କୃଷି ଆଇନକୁ ବିରୋଧ : ଆସନ୍ତାକାଲି ୩ଘଣ୍ଟା ବନ୍ଦ ରହିବ ଚକଅଖ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)-କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ନବନିର୍ମାଣ କୃଷକ ସଂଗଠନ ଆସନ୍ତାକାଲି ୩ଘଣ୍ଟିଆ ଚକାଜାମ ଡାକରା ଦେଇଛି। ସଂଯୁକ୍ତ କିଷାନ ସଂଗଠନର ନିଷ୍ପତ୍ତି ଅନୁସାରେ ଓଡ଼ିଶାରେ ନବନିର୍ମାଣ କୃଷକ ସଂଗଠନ ଦେଇଥିବା ବନ୍ଦ ଡାକରାକୁ ରାଜ୍ୟରେ କଂଗ୍ରେସ ଦୃଢ଼ ସମର୍ଥନ କରିଛି। ନବନିର୍ମାଣ କୃଷକ ସଂଗଠନର ନେତା ଅକ୍ଷୟ କହିଛନ୍ତି ଯେ, ଏହି ୩ଘଣ୍ଟିଆ ପ୍ରତୀକାତ୍ମକ ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ। ଦିନ ୧୨ଟାରୁ ଅପରାହ୍ନ ୩ଟା ଯାଏ ଏହି ଚକଅଖ ଜାମରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆସନ୍ତାକାଲି ଚାଷୀଙ୍କ ବନ୍ଦ ଡାକରାକୁ ସମର୍ଥନ କରି କହିଛନ୍ତି ଯେ, କଂଗ୍ରେସ ପୂର୍ଣ୍ଣ ପ୍ରାଣରେ ଚାଷୀଙ୍କ ବନ୍ଦ ଡାକରାକୁ ସମର୍ଥନ ଦେବ। ୭୦ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି। ସରକାର ସେମାନଙ୍କ ଦାବି ଶୁଣୁନାହାନ୍ତି। ଆନ୍ଦୋଳନ ସ୍ଥଳରେ ୧୦୦ରୁ ଅଧିକ ଲୋକ ମଲେଣି। ତେଣୁ ବନ୍ଦକୁ କଂଗ୍ରେସ ସମର୍ଥନ କରୁଛି। ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୫ତାରିଖରେ ମଧ୍ୟ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।ଅଖିଳ ଭାରତୀୟ କିଷାନ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଚାଷୀ ନେତା ସୁରେଶ ପାଣିଗ୍ରାହୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବ୍ଲକ,ଜିଲ୍ଲାସ୍ତର ସମେତ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଚକଅଖ ଜାମ କରାଯିବ। ତେବେ ଏହା ଭାରତ ବନ୍ଦ କି ଓଡ଼ିଶା ବନ୍ଦ ଭଳି ନୁହେଁ। ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ୩ଘଣ୍ଟା ପାଇଁ ରାସ୍ତାରେ ଗାଡ଼ିମୋଟର ବନ୍ଦ କରାଯିବ। ରାସ୍ତାରେ ଚକଅଖ ଜାମକୁ ଛାଡ଼ିଦେଲେ ଅନ୍ୟ କୌଣସି ସେବା ପ୍ରଭାବିତ ହେବ ନାହିଁ। ଦୋକାନବଜାର ଓ ଅଫିସ ସ୍ୱାଭାବିକ ରହିବ ତଥା ଏହି ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ରହିବ ବୋଲି ସେ କହିଛନ୍ତି।

କାମ ନକରି ମନରେଗାରେ ଉଠୁଛି ଟଙ୍କା …!

ଏଥର ସମ୍ଭାଳ ବ୍ୟୁରୋ (ବ୍ରହ୍ମପୁର/ଭୁବନେଶ୍ୱର)- ଗରିବଙ୍କୁ କାମ ଯୋଗାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ମହାତ୍ମାଗାନ୍ଧି ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା) ଆରମ୍ଭ କରିଥିଲେ। ହେଲେ ଏହି ଯୋଜନାରେ ଏବେ ହୋଇଛି ବଡ଼ ଧରଣର ଘୋଟାଲା। କାମ କରିନଥିବା ହିତାଧିକାରୀଙ୍କ ନାଁରେ ବ୍ୟାଙ୍କରୁ ଉଠୁଛି ଟଙ୍କା। ଆଜି ଏପରି ଅଭିଯୋଗ ଗଞ୍ଜାମ ଜିଲ୍ଲାରୁ ଆସିଛି। ଖଲିକୋଟ ବ୍ଲକ ବଧିନୂଆପଲ୍ଲି ଗାଁର ଝୁନୁ ରାଉତ। ତାଙ୍କ ସ୍ୱାମୀ ନରସିଂହ ଦୀର୍ଘ ବର୍ଷ ହେଲା ବାହାର ରାଜ୍ୟରେ କାମ କରୁଛନ୍ତି। ତେବେ ତାଙ୍କୁ ମନରେଗାର ହିତାଧିକାରୀ ଦର୍ଶାଇ ଉଠିଛି ହଜାର ହଜାର ଟଙ୍କା। ତାଙ୍କ ଘରେ କାହାରି ନାଁରେ ବ୍ୟାଙ୍କ ଖାତାନାହିଁ। କେହି କେବେ ମନରେଗାରେ କାମ ମଧ୍ୟ କରିନାହାନ୍ତି। ତେବେ ନରସିଂହ ନାଁରେ ଖାତା ଖୋଲାଯାଇ ଟଙ୍କା ହଡପ୍‌ ହୋଇଛି। ଅନ୍‌ଲାଇନ୍‌ରେ ଚେକ କରିବାରୁ ସେ ଏହି ଘୋଟାଲା ବିଷୟରେ ଜାଣିବାକୁ ପାଇଥିବା କହିଛନ୍ତି ତାଙ୍କ ପୁଅ ଯଜ୍ଞେଶ୍ୱର। ତେବେ ଏହି ଗୋଟିଏ ଅଭଯୋଗ ନୁହେଁ ଖଲିକୋଟ ବ୍ଲକରେ ଏମିତି ଚଞ୍ଚକତା କରି ଶହ ଶହ ମନରେଗା ହିତାଧିକାରୀଙ୍କ ନାଁରେ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ମନରେଗା ଅର୍ଥ ହରିଲୁଟ୍ ପାଇଁ ଏଠି ହୋଇଛି ବଡ଼ ଧରଣର କାରସାଦି। ହିତାଧିକାରୀ କାମ କରୁନଥିଲେ ମଧ୍ୟ ସେମାନଙ୍କଠୁ ଜବ୍‌କାର୍ଡ ନେଇ ବ୍ୟାଙ୍କରେ ଖାତା ଖୋଲାଯାଇଛି। ସେହିପରି ଟଙ୍କା ଆସିଲେ ଏମାନଙ୍କୁଠୁ ଟିପ ଚିହ୍ନ ନେଇ ଟଙ୍କା ଉଠାଇ ନିଆଯାଉଛି। ପ୍ରତି ବଦଳରେ କାର୍ଡ ପିଛା ଥରକେ ୧୦୦ ଟଙ୍କା ଲେଖାଏଁ ଦିଆଯାଉଛି। ସ୍ଥାନୀୟ ଓ୍ୱାର୍ଡ ମେମ୍ବର ଏହି ବେଆଇନ କାମରେ ଲିପ୍ତ ଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି। ଏପଟେ ଜବକାର୍ଡଧାରୀ କାମ କରିନାହାନ୍ତି। ମାତ୍ର ସେମାନଙ୍କ ନାଁରେ ଜାଲିଆତି କରି ଟଙ୍କା ଉଠୁଛି। ତେଣୁ ଏଠି ପ୍ରଶ୍ନ ଉଠୁଛି, ବିନା କାମରେ ଲକ୍ଷ ଲକ୍ଷ ଟଙ୍କାର ବିଲ୍‌ ହେଉଛି କେମିତି? କାମର ସ୍ଥିତି ନପରଖି ପ୍ରଶାସନ ବିଲ୍‌ କରୁଛନ୍ତି କେମିତି ? ଖଲିକୋଟ ବ୍ଲକ ମନରେଗା ମହାଘୋଟାଲା ପଛରେ ବଡ଼ ଧରଣର ରାକେଟ କାମ କରୁଥିବା ଅଭିଯୋଗ ହେଉଛି। ତେବେ ଓ୍ୱାର୍ଡମେମ୍ବର ଟୁଲୁ ବାରିକ ତାଙ୍କ ନାଁରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେହିପରି କାମର ଅଗ୍ରଗତିକୁ ଦେଖି ବିଲ ହେଉଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।

ଦୁନିଆ ଦେଖିବ ଓଡ଼ିଆ ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ‘ରୋବଟ୍’…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)-  ନାସାରେ ନିଜର କମାଲ ଦେଖାଇବେ ଓଡ଼ିଆ ପିଲା। ରାଜ୍ୟ ପାଇଁ ଗୌରବ ଆଣିଲେ ୧୦ ଜଣ ଛାତ୍ରଛାତ୍ରୀ। ଓଡ଼ିଶାର ବଛାବଛା ୧୦ ଜଣ ଛାତ୍ରଛାତ୍ରୀ ଯିବେ ନାସା। ନିଜ ହାତ ତିଆରି ରୋବଟକୁ ଉପସ୍ଥାପନା କରିବା ସହିତ ନାସାରେ ଦେଖାଇବେ କମାଲ। ସାରା ବିଶ୍ୱର ୮୭ ଟିମ ଭାଗ ନେଉଥିବା ବେଳେ ପ୍ରଥମ କରି ଓଡିଶାରୁ ଏଭଳି ଏକ ଟିମ ନାସା ଯାଉଛନ୍ତି। ନାସା ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚାଲେଞ୍ଜରେ ଭାଗ ନେଉଥିବାରୁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଢେର ବଢିଛି। ସାଇକେଲ, ବାଇକ୍, ଅଟୋ ଓ କାରର ବିଭିନ୍ନ ଯନ୍ତ୍ରପାତିକୁ ନେଇ ୧୯ ବର୍ଷରୁ କମ୍ ଟିମର ଛାତ୍ରଛାତ୍ରୀ ଦ୍ୱାରା ଏହି ରୋବଟ୍ ପ୍ରସ୍ତୁତ କରାଯାଇଛି। ଏହି ଟିମର ଡାଇରେକ୍ଟର ଭୂମିକାରେ ରହିଛନ୍ତି କଟକ ୪୨ ମୌଜାର ଯୁବ ବୈଜ୍ଞାନିକ ଅନୀଲ ପ୍ରଧାନ। ଏହି ରୋବଟକୁ ପ୍ରସ୍ତୁତ କରିଛନ୍ତି ନାସା ଯିବାକୁ ଥିବା ଏହି ୧୦ ଜଣ ଛାତ୍ରଛାତ୍ରୀ। ଏହି ୧୦ ଜଣ ଗୋଟିଏ ଟିମ୍ ହୋଇ ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚାଲେଞ୍ଜରେ ଭାଗ ନେବାକୁ ଯାଉଛନ୍ତି। ଏଥିପାଇଁ ସମସ୍ତଙ୍କ ମନରେ ରହିଛି ଢେର ଉତ୍ସାହ। ଏଥିପାଇଁ ପୂରା ଦିନ ରାତି ଏକ କରି ଏହି ଯୁବ ବୈଜ୍ଞାନିକ ମାନେ ରୋବଟରେ ଦେଉଛନ୍ତି ସମୟ। ସାଇକେଲ, ଅଟୋ, ବାଇକ୍ ଓ କାରରେ ବ୍ୟବହାର ଯନ୍ତ୍ରପାତିକୁ ନେଇ ଏହି ପୂରା ରୋବର୍ଟ ପ୍ରସ୍ତୁତ ହୋଇଛି। ତେବେ ଏହି ଟିମରେ ଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏ ଭଳି କିଛି ଅଛନ୍ତି ଯିଏ ରାଜ୍ୟ ବାହାରକୁ ଯିବା ପାଇଁ ସ୍ୱପ୍ନ ଦେଖିବା ବି ମୁସିକଲ ହେଉଥିଲା। ମାତ୍ର ଆଜି ନାସା ଯାଉଥିବାରୁ ଏମାନେ ବେଶ ଖୁସି ଅଛନ୍ତି। ସେ ମଧ୍ୟରେ ଏ ହେଉଛନ୍ତି ବୌଦ୍ଧର ରିନା ବାଘ। ରିନାଙ୍କ ପିତୃ ବିୟୋଗ ପରେ ଘର ପରିବାର ଚଲାଇବା ପାଇଁ ନିଜେ ଏକ ୱେଲଡିଂରେ କାମ କରୁଥିଲେ। ସେହିପରି ଆଉ ଜଣେ ଯୁବ ବୈଜ୍ଞାନିକ ହେଲେ ମୟୁରଭଞ୍ଜର କୈଳାସ ଚନ୍ଦ୍ର ବାରିକ। ବାପାଙ୍କ ସାଇକେଲ ଦୋକାନରେ କାମ କରୁ କରୁ ପ୍ରୋଜେକ୍ଟ ପାଇଁ ଚୟନ ହୋଇଛନ୍ତି। ଆଜି ସେ ମଧ୍ୟ ପ୍ରୋଜେକ୍ଟର ମାନୁଫ୍ୟାକଚରିଂ ହେଡ୍ ଭାବେ କାମ କରୁଛନ୍ତି। ଏହି ପ୍ରୋଜେକ୍ଟର ଡାଇରେକ୍ଟର ଦାୟିତ୍ୱରେ ରହିଛନ୍ତି ୪୨ ମୌଜାରର ଅନୀଲ ପ୍ରଧାନ। ଦୀର୍ଘ ବର୍ଷ ଧରି ଅନୀଲ ନିଜର ଏକ ଟିମକୁ ପ୍ରସ୍ତୁତ କରି ନାସା ପଠାଇବା ପାଇଁ ଲକ୍ଷ୍ୟ ରଖିଥିଲେ। ଆଉ ଏହାରି ମଧ୍ୟରେ ନାସାର ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ୨୦୨୪ ଚ୍ୟାଲେଞ୍ଜ ପାଇଁ ମିଳିଥିବା ବଡ଼ ସୁଯୋଗକୁ ହାତଛଡ଼ା କରିନଥିଲେ। ଚନ୍ଦ୍ରପୃଷ୍ଠକୁ ଯାଇ ଗବେଷଣା ପାଇଁ ବୈଜ୍ଞାନିକ ମାନେ ପହଞ୍ଚିବା ପରେ ଯିବା ଆସିବା ପାଇଁ ଆବଶ୍ୟକ ଯନ୍ତ୍ରପାତିର ପ୍ରସ୍ତୁତ ଏକ ପ୍ରୋଜେକ୍ଟ ନାସା ପକ୍ଷରୁ ଅନିଲଙ୍କ ପ୍ରୋଜେକ୍ଟକୁ ଚୟନ କରାଯାଇଥିଲା।ଏହାପରେ ୧୯ ବର୍ଷର ବର୍ଗରେ ପ୍ରୋଜେକ୍ଟକୁ ବାସ୍ତବ ରୂପ ଦେବା ପାଇଁ ଟ୍ୟାଲେଣ୍ଟ ଖୋଜିବା ପକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ ରିନା ଓ କୈଳାସଙ୍କ ଭଳି ୧୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିଲା। ବର୍ଷେ ଧରି ସେମାନଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦେବା ପରେ ଏବେ ଏହି ରୋବଟ୍ ବାସ୍ତବ ରୂପ ନେଇଛି। ଆଉ ଯାହା ବି କିଛି ରହିଛି, ତାକୁ ଏହାରି ମଧ୍ୟରେ ଶେଷ କରିବା ପାଇଁ ଟାର୍ଗେଟ ରଖିଛନ୍ତି। ପ୍ରଥମ କରି ଓଡ଼ିଶାରୁ କୌଣସି ଏକ ଟିମ୍ ନାସାରେ ପାଦ ଥାପୁଥିବାରୁ ସଫଳତା ନିଶ୍ଚିତ ମିଲିବ ବୋଲି ଆଶା ରଖିଛନ୍ତି ପୂରା ଟିମ।

ଆଜିର ରାଶିଫଳ – ୬ ଜାନୁଆରୀ, ଶନିବାର…!

ମେଷ: ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ପ୍ରତ୍ୟେକ କ୍ଷେତ୍ରରେ ଅପମାନିତ ହେବେ। ପ୍ରତିକାର- ହନୁମାନଙ୍କୁ ଦର୍ଶନ କରନ୍ତୁ ଓ ହନୁମାନଙ୍କ ସିନ୍ଦୁର ମଥାରେ ଲଗାନ୍ତୁ।

ବୃଷ: ଦାମ୍ପତ୍ୟ ଜୀବନ ଉତ୍ତମ ରହିବ। ସମସ୍ତ ଦିଗରୁ ଶୁଭଫଳ ଲାଭ କରିବେ। ଗଣମାଧ୍ୟମ ସହ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କର ଉନ୍ନତି ହେବ। ଯାତ୍ରା କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

ମିଥୁନ: କର୍ମକ୍ଷେତ୍ରରେ ମାନ ସମ୍ମାନ ଓ ପ୍ରତିଷ୍ଠା ଅର୍ଜନ କରିବେ। ବିଭିନ୍ନ ସୂତ୍ରରୁ ଆୟ ବୃଦ୍ଧି ହେବ। ମନ ପ୍ରଫୁଲ୍ଲ ରହିବ। ଶତ୍ରୁମାନେ ପରାଜିତ ହେବେ। ଆପଣ ସମସ୍ତ କାର୍ଯ୍ୟରେ ବିଜୟ ଲାଭ କରିବେ।

କର୍କଟ: ଅଚିହ୍ନା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ନହେଲେ ବିପଦରେ ପଡ଼ିପାରନ୍ତି। ସ୍ତ୍ରୀଙ୍କ ଅସୁସ୍ଥତାକୁ ନେଇ ଚିନ୍ତିତ ଓ ଦୁଃଖିତ ରହିବେ। ସାମାନ୍ୟ କଥାକୁ ନେଇ ବନ୍ଧୁଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ତେଣୁ କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ। ପ୍ରତିକାର- ୩ ମୁଠା ଅରୁଆ ଭାତରେ ଗୋଟିଏ ସିଝା ଆଳୁ ଚକଟି ଧଳା ଗାଈକୁ ଖାଇବାକୁ ଦିଅନ୍ତୁ।

ସିଂହ: ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଦେବେ। ମାନସିକ ଶାନ୍ତି ଲାଭ କରିବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ନିର୍ମାଣାଧୀନ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ।

କନ୍ୟା: ଦେହ ଓ ମନ ସୁସ୍ଥ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। କୋର୍ଟରେ ଥିବା ମକଦ୍ଦମାରେ ବିଜୟୀ ହେବେ। ଗବେଷଣା କରୁଥିବା ଛାତ୍ରଛାତ୍ରୀମାନେ ନୂଆ ସୁଯୋଗ ପାଇପାରନ୍ତି।

ତୁଳା: ବିଭିନ୍ନ ପ୍ରକାର ସମସ୍ୟା ଓ କଳହ ଭିତରେ ଛନ୍ଦି ହେବେ। କୌଣସି ବ୍ୟକ୍ତି ଅସୁବିଧାରେ ପକାଇବାକୁ ଚକ୍ରାନ୍ତ କରିପାରନ୍ତି। ତେଣୁ ସାବଧାନରେ ଚଳନ୍ତୁ। ପୂର୍ବ ଘଟଣାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ପ୍ରତିକାର- ‘ଓଁ ନମଃ ଶିବାୟଃ’ ମନ୍ତ୍ର କୁ ୧୦୮ ଥର ଜପ କରନ୍ତୁ।

ବିଛା: ଅର୍ଥ, ମାନ-ସମ୍ମାନ ଓ ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତିର ସୁଯୋଗ ରହିଛି। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁଗ୍ରହ ଲାଭ କରିବେ। ମହିଳାମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ। ଲାଲ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ, ଶୁଭଫଳ ମିଳିବ।

ଧନୁ: ଅନେକ ଦିନରୁ ଅଟକି ରହିଥିବା କାର୍ଯ୍ୟ ସଂପନ୍ନ କରିବାରେ ସମର୍ଥ ହେବେ। ଶାରୀରିକ ଓ ମାନସିକ ଶାନ୍ତି ଅନୁଭବ କରିବେ। ବ୍ୟବସାୟରେ ଭଲ ଲାଭ ମିଳିବ।

ମକର: ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ବନ୍ଧୁଙ୍କ ସହଯୋଗ ପାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ସାମାଜରେ ଯଶ, ଗୌରବ ବଢ଼ିବ। ଅଶ୍ୱତ୍ଥ ପତ୍ରଟିଏ ନିଜ ପାଖରେ ରଖି କାର୍ଯ୍ୟ କରନ୍ତୁ।

କୁମ୍ଭ: ଯେଉଁ କାର୍ଯ୍ୟରେ ହାତ ଦେବେ, ସେଥିରେ ସଫଳ ହେବେ। ପରିବାରରେ ସ୍ନେହଶ୍ରଦ୍ଧା ବୃଦ୍ଧି ପାଇବ। କୌଣସି ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି।

ମୀନ: ସନ୍ଦେହ ଓ ଭୁଲ ବୁଝାମଣାକୁ ନେଇ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଦେବ। ମାନସିର ଅସ୍ଥିରତା ଦେଖା ଦେଇପାରେ। ନିଜ ଲୋକମାନେ କ୍ଷତି ପହଞ୍ଚାଇବାକୁ କାମ କରିବେ। ତେଣୁ ଜଗିରଖି ଚଳନ୍ତୁ। ପ୍ରତିକାର- ବିଷ୍ଣୁଙ୍କ ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ।

ମୁଁ ନାବାଳିକା କହେ …!

Writen By Sidhartha Dash , Channel Bureau Chief

ଖେଳ କୁଦ ର ବୟସ ନଯାଇ ,
ରାକ୍ଷାଷ ଙ୍କ ଶିକାର ହେଲି …
ଏମିତି ଦାଗ ଲଗେଇ ଦେଲା ସେ ,
ନା ଏ କୂଳ ର ହେଲି ନା ସେ କୂଳ ର ହେଲି …
ବଞ୍ଚିବା ପାଇଁ ଯେ ସଂଘର୍ଷ କରି ,
କେତେ ଯେ ନିର୍ଯ୍ୟାତିତ ହେଲି …!

କାହାକୁ ଯେ କେବେ ନିଜର ଭାବିଲି ,
ଦେଇଥିଲି ଏତେ ସମ୍ମାନ …
ଝିଅ ବୋଲି ଥରେ ଚିନ୍ତା ସେ କଲାନି ,
ଖରାପ କଲା ମୋ ଜୀବନ …
ନିଜର ଲାଳସା ମେଣ୍ଟାଇବା ପାଇଁ ,
ଭାଙ୍ଗି ଦେଲା ମୋର ସପନ …!!

କୋଳ ରେ ବସେଇ ଗେଲ କଲା ବେଳେ ,
ମନରେ ସନ୍ଦେହ ଜେ ଉପୁଜିଲା …
କିଏ ଜାଣିଥିଲା ସେ ଏମିତି କରିବ ,
କେବେ ଜଙ୍ଘ ରେ କେବେ ଛାତି ରେ ହାତ ମାରିଲା …
ଦିନ କେଇଟା ରେ ସେ ମାଂସ ପିସାଷି ,
ମୋ ଶରୀର କୁ ଝୁଣି ଖାଇଲା …!!!

କାଚ ଆଇନା ରେ ମୁହଁ ଦେଖିଦେଲେ ,
ମନେ ପଡ଼ି ଯାଏ ସବୁ କଥା …
କାହାକୁ କହିବି କେମିତି ସହିବି ,
ସେଦିନ ର ଅଭୁଲା ବ୍ୟଥା …
ମୁଁ ନାବାଳିକା ନ୍ୟାୟ ପାଇଁ ଲଢେ ,
ବଖାଣି ମୋ ମନ ର କଥା ….
ବଖାଣି ମୋ ମନ ର କଥା …!!!!