ଧାନ ଅମଳ ଓ ପରବର୍ତ୍ତୀ ପରିଚାଳନା ସମ୍ୱନ୍ଧୀତ ପ୍ରଶିକ୍ଷଣ ….!

!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣୁପୁର)- ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ଗୁଣୁପୁର ଅଧିନସ୍ଥ କୃଷି ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନଙ୍କୁ ନେଇ ଆଜି ସ୍ଥାନୀୟ ମରାଠୀଗୁଡ଼ ଠାରେ ଧାନ ଅମଳ ଓ ପରବର୍ତ୍ତୀ ପରିଚାଳନା ସମ୍ୱନ୍ଧୀତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ କୃଷି ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ପଣ୍ଡା ଏବଂ ଉପାଧ୍ୟକ୍ଷ ଅଶୋକ କୁମାର ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱବୋଧାନରରେ ତୃତୀୟ ବର୍ଷ ର ଛାତ୍ର ଛାତ୍ରୀ ମାନଙ୍କୁ ଧାନ କାଟିବା ପ୍ରଣାଳୀ, ବାଡ଼େଇବା ଓ ପାଛୋଟିବା ଏବଂ ଗଛିତ ରଖିବା ଭଳି ବିଭିନ୍ନ ପ୍ରଣାଳୀ ସମ୍ପର୍କ ରେ ପ୍ରଶିକ୍ଷଣ ଦେଇଥିଲେ।

ଏଥିରେ ସହକାରୀ ଅଧ୍ୟାପକ ଅଭିନବ ମିଶ୍ର, ସିଦ୍ଧାର୍ଥ ପ୍ରିୟତମ ଏବଂ ସହକାରୀ ଅଧ୍ୟାପିକା ନିର୍ମଳା ପଟେଲ ଓ ସଂଜନା ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ।

୧୩ତମ ଜାତୀୟ ଫୁଟସାଲ ଚମ୍ପିୟାନଶିପ-୨୦୨୧ ପାଇଁ ଓଡିଶା ଖେଳାଳି ଅହମଦବାଦ ଗ୍ରସ୍ତ…!

!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣୁପୁର)- ୧୩ ତମ ଜାତୀୟ ଫୁଟସାଲ ଚମ୍ପିୟାନଶିପ-୨୦୨୧ ପାଇଁ ଓଡିଶା ରୁ ୮ ଜଣ ଖେଳାଳି ଙ୍କ ସହ ମେନେଜର ରମେଶ ମିଶ୍ର ଅହମଦବାଦ ଗ୍ରସ୍ତ କରିଛନ୍ତି। ଭାରତୀୟ ଫୁଟସଲ ଫେଡରସନ ଦ୍ୱାରା ଆୟୋଜିତ ଏହି ଚମ୍ପିୟାନସିପ ଆସନ୍ତା ୨୮ ଡିସେମ୍ବର ରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ଅହମଦବାଦ ସହରରେ ଅନୁଷ୍ଠିତ ହେବ।ଏଥିରେ ଓଡ଼ିଶା ର କୋରାପୁଟ, ମାଲକାନଗିରି,ରାୟଗଡ଼ା ଓ ଗଜପତି ର ଖେଳାଳି ମାନେ ମନୋନିତ ହୋଇ ଯାତ୍ରା କରିଛନ୍ତି। ଓଡିଆ ରାଜ୍ୟ ଫୁଟସାଲ ର ରାଜ୍ୟ ସମ୍ପାଦକ ପି କେ ଦଣ୍ଡସେନା ଏହି ସୂଚନା ଦେଇଛନ୍ତି ।ଏହି ଦଳକୁ ସ୍ଥାନୀୟ କ୍ରୀଡ଼ାବିତ ରବୀନ୍ଦ୍ର କୁମାର ପଣ୍ଡା,ଆଦିତ୍ୟ ମହଙ୍କୁଳ, ଶିଶିର କୁମାର ଦଣ୍ଡସେନା,ମନୋଜ ପ୍ରଧାନ, ଶେଖ ମୁନା,ନରେନ୍ଦ୍ର ଟାକିରି ,ସପନ ଦାସ, ରମାକାନ୍ତ ପାତ୍ର, ଜୟକୃଷ୍ଣ ପାତ୍ର ଓ ଦେବ ପ୍ରସାଦ ପାଢ଼ୀ ପ୍ରମୁଖ ଶୁଭ କାମନା ଜଣାଇଛନ୍ତି।

ଓବିସି ସଂରକ୍ଷଣ ପ୍ରସଙ୍ଗ; “ପ୍ରଥମେ ସଂରକ୍ଷଣ, ତା’ପରେ ନିର୍ବାଚନ – କଂଗ୍ରେସ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ପଛୁଆବର୍ଗ ସଂରକ୍ଷଣ ସଂକ୍ରାନ୍ତରେ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ମିଡ଼ିଆ ଅଧ୍ୟକ୍ଷ ଗଣେଶ୍ୱର ବେହେରା ସ୍ପଷ୍ଟ ଭାବରେ କହିଛନ୍ତି ଯେ ଓବିସି ମାନଙ୍କ ପାଇଁ ପ୍ରଥମେ ସଂରକ୍ଷଣ କରି ତା’ପରେ ନିର୍ବଚାନ କର । ରାଜ୍ୟର ୫୦ ଭାଗରୁ ଅଧିକ ଜନସଂଖ୍ୟ ଥିବା ଏହି ବର୍ଗପ୍ରତି ଅବିଚାରକୁ ମୁଣ୍ଡପାତି ସହିନେବା ସମ୍ଭବ ନୁହେଁ । ଓବିସି ବର୍ଗର ସାମାଜିକ, ଅର୍ଥନୈତିକ ତଥା ରାଜନୀତିକ ସ୍ୱାର୍ଥର ସୁରକ୍ଷା ପାଇଁ କଂଗ୍ରେସ ଅଙ୍ଗୀକାରବଦ୍ଧ, ସୁତରାଂ ସଂରକ୍ଷଣ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ଓବିସି ପାଇଁ ଆସନ ସଂରଣକ୍ଷ କରି ନିର୍ବାଚନ କରାଯାଉ । ବ୍ୟତିକ୍ରମ ହେଲେ କଂଗ୍ରେସର ବଚରାଳୟକୁ ଯିବ ଓ ଲୋକଙ୍କ ପାଖକୁ ଯିବ । ଏ ସଂପର୍କରେ ରାଜ୍ୟ ସରକାର ତୁରନ୍ତ ବିଧାନସଭାର ସ୍ୱତନ୍ତ୍ର ଅଧିବେସନ ଡାକିବାକୁ କଂଗ୍ରେସ ଦୃଢ଼ ଦାବି ଜଣାଉଛି ।
ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ଓବିସିର ସ୍ୱାର୍ଥପ୍ରତି ଅଣଦେଖା କରିଚାଲିଛନ୍ତି ।

କେନ୍ଦ୍ର ମୋଦି ସରକାର ଜାତି ଭିତିକ ଜନଗଣନା କରିବାକୁ କରିଦେଲେ, ଦ୍ୱିତୀୟରେ, ଉପା- ସରକାର ଅମଳରେ ୨୦୧୧ ରେ ଯେଉଁ ସାମାଜିକ, ଅର୍ଥନିତୀକ ଓ ଜାତି (ଏସ୍‌ଇସିସି) ଗଣନା ହୋଇଥିଲା । ତାହା ରିପୋର୍ଟ ପ୍ରକାଶ କଲେ ନାହିଁ । ଆଳ ଦେଖାଇଲେ ଯେ ଏସ୍‌ଇସିସି ରିପୋର୍ଟ ୨୦୧୧ ତୃଟିପୂର୍ଣ୍ଣ । ଏହି ଆଳ ସଂପୂର୍ଣ୍ଣ ନିରାଧାର । ଶ୍ରୀଯୁକ୍ତ ବେହେରା ତଥ୍ୟପୂର୍ଣ୍ଣ ଯୁକ୍ତ ଉପସ୍ଥାପିତ କରି ଦର୍ଶାଇଥିଲେ ଯେ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟି ତା’ର ମାନ୍ୟବର ଲୋକସଭା ବାଚସ୍ପତିଙ୍କୁ ଜୁଲାଇ ୩୧,୨୦୧୬ରେ ଉଲ୍ଲେଖ୍ୟ କରିଥିଲେ ଯେ ଉପରୋକ୍ତ ଏସ୍‌ଇସିସି ସର୍ଭେରେ ୯୮.୮୭ ତଥ୍ୟ ତ୍ରୁଟିଶୂନ୍ୟ । ଏହା ସାଂଗକୁ ଭାରତ ସରକାରଙ୍କ ରେଜିଷ୍ଟ୍ରାର ଜେନେରାଲ ମଧ୍ୟ ଅନୁରୂପ ମତ ଦେଇ କହିଲେ ଯେ ଏହି ସର୍ଭେରେ ମାତ୍ର ୧ ଭାଗରୁ କମ ତ୍ରୁଟି ଅଛି । ସୁତରାଂ କେନ୍ଦ୍ର ସରକାର ଏ ସବୁକୁ ଏଡ଼ାଇ ଯାଇଛନ୍ତି । ଓବିସି ପ୍ରତି ଯୋର ଅନ୍ୟାୟ କରିଛନ୍ତି ।
ରାଜ୍ୟ ସରକାର ମଧ୍ୟ ପଛୁଆବର୍ଗଙ୍କ ପ୍ରତି ନ୍ୟାୟ ପ୍ରଦାନ କ୍ଷେତ୍ରରେ ଚରମ ଅବହେଳା ପ୍ରଦର୍ଶନ କରିଚାଲିଛନ୍ତି । ମିଡିଆ ଅଧ୍ୟକ୍ଷ ଦର୍ଶାଇ ଥିଲେ ଯେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ୨୦୧୦ ରୁ କେ. କୃର୍ଷ୍ଣମୂର୍ତୀ ବନାମ ଭାରତ ସରକାର ରାୟରେ ନିର୍ଦ୍ଦେଶ ଜାରି କରିଥିଲେ ଯେ ତିନିଗୋଟି ସର୍ତପୂରଣ କଲାପରେ ଯାଇ ଓବିସି ମାନଙ୍କ ପାଇଁ ରାଜନୈତିକ ସଂରକ୍ଷଣ କରିପାରିବ । ମାତ୍ର ଦୀର୍ଘ ୧୧ବର୍ଷ ଧରି ସରକାର ଶୋଇ ରହିଲେ । ଆଜି ଓବିସିଙ୍କ ପାଇଁ ଶୂନ ହେବାକୁ ଯାଉଛି । ୧୯୯୭, ୨୦୦୨, ୨୦୦୭, ୨୦୧୨ ଓ ୨୦୧୭ ରେ ୨୭ ଭାଗ ଆସନ ସଂରଣକ୍ଷ ପାଇଁ ଉପକୃତ ହୋଥିବା ପଛୁଆବର୍ଗ ୫ ଗୋଟି ନିର୍ବାଚନ ପରେ ୨୦୨୨ ନିର୍ବଚନରେ ସଂରକ୍ଷଣ ସୁବିଧାରୁ ବଂଚିତ ହୋଇଛନ୍ତି । ସେହିପରି ଗତ ସେପ୍ଟେମ୍ବର ୭ ରେ ପୌର ଆଇନ ଓ ସେପ୍ଟେମ୍ବର ୮ ରେ ପଂଚାୟତ ଆଇନ ଓଡ଼ିଶା ବିଧାନ ସଭାରେ ବିନା ଆଲୋଚନରେ ପାରିତ କରିନେଲେ । ଏହି ଦୁଇ ଆଇନର ସଂଶୋଧନ ଫଳରେ ସଂରକ୍ଷଣ ୨୭ ଭାଗକୁ ୧୧.୨୫ ଭାଗକୁ ହ୍ରାସ ପାଇଲା । ସେତେବେଳେ ମଧ୍ୟ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ କଥା ଚିନ୍ତା କଲେ ନାହିଁ । ସୁତରାଂ ୨ ଟି କଥା ଅତ୍ୟନ୍ତ ସ୍ପଷ୍ଟ ରାଜ୍ୟ ସରକାର ଅଦାଲତର ନିର୍ଦ୍ଦେଶକୁ ଅବଜ୍ଞା କରୁଛନ୍ତି, ପଛୁଆ ବର୍ଗଙ୍କ ପ୍ରତି ଚରମଅବହେଳା କରୁଛନ୍ତି । ଅପରିଣାମଦର୍ଶୀ ହୋଇ ଓବିସି ମାନଙ୍କୁ ସଂରଣକ୍ଷ ବ୍ୟବସ୍ଥାରୁ ବଂଚିତ ହେଉଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଲେ ଯେ ବିଜେଡ଼ି ଦଳୀୟ ଟିକେଟରେ ୪୦ ଭାଗ ପଛୁଆ ବର୍ଗଙ୍କୁ ଦେବାର ଘୋଷଣା ହାସ୍ୟାସ୍ପଦ । ଏହି ଘୋଷଣା ହୁଏତ ଦଳୀୟ କର୍ମୀଙ୍କ ଅସନ୍ତୋଷ ହ୍ରାସ କରିପାରେ କିନ୍ତୁ ରାଜ୍ୟବାସୀଙ୍କ କ୍ରୋଦ୍ଧ ବଢ଼ାଇବ । ବିଜେଡ଼ି ସରକାରରେ ଅଛି ତେଣୁ ରାଜ୍ୟ ଓ ରାଜ୍ୟବାସୀଙ୍କ କଥା ଚିନ୍ତା ନକରି ନିଜର ଦଳ କଥା ଚିିନ୍ତା କରିବା ଦୁଃଭାଗ୍ୟଜନକ । ଯଦି ବିଜେଡ଼ି ଓବିସି ସଂରକ୍ଷଣ ଦେବାର ଅଛି ତାହାହେଲେ ମୁଖ୍ୟମନ୍ତ୍ରୀ, ବିଜେଡ଼ି ରାଜ୍ୟ ସଭାପତି ଓ ସଂଗଠନ ସଂପାଦକ ପଦବୀରୁ ଅତିକମରେ ଓବିସି ବର୍ଗରୁ ଜଣଙ୍କୁ ଦେଉ ବୋଲି ଆହ୍ୱାନ ଦେଇଥିଲେ । ପିସିସି ଲିଗାଲସେଲ ଅଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର ନାଥ କର ସମ୍ବୋଧନ କରି କହିଲେ ଯେ ଆଇନର ଅନୁପାଳନ ଗଣତନ୍ତ୍ରର ଅପରିହାର୍ଯ୍ୟ । ଯେଉଁଠି ଆଇନ ଉପହାସିତ ସେଠି ନ୍ୟାୟ ବିଳମ୍ବିତ । ଓବିସି ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାର ମାନ୍ୟବର ସର୍ବୋଚ୍ଚ ଅଦାଲତର ନିର୍ଦ୍ଦେଶକୁ ଅଣଦେଖା କରିବା ଓ ପରିଣତି ଅର୍ଦ୍ଧେକ ଜନସଂଖ୍ୟା ବିଶିଷ୍ଟ ପଛୁଆ ବର୍ଗକୁ ସଂରକ୍ଷଣହୀନ କରିବା ଅକ୍ଷମଣୀୟ । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ଓ ସଂପାଦକ ତଥା ଆଇନଜୀବି ଶମ୍ଭୁନାଥ ପାଣିଗ୍ରାହୀ ଉପସ୍ଥିତ ଥିଲେ ।

ଡ଼ିଜିଟାଲ ଭିଖୁଂକ ଭିକ୍ଷାଥାଳି କୁ ଲିଙ୍କ ଫୋନ’ପେ…!

!!! ରାୟଗଡା ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)-  ରାୟଗଡା ର ଆଜି ଉକ୍ତ ବସ୍‌ଷ୍ଟାଣ୍ଡ ନିକଟରେ ଭିକ୍ଷୁକ ଜଣଙ୍କ ବସି ଭିକ୍ଷାବୃତ୍ତି କରୁଥିଲେ।ଏପରି ଭିନ୍ନ କୌଶଳକୁ ଦେଖ୍ ଜନଗହଳି ହେବାରୁ ସେଠାକାର ଟ୍ରାଫିକ ପୁଲିସ ତାଙ୍କୁ ତାଗିଦ କରିଥିଲା,ପରେ ଭିକ୍ଷୁକଜଣକ ସେହି ସ୍ଥାନ ଛାଡ଼ି ଅନ୍ୟତ୍ର ସ୍ଥାନ କୁ ପଳାଇ ଯାଇଥିଲେ।ଭିକ୍ଷୁକ ଜଣକ ବିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି।ଖୁଚୁରା ସମସ୍ୟା ପାଇଁ ଭିକ୍ଷା ମିଳିପାରୁ ନ ଥିଲା।ଦିନସାରା ବସି ଟଙ୍କାଟିଏ ମିଳୁ ନ ଥିଲା।ସହରର ଗଳିକନ୍ଦି ବୁଲିଥିଲେ ହେଁ ଟଙ୍କାଟିଏ ମିଳୁ ନ ଥିଲା।ସମସ୍ତେ ଖୁଚୁରା ନାହିଁ ବୋଲି କହି ମୁହଁ ଫେରାଇ ଚାଲି ଯାଉଥିଲେ।ଆଗରୁ ଦୁଇ ପଇସା ରୋଜଗାର କରୁଥିବା ବ୍ୟକ୍ତି ଜଣଙ୍କ ଦେଶ ଦୁନିଆ ବିଷୟରେ ଅନଭିଜ୍ଞ ଥିଲେ।ସନ୍ଧ୍ୟାରେ ନିରାଶ ହୋଇ ସେ ଘରକୁ ଫେରୁଥିଲେ।ପୂର୍ବରୁ ଦାନ କରିବାକୁ ଇଚ୍ଛା କରୁଥିବା ବ୍ୟକ୍ତି ଆଜି ଟଙ୍କାଟିଏ ଦେବାକୁ ମଧ୍ୟ ଅମଙ୍ଗ ହେଉଥିଲେ।କ’ଣ ପାଇଁ ଅମଙ୍ଗ ହେଉଛନ୍ତି ବୋଲି ଜାଣିବା ପୂର୍ବରୁ ସହରର ସବୁ ଦୋକାନ ଆଗରେ ଲାଗିଥିବା ଫୋନ୍‌ ‘ଫେ’ ଷ୍ଟିକର ଦେଖିବାକୁ ପାଇଥିଲେ।ଏହାର କାରବାର ବିଷୟରେ ଜାଣିବା ପରେ କେ.ମାଲେସ ନାମକ ଏହି ଭିକ୍ଷୁକ କିଛି ଲୋକଙ୍କ ପରାମର୍ଶ ଲୋଡ଼ିଥିଲେ।ଶେଷରେ କିଛି ଲୋକଙ୍କ ପରାମର୍ଶକ୍ରମେ ଏହି ନିଆରା ନଗଦ କାରବାରକୁ ଆପଣାଇ ଦୁଇ ପଇସା ପାଇପାରୁଛନ୍ତି।ପ୍ରତିଦିନ ନିଜର ବ୍ୟାଙ୍କ ଖାତାକୁ ୨୦୦ରୁ ୩୦୦ ଟଙ୍କା ଆସୁଥୁବା ଓ ଏହି ଟଙ୍କାରେ ପରିବାର ଚଳାଉଥିବା ଭିକ୍ଷୁକଜଣକ କହିଛନ୍ତି।

ସରକାରଙ୍କ ଦୁର୍ନୀତି ଅଭିଯୋଗରେ କାଶୀପୁର ଠାରେବିଜେପିର ସାମ୍ବାଦିକ ସମ୍ମିଳନୀ…!

!!! ରାୟଗଡା ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡା ଜିଲ୍ଲା କାଶୀପୁର ଠାରେ ଭାଜପା ସଭାପତି ଶ୍ରୀ ଶିବ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଏବଂ ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ ଙ୍କ ନେତୃତ୍ୱରେ କାଶୀପୁର ବ୍ଲକରେ ସରକାରଙ୍କ ଦୁର୍ନୀତି ଅଭିଯୋଗରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।ସରକାରଙ୍କ ଦୁର୍ନୀତି ଅଭିଯୋଗରେ ଏହି ସମ୍ବାଦିକ ସମ୍ମିଳନୀର ମୁଖ୍ୟ ଉଦ୍ଧେଶ୍ୟ ହେଉଛି କାଶୀପୁର ବ୍ଲକରେ ଯୋଉ ପ୍ରକାର ଦୁର୍ନୀତି,ଅନିୟମିତତା ଯଥା ଶିକ୍ଷା,ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଅବହେଳା,ଉତ୍କଳ ଆଲୁମିନା ର ସ୍ଥାନୀୟ ଉନ୍ନତିକରଣରେ ଅବହେଳା, ବନ୍ଧ ଥିବା ଆଇ.ଟି.ଆଇ କଲେଜ ପୁନରସ୍ଥାପନ,ମହାବିଦ୍ୟାଳୟ ସ୍ଥାପନ, ରାସ୍ତା ଘାଟ,ସରକାରୀ ଯୋଜନାରେ ଅବହେଳା ଆଦି ସମସ୍ୟାକୁ ନେଇ ଗର୍ଜିଲେ ସଭାପତି ଶ୍ୟାମ ଦାସ।ସ୍ଥାନୀୟ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ଓ କୃଷ୍ଣ ମହାପାତ୍ର ଉପରେ ମଧ୍ୟ ସାଙ୍ଘାତିକ ଅଭିଯୋଗ କରିଛନ୍ତି।

ରାୟଗଡା ବିଧାନସଭା ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ବସନ୍ତ ଉଲ୍ଲକା ମଧ୍ୟ ବିଭିନ୍ନ ସମସ୍ୟାକୁ ବିସ୍ତୃତ ଭାବରେ କହି ସରକାର ସ୍ଥାନୀୟ ବିଧାୟକଙ୍କୁ ଦୃଢ଼ ନିନ୍ଦା କରିଛନ୍ତି।ଆଉ ଆଗାମୀ ଦିନରେ ଏ ସବୁ ସମସ୍ୟାର ସମାଧାନ ଯଦି ନ ହୁଏ ତେବେ ଆଗାମୀ ଦିନରେ କାଶୀପୁରରେ ଜୋରଦାର ଆନ୍ଦୋଳନ ହବ ବୋଲି ଶ୍ରୀ ଦାସ କହିଛନ୍ତି।ଉକ୍ତ କାର୍ଯ୍ୟ କ୍ରମରେ ବିଜେପି ରାୟଗଡ଼ା ଜିଲ୍ଲା ସଭାପତି ଶ୍ୟାମ କୁମାର ଦାଶ,ରାୟଗଡା ବିଧାନସଭା ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ବସନ୍ତ ଉଲ୍ଲକା,ମଣ୍ଡଳ ସଭାପତି ଭରତ ଲେଙ୍କା,ଜିଲ୍ଲା ବିଜେପି ସମ୍ପାଦକ ଚନ୍ଦ୍ର ଶେଖର ଖରା,ବରିଷ୍ଠ ନେତା ଉମା ଶଙ୍କର ନାୟକ,ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି କୃଷ୍ଣ ଚନ୍ଦ୍ର ଗୌଡ଼,ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ଲିଙ୍ଗରାଜ ନାଏକ,ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ବିଜୟ ବିଡ଼ିକା ପ୍ରମୁଖ ଉପସ୍ଥିତ ଥିଲେ।

ରାମକୃଷ୍ଣ ପଟ୍ଟନାୟକ ଙ୍କ ବିୟୋଗରେ ଶୋକପ୍ରକାଶ କଲେ ଖଲ୍ଲିକୋଟ ରାଣୀ ମା

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡା)- ବିଶିଷ୍ଟ ରାଜନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଏବଂ ଗଞ୍ଜାମ ଟାଇଗର ନାମରେ ପରିଚିତ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରାଣୀ ମା ତଥା ଖଲ୍ଲିକୋଟ ଏବଂ କବିସୂର୍ଯ୍ଯନଗର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବର୍ଷିଆନ୍ ବିଧାୟୀକା ଭି.ସୁଜ୍ଞାନ କୁମାରୀ ଦେଓ ଗଭୀର ଶୋକପ୍ରକାଶ ସହ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏଥିସହିତ ଗଞ୍ଜାମ ଜିଲ୍ଲା ତଥା ଓଡିଶାର ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲା । ଗଞ୍ଜାମ କୋଦଳା ନିର୍ବାଚନ ମଣ୍ଡଳୀରୁ ରାମକୃଷ୍ଣ ପଟ୍ଟନାୟକ ୫ ଥର ନିର୍ବାଚିତ ହୋଇଥିଲେ । ୧୯୭୭, ୧୯୮୫, ୧୯୯୦, ୧୯୯୫ ଓ ୨୦୦୦ ମସିହାରେ କୋଦଳା ନିର୍ବାଚନ ମଣ୍ଡଳୀରୁ ରାଜ୍ୟ ବିଧାନସଭା ଆସନରେ ଜିତିଥିଲେ । ୨୦୦୦ରୁ ୨୦୦୨ ଯାଏଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ପାଳିରେ ଅର୍ଥମନ୍ତ୍ରୀ ରହିଥିଲେ ସ୍ଵର୍ଗତ ପଟ୍ଟନାୟକ ।

କୋଦଳା ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ଗର୍ଜିଲେ ଚାଷୀ; ତହସିଲଦାର ଙ୍କ ରିପୋଟ ରେ ଆସନ୍ତୁଷ୍ଟ ଚାଷୀ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(କୋଦଳା)- ଗତ ଜଓ୍ବାଦ ବାତ୍ୟା ପ୍ରଭାବରେ ଗଞ୍ଜାମ ଜିଲ୍ଲା ଚାଷୀ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି। ଲଗାଣ ବର୍ଷା ଯୋଗୁଁ ଶହଶହ ଏକର ଜମିରେ ଧାନ ଫସଲ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ଏଯାବତ୍ ଚାଷୀ କୌଣସି ପ୍ରକାର ସହାୟତା ପାଇ ପାରି ନାହାନ୍ତି। ଯାହାକୁ ନେଇ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ ହଜାର ହଜାର କ୍ଷତିଗ୍ରସ୍ତ ଚାଷୀ ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି। ଶୁକ୍ରବାର ଗଂଜାମ ଜିଲ୍ଲା ଋଷିକୁଲ୍ୟା ରୟତ ମହାସଭା କୋଦଳା ଓ ବେଗୁନିଆପଡ଼ା ଶାଖା ପକ୍ଷରୁ ହଜାର ହଜାର ସଂଖ୍ଯାକ ଚାଷୀମାନେ କୋଦଳା ଦଣ୍ଡିଶ୍ୱର ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ଯାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହଜାର ହଜାର ହେକ୍ଟର ଜମିରେ ଚାଷ ନଷ୍ଟ ହୋଇଥିବା ବେଳେ ଯାହା କିଛି ଧାନ ଅମଳ ହୋଇଛି ସେ ସବୁକୁ କିଭଳି ବିନା କଟକଣାରେ ଅର୍ଥାତ୍ ଏଫ୍ ଏ କ୍ଯୁ ମାନ କୋହଳ କରି ମଣ୍ଡି ଜରିଆରେ ଧାନକୁ କ୍ରୟ କରିବା ପାଇଁ ଦାବି କରିଛନ୍ତି ଚାଷୀ।

ଉପଯୁକ୍ତ କ୍ଷତିପୁରଣ ସହ ବୀମାରାଶି ପ୍ରଦାନ, ଧାନ ଚାଷୀଙ୍କୁ ଏକର ପିଛା ୨୦ ହଜାର ଓ ପନିପରିବା ଚାଷୀଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ, ରବି ଫସଲ ପାଇଁ ରିହାତି ଦରରେ ସାର ଯୋଗାଇ ଦେବା, କ୍ଷତିପୂରଣ ଆକଳନରେ ତ୍ରୁଟି ଥିବାରୁ ପୁନର୍ବାର ଆକଳନ କରାଯିବା ଭଳି ବିଭିନ୍ନ ଦାବି ନେଇ ଚାଷୀମାନେ ପ୍ରାୟ ୩ ଘଣ୍ଟା ସମୟ ଧରି କୋଦଳା ତହସିଲ କାର୍ଯ୍ଯାଳୟକୁ ଘେରାଉ କରିଥିଲେ।ସୁଦ୍ଧା ତହସିଲଦାର କୌଣସି ପ୍ରକାର କର୍ଣ ପାତ କରିଥିଲେ ପରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ପରେ ଆସି ଦାବିପତ୍ର ନେଇଥିଲେ ତହସିଲଦାର ଏହି ଦାବିପତ୍ର ତହସିଲଦାର ଙ୍କ ଜରିଆରେ ଗଂଜାମ ଜିଲ୍ଲାପାଳଙ୍କ ନିକଟକୁ ପ୍ରେରଣ କରାଯାଇଛି ।ତୁରନ୍ତ ଦାବି ଗୁଡିକ ପୂରଣ ନହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବା ସହ ରାଜରାସ୍ତା ଜାମ୍ କରାଯିବ ବୋଲି କହିଛନ୍ତି ଚାଷୀ ନେତା।ଚାଷୀ ମାନଙ୍କ ଅଭିଯୋଗ ହୋଉଛି ବେଗୁନିଆପଡା ବ୍ଲକ ଓ କୋଦଳା ଏନ ଏ ସି ରେ ମାତ୍ର ଫାଶୀ ପଂଚାୟତ ଓ ଦିଗାପୋଡ଼ା ପଞ୍ଚଯାତ ରେ କ୍ଷୟ ଖତୀ ହୋଇଥିବା ରିପୋଟ ତହସିଲଦାର ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଏ ନେଇ ଏଆମ ପ୍ରତିନିଧି ତହସିଲଦାର ସସ୍ମିତା ଶତପଥୀ ଙ୍କୁ ପଚାରିବାରୁ ସେ ତାଙ୍କ ମନ୍ତବ୍ୟ ରେ କହିଲେକି ମୁଁ ଯାହା ରିପୋଟ ଦେବାକଥା ଜିଲ୍ଲାପାଳ ଙ୍କୁ ଦେଇଦେଇଛି ମୁଁ ଆପଣକୁ କହିବାପାଇଁ ବାଧ୍ୟ ନୁହଁ.ଏହି ଆନ୍ଦୋଳନରେ ଓଡିଶାର ବରିଷ୍ଠ ଚାଷୀ ନେତା ପ୍ରଫୁଲ୍ଲ ସାମନ୍ତରାୟ, ଋଷିକୁଲ୍ୟା ରୟତ ମହାସଭାର ଆବାହକ ବିଜୟ ସ୍ବାଇଁ, ସଂପାଦକ ସିମାଞ୍ଚଳ ନାହାକ ପ୍ରମୁଖ ଯୋଗ ଦେଇଥିଲେ।

ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ ର ବହୁ ଦିନ ର ଦାବି ପୂରଣ ; ” ନୀତିଶାସ୍ତ୍ର ଓ ମୂଲ୍ୟବୋଧ ” ଶିକ୍ଷା ର ପାଠ୍ୟ ଖସଡ଼ା ରେ ସାମିଲ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ମାନବ ଜୀବନ ରେ ମୂଲ୍ୟବୋଧ ର ଅବକ୍ଷୟ କୁ ରୋକିବା ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କୁ ନୀତିଶାସ୍ତ୍ର ଓ ମୂଲ୍ୟବୋଧ ର ଶିକ୍ଷା ପ୍ରଦାନ କରାଯିବା ଜରୁରୀ ବୋଲି ସୂଚାଇ ଏହାକୁ ବିଦ୍ୟାର୍ଥୀ ଙ୍କ ଶିଲାବସ୍ ରେ ଯୋଗ କରିବା ନିମନ୍ତେ ଏକ ଡ୍ରାଫ୍ଟ ଶିଲାବସ୍ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ ପକ୍ଷରୁ ପ୍ରସ୍ତାବ ଦେଇ ଅନୁରୋଧ କରାଯାଇଥିଲା । ମଞ୍ଚ ପକ୍ଷରୁ ଦୀର୍ଘ ବର୍ଷ ର ସଂଘର୍ଷ ପରେ ବର୍ତ୍ତମାନ ଓଡିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରସ୍ତୁତି ଓ ଉତ୍ପାଦ ବ୍ୟୁରୋ ର ବୋର୍ଡ଼ ରୁମ୍ ରେ ଓଡିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଦ୍ୱାରା ” ନୀତିଶାସ୍ତ୍ର ଓ ମୂଲ୍ୟବୋଧ ” ଶିକ୍ଷା ପାଠ୍ୟ ଖସଡ଼ା ର ପ୍ରଥମ ଭାଗ ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ା ଅରୁଣ ସାହୁ ଉନ୍ମୋଚନ କରିଛନ୍ତି । ବହୁ ବର୍ଷ ପରେ ମଧ୍ୟ ରାଜ୍ୟ ସରକାର ମଞ୍ଚ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ କୁ ଗ୍ରହଣ କରି କାର୍ଯ୍ୟକାରୀ କରିଥିବା ହେତୁ ମଞ୍ଚ ର ରାଜ୍ୟ ସମ୍ପାଦକ ତଥା ପ୍ରାକ୍ତନ ଆଇ ଏ ଏସ୍ ଅଫିସର ଶ୍ରୀ ଜଗବନ୍ଧୁ ଷଡ଼ଙ୍ଗୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ମନ୍ତ୍ରୀ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଛାତ୍ର ଛାତ୍ରୀ ଙ୍କ ଠାରେ ସକରାତ୍ମକ ଚରିତ୍ର , ସହାନୁଭୂତି ଶୀଳ ମଣିଷ ପଣିଆ , ଦାୟିତ୍ୱ ପୂର୍ଣ୍ଣ ନାଗରିକ ବୋଧ ଓ ଅନୁକମ୍ପା ର ବିକାଶ କରାଇବା ଉଦ୍ଦେଶ୍ୟ ରେ ଓଡିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଅନୁକୂଲ୍ୟ ରେ ବିଦ୍ୟାର୍ଥୀ ଙ୍କ ନିମନ୍ତେ ଏହି ପାଠ୍ୟ ଖସଡ଼ା ଲାଗୁ କରାଯାଇଥିବା ଜଣା ପଡ଼ିଛି । ବ୍ୟକ୍ତି ବିଶେଷ , ଗୋଷ୍ଠି ତଥା ସମଗ୍ର ମାନବ ଜାତି ନିମନ୍ତେ ଏକ ପୋଷଣୀୟ ଜୀବନ ଧାରା କୁ ପ୍ରୋଚ୍ଛାୟିତ କରିବା ଲକ୍ଷ ନେଇ ଏହାର ସମ୍ପୂର୍ଣ୍ଣ ଶିଲାବସ୍ କୁ ୬ ଟି ୟୁନିଟ ରେ ବିଭକ୍ତ କରାଯାଇଛି ଏବଂ ଯୁକ୍ତ ତିନି ସ୍ଥର ର ସମସ୍ତ ବିଜ୍ଞାନ , କଳା ଓ ବାଣିଜ୍ୟ ପାଠ୍ୟ କ୍ରମ ର ୬ ଟି ସେମିଷ୍ଟାର ରେ ଗୋଟିଏ ଲେଖାଏଁ ୟୁନିଟ ସାମିଲ କରାଯାଇଛି । ପ୍ରତ୍ୟେକ ୟୁନିଟ ୨୫ ମାର୍କ ବିଶିଷ୍ଟ ହେବ ଏବଂ ଏହାକୁ ପଢ଼ା ଯିବା ପାଇଁ ୧୫ ଗୋଟି ପିରିୟଡ଼ ରହିବା ପାଈଁ ସ୍ଥିର କରାଯାଇଛି । ଏହି ଉନ୍ମୋଚନ ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ଉଚ୍ଚ ଶିକ୍ଷା ପରିଷଦ ର ସଚିବ ଶାଶ୍ୱତ ମିଶ୍ର ଯୋଗଦେଇ ବିଦ୍ୟାର୍ଥୀ ମାନେ ଏହି ପାଠ୍ୟ ଖସଡ଼ା ର ବହି ନକିଣି ମଧ୍ୟ ୱେବ ସାଇଟ ରୁ ଡ଼ାଉନଲୋଡ଼ କରିପାରିବେ ବୋଲି କହିଛନ୍ତି । ଅନ୍ୟ ତମ ଅତିଥି ଭାବେ ଉଚ୍ଚ ଶିକ୍ଷା ପରିଷଦ ର ଉପାଧକ୍ଷ ପ୍ରଫେସର ଅଶୋକ କୁମାର ଦାସ ଯୋଗଦେଇ ଏହି ବିଷୟ ବସ୍ତୁ କୁ ମହାବିଦ୍ୟାଳୟ ରେ କାର୍ଯ୍ୟରତ ସମାଜ ତତ୍ୱ , ରାଜନୀତି ବିଜ୍ଞାନ ଓ ଇତିହାସ ଅଧ୍ୟାପକ ମାନେ ପଢ଼ାଇ ପାରିବେ ବୋଲି ମତବ୍ୟକ୍ତ କରିଛନ୍ତି । ଏହି ପାଠ୍ୟ କ୍ରମ କୁ ମହାବିଦ୍ୟାଳୟ ସମେତ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଲାଗୁ କରାଇବା ନିମନ୍ତେ ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ ପକ୍ଷରୁ ଦାବୀ କରାଯାଇଥିବା ବେଳେ ଆଦିବାସୀ ଅଧୁସିତ ଅଞ୍ଚଳ ବିଦ୍ୟାଳୟ ଗୁଡିକ ର ଅଧ୍ୟୟନ ରତ ବିଦ୍ୟାର୍ଥୀ ମାନେ ଅନେକ ଜ୍ଞାନ ଆରୋହଣ କରିପାରିବେ ବୋଲି ରାୟଗଡା ଜିଲ୍ଲା ଶାଖା ର ଆବାହକ ଶକ୍ତି ପ୍ରଦ ଦାଶ ଆଶା ପ୍ରକଟ କରିଛନ୍ତି ।

ପ୍ରାଇମାର୍ଟ ସପିଙ୍ଗ ମଲ ଠାରେ ପ୍ରଥମ ବର୍ଷ ଉନ୍ମୋଚନ ସମାରୋହ ପାଳିତ ।

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ଗୁଣପୁର) – ଆଜି ସ୍ଥାନୀୟ ଗୁଣପୁର ପ୍ରାଇମାର୍ଟ ସପିଙ୍ଗ ମଲ ଠାରେ ତାହାର ପ୍ରଥମ ବର୍ଷ ର ଉନ୍ମୋଚନ ସମାରୋହ ନିରାଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ପ୍ରାଇମାର୍ଟ ସପିଙ୍ଗ ମଲ ର ଓଡିଶା ପାଇକାରି ବ୍ୟବସାୟ ମୁଖ୍ୟ (ରିଟେଲ ହେଡ) ଶ୍ରୀ ପରଭେଜ ଆଲମ ଅତିଥି ଭାବେ ଉପସ୍ଥିତ ରହିଥିବା ବେଳେ ଗୁଣପୁର ପ୍ରାଇମାର୍ଟ ସପିଙ୍ଗ ମଲ ର ସଂଚାଳକ ଶ୍ରୀ ପ୍ରଫୁଲ ଦିଗଲ୍ , ଉପ ସଂଚାଳକ ଶ୍ରୀ ଅମୀୟ ପଣ୍ଡା ଏବଂ ଲେଣ୍ଡ ଲଡ଼ ଶ୍ରୀ ଲାଡ଼ି ସାବରିଶ ପ୍ରମୁଖ ଉପସ୍ଥିତ ରହିଥିଲେ । ଆଗାମୀ ବଡ଼ଦିନ ଏବଂ ନୂତନ ବର୍ଷ ନିମନ୍ତେ ଜନ ସାଧାରଣ ଙ୍କ ନିମନ୍ତେ ୨୦୦୦ ଟଙ୍କା ର କ୍ରୟ ରେ ୧୦% , ୪୦୦୦ ଟଙ୍କା ର କ୍ରୟ ରେ ୨୦% ଏବଂ ୬୦୦୦ ଟଙ୍କା ର କ୍ରୟ ରେ ୩୦% ଛାଡ଼ ରହିଥିବା ସଂଚାଳକ ଶ୍ରୀ ଦିଗଲ୍ ପ୍ରକାଶ କରିଛନ୍ତି ।

ହୋଇ ପାରୁନି ଗୋ ସମ୍ବର୍ଦ୍ଧନ ; ସୁରକ୍ଷିତ ନୁହଁନ୍ତି ଗୋ ମାତା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ବିଜ୍ଞାନ କୌଶଳ ବୃଦ୍ଧି ସହ ସମାଜ ରେ ଅର୍ଥ ଅର୍ଜିତର ଲାଳସା ବୃଦ୍ଧି ଏବଂ ସାମାଜିକ ଦାୟିତ୍ୱ ବୋଧତା ଅଭାବ ଯୋଗୁଁ ଆଜି ଗୋ ମାତା ସୁରକ୍ଷିତ ନୁହେଁ । ହିନ୍ଦୁ ଧର୍ମ ରେ ଗାଇ କୁ କେବଳ ଖୀର ଦେବା ନିମନ୍ତେ ନୁହେଁ ଗୋ ମାତା ରୂପେ ପୂଜା କରାଯାଏ । ଧାର୍ମିକ ରୀତି ନୀତି ରେ ସବୁ ସ୍ଥାନରେ ଗୋ ମାତା ର ଆବଶ୍ୟକ ରହିଥାଏ । କିନ୍ତୁ ବର୍ତ୍ତମାନ ସମାଜରେ ଅର୍ଥ ଅର୍ଜିବାର ଲାଳସା ତଥା ସମାଜ ପ୍ରତି ନିଜ ଦାୟିତ୍ୱ ର ଜ୍ଞାନ ଅଭାବ ରୁ ସୁରକ୍ଷିତ ନୁହେଁ ଗୋମାତା । ଗାଈ ର ପାଳନ ପୋଷଣ କରୁଥିବା ବ୍ୟକ୍ତି ମାନେ ଆବଶ୍ୟକ ପରିମାଣର ଗୋ ଚାରା , ଗୋ ଶାଳା ନଥାଇ ଗୋ ପାଳନ କରୁଥିବା କାରଣ ରୁ କ୍ଷୀର ବାହାର କରି ବାହାରକୁ ଛାଡ଼ି ଦିଅନ୍ତି ଯାହା ଫଳରେ ସହର ରେ ଜନସାଧରଣ ଟ୍ରାଫିକ ସମସ୍ୟା ସହ ବଡ଼ ବଡ଼ ଦୁର୍ଘଟଣା ର ଶିକାର ହେଉଛନ୍ତି । ବିଭିନ୍ନ ସମୟରେ ଅନେକ ସଂଗଠନ ମାନଙ୍କ ଦାବୀ ଯୋଗୁଁ ପୌର ପରିଷଦ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ପ୍ରୟାସ ରେ ଗାଈ ମାନଙ୍କ ବୁଲିବା ଉପରେ କଟକଣା ଲଗାଯାଇ ଥିଲା କିନ୍ତୁ ଆବଶ୍ୟକ କାଞ୍ଜିଆହୋଦା , ଗୋ ଚିହ୍ନଟି କରଣ ପ୍ରକ୍ରିୟା ନଥିବା କାରଣରୁ କୌଣସି ଠୋସ ନୀତି ଗ୍ରହଣ କରାଯାଇ ପାରୁନାହିଁ । ଅନ୍ୟପକ୍ଷ ରେ ଓଡିଶା ସରକାରଙ୍କ ଗୋ ହତ୍ୟା ନିରୋଧ ଆଇନ ୧୯୬୦ ରହିଥିଲେ ମଧ୍ୟ ହଜାର ହଜାର ସଂଖ୍ୟାରେ ଗୋ ଚାଲାଣ ହେବା ସହ ଅସଂଖ୍ୟ ଗୋ ହତ୍ୟା ଜାରି ରହିଛି । ସହର ଓ ଆଖପାଖ ଅଞ୍ଚଳରେ ପ୍ରତ୍ୟେକ ଦିନ ଗୋ ହତ୍ୟା ର ଖବର ମିଳୁଛି । ରବିବାର ଦିନ ମାନଙ୍କରେ ଅସଂଖ୍ୟ ଗୋ ହତ୍ୟା ହେଉଥିବା ସମସ୍ତଙ୍କୁ ବିଚଳିତ କରୁଛି । ଅନେକ ସମୟରେ ଗୋ ରକ୍ଷକ ମାନେ ଏହି ସମସ୍ତ ବିଷୟ ନେଇ ଆନ୍ଦୋଳନ ଓ ପ୍ରତିବାଦ କରିବା ଯୋଗୁଁ ପ୍ରତିବାଦକାରୀ ମାନେ ମିଥ୍ୟା ମକଦ୍ଦମା ରେ ଛନ୍ଦି ହୋଇପଡୁଛନ୍ତି । କେବଳ ଗୁଣପୁର ଭଳି ସହରରେ ଗୋ ରକ୍ଷକ ମାନଙ୍କ ପ୍ରୟାସ ରେ ୨୦୦୩ ରୁ ୨୦୧୦ ମଧ୍ୟରେ ଅନେକ ଗୋ ହତ୍ୟାକାରୀ ନ୍ୟାୟାଳୟ ଦ୍ୱାରା ଦଣ୍ଡିତ ହୋଇଛନ୍ତି ଏବଂ କେତେକ ବିଚାର ଧୀନ ଅଛନ୍ତି । କିନ୍ତୁ ପୋଲିସ ବିଭାଗ ଏହି ଭଳି ଗୁରୁତ୍ୱର ବିଷୟ କୁ ଅଣଦେଖା କରୁଥିବା କାରଣରୁ ୨୦୧୦ ପରେ ଗୋ ହତ୍ୟା ହେଉଥିଲେ ମଧ୍ୟ କୌଣସି କେଶ ନମୋଦ ହୋଇ ପାରୁନଥିବା ଅଭିଯୋଗ ହେଉଛି । ବିଭିନ୍ନ ସମୟରେ ଗୁଣପୁର ରକ୍ଷକ ବ୍ୟକ୍ତି ସଂଗଠନ ମାନେ ଗୋ ସମ୍ବର୍ଦ୍ଧନ ଓ ରକ୍ଷଣ ନିମନ୍ତେ ସହର ମଧ୍ୟରେ ବିଚରିତ ହେଉଥିବା ସମସ୍ତ ଗୋ ସମ୍ପ୍ରତି କୁ ପଞ୍ଜିକରଣ କରି ଗାଈ ମାନକୁ କ୍ରମିକ ନମ୍ବର ଦେବା , ଗୋ ଚାଲାଣ ହେଉଥିବା ରାସ୍ତା ଗୁଡିକୁ ସିଲ କରିବା , ଗୋ ଚାଲାଣ ନିମନ୍ତେ ବିକ୍ରି ହାଟ ଗୁଡିକୁ ବନ୍ଦ କରିବା ଓ ଟାସ୍କ ଫୋର୍ସ ମାଧ୍ୟମରେ ତୁରନ୍ତ ପଦକ୍ଷେପ ନେଇ ଗୋ ହତ୍ୟାକାରୀ ଙ୍କୁ ଦଣ୍ଡ ଦେବା ସହ ଗୋ ସମ୍ବର୍ଦ୍ଧନ ନିମନ୍ତେ ବିଭିନ୍ନ ସଂଗଠନ ପକ୍ଷରୁ ଦାବୀ କରାଯାଉଥିଲେ ମଧ୍ୟ କୌଣସି ଫଳ ମିଳୁନାହିଁ । ଦୀର୍ଘ ଦିନ ପରେ ଗତ ୧୭ ଡିସେମ୍ବର ରେ ଜିଲ୍ଲା ପଶୁ ଚିକିତ୍ସକ ଙ୍କ ଦ୍ଵାରା ଜିଲ୍ଲା ସରକାରୀ ଅଧିକାରୀ ଙ୍କ ସହ ଗୋ ସୁରକ୍ଷା କମିଟିର ବୈଠକ ହୋଇଥିଲା । ସବୁ ବିଷୟରେ ବିସ୍ତୁତ ଆଲୋଚନା ହୋଇଥିଲେ ମଧ୍ୟ ଜିଲ୍ଲା ର ମୁଖ୍ୟ ଅଧିକାରୀ ଙ୍କ ଗୋ ସଂରକ୍ଷଣ ନେଇ ବେପରୁଆ ମନୋଭାବ ସମସ୍ତଙ୍କୁ ନିରାଶ କରିଥିବା ଚର୍ଚ୍ଚା ଜୋର ଧରିଛି । ପୂର୍ବ ସୂଚନା କୁ ଆଧାର କରି ଗତ ତା ୧୯/୧୨/୨୧ ରିଖ ଭୋର ରୁ ଶୀ ରବି ଆଚାରି ଓ ତାଙ୍କ କିଛି ସହଯୋଗୀ ଙ୍କ ସହ ଗୁଣପୁର ଜି.ଆଇ.ଇ.ଟି ନିକଟରେ ଥିବା ଇନ୍ଦିରାଗୁଡ଼ା ଠାରେ ପହଞ୍ଚି ସେଠାରେ ଗାଈ ହତ୍ୟା କରି ମାଂସ ଦୋକାନ ଭଳି ପୁରା ବିଦ୍ୟୁତ ଚୋରି କରି ବିଦ୍ୟୁତ ଲାଇନ ଲଗାଇ ଗୋ ମାଂସ ବିକ୍ରି ଚାଲିଛି ଥିବା ବିଷୟ ନେଇ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କୁ ଉକ୍ତ ବିଷୟ ନେଇ ବାରମ୍ବାର ଫୋନ ଯୋଗେ ଅବଗତ କରିଲେ ମଧ୍ୟ ପୋଲିସ ବିଭାଗ ର କେହି ପହଞ୍ଚି ନଥିବା କ୍ଷୋଭ ପ୍ରକାଶ କରି ରାୟଗଡା ଜିଲ୍ଲାପାଳ ଙ୍କୁ ଜଣା କରିଥିବା ପ୍ରକାଶ କରିଛନ୍ତି । ପରନ୍ତୁ ଜିଲ୍ଲାପାଳ ମହୋଦୟ ବିରକ୍ତି ଭାବ ପ୍ରକାଶ କରିଥିବା ସୂଚନା ଦେଇଛନ୍ତି । ଅବଶ୍ୟ ସେହି ଗୋ ହତ୍ୟାକାରୀ ମାନେ ସେଠାରୁ ଖସି ପଳାଇ ଗଲେ । ଶ୍ରୀ ଆଚାରି ବାରମ୍ବାର ଫୋନ କରି ଶେଷରେ ଜିଲ୍ଲାପାଳ ଙ୍କୁ ଫୋନ କରିବାରୁ ସେ ବିରକ୍ତି ଭାବ ପ୍ରକାଶ କରିଥିବା ବେଳେ ଅବଶ୍ୟ ସେ ନିଜ ଜାଗାରେ ଠିକ ଥିବେ କିନ୍ତୁ ଜିଲ୍ଲାରେ ଯେଉଁ ଅଧିକାରୀ ମାନେ ଉଚିତ କାର୍ଯ୍ୟ ନକରିଲେ ଆମ୍ଭେ କାହାକୁ କହିବୁ ବୋଲି ଶ୍ରୀ ଆଚାରି କ୍ଷୋଭ ପ୍ରକାଶ କରିଛନ୍ତି । ପରି ଶେଷରେ ଗୁଣପୁର ଥାନା ରୁ ଏସ୍ ଆଇ ଶ୍ରୀ ମୁଦୁଲି ଓ ଏ ଏସ୍ ଆଇ ଶ୍ରୀ ପାଲକା ଙ୍କ ତତ୍ୱାବଧାନ ରେ ଏକ ଟିମ ଆସି ଘଟଣାସ୍ଥଳରେ ପହଞ୍ଚିବା ବେଳେ ମାଂସ ବିକ୍ରେତା ଓ କ୍ରେତା ମାନେ ସେଠାରୁ ଚାଲି ଯାଇଥିବାରୁ ପୋଲିସ ସେଠି ରହିଥିବା ବଳକା ମାଂଶ , ବ୍ୟବହୃତ ହତିଆର ଜବତ କରିଥିଲେ ।