ମା”ସିଂହାସନୀଙ୍କ ପୀଠରେ ମା”ଙ୍କ ବାର୍ଷିକ ଚୌତ୍ର ହୋମ ପାଳନ ।

!!!  ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ଗଞ୍ଜାମ) – ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଦ ଶକ୍ତିପୀଠ ମା” ସିଂହାସନୀ ମନ୍ଦିର । ପୋଲସରା ଅଞ୍ଚଳବାସିଙ୍କ ଇଷ୍ଟଦେବି ମା ସିଂହାସନୀ ଅଟନ୍ତି । ଏଠି ପୂଜା କରିବା ପାଇଁ ମା”ସିଂହାସନୀ ପୀଠକୁ ଜିଲ୍ଲା ତଥା ଜିଲ୍ଲାବାହାରୁ ସ୍ରଧାଳୁମାନେ ଆସି ମାନସିକ ଓ ମୁଣ୍ଡନ କରନ୍ତି ପ୍ରତି ବର୍ଷଭଳି ଏହିବର୍ଷ ମା ସିଂହାସନୀଙ୍କ ବାର୍ଷିକ ଚୌତ୍ରହୋମ ରିତିନିତି ଅନୁଜାଇ ଦୁଇଦିନଧରି କୋଭିଟି କଟକଣା ଭିତରେ କମ୍ ସେବାୟତକୁ ନେଇ ମା ସିଂହାସନୀ ପିଠରେ ଚୌତ୍ରହୋମ ପାଳନ କରଯାଇଛି ଏହି ଉଛବରେ ମା ସିଂହାସନୀ ଉନ୍ନୟନ କମିଟିର ଉପ ସଭାପତି ବିପିନିବିହାରି ପ୍ରଧାନ, ସହ ସମ୍ପାଦକ ସୂର୍ଯ୍ୟନାରାୟଣ ପାଢି, ମୁଖ୍ୟ ସେବକ ଭଗବାନ ଜାନି, ମା ସିଂହାସନୀ ଟ୍ରଷ୍ଟ୍ ରଘୁନାଥ ସାହୁ, ମହେଶ୍ବର ଗୌଡ ଉପସ୍ତିତ ରହି ଏହିଉଛବରେ ସହଯୋଗ କରିଥିଲେ।

ରାସନ୍ କାର୍ଡ ଅଛି କିନ୍ତୁ ମିଳୁନି ରାସନ୍ ! ବୃଦ୍ଧା ଜାମ୍ବି ସିଙ୍କୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ! ବାର ଦୁଆର ଶୁଣ୍ଢି ପିଣ୍ଡା ହୋଇ ପେଟ ପୋଷୁଛନ୍ତି ବୃଦ୍ଧା …!

!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ ବ୍ୟୁରୋ (ଯୋଡ଼ା) – ଖଣି ଅଞ୍ଚଳ ରେ ସରକାରଙ୍କ ଯୋଜନା କେଉଁଠି ବାଟବଣା ତ ଆଉ କେଉଁଠି ସବୁ ଥାଇ କିଛି ନାହିଁ ! ସବୁ ବେଳେ ସମସ୍ୟା ପରେ ସମସ୍ୟା ଦେଖିବାକୁ ମିଳୁଛି, ଏଠାରେ ପ୍ରଶାସନଙ୍କ ଦୃଷ୍ଟି ଠିକ୍ ସେ ପହଞ୍ଚି ପାରୁନାହିଁ ! ସରକାରଙ୍କ ତରଫରୁ ହୋଇଥିବା ମୋ ସରକାର,ଫାଇପ୍ ଟି ସରକାର ଏମିତି ଅନେକ ଭାଗରେ ବିଭକ୍ତ କରି ଘରେ ଘରେ ସବୁ ଯୋଜନା ମାନ ପହଞ୍ଚାଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ ମଧ୍ୟ ଏହି ଖଣି ଅଞ୍ଚଳ କୁ ସବୁବେଳେ ଅଣଦେଖା କରୁଛନ୍ତି କାହିଁକି ତାକୁ ନେଇ ଅଞ୍ଚଳ ବାସୀ ଙ୍କ ପାଇଁ ଏକ ପରିତାପର ବିଷୟ ପାଲଟିଛି ! ବଡ଼ବିଲ ପୌରାଞ୍ଚଳ ୱାର୍ଡ ନମ୍ୱର୍-୧୫ ଅନ୍ତର୍ଗତ ସାଧୁସିଂ ହାଟିଂରେ ଏକ ଟିଣ ଘେରା ଛୋଟ ଘରେ ରୁହନ୍ତି ୫୫ ବର୍ଷୀୟ ଜାମ୍ବି ସିଙ୍କୁ। ଘର ଘର ବୁଲି କାମ କରି ଯାହା ରୋଜଗାର ହୁଏ ସେଥିରେ ତାଙ୍କର ଚୁଲି ଜଳେ। ଓଡ଼ିଶା ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ତାଙ୍କୁ ମିଳିଛି ରାସନ୍ କାର୍ଡ ଟିଏ। କିନ୍ତୁ ଅତି ଦୁଃଖର ବିଷୟ ଦୀର୍ଘ ଚାରିମାସରୁ ଉର୍ଦ୍ଧ୍ବ ହେବ ସେ ପାଇ ପାରୁ ନାହାନ୍ତି ମାତ୍ର ପାଞ୍ଚ କିଲୋଗ୍ରାମ ଚାଉଳ। ତାଙ୍କ କହିବା ଅନୁଯାୟୀ ସରକାରୀ ଖୁଚୁରା ଦୋକାନରେ ତାଙ୍କ ଆଖି ଓ ଆଙ୍ଗୁଠି ଚିହ୍ନ ନ ଆସିବାରୁ ସେ ତାଙ୍କ ରାସନ୍ ସାମଗ୍ରୀ ରୁ ବଞ୍ଚିତ ହୋଇଛନ୍ତି। ଆଉ ମଧ୍ୟ ସେ ଅଭିଯୋଗ କରିଛନ୍ତି ଯେ ସ୍ଥାନୀୟ ପୌର କାର୍ଯ୍ୟାଳୟକୁ ଅନେକ ଥର ଯାଇ ଜଣାଇଥିଲେ ହେଁ କୌଣସି ସାହାଯ୍ୟ ମିଳି ନ ଥିଲା। ତେଣୁ ସେ ହତାସ ହୋଇ ଉକ୍ତ କାର୍ଯ୍ୟାଳୟକୁ ଯିବା ବନ୍ଦ୍ କରିଦେଲେ। ବର୍ତ୍ତମାନ ଏହି ବୃଦ୍ଧାବସ୍ଥାରେ ସେ କରିବେ ବା କଣ ?

ଏପଟେ କରୋନା ମହାମାରୀ ଦିତୀୟ କରାଳ ରୂପ ଦେଖାଇଛି ଘରୁ ବାହାରକୁ ଯିବାକୁ ଭୟ ! ଏଭଳି ବିକଳ ଚିତ୍ର ଦେଖିବା ପରେ ମଧ୍ୟ ରାସନ୍ ଦେଉଥିବା ଡିଲର ଙ୍କୁ ତିଳେ ହେଲେ ଦୟା ନାହିଁ, ଧନ୍ୟ ସେ ଡିଲର ଙ୍କୁ,ଏଠି ହଜିଯାଇଛି ମାନବିକତା, ଆଉ କେତେ ଦିନ ବା ବଞ୍ଚିବେ ବୃଦ୍ଧା ଜଣକ ଦେଖିଲେ ଦୁଃଖ ଲାଗିବ ଧନ୍ୟ ସେ ଡିଲର ପଣିଆକୁ ଧନ୍ୟ ଆମ ଜିଲ୍ଲା ପ୍ରଶାସନ ଙ୍କୁ ! ଗୋଟିଏ ଦାୟିତ୍ଵସମ୍ପନ୍ନ ଗଣମାଧ୍ୟମ ହିସାବରେ ଆମ୍ଭେ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରୁଛୁ କି ଯଥାଶୀଘ୍ର ଜାମ୍ବି ସିଙ୍କୁଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ତାଙ୍କୁ ତାଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ ଯୋଗାଇ ଦିଆଯାଉ।

କରୋନା ଟିକାର ଭିନ୍ନ ଭିନ୍ନ ଦାମକୁ ନେଇ ପ୍ରଶ୍ନ କଲେ ସୁପ୍ରିମକୋର୍ଟ, ଲକଡାଉନ ସମ୍ପର୍କରେ ବି ପଚାରିଲେ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଦେଶରେ କରୋନା ସଂକ୍ରମଣ ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତିର ଶୁଣାଣି କରୁଥିବା ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି। ଗୋଟିଏ ପ୍ରକାରର କରୋନା ଟିକାର ଦାମ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଭିନ୍ନ ଭିନ୍ନ କାହିଁକି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏଥିସହ ଦେଶରେ ଲକଡାଉନ, ଅକ୍ସିଜେନ ଆବଣ୍ଟନ ଓ ଔଷଧ ଉପଲବ୍ଧ କରାଇବାରେ କ’ଣ ସବୁ ଯୋଜନା କରାଯାଇଛି, ସେ ବିଷୟରେ ବି କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି। ଗତ ସପ୍ତାହରେ ସୁପ୍ରିମକୋର୍ଟ ନିଜ ଆଡ଼ୁ ଅକ୍ସିଜେନ ସପ୍ଲାଏ, ଡ୍ରଗ ସପ୍ଲାଏ ଓ କରୋନା ନିୟନ୍ତ୍ରଣ ପାଇଁ ହୋଇଥିବା ବ୍ୟବସ୍ଥା ଗୁଡ଼ିକର ଶୁଣାଣି କରୁଛନ୍ତି। ଆଜି ଶୁଣାଣି ବେଳେ କୋର୍ଟ ସୋଶାଲ ମିଡିଆରେ କରୋନା ସମ୍ପର୍କିତ ତଥ୍ୟ ପୋଷ୍ଟ କରୁଥିବା ଲୋକଙ୍କ ବିରୋଧରେ ପୁଲିସ୍‌ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ ବୋଲି କହିଛନ୍ତି। କୋର୍ଟଙ୍କ ମତରେ ଲୋକକମାନେ କରୋନା ସଂକ୍ରମଣ ସମୟରେ ଅକ୍ସିଜେନ, ବେଡ୍‌ର ଅଭାବନ ଓ ଚିକିତ୍ସା ସମ୍ପର୍କରେ ଯେକୌଣସି ଅଭିଯୋଗ ସୋଶାଲ ମିଡିଆରେ ପୋଷ୍ଟ କଲେ ମଧ୍ୟ ସେମାନଙ୍କୁ ଗିରଫ କରାଯାଇ ପାରିବ ନାହିଁ। ଯଦି କାହାକୁ ଗିରଫ କରାଯାଏ, ତା’ହେଲେ ଏହାକୁ ଅଦାଲତ ଅବମାନନା ଭାବେ ବିଚାର କରାଯିବ। ଏଭଳି ଏକ ମାନବ ସଙ୍କଟ ପରିସ୍ଥିତିରେ ଯଦି ଅଭାବ ଓ ଆବଶ୍ୟକର ଖବର ସୋଶାଲ ମିଡିଆରେ ଆସିଥାଆନ୍ତା, ତା’ହେଲେ ଆମେ ନିଶ୍ଚିତ ଭଲ ସ୍ଥିତିରେ ରହିଥାଆନ୍ତୁ। ସେହିପରି ଉକ୍ତ ପୋଷ୍ଟ ଗୁଡ଼ିକ ଆଧାରରେ ସମସ୍ୟାର ସମାଧାନ ମଧ୍ୟ କରିପାରିଥାଆନ୍ତୁ ବୋଲି କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଏଲଏନ୍‌ ରାଓ ଓ ଜଷ୍ଟିସ ଏସ୍‌ଆର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଆମ ପାଖରେ ଏମିତି କିଛି ଆବେଦନ ପହଞ୍ଚିଛି, ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ କମ୍ପାନୀର ଟିକା କେନ୍ଦ୍ର, ରାଜ୍ୟ ଓ ଘରୋଇ ହସ୍ପିଟାଲ ପାଇଁ ଭିନ୍ନଭିନ୍ନ ରହୁଛି। ଏହା ପଛର କାରଣ କ’ଣ? ଏହା ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। କାହିଁକି ସରକାର ସବୁ ଟିକା କିଣି ଜାତୀୟ ସ୍ତରରେ ଶୃଙ୍ଖଳିତ ଢଙ୍ଗରେ ଟିକାକରଣ କରୁନାହାନ୍ତି? ସରକାର ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ବିଚାର କରନ୍ତୁ। ସେହିପରି ବିଭିନ୍ନ ଟିକାକୁ ଦେଶର ସମସ୍ତ ନାଗରିକଙ୍କୁ ମାଗଣାରେ ଟିକାର ଦେବାର ବ୍ୟବସ୍ଥା ହେବା ଉଚିତ। ଘରୋଇ ଟିକା ଉତ୍ପାଦନକାରୀ କମ୍ପାନୀ କେଉଁ ରାଜ୍ୟକୁ କେତେ ଟିକା ଦିଆଯିବ, ତା’ର ନିଷ୍ପତ୍ତି ନେଇପାରିବେ ନାହିଁ। ଟିକା ପାଇବାରେ କ’ଣ ଗୋଟିଏ ରାଜ୍ୟ ତୁଳନାରେ ଆଉ ଗୋଟିଏ ରାଜ୍ୟକୁ ଅଧିକ ଗୁରୁତ୍ୱ ଦିଆଯିବ? ଉତ୍ପାଦନକାରୀ କମ୍ପାନୀ କେମିତି ଟିକାର ସମାନ ଆବଣ୍ଟନ କରିବେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏହା ଶୁଣି କେନ୍ଦ୍ର ସରକାର ୧୮ରୁ ୪୫ ବର୍ଷ ବୟସର କେତେ ଲୋକ ରହିଛନ୍ତି, ତା’ର ତଥ୍ୟ କୋର୍ଟରେ ଦାଖଲ କରାଯିବ ବୋଲି କହିଛନ୍ତି। ଲକଡାଉନ ସମ୍ପର୍କରେ ପ୍ରଶ୍ନ କରି କୋର୍ଟ କହିଛନ୍ତି, କ’ଣ କେନ୍ଦ୍ର ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକଡାଉନ ଲାଗୁ କରିବାକୁ ଯୋଜନା କରୁଛନ୍ତି କି? ଏହା ଉପରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିବେ ବୋଲି କହିଛନ୍ତି। ବିଭିନ୍ନ ସ୍ଥାନରେ ଜୀବନ ରକ୍ଷାକାରୀ କରୋନା ଔଷଧ ରେମଡେସିଭିରର ଅଭାବ ଦେଖାଯାଉଛି। ଏହା ଉପରେ କୋର୍ଟ କହିଛନ୍ତି, ବର୍ତ୍ତମାନ ସମୟରେ ଆମେ ରେମଡେସିଭିର୍‌ର ପାଣ୍ଟେଟ ନିୟମ ବଦଳାଇ ପାରିବା। ଭାରତ ପଡ଼ୋଶୀ ବାଂଲାଦେଶ ଠାରୁ ରେମଡେସିଭିର ଔଷଧ ନିଜ ଦେଶରେ ଉତ୍ପାଦନ କରିବାକୁ ଅନୁମତି ମଧ୍ୟ ଆଣିପାରିବ। ଅକ୍ସିଜେନ ସପ୍ଲାଏ ଟ୍ୟାଙ୍କର ଓ ସିଲିଣ୍ଡର ଆବଶ୍ୟକ କରୁଥିବା ଲୋକଙ୍କ ପାଖରେ ପହଞ୍ଚାଇବାକୁ କ’ଣ ସବୁ ବ୍ୟବସ୍ଥା କରାଯାଇଛି? ଦେଶରେ ଦୈନିକ ପ୍ରାୟ ୮,୫୦୦ ମେଟ୍ରିକ ଟନ୍‌ର ଅକ୍ସିଜେନ ଆବଶ୍ୟକ ପଡ଼ୁଛି। କ’ଣ କେନ୍ଦ୍ର ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ରହିଛି ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଏହା ଶୁଣି ସଲିସିଟର ଜେନେରାଲ କହିଥିଲେ, ଦୈନିକ ଆମ ପାଖରେ ୧୦,୦୦୦ ମେଟ୍ରିନ ଟନ୍‌ ଅକ୍ସିଜେନ ଉପଲବ୍ଧ ହେଉଛି। ଭାରତରେ ଅକ୍ସିଜେନର କୌଣସି ଅଭାବ ନାହିଁ। ତେବେ କିଛି ସ୍ଥାନରେ ରାଜ୍ୟ ସରକାରଙ୍କ ଅବହେଳା ପାଇଁ ଅଭାବ ସୃଷ୍ଟି ହେଉଛି।

ମେ’ ୩୧ ଯାଏ ଭାରତରୁ ବିଦେଶକୁ ଉଡ଼ିବନି ବିମାନ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମହମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ସେବାରେ ଲାଗିଥିବା କଟକଣାକୁ କେନ୍ଦ୍ର ସରକାର ଆଉ ମାସେ ବୃଦ୍ଧି କରିଛନ୍ତି। ସଂକ୍ରମଣ ବ୍ୟାପୁଥିବାରୁ ମେ’ ୩୧ ଯାଏ ବିଦେଶୀକୁ ବିମାନ ଉଡ଼ାଣ ବନ୍ଦ ରହିବ ବୋଲି ଆଜି ଡିଜିସିଏ ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବରୁ ଗାଇଡଲାଇନରେ ଆଜି ରାତି ୧୨ଟା ଯାଏ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ ରଖାଯାଇଥିଲା। ଏବେ ଏହି କଟକଣା ଅବଧିକୁ ମେ’ ୩୧ ଯାଏ ବୃଦ୍ଧି କରାଯାଇଛି।ତେବେ ଏହି କଟକଣା ମାଲ ପରିବହନ ଓ ଔଷଧ ନେବା ଆଣିବା କରୁଥିବା ବିମାନ ଗୁଡ଼ିକ ଉପରେ ଲାଗୁହେବନାହିଁ। ସେହିପରି ଦରକାର ପଡ଼ିଲେ ପ୍ରଶାସନିକ ଅନୁମତିକ୍ରମେ କିଛି ନିର୍ଦ୍ଦିଷ୍ଟ ରୁଟ୍‌ରେ ଅନ୍ତର୍ଜାତୀୟ ବିମାନ ସେବାକୁ ଗ୍ରୀନ ସିଗ୍ନାଲ ମିଳିପାରିବ।ଘରୋଇ ବିମାନ ସେବା ପୂର୍ବଭଳି ଚାଲୁ ରହିବ। କିନ୍ତୁ ବିମାନରେ ସମସ୍ତେ କରୋନା ପାଇଁ ଜାରି କଟକଣାକୁ ପାଳନ କରିବେ ବୋଲି ଡିଜିସିଏ କହିଛି। ଗତବର୍ଷ ମାର୍ଚ୍ଚ ୨୩ରୁ କରୋନା ସଂକ୍ରମଣ ପାଇଁ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କରାଯାଇଥିଲା। ସେବେଠାରୁ ପର୍ଯ୍ୟାୟକ୍ରମେ ଡିଜିସିଏ କଟକଣା ଅବଧିକୁ ବୃଦ୍ଧି କରି ଚାଲିଛି। ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲେ ହେଁ ଗତବର୍ଷ ମେ’ ମାସରୁ ସ୍ୱତନ୍ତ୍ର ବିମାନ ଓ ଜୁଲାଇ ମାସରୁ ଦ୍ୱିପାକ୍ଷିକ ଏୟାର ବବଲ୍ସ ଚୁକ୍ତି ମାଧ୍ୟରେ କିଛି ସ୍ଥାନକୁ ବିମାନ ଉଡ଼ାଣ ଆରମ୍ଭ ହୋଇଛି।ଅନ୍ୟପକ୍ଷରେ ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅଷ୍ଟ୍ରେଲିଆ, ବ୍ରିଟେନ ଓ ୟୁଏଇ ଭଳି ଦେଶ ସେମାନଙ୍କ ଦେଶରୁ ନୂଆଦିଲ୍ଲୀ ଆସୁଥିବା ବିମାନ ଉପରେ କଟକଣା ଲଗାଇଛନ୍ତି। ଅଷ୍ଟ୍ରେଲିଆ ସଂକ୍ରମଣ ପାଇଁ ଭାରତ ସହ ବିମାନ ସମ୍ପର୍କ ସଂପୂର୍ଣ୍ଣ ଭାବେ ଚ୍ଛିନ୍ନ ମଧ୍ୟ କରିଦେଇଛି।

ସିଲ୍‌ ହେଲା ଡମଣା ହାଟ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କୋଭିଡ୍ କଟକଣା ନିୟମ ଉଲ୍ଲଂଘନ ହେବାରୁ ଭୁବନେଶ୍ୱର ଡମଣା ହାଟ ସିଲ୍ କରିଛି ବିଏମ୍‌ସି।  ଆସନ୍ତା ୪୮ ଘଣ୍ଟା ଯାଏ ବିଏମ୍‌ସି ପକ୍ଷରୁ ଏହି କଟକଣା ଲଗାଯାଇଛି  । ଗତକାଲି ଭୁବନେଶ୍ୱର ମହାନଗର ନଗମର ଏକ ଟିମ୍ ଡମଣା ହାଟ୍ ପରିଦର୍ଶନ କରିବା ସହ ପ୍ରବଳ ଭିଡ଼ ହୋଇଥିବା ଦେଖିବାକୁ ପାଇଥିଲେ । ହାଟ ସାରା ବୁଲି ସ୍ଥିତି ସମୀକ୍ଷା ପରେ ବିଏମ୍‌ସି ୪୮ ଘଣ୍ଟା ପାଇଁ ହାଟକୁ ସିଲ୍ କରିବା ସହ ଲୋକଙ୍କୁ ସାମାଜିକ ଦୂରତା ଓ କୋଭିଡ୍ କଟକଣା ନିୟମକୁ ପାଳନ କରିବାକୁ କୁହାଯାଇଛି । ଦୋକାନୀମାନଙ୍କୁ ମଧ୍ୟ ବିଏମ୍‌ସି ଟିମ୍ ତାଗିଦ କରିବା ସହ ସଚେତନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିବା ଜଣାଯାଇଛି। ସେହିଭଳି ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ବିଏମସିର ଟିମ୍ ଚଢ଼ାଉ କରି ଅନେକ ବ୍ୟବସାୟିକ ପ୍ରତିଷ୍ଠାନକୁ ସିଲ୍ କରୁଥିବାର ଦେଖିବାକୁ ମିଳିଛି  । ସହିଦନଗରସ୍ଥିତ ରିଲାଏନ୍ସ ଟ୍ରେଣ୍ଡରେ କୋଭିଡ୍ କଟକଣା ନିୟମର ଉଲ୍ଲଂଘନ ହେଉ ଥିବାରୁ ଗତକାଲିଠୁ  ଆଗାମୀ ୭ ଦିନ ପାଇଁ ସିଲ୍ କରାଯାଇଛି ।ସୂଚନାଯୋଗ୍ୟ,  ରିଲାଏନ୍ସ ଟ୍ରେଣ୍ଡ ଷ୍ଟୋରର କର୍ମଚାରୀଙ୍କ ମଧ୍ୟରୁ କୋଭିଡ-୧୯ ସଂକ୍ରମିତ ଚିହ୍ନଟ ହେବାପରେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓ ସଂକ୍ରମଣ ଯେଭଳି ନ ବ୍ୟାପିବ ସେଥିପାଇଁ ରିଲାଏନ୍ସ ଟ୍ରେଣ୍ଡ ଷ୍ଟୋରକୁ ଗତକାଲିଠୁ ମେ’ ୫ତାରିଖ ପର୍ଯ୍ୟନ୍ତ ୭ଦିନ ପାଇଁ ସିଲ୍ କରାଯାଇଛି।ସୂଚନାଯୋଗ୍ୟ,  ରିଲାଏନ୍ସ ଟ୍ରେଣ୍ଡ ଷ୍ଟୋରର କର୍ମଚାରୀଙ୍କ ମଧ୍ୟରୁ କୋଭିଡ-୧୯ ସଂକ୍ରମିତ ଚିହ୍ନଟ ହେବାପରେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓ ସଂକ୍ରମଣ ଯେଭଳି ନ ବ୍ୟାପିବ ସେଥିପାଇଁ ରିଲାଏନ୍ସ ଟ୍ରେଣ୍ଡ ଷ୍ଟୋରକୁ ଗତକାଲିଠୁ ମେ’ ୫ତାରିଖ ପର୍ଯ୍ୟନ୍ତ ୭ଦିନ ପାଇଁ ସିଲ୍ କରାଯାଇଛି। ବିଏମସି ପକ୍ଷରୁ  ଷ୍ଟୋର ପରିସରକୁ ତୁରନ୍ତ ସାନିଟାଇଜ୍ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡଲାଇନକୁ ପାଳିବାକୁ ନିର୍ଦ୍ଦେଶ ଦିଆଯାଇଛି। ସିଲ୍ ହୋଇଥିବା ସମୟରେ ଷ୍ଟୋର ପରିସରକୁ କେହି ପ୍ରବେଶ କରିପାରିବେ ନାହିଁ । ବିଏମସି ଦ୍ୱାରା ଅଧିକୃତ ବ୍ୟକ୍ତିଙ୍କୁ ହିଁ ଷ୍ଟୋର ଭିତରେ ପ୍ରବେଶ ନିମନ୍ତେ ଅନୁମତି ମିଳିବ। ଷ୍ଟୋରର କର୍ମଚାରୀମାନଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି । ଯଦି କୌଣସି ସଂକ୍ରମିତଙ୍କର ଚିକିତ୍ସା ଆବଶ୍ୟକ ପଡ଼େ ତା’ହେଲେ ବିଏମସିକୁ ସୂଚିତ କରିବା ନିମନ୍ତେ ଷ୍ଟୋର ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଏହାବ୍ୟତୀତ ବିଏମସି ଗତକାଲି ଶହୀଦନଗର ଷ୍ଟେଟ୍ ବ୍ୟାଙ୍କ ଶାଖା ଓ ଭୁବନେଶ୍ୱର କୋର୍ଟକୁ ସିଲ୍ କରିଥିବାବେଳେ ପୂର୍ବରୁ ଦୁଇ ନମ୍ବର ମାର୍କେଟ ବିଲିଡିଂକୁ ମଧ୍ୟ ସିଲ୍ କରିଥିଲା।

୫୦% କର୍ମଚାରୀ ନୁହେଁ, ଏଣିକି ବିଭାଗ ସ୍ଥିର କରିବ କେତେ କର୍ମଚାରୀରେ ଅଫିସ୍ ଚାଲିବ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ କଟକ ଓ ଭୁବନେଶ୍ୱର ସହରରେ ଥିବା ଅଫିସଗୁଡ଼ିକ ପରିଚାଳନା ନିମନ୍ତେ ରାଜ୍ୟ ସରକାର ଏପ୍ରିଲ ୧୫ତାରିଖରେ ଜାରି କରିଥିବା ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରିଛନ୍ତି। କଟକ ଓ ଭୁବନେଶ୍ୱରରେ ବହୁ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ଏହି ଦୁଇ ସହରରେ ଥିବା ସରକାରୀ ଅଫିସଗୁଡ଼ିକରେ ଏଣିକି ୫୦ ପ୍ରତିଶତ କର୍ମଚାରୀ ନୁହେଁ ବରଂ କେତେ କର୍ମଚାରୀରେ ଅଫିସ୍ ଚାଲିପାରିବ ତାହା ନିଷ୍ପତ୍ତି ନେବାର କ୍ଷମତା ସମ୍ପୃକ୍ତ ବିଭାଗକୁ ପ୍ରଦାନ କରାଯାଇଛି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, କଟକ ଓ ଭୁବନେଶ୍ୱରରେ ଥିବା କେତେକ ବିଭାଗ ଓ ବିଭାଗୀୟ ମୁଖ୍ୟ ଅଫିସରେ ବହୁ ସଂଖ୍ୟାରେ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେଣୁ ସରକାରୀ ଅଫିସଗୁଡ଼ିକରେ କରୋନା ସଂକ୍ରମଣ ଯେଭଳି ନବ୍ୟାପିବ ସେଥିପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ଦେଖାଦେଇଛି। ପୂର୍ବରୁ ଏପ୍ରିଲ ୧୫ତାରିଖରେ କଟକ ଓ ଭୁବନେଶ୍ୱରରେ ଥିବା ସରକାରୀ ଅଫିସଗୁଡ଼ିକ ନିମନ୍ତେ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଯେଉଁଥିରେ ଉପସଚିବ ଓ ତଦୁର୍ଦ୍ଧ୍ୱ ପାହ୍ୟାର ସମସ୍ତ ଅଫିସରମାନେ ନିଶ୍ଚିତ ଅଫିସ ଆସିବେ। ଅଫିସର ମୋଟ କର୍ମଚାରୀଙ୍କ ମଧ୍ୟରୁ ୫୦ ପ୍ରତିଶତ କର୍ମଚାରୀରେ ଅଫିସ୍ ଚାଲିବ। ଏହି ନିର୍ଦ୍ଦେଶନାମା ଏପ୍ରିଲ ୧୯ରୁ ଲାଗୁ ହୋଇଥିଲା। କିନ୍ତୁ ବହୁ ସଂଖ୍ୟକ କର୍ମଚାରୀ କୋଭିଡ୍ ସଂକ୍ରମିତ ହେବାପରେ ବିଭାଗଗୁଡ଼ିକୁ ନିଜ ନିଜର ଅଫିସରେ କେତେ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାମ ଚାଲିପାରିବ ତାହା ସ୍ଥିର କରିବାର କ୍ଷମତା ନ୍ୟସ୍ତ କରାଯାଇଛି। ଅତି ଜରୁରୀ ସ୍ଥିତିରେ ଅଫିସକୁ ସାନିଟାଇଜ୍ ପାଇଁ ବନ୍ଦ କରାଯାଇ ପାରିବ। କେବଳ ଅତ୍ୟାବଶ୍ୟକ କାମ ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ହାତଗଣତି କର୍ମଚାରୀଙ୍କୁ ନେଇ କାମ ଚଳାଇବାକୁ କୁହାଯାଇଛି। ଯେଉଁ କର୍ମଚାରୀମାନେ ଅଫିସ୍ ନଆସିବେ ସେମାନେ ଘରୁ ରହି କାମ କରିବେ। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଟେଲିଫୋନ୍ ମାଧ୍ୟମରେ ସ୍ୱଳ୍ପ ନୋଟିସରେ ଅଫିସ୍ ଆସିବେ ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି।

ସାରା ରାଜ୍ୟରେ ଦିନ ୨ଟାରୁ ବନ୍ଦ ରହିବ ଦୋକାନ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସାରା ରାଜ୍ୟରେ ଦିନ ୨ଟାରୁ ଦୋକାନ ବନ୍ଦ ରହିବ। ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ। ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛି ମହାସଂଘ। ଏନେଇ ମହାସଂଘ ରାଜ୍ୟ ସରକାରଙ୍କୁ ଅବଗତ କରିଥିବା ନେଇ ସୂଚନା ଦେଲେ ରାଜ୍ୟ ବ୍ୟବସାୟୀ ମହାସଂଘ ସଂପାଦକ ସୁଧାକର ପଣ୍ଡା। ଅମାନିଆଙ୍କ ପାଇଁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦୦୦ ଅତିକ୍ରମ କରିଛି। ଆଜି ଚିହ୍ନଟ ହୋଇଥିବା ୮୬୮୧ କରୋନା ସଂକ୍ରମିତଙ୍କ ଭିତରୁ ୩୭୩୩ ଜଣ ଲୋକାଲ୍‌ କେସ୍‌ ହୋଇଥିବା ବେଳେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି ୪୯୪୮। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୪୫, କଟକରୁ ୫୭୦, ପୁରୀରୁ ୫୧୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବଲାଙ୍ଗିରରୁ ୪୫୯,  ବରଗଡ଼ରୁ ୪୨୩, ଅନୁଗୋଳରୁ  ୪୧୯, ଝାରସୁଗୁଡ଼ାରୁ ୪୧୧, ସମ୍ବଲପୁରରୁ ୪୧୦, ନବରଙ୍ଗପୁରରୁ ୩୬୮, ଯାଜପୁରରୁ ୩୨୧, ନୂଆପଡ଼ାରୁ ୩୦୪, ଷ୍ଟେଟ୍ ପୁଲ୍‌ରୁ  ୨୭୭, ମୟୂରଭଞ୍ଜରୁ ୨୨୦, ଗଞ୍ଜାମରୁ ୧୯୮, କଳାହାଣ୍ଡିରୁ ୧୯୫, ନୟାଗଡ଼ରୁ ୧୬୦, ବାଲେଶ୍ୱରରୁ ୧୫୫, ରାୟଗଡ଼ାରୁ ୧୫୧, କେନ୍ଦୁଝରରୁ ୧୪୮, ଗଜପତିରୁ ୧୨୫, କୋରାପୁଟରୁ ୧୧୩, ଭଦ୍ରକରୁ ୧୦୩ ଓ ଦେବଗଡ଼ରୁ ୧୦୨, ସୁବର୍ଣ୍ଣପୁରରୁ ୯୮, କେନ୍ଦ୍ରାପଡ଼ାରୁ ୮୫, ବୌଦ୍ଧରୁ ୫୭, କନ୍ଧମାଳରୁ ୫୪, ମାଲକାନଗିରିରୁ ୩୪, ଢେଙ୍କାନାଳରୁ ୩୩, ଜଗତସିଂହପୁରରୁ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୋମବାରଠାରୁ କଟକରେ ଲାଗୁ ହେବ ନୂଆ କଟକଣା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ସଂକ୍ରମଣକୁ ଦେଖି ଆସନ୍ତା ସୋମବାରଠାରୁ କଟକ ସହରରେ ଲାଗୁ ହେବ ସାନି କଟକଣା। ଦିନ ୨ଟା ପରେ ସହରର ସବୁ ଦୋକାନ ବଜାର ବନ୍ଦ ରହିବ। ଆଗାମୀ ୧୫ ଦିନ ପାଇଁ ଲାଗୁ ହେଲା କଟକଣା; କେବଳ ଔଷଧ ଦୋକାନ ଛଡ଼ା ଅନ୍ୟ ସବୁ ଦୋକାନ ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ଲୋଡିଂ/ଅନଲୋଡିଂ ଛାଡ଼ି ମାଲଗୋଦାମ, ଛତ୍ରବଜାରରେ କାରବାର ବନ୍ଦ ରହିବ। ଦିନ ୨ରୁ ବନ୍ଦ ନେଇ ବିଭିନ୍ନ ବଜାର କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସିଏମ୍‌ସି କମିଶନର ଅନନ୍ୟା ଦାସ ପ୍ରେସମିଟରେ ସୂଚନା ଦେଲେ। ସୂଚନାଯୋଗ୍ୟ, ରାଜ୍ୟରେ ବଢ଼ି ଚାଲୁଥିବା ସଂକ୍ରମଣର ସ୍ପିଡରେ ବ୍ରେକ ଲଗାଇବାକୁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଏବେ ଅଣ୍ଟା ଭିଡ଼ିଛନ୍ତି ବିଭିନ୍ନ ବ୍ୟବସାୟୀ ସଂଘ। ଦୋକାନ ବଜାରରେ ଗହଳି ଯୋଗୁ ସଂକ୍ରମଣ ଅଧିକ ବ୍ୟାପୁଥିବା କୁହାଯାଉଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଆଜିଠୁ ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରିବେ ବିଭିନ୍ନ ଜିଲ୍ଲାର ବ୍ୟବସାୟୀ ସଂଘ। ଗଞ୍ଜାମ ଜିଲ୍ଲା, ପୁରୀ ସହର, ସମ୍ବଲପୁର, କଳାହାଣ୍ଡି ବଣିକ ସଂଘ ପକ୍ଷରୁ ମଧ୍ୟ ସକାଳୁ ଅପରାହ୍ନ ୨ଟା ଯାଏ ଦୋକାନବଜାର ଖୋଲା ରହିବ ବୋଲି କୁହାଯାଇ ସାରିଛି।

ଆକ୍ସନ ମୁଡରେ ବିଏମ୍‌ସି, ପୁଣି ସିଲ୍‌ କଲା ଏହି ମାର୍କେଟ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଭୁବନେଶ୍ୱର ନୟାପଲ୍ଲୀରେ ଥିବା ଆଇଡି ମାର୍କେଟ ୩ ଦିନ ପାଇଁ ବନ୍ଦ । କୋଭିଡ୍ ନିୟମ ଉଲ୍ଲଙ୍ଘନ ହେଉଥିବାରୁ BMC ଏହି କଡ଼ା ପଦକ୍ଷେପ ନେଇଛି । ଆଜିଠୁ ୨୪ ଘଣ୍ଟା ପାଇଁ ସିଲ୍ ହେଲା ଇନ୍ଦ୍ରଧନୁ ମାର୍କେଟ । ଏହା ପରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ରହିଛି । ତେଣୁ ଲଗାତର ୩ ଦିନ ଧରି ବନ୍ଦ ରହିବ ଇନ୍ଦ୍ରଧନୁ ମାର୍କେଟ। ଏହା ଆଗରୁ କୋଭିଡ୍ କଟକଣା ନିୟମ ଉଲ୍ଲଂଘନ ହେବାରୁ ଗତକାଲି ଭୁବନେଶ୍ୱର ଡମଣା ହାଟକୁ ସିଲ୍ କରିଥିଲା ବିଏମସି। ୪୮ ଘଣ୍ଟା ଯାଏ ବିଏମସି ପକ୍ଷରୁ ଏହି କଟକଣା ଲଗାଯାଇଥିଲା । ହାଟ ସାରା ବୁଲି ସ୍ଥିତି ସମୀକ୍ଷା ପରେ ବିଏମସି ପକ୍ଷରୁ ୪୮ ଘଣ୍ଟା ପାଇଁ ହାଟକୁ ସିଲ୍ କରିବା ସହ ଲୋକଙ୍କୁ ସାମାଜିକ ଦୂରତା ଓ କୋଭିଡ୍ କଟକଣା ନିୟମକୁ ପାଳନ କରିବାକୁ କୁହାଯାଇଛି ।ରାଜଧାନୀର ବିଭିନ୍ନ ସ୍ଥାନରେ ବିଏମ୍‌ସିର ଟିମ୍ ଚଢ଼ାଉ କରି ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ସବୁକୁ ସିଲ୍ କରୁଥିବା ଦେଖିବାକୁ ମିଳିଛି। ସହିଦ ନଗର ସ୍ଥିତ ରିଲାଏନ୍ସ ଟ୍ରେଣ୍ଡରେ କୋଭିଡ୍ କଟକଣା ନିୟମର ଉଲ୍ଲଂଘନ ହେଉ ଥିବାରୁ ତାକୁ ମଧ୍ୟ ଆଗାମୀ ୭ ଦିନ ପାଇଁ ସିଲ୍ କରାଯାଇଛି ।

ଟ୍ରେନରେ ଯିବ ଅକ୍ସିଜେନ୍ ଟ୍ୟାଙ୍କର…!

ଏଥର ସମ୍ଭାଳ ବ୍ୟୁରୋ (ରାଉରକେଲା) – ସମଗ୍ର ଦେଶରେ ଅକ୍ସିଜେନ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦେଶବିଦେଶରୁ ଛୁଟୁଛି ସହାୟତାର ସୁଅ। ଏପରି ସ୍ଥିତିରେ ରାଷ୍ଟ୍ରାୟତ ସଂସ୍ଥା ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼ ରାଉରକେଲା ଇସ୍ପାତ କାରଖାନା (RSP) ପକ୍ଷରୁ ଆଜି ରାଉରକେଲାରୁ ୪ଟି ଟ୍ୟାଙ୍କରରେ ଲିକ୍ୟୁଡି ଅକ୍ସିଜେନ୍ ଭର୍ତ୍ତି କରାଯାଇ ହରିୟାଣା ପଠାଯାଉଛି । ପ୍ରଥମ କରି ରାଉରକେଲାରୁ ମାଲବାହୀ ଟ୍ରେନ୍ ଯୋଗେ ଏହି ଟ୍ୟାଙ୍କରଗୁଡିକ ଯିବ। ଏଥିପାଇଁ ମାଲଗୋଦାମ ରେଲେଓ୍ୱ ୟାର୍ଡରୁ ଏହି ଗ୍ୟାସ୍ ଟ୍ୟାଙ୍କରଗୁଡିକୁ ଟ୍ରେନରେ ଲୋଡ୍ କରାଯାଇଛି । ୪ଟି ଗାଡି ଲୋଡ୍ ହେବା ପରେ ସିଧାସଳଖ ଭାବେ ଟ୍ରେନ୍ ଯୋଗେ ଏହା ହରିୟାଣା ଯିବ ।  ରାଉରକେଲାରୁ ପ୍ରଥମ ଥର ଟ୍ରେନ ଯୋଗେ ଅକ୍ସିଜେନ୍ ଟ୍ୟାଙ୍କରଗୁଡିକ ନିଆଯାଉଛି । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ଅନବରତ ଲିକ୍ୟୁଇଡ଼ ଅକ୍ସିଜେନ୍ ଯୋଗାଣ ଜାରି ରଖିଥିବା ଆରଏସପି ଇତି ମଧ୍ୟରେ ୨୫ଶହ ମେଟ୍ରିକ ଟନରୁ ଉଦ୍ଧ୍ୱର୍ ଲିକ୍ୟୁଇଡ଼ ଅକ୍ସିଜେନ ଟ୍ୟାଙ୍କର ଯୋଗାଇସାରିଛି । ପ୍ରକ୍ରିୟା ଜାରି ରହିଛି । ଲିଣ୍ଡୋ ଇଣ୍ଡିଆରୁ ମୋଟ ୫୨.୫ ମେଟ୍ରିକ ଟନ ଲିକ୍ୟୁଇଡ଼ ମେଡ଼ିକାଲ ଅକ୍ସିଜେନ ଭର୍ତି ୪ଟି ଟ୍ୟାଙ୍କରକୁ ପୁଲିସର କଡ଼ା ସୁରକ୍ଷା ବଳୟରେ ଷ୍ଟେସନକୁ ଅଣାଯାଇ ଲୋଡ଼ କରାଯାଇଛି । ଆଜି ପ୍ରଥମ କରି ଆରଏସପି ପକ୍ଷରୁ ସ୍ୱତନ୍ତ୍ର ଅକ୍ସିଜେନ ଏକ୍ସପ୍ରେସ ମାଧ୍ୟମରେ ହରିୟାନାକୁ ଲିକ୍ୟୁଇଡ଼ ଅକ୍ସିଜେନ ପଠାଯିବା  ବିନା ରହଣିରେ ଏହି ଅକ୍ସିଜେନ ଏକ୍ସପ୍ରେସ ଫରିଦାବାଦରେ ପହଂଚିବ ବୋଲି ରେଳବାଇ ପକ୍ଷରୁ ସୁଚନା ମିଳିଛି ।