭକ୍ତ ଆସିଥାଆନ୍ତି। ମହାମାରୀ କରୋନା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

ବାଦାମ ଖାଉଛନ୍ତି କି ହୋଇପାରେ ଭୟାନକ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସୁସ୍ଥ ଏବଂ ଦୀର୍ଘାୟୁ ପାଇଁ ଲୋକେ ପ୍ରାକୃତିକ ଖାଦ୍ୟ ଉପରେ ନିର୍ଭର କରନ୍ତି। ଫଳମୂଳ ଖାଇବା ପାଇଁ ଅଧିକ ମାତ୍ରାରେ ପସନ୍ଦ କରନ୍ତି। ଯେପରିକି ବାଦାମ ହେଉ ଅବା ଚେରି, ଜାଇଫଳ ତଥା ଡାଲଚିନି ଏହାକୁ ଖାଇବା ପାଇଁ ଲୋକେ ଅଧିକରୁ ଅଧିକ ଭଲ ପାଇଥାନ୍ତି। କିନ୍ତୁ ଏହି ସବୁ ଖାଦ୍ୟ ଆପଣଙ୍କ ପାଇଁ ମାରାତ୍ମକ ମଧ୍ୟ ପ୍ରମାଣିତ ହୋଇପାରେ।  ଏଭଳି କିଛି ପ୍ରାକୃତିକ ଖାଦ୍ୟ ରହିଛି ଯାହା ଆପଣଙ୍କୁ ଦୀର୍ଘାୟୁ କରିବା ବଦଳରେ ଖୁବ୍‌ ଶୀଘ୍ର ମୃତ୍ୟୁର ଦ୍ୱାରଦେଶକୁ ନେଇଯାଇପାରେ।

ବାଦାମ: ବାଦାମ ଖାଇବା ସାଧାରଣତଃ ସମସ୍ତଙ୍କୁ ପସନ୍ଦ। ଶୀତ ଦିନେ ଏହାକୁ ଅଧିକମାତ୍ରାରେ ଲୋକେ ଖାଇଥା’ନ୍ତି।  କିନ୍ତୁ ଅଧିକ ବାଦାମ ଖାଇବା ଭୟାନାକ ହୋଇପାରେ। ଏହା ଫୁଡ୍ ଆଲର୍ଜି ଭଳି ସମସ୍ୟା ସୃଷ୍ଟି କରିପାରେ। ସେଣ୍ଟର ଫର୍‌ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ ମୁତାବକ, ବାଦାମ ଖାଇବା ଦ୍ୱାରା ଲୋକେ ନିଜ ଜୀବନର ଯେକୌଣସି ମୁହୂର୍ତ୍ତରେ ଫୁଡ୍‌ ଆଲର୍ଜିର ଶିକାର ହୋଇପାରନ୍ତି। କେବଳ ସେତିକି ନୁହେଁ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ।  ତେଣୁ ଅଧିକ ବାଦାମ ଖାଇବା ଠାରୁ ଦୂରେଇ ରୁହନ୍ତୁ।

jaiphal
                                                                                       ଜାଇଫଳ

ଜାଇଫଳ: ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଜାଇଫଳ ବେଶ ଉପକାରୀ। ଭାରତୀୟ ଖାଦ୍ୟରେ ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଏ। ଆୟୁର୍ବେଦରେ ମଧ୍ୟ ଜାଇଫଳର ଉପକାରିତା ବିଷୟରେ ଉଲ୍ଲେଖ ରହିଛି। କିନ୍ତୁ ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ଜାଇଫଳର ଉପର ଭାଗରେ ବିଷାକ୍ତ ପଦାର୍ଥ ରହିଥାଏ। ଏହି ବିଷାକ୍ତ ପଦାର୍ଥ ଆମ ଶରୀର ପାଇଁ କ୍ଷତିକାରକ। ଏହାକୁ ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା, ଅସ୍ତବ୍ୟସ୍ଥ ଅନୁଭବ କରିବା, ଛାତି ଯନ୍ତ୍ରଣା ଏବଂ ମୁଣ୍ଡ ବୁଲାଇବା ଭଳି ସମସ୍ୟା ସୃଷ୍ଟି ହୋଇପାରେ।

Dalchini

 

ଡାଲଚିନି: ଜାଇଫଳ ଭଳି ଡାଲଚିନି ମଧ୍ୟ ପ୍ରତିଟି ରୋଷେଇ ଘରେ ମହଜୁଦ ଥାଏ । ଡାଲଚିନିକୁ ନେଇ ଗତ ବର୍ଷ ଆମେରିକାନ ଆସୋସିଏସନ ଅଫ୍‌ ପଏଜନ କଣ୍ଟ୍ରୋଲ ସେଣ୍ଟର ଏକ ଚେତାବନୀ ଜାରି କରିଥିଲା। ଯଦି ଡାଲଚିନି ଗୁଣ୍ଡ ନିଶ୍ୱାସ ପ୍ରଶ୍ୱାସ ନେବା ସମୟରେ ଶରୀର ଭିତରକୁ ଚାଲିଯାଏ ତେବେ ଛାତି ଜଳାପୋଡା ହେବା ଭଳି ସମସ୍ୟା ସୃଷ୍ଟି ହୋଇପାରେ। ଏହାବ୍ୟତୀତ ବାନ୍ତି, କାଶ ଭଳି ମଧ୍ୟ ସମସ୍ୟା ଦେଖାଦେଇପାରେ। ତେଣୁ ଏହାକୁ ସୀମିତ ମାତ୍ରାରେ ଖାଇବା ଉଚିତ।

Caster oil
ଜଡାତେଲ

ଜଡାତେଲ: ଅନେକ ଗୁଣକାରୀ ତତ୍ତ୍ୱରେ ଭରପୂର ଜଡାତେଲ। ପୁରାତନ ଯୁଗରେ ଜଡାତେଲକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଉଥିଲା। ଚର୍ମ ଏବଂ କେଶକୁ ସୁସ୍ଥ ରଖିବା ପାଇଁ ଜଡାତେଲର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏହା ଘରେ ବ୍ୟବହୃତ ହେଉଥିବା ନଡିଆ ତେଲ ଏବଂ ଅଲିଭ ଅଏଲ୍‌ ଠାରୁ ପୂରାପୁରି ଭିନ୍ନ।  ଏକ ମଞ୍ଜୁରି ଜଡାତେଲ ବାହାରିଥାଏ ଯେଉଁଥିରେ ରାଇସିନ୍‌ ନାମକ ବିଷାକ୍ତ ପଦାର୍ଥ ସାମିଲ ଥାଏ। ଏକ ରିପୋର୍ଟ ମୁତାବକ ଏହି ବିଷାକ୍ତ ପଦାର୍ଥ ଏକା ସାଙ୍ଗରେ ହଜାରେ ଲୋକଙ୍କୁ ମୃତ୍ୟୁ ମୁଖରେ ପକାଇବାର କ୍ଷମତା ରଖେ। ତେଣୁ ଜଡାତେଲକୁ ଦେଖିଚାହିଁ ବ୍ୟବହାର କରିବା ଉଚିତ।

Cherry
ଚେରୀ

ଚେରୀ: ଚେରୀ ଖାଇବା ପାଇଁ ସାଧାରଣତଃ ସମସ୍ତେ ଭଲପାଆନ୍ତି। ଏହା ଖାଇବାକୁ ବେଶ ସ୍ୱାଦିଷ୍ଟ ମଧ୍ୟ। କିନ୍ତୁ ଏହାର ମଞ୍ଜି ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ। ଚେରୀ ଭିତରେ ଥିବା ମଞ୍ଜି ଆପଣଙ୍କ ଦାନ୍ତକୁ ଖରାପ କରିପାରେ।  ମଞ୍ଜି ଭିତରେ ଥିବା ସିଆନୋଜେନିକ୍ ନାମକ ଉପାଦାନ ଫାଟିଗଲେ ସିଆନାଇଡ୍ କେମିକାଲରେ ପରିବର୍ତ୍ତନ ହୋଇଥାଏ, ଯାହା ଶରୀର ପାଇଁ ବିଷାକ୍ତ। ତେଣୁ ଚେରୀ ଖାଇବା ସମୟରେ ଯେପରି ତା’ର ମଞ୍ଜିକୁ ନ ଫଟାଇ ଖାଇବେ ସେଥିପ୍ରତି ଧ୍ୟାନ ଦେବା ଉଚିତ।