କନ୍ଧମାଳ ଗଣମାଧ୍ୟମ ସଂଘ ର ସାଧାରଣ ବୈଠକ ଅନୁଷ୍ଠିତ; କଲ୍ଯାଣ ପାଣ୍ଠି ଗଠନ ପାଇଁ ନିଷ୍ପତ୍ତି।

!!! କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ରୁ ପ୍ରତିନିଧି ତପସ୍ଵିନୀ ମଲ୍ଲିକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଘୁ.ଉଦୟଗିରି) – କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ଠାରେ କନ୍ଧମାଳ ଗଣମାଧ୍ୟମ ସଂଘ ତରଫରୁ ଜିଲ୍ଲା ରେ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ୱେବ ପୋର୍ଟାଲ ,ପ୍ରିଣ୍ଟ ମିଡ଼ିଆ ଓ ଇଲକ୍ଟ୍ରୋନିକ ମିଡ଼ିଆ ର ପ୍ରତିନିଧି ଙ୍କୁ ନେଇ କନ୍ଧମାଳ ଗଣମାଧ୍ୟମ ସଂଘ ଗଠିତ କରାଯାଇଛି। ଘୁ.ଉଦୟଗିରି ଠାରେ ଜିଲ୍ଲା ସଂଘ ର ଉପସଭାପତି ଶ୍ରୀ ଗଗନ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଜରୁରୀ ବୈଠକ ରେ ସଂଘ ର ବିଭିନ୍ନ ସମସ୍ୟା ଗୁଡିକୁ ଆଲୋଚନା କରାଯାଇ ସଂଘ କୁ ଆଗାମୀ ଦିନ ରେ କିପରି ସୁଦୃଢ କରାଯିବ ଏହା ଉପରେ ସଦସ୍ୟ ମାନେ ମତ ଦେଇଥିଲେ । ଏହି ଅବସରରେ ସିମାଞ୍ଚଳ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ବେଳେ ଜିଲ୍ଲା ଉପସଭାପତି ଫିଲିପ କୁମାର ଦିଗାଲ ବୈଠକ ର ଆଭିମୁଖ୍ୟ ନେଇ ଆଲୋଚନା କରିଥିଲେ । ଅନୁଷ୍ଠିତ ବୈଠକ ରେ ସନୁଜ କୁମାର ଦିଗାଲ , ଇସ୍ମାଇଲ ନାୟକ,ଅଜିତ ଦିଗାଲ ,ଭବାନୀ ଶଙ୍କର ଜେନା,ତାପସ ନାୟକ, ସାମନ୍ତ ଶେଖର ନାୟକ ଯୋଗ ଦେଇ ଆଲୋଚନାରେ ଭାଗ ନେଇ ଥିଲେ ।

ଏହି ଅବସରରେ ସଂଘ ର ଏକ କଲ୍ୟାଣ ପାଣ୍ଠି ଗଠନ କରିବା ସହ ଏହାକୁ ସଂଘ ସଦସ୍ୟଙ୍କ ଅସମୟରେ ରେ ସହାୟତା ନିମନ୍ତେ ବିନିଯୋଗ କରାଯିବ ବୋଲି ନିଷ୍ପତି ନିଆଗଲା ।ଏହା ଉପରେ ଜିଲ୍ଲା ଗଣମାଧ୍ୟମ ସଂଘ ର ସଭାପତି ଶ୍ରୀ ମିଳନ କହଁର ଏହା କୁ ସମର୍ଥନ କରିବା ପରେ ସମସ୍ତ ସଦସ୍ୟ ଙ୍କ ଦ୍ୱାରା ଗୃହିତ କରାଯାଇଛି । ସଂଘ କୁ ସୁଦୃଢ କରିବା ପାଇଁ ଆଗାମୀ ଦିନ ରେ ଆହୁରି ବହୁତ କାଯ୍ୟକ୍ରମ କରାଯିବ ଏବଂ ବ୍ଲକ ସ୍ତର ରେ ଥିବା ସାମ୍ବାଦିକ ଭାଇ ଭଉଣୀ ଙ୍କୁ ଯେମିତି କୌଣସି ପ୍ରକାର ଅସୁବିଧା ର ସମ୍ମୁଖୀନ ହେବାକୁ ନହୁଏ ତାହା ଉପରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ବୈଠକରେ ମତପ୍ରକାଶ ପାଇଛି ।

ଘୁ.ଉଦୟଗିରି ସ୍ଥିତି ବସଷ୍ଟାଣ୍ଡ ରେ ବହୁ ବର୍ଷ ଧରି ପଡିରହିଥିବା ବସ ଆଜି ଜଳି ପାଉଁଶ।

!!! କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ରୁ ପ୍ରତିନିଧି ତପସ୍ଵିନୀ ମଲ୍ଲିକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଘୁ.ଉଦୟଗିରି) – କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ସ୍ଥିତି ବସଷ୍ଟାଣ୍ଡ ଠାରେ ପ୍ରାୟ ଦୁଇ ବର୍ଷ ହେବ ପଡି ପଡି ରହିଥିବା ବସଟି ଜଳୁ ଥିବା ଦେଖିବାକୁ ମିଳିଛି । ଏହି ବସଟି କାକାମହା ଗ୍ରାମର ଚୁ ଚୁ ଦିଗାଲ ଓରଫ୍ ବିଜୟ କୁମାର ଦିଗାଲ ଙ୍କର ବୋଲି ଜଣା ପଡିଛି ।ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥାନରେ ପହଞ୍ଚି ନିଆଁ କୁ ଲିଭାଇଥିଲେ । ବହୁ ବର୍ଷ ହେବ ବସଷ୍ଟାଣ୍ଡ ନିର୍ମାଣ ହେବା ପରେ ବି ସେଠାକୁ କୌଣସି ବସ ନ ଆସିବାରୁ ଏହି ସ୍ଥାନ ଟି ଉଜୁଡା ଅବସ୍ଥାରେ ପଡିରହିଛି । ତଥାପି ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଏଥି ପ୍ରତି ନଜର ପଡୁନ ନଥିବା ସାଧାରଣ ରେ ଅଭିଯୋଗ ହେଉଛି । ଦେଖି ବାକୁ ରହିଲା ବସଷ୍ଟାଣ୍ଡ କୁ କେବେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟକ୍ଷମ କରୁଛି ।