ଦଶମ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଆଶାନୁରୂପ କୃତିତ୍ୱ ରଖିବା ପାଇଁ ପ୍ରସ୍ତୁତି ବୈଠକ ..!

!!! ଗଜପତି ଜିଲ୍ଲା ରୁ ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି ) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୦୨୦-୨୦୨୧ ଶିକ୍ଷା ବର୍ଷ ପାଇଁ ନିର୍ଦ୍ଧାରିତ ୧୦୦ ଦିନ ମଧ୍ୟରେ ଦଶମ ଶ୍ରେଣୀର ଶିକ୍ଷାଦାନ ବିଦ୍ୟାଳୟ ଗୁଡିକରେ ଶିକ୍ଷା ବିଭାଗର ଏସ୍ ଓ ପିି (sop) ଗାଇଡ ଲାଇନ ଅନୁସାରେ ସମାପନ କରିବା ପାଇଁ ଓ କମାଇ ଦିଆଯାଇ ଥିବା ପାଠ୍ୟକ୍ରମକୁ ଆଖି ଆଗରେ ରଖି ଅଧିକରୁ ଅଧିକ  ପିଓ- ୧୪କ ଛାତ୍ର ଛାତ୍ରୀ ଭଲ ନମ୍ବର ରଖି ଦଶମ ବାର୍ଷିକ ପରୀକ୍ଷାରେ କିଭଳି କୃତକାର୍ଯ୍ୟ ହୋଇ ପାରିବେ  ସେଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବିଭିନ୍ନ ଉଚ୍ଚବିଦ୍ୟାଳୟର ଅନୁଭୂତି ସଂପର୍ଣ୍ଣ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଗଠିତ ଜିଲ୍ଲା ସ୍ତରୀୟ ପ୍ରଶ୍ନ ପ୍ରସ୍ତୁତି ବୋର୍ଡର ସଭ୍ୟମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ସମସ୍ତ ବିଦ୍ୟାଳୟରେ ଅତି ବେଶୀରେ ୧୦ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କ ପାଠପଢା ଦାୟିତ୍ୱ ଜଣେ ଲେଖାଏଁ ଶିକ୍ଷକ ଶିକ୍ଷୟିତ୍ରୀ ତଦାରଖ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ୬ ଟି ବିଷୟରେ ପରୀକ୍ଷା ହେବାକୁ ଥିବା ପାଠ୍ୟ କ୍ରମକୁ ଆଧାର କରି ପ୍ରତି ବିଦ୍ୟାଳୟକୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅଭ୍ୟାସ ପୁସ୍ତିକା ଜିଲ୍ଲା ସ୍ତରୀୟ ପ୍ରଶ୍ନ ପ୍ରସ୍ତୁତି ବୋର୍ଡ ମାଧ୍ୟମରେ ପ୍ରସ୍ତୁତ କରି ଯୋଗାଇ ଦେବେ ବୋଲି କହିଛନ୍ତି।ତତ୍ ସଙ୍ଗେ ସଙ୍ଗେ ଜାନୁଆରୀ ଓ ଫେବୃୟାରୀ ମାସ ମଧ୍ୟରେ ସମାପନ ହେବାକୁ ଥିବା ପାଠ୍ୟ କ୍ରମ ଉପରେ ଆଧାରିତ ପ୍ରାକ ବୋର୍ଡ-୧ ପରୀକ୍ଷା ଆସନ୍ତା ଫେବୃୟାରୀ ଶେଷ ସପ୍ତାହ/ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ପ୍ରତି ବିଦ୍ୟାଳୟରେ ଅନୁଷ୍ଠିତ କରିବା ପାଇଁ ପ୍ରଶ୍ନପତ୍ର ଯୋଗାଇ ଦେବାର ବ୍ୟବସ୍ଥା ପାଇଁ ନିଷ୍ପତ୍ତି ନିଆଯାଇଛ। ଏଥିପାଇଁ ଜିଲ୍ଲା ସ୍ତରୀୟ ପ୍ରଶ୍ନ ପ୍ରସ୍ତୁତି ବୋର୍ଡର ସଭ୍ୟ ମାନେ ୧୫ ଫେବୃୟାରୀ ୨୦୨୧ ମଧ୍ୟରେ ୬ ଟି ବିଷୟରେ ପ୍ରଶ୍ନ ଓ ଉତ୍ତର key ପ୍ରସ୍ତୁତି କରି ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି।
ଏହା ଦ୍ବାରା ଛାତ୍ରଛାତ୍ରୀମାନେ ନିଶ୍ଚିତ ଭାବେ OMR sheet ରେ ଉତ୍ତର ଦେବା ଓ  ଦୀର୍ଘ ଉତ୍ତରମୂଳକ ପ୍ରଶ୍ନର ଅଭ୍ୟାସ ସଠିକ ଭାବେ କରିପାରିବେ ବୋଲି ଆଶାପୋଷଣ କରାଯାଉଛି। ନୀଳମଣି ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ମହାନ୍ତି ଧନ୍ୟବାଦ ଅର୍ପଣ କରି ଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ।

ଆନ୍ତର୍ଜାତିକ ମାନବ ଅଧିକାର କାଉନସିଲ୍ ଭାରତ ଦ୍ବାରା ପାରଳାଖେମୁଣ୍ଡିର ଆଲୋକ ବୋଷଙ୍କୁ “ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବ୍ରେଭେରୀ ଏୱାର୍ଡ “-୨୦୨୧ ପ୍ରଦାନ…!

!!! ଗଜପତି ଜିଲ୍ଲା ରୁ ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି ) – ପାରଳାଖେମୁଣ୍ଡି ସହରରେ ଅବସ୍ଥାପିତ ଆନ୍ତର୍ଜାତିକ ମାନବ ଅଧିକାର ପରିଷଦ ଓଡିଶା (ଶିଶୁ ପରିବାର ଓ ମହିଳା) ବିଭାଗର ରାଜ୍ୟ ସଭାପତି ଶ୍ରୀ ଆଲୋକ କୁମାର ବୋଷଙ୍କୁ କୋଲକାତା ଠାରେ “ନେତାଜୀ ସୁବାଷ ଚନ୍ଦ୍ର ବୋଷ ବ୍ରେଭେରୀ ଏୱାର୍ଡ “-୨୦୨୧ ପ୍ରଦାନ କରାଯାଇଛି। ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଆନ୍ତର୍ଜାତୀୟ ମାନବ ଅଧିକାର ଭାରତ ପକ୍ଷରୁ କୋଲକାତା ସ୍ଥିତ ସାଇନ୍ସ ସିଟି ଅଡିଟରିୟମ୍ ଠାରେ ଗତ୧୭/୧/୨୦୨୧ ତାରିଖ ଦିନ ଆୟୋଜିତ ଏକ ବର୍ଣ୍ଣାଢ୍ୟପୂର୍ଣ୍ଣ କାର୍ଯ୍ୟକ୍ରମରେ ଶ୍ରୀ ଆଲୋକ କୁମାର ବୋଷଙ୍କୁ ଏହି ସମ୍ମାନ ପ୍ରଦାନ କରା ଯାଇଥିଲା । ଆନ୍ତର୍ଜାତୀୟ ପରିଷଦ ଭାରତର ପ୍ରତିଷ୍ଠାତା ଅଧ୍ୟକ୍ଷ ଡା. ସନ୍ନି ସାହା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ବୋଷଙ୍କୁ ଏହି ସମ୍ମାନ ପ୍ରଦାନ ପୂର୍ବକ ପୁଷ୍ପଗୁଚ୍ଛ ସହ ମୋମେଣ୍ଟ ଓ ପ୍ରମାଣ ପତ୍ର ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ , ଭାରତର ଉପାଧ୍ୟକ୍ଷ ଶ୍ରୀ ଟି.ଏମ- ଓମକାର , ଉପସଭାପତି ଶ୍ରୀ ନସିତ୍ ଅଫ୍ରୋଜ ସାଉଥ ଡିଭିଜନ ସଭାପତି ଶ୍ରୀ ସନାତନ ବେହେରା ଏବଂ ଗଜପତି ଜିଲ୍ଲା ସାଧାରଣ ସମ୍ପାଦିକା ଶ୍ରୀମତୀ ଲିଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।  ଶ୍ରୀ ଆଲୋକ ବୋଷ ଆନ୍ତର୍ଜାତୀୟ ପରିଷଦର ଓଡିଶାରେ ପରିଷଦର ଶିଶୁ ପରିବାର ଏବଂ ମହିଳା ବିଭାଗର ରାଜ୍ୟ ସଭାସତି ଭାବେ ରହି ବହୁ ବିବାଦୀୟ ସମସ୍ୟାର ସମାଧାନ କରି ଲୋକଙ୍କୁ ସେମାନେଙ୍କ ହକ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିବା ସହ ତାଙ୍କର ଏଭଳି ସାମାଜିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ପରିପ୍ରେକ୍ଷୀରେ ଶ୍ରୀ ବୋଷଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଶ୍ରୀ ବୋଷଙ୍କ ଏଭଳି ଆନ୍ତର୍ଜାତିକ ସମ୍ମାନ ପାଇଥିବା କୃତିତ୍ୱ ପ୍ରତି ପାରଳାଖେମୁଣ୍ଡି ଠାରେ ତାଙ୍କୁ ବିଭିନ୍ନ ମହଲରେ ଅଭିନନ୍ଦନ ସ୍ୱାଗତ କରାଯାଇଛି । ଏହି ଅବସରରେ ପାରଳାଖେମୁଣ୍ଡି ଠାରେ ଥିବା ବୋଷ ଷ୍ଟୁଡିଓ ପରିସରରେ ଆୟୋଜିତ ଏକ  ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଏୱାର୍ଡ ଶ୍ରୀ ଆଲୋକ ବୋଷ କହିଛନ୍ତି ଯେ , ଏହି ସମ୍ମାନ ପାଇବାରେ ମୁଁ ମୋ ଟିମକୁ ମୁଖ୍ୟତଃ ଭାବେ ମୁଁ ଶ୍ରେୟ ଦେଉଛି । ପ୍ରତ୍ୟେକ କ୍ଷେତ୍ରରେ ଟିମର ସମ୍ପୂର୍ଣ୍ଣ ସହଯୋଗ ରହି ଆସିଥିବା ଯୋଗୁଁ ହିଁ ଆଜି ମୁଁ ଏଇ ସମ୍ମାନ ପାଇବାର ଅଧିକାରୀ ହୋଇପାରିଛି । ଏହି ସମ୍ମାନ ମୋତେ ମିଳିଥିବା ଯୋଗୁଁ ଆଗକୁ ଆହୁରି ଅଧିକ ମାତ୍ରାରେ ଲୋକଙ୍କ ଅଧିକାର ଦେବା ଦିଗରେ ପ୍ରେରଣା ଯୋଗାଇବ ବୋଲି କହିଥିଲେ ।ମୁଖ୍ୟତଃ ଭାବେ ଶ୍ରୀ ଆଲୋକ ବୋଷ , ଗଜପତି ଜିଲ୍ଲାର ପ୍ରତ୍ୟେକ ବ୍ଲକାଞ୍ଚାଳକୁ ଯାଇ ଲୋକମାନଙ୍କୁ ମାନବ ଅଧିକାର ବିଷୟବସ୍ତୁ ସମ୍ପର୍କରେ ସଚେତନ କରାଇ ଆସୁଥିବା ସହ ବିଭିନ୍ନ ବିବାଦୀୟ ସମସ୍ୟାର ସମାଧାନ କରି ଲୋକଙ୍କୁ ସେମାନଙ୍କ ହକ ତଥା ଅଧିକାର ଦେବାରେ ସହାୟକ ହେଉଛନ୍ତି ।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିଥି ଭାବେ ଜିଲ୍ଲା ଚାଇଲଡ଼ ଲାଇନର ସଂଯୋଜକ ଶ୍ରୀ ନାଗେଶ୍ବର ଚୌଧୁରୀ , ଆଇନ ପରାମର୍ଶଦାତା ଶ୍ରୀ ଶଶାଙ୍କ ଶେଖର ସାବତଙ୍କ ସମେତ  ଶ୍ରୀ ପ୍ରଦୀପ ଚୌଧୁରୀ , ସାଉଥ ଡିଭିଜନର ସଭାପତି ଶ୍ରୀ ସନାତନ ବେହେରା , ଶ୍ରୀ ପ୍ରବୀଣ କୁମାର ଲିମା , ମହିଳା ବିଭାଗ ସଭାପତି ଶ୍ରୀମତୀ ମଞ୍ଜୁଳା ଚୋଧୁରୀ , ସାଙ୍ଗଠନିକ ସମ୍ପାଦିକା ଶ୍ରୀମତୀ ସୁମିତା ପଣ୍ଡା ଏବଂ ଜେନେରାଲ ସେକ୍ରେଟାରୀ ଶ୍ରୀମତୀ ଲିଲି ସାହୁ ପ୍ରମୁଖ ମଞ୍ଚାସୀନ ରହି ଶ୍ରୀ ବୋଷଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ-ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରଞ୍ଜିତ କୁମାର ପ୍ରଧାନ , ନିତ୍ୟାନନ୍ଦ ମଣ୍ଡଳ , ଶ୍ରୀନୁ ମିଶାଲ , ସୁସଦଶ ଗୁରୁ , ରବିନ୍ଦ୍ର କୁମାର ଭୂୟାଁ , ସୁଶାନ୍ତ ଗମାଙ୍ଗ , ପି.ସୁରେଶ କୁମାର , ହେମନ୍ତ କୁମାର ପଟ୍ଟନାୟକ , ରବୀନ୍ଦ୍ର କୁମାର ପଣ୍ଡା ,ବି.ମୁରଲୀ ପ୍ରମୁଖ ଉପସ୍ଥିତ ଥିଲେ।

ଘୁ.ଉଦୟଗିରି ପୁଲିସ ଦ୍ୱାରା ହେଲମେଟ ଯାଞ୍ଚ ବେଳେ ଉତ୍ତେଜନା;କାର୍ଯ୍ୟରତ ମହିଳା ପୁଲିସ ଏସଆଇ ଯୁବକଙ୍କ ମୋବାଇଲ ଝାମ୍ପି ନେଇ ଥିବା ଅଭିଯୋଗ..!

!!! କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ରୁ ପ୍ରତିନିଧି ତପସ୍ବିନୀ ମଲ୍ଲିକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଘୁ.ଉଦୟଗିରି) – ସରକାରଙ୍କ ଆଇନ ପ୍ରଣୟନ ପରେ ଘୁ.ଉଦୟଗିରି ପୁଲିସ ଦ୍ୱାରା ହେଲମେଟ, ଇନ୍ସୁରାନ୍ସ ଏବଂ ଗାଡ଼ି କାଗଜ ପତ୍ର ଯାଞ୍ଚ କୁ କଡ଼ାକଡ଼ି କରାଯାଇଛି I ପ୍ରତ୍ୟକ ଦିନ ଘୁ.ଉଦୟଗିରି ପୁଲିସ ଘୁ.ଉଦୟଗିରି ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଥିବାର ଦେଖା ଦେଇଛି I ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସ୍ଥାନୀୟ ପୁଲିସ ଦ୍ୱାରା ଗାନ୍ଧୀ ଛକ ଠାରେ ଏସଆଇ କୌଶଲ୍ୟା ବେହେରା ଦ୍ୱାରା ଯାଞ୍ଚ କରା ଯାଇଥିଲା I ଏହି ସମୟରେ ଉତ୍ତେଜନା ପ୍ରକାଶ ପାଇ ଥିଲା I ଘଟଣା ସ୍ଥଳରେ ଏଏସଆଇ ସୁବାଷ ପ୍ରଧାନ ପୁଲିସ ଫୋର୍ସ ସହ ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିବା ପରେ ଉତ୍ତେଜନା ଥମି ଥିଲା I ସନ୍ଧ୍ୟା ସମୟରେ କନାବାଗେରି ଗ୍ରାମର ସୁମିତ କୁମାର ମହାରଣା କୌଣସି ଜରୁରୀ କାଳୀନ କାମ ପାଇଁ ବିନା ହେଲମେଟରେ ବଜାର ଆସି ଥିଲେ I ଏହି ସମୟରେ ପୁଲିସ ତାଙ୍କୁ ଅଟକାଇ ଯାଞ୍ଚ କରି ପ୍ରଥମେ ଗାଡ଼ି ଚାବି ନେଇ ଥିଲେ I ଯୁବକ ଯୁବକ ଜଣକ ଫାଇନ ଦେବାକୁ ରାଜି ହୋଇ ଥିଲେ ଏବଂ ଉପସ୍ଥିତ ପୁଲିସ କର୍ମଚାରୀ ଏସଆଇ କୌଶଲ୍ୟା ବେହେରାଙ୍କୁ ଚାଲାଣ କାଟିବା ପାଇଁ କହି ଥିଲେ I ପୁଲିସ ୧୦୦୦ ଟଙ୍କାର ଫାଇନ ଚାଲାଣ ସୁମିତଙ୍କୁ ଦେଇ ଥିଲେ I କେଉଁ କେଉଁ ବାବଦକୁ ଫାଇନ କଟା ଯାଇ ଥିଲା ବୋଲି ସୁମିତ ଚାଲାଣ କାଟି ଥିବା ମହିଳା ପୁଲିସ କର୍ମଚାରିଙ୍କୁ ପଚାରି ଥିଲା I ଏହି ସମୟରେ ପୁଲିସ ତାଙ୍କୁ ଅସଦ ବ୍ୟବହାର କରିଥିବା ସୁମିତ କୁମାର ମହାରଣା ଅଭିଯୋଗ କରିଛନ୍ତି I ଏହା ପରେ ମହିଳା ପୁଲିସ କର୍ମଚାରୀ ଏବଂ ସୁମିତ କୁମାର ମହାରଣାଙ୍କ ମଧ୍ୟରେ ବହୁତ ସମୟ ଧରି କଥା କିଟାକଟି ହୋଇ ଥିଲା I ସେହି ପରି ନୂଆସାହି ଗ୍ରାମର ଅଶୋକ ନାୟକ ନାମକ ଜଣେ ବ୍ୟକ୍ତି ଗାନ୍ଧୀ ଛକରେ ଥିବା ଔଷଧ ଦୋକାନକୁ ତାଙ୍କ ସ୍ତ୍ରୀଙ୍କ ପାଇଁ ଜରୁରୀ ଔଷଧ ଆଣିବା ସକାଶେ ବିନା ହେଲମେଟରେ ଆସି ପୁଲିସ ହାତରେ ଧରା ପଡ଼ି ଥିଲେ ଏବଂ ପୁଲିସକୁ ଛାଡ଼ି ଦେବା ପାଇଁ ଅନୁରୋଧ କରିବା ସହ ସମସ୍ତ ସରକାରୀ ଫାଇନ ପଇଠ କରିବା ପାଇଁ ରାଜି ହୋଇ ଥିଲେ I ଏହି ସମୟରେ ତାଙ୍କ ପୁଅ ଆଲଫାନ୍ସ ନାୟକ ଏବଂ ତାଙ୍କ ବଡଭାଇ ସେଠାରେ ପହଞ୍ଚି ପୁଲିସକୁ ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ମୋବାଇଲରେ ଭିଡିଓ ଉତ୍ତଳନ କରୁଥିଲେ I ଏଥିରେ ଉତ୍ୟକ୍ତ ହୋଇ ମହିଳା ପୁଲିସ ଏସଆଇ କୌଶଲ୍ୟା ବେହେରା ତାଙ୍କର ମୋବାଇଲ ଝାମ୍ପି ନେଇ ଥିବା ଅଲଫାନ୍ସ ନାୟକ ଅଭିଯୋଗ କରିଛନ୍ତି I ଯାହା ପାଇଁ ମହିଳା ପୁଲିସ ଏବଂ ଯୁବକଙ୍କ ମଧ୍ୟରେ ବହୁତ ସମୟ ଧରି କଥା କଟାକଟି ହେବା ପରେ ଉତ୍ତେଜନା ପ୍ରକାଶ ପାଇ ଥିଲା I ଆଜି ଘୁ. ଉଦୟଗିରି ପୁଲିସ ଦ୍ୱାରା ଅକସ୍ମାତ ଗାନ୍ଧୀ ଛକ ଠାରେ ଯାନବାହନ ଯାଞ୍ଚ କରା ଯାଇ ଥିଲା I ଆମ ପୁଲିସ କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଜନତା ଏବଂ ପୁଲିସ ମଧ୍ୟରେ ଥିବା ଦୁରତାକୁ ସମାପ୍ତ କରି ନିକଟତର କରିବା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଉଦ୍ୟମ ଜାରି ରଖିଛନ୍ତି I କିନ୍ତୁ ଘୁ.ଉଦୟଗିରି ପୁଲିସର କିଛି ପୁଲିସ କର୍ମଚାରୀ ଜନତାଙ୍କ ନିକଟତର ହେବା ପାଇଁ ଚାହୁଁ ନାହାନ୍ତି I ଯାହାକି ଏହି ପୁଲିସ କର୍ମଚାରୀ ସରକାରୀ ଉଦ୍ୟମକୁ ଫୁ କରୁଥିବା ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି I ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ସହ ପୁଲିସ ଏବଂ ଜନତା ମଧ୍ୟରେ ଉତ୍ତମ ବୁଝାବଣା ପାଇଁ ଦୃଷ୍ଟି ଦେବା ସକାଶେ ସାଧାରଣରେ ଦାବୀ ହୋଇଛି I

୧୦ ଜିଲ୍ଲା ସର୍ବାଧିକ ପ୍ରଭାବିତ ଚିହ୍ନଟ ; ନିଶାମୁକ୍ତ ଅଭିଯାନ ଫୁ ..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଓଡ଼ିଶାର ୧୦ଟି ଜିଲ୍ଲା ସମେତ ଦେଶର ୨୭୨ଟି ଜିଲ୍ଲାକୁ ନିଶାଦ୍ରବ୍ୟ ଦ୍ୱାରା ସର୍ବାଧିକ ପ୍ରଭାବିତ ବୋଲି ଚିହ୍ନଟ କରି କେନ୍ଦ୍ର ସରକାର ଆବଶ୍ୟକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିଥିଲେ ମଧ୍ୟ ଓଡ଼ିଶା ସରକାର ଏ ଦିଗରେ ସାମାନ୍ୟତମ ଆଗ୍ରହ ଦେଖାଇ ନାହାନ୍ତି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ୨୭୨ଟି ଜିଲ୍ଲାରେ ‘ନିଶାମୁକ୍ତ ଭାରତ ଅଭିଯାନ’ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ପ୍ରସ୍ତୁତ ଆକ୍ସନ୍ ପ୍ଲାନରେ ୨୬୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ଚିହ୍ନଟ ଜିଲ୍ଲାରେ ଏହି ନିଶାମୁକ୍ତ ସଚେତନତା ଅଭିଯାନ ଜୋରଦାର ଢଙ୍ଗରେ ଆରମ୍ଭ ହୋଇଥିଲେ ମଧ୍ୟ ଓଡ଼ିଶା ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ‘ନିଶାମୁକ୍ତ ଭାରତ ଅଭିଯାନ’ କାର୍ଯ୍ୟକ୍ରମରେ ରାଜ୍ୟର ୧୦ଟି ଜିଲ୍ଲା ଅନୁଗୋଳ, ବୌଦ୍ଧ, କଟକ, ଦେବଗଡ଼, ଗଜପତି, କନ୍ଧମାଳ, ମାଲକାନଗିରି, ପୁରୀ, ରାୟଗଡ଼ା ଓ ସମ୍ବଲପୁରକୁ ସର୍ବାଧିକ ପ୍ରଭାବିତ ଭାବେ ଚିହ୍ନଟ କରିଥିଲେ। ୨୦୨୦ ଅଗଷ୍ଟ ୧୫ତାରିଖରେ ଏହି ଅଭିଯାନକୁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ଦେଶବ୍ୟାପୀ କାର୍ଯ୍ୟକାରୀ କରିଥିଲା। ଚିହ୍ନଟ ହୋଇଥିବା ଜିଲ୍ଲାଗୁଡ଼ିକରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରିବା ନିମନ୍ତେ ମନ୍ତ୍ରଣାଳୟ ସର୍ବୋଚ୍ଚ ପ୍ରାଥମିକତା ଦେଉଛି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ସହଯୋଗରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦେଶର ଯୁବପୀଢ଼ୀଙ୍କୁ ନିଶାସେବନରୁ ଦୂରେଇ ରଖିବା ନିମନ୍ତେ ବ୍ୟାପକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛି। ରାଜ୍ୟଗୁଡ଼ିକ ମଧ୍ୟ ସ୍ଥାନୀୟ ଆବଶ୍ୟକତା ଅନୁରୂପ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ନିଶାମୁକ୍ତ ଅଭିଯାନକୁ ସଫଳ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ। ତେବେ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ୨ମାସ ବାକି ଥିବାବେଳେ ଏପର୍ଯ୍ୟନ୍ତ ଓଡ଼ିଶା ସରକାର ଏହି ନିଶାମୁକ୍ତ ଅଭିଯାନକୁ ଉପରୋକ୍ତ ୧୦ଟି ସର୍ବାଧିକ ପ୍ରଭାବିତ ଜିଲ୍ଲାରେ ଆରମ୍ଭ କରିବାରେ ସକ୍ଷମ ହୋଇନାହାନ୍ତି। ଏପରିକି କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ନିଶାମୁକ୍ତ ଭାରତ ଅଭିଯାନ ଲକ୍ଷ୍ୟକୁ ହାସଲ କରିବା ନିମନ୍ତେ ଯେଉଁ ପରାମର୍ଶ ଦିଆଯାଇଛି ତାକୁ ବି ଗ୍ରହଣ କରିବା ମୁଡରେ ଓଡ଼ିଶା ସରକାର ନାହାନ୍ତି । ଯାହାକି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜାନୁୟାରୀ ୨୦ତାରିଖରେ ଉପରୋକ୍ତ ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଲେଖିଥିବା ଚିଠିରୁ ପରୋକ୍ଷରେ ପ୍ରମାଣିତ ହେଉଛି। ବିଭାଗର ନିର୍ଦ୍ଦେଶକ ବ୍ରତତୀ ହରିଚନ୍ଦନ ଏହି ୧୦ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି କହିଛନ୍ତି ଯେ, ‘ନିଶାମୁକ୍ତ ଭାରତ ଅଭିଯାନ’ର ନ୍ୟୁଜଲେଟର ଡିସେମ୍ବର ମାସରେ ପ୍ରକାଶିତ ହୋଇଛି। ଏଥିରେ ରାଜ୍ୟଗୁଡ଼ିକ ନିଶାମୁକ୍ତ ନିମନ୍ତେ କରିଥିବା କାର୍ଯ୍ୟକ୍ରମଗୁଡ଼ିକ ସ୍ଥାନ ପାଇଛି। ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସ୍ୱତନ୍ତ୍ର ନ୍ୟୁଜଲେଟର(ଦ୍ୱିତୀୟ ସଂସ୍କରଣ)ରେ ୧୮ଟି ରାଜ୍ୟରେ ନିଶାମୁକ୍ତି ଦିଗରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସାମିଲ ରହିଛି। ମାତ୍ର ସେଥିରେ ଓଡ଼ିଶା ନାହିଁ। ଏହି ନ୍ୟୁଜଲେଟରକୁ ଉପରୋକ୍ତ ୧୦ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ନିକଟକୁ ପଠାଇ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅନୁରୂପ କାର୍ଯ୍ୟକ୍ରମମାନ ଆୟୋଜନ କରି ତା’ର ଆକ୍ସନଟେକେନ ରିପୋର୍ଟ ଦାଖଲ କରିବାକୁ କହିଛି। ଯାହାଫଳରେ ଭବିଷ୍ୟତରେ ପ୍ରକାଶିତ ହେବାକୁ ଥିବା ନ୍ୟୁଜଲେଟରରେ ଓଡ଼ିଶା ସ୍ଥାନ ପାଇପାରିବ। ତେବେ ପ୍ରଶ୍ନ ଉଠୁଛି, ଅଗଷ୍ଟ ୧୫ତାରିଖରୁ କେନ୍ଦ୍ର ସରକାର ନିଶାମୁକ୍ତ ଭାରତ ଅଭିଯାନ ଆରମ୍ଭ କରି ତା’ର ଗାଇଡଲାଇନ୍ ସହ ଆବଶ୍ୟକ ଅର୍ଥ ରାଜ୍ୟ ସରକାରଙ୍କୁ ପ୍ରଦାନ କରିସାରିଥିବାବେଳେ ଚିହ୍ନଟ ସର୍ବାଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଏ ନେଇ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ କାହିଁକି ଆରମ୍ଭ ହୋଇପାରିନି। ସତରେ ସରକାର ନିଶାମୁକ୍ତ ଜିଲ୍ଲା ଚାହୁଁଛନ୍ତି ନା କେବଳ କେନ୍ଦ୍ର ସରକାରଙ୍କ ନ୍ୟୁଜଲେଟରରେ ଓଡ଼ିଶା ସ୍ଥାନ ପାଇବାକୁ ଧର୍ମକୁ ଆଖିଠାର ମାରିବା ଭଳି କାର୍ଯ୍ୟକ୍ରମ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ଗାଁ ଗହଳିରେ ମଦର ଅବାଧ କାରବାର ଯୋଗୁ ରାଜ୍ୟରେ ଅବକାରୀ ଟିକସ ପ୍ରତିବର୍ଷ ଆଖିଦୃଶିଆ ଭାବେ ବଢ଼ିବାରେ ଲାଗିଛି। ୨୦୦୦-୦୧ରେ ଅବକାରୀ ଟିକସ ବାବଦରେ ମାତ୍ର ୧୩୫କୋଟି ଟଙ୍କା ମିଳୁଥିବାବେଳେ ୨୦ବର୍ଷ ଭିତରେ ତାହା ବୃଦ୍ଧି ପାଇ ୨୦୧୯-୨୦ରେ ପ୍ରାୟ ୪୬୦୦କୋଟି ଟଙ୍କାରେ ପହଂଚିଛି।

‘ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡା ଗାଁକୁ ଆଦର୍ଶ ଗ୍ରାମ କରାଯିବ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ’ ।

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)-“ଆଜି ହେଉଛି ଏକ ପବିତ୍ର ଦିନ। ଆଜିର ଦିନରେ ଦୁଇ ଜଣ ବରପୁତ୍ର ଜନ୍ମଗ୍ରହଣ କରିଥିଲେ। କଟକରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏ। ପରାଧୀନ ଦେଶବାସୀଙ୍କୁ ସ୍ୱାଧୀନ କରିବା ପାଇଁ ସୁରେନ୍ଦ୍ର ସାଏ ଜେଲ ଯାଇଥିଲେ। ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନରେ ଏକ ପ୍ରେରଣା ମନ୍ଦିର ନିର୍ମାଣ କରାଯିବ। ଏହି ପ୍ରେରଣା ମନ୍ଦିର ପରବର୍ତ୍ତୀ ପିଢିଙ୍କୁ ଦେଶପ୍ରେମରେ ଉଦ୍‌ବୃଦ୍ଧ କରିବ। ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡା ଗାଁକୁ ଆଦର୍ଶ ଗ୍ରାମ କରାଯିବ।” ଖିଣ୍ଡା ଗାଁରେ ବୀର ସୁରେନ୍ଦ୍ର ସାଏ ଦାୟାଦଙ୍କୁ ଭେଟିବା ପରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଖିଣ୍ଡା ଗାଁକୁ ଯିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ। ଶ୍ରୀ ପ୍ରଧାନ କହିଥିଲେ-“୨୦୧୮ ସେପ୍ଟେମ୍ୱର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ସ୍ଥିତ ବିମାନବନ୍ଦରକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହି ବିମାନବନ୍ଦରକୁ ଏ ମାଟିର ବରପୁତ୍ର ଓ ଶୌର୍ଯ୍ୟର ପ୍ରତୀକ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରି ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଆ ଜାତିକୁ ସମ୍ମାନିତ କରିଥିଲେ। ସ୍ୱାଧୀନତା ସଂଗ୍ରାମକୁ ଝାସ୍‌ ଦେଇଥିବା ବୀର ସୁରେନ୍ଦ୍ର ସାଏ ସର୍ବାଧିକ ବର୍ଷ ଜେଲରେ ରହିଥିବା ସଂଗ୍ରାମୀମାନଙ୍କ ମଧ୍ୟରେ ଅନ୍ୟତମ। ତାଙ୍କ ଜନ୍ମସ୍ଥାନକୁ ଉଚ୍ଚସ୍ତରର ପର୍ଯ୍ୟଟନ ସ୍ଥଳି କରିବା ପାଇଁ ଏଠାରେ ସବୁ ପ୍ରକାର ବ୍ୟବସ୍ଥା ରହିଥିବା ବେଳେ ଏଥିପାଇଁ ସମସ୍ତେ ସାମୂହିକ ଉଦ୍ୟମ କରିବା ଦରକାର।”ଶ୍ରୀ ପ୍ରଧାନ ଆହୁରି କହିଛନ୍ତି-“ଝାରସୁଗୁଡ଼ାରେ ଅନେକ ଖଣିଜ ସମ୍ୱଳ ରହିଛି। ଏଥିସହ ପର୍ଯ୍ୟଟନ ଶିଳ୍ପକୁ ତ୍ୱରାନ୍ୱିତ କରିବାର ଅପାର ସମ୍ଭାବନା ରହିଛି। ମୋଦି ସରକାର ଏହି ଅଞ୍ଚଳର ଅର୍ଥନୀତି ଓ ସାମାଜିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ଦିଗରେ ବଦ୍ଧ ପରିକର।” ଉଲ୍ଲେଖନୀୟ ଯେ, ଏହି ପ୍ରତିମୂର୍ତ୍ତି ଲୋକାର୍ପଣ ଉତ୍ସବରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ। ଅପରପକ୍ଷରେ ପ୍ରତିମୂର୍ତି ଉନ୍ମୋଚନ କରିବା ପରେ ଶ୍ରୀ ପ୍ରଧାନ ବୀର ସୁରେନ୍ଦ୍ର ସାଏଙ୍କୁ ଜନ୍ମସ୍ଥାନ ସମ୍ୱଲପୁର ଜିଲ୍ଲା ଖିଣ୍ଡାକୁ ଯାଇ ତାଙ୍କ ଦାୟଦମାନଙ୍କୁ ଭେଟି ଆଲୋଚନା କରିଥିଲେ।

ଏବେ ନୂତନ ଢାଞ୍ଚାରେ ହେବ ଯୁକ୍ତ ଦୁଇ ପରୀକ୍ଷା !

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଚିନ୍ତା । କେଉଁ ଢାଞ୍ଚାରେ ପରୀକ୍ଷା ହେବ ?  ସିଲାବସ କଣ ରହିବ? କେତେ ମାର୍କର ପରୀକ୍ଷା ଦେବାକୁ ପଡ଼ିବ? ପରୀକ୍ଷା ନିଜ କଲେଜରେ ହେବ ନା ପିଲାଙ୍କୁ ଅନ୍ୟତ୍ର ଯିବାକୁ ପଡିବ? ପ୍ରାକଟିକାଲ ପରୀକ୍ଷାର ନିୟମ ବଦଳିବ ନା ଅପରିବର୍ତ୍ତିତ ରହିବ ? ଛାତ୍ର ଓ ଅଭିଭାବକ, ସମସ୍ତଙ୍କ ମନରେ ଏବେ ଏଭଳି ଅନେକ ପ୍ରଶ୍ନ । କାରଣ ମାଟ୍ରିକ ଓ ଯୁକ୍ତ ଦୁଇ ଉଭୟ  ସ୍କୁଲ  ଓ ଗଣଶିକ୍ଷା ବିଭାଗରେ ଆସୁଛନ୍ତି । ତେବେ ମାଟ୍ରିକ୍ ପରୀକ୍ଷା ପରିଚାଳନା ନେଇ ଗଣଶିକ୍ଷା ବିଭାଗ ଇତି ମଧ୍ୟରେ ବିସ୍ତୃତ ଗାଇଡଲାଇନ ଜାରି କରିସାରିଛି । ମାତ୍ର  ଯୁକ୍ତ ଦୁଇ ଲାଗି ଉଚ୍ଚ ମାଧମିକ ଶିକ୍ଷା ପରିଷଦ ପକ୍ଷରୁ ସେଭଳି କୌଣସି ଘୋଷଣା କରାଯାଇନାହିଁ । କରୋନା କଟକଣା ଭିତରେ ଶହେ ଦିନର କ୍ଲାସ କରି ପରୀକ୍ଷା ଲାଗି ନିଷ୍ପତ୍ତି ହୋଇଛି ସିନା ବ୍ୟବସ୍ଥାରେ ସ୍ପଷ୍ଟତା ଆସିନଥିବାରୁ ପିଲାଙ୍କ ମନରେ ଦ୍ୱଦ୍ୱ ବଢିବାରେ ଲାଗିଛି। ଏପଟେ ସ୍କୁଲ ଓ ଗଣଶିକ୍ଷା ବିଭାଗ ମାଟ୍ରିକ୍ ପରୀକ୍ଷା ଫି ଛାଡ଼ କରିଛି । ସେହିପରି ପିଲାଙ୍କୁ ପରୀକ୍ଷାରେ ସହାୟତା କରିବାକୁ ମାଗଣାରେ ପରୀକ୍ଷା ଦର୍ପଣ ଯୋଗାଇ ଦେବାକୁ ଘୋଷଣା ମଧ୍ୟ କରିଛି । ଏବେ ପ୍ରଶ୍ନ, ସମାନ ବିଭାଗ ଅଧିନରେ ଥିଲେ ମଧ୍ୟ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ କାହିଁକି ଚିତ୍ର ସ୍ପଷ୍ଟ କରାଯାଉନି ? ମାଟ୍ରିକ୍ ଭଳି ଯୁକ୍ତ ଦୁଇ ପିଲାଙ୍କ ପରୀକ୍ଷା ଫି ଛାଡ଼ ସହିତ ସେମାନଙ୍କ ଲାଗି ବି ମାଗଣା ଟେଷ୍ଟ ପେପର ବ୍ୟବସ୍ଥା କରିବାକୁ ଅଭିଭାବକ ସଂଘ ଦାବି କରିଛି । ଅନ୍ୟପକ୍ଷରେ ଇତି ମଧ୍ୟରେ ସିବିଏସ୍ଇ ମଧ୍ୟ ଏହାର ପରୀକ୍ଷା ଗାଇଡଲାଇନ୍  ଜାରି କରି ସାରିଛି । ତେଣୁ ସିଏଚଏସଇ ମଧ୍ୟ ତୁରନ୍ତ ପିଲାଙ୍କ ଦ୍ୱନ୍ଦ୍ୱ ଦୂର କରିବା ଜରୁରୀ ବୋଲି ଶିକ୍ଷାବିତ୍ ମତ ଦେଇଛନ୍ତି । ତେବେ ଏନେଇ ସ୍କୁଲ ଓ ଗଣଶିକ୍ଷା କିମ୍ବା ସିଏଚଏସି ର ପ୍ରତିକ୍ରିୟା ମିଳିପାରିନାହିଁ । ମେ ୪ରୁ ଜୁନ୍ ୧୦ ମଧ୍ୟରେ ସିବିଏସି ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହେବ।  ମାର୍ଚ୍ଚ ୧ରୁ ଉଭୟ ଶ୍ରେଣୀ ଲାଗି ପ୍ରାକ୍ଟିକାଲ ପରୀକ୍ଷା ହେବ । ଜାନୁଆରୀ ୮ରୁ ଆରମ୍ଭ ହୋଇଥିବା ଯୁକ୍ତ ଦୁଇ ଶେଷ ବର୍ଷର ଶିକ୍ଷାଦାନ ଏପ୍ରିଲ ୨୮ ଯାଏ ଚାଲିବ । ମେ ୧୫ରୁ ଜୁନ୍  ୧୧ ମଧ୍ୟରେ ପରୀକ୍ଷା ହେବ।ଏଣେ ଏପ୍ରିଲରେ ପ୍ରାକ୍ଟିକାଲ ପରୀକ୍ଷା ହେବାକୁ ଥିବା ବେଳେ ସିଏଚ୍ଏସ୍ଇ ପରୀକ୍ଷା ପ୍ରଣାଳୀ ଘୋଷଣା କରିନଥିବାରୁ କିଭଳି ନିଜକୁ ପ୍ରସ୍ତୁତ କରିବେ ତାକୁ ନେଇ ପିଲାଙ୍କ ଚିନ୍ତା ବଢିଛି।

ଜମି ମାଫିଆଙ୍କୁ ସୁରକ୍ଷା ଦେବା ପାଇଁ ବଦଳିଗଲା କି ବସ୍ ଟର୍ମିନାଲ୍ ର ଠିକଣା ବୋଲି ପ୍ରଶ୍ନ କଲା ବିଜେପି ?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)-  ଗୋପାଳପୁରରେ ବସ୍‌ ଟର୍ମିନାଲ୍ ନିର୍ମାଣ ପାଇଁ ହଁ କହିଥିଲେ ସରକାର। ସେଥିପାଇଁ ଜମି ଅଧିଗ୍ରହଣ ମଧ୍ୟ କରିଥିଲେ। ଏହା ସତ୍ତ୍ୱେ ଖାନନଗରରେ କାହିଁକି ଟର୍ମିନାଲର ଶିଳାନ୍ୟାସ କରାଗଲା? ଜମି ମାଫିଆଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତି ବଦଳାଇ ନାହାନ୍ତି ତ ? ଆଜି ଏପରି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ସାଲେପୁର ବିଧାୟକ ତଥା ବିଜେପି ନେତା ପ୍ରକାଶ ବେହେରା। ପ୍ରକାଶ ବେହେରା କହିଛନ୍ତି-“୨୦୧୩ ମସିହାରେ ଗୋପାଳପୁର-ବାଲିକୁଦାରେ ୪୩ ଏକର ଜମିରେ ବସ୍‌ ଚର୍ମିନାଲ୍ ନିର୍ମାଣ ପାଇଁ ରାଜ୍ୟ ସରକାର ଶିଳାନ୍ୟାସ କରିଥିଲେ। ୪୩ ଏକର ଜମିରୁ ଜିଲ୍ଲା ପ୍ରଶାସନ ୩୦ ଏକର ଜମି ନିଜ କବ୍‌ଜାକୁ ନେଇଥିଲା। ବାକି ୧୩ ଏକର ଜମି ନିଜ କବ୍‌ଜାକୁ ନେଇ ପାରିନଥିଲେ। କାରଣ ଏହି ଜମିକୁ ରାଜ୍ୟ ସରକାରଙ୍କ ଅଧିକାରୀ ଓ ଜମି ମାଫିଆମାନେ ମାଡ଼ି ବସିଛନ୍ତି। ସେମାନଙ୍କୁ ସରକାର ଉଠାଇ ପାରୁନାହାନ୍ତି। ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଖାନନଗରରେ ବସ୍‌ ଟର୍ମିନାଲ୍ ନିର୍ମାଣ କରାଯାଉନି ତ? ବର୍ତ୍ତମାନ ଖାନନଗରରେ ୧୦ରୁ ୧୧ ଏକର ଜମିରେ ବସ୍‌ ଟର୍ମିନାଲ୍ ନିର୍ମାଣ କରିବାକୁ ଯୋଜନା କରାଯାଉଛି, ଯାହା ପର୍ଯ୍ୟାପ୍ତ ନୁହେଁ। ଏହା ସମସ୍ତେ ଜାଣିଛନ୍ତି। ଗୋପାଳପୁରରେ ୪୩ରୁ ୧୩ ଏକର ଜାଗା ମିଳୁନଥିବାରୁ ନିଷ୍ପତ୍ତି ବଦଳାଇଲେ କି ସରକାର? ଏଥିରୁ ଗୋଟିଏ କଥା ସ୍ପଷ୍ଟ ଭାବେ ଜଣାପଡ଼ୁଛି, ମୁଖ୍ୟମନ୍ତ୍ରୀ ବୋଧହୁଏ ଗୋପାଳପୁରରେ ପ୍ରସ୍ତାବିତ ବସ୍‌ ଟର୍ମିନାଲ୍ ସଂପର୍କରେ ଜାଣିନାହାନ୍ତି।” ସେ ଆହୁରି କହିଛନ୍ତି-“ଆସନ୍ତା ପୌର ନିର୍ବାଚନକୁ ଲକ୍ଷ୍ୟ ରଖାଯାଇ ଏହା ହେଉଛି ମୁଖ୍ୟମନ୍ତ୍ରୀ ଭେଳିକି। ନିର୍ବାଚନ ଆସିଲେ ରାଜ୍ୟ ସରକାରଙ୍କର ବିକାଶ କଥା ମନେ ପଡ଼େ। ଶିଳାନ୍ୟାସ ନାଁରେ କଟକ ସହରରେ ପୋତା ଯାଇଛି ଶହଶହ ଫଳକ। ନିର୍ବାଚନ ଆସିଲେ ଏହି ଫଳକ କଥା ମନେପଡ଼େ। ଏଥିରୁ ଜଣାପଡ଼ୁଛି ରାଜ୍ୟରେ ମିଛୁଆ ସରକାର ଚାଲିଛି। ଫଳକ ଲଗାଇବା ସରକାର ଚାଲିଛି।” କଟକ ଖାନନଗରରେ ନେତାଜୀ ବସ୍ ଟର୍ମିନାଲ୍‌ ଶିଳାନ୍ୟାସ ହୋଇଛି। ନେତାଜୀ ଜୟନ୍ତୀ ଅବସରରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟର୍ମିନାଲର ଶିଳାନ୍ୟାସ କରିଛନ୍ତି। ୧୨ ଏକର ଜାଗାରେ ଏହି ବସ୍ ଟର୍ମିନାଲ ନିର୍ମାଣ ହେବ। ଏଥିପାଇଁ ୬୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଟର୍ମିନାଲରେ ନେତାଜୀଙ୍କ ସଂପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ କିଓସ୍କ ବ୍ୟବସ୍ଥା ରହିବ। ସେହିପରି ଟର୍ମିନାଲର ବିଭିନ୍ନ ସ୍ଥାନରେ ନେତାଜୀଙ୍କ ଜୀବନୀ ସଂପର୍କିତ ଫଟୋ ଚିତ୍ର ସ୍ଥାନ ପାଇବ। 

ସରକାରୀ ସ୍କୁଲକୁ ଆସିଛି ୬ କୋଟି ଟଙ୍କାର କରେଣ୍ଟ ବିଲ୍‌ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ୟୁପି ସ୍କୁଲକୁ ଆସିଛି ୬ କୋଟି ଟଙ୍କାର ବିଜୁଳି ବିଲ୍‌। ବିଦ୍ୟୁତ ବିଲ୍‌ ପୈଠ ନକଲେ ସଂଯୋଗ କାଟିଦେବାକୁ ବିଭାଗର ଚେତାବନୀ। ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। ଏପରି ଅଭିଯୋଗ କଟକ ଜିଲ୍ଲାରୁ ଆସିଛି। ଘଟଣାଟି ହେଲା,୨୦୧୬ ମସିହାରେ କଣ୍ଟାପଡା ବ୍ଲକ୍‌ ଶିଶୁଆ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ ଦିଆଯାଥିଲା। ୨୦୨୦ ଫେବୃଆରୀ ୧୨ ତାରିଖରେ ସ୍କୁଲକୁ ଅଡ଼ଶପୁର ବିଦ୍ୟୁତ କାର୍ଯ୍ୟାଳୟ ପକ୍ଷରୁ ୫ କୋଟି ୯୨ ଲକ୍ଷ ୭୨ ହଜାର ୭୮୪  ଟଙ୍କାର ବିଜୁଳି ବିଲ୍‌ ଆସିଥିଲା। ଏହି ବିଲ୍‌ ପାଇ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ କବିତା ରାଣୀ ସାହୁ ଚିନ୍ତାରେ ପଡ଼ି ଯାଇଥିଲେ। ସେ ଏନେଇ ଅଡ଼ଶପୁର ବିଦ୍ୟୁତ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ। ବିଦ୍ୟୁତ ବିଭାଗର ଯନ୍ତ୍ରୀ ଏହି ତୃଟିକୁ ସ୍ୱୀକାର କରିବା ସହିତ ମାସେ ମଧ୍ୟରେ ତୃଟି ସଂଶୋଧନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟରେ ବର୍ଷେରୁ ଅଧିକ ସମୟ ବତିଗଲାଣି। ବିଦ୍ୟୁତ ବିଭାଗ ତୃଟି ସଂଶୋଧନ କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିଛି। ବିଦ୍ୟୁତ ବିଲ୍‌ ତୃଟି ନେଇ ଅଡଶପୁର ବିଦ୍ୟୁତ କାର୍ଯ୍ୟାଳୟ ଯନ୍ତ୍ରୀ ବଇଦିକ ରଞ୍ଜନ ବିଶ୍ୱାଳ କହିଛନ୍ତି, ବୈଷୟିକ ତୃଟି ପାଇଁ ହୋଇଥିଲା। ଏବେ ସଂଶୋଧନ କରାଯାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ବିଦ୍ୟୁତ ବିଭାଗର ଏହା ବୈଷୟିକ ତୃଟି, ତାହାହେଲେ ସଂଶୋଧ କାହିଁକି ହେଉନି? ଏଥିପାଇଁ ପାଇଁ ବର୍ଷେରୁ ଅଧିକ କାହିଁକି ଲାଗୁଛି? ଏହା ପଛରେ ବିଦ୍ୟୁତ ବିଭାଗର ଅନ୍ୟ କୌଣସି କାରଣ ନାହିଁ ତ ?

ଆଜିର ରାଶିଫଳ – ୨୩ ଜାନୁଆରୀ, ଶନିବାର

ମେଷ: ଭାବପ୍ରବଣତା ଯୋଗୁଁ ମନୋବଳ ହ୍ରାସ ପାଇବ। ବିଭିନ୍ନ ପ୍ରକାର ଅସୁବିଧା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ପଡ଼ିବ। ଆର୍ଥିକ ଅନଟନକୁ ନେଇ ମାନସିକ ଦୁଶ୍ଚିନ୍ତା ବଢ଼ିପାରେ। ଛୋଟ କଥାକୁ ନେଇ ଚିନ୍ତାଗ୍ରସ୍ତ ହେବେ।

ବୃଷ: ଅନ୍ୟମାନଙ୍କ ପାଇଁ ନିଜକୁ ଉତ୍ତର ଦାୟୀ ହେବାକୁ ପଡ଼ିପାରେ। ମାନସିକ ଅସ୍ଥିରତା ଦେଖାଦେଇପାରେ। ଆୟ ଠାରୁ ବ୍ୟୟ ଅଧିକ ହେବ। ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ସମସ୍ୟାର ସମାଧାନ ହେବ।

ମିଥୁନ: ବନ୍ଧୁମାନେ ସହଯୋଗର ହାତ ବଢ଼ାଇବେ। ସମାଜ ସେବାରେ ମନ ବଳାଇବେ। ବ୍ୟବସାୟରେ ଆଶାତୀତ ଲାଭ ପାଇବେ। ପାରିବାରିକ ଜୀବନ ଭଲ ରହିବ।

କର୍କଟ: ଯାନ୍ତ୍ରିକ ତୃଟି ଯୋଗୁଁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେବ। ଅସୁସ୍ଥ ଅନୁଭବ କରିବେ। ଘରୋଇ କମ୍ପାନୀ ଚାକିରୀ କରିଥିବା ବ୍ୟକ୍ତିମାନେ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ଅପଦସ୍ତ ହେବେ।

ସିଂହ: ଗଠନମୂଳକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି। ଆପଣଙ୍କ ଉପଦେଶ ଅନ୍ୟମାନଙ୍କର କାମରେ ଲାଗିବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ।

କନ୍ୟା: ଆର୍ଥିକ ଚିନ୍ତା ମାନସିକ ଅଶାନ୍ତି ସୃଷ୍ଟି କରିବ। ନିଜ ଲୋକମାନେ ଶତ୍ରୁ ଭଳି ଆଚରଣ କରିବେ। ମହିଳାମାନେ ପ୍ରତ୍ୟେକଟି କାର୍ଯ୍ୟରେ ନିନ୍ଦିତ ହେବେ।

ତୁଳା: ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ। ଛାତ୍ରଛାତ୍ରୀମାନେ କ୍ୟାରିଅରକୁ ନେଇ ଚିନ୍ତିତ ରହିବେ। ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନର ସମ୍ମୁଖୀନ ହେବେ।

ବିଛା: ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁସ୍ୱାଦୁ ଭୋଜନ ଖାଇବେ। ସୁନାଗହଣା ଆଦି କିଣିବାର ସୁଯୋଗ ପାଇବେ।

ଧନୁ: ବିରୋଧୀଙ୍କ କାର୍ଯ୍ୟକଳାପ ଦେଖି ମନରେ ଭୟ ସୃଷ୍ଟି ହେବ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। କାର୍ଯ୍ୟକ୍ଷେତ୍ରରେ ଅଶାନ୍ତି ଓ ବାଦବିବାଦ ଦେଖାଦେବ।

ମକର: ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ। ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ପ୍ରତିକାର– ମା’ ଦକ୍ଷିଣକାଳୀଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ।

କୁମ୍ଭ: ପରିବାରରେ ସମସ୍ତେ ଖୁସିରେ ରହିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟରେ ଲାଭ ପାଇବେ। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ରହିବ।

ମୀନ: କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିପାରେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ସ୍ଥିତିରେ ସୁଧାର ଆସିପାରେ। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ।

କ୍ୟାନସର୍ ଓ ଆସ୍ଥମା ଦୂର କରିବ କଳା ହଳଦୀ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଘରେ ହଳଦିଆ ରଙ୍ଗର ହଳଦୀ ଥିବା ଦେଖିଥିବେ କିନ୍ତୁ କେବେ କ’ଣ କଳା ରଙ୍ଗର ହଳଦୀ ବିଷୟରେ ଶୁଣଇଛନ୍ତି କି। ବେଶ କମ୍ ସ୍ଥାନରେ ହିଁ କଳା ହଳଦୀ ଦେଖିବାକୁ ମିଳେ। ଏହା ସାଧାରଣ ହଳଦୀଠାରୁ ମଧ୍ୟ ଅନେକ ଲଭାଦାୟ । ଆଣ୍ଟିବାୟୋଟିକ ରୂପେ ବ୍ୟବହାର ହେଉଥିବା ଏହି କଳା ହଳଦୀକୁ ବିଭିନ୍ନ ରୋଗର ଉପଚାର ପାଇଁ ବ୍ୟବହାର କରାଯାଏ। ବିଶେଷ କରି ଓଡ଼ିଶା, ପଶ୍ଚିମବଙ୍ଗ, ମଧ୍ୟପ୍ରେଦଶ, ଉତ୍ତରପୂର୍ବ ଅଞ୍ଚଳରେ ମିଳୁଥିବା ଏହି ଦୁର୍ଲଭ ହଳଦୀକୁ ବ୍ୟବହାର କରି କ୍ୟାନସର ଏବଂ ଆସ୍ଥାମ ଭଳି ରୋଗର ଉପଚାର କରାଯାଇଥାଏ।

ଏହି ହଳଦୀରେ ଇଭୁପ୍ରୋଭିନ ଅଧିକ ମାତ୍ରାରେ ରହିଛି। ଏହାଦ୍ୱାରା ପୁରୁଣା ଅର୍ଥରାଇଟିସ ଯନ୍ତ୍ରଣାକୁ ଭଲ କରାଯାଇପାରେ। କେବଳ ସେତିକି ନୁହେଁ କୁଣ୍ଡେଇ ହେବା, ପେଟ ସମସ୍ୟା, ଅଲସର, କୋଲନ କ୍ୟାନସର, ଫୁସଫୁସ ଜନିତ ରୋଗକୁ ଦୂର କରିବାରେ ମଧ୍ୟ କଳା ହଳଦୀ ବେଶ ସହାୟକ ହୋଇଥାଏ।

ଏହି କଳା ହଳଦୀକୁ ଅନେକ ଔଷଧ ତିଆରି କରିବାରେ ମଧ୍ୟ ବ୍ୟବହାର କରାଯାଏ। ଆସ୍ଥମା, କ୍ୟାନସର, ଜ୍ୱର, ବ୍ରଣ, ଆଲର୍ଜି, ମାଇଗ୍ରେସନ, ଲେପ୍ରୋସି ଭଳି ରୋଗର ଉପଚାର ପାଇଁ ତଆରି କରାଯାଉଥିବା ମେଡିସିନରେ ଏହି ହଳଦୀର ବ୍ୟବହାର ହୁଏ।

କଳା ହଳଦୀର ପତ୍ରକୁ ସୁଖାଇ ପାଉଡର ତିଆରି କରି ଏଥିରେ ଅଳ୍ପ ମହୁ ମିଶାଇ କ୍ଷୀର ସହ ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼େ। ଏଥିସହ ଅନେକ ରୋଗରୁ ମୁକ୍ତ ମିଳିଥାଏ। 

ଏହି ହଳଦୀର ପତ୍ରକୁ ଚୋବାଇ ଖାଇବା ଦ୍ୱାରା ପେଟ ସମସ୍ୟା ତଥା ଗ୍ୟାସଟିକ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାର ଶାଖାଗୁଡିକ କୋଲେଷ୍ଟ୍ରୋଲ କମ କରିବା ପାଇଁ ସହାୟତା କରିଥାଏ। ଏଥିପାଇଁ ଆୟୁର୍ବେଦ ଶାସ୍ତ୍ରରେ କଳା ହଳଦୀର ବିଶେଷ ଚାହିଦା ରହିଛି।