ନେତାଜୀଙ୍କ ପରାକ୍ରମ ଦିବସରେ ପାଇଁ କୋଲକାତା ମୋଦି ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)-ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଦିନକୁ ଆଜି କେନ୍ଦ୍ର ସରକାର ପରାକ୍ରମ ଦିବସ ଭାବେ ପାଳନ କରିଛନ୍ତି। ଏଥିପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାର ଭିକ୍ଟୋରିଆ ମେମୋରିଆଲକୁ ଯାଇ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇଛନ୍ତି। ଏହି ସମୟରେ ତାଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧାନକର ମଧ୍ୟ ରହିଥିଲେ। ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ହେଁ ମୋଦି ମୋଦି ନାରା ସହ ଜୟ ଶ୍ରୀରାମ ସ୍ଲୋଗାନ ଶୁଣିବାକୁ ମିଳିଥିଲା। ମମତା ଭାଷଣ ଦେବା ବେଳେ ଏହି ନାରା ଦିଆଯିବାରୁ ସେ ଉଦବୋଧନ ଦେବାକୁ ମନା କରିଦେଇଥିଲେ। ମୋଦିଙ୍କ ଉପସ୍ଥିତିରେ ଏସବୁ ଘଟଣା ଘଟିଥିଲା। ଅନ୍ୟପକ୍ଷରେ ମୋଦି ନେତାଜୀଙ୍କ ଜନ୍ମଦିନରେ ତାଙ୍କ ସ୍ମୃତି ଚାରଣ କରିଛନ୍ତି। ସେ କହିଛନ୍ତି, ଆଜି ନେତାଜୀଙ୍କ ଜନ୍ମଦିନରେ ମୁଁ କୋଲକାତା ଆସିଥିବାରୁ ବେଶ ଭାବୁକ ହୋଇ ପଡ଼ୁଛି। ପିଲାଟି ବେଳୁ ନେତାଜୀଙ୍କ ନାଁ ମୋତେ ନୂଆ ଶକ୍ତି ଦେଇ ଆସୁଛି। ଯେକୌଣସି ପରିସ୍ଥିତିରେ ନେତାଜୀଙ୍କ ନାଁ ଶୁଣିବା ମାତ୍ରେ ମୋ ମନରେ ଆଗବୁ ବଢ଼ିବାର ପ୍ରେରଣା ମିଳିଥାଏ। ଆଜି ନେତାଜୀ ନୁହନ୍ତି, ଭାରତର ଆତ୍ମଗୌରବ ଜନ୍ମ ନେଇଥିଲା। ନେତାଜୀଙ୍କ ବିଷୟରେ ବ୍ୟାଖ୍ୟା କଲେ ଶବ୍ଦର ଅଭାବ ପଡ଼ିଯିବ। ବିଶ୍ୱର ସବୁଠାରୁ ବଡ଼ ଫୋର୍ସ ବିରୋଧରେ ନେତାଜୀ ଛିଡ଼ା ହୋଇଥିଲେ। ସେ ସ୍ୱାଧୀନତା ମାଗି ନଥିଲେ ବରଂ ସେମାନଙ୍କ ବିରୋଧରେ ଲଢ଼େଇ ଆରମ୍ଭ କରିଥିଲେ। ଏବେ ଦେଶ ନିଷ୍ପତ୍ତି ନେଇଛି ଯେ ପ୍ରତିବର୍ଷ ଜାନୁଆରୀ ୨୩କୁ ପରାକ୍ରମ ଦିବସ ଭାବେ ପାଳନ କରିବ। ମୋ ପାଇଁ ଗର୍ବର ବିଷୟ ହେଉଛି ଯେ ଆମେ ୨୦୧୮ରେ ଆଣ୍ଡାମାନ ଦ୍ୱୀପପୁଞ୍ଜକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପପୁଞ୍ଜରେ ନାମିତ କରିଥିଲୁ। ଆମ ସରକାର ନେତାଜୀଙ୍କ ସଂକ୍ରାନ୍ତରେ ପ୍ରଥମ ଫାଇଲ ସାର୍ବଜନୀନ କରିଛନ୍ତି। ସାଧାରଣତନ୍ତ୍ର ଦିବସରେ ଇଣ୍ଡିଆନ ନ୍ୟାଶନାଲ ଆର୍ମିର ସଦସ୍ୟ ଭେଟରାନ ପରେଡରେ ସାମିଲ ହେବା ଆମ ପାଇଁ ସୌଭାଗ୍ୟର ବିଷୟ। ନେତାଜୀ ଭାରତର ପରାକ୍ରମର ପ୍ରତିମୂର୍ତ୍ତି ଓ ପ୍ରେରଣା। ନେତାଜୀ ରାଣୀ ଝାନସୀ ରେଜିମେଣ୍ଟ କରି ମହିଳାଙ୍କୁ ଆଗକୁ ଆଣିଥିଲେ। ନିଜ ଭୂମିରେ ନିଜ ସରକାର ପାଇଁ ନେତାଜୀ ସଂକଳ୍ପ ନେଇଥିଲେ। ଆଣ୍ଡାମାନରେ ଜାତୀୟ ପତାକା ଉଡ଼ାଇ ନିଜ ସଂକଳ୍ପକୁ ନେତାଜୀ ପୂରା କରିଥିଲେ। ପୂରା ବ୍ରିଟିଶ ସରକାର ତାଙ୍କ ପଛରେ ଲାଗିଥିଲେ ବି ସେ ଖସି ଯିବାକୁ ସକ୍ଷମ ହୋଇଥିଲେ। ଦୁନିଆର କୌଣସି ଶକ୍ତି ନାହିଁ ଯିଏ ଭାରତକୁ ଆତ୍ମନିର୍ଭର ହେବାରୁ ରୋକିପାରିବ। ଆଜି ସାରା ଦେଶବାସୀଙ୍କୁ ସଶକ୍ତ କରିବାକୁ ପ୍ରୟାସ ଚାଲିଛି। ବିଶ୍ୱକୁ ଭ୍ୟାକ୍ସିନ ଦେବା ଦେଖିଥିଲେ, ନେତାଜୀ ବହୁତ ଖୁସି ହୋଇଥାନ୍ତେ। ନେତାଜୀଙ୍କ ପାଖରେ ସମସ୍ତ ଭାରତୀୟ ଋଣୀ। ୧୩୦ କୋଟିରୁ ଉର୍ଦ୍ଧ୍ୱ ଭାରତୀୟଙ୍କ ଶରୀରରେ ପ୍ରବାହିତ ରକ୍ତର ପ୍ରତିଟି ବୁନ୍ଦା ନେତାଜୀଙ୍କ ପାଖରେ ଋଣୀ। ଆଜିର ଯୁବପିଢ଼ି ଭାରତ ପାଇଁ କିଛି କରିବାକୁ ସଂକଳ୍ପ ନେବା ଦରକାର ବୋଲି ସେ କହିଛନ୍ତି।

ବିଧାୟକ ସୋମନାଥ ଭାରତୀଙ୍କୁ ୨ ବର୍ଷ ଜେଲ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଏମ୍ସ ସୁରକ୍ଷା ବ୍ୟବସ୍ଥାରେ ଥିବା କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣାରେ ଦିଲ୍ଲୀର କ୍ଷମତାସୀନ ଆମ ଆଦମୀ ପାର୍ଟିର ବିଧାୟକ ସୋମନାଥ ଭାରତୀଙ୍କୁ ଆଜି କୋର୍ଟ ଦୁଇ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ଏମ୍ସର କର୍ମଚାରୀଙ୍କୁ ମାଡ଼ ମାରିଥିବାରୁ ୨୦୧୬ରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। ଆଜି ଦିଲ୍ଲୀର ଆଡିସନାଲ ମୁଖ୍ୟ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ରବୀନ୍ଦ୍ର କୁମାର ପାଣ୍ଡେ ବିଧାୟକ ସୋମନାଥଙ୍କୁ ୨ ବର୍ଷ ଜେଲଦଣ୍ଡ ସହ ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ କହିଛନ୍ତି। ତେବେ ଦଣ୍ଡ ବିଧାନର କିଛି ସମୟରେ ତାଙ୍କୁ ଜାମିନ ମିଳିଛି। ସେ ନିଜର ଦଣ୍ଡ ବିଧାନ ବିରୋଧରେ ଉପର କୋର୍ଟରେ ଆବେଦନ କରିବେ। ଏଥିପାଇଁ ଏମ୍ସର ମୁଖ୍ୟ ସୁରକ୍ଷା ଅଧିକାରୀ ଆରଏସ୍‌ ରାୱତ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ସୋମନାଥଙ୍କ ସହ ଅଭିଯୁକ୍ତ ଥିବା ଜଗତ ସୈନି, ଦିଲ୍ଲୀପ ଝା, ସନ୍ଦୀପ ସୋନୁ ଓ ରାକେଶ ପାଣ୍ଡେଙ୍କୁ କୋର୍ଟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସରକାରୀ ଓକିଲ ଦେଇଥିବା ଦସ୍ତାବିଜ ଅନୁଯାୟୀ, ୨୦୧୬ ମସିହା ସେପ୍ଟେମ୍ବର ୯ରେ ସୋମନାଥ ଭାରତୀୟଙ୍କ ସହ ଆଉ ୩୦୦ ଲୋକ ଗୋଟିଏ ଜେସିବି ଦ୍ୱାରା ଏମ୍ସର ପାଚେରୀ ଭାଙ୍ଗି ଦେଇଥିଲେ। ଏହାକୁ ବିରୋଧ କରିବା ବେଳେ ସୋମନାଥ ଭାରତୀ ଏମ୍ସର ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିଥିଲେ।

ଆଜିର ରାଶିଫଳ – ୨୪ ଜାନୁଆରୀ, ରବିବାର

ମେଷ: ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। କ୍ଷୁଦ୍ର ବ୍ୟବସାୟୀମାନେ କ୍ଷତି ସହିପାରନ୍ତି। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଅପରାହ୍ନରେ ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହେବା ସୁଯୋଗ ରହିଛି।

ବୃଷ: ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବଢିବ। ପାରିବାରିକ ଜୀବନ ସୁଖମୟ ହେବ।

ମିଥୁନ: ବ୍ୟବସାୟରେ ନୂଆନୀତି ପ୍ରୟୋଗ କରିବେ। ଗୁପ୍ତ ଶତ୍ରୁ ବୃଦ୍ଧି ହେବେ କିନ୍ତୁ ମନୋବଳ ଦୃଢ ରହିବ। କର୍ମକ୍ଷେତ୍ରରେ ସାମାନ୍ୟ ଅଶାନ୍ତି ସୃଷ୍ଟି ହେବ।

କର୍କଟ: କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ, ତଥାପି ବାଧାବିଘ୍ନ ଦେଖା ଦେଇପାରେ। ଚାକିରୀ କ୍ଷେତ୍ରରେ ଦାୟିତ୍ୱ ବଢ଼ିବ। ଅଫିସରେ କାମ କରୁଥିବା ବ୍ୟକ୍ତିଙ୍କ ମାନ ସମ୍ମାନ ବୃଦ୍ଧି ହେବ।

ସିଂହ: ନୂଆ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ ହେବ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ବହୁତ ଭଲ ରହିବ। ମନରେ ଭାବୁଥିବା କଥା ଅଚାନକ ପୂରଣ ହୋଇପାରେ ।

କନ୍ୟା: ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଫଳ ହେବ। ପ୍ରତିଟି କାର୍ଯ୍ୟକୁ ଅତି ସହଜରେ ସମାଧାନ କରିବେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।

ତୁଳା: ଅପରାହ୍ନରେ ପାରିବାରିକ ଅଶାନ୍ତି ଲାଗିପାରେ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମ ଭାବ ସୃଷ୍ଟି ହେବ। ଭାତ୍ରୁ ବିବାଦ ଠାରୁ ଦୂରେଇ ରୁହନ୍ତୁ।

ବିଛା: ଜୀବନ ସାଥୀଙ୍କ ସହିତ ସମୟ ବିତାଇବେ। ରାଜନୀତି କରୁଥିବା ବ୍ୟକ୍ତିମାନେ ଶୁଭଫଳ ପାଇ ପାରିବେ। ପ୍ରାଇଭେଟ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଅଶାନ୍ତି ଦେଖା ଦେଇପାରେ।

ଧନୁ: ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ ଏବଂ ସୁସ୍ୱାଦୁ ଭୋଜନ କରିବେ। ଆଜି ଆପଣଙ୍କର  ବହୁଦିନର ଦୂର ବନ୍ଧୁଙ୍କ ସହ ମିଳନ ହୋଇପାରେ। ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ ଦେବ, ସୁଫଳ ମିଳିପାରେ ।

ମକର: କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ। ବୃତ୍ତିଗତ କାର୍ଯ୍ୟ ପାଇଁ ଚିନ୍ତା କରିପାରନ୍ତି। ଆୟ ଅନୁପାତରେ ବ୍ୟୟ ଅଧିକ ହେବ।

କୁମ୍ଭ: ବ୍ୟବସାୟକୁ ବଢେଇବା ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟକୁ ଉତ୍ସାହର ସହିତ କରିବେ। ଜୀବନ ସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବ।

ମୀନ: ପିଲାମାନଙ୍କ  ପାଠ ପଢାକୁ ନେଇ ବାପା ମାଆ ଚିନ୍ତା କରିପାରନ୍ତି। କ୍ଷୁଦ୍ର ବ୍ୟବସାୟୀମାନେ ଅଧିକ ଲାଭବାନ ହେବେ। ମାନ ସମ୍ମାନ ଓ ପଦ-ମର୍ଯ୍ୟାଦା ବୃଦ୍ଧି ପାଇବ।