ସ୍ନେକ ହେଲ୍ପଲାଇନ କର୍ମଚାରୀଙ୍କ ଦ୍ୱାରା ୧୦ ଫୁଟିଆ ଅହିରାଜ ଉଦ୍ଧାର, ପହଞ୍ଚିଲାନି ବନବିଭାଗ ।

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) -ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ଗ୍ରାମର ଧନୁ ମହାନ୍ତି ଙ୍କ ଘରୁ ଏକ ବିରାଟ ଅହିରାଜ ସାପକୁ ଉଦ୍ଧାର କରାଯାଇଛି |ସୂଚନା ଅନୁଯାୟୀ ମଙ୍ଗଳବାର ସକାଳ ସମୟରେ ବୁରୁଝରୀ ଗ୍ରାମର ର ଧନୁ ମହାନ୍ତିଙ୍କ ରୋଷେଇ ଘର ଗ୍ୟାସ ଟାଙ୍କି ତଳେ ଏକ ବିରାଟ ଅହିରାଜ ସାପକୁ ଦେଖି ଘର ଲୋକେ ବ୍ୟତିବସ୍ତ ହୋଇ ସାଇ ପଡିଶା ଙ୍କୁ ଖବର ଦେଇଥିଲେ |ଘରର କବାଟ ବନ୍ଦ କରି ଧନୁ ଙ୍କ ପରିବାର ଲୋକେ ବନ ବିଭାଗ କୁ ଖବର ଦେଇଥିଲେ |ବନବିଭାଗ କର୍ମଚାରୀ ନ ପହଂଚିବା ଯୋଗୁଁ ସ୍ଥାନୀୟ ଲୋକେ ସ୍ନେକ ହେଲ୍ପଲାଇନ କୁ ଖବର ଦେଇଥିଲେ |ସ୍ନେକ ହେଲ୍ପଲାଇନ ତରଫରୁ ସ୍ୱପ୍ନାଲୋକ ମିଶ୍ର ଓ ମିହିର କୁମାର ପଣ୍ଡା ପହଂଚି ସାପ କୁ ଉଦ୍ଧାର କରିବା ସହ ନାରାୟଣୀ ଜଙ୍ଗଲ ରେ ଛାଡିଥିବା ଜଣାପଡିଛି | ସାପ ଟି ୧୦ ଫୁଟ ଲମ୍ବା ର ହୋଇଥିବା ବେଳେ ବୟସ ପାଖାପାଖି ଦେଢ଼ ବର୍ଷ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି |ପୂର୍ବରୁ ଛଅ ମାସ ତଳେ ଶିଶୁ ମନ୍ଦିର ନିକଟ କୂଅ ରୁ ଏମିତି ଏକ ଅହିରାଜ କୁ ଉଦ୍ଧାର କରାଯାଇଥିଲା |ବାରମ୍ବାର ଅହିରାଜ ଗାଁ ଭିତରକୁ ଚାଲି ଆସୁଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ଦେଖାଦେବା ସହ ଜଙ୍ଗଲୀ ଜନ୍ତୁଙ୍କ ସୁରକ୍ଷା ନେଇ ବନବିଭାଗ ର କର୍ମଚାରୀଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ଘଟଣା ସ୍ଥଳରେ ନପହଂଚିବା ବନବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି |

ବିଦ୍ୟୁତ ଦରବୃଦ୍ଧି ବିରୁଦ୍ଧରେ ଆମ୍ ଆଦମୀ ପାର୍ଟିର ଜନ ଜାଗରଣ।

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବ୍ରହ୍ମପୁର) – ବ୍ରହ୍ମପୁର ମାର୍ଚ୍ଚ ୩୦ ତାରିଖରେ ସ୍ଥାନୀୟ ଗିରିଜା ଛକ ଠାରେ ଆମ୍ ଆଦମୀ ପାର୍ଟି ତରଫରୁ ଓଡିଶାରେ ବିଦ୍ୟୁତ ବୃଦ୍ଧି ପ୍ରତିବାଦରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଆବାହକ ସୁବାସ ରାଉତଙ୍କ ନେତୃତ୍ୱରେ ପାର୍ଟିର ସକ୍ରିୟ କର୍ମୀମାନେ ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ବିଦ୍ୟୁତ ଦରବୃଦ୍ଧି ବିରୁଦ୍ଧରେ ସଚେତନ କରିବା ସହ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମରଣା ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ l

ଏଥିରେ ବ୍ରହ୍ମପୁର ବିଧାନସଭା ସଂଯୋଜକ ଆଦିତ୍ୟ ରଥ ତାଙ୍କ ବକ୍ତବ୍ୟରେ କହିଥିଲେଯେ ଦିଲ୍ଲୀରେ ବିଦ୍ୟୁତ ଉତ୍ପାଦନ ହେଉନଥିଲେ ମଧ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ସରକାର ୭୫ ପ୍ରତିଶତ ଉପୋଭୋକ୍ତାଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇ ପାରୁଥିବା ବେଳେ, ଓଡ଼ିଶାରେ ନବୀନ ବାବୁଙ୍କ ସରକାର ଗତ ଛଅ ମାସ ମଧ୍ୟରେ ଦୁଇ ଦୁଇ ଥର ବିଦ୍ୟୁତ ଦର ବଢ଼ାଇ କୋରନା ମହାମାରୀ ସମୟରେ ଲୋକଙ୍କ ଉପରେ ଆର୍ଥିକ ବୋଝ ଲଦି ଦେଇଛନ୍ତି l ରାଜ୍ୟ ସରକାର ଟାଟା କମ୍ପାନୀର ସ୍ୱାର୍ଥରେ କାର୍ଯ୍ୟ କରୁଥିବା ବେଳେ,କେନ୍ଦ୍ରର ମୋଦି ସରକାର ଅମ୍ବାନୀ, ଅଦାନୀ ଭଳି ପୁଞ୍ଜିପତିଙ୍କ ସ୍ୱାର୍ଥପାଇଁ ଚାଷୀମାରଣା ନୀତି କଳା କାନୁନ ଆଣି ଚାଷୀର ସର୍ବସ୍ବ ଲୁଟ କରିବା ଯୋଜନା କରୁଛନ୍ତି l ଏଥି ମଧ୍ୟ୍ୟରେ ପେଟ୍ରୋଲ, ଡିଜେଲ ଭଳି ଅତ୍ୟାବଶିକ ଜିନିଷର ଦରଦାମ୍ ଅହେତୁକ ବୃଦ୍ଧି ପାଇଛି l ଏଥିପାଇଁ ସମସ୍ତଙ୍କୁ ଏକଜୁଟ ହୋଇ ରାଜ୍ୟ ଓ କେନ୍ଦ୍ର ସରକାର ବିରୁଦ୍ଧରେ ସ୍ୱର ଉତ୍ତଳୋନ କରିବାକୁ ଆହ୍ୱାନ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ମନୋଜ ପାଢ଼ୀ,ପର୍ଶୁରାମ ସାହୁ,ଗୌରାଙ୍ଗ ଦାସ, କୃଷ୍ଣ ଚନ୍ଦ୍ର ବେହେରା,ଆଦିତ୍ୟ ପାଣିଗ୍ରାହୀ,ପ୍ରଦୀପ ଚୌଧୁରୀ, ହର ପ୍ରସାଦ, ଯୋଗେନ୍ଦ୍ର ସାହୁ, ଅଭ୍ୟୁମନ୍ୟୁ ଦଳାଇ, ଲୋକନାଥ ପୂଜାରୀ ପ୍ରମୁଖ ଯୋଗଦେଇ ବିରୋଧ ପ୍ରଦର୍ଶନ କରିଥିଲେ l

ରାୟଗଡା ଜିଲ୍ଲା କୋର୍ଟ ଓକିଲସଙ୍ଘ ନିର୍ବାଚନ ଫଳାଫଳ ଘୋଷିତ।

!!! ରାୟଗଡା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା) – ରାୟଗଡା ଜିଲ୍ଲା କୋର୍ଟ ଓକିଲସଙ୍ଘ ନିର୍ବାଚନ ଚଳିତ ବର୍ଷ ଏକ ସଂଘର୍ଷ ପୂର୍ଣ ନିର୍ବାଚନ ଦେଖିବକୁ ମିଳିଛି। ଏହି ନିର୍ବାଚନ ରେ ସଭାପତି ରୂପେ 4 ଗୋଟି ପାର୍ଥି ପାର୍ଥି ପତ୍ର ଦାଖଲ କରି ଥିବା ବେଳେ ସମ୍ପାଦକ ରୂପେ 2 ଜଣ, ଉପସଭାପତି ରୂପେ 2 ଜଣ, ସାଧାରଣ ସମ୍ପାଦକ ରୂପେ 2 ଜଣ ଓ କୋଷଦକ୍ଷ ରୂପେ ଗୋଟିଏ ପାର୍ଥି(ବିନା ପ୍ରତିଦ୍ବନ୍ଦିତା ରେ ବିଜୟ) ନିର୍ବାଚନରେ ଭାଗ ନେଇଥିଲେ। ସଭାପତି ରୂପେ ବରିଷ୍ଠ ଓକିଲ ଶ୍ରୀ ଭିଏସ ରାଜୁ, ଭିବୁ ପ୍ରଧାନ, କୁମାର ସ୍ୱାମୀ ଓ ୟାଇ ମଧୁ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା, ଏହି ମାନଙ୍କ ମଧ୍ୟରୁ ଶ୍ରୀ ଭିଏସ ରାଜୁ,46 ଗୋଟି ଭୋଟ ପାଇଁ ଥିବା ସ୍ଥଳେ ଅନ୍ୟ ସଭାପତି ପାର୍ଥି ଯଥା ଶ୍ରୀ ବିଭୁ ପ୍ରଧାନ 43 ଗୋଟି ଭୋଟ, ୟାଇ ମଧୁ 38 ଗୋଟି ଓ କୁମାର ସ୍ୱାମୀ ମାତ୍ର 3 ଗୋଟି ଭୋଟ ପାଇ ଥିଲେ। ଶ୍ରୀ ଭିଏସ ରାଜୁ, ମାତ୍ର 3 ଗୋଟି ଭୋଟ ରେ ନିଜ ପ୍ରତିଦ୍ବନ୍ଦି ଠାରୁ ଅଧିକ ଭୋଟ ପାଇ ବିଜୟ ର ମୁକୁଟ ପିନ୍ଧିଥିବା ଦେଖିବକୁ ମିଳିଛି । ସେପରି ଉପସଭାପତି ରୂପେ ଦୁଇ ପାର୍ଥି ମଧରେ ଶ୍ରୀ ରବି ମହାପାତ୍ର ତାଙ୍କ ନିକଟ ପ୍ରତିଦ୍ୱନ୍ଦୀ ଙ୍କ ଠାରୁ ଦ୍ଵି ଗୁଣ ଭୋଟ ପାଇଁ ବିଜୟ ହୋଇଥିଲେ, ଶ୍ରୀ ରବି ମହାପାତ୍ର 88 ଗୋଟି ଭୋଟ ପାଇଥିବା ବେଳେ ଶ୍ରୀ ଉମାକାନ୍ତ ମିଶ୍ର ମାତ୍ର 44 ଗୋଟି ଭୋଟ ପାଇ ଥିଲେ। ସମ୍ପାଦକ ରୂପେ ଜଗନ୍ନାଥ ଦୋରା ନିଜ ପ୍ରତିଦ୍ୱନ୍ଦୀ ଶ୍ରୀ ମଙ୍ଗଳ ମୂର୍ତି ବଉରିଆ ଠାରୁ ମାତ୍ର 3 ଗୋଟି ଭୋଟ ରେ ବିଜୟ ହୋଇଛନ୍ତି, ଶ୍ରୀ ଦୋରା 66 ଗୋଟି ଭୋଟ ପାଇଥିବା ବେଳେ ଶ୍ରୀ ବଉରିଆ 63 ଗୋଟି ଭୋଟ ପାଇଥିଲେ। ସେପରି ସାଧାରଣ ସମ୍ପାଦକ ରୂପେ ଜି ଡି ରାଓ 66 ଗୋଟି ଭୋଟ ପାଇଥିବା ବେଳେ ଶ୍ରୀ ଗୌରୀ ପଟନାୟକ 63 ଗୋଟି ଭୋଟ ପାଈ ଥିବା ଦେଖିବକୁ ମିଳିଛି। ରାୟଗଡା ଓକିଲସଙ୍ଘ ନିର୍ବାଚନ ର ଶୁଭ ଫଳ ମାତ୍ର 3 । ନୂତନ ନିର୍ବାଚନ ପ୍ରତିନିଧି ଙ୍କୁ ଜିଲ୍ଲା ବାସୀ ଙ୍କ ତରଫରୁ ଶୁଭେଛା ର ସୁଅ ଛୁଟୁଛି। ଏହି ନିର୍ବାଚନ ରେ ନିର୍ବାଚନ ଅଧିକାରୀ ରୂପେ ଶ୍ରୀ ନବ କଣ୍ଟା, ଅରୁଣ ପାଣିଗ୍ରାହୀ, ସୁନୀଲ ନାୟକ ଓ ରାଓ ପ୍ରମୁଖ ସୁଚାରୁ ରୁପେ ସମ୍ପାଦନ କରିଥିଲେ ।

ଆଶାରେ ରହିଗଲା ରାୟଗଡାର ମେଡ଼ିକାଲ କଲେଜ ? ସଠିକିସମୟରେ ରାଜ୍ୟସରକାର ଦେଇପାରିଲେନାହିଁ ଡିପିଆର ।

!!! ରାୟଗଡା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ଼ା) – ରାୟଗଡା କେନ୍ଦ୍ରସରକାର ପ୍ରତିରାଜ୍ୟରେ ମେଡ଼ିକାଲ କଲେଜ ପ୍ରତିଷ୍ଠାପାଇଁ ଯେଉଁ ଜୋଜନାକରିଥିଲେ ସେଥିରୁ ରାୟଗଡା ବାଦପଡିଛି । ଓଡ଼ିଶା ସରକାର ଠିକ ସମୟରେ ଡିପିଆର ପଠାଇ ପାରିନଥିବାରୁ ରାୟଗଡାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଆଶା ମଉଳିଯାଇଛି । କେନ୍ଦ୍ର ସରକାରଙ୍କ ତରଫରୁ କେବଳ କଳାହାଣ୍ଡିରେ ହିଁ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟସରକାର ଡିପିଆର ସାଂବିଟି କରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ ହର୍ଷବର୍ଦ୍ଧନ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ଚିଠିଲେଖି ସୂଚନାଦେଇଛନ୍ତି । ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସାଂସଦ ସପ୍ତଗିରି ଉଲ୍ଲକା । ରାୟଗଡା ମେଡ଼ିକାଲ କଲେଜ ପାଇଁ ଵିଭିନ୍ନ ସଂଗତଟନ,କଲେଜ ଫୋରମ,ସ୍ବେଚ୍ଛାସେବୀ,ଅନୁଷ୍ଠାନ, ବୁଦ୍ଧିଜୀବୀ,ଗଣମାଧ୍ୟମ ପ୍ରତିନିଧିମାନେ ଓ ଜିଲ୍ଲା ବାସୀଦାବୀକରିଆସୁଥିଲେ । ଏନେଇ ବିଭିନ୍ନ ସଙ୍ଗଠନ ତରଫରୁ ଆନ୍ଦୋଳନ ମଧ୍ୟ ହୋଇଛି । ତେବେ ଜିଲ୍ଲାବାସୀଙ୍କ ଦାବୀକୁ ରାଜ୍ୟସରକାର ଜାଣିଶୁଣି ଉପେକ୍ଷା କରିଛନ୍ତି ବୋଲି ସାଂସଦ ପ୍ରକାଶ କରିଛନ୍ତି । ପଡ଼ୋଶୀ ରାଜ୍ୟରେ ୫ ରୁ ୬ ଟି ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବାପାଇଁ ଚୂଡ଼ାନ୍ତ ହୋଇଥିବା ବେଳେ ଓଡ଼ିଶାରେ ମାତ୍ର ଗୋଟିଏ ହିଁ ମେଡିକାଲ କଲେଜ ପ୍ରତିଷ୍ଠା ହେବ । ରାଜ୍ୟ ସରକାର ଜାଣିଶୁଣି ଅଭିବକ୍ତ କୋରାପୁଟ ଜିଲ୍ଲା ବାସୀଙ୍କୁ ଉପେକ୍ଷା କରିଛନ୍ତି ବୋଲି ସାଂସଦ ପ୍ରକାଶ କରିଛନ୍ତି । ଉଳେକ ପ୍ରତିଷ୍ଠା ପାଇଁ ଡିପିଆର ପ୍ରସ୍ତୁତକରି ତୁରନ୍ତ ପଠାଇବାପାଇଁ ଅନୁରୋଧ କରାଯାଇଥିଲେ ସୁଦ୍ଧା ଜାଣିଶୁଣି ରାଜ୍ୟ ସରକାର ଅବହେଳା କରିଛନ୍ତି । କଂଗ୍ରେସ ଅଧ୍ଯକ୍ଷା ସୋନିଆ ଗାନ୍ଧୀମଧ୍ୟ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀଙ୍କୁ ଚିଠିଲେଖି ଏ ସମ୍ପର୍କରେ ଅବଗତ କରାଇଥିଲେ । ଓଡ଼ିଶା ସରକାର ଠିକ ସମୟରେ ଡିପିଆର ନ ପଠାଇବା ଯୋଗୁଁ ମେଡ଼ିକାଲ କଲେଜ ଆଶା ମଉଳିଯାଇଛି ବୋଲି ସାଂସଦ ପ୍ରକାଶକରିଛନ୍ତି । କିନ୍ତୁ ଅବିଭକ୍ତ କୋରାପୁଟ ଜିଲ୍ଲା ବିକାଶପାଇଁ ଲଢେଇ ଜାରିରହିବ ବୋଲି ଶ୍ରୀଯୁକ୍ତ ଉଲ୍ଲାକା ପ୍ରକାଶକରିଛନ୍ତି । ରାୟଗଡାରେ ଦିନକୁ ଦିନ ରୋଗୀସେବା ବ୍ୟାହତ ହେବାରେଲାଗିଛି । ରାୟଗଡା ମୁଖ୍ୟଚିକିତ୍ସାଲୟରେ ଆବଶ୍ୟକ ଡାକ୍ତର ନଥିବାରୁ ଜିଲ୍ଲାବାସୀ ମୈଳିକ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଉଛନ୍ତି । ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସୁପର ସ୍ବେଶାଆଲିଷ୍ଟ ହସ୍ପିଟାଲ ମାନ୍ୟତା ଦେବାପାଇଁ ଦାବି ହୋଇଆସୁଥିଲେ ସୁଦ୍ଧା ସରକାରଙ୍କ ତରଫରୁ ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା କିମ୍ବା ସୁପର ସ୍ବେଶାଳିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ନେଇ କୈଣସି ଘୋଷଣା କରାଯାଇ ନାହିଁ । ତେବେ ସରକାର ଜିଲ୍ଲା ବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ କି ପଦକ୍ଷେପ ଗ୍ରହଣକରିଛନ୍ତି ତାହାଦେଖିବାକୁ ବାକିରହିଲା ?

ଯୁବ ଗାଳ୍ପିକ ଡିଲେଶ୍ଵର ରଣା ଙ୍କ ” ସେଁରରା ” ଲୋକାର୍ପିତ।

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସମରଲିଆ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – ସାହିତ୍ୟ ମଣିଷ ଜୀବନକୁ ସରସ ସୁନ୍ଦର କରି ଗଢିଥାଏ ଓ ସମାଜକୁ ନୂତନ ଦିଗଦର୍ଶନ ଦେଇଥାଏ। ବର୍ତ୍ତମାନ ଜୀବନକୁ ଆହୁରି ସାରସ୍ଵତମୟ କରିବାପାଇଁ ସାହିତ୍ୟ ଏକାନ୍ତ ଅପରିହାର୍ଯ୍ୟ।ଏଇ ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଉଦୀୟମାନ ଯୁବ ଗାଳ୍ପିକ ଡିଲେଶ୍ଵର ରଣା ଙ୍କ ପ୍ରଥମ ସଂସ୍କରଣ ” ସେଁରରା ” ର ଲୋକାର୍ପଣ ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ କଳାହାଣ୍ଡି ଯୁବ ଲେଖକ ସମାବେଶ ଦ୍ଵାରା ଲୋକାର୍ପଣ ହୋଇଯାଇଛି।

ଏଥିରେ ମୂଖ୍ୟ ଅତିଥି ଭାବେ ଡ଼ଃ ବିଜୟ କୁମାର ସାହୁ ଆଞ୍ଚଳିକ ପରିଚାଳକ ଓ ମୂଖ୍ୟ ଏନ୍. ଆଇ.ଡି.ସି. ଭାରତ ସରକାର, ବିଶିଷ୍ଟ ଅତିଥି ସୁଶାନ୍ତ କୁମାର ଚୋପଦାର ଜିଲ୍ଲା ଶିକ୍ଷା ଅଧିକାରୀ, ସୁକାନ୍ତ କୁମାର ସାହୁ ବିଶିଷ୍ଟ କଥାକାର ଓ ସଂପାଦକ, ପରମେଶ୍ବର ମୁଣ୍ଡ ଶିକ୍ଷାବିତ, ସତ୍ୟନାରାୟଣ ମୁଣ୍ଡଛିନା ଅଧ୍ୟକ୍ଷ +୨ ମହାବିଦ୍ୟାଳୟ ଥୁଆମୂଳ ରାମପୁର , ସମ୍ମାନିତ ଅତିଥି ଭବାନୀଶଙ୍କର ନିଆଲ ମୂଖ୍ୟ ସଂପାଦକ “ମହୁରୀ”,ଆଦିତେଶ୍ଵର ମିଶ୍ର ବିଶିଷ୍ଟ କଥାକାର, ଅଧ୍ୟାପକ ଅଖିଳ ନାଏକ କବି ଓ ଔପନ୍ୟାସିକ, ସଭାପତି ଭାବେ ସୁଧୀର କୁମାର ଧଙ୍ଗଡାମାଝୀ ସଂପାଦକ କଳାହାଣ୍ଡି ଯୁବ ଲେଖକ ସମାବେଶ ପ୍ରମୁଖ ଯୋଗଦାନ କରିଥିଲେ। ଯୁବ ଗାଳ୍ପିକ ଶ୍ରୀ ରଣାଙ୍କ ଏହି ସଂକଳନକୁ ମଞ୍ଚାସୀନ ଅତିଥି ମାନେ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାର ର ବହୁ ସାହିତ୍ୟ ପ୍ରେମୀ ଓ ଲେଖକ ଲେଖିକା ଯୋଗଦାନ କରିଥିଲେ।

ଗୁଣପୁର ପୋୖର ପରିଷଦ ପକ୍ଷରୁ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡରୁ ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ସହରକୁ ସ୍ୱଚ୍ଛ ରଖିବାରେ ଯେଉଁ କର୍ମଚାରୀ ମାନେ ଅହରହ କାମ କରି ସହରକୁ ସଫା ରଖୁଛନ୍ତି ସେମାନଙ୍କୁ ସମ୍ମାନ ଜଣାଇବା ନିମନ୍ତେ ପ୍ରତି ବର୍ଷ ଗୁଣପୁର ପୋୖର ପରିଷଦ ପକ୍ଷରୁ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏହିଭଳି ଚଳିତବର୍ଷ ମାର୍ଚ୍ଚ ୨୮ ତାରିଖ ଦିନ ସ୍ଥାନୀୟ ଟାଉନ ହଲ ଠାରେ ପୋୖର ପରିଷଦ ପକ୍ଷରୁ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ଉପଜିଲ୍ଲାପାଳ ସୋନାଲ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛ ସର୍ବେକ୍ଷଣ କର୍ମକର୍ତ୍ତା,ସଫେଇ କର୍ମଚାରୀ ଓ ସହର ର ସଫେଇ ଦିଗରେ କାର୍ଯ୍ୟରତ କର୍ଚରୀଙ୍କୁ ଖାଦ୍ୟ ପରସିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବେ ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦାଶ ,ଉପଖଣ୍ଡ ଚିକିତ୍ସା ଅଧିକାରୀ ରମେଶ ଚନ୍ଦ୍ର ସାହୁ ଯୋଗଦେଇ ଖାଦ୍ୟ ପରସିବା ଦିଗରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ପୋୖର ପାରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଉମା ପ୍ରସାଦ ଦାଶ ପରିଚାଳନା କରିଥିବା ବେଳେ ପୌର ପରିଷଦର ଅନ୍ୟାନ୍ୟ କର୍ମକାର୍ତ୍ତା ସହଯୋଗ କରିଥିଲେ । ଗୁଣପୁର ପୌର ପରିଷଦର ଏଭଳି କାର୍ଯ୍ୟକ୍ରମ କୁ ସଧାରଣରେ ଭୁୟସୀ ପ୍ରଶଂସା କରାଯାଇଛି ।

କୋଭିଡ ନିୟମକୁ ପାଳନ କରିବାକୁ ପୋଲିସ ପକ୍ଷରୁ ଜନସାଧାରଣ ଙ୍କୁ ଅନୁରୋଧ ।

!!! ରାୟଗଡ଼ା ଜିଲ୍ଲା ରୁ ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ରାଜ୍ୟରେ ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣ କୁ ରୋକିବା ପ୍ରୟାସରେ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀ କୁ ପାଳନ କରିବାକୁ ଗୁଣପୁ୍ର ପୋଲିସ ପକ୍ଷରୁ ଜନସଧାରଙ୍କୁ ଅନୁରୋଧ କରାଯାଇଛି ।ଆଜି ସନ୍ଧ୍ୟାରେ ବିଭାଗୀୟ ଗାଡ଼ିରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସ୍ଥାନୀୟ ଜନସାଧାରଣ ଙ୍କୁ ନିଜ ପରିବାର ସହ ଘରେ ହୋଲି ମନାଇବା , ସର୍ବସାଧାରଣ ଜାଗାରେ କିମ୍ବା ମନ୍ଦିରରେ ହୋଲି ନମନାଇବା ନିମନ୍ତେ ଅନୁରୋଧ କରାଯାଇଛି ।

ଇଂଜିନିୟରିଂ ଓ ପଲିଟେକନିକ୍‌ ପିଲାଙ୍କ ହଷ୍ଟେଲ ଫି’ ଛାଡ଼..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ମହାମାରୀ କରୋନା ପାଇଁ ଇଂଜିନିୟରିଂ ଓ ପଲିଟେକନିକ୍‌ ପିଲା ହଷ୍ଟେଲ ଫି ଛାଡ଼ କଲେ ରାଜ୍ୟ ସରକାର। ୨୦୨୦ ଏପ୍ରିଲରୁ ୨୦୨୦ ଡିସେମ୍ବର ଯାଏ ବନ୍ଦ ରହିଥିଲା ହଷ୍ଟେଲ। ପ୍ରାୟ ୧୭୦୧୨ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ଼ ଘୋଷଣା ହେବ। ୧୭୦୧୨ ଛାତ୍ରଛାତ୍ରୀଙ୍କ ପ୍ରାୟ ୫ କୋଟି ୧୦ ଲକ୍ଷ ଟଙ୍କା ଫି ଛାଡ଼ କଲେ ରାଜ୍ୟ ସରକାର।ପୂର୍ବରୁ ଆଇଟିଆଇ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ଼ କରିଥିଲେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ସରକାରୀ ଆଇଟିଆଇରେ ପଢୁଥିବା ଛାତ୍ରଛାତ୍ରୀଙ୍କ ୯ ମାସର ହଷ୍ଟେଲ ଫି’ ଛାଡ଼ କରାଯାଇଥିଲା। ଯାହାଦ୍ୱାରା ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହୋଇଥିଲେ। ସେହିପରି ମ୍ୟାଟ୍ରିକ ପରୀକ୍ଷା ଫି’ ଛାଡ଼ ଘୋଷଣା କରିଥିଲେ ରାଜ୍ୟ ସରକାର। ଏହା ଦ୍ୱାରା ୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହୋଇଥିଲେ। ଫି’ ଛାଡ଼ ପାଇଁ ୨୭ କୋଟି ବ୍ୟୟଭାର ବହନ କରିବେ ସରକାର। ମ୍ୟାଟ୍ରିକ୍‌ ପରୀକ୍ଷା ପାଇଁ ପ୍ରତି ପିଲାଙ୍କୁ ୪୨୦ ଟଙ୍କା ଫି’ ଦେବାକୁ ପଡ଼ିଥାଏ। ମହାମାରୀ କରୋନା ପାଇଁ ୨୦୨୦-୨୧ ଶିକ୍ଷା ବର୍ଷ ପ୍ରଭାବିତ ହୋଇଥିଲା। ଯେଉଁଥିପାଇଁ ଦୀର୍ଘ ୯ ମାସ ସ୍କୁଲ ବନ୍ଦ ରହିବା ପରେ ଜାନୁଆରୀ ୮ ତାରିଖରୁ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀକୁ କୋଭିଡ ନିୟମ ପାଳନ କରି ଖୋଲାଯାଇଛି। 

ରାଜଧାନୀରେ ଜେତିଲା ହୋଲ୍ଡିଂ ଟ୍ୟାକ୍ସ ରାଜନୀତି….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)-  ରାଜଧାନୀରେ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧିକୁ ନେଇ ବିରୋଧ ଦେଖା ଦେଇଛି। ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ପ୍ରତ୍ୟାହାର ନେଇ ବିରୋଧୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନିକଟରେ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିଲା। ଯାହାକୁ ନେଇ ସାଧାରଣ ଲୋକେ ବିରୋଧ କରିଛନ୍ତି। କିନ୍ତୁ ଆଜି ବିରୋଧୀ ଦଳ ମଧ୍ୟ ଏଥିରେ ସାମିଲ୍ ହୋଇଛନ୍ତି। ବିଏମସି ପକ୍ଷରୁ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧିକୁ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଜିଜିଆ କର କହିଛନ୍ତି। ଏପରିକି ରାଜରାସ୍ତାରେ ବିଜେପି ଓ କଂଗ୍ରେସ ରାଲି କରି ଏହାର ଦୃଢ଼ ପ୍ରତିବାଦ କରିଛନ୍ତି। ଭୁବନେଶ୍ୱର ଜିଲ୍ଲା ବିଜେପି ଆଜି ବିଏମସି କାର୍ଯ୍ୟାଳୟ ଘେରାଉ କରିଥିଲା। ଭୁବନେଶ୍ୱର ଜିଲ୍ଲା ବିଜେପିର ସଭାପତି ବାବୁ ସିଂହ କହିଛନ୍ତି, ବିଏମସି ଯେଉଁଭଳି ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି କରିଛି, ତାହା ଲୋକଙ୍କୁ ବହୁତ ବାଧିଛି। ଏହାକୁ ତୁରନ୍ତ ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଲଢ଼େଇ ଆହୁରି ଜୋରଦାର୍ ହେବ ବୋଲି କହିଛନ୍ତି ବାବୁ ସିଂହ। ସେହିଭଳି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଆଜି ସାମନ୍ତରାପୁରସ୍ଥିତ ବିଏମସି ଜୋନାଲ କାର୍ଯ୍ୟାଳୟ ଘେରାଉ କରଥିଲା। କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର କହିଛନ୍ତି, ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧିକୁ ଆମେ ଗ୍ରହଣ କରିପାରୁନୁ। ଦୁଇ କି ତିନି ନୁହେଁ, ଏକାଥରକେ ୭ ଗୁଣା ବୃଦ୍ଧି କରାଯିବା ଆଦୌ ଗ୍ରହଣୀୟ ନୁହେଁ। ଏହା ଉପରେ ପୁନର୍ବିଚାର କରାଯିବା ଦରକାର।। ସୂଚନାଯୋଗ୍ୟ, ୧୯୮୯ ମସିହାରୁ ରାଜଧାନୀବାସୀଙ୍କୁ ହୋଲଡିଂ ଟ୍ୟାକ୍ସ ଦେବାକୁ ପଡୁଛି। ସେ ସମୟରେ ଟିକସ ମୂଲ୍ୟ ଜମି ମୂଲ୍ୟର ୧୨ ପ୍ରତିଶତ ଥିଲା। ତେବେ ୨୦୦୩ରେ ଏହା ୧୭.୫ ପ୍ରତିଶତକୁ ବୃଦ୍ଧି ହୋଇଥିଲା। ପରେ ୨୦୧୯ରୁ ଜମିର ବେଞ୍ଚମାର୍କ ଭାଲ୍ୟୁ ଅନୁସାରେ ଟିକସ ଧାର୍ଯ୍ୟ ହୋଇଛି। ତେବେ ବର୍ତ୍ତମାନ ଟିକସ ପ୍ରତିଶତରେ ବୃଦ୍ଧି ହୋଇନଥିଲେ ବି ୧୯୯୭ର ଜମି ମୂଲ୍ୟ ବଦଳରେ ୨୦୧୯ ବେଞ୍ଚମାର୍କ ମୂଲ୍ୟ ଅନୁସାରେ ଟିକସ ଧାର୍ଯ୍ୟ କରିଥିବାରୁ ଏହାର ପରିମାଣ ସ୍ଥାନେ ସ୍ଥାନେ ୧୨ରୁ ୧୫ ଗୁଣା ବୃଦ୍ଧି ପାଇଛି। ଯାହାକୁ ସାଧାରଣ ଜନତା ଦୃଢ଼ ବିରୋଧ କରିଛନ୍ତି। ଅନ୍ୟପକ୍ଷରେ ବିଏମସିର ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବିଏମସି ବର୍ତ୍ତମାନ ୫୦ ପ୍ରତିଶତ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରୁଛି। ଯେଉଁମାନେ ଚାହିଁବେ ପୂରା ଦେଇପାରିବେ। ଏପରିକି ଯେଉଁମାନେ ପୂରା ଦେଇନପାରିବେ, ସେମାନେ ଇନଷ୍ଟଲମେଣ୍ଟ ଦ୍ୱାରା ଏହାର ଭରଣା କରିପାରିବେ। ୧୯୯୮ ପରଠୁ ୨୦୧୮ ପର୍ଯ୍ୟନ୍ତ ରାଜଧାନୀରେ ଜମିର ବେଞ୍ଚମାର୍କ ମୂଲ୍ୟ ସଂଶୋଧନ ହୋଇ ନଥିଲା ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସଂଶୋଧିତ ବେଞ୍ଚମାର୍କ ମୂଲ୍ୟ ଆଧାରରେ ଟିକସ ବଢିଥିବା ବିଏମସି ଯୁକ୍ତି ରଖିଛି। ୨୦୧୯ରୁ ଜମିର ବେଞ୍ଚମାର୍କ ମୂଲ୍ୟ ବଢିବା ପରେ ଏହାକୁ ଆଧାର କରି ହୋଲଡିଂ ଟ୍ୟାକ୍ସ ରିଭିଜନ୍ କରିଥିଲା ବିଏମସି। ସେତେବେଳେ ଏହାକୁ ବିରୋଧ କରି ହାଇକୋର୍ଟ ଯାଇଥିଲା ଭୁବନେଶ୍ୱର ନାଗରିକ ମହାସଂଘ। ନିକଟରେ ହାଇକୋର୍ଟଙ୍କ ଅନ୍ତରୀଣ ରାୟ ଆସିବା ପରେ ବର୍ଦ୍ଧିତ ଟିକସ ଆଦାୟ କରୁଛି ବିଏମସି।

୧୨୧୪ କୋଟି ଟଙ୍କାର ୮ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ରାଜ୍ୟରେ ୧୨୧୪କୋଟି ଟଙ୍କାର ୮ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ କମିଟିର ମଞ୍ଜୁରୀ ମିଳିଛି। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଏହି ୮ଟି ପ୍ରକଳ୍ପକୁ ଅନୁମୋଦନ ଦେବା ସହ ୨୪୨୭ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ। ଆଜି ମଞ୍ଜୁରୀ ପାଇଥିବା ପ୍ରକଳ୍ପ ମଧ୍ୟରେ ମ୍ୟାନୁଫାକଚରିଂ, ପ୍ଲାଷ୍ଟିକ, ଫୁଡ୍ ପ୍ରୋସେସିଂ ଓ ହସ୍ପିଟାଲିଟି କ୍ଷେତ୍ର ରହିଛି। ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ସୁବିଧା ଯୋଗାଇ ଦେବାକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପାଇଥିବା ପ୍ରକଳ୍ପ ମଧ୍ୟରେ ରାଇରଙ୍ଗପୁରରେ ୨୫୬କୋଟି ଟଙ୍କା ବ୍ୟୟ କରି ଏନର୍ଜାଇ ମିନେରାଲ ପ୍ରାଃ ଲିଃ ବାର୍ଷିକ ୨.୭୫ ମିଲିୟନ ଟନ୍ ଉତ୍ପାଦନକ୍ଷମତା ବିଶିଷ୍ଟ ଲୁହାପଥର ବେନିଫିକେସନ୍ ପ୍ଲାଣ୍ଟ ଓ ବାର୍ଷିକ ୧.୨ ମିଲିୟନ ଟନ୍ କ୍ଷମତାର ପେଲେଟ୍ ପ୍ଲାଣ୍ଟ ସ୍ଥାପନ କରିବ। ଏଥିରେ ୨୭୪ଜଣ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ। ସେହିପରି ଭୁବନେଶ୍ୱରର ଡୁମଡୁମାଠାରେ ଆଇଟିସି ଲିଃ ଏକ ପଂଚତାରକା ହୋଟେଲ ନିର୍ମାଣ କରିବ। ଯେଉଁଥିରେ ୧୪୧.୧୪କୋଟି ଟଙ୍କା ବ୍ୟୟ ହେବ ଓ ୧୨୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ଫାଲକନ ରିଏଲଇଷ୍ଟେଟ୍ ଲିଃ ଭୁବନେଶ୍ୱରରେ ଏକ ପଂଚତାରକା ହୋଟେଲ ନିର୍ମାଣ କରିବ। ଏଥିରେ କମ୍ପାନୀ ୧୨୦.୨୬କୋଟି ଟଙ୍କା ନିବେଶ କରିବ ଓ ଏଥିରେ ୯୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍ ନିଜର ବିସ୍କୁଟ,କେକ ଓ ଅନ୍ୟ ବେକେରୀ ଉତ୍ପାଦର ବାର୍ଷିକ କ୍ଷମତାକୁ ସମ୍ପ୍ରସାରଣ କରି ଆଉ ବାର୍ଷିକ ୩୦ହଜାର ମେଟ୍ରିକ ଟନକୁ ବୃଦ୍ଧି କରିବା ନିମନ୍ତେ ୯୩.୬୦କୋଟି ଟଙ୍କା ଖର୍ଚ୍ଚ କରିବ। ଏଥିରେ ୩୫୦ଜଣ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ଇଣ୍ଡାଲକ ସ୍ପିରିଟ୍ କମ୍ପାନୀ ଦେବଗଡ଼ଠାରେ ୨୧୫.୧୫କୋଟି ଟଙ୍କା ବ୍ୟୟରେ ୨୦୦କେଏଲପିଡି କ୍ଷମତାବିଶିଷ୍ଟ ଶସ୍ୟଭିତ୍ତିଭ ଡିଷ୍ଟ୍ରିଲାରୀ ପ୍ଲାଂଟ ସ୍ଥାପନ କରିବ। ଏଥିରେ ୨୪୯ଜଣ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ। ସେହିପରି ମାସ୍ ସ୍ପିରିଟସ୍ ପ୍ରାଃ ଲିମିଟେଡ୍ କମ୍ପାନୀ ଝାରସୁଗୁଡ଼ାରେ ଶସ୍ୟଭିତ୍ତିକ ଡିଷ୍ଟିଲେରୀ ଓ ବଟଲିଂ କାରଖାନା ୨୦୪.୬୦କୋଟି ଟଙ୍କା ବ୍ୟୟରେ ନିର୍ମାଣ କରିବ। ଏଥିରେ ୧୮୫ଜଣଙ୍କୁ ନିଯୁକ୍ତି ମିଳିବ। ସର୍ବେଶ ରିପ୍ରାକ୍ଟୋରିଜ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ୧୨୩.୨୫କୋଟି ଟଙ୍କା ବ୍ୟୟରେ ସୁନ୍ଦରଗଡ଼ ଜିଲ୍ଲାସ୍ଥିତ ରିଫ୍ରାକ୍ଟୋରୀ କାରଖାନାର ସମ୍ପ୍ରସାରଣ କରିବ । ଏଥିରେ ୨୯୯କୋଟି ଟଙ୍କା ବିନିଯୋଗ ହେବ। ସେହିପରି ପୁରବ ପ୍ୟାକେଜିଂ ପ୍ରାଃ ଲିମିଟେଡ୍ କମ୍ପାନୀ ୬୦କୋଟି ଟଙ୍କା ବ୍ୟୟରେ ପାରାଦୀପରେ ପଲି ପ୍ରପେଇନ୍ କାରଖାନା କରିବ। ଏଥିଷର ୬୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜଣାପଡ଼ିଛି।