ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଶହୀଦ୍ ଦିବସ ପାଳିତ..!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ଶହୀଦ୍ ଦିବସ। ଏନ୍ ସି ସି ନେଭାଲ ଓ ଆର୍ମି ୱାଙ୍ଗର ସମର ଶିକ୍ଷାର୍ଥୀ ମାନଙ୍କ ଗ୍ରହଣରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଉପଲକ୍ଷେ ଶହୀଦ୍ ଦିବସ ପାଳିତ ହୋଇଥିଲା।
ପ୍ରଧାନ ଶିକ୍ଷକ ଡ଼.ବୃଷକେତୁ ଦାଶ ଶହୀଦ୍ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଉଦବୋଧନ ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମକୁ ଏନ୍ ସି ସି ଅଫିସର ହରିହର ଦାଶ ଓ ଜଗନ୍ନାଥ ପଟ୍ଟନାୟକ ପରିଚାଳନା କରିଥିଲେ।
ଶିକ୍ଷକ ରାମୋଜୀ , ରମେଶ , ଝି.କେରିଆ ଶବର , ଶିକ୍ଷୟିତ୍ରୀ ମିନାକ୍ଷୀ ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ।

ମହିଳା ସ୍ନାତକ ମହାବିଦ୍ୟାଳୟରେ ଶହୀଦ୍ ଦିବସ , ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ…!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ +୩ ମହିଳା ମହିଳା ମହାବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀଙ୍କ ପବିତ୍ର ପୁଣ୍ୟତିଥିକୁ ଶହୀଦ୍ ଦିବସ ଭାବେ ପାଳନ କରାଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ବରିଷ୍ଠ ସାହିତ୍ୟିକ ତଥା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସଭାକାର୍ଯ୍ୟର ଉଦଘାଟନ କରିଥିଲେ।
ସଭାକାର୍ଯ୍ୟ ପୂର୍ବରୁ ଭାରତମାତାର ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।
ଜାତୀୟ ସେବା ଯୋଜନା ଅଧିକାରୀ ଡ଼. ଭାରତୀ ପାଣିଗ୍ରାହୀ ସଭାକାର୍ଯ୍ୟରେ ସଭାପତିତ୍ୱ କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ।
ଶହୀଦ ଦିବସର ଯଥାର୍ଥତା ଓ ମହାତ୍ମା ଗାନ୍ଧୀଙ୍କ ସତ୍ୟ-ଅହିଂସା ସମ୍ପର୍କରେ ମୁଖ୍ୟବକ୍ତା ଶ୍ରୀ ବେବର୍ତ୍ତା ପ୍ରାଞ୍ଜଳ ଭାବେ ଉଦବୋଧନ ଦେଇଥିଲେ।
ମହାତ୍ମା ଗାନ୍ଧୀଙ୍କର ନାରୀଶିକ୍ଷା ତଥା ଓଡିଶା ଆଗମନ ସମ୍ପର୍କରେ ମୁଖ୍ୟ ଅତିଥି ଅଧ୍ୟକ୍ଷା ଡ଼. ସାହୁ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।
ଶେଷରେ ଛାତ୍ରୀ ମାନଙ୍କ ଦ୍ବାରା ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ରାମଧୂନ୍ ଗାନ କରାଯାଇ ସଭାକାର୍ଯ୍ୟ ଶେଷ ହୋଇଥିଲା।
ସମସ୍ତ କାର୍ଯ୍ୟକ୍ରମକୁ ରାଜେଶ କୁମାର ପାତ୍ର , ଏଲ୍ . ଅଶୋକ , ଏଲ୍ . ଦୁର୍ଯ୍ୟୋଧନ , ଲାଲୀ ଖଡଗରାୟ , କେ.ଦୁର୍ଯ୍ୟୋଧନ ପ୍ରମୁଖ ପରିଚାଳନା କରିଥିଲେ।
ସେହିପରି ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି।

ଜାତୀୟ କନ୍ୟା ସନ୍ତାନ ସପ୍ତାହ–୨୦୨୧ ପାଳନ ।

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି )-ଜାତୀୟ କନ୍ୟା ସନ୍ତାନ ସପ୍ତାହ ପାଳନ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ବଡ଼ ବ୍ରାହ୍ମଣ ସାହିରେ “ଆକାଂକ୍ଷା” ମହିଳା ସଂଗଠନ ତରଫରୁ ଜାତୀୟ କନ୍ୟା ସନ୍ତାନ ସପ୍ତାହ–୨୦୨୧ ପାଳିତ ହୋଇଯାଇଛି।
“ଆକାଂକ୍ଷା” ମହିଳା ସଂଗଠନ  ସମ୍ପାଦୀକା ଶ୍ରୀମତି ମୀନାକୁମାରୀ ଟହଲ ସଭାପତିତ୍ୱ କରି କନ୍ୟା ସନ୍ତାନର ସୁରକ୍ଷା ଦିଗରେ ଆଲୋକପାତ କରିଥିଲେ।
ଜିଲ୍ଲା ଶିଶୁ କଲ୍ୟାଣ ସମିତିର ସଦସ୍ୟା ଶ୍ରୀମତି ଅଳକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କନ୍ୟା ସନ୍ତାନ ସପ୍ତାହ ପାଳନ ସମ୍ପର୍କରେ ବୁଝାଇଥିଲେ।
ଉପସଭା ନେତ୍ରୀ ଶ୍ରୀମତି ଅନିତା ମିଶ୍ର ଯୋଗ ଦେଇ ଗର୍ଭସ୍ଥ ସନ୍ତାନର ଲିଙ୍ଗନିରୂପଣ ଏକ ଦଣ୍ଡନୀୟ ଅପରାଧ ସମ୍ପର୍କରେ ବୁଝାଇଥିଲେ।
କୋଷାଧ୍ୟକ୍ଷ ଶ୍ରୀମତି ତନୁଜା ଶତପଥି ଯୋଗ ଦେଇ ବାଲ୍ୟବିବାହ ନିଷେଧ ଉପରେ ବୁଝାଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ “ଆକାଂକ୍ଷା” ମହିଳା ସଂଗଠନର ସଦସ୍ୟା ମାନେ ଉପସ୍ଥିତ ଥିଲେ। ଛୋଟ ଛୋଟ ଶିଶୁ ମାନଙ୍କୁ ବିସ୍କୁଟ , ମିଠା ଓ ଚକୋଲେଟ୍ ପ୍ରଦାନ କରାଯାଇଥିଲା। ସର୍ବଶେଷରେ ସୁଜାତା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।