ବନ୍ଧାହେଲେ “ଦୁର୍ନୀତି ଲାଇଭ” ର ମୁଖ୍ୟ, ୱେବ ଚ୍ୟାନେଲ ଖୋଲି କରୁଥିଲେ ଦୁର୍ନୀତି ଏବେ ବନ୍ଧା ହେଲେ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ୱେବ ଚ୍ୟାନେଲ ଖୋଲି ଜଣେ ସାମ୍ବାଦିକ ଲୋକଙ୍କୁ ବ୍ଲାକମେଲ କରୁଥିବାର ଅଭିଯୋଗ । ଏପରି ଠକ ସାମ୍ବାଦିକକୁ ଖଣ୍ଡଗିରି ପୋଲିସ ଆଜି ପୁରୀରୁ ଗିରଫ କରିଛି । ତାଙ୍କ ନାଁ ସୌମ୍ୟରଂଜନ ସାମନ୍ତରାୟ । ସେ ଦୁର୍ନୀତି ଲାଇଭ ନାମରେ ଏକ ୱେବ ଚ୍ୟାନେଲ କରି ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି । ସେ ନେତା, ବ୍ୟବସାୟୀ ଏପରିକି ସାମ୍ବାଦିକଙ୍କୁ ମଧ୍ୟ ବ୍ଲାକ ମେଲ କରିଆସୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ସୌମ୍ୟରଞ୍ଜନ ଅଫିସ ଖୋଲିଥିଲେ । ଜଣେ ମହିଳାଙ୍କର ଅଶ୍ଲୀଳ ଭିଡିଓ ଭାଇରାଲ କରିବାର ଧମକ ଦେଇ ତାଙ୍କୁ ବ୍ଲାକମେଲ କରିଆସୁଥିବା ଜଣାପଡିଛି । ଅଭିଯୋଗର ୪୮ ଘଣ୍ଟା ମଧ୍ୟରେ ହିଁ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ ।

ଚଳିତବର୍ଷ ଯୁକ୍ତ ଦୁଇରେ ରହିବ ୫୦ ନମ୍ବରର ମଲଟିପୁଲ୍ ଚଏସ୍ ପ୍ରଶ୍ନ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଚଳିତ ବର୍ଷ ବଦଳିବ ଯୁକ୍ତ ୨ ପରୀକ୍ଷା ଢାଞ୍ଚା ଏନେଇ ସୁଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସୁଚନା ଅନୁସାରେ ଚଳିତ ବର୍ଷ ଯୁକ୍ତ ୨ ପ୍ରଶ୍ନପତ୍ରରେ ୫୦ ପ୍ରତିଶତ ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନ ରହିବ । ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନର ପ୍ରତ୍ୟେକ ଉତ୍ତର ପାଇଁ ୧ ନମ୍ବର ରହିବ । ସେହିପରି ୩୦ ମାର୍କର ଉତ୍ତର ପାଇଁ ୨ କିମ୍ବା ୩ ମାର୍କର ପ୍ରଶ୍ନ ରହିବ । ଆଉ ବାକି ୨୦ ମାର୍କର ପ୍ରଶ୍ନରେ ଚାରୋଟି ୫ ମାର୍କର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ ।କରୋନା କାଳରେ ପିଲାଙ୍କ ଶିକ୍ଷା ଉପରେ ଅନେକ ପ୍ରଭାବ ପଡ଼ିଛି ତେଣୁ ଏହିପରି ବ୍ୟବସ୍ଥା କରାଯାଇଥିବା ସୁଚନା ମିଳିଛି । ତେବେ ଦେଖିବାକୁ ଗଲେ ପୂର୍ବପରି ଛାତ୍ରଛାତ୍ରୀମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ ।

ଭିଜିଲାନ୍ସ ଜାଲରେ ଆଉ ଜଣେ ପଞ୍ଚାୟତ ପିଇଓ, ବିଭିନ୍ନ ସ୍ଥାନରେ ରେଡ୍।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ ଜିଲ୍ଲା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମେଶ କୁମାର ସେଠଙ୍କ ଘରେ ଭିଜିଲାନ୍ସ ଚଢାଉ । ବାସଭବନ ସମେତ 4 ଟି ସ୍ଥାନରେ ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ଟିମ ଏକକାଳୀନ ଚଢାଉ କରିଛନ୍ତି । ବରଗଡ ସ୍ଥିତ ବାସଭବନ , ବରପାଲି ଥାନା ଅନ୍ତର୍ଗତ ଲାଉନସରା ଗ୍ରାମସ୍ଥିତ ବାସଭବନ , କେଲେଙ୍ଗାପାଲି ଗ୍ରାମ ପଞ୍ଚାୟତ ଅଫିସ, କେଶାଇପାଲି ଅଫିସରେ ଭିଜିଲାନ୍ସ ଚଢ଼ାଉ କରିଛି । ଯାଞ୍ଚ ବେଳେ ଅନେକ ଜରୁରୀ କାଗଜପତ୍ର ଭିଜିଲାନ୍ସର ହସ୍ତଗତ ହୋଇଛି । ତେବେ ତାଙ୍କର କେତେ ପରିମାଣର ସମ୍ପତି ରହିଛି ତାହା ଯାଞ୍ଚ ପରେ ଜଣାପଡିବ ।

ଗୁଣପୁର ବାସିନ୍ଦା ପାଇଁ ଖୁସିର ଖବର୍ ; ଗୁଣପୁର ଠାରେ କାଲି ସୁଭିବ ରାମ ଧୁନ ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ଉପ ଜିଲ୍ଲାପାଳ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ସାଧାରଣ ତନ୍ତ୍ର ଦିବସ ପ୍ରସ୍ତୁତି ବୈଠକରେ ରାମଧୁନ ଏକ ନିର୍ଦ୍ଧିଷ୍ଟ ଧର୍ମ ଭିତ୍ତିକ କୁହାଯାଇ ଏହାକୁ ପ୍ରଭାତ ଫେରିରେ ବାଜିବ ନାହିଁ ବୋଲି ନେଇଥିବା ନିଷ୍ପତ୍ତି କୁ ସଧାରଣ ରେ ନିନ୍ଦା କରାଯିବା ସହ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।ଏହି ନିଷ୍ପତ୍ତି ଜୁ ବିରୋଧକରି ସ୍ଥାନୀୟ ବିଜେପି ନେତୃ ବୃନ୍ଦ ୱାଇ. ଗଣପତି ଙ୍କ ନେତୃତ୍ୱରେ ଦିଲୀପ ପଣ୍ଡା, ବସନ୍ତ ମିଶ୍ର, ରମେଶ ସାହୁ ପ୍ରମୁଖ ଉପ ଜିଲ୍ଲାପାଳ ଙ୍କୁ ଭେଟି ରାମ ଧୁନ ପରିବେଷଣ ପାଇଁ ଦାବୀ କରିଥିଲେ । ଶେଷରେ ଉପଜିଲ୍ଲାପାଳ ପ୍ରଭାତ ଫେରି ରେ ରାମ ଧୂନ୍ ହେଵ ବୋଲି କହିଥିଲେ। ଉପଜିଲ୍ଲାପାଳ ଙ୍କ ଏହି ପରିବର୍ତ୍ତିତ ନିଷ୍ପତ୍ତି କୁ ସାଧାରଣରେ ସ୍ୱାଗତ କରାଯାଇଛି ।

ଜି ଆଇ ଇ ଟି ବିଶ୍ଵ ବିଦ୍ୟାଳୟ ଗୁଣୁପୁରରେ ଜାତୀୟ ମତଦାତା ଦିବସ ପାଳିତ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣୁପୁର) – ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପରିସରେ ଜାତୀୟ ସେବା ଯୋଜନା ପକ୍ଷରୁ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ବିଶ୍ଵ ବିଦ୍ୟାଳୟର ଡିନ ଆର ଏଣ୍ଡ ଡି ପ୍ରଫେସର ଜେ. ବି. ଭି. ସୁଭରଣ୍ୟମଯୋଗ ଦେଇ ଉପସ୍ଥିତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ। ଜାତୀୟ ସେବା ଯୋଜନାର ଆବାହକ ଡ଼.ପ୍ରେମାନସୁ ଶେଖର ରଥ ,କ୍ରୀଡ଼ା ଅଧିକାରୀ ରବିନ୍ଦ୍ର କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।ଏଥିରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ପ୍ରଫେସର ଡି. ଅନିଲ କୁମାର,ପ୍ରଫେସର ସଦାନନ୍ଦ ସାହୁ,ବିଶ୍ୱଜିତ ଦଳେଇ,କେ.ଶିବ କ୍ରିଷ୍ଣା, ବୃନ୍ଦାବନ ପଣ୍ଡା,ରଘୁନାଥ ପଣ୍ଡା ତଥା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ଶପଥ ପାଠ କରିଥିଲେ ।

ଜାତୀୟ ସ୍ତରରେ ମିସ୍ ଇଣ୍ତିଆ ରନର୍ସ ଅପ୍ ସମ୍ମାନିତ ଗଜପତିର ପ୍ରିୟଙ୍କାଙ୍କୁ ସମ୍ବର୍ଦ୍ଧନା …!

!!! ଗଜପତି ଜିଲ୍ଲାରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ନିକଟରେ ଗ୍ଲିଟର୍ସ ପାଜିଏଣ୍ଟ ଦ୍ବାରା ଆୟୋଜିତ ପ୍ରତିଯୋଗୀତାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର  ପ୍ରିୟଙ୍କା ସାହୁ ମିସ୍ ଇଣ୍ତିଆ ରନର୍ସ ଅପ୍ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ।  ଏହି ଅବସରରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜର ସମ୍ମିଳନୀ କକ୍ଷଠାରେ ତାଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ସୁନୀତା ପାଣିଗ୍ରାହୀ ପ୍ରିୟଙ୍କା ପାଇଥିବା ମୁକୁଟକୁ ପ୍ରିୟଙ୍କାଙ୍କୁ ପିନ୍ଧାଇ ଥିଲେ ।

ନିଜ ବିଦ୍ୟାଳୟର +୨ ଛାତ୍ରୀ ହିସାବରେ ଅନ୍ୟମାନଙ୍କ ପାଇଁ ସେ  ପ୍ରେରଣା ସହ ତାଙ୍କର ବିରଳ କୃତିତ୍ବ ଯୁବପିଢୀଙ୍କ ପାଇଁ ଆଦର୍ଶ ହୋଇ ରହିବେ ବୋଲି କହିଥିଲେ । ପ୍ରିୟଙ୍କାଙ୍କ ମାଆ ପ୍ରେମଲତାଙ୍କ ଉତ୍ସାହ ଓ ବାପା  ଅଶୋକଙ୍କ ଆଶୀର୍ବାଦ ଏ ଦିଗରେ ପ୍ରିୟଙ୍କାଙ୍କ ସଫଳତାର ଶ୍ରେୟ ଦେଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଭାଗବତ ପାଢୀ ସଂଯୋଜନା ଓ ପରିଚାଳନା କରିଥିଲେ ।

“ଗଜପତି ବିଭୂତି”ପ୍ରବନ୍ଧ ସଙ୍କଳନ ପୁସ୍ତକର ଉନ୍ମୋଚନ ଏବଂ ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡାଙ୍କୁ ଭବ୍ୟ ସମ୍ବର୍ଦ୍ଧନା।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସଭାଗୃହରେ ଠାରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡାଙ୍କ “ଗଜପତି ବିଭୁତି”ପ୍ରବନ୍ଧ ସଙ୍କଳନ ପୁସ୍ତକର ଉନ୍ମୋଚିତ ହୋଇଯାଇଛି।
ସଦ୍ୟ ସମ୍ବର୍ଦ୍ଧିତ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧନା ପାଇଥିବା ଗୌରଚନ୍ଦ୍ର ପଣ୍ଡାଙ୍କୁ ଗଜପତିର ବିଭିନ୍ନ ଅନୁଷ୍ଠାନ ତରଫରୁ ପୁନଃ ସମ୍ବର୍ଦ୍ଧନା ପ୍ରଦାନ କରାଗଲା।ଏହି ଶୁଭ ଅବସରରେ ଶ୍ରୀ ପଣ୍ଡା ଏକାଡେମୀ ଆନୁକୂଲ୍ୟେ ପାଇଥିବା ଏକ ଲକ୍ଷ ଟଙ୍କାର ଚେକ୍ ମାନପତ୍ର,ମୋମେଣ୍ଟ ,ଉପଢୌକନ ପ୍ରଦର୍ଶନ କରିଥିଲେ।
ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଅରୁଣା ସାମଲ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା , ଭାରତ ଭୂଷଣ ମହାନ୍ତି , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା  ଯୋଗଦେଇ ପାରଳାଖେମୁଣ୍ଡି ଐତିହ୍ୟ ସମ୍ପନ୍ନ ସାରସ୍ୱତ ସାଧନାର ଏନ୍ତୁଡ଼ିଶାଳ ବୋଲି ଅଭିହିତ କରିଥିଲେ। ଗୌରଚନ୍ଦ୍ର ପଣ୍ଡାଙ୍କ ସହ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କୁ ଉତ୍କଳ ହିତୈଷିଣୀ  ତରଫରୁ ପୂର୍ଣଚନ୍ଦ୍ର ମହାପାତ୍ର ଉପଢୌକନ ଦେଇ ଅଭିନନ୍ଦନ ଜଣାଇଥିଲେ।
ସ୍ଵର୍ଣ୍ଣପ୍ରଭା ପାଠୀ, ଆଶାଲତା ପାଣିଗ୍ରାହୀ , ଡ. କଲ୍ୟାଣୀ ମିଶ୍ର , ପ୍ରାତୁଷ ପଣ୍ଡା , ମୁରଲୀଧର ପରିଛା , ନିତ୍ୟାନନ୍ଦ ଚୌଧୁରୀ ,ଗୋପାଳ ଚନ୍ଦ୍ର ଶତପଥି ପ୍ରଭୁତି ନିଜ ନିଜ ଅଭି ଭାଷଣରେ ଶ୍ରୀ ପଣ୍ଡା ଏବଂ ଶ୍ରୀ ମହାପାତ୍ରଙ୍କ ଶତାୟୁ କାମନା କରି ନୁଆପୀଢ଼ିଙ୍କୁ ସାରସ୍ୱତ ସାଧନା କ୍ଷେତ୍ରେ ଆଗକୁ ବଢାଇବା ପାଇଁ ଆର୍ଶୀବାଦ ଚାହିଁଥିଲେ। ପ୍ରାରମ୍ଭରେ ପଣ୍ଡିତ ନରସିଂହ ଗୌଡ଼ ଗୀତା ପାଠ କରିଥିବା ବେଳେ ଶେଷରେ ସ୍ଵର୍ଣ ପ୍ରଭା ପାଠୀ ଉପସ୍ଥିତ ସମସ୍ତଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ।

ଶୁଟିଂ ସେଟରେ ମାରପିଟ୍ ; ବିବାଦରେ ଶାହାରୁଖଙ୍କ ଅପ କମିଙ୍ଗ ଫିଲ୍ମ‘ପଠାନ’ ।

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ବଲିଉଡର କିଙ୍ଗ ଖାନ ଶାହାରୁଖଙ୍କ ଅପକମିଂ ଫିଲ୍ମ ‘ପଠାନ’କୁ ନେଇ ସମସ୍ତଙ୍କ ମନରେ ବେଶ ଉତ୍ସାହ ଭରି ରହିଛି। ତାଙ୍କ ପ୍ରଶଂସକମାନେ ଏହି ଫିଲ୍ମର ରିଲିଜକୁ ନେଇ ଅପେକ୍ଷା କରି ବସିଛନ୍ତି। ତେବେ ବଲିଉଡ ବାଦଶାହଙ୍କ ଏହି ଫିଲ୍ମକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଫିଲ୍ମର ଶୁଟିଂ ସେଟରେ ହୋଇଛି ଝଗଡା । ଏପରିକି ମାରପିଟ ଯାଏଁ ମଧ୍ୟ କଥା ଯାଇଥିବା ଶୁଣିବାକୁ ମିଳିଛି। ଫଳରେ ଫିଲ୍ମ ଶୁଟିଂ ଅଟକି ଯାଇଛି। କିଛି ଦିନ ପୂର୍ବେ ଫିଲ୍ମ ‘ପଠାନ’ର ଶୁଟିଂ ସେଟରେ ନିର୍ଦ୍ଦେଶକ ଏବଂ ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏପରିକି ଉଭୟଙ୍କ ମଧ୍ୟରେ ମାରପିଟ ପର୍ଯ୍ୟନ୍ତ କଥା ମଧ୍ୟ ଯାଇଥିଲା, ଯାହା ଶାହାରୁଖଙ୍କ କ୍ୟାରିଅରର ପ୍ରଥମ ଘଟଣା। ଏହି ଝଗଡା ଯୋଗୁଁ ଶାହାରୁଖଙ୍କ ଏହି ଫିଲ୍ମର ଶୁଟିଂକୁ କିଛି ଦିନ ପାଇଁ ବନ୍ଦ କରି ଦିଆଯାଇଛି। ସେପଟେ ପ୍ରଡକ୍ସନ ହାଉସ ଉକ୍ତ ଆସିଷ୍ଟାଣ୍ଟ ଡାଇରେକ୍ଟରକୁ ଚାକିରିରୁ ବିଦା କରିଦେଇଛନ୍ତି। ମିଡିଆ ରିପୋର୍ଟ ମୁତାବକ, ଉକ୍ତ ଆସିଷ୍ଟାଣ୍ଟ ଡାଇରେକ୍ଟର, ନିର୍ଦ୍ଦେଶକ ଆନନ୍ଦ ଏଲ୍ ରଏଙ୍କ କଥା ଶୁଣୁ ନଥିଲା। ଶୁଟିଂ ସେଟରେ ଫୋନ ବ୍ୟବହାର କରିବା ବାରଣ ଥିବା ସତ୍ତ୍ୱେ ସେ ଫୋନରେ କଥା ହେଉଥିଲା। ଏହାକୁ ବାରଣ କରିବା ଯୋଗୁଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ମାରପିଟ ଯାଏଁ କଥା ଯାଇଥିଲା। ଏପରିକି ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲା ଉକ୍ତ ଆସିଷ୍ଟାଣ୍ଟ ଡାଇରେକ୍ଟର। ଏହି ଘଟଣାକୁ ନେଇ ଶାହାରୁଖ ବିରକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏଭଳି ପରିସ୍ଥିତିରେ କୌଣସି ଅଭିନେତ୍ରୀ କିଭଳି କାମ କରିପାରିବେ। ଯେଉଁ ଶୁଟିଂ ସେଟରେ ଏଭଳି ଝଗଡା ହେବ ସେଠି କାମ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ସେପଟେ ଆଦିତ୍ୟ ଚୋପ୍ରା ଏହି ପୁରା ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନର ବିରତି ପରେ ଫିଲ୍ମ ‘ପଠାନ’ ଜରିଆରେ ପୁଣି ଥରେ ଶାହାରୁଖ ଖାନ ବଡ ପରଦାକୁ କମବ୍ୟାକ୍ କରିବାକୁ ଯାଉଛନ୍ତି। ଏହି ବିଗ୍ ବଜେଟ ଫିଲ୍ମରେ ତାଙ୍କ ଅପୋଜିଟରେ ଦୀପିକା ପାଦୁକୋନା ଅଛନ୍ତି। ଅନ୍ୟ ପ୍ରମୁଖ ଭୂମିକାରେ ଜନ ଅବ୍ରାହମ ମଧ୍ୟ ନଜର ଆସିବେ ।

ନତାଶା ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ବରୁଣ ଧୱନ ।

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ବଲିଉଡର ବଦ୍ରିନାଥଙ୍କୁ ମିଳିଗଲା ତାଙ୍କ ଦୁଲହନିଆ। ହାତକୁ ଦି ହାତ ହେଲେ ହ୍ୟାଣ୍ଡସମ ହିରୋ ବରୁଣ ଧୱନ। ପିଲା ଦିନର ସାଥୀ ନତାଶା ଦଲାଲଙ୍କ ହାତ ଧରିଲେ ଚକୋଲେଟ ବୟ ବରୁଣ। ହିନ୍ଦୁ ରିତୀନିତି ଅନୁସାରେ ରବିବାର ଉଭୟଙ୍କ ହାତଗଣ୍ଠି ପଡିଛି। ଅଗ୍ନିକୁ ସାକ୍ଷୀ ରଖି ସାତ ଫେରା ନେଇଛନ୍ତି ବରୁଣ-ନତାଶା। ମୁମ୍ବାଇର ଆଲିବାଗରେ ଲାଭିସ୍ ରିସୋର୍ଟରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପରିବାର ବର୍ଗ ଏବଂ ଘନିଷ୍ଠ ବନ୍ଧୁ ବାନ୍ଧବଙ୍କ ଗହଣେ ଉଭୟଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି। ବିବାହ ସରିବା ପରେ ସାମ୍ନାକୁ ଆସିଛି ବରୁଣଙ୍କ ୱେଡିଂ ଫଟୋ, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବରୁଣ ଓ ନତାଶାଙ୍କୁ ବିବାହ ଶୁଭେଚ୍ଛାର ସୁଅ ଛୁଟିଛି। ବାହାଘର ବେଳେ ଯେମିତି କିଛି ଫଟୋଗ୍ରାଫ ବାହାରକୁ ନଯାଏ ସେଥିପାଇଁ ରିସୋର୍ଟର କର୍ମଚାରୀଙ୍କୁ ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ବାରଣ କରାଯାଇଥିଲା  ବାହାଘର ପ୍ରୋସେସନ୍ ମଧ୍ୟ ରିସୋର୍ଟ କ୍ୟାମ୍ପସ୍ ଭିତରେ ହିଁ କରାଯାଇଥିଲା  ଏହି ବିବାହ ଉତ୍ସବରେ ନିର୍ମାତା ନିର୍ଦ୍ଦେଶକ କରନ ଜୋହର, ଦୀପିକା ପାଦୁକୋନ, ରଣବୀର ସିଂହ, ସଦ୍ଧାର୍ଥ ମଲହୋତ୍ରା ପ୍ରମୁଖ ନାମିଦାମୀ ବଲିଉଡ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ। ସେହିପିର ପ୍ରସିଦ୍ଧ ଡିଜାଇନର ମନିସ ମଲହୋତ୍ରା ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ । ରିସେପ୍ସନ ଆସନ୍ତା ଫେବ୍ରୁଆରୀ ୨ରେ ହେବ ବୋଲି ସୂଚନା ମିଳିଛି। 

ବିରାଟ୍ କୋହଲିଙ୍କ କ୍ୟାପଟେନ୍ସିକୁ ନେଇ ରାହାଣେ ଦେଲେ ବଡ଼ ବୟାନ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆକୁ ୨-୧ରେ ଟେଷ୍ଟ ସିରିଜ୍ ଜିତାଇଥିବା ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱକୁ ଚାରିଆଡ଼େ ପ୍ରଶଂସା କରାଯାଉଛି। ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ଭାବେ ହାରିବା ଏବଂ ଏହା ପରେ କୋହଲିଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆ ରାହାଣେଙ୍କ ନେତୃତ୍ୱରେ ଜବରଦସ୍ତ କମବ୍ୟାକ୍ କରି ସିରିଜ୍ ହାତେଇଥିଲା। ସିରିଜ୍ ଜିତିବା ପରେ ରାହାଣେଙ୍କୁ ଏବେ କୋହଲିଙ୍କ ବଦଳରେ ଭାରତର ନିୟମିତ କ୍ୟାପଟେନ୍ କରିବାକୁ ଅନେକ ମତ ଦେଉଛନ୍ତି। ଏହାକୁ ନେଇ ରାହାଣେ ଭିନ୍ନ ମତ ଦେଇଛନ୍ତି। ରାହାଣେଙ୍କ କହିବା ଅନୁଯାୟୀ, କ୍ୟାପଟେନ୍ସିକୁ ନେଇ କୋହଲିଙ୍କ ସହ ମୋର କୌଣସି ଟକ୍କର ନାହିଁ। ରାହାଣେ କହିଛନ୍ତି, ଯେତେବେଳେ ବିରାଟ୍ କ୍ୟାପଟେନ୍ସି କରୁଥିଲେ ସେତେବେଳେ ଟିମକୁ ଜିତାଇବା ତାଙ୍କର ଉଦ୍ଦେଶ୍ୟ ଥାଏ। ମୁଁ ମଧ୍ୟ କ୍ୟାପଟେନ୍ ହେବା ପରେ ସେହି ଚିନ୍ତାଧାରା ନେଇ ମଇଦାନକୁ ଓହ୍ଲାଇଥିଲି। ଆମେ ଦୁହେଁ କେବଳ ଟିମକୁ ଜିତାଇବାକୁ ଚାହୁଁ। କ୍ୟାପଟେନ୍ସିକୁ ନେଇ ଆମ ଭିତରେ କୌଣସି ପ୍ରତିଦ୍ୱନ୍ଦ୍ୱିତା ନାହିଁ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କୋହଲି ପୁଣିଥରେ ନେତୃତ୍ୱ ଭାର ସମ୍ଭାଳିବେ ଏବଂ ମୁଁ ଭାଇସ୍ କ୍ୟାପଟେନ ହେବି। ଏହିପରି ଭାବେ ଆମେ ସମସ୍ତେ ଟିମର ବିଜୟ ଚାହୁଁ, ତେଣିକି ଟିମର କ୍ୟାପଟେନ୍ ଯିଏ ହେଉ ନା କାହିଁକି। ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟରେ ଋଷଭ ପନ୍ତଙ୍କ ଇନିଂସକୁ ରାହାଣେ ଖୁବ୍ ପ୍ରଶଂସା କରିଛନ୍ତି। ରାହାଣେ କହିଛନ୍ତି, ପନ୍ତଙ୍କୁ ତାଙ୍କର ନ୍ୟାଚୁରାଲ ଗେମ୍ ଖେଳିବାକୁ ଆମେ କହିଥିଲୁ। ସେହିପରି ରାହାଣେ ସାଥୀ କେଳାଳି ଚେତେଶ୍ୱର ପୂଜାରାଙ୍କ ସାହସକୁ ପ୍ରଶଂସା କରିଛନ୍ତି। ପୂଜାରାଙ୍କୁ ନେଇ ରାହାଣେ କହିଛନ୍ତି, ପୂଜାରା ଯେଉଁଭଳି ଭଳି ସିଡନୀ ଓ ବ୍ରିସବେନ୍ ଟେଷ୍ଟରେ ଅଷ୍ଟ୍ରେଲୀୟ ପେସ୍ ଆଟାକର ମୁକାବିଲା କଲେ, ତା’ର ଯେତେ ପ୍ରଶଂସା କରାଗଲେ ବି କମ୍ ହେବ। ପୂଜାରା ଧୈର୍ଯ୍ୟ ଓ ଏକାଗ୍ରତାର ସହ ବ୍ୟାଟିଂ କରିଥିଲେ ଏବଂ ୱିକେଟ୍ ପତନ ହେବାକୁ ଦେଇନଥିଲେ। ତା’ର ଟିମର ବାକି ଖେଳାଳିମାନଙ୍କର ଯୋଗଦାନ ମଧ୍ୟ ଉଲ୍ଲେଖନୀୟ ଥିଲା ବୋଲି ରାହାଣେ କହିଛନ୍ତି। ସୂଚନାଯୋଗ୍ୟ, ଆଡିଲେଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଇନିଂସରେ ମାତ୍ର ୩୬ ରନ୍ କରି ଅଲଆଉଟ୍ ହୋଇଥିଲା। ଯାହା ଫଳରେ ଅଷ୍ଟ୍ରେଲିଆ ମୁକାବିଲାକୁ ୮ ୱିକେଟରେ ଜିତି ୧-୦ରେ ଆଗୁଆ ହୋଇଥିଲେ। ଏହା ପରେ କ୍ୟାପଟେନ୍ ବିରାଟ୍ କୋହଲି ପ୍ୟାଟରନିଟୀରେ ଲିଭରେ ସ୍ୱଦେଶ ଫେରିଆସିଲେ। କିନ୍ତୁ କୋହଲିଙ୍କ ସ୍ଥାନରେ ନେତୃତ୍ୱ ନେଇଥିବା ଆଜିଙ୍କ୍ୟ ରାହାଣେ ଅଷ୍ଟ୍ରେଲିଆ ଟିମର ମାଇଣ୍ଡ ଗେମ୍ ପଢ଼ିବାରେ ସଫଳ ହୋଇ ନିଜ ଟିମକୁ ପୁଣିଥରେ ଛିଡ଼ା କରାଇଥିଲେ। ଟିମ ଇଣ୍ଡିଆ ରାହାଣେଙ୍କ ନେତୃତ୍ବରେ ମେଲବର୍ଣ୍ଣରେ ଜବରଦସ୍ତ କମବ୍ୟାକ୍ କରି ମୁକାବିଲାକୁ ୮ ୱିକେଟରେ ଜିତି ସିରିଜକୁ ୧-୧ରେ ବରାବର କରିଥିଲା। ଏହା ପରେ ସିଡନୀ ଟେଷ୍ଟକୁ ଭାରତ ଯେଉଁ ଢଙ୍ଗରେ ଡ୍ର’ କଲା, ତାହା ପ୍ରଶଂସା ଯୋଗ୍ୟ ଥିଲା। ସେହିପରି ବ୍ରିସବେନ୍ ଟେଷ୍ଟରେ ଭାରତ ୩୨୮ ରନର ବଡ଼ ଲକ୍ଷ୍ୟକୁ ସଫଳତାପୂର୍ବକ ହାସଲ କରି ସିରିଜକୁ ୨-୧ରେ ହାତେଇ ନେଇଥିଲା।