ବିଜେପି ର ରାହୁଲ ଙ୍କୁ ପ୍ରଶ୍ନ – କେଉଁ ଉଦ୍ଦେଶ୍ୟରେ ରାହୁଲ୍ ଚାଷୀଙ୍କୁ ସମର୍ଥନ କରୁଛନ୍ତି ?

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଚାଷୀ ଆନ୍ଦୋଳନକୁ ନେଇ ଗୋଟିଏ ପଟେ ଚାଷୀ ସଂଗଠନ ଓ ସରକାରଙ୍କ ସହ ଆଲୋଚନା ପ୍ରକ୍ରିୟା ଚାଲିଛି। ଅନ୍ୟପଟେ ଶାସକ ଦଳ ବିଜେପି ଏବଂ ବିରୋଧୀ ମଧ୍ୟରେ ରାଜନୀତିକ ବାକ୍ ଯୁଦ୍ଧ ଚାଲିଛି। କେଉଁ ଉଦ୍ଦେଶ୍ୟରେ ଚାଷୀଙ୍କୁ ରାହୁଲ୍ ସମର୍ଥନ କରୁଛନ୍ତି ବୋଲି ବିଜେପି ଆଜି ପ୍ରଶ୍ନ କରିଛି। ରାହୁଲ୍ ଯେଉଁ ଏପିଏମସି ଆକ୍ଟ କଥା କହୁଛନ୍ତି ତାହା କେରଳରେ ନାହିଁ। ରାହୁଲ୍ କେରଳ ଓ୍ୱାଏନାଡର ସାଂସଦ। କେରଳରେ ଏପିଏମସି ଆକ୍ଟ ନାହିଁ। ତେଣୁ ଚାଷୀଙ୍କ ପାଇଁ ସେ କାହିଁକି ସ୍ୱର ଉତ୍ତୋଳନ କରୁନାହାନ୍ତି ବୋଲି ବିଜେପି ସାଂସଦ ସୁଧାଂଶୁ ତ୍ରିଦେବୀ ପ୍ରଶ୍ନ କରିଛନ୍ତି। ତେଣୁ ଏବେ ରାହୁଲ୍ ଚାଷୀଙ୍କ ପାଇଁ କେଉଁ ଉଦ୍ଦେଶ୍ୟରେ ମିଶୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।ସୂଚନାଯୋଗ୍ୟ, କେନ୍ଦ୍ର ସରକାର ତିନୋଟି କୃଷି ଆଇନ୍ ଆଣିଛନ୍ତି। ଏହାକୁ ବିରୋଧ କରି ଚାଷୀ ଏବେ ଆନ୍ଦୋଳରେ ବସିଛନ୍ତି।

ମୋବାଇଲ୍ ଟାଓ୍ୱାର ସେବା ପ୍ରଭାବିତ ନକରିବାକୁ ଚାଷୀଙ୍କୁ ଆହ୍ୱାନ କଲେ ଅମରିନ୍ଦର।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରତ ଚାଷୀ ଏବେ ମୋବାଇଲ୍ ଟାଓ୍ୱାରକୁ ବିଦ୍ୟୁତ୍ ସେବା ବନ୍ଦ କରିଦେଉଥିବା ସୂଚନା ରହିଛି। ଏଭଳି ପଦକ୍ଷେପକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି କରି ଆଇନକୁ ହାତକୁ ନନେବା ପାଇଁ ଆନ୍ଦୋଳନରତ ଚାଷୀଙ୍କୁ ସେ କହିଛନ୍ତି। ଏଭଳି ହେଲେ ଜନସାଧାରଣ ନାନା ଅସୁବିଧାରେ ପଡ଼ିବା ସହିତ ଛାତ୍ରଛାତ୍ରୀ ଅନ୍ ଲାଇନରେ ପାଠ ପଢ଼ିବା ବ୍ୟାହାତ ହେବ। ଏମିତିକି ରାଜ୍ୟର କୃଷି କ୍ଷେତ୍ର ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥିବା ବୋଲି ସେ କହିଛନ୍ତି। କରୋନା ମହାମାରୀ ବେଳେ ଟେଲିକମ ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଟାଓ୍ୱାର ବନ୍ଦ ପଞ୍ଜାବର ସ୍ୱାର୍ଥରେ ନୁହେଁ। ତେଣୁ ଆନ୍ଦୋଳନରତ ଚାଷୀକୁ ଶାନ୍ତ ରହିବାକୁ ଅମରିନ୍ଦର କହିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ହଜାର ହଜାର ଚାଷୀ ଆନ୍ଦୋଳନରେ ବସିଛନ୍ତି। ଚାଷୀ ଆନ୍ଦୋଳନକୁ ନେଇ ଗୋଟିଏ ପଟେ ଚାଷୀ ସଂଗଠନ ଓ ସରକାରଙ୍କ ସହ ଆଲୋଚନା ପ୍ରକ୍ରିୟା ଚାଲିଛି। ଅନ୍ୟପଟେ ଶାସକ ଦଳ ବିଜେପି ଏବଂ ବିରୋଧୀ ମଧ୍ୟରେ ରାଜନୀତିକ ବାକ୍ ଯୁଦ୍ଧ ଚାଲିଛି।

‘ଚାଷୀଙ୍କ ସମସ୍ୟା ଦୂର କରିବା ପରିବର୍ତ୍ତେ ମୋଦି ଭାଷଣ ଦେଉଛନ୍ତି’ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ଜବାବ ଦେଇଛନ୍ତି। ପଶ୍ଚିମବଙ୍ଗର ଚାଷୀମାନେ କିଷାନ ସମ୍ମାନ ନିଧି ଯୋଜନାରେ ଲାଭ ପାଇ ନାହାଁନ୍ତି। ଚାଷୀ ଆନ୍ଦୋଳନେର ବସିଛନ୍ତି। ସେମାନଙ୍କ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ ପଶ୍ଚିମବଙ୍ଗର ଭାବମୂର୍ତ୍ତିକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି ବୋଲି ମମତା କହିଛନ୍ତି। ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଲକ୍ଷ ଲକ୍ଷ ଚାଷୀ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସରକାରଙ୍କ ତିନି କୃଷି ନିୟମ ଚାଷୀ ବିରୋଧୀ କାରଣ ଏମଏସପି ହଟାଇବା କଥା ରହିଛି। ପ୍ରଧାନମନ୍ତ୍ରୀ ଚାଷୀଙ୍କ ସମସ୍ୟାର ସମାଧାନ ପରିବର୍ତ୍ତେ ଟିଭିରେ ଉଦବେଗ ପ୍ରକାଶ କରୁଛନ୍ତି ବୋଲି ସେ କହିଛନ୍ତି। ମମତା ବାନାର୍ଜୀ କହିଛନ୍ତିବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସମସ୍ତ ଆଇନ ଉଲ୍ଲଂଘନ କରୁଛି। ପଶ୍ଚିମବଙ୍ଗକୁ ସାହାଯ୍ୟ କରିବା ପାଇଁ କେନ୍ଦ୍ର ସରକାର କିଛି କରି ନାହାନ୍ତି। ଏପର୍ଯ୍ୟନ୍ତ ମୋଟ ୮୦୦୦ କୋଟି ଟଙ୍କା ଜିଏସଟି ବକେୟା ରହିଛି। ଯଦି କେନ୍ଦ୍ର ସରକାର ରାଜ୍ୟକୁ ସାହାଯ୍ୟ ନକରିବେ ତେବେ ବକେୟା ଟଙ୍କା ପୈଇଠ କରିବା ଦରକାର। ରାଜ୍ୟ ସରକାର ଚାଷୀଙ୍କୁ ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି ଏଭଳି ମତ ରଖି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଟିଏମସି ସରକାର ଚାଷୀଙ୍କ ସ୍ୱାର୍ଥରେ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାରଙ୍କୁ ସେ ବ୍ୟକ୍ତିଗତ ଭାବରେ ଦୁଇଟି ଚିଠି ଲେଖିଛନ୍ତି ହେଲେ ସହଯୋଗ କରିବାକୁ ମନା କରୁଛନ୍ତି। ରାଜନୀତିକ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ବିଜେପି ଏଭଳି କରୁଛି ବୋଲି ମମତା ବେଙ୍ଗଲବାସୀଙ୍କ ସ୍ୱାର୍ଥରେ ତାଙ୍କ ନେତୃତ୍ୱାଧୀନ ସରକାର କାମ କରିବ। କେନ୍ଦ୍ର ଏଭଳି କାରନାମାକୁ ରାଜ୍ୟବାସୀ କଡ଼ା ଜବାବ ଦେବେ ବୋଲି ମମତା କହିଛନ୍ତି।

ନୂଆପଡ଼ା ଚାଷୀଙ୍କ ସହ ସିଧାସଳଖ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଗୋଟିଏ ପଟେ କୃଷି ଆଇନକୁ ନେଇ ଚାଷୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ପ୍ରାନ୍ତର ଚାଷୀଙ୍କ ସହ ଆଲୋଚନା କରି ସେମାନଙ୍କର ବିଭିନ୍ନ ସମସ୍ୟା ସର୍ମ୍ପକରେ ପଚାରି ବୁଛିଛନ୍ତି। ଏହିକ୍ରମରେ ଆଜି ନୂଆପଡ଼ା ଜିଲ୍ଲାର ଚାଷୀ ନବୀନ ଠାକୁରଙ୍କ ସହ କଥା ହୋଇଛନ୍ତି ନରେନ୍ଦ୍ର ମୋଦି। ପିଏମ କିଷାନ ଯୋଜନା ସହ କିଷାନ କ୍ରେଡିଟ୍ କାର୍ଡ ଦ୍ୱାରା ନବୀନ କିପରି ଉପକୃତ ହୋଇଛନ୍ତି, ସେ ନେଇ ଆଲୋଚନା କରିଥିଲେ। ପୂର୍ବରୁ ସାହୁକାରଙ୍କ ଠାରୁ ଋଣ ଆଣି ଚାଷୀ କରଜରେ ବୁଡ଼ି ରହୁଥିଲେ। ତେବେ କିଷାନ କ୍ରେଡିଟ୍ କାର୍ଡ ଦ୍ୱାରା କମ୍ ସୁଧରେ ଋଣ ଆଣି ନବୀନ ଉପକୃତ ହେଉଥିବା କହିଛନ୍ତି। ଆଗକୁ ଏପରି ଋଣ ଆଣିବା ଲାଗି ଅନ୍ୟ ଚାଷୀ ମାନଙ୍କୁ ପ୍ରେରଣା ଦେବା ଲାଗି ଚାଷୀ ନବୀନଙ୍କୁ କହିଥିଲେ ପ୍ରଧାନମନ୍ତ୍ରୀ।

ଗୋଟେ ପଟେ ଚାଷୀ ଆନ୍ଦୋଳନକୁ ମାସେ ପୂରିଥିବାବେଳେ ଅନ୍ୟପଟେ ଆଜି କିଷାନ ସମ୍ମାନ ନିଧି ଯୋଜନାରେ ଦେଶର ଚାଷୀଙ୍କୁ ପରବତ୍ତୀ କିସ୍ତି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଦେଶର ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ଏହି ଯୋଜନା ଅନ୍ତର୍ଗତ ୧୮ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି। ଏହି ଅର୍ଥ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏହି କିସ୍ତି ଜାରି କରିଛନ୍ତି। ଏହି ଅବସରରେ ଓଡ଼ିଶା ସମେତ ୬ଟି ରାଜ୍ୟର ଚାଷୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଥିଲେ। ଚାଷୀମାନଙ୍କୁ ସେମାନଙ୍କର ସମସ୍ୟା ସମ୍ପର୍କରେ ପଚାରିବା ସହ ସେମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ମଧ୍ୟ ଦେଇଥିଲେ। ଏହି ଆଲୋଚନା ଅବସରରେ ମଣ୍ଡି, ଏମଏସସି ବାବଦରେ ଭୁଲ୍ ତଥ୍ୟ ଦିଆଯାଇ ଦେଶର ଚାଷୀଙ୍କୁ ବିଭ୍ରାନ୍ତ କରାଯାଉଛି ବୋଲି ମୋଦି କହିଛନ୍ତି। ସେହିପରି ଖୋଲା ମନରେ ଆମେ ଚାଷୀଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୃଷକଙ୍କ ଆୟ ଦୁଇ ଗୁଣ କରିବା ଲକ୍ଷ୍ୟ ନେଇ ଗତବର୍ଷ ଫେବ୍ରୁଆରୀରେ କେନ୍ଦ୍ର ସରକାର ପିଏମ୍-କିଷାନ୍ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ଅନୁଯାୟୀ ପ୍ରତି ୪ ମାସରେ ଚାଷୀଙ୍କୁ ୨ ହଜାର କରି ବର୍ଷକୁ ୬ ହଜାର ଟଙ୍କା ଲେଖାଏଁ ଅର୍ଥ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

ନୂଆ ବର୍ଷ ଓଡ଼ିଶାବାସୀଙ୍କ ପାଇଁ ଖୁସିର ବର୍ଷ ହେଉ – ସୁରେଶ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- “ନୂଆ ବର୍ଷ ଓଡ଼ିଶାବାସୀଙ୍କ ପାଇଁ ଖୁସିର ବର୍ଷ ହେଉ। ୨୦୨୦ର କୋଭିଡ୍‌ ପରିସ୍ଥିତି ଆଉ ନ ଆସୁ। ସାମଗ୍ରିକ ଭାବେ ସବୁ ବର୍ଗର ଲୋକଙ୍କ ଉନ୍ନତି ହେଉ। ସବୁ ସେକ୍ଟରର ଉନ୍ନତି ପାଇଁ କାମ ଚାଲିଛି। କାମର ମନିଟର କରୁଛୁ। କିଭଳି ସାଧାରଣ ଲୋକେ ଶୀଘ୍ର ସୁଫଳ ପାଇବେ, ତାହା ଉପରେ ଉଦ୍ୟମ ହେବ।” ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇବା ପରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ଅବସରରେ ସୁରେଶ ମହାପାତ୍ର ଏହା କହିଛନ୍ତି। ୩ଟି ମେଜର ପ୍ରୋଜେକ୍ଟ ନେଇ ସେ କହିଛନ୍ତି-“ପୁରୀ, ଲିଙ୍ଗରାଜ କରିଡର ଓ SCB ସମ୍ପ୍ରସାରଣ କରାଯିବ। କାମ କେମିତି ଶୀଘ୍ର ସରିବ, ତାହା ଉପରେ ବିଶେଷ ଧ୍ୟାନ ଦିଆଯିବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମ ରାଜ୍ୟରେ ଭଲ ବିକାଶ ହୋଇଛି।” ସେ ଆହୁରି କହିଛନ୍ତି-“କରୋନାର ନୂଆ ଷ୍ଟ୍ରେନ୍‌ର ମୁକାବିଲା ପାଇଁ ସମସ୍ତେ ଗାଇଡ୍‌ଲାଇନ ମାନନ୍ତୁ। ମାସ୍କ ପିନ୍ଧନ୍ତୁ ଓ ଡିଷ୍ଟାନ୍ସ ମେଣ୍ଟେନ କରନ୍ତୁ। ଏହି ନିୟମ ମାନିଲେ କରୋନାକୁ ରୋକିପାରିବା। ପୁରୀରେ ମହାପ୍ରଭୁଙ୍କ ଦର୍ଶନ ନେଇ ସୁବ୍ୟବସ୍ଥା ହୋଇଛି।” 

ବଡ ଦିନରେ ସହର ଖାଁ ଖାଁ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଖ୍ରୀଷ୍ଟ ସମ୍ପ୍ରଦାୟର ବଡ଼ ପର୍ବ ବଡ଼ ଦିନର ପ୍ରଭାବ ଆଜି ସମଗ୍ର ସହର ମାନଙ୍କରେ ଦେଖିବାକୁ ମିଳିଛି । ପ୍ରଭୁ ଯୀଶୁଙ୍କ ଧରାତଲ କୁ ଆଗମନ ରେ ଖ୍ରୀଷ୍ଟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଖୁସି ର ଲହର ଖେଳି ଯାଇଛି । ବିଭିନ୍ନ ଚର୍ଚ୍ଚ,ପ୍ରାର୍ଥନା ଗୃହ ମାନଙ୍କୁ ରଙ୍ଗ ବେରଙ୍ଗ ଆଲୋକ ମାଳା ରେ ସଯଯାଇଥିବା ବେଳେ ଘର ମାନଙ୍କ ରେ ପିଠା ,କେକ ଇତ୍ୟାଦି କରି ଖୁସି ମାନଉଥିବା ଦେଖିବାକୁ ମିଳିଛି । ଚର୍ଚ୍ଚ ମାନଂକରେ ପ୍ରଭୁ ଯୀଶୁ ଙ୍କ ନିମନ୍ତେ ଗତ କାଲି ରାତ୍ରରୁ ପ୍ରାର୍ଥନା,ଭଜନ ଚାଲି ଥିବା ଯାହା ଆଜି ଦିନ ମଧ୍ୟହ୍ନ ରେ ସରିଛି । ବିଭିନ୍ନ ସ୍ଥାନରେ ଏହି ବଡ ଦିନ ସରକାରୀ କୋଭିଡ ନିର୍ଦେଶ କୁ ନେଇ ପାଳନ କାର୍ଯଉଥିବା ବେଳେ ସହର ମାନଂକରେ ପ୍ରଭାବ ଦେଖିବାକୁ ମିଲିଛି । ଦୋକାନ ବଜାର ,କାର୍ଯ୍ୟଳୟ ଗୁଡିକ ବନ୍ଦ ହୋଇଥିବାରୁ ଗାଡି,ବସ ଆଟୋ ଇତ୍ୟାଦି ଚଳାଚଳ ରେ ବି ପ୍ରଭାବ ପଡ଼ିଛି । ସହର ମାନଙ୍କ ରେ ଜନ ସାଧାରଣଙ୍କ ଆତ ଜାତ ମଧ୍ୟ କମ ହୋଇଛି ସରକାରୀ ଛୁଟି, ବଡ଼ ଦିନ ପର୍ବ ଓ ରାଜ୍ୟରେ ଶୀତ ଲହରୀ ଯୋଗୁଁ ବହୁ ଲୋକ ଘରେ ରହି ପରିବାର ବର୍ଗଙ୍କ ସମୟ ବିତାଇବା କୁ ବହୁତ ପସନ୍ଦ କରିଥିବା ଦେଖିବାକୁ ମିଳିଛି ।

ଆପଣଙ୍କ ଆଖିରୁ ବାହାରୁଛି କି ପାଣି? ଜାଣନ୍ତୁ ଏହା ପଛର କାରଣ କଣ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଅଚାନକ ଆଖିରୁ ପାଣି ବାହାରିଲେ ଲୋକେ ଏହାକୁ ଲୋକେ ହାଲକା ଭାବେ ନେଇଥାନ୍ତି। କେବେ କେବେ ଆଖିରେ ଧୂଳି ପଶିଯାଇଥିଲେ ଆପେ ଆପେ ପାଣି ବାହାରି ଆସେ। ପିଆଜ କାଟିଲେ ବି ଆମ ଆଖିରେ ସ୍ୱାଭାବିକ ଭାବେ ପାଣି ପଳାଇଆସେ। କିନ୍ତୁ ବେଳେ ବେଳେ ଏହା ଅନ୍ୟ କିଛି ବେମାରର ଲକ୍ଷଣ ବି ହୋଇପାରେ। ଏହାକୁ ଅଣଦେଖା କରନ୍ତୁ ନାହିଁ। ଜାଣନ୍ତୁ, କ’ଣ ରହିଛି ଏହା ପଛର କାରଣ।

ଲାଲ ଆଖି:

ଇନଫେକ୍ସନ, ବ୍ୟାକେଟରିଆ କିମ୍ବା ଭାଇରସ ଯୋଗୁ ଆଖିରେ ସଂକ୍ରମଣ ହୋଇଥାଏ। ଛୋଟ ପିଲା ଓ ବଡ଼ ଲୋକଙ୍କ ଆଖିରେ ପାଣି ଆସିବାର ଏହା ଏକ କାରଣ ଅଟେ। ଏଥିରେ ଗୋଟିଏ କିମ୍ବା ଦୁଇଟି ଆଖି ଲାଲ ହୋଇଯାଇଥାଏ।  ଆଖି ଲାଲ ପଡ଼ିବ ସହ କୁଣ୍ଡାଇ ହୋଇଥାଏ। ଏପରି ଭାଇରାଲ ଇନଫେକ୍ସନକୁ ଆଣ୍ଟିବାୟୋଟେକ ଆଇ ଡ୍ରପରେ ଠିକ୍‌ କରାଯାଇ ପାରିବ।

 ଏଲର୍ଜି:

ନାକରୁ ପାଣି ବୋହିବ, କଫ ହେବା ଆଦି ସମସ୍ୟା ଦେଖାଦେଲେ ଆଖିରୁ ମଧ୍ୟ ପାଣି ବୋହିଥାଏ। ଏପରି ସ୍ଥିତିରେ ଏଲର୍ଜି ମେଡିସିନ ନେବା ଦ୍ୱାରା ଆରାମ ମିଳିଥାଏ। ଥଣ୍ଡା ହେଲେ ମଧ୍ୟ ଆଖିରେ ପାଣି ଆସିଥାଏ। ହେଲେ ସବୁ ସ୍ଥିତିରେ ଆଖି କୁଣ୍ଡାଇ ହୋଇ ନ ଥାଏ।

 ଆଖି ପତାର ସମସ୍ୟା:

ପତା ଆଖିର ବାଇପର ଭଳି କାମ କରିଥାଏ।  ଏହା ଆଖିରୁ ଅତିରିକ୍ତ ପାଣିକୁ ବାହାର କରିଦେଇଥାଏ। କିନ୍ତୁ ବେଳେ ବେଳେ ପତା ନିଜ କାମ ଠିକ୍‌ ଭାବେ କରିପାରିନ ଥାଏ। କାରଣ ଆଖି ପତା ମୋଡ଼ି ହୋଇଯାଇଥାଏ। ଏପରି ସ୍ଥିତିକୁ ଏକ୍ସଟ୍ରୋପିୟନ କୁହାଯାଇଥାଏ। ଏପରି ସ୍ଥିତିରେ  ଆଖିରେ ପାଣି ଜକାଇ  ରହିଥାଏ। ଏପରି ସମସ୍ୟା ଦେଖାଦେଲେ ସର୍ଜରୀ କରିବାକୁ ପଡ଼ିପାରେ।

କାର୍ନିଆ : 

ବେଳେବେଳେ ଆଖିରେ ଧୂଳି, ପୋକ ଆଦି ମାଡ଼ ହୋଇଯାଇଥାଏ।  ଫଳରେ ଆଖିରେ ଚୋଟ  ଲାଗିବା ସହ କଷ୍ଟ ହୋଇଥାଏ। ଆଖି ଲାଲ ହୋଇଯାଇଥାଏ ଓ ଆଲୋକରେ  ଅନାଇଲେ ଆଖିରୁ ପାଣି ବୋହିଥାଏ। ଏହା ଦିନେ ୨ ଦିନ ମଧ୍ୟରେ ଠିକ୍‌ ହୋଇଯାଇଥାଏ। କିନ୍ତୁ ଯଦି ସ୍ଥିତି ଗମ୍ଭୀର ହୋଇଥାଏ ଡାକ୍ତରଙ୍କୁ ଦେଖାଇଦେବା ଉଚିତ।

ଆଖି ପତାରେ ସମସ୍ୟା ଦେଖାଦେବା:

ଆଖି ପତା କୁଣ୍ଡାଇ ହେବାକୁ (Blepharitis) କୁହାଯାଇଥାଏ। ଏପରି ସମସ୍ୟା ହେଲେ ଆଖିରେ ସବୁବେଳେ ପାଣି ରହିଥାଏ, କୁଣ୍ଡାଇ ହୋଇଥାଏ । ଏଥିସହ ଆଖି ଓଦା ରହୁଥିବାରୁ ଧୂଳି ମଧ୍ୟ ପଡ଼ିଥାଏ। ଏହା ମୁଖ୍ୟତ ଆଲର୍ଜି କିମ୍ବା ଇନଫେକ୍ସନ ଯୋଗୁ ହୋଇଥାଏ। ଚିକିତ୍ସା ଦ୍ୱାରା ଏହା ଭଲ ହୋଇଥାଏ।

ଅଏଲ ଗ୍ଲାଡସ୍‌ରେ ସମସ୍ୟା :

ଆଖି ପତା ପାର୍ଶ୍ୱରେ ଥିବା ଛୋଟ ଗ୍ରନ୍ଥିକୁ ମିବୋମିୟମ ଗ୍ରନ୍ଥି କୁହାଯାଇଥାଏ। ଏହା ଆଖିର ଆବଶ୍ୟକତା ଅନୁଯାୟୀ, ତେଲ ପ୍ରସ୍ତୁତ କରିଥାଏ ଯାହାକି ଆଖିକୁ ସୁସ୍ଥ ରଖିଥାଏ।  କିନ୍ତୁ ଯଦି ଏହି ଅଏଲ ଗ୍ଲାଡସ୍‌ କଳା ପଡ଼ିଯାଏ ତେବେ ଆଖିରେ ପର୍ଯ୍ୟାପ୍ତ ମାତ୍ରାରେ ତେଲ ସୃଷ୍ଟି ହୋଇପାରେ ନାହିଁ। ଏଥିଯୋଗୁ ଆଖି କୁଣ୍ଡାଇ ହେବା ସହ ପାଣି ବାହାରିଥାଏ। ଏହାକୁ ଠିକ୍‌ କରିବା ପାଇଁ ଗରମ ପାଣି ସେକ ଦେଇପାରିବେ। ଏହାଦ୍ୱାରା ଆରାମ ମିଳିବ।

ଫିଟ୍ ରହିବା ସତ୍ତ୍ୱେ କାହିଁକି ହୁଏ ହାର୍ଟ ଆଟାକ୍ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ସାଧାରଣତଃ ଅଧିକାଂଶ ଲୋକ ସୁସ୍ଥ ରହିବା ପାଇଁ ପ୍ରତିଦିନ ବ୍ୟାୟମ କରନ୍ତି। କେହି କେହି ନିଜକୁ ଫିଟ ରଖିବା ପାଇଁ ଜିମ ମଧ୍ୟ ଯାଆନ୍ତି। ଏସବୁ ସିତ୍ତ୍ୱେ ଅନେକ ଯୁବାବସ୍ଥାରେ ହୃଦଘାତର ଶିକାର ହୋଇଥାନ୍ତି । ତେବେ ଫିଟ ରହିବା ସତ୍ତ୍ୱେ ହୃଦଘାତ ବା ହାର୍ଟ ଆଟାକ କାହିଁକି ହୁଏ ? ଆସନ୍ତୁ ଜାଣିବା ।

  • ଧୂମପାନ ତଥା ସିଗାରେଟ କିମ୍ବା ବିଡି ସେବନ କରୁଥିବା ଲୋକଙ୍କୁ ହାର୍ଟ ଆଟାକର ଅଧିକ ବିପଦ ଥାଏ। ଦୀର୍ଘ ଦିନ ଧରି ଧୂମପାନ କରିବା ଦ୍ୱାରା ହୃଦଘାତ ଆଶଙ୍କା ବଢ଼ିଥାଏ ବୋଲି ଏକ ଅଧ୍ୟୟନରେ କୁହାଯାଇଛି । ଏଥିପାଇଁ ଯେତେ ସମ୍ଭବ ବିଡି-ସିଗାରେଟ ଠାରୁ ଦୂରେଇ ରହିବା ଉଚିତ।
  • ଫିଟ୍ ଥିବା ସେତ୍ତ୍ୱ ଯଦି ଉଚ୍ଚ ରକ୍ତଚାପ ଥାଏ ତେବେ ସେହି ବ୍ୟକ୍ତି ମଧ୍ୟ ହୃଦଘାତର ଶିକାର ହୋଇପାରନ୍ତି। ହାଇ ବ୍ଲଡପ୍ରେସର ହୃଦୟକୁ ନିୟନ୍ତ୍ରଣ କରୁଥିବା ଧମନୀକୁ କ୍ଷିତି ପହଞ୍ଚାଇଥାଏ। ମୋଟାପଣ, ହାଇ କୋଲେଷ୍ଟ୍ରୋଲ ଏବଂ ଡାଇବେଟିସ ଯୋଗୁ ହାଇ ବ୍ଲଡପ୍ରେସରର ସମସ୍ୟା ବଢ଼ିଥାଏ। ଏଥିପାଇଁ ଏସବୁକୁ ନେଇ ସାବଧାନ ରହିବା ଉଚିତ।
  • ରକ୍ତରେ କୋଲେଷ୍ଟ୍ରୋଲ ସ୍ତର ବଢ଼ିବା, ଉଚ୍ଚ ରକ୍ତଚାପ ଏବଂ ମଧୁମେହର ମେଦବହୁଳତା ସହ ସିଧାସଳଖ ସମ୍ପର୍କ ରହିଥାଏ। ଏକ ରିପୋର୍ଟ ମୁତାବକ ଯଦି ମୋଟାପଣକୁ ନିୟନ୍ତ୍ରଣ ରଖାଯାଏ ତେବେ ହାର୍ଟ ଆଟାକ ଭଳି ସମସ୍ୟା ଦୂର ହୋଇପାରିବ।
  • ଶରୀରରେ ପାନକ୍ରିୟାଜ ସଠିକ ଢ଼ଙ୍ଗରେ କାମ ନକଲେ ରକ୍ତରେ ସୁଗାର ଲେବୁଲ ବଢ଼ିବାକୁ ଲାଗେ। ଏଥିସହ ଶରୀରରେ ରକ୍ତଚାପକୁ  ନିୟନ୍ତ୍ରଣରେ ରଖୁଥିବା ହର୍ମୋନ୍ସ ମଧ୍ୟ ଉତ୍ପନ୍ନ ହେବା ବନ୍ଦ ହୋଇଯାଏ। ଏଭଳି ସ୍ଥିତିରେ ମଣିଷ ଡାଇବେଟିସ ଏବଂ ବ୍ଲଡ ପ୍ରେସର ଶିକାର ହୋଇଥାଏ । ହୃଦଘାତ ଆଶଙ୍କା ମଧ୍ୟ ବଢ଼ିବାକୁ ଲାଗେ।
  • ବିଶେଷଜ୍ଞଙ୍କ ମତାନୁସାରେ ବଂଶଗତ କାରଣ ଯୋଗୁଁ ମଧ୍ୟ ହାର୍ଟ ଆଟାକ ହୋଇପାରେ। ଯେଉଁ ବ୍ୟକ୍ତିଙ୍କ ପରିବାର ବର୍ଗ, ଭାଇ-ଭଉଣୀ ବା ବାପା-ମା’ଙ୍କ ଏଭଳି ସମସ୍ୟା ରହିଛି, ସେମାନେ ବିଶେଷ ରୂପେ ସାବଧାନ ରହିବା ଉଚିତ। ପୁରୁଷଙ୍କ ୫୫ ବର୍ଷ ଏବଂ ମହିଳାଙ୍କ ମଧ୍ୟରେ ୬୫ ବର୍ଷରେ ହାର୍ଟ ଆଟାକ ସମସ୍ୟା ବଢ଼ିଥାଏ।
  • ଅଧିକ ଷ୍ଟ୍ରେସ ବା ମାନସିକ ଅବସାଦ ମଧ୍ୟ ହାର୍ଟ ଆଟାକର ଅନ୍ୟତମ କାରଣ ।  ଅଧିକ ଅବସାଦଗ୍ରସ୍ତ ବ୍ୟକ୍ତି ହୃଦଘାତର ଶିକାର ହୋଇପାରନ୍ତି ବୋଲି ଡାକ୍ତରମାନେ କୁହନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ନିୟମିତ ରୂପେ ବ୍ୟାୟମ ଏବଂ ନିୟନ୍ତ୍ରଣ ଡାଏଟ ଫଲୋ କରିବା ଉଚିତ।
ଶୀତ ଦିନେ ରାଶି ଖାଇଲେ କ’ଣ ଫାଇଦା ମିଳେ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ସାଧାରଣତଃ ସମସ୍ତଙ୍କ ଘରେ ରାଶିର ବ୍ୟବହାର ହୁଏ। ଖାଦ୍ୟ ହେଉ ବା କୌଣସି ଚଟପଟା ସ୍ନାକ୍ସ, ତା’ର ସ୍ବାଦ ବଢ଼ାଇବା ପାଇଁ ରାଶିକୁ ବ୍ୟବହାର କରାଯାଏ। ଅନେକ ଲୋକେ ରାଶିରେ ଲଡୁ ତିଆରି କରି ମଧ୍ୟ ଖାଇଥାନ୍ତି। ରାଶିରେ ଥିବା ଲିସାଟୁରେଟେଡ୍ ଫ୍ୟାଟି ଏସିଡ୍, ଓମେଗା-6, ଫାଇବର, ଆଇରନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଫସଫରସ୍ ଶରୀର ପାଇଁ ଅନେକ ଲାଭଦାୟକ। ତେବେ ଶୀତ ଦିନେ ରାଶି ଖାଇଲେ କ’ଣ ସବୁ ଫାଇଦା ମିଳେ ଆସନ୍ତୁ ଜାଣିବା। 

  • ରାଶିରେ ଥିବା ମୋନୋ-ସ୍ୟାଚୁରେଟେଡ୍ ଫ୍ୟାଟି ଏସିଡ୍ ଆମ ଶରୀରରେ କୋଲେଷ୍ଟ୍ରୋଲ୍ ସ୍ତରକୁ ହ୍ରାସ କରିଥାଏ। ଏହା ହୃଦୟ ସମ୍ବନ୍ଧୀୟ ରୋଗ ପାଇଁ ମଧ୍ୟ ବେଶ ଲାଭଦାୟକ । ଶାରୀରରେ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ରାଶି।
  • ରାଶିରେ ଅନେକ ପ୍ରକାରର ଲୁଣି ଜାତୀୟ କ୍ୟାଲସିଅମ ରହିଥାଏ। କାଲ୍କେରିଏସ୍, ଆଇରନ୍, ମ୍ୟାଗ୍ନେସିୟମ୍, ଜିଙ୍କ, ଏବଂ ସେଲେନିୟମ୍ ଭଳି ତତ୍ତ୍ବ ଆମ ହୃଦୟର ମାଂସପେଶୀକୁ ସକ୍ରିୟ ରଖିବାରେ ସହାୟକ ହୁଏ।
  • କ୍ୟାଲସିଅମ, ଫସଫରସ ଏବଂ ମ୍ୟାଗ୍ନେସିଅମ ଭଳି ତତ୍ତ୍ବ ରାଶିରୁ ମିଳେ, ଯାହା ହାଡକୁ ମଜଭୁତ ରଖିବାରେ ସହାୟକ ହୁଏ। ଶୀତଦିନେ ନିୟମିତ ରାଶି ଖାଇବା ଦ୍ବାରା ଅଣ୍ଠୁ ଗଣ୍ଠି ଜନିତ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ଦିନରେ ଏକ ଚାମଚ ରାଶି ଖାଇଲେ, ଦାନ୍ତ ମଧ୍ୟ ମଜଭୁତ ହୁଏ । ରାଶିରେ ଫାଇଭର ଏବଂ ଆଣ୍ଟିଅକ୍ସିଡେଣ୍ଟର ସ୍ତର ଅଧିକ ମାତ୍ରାରେ ଥାଏ। ଏହା ଶରୀରରେ ରୋଗପ୍ରତିରୋଧକ କ୍ଷମତାକୁ ବଢ଼ାଇବାରେ ସାହାଯ୍ୟ କରେ।
  • ରାଶିରେ ସେସମିନ ନାମକ ଏକ ଆଣ୍ଟିଅକ୍ସିଡେଣ୍ଟ ମିଳେ, ଯାହା ଶରୀରରେ କ୍ୟାନସର ଭଳି ମାରାତ୍ମକ କୋଷକୁ ଉତ୍ପନ୍ନ ହେବାକୁ  ଦିଏ ନାହିଁ । ଏହା ଫୁସଫୁସ କ୍ୟାନସର, ଲ୍ୟୁକେମିଆ, ପ୍ରୋଷ୍ଟେଟ କ୍ୟାନସର, ବ୍ରେଷ୍ଟ କ୍ୟାନସର ଭଳି ଆଶଙ୍କାକୁ କମ କରିଥାଏ।
  • ରାଶି ଖାଇବା ଦ୍ବାରା ସ୍ମରଣ ଶକ୍ତି ବଢ଼ି ଥାଏ । ଏଥିରେ ଥିବା ଲିପୋଫୋଲିକ ଆଣ୍ଟିଅକ୍ସିଡେଣ୍ଟ ମସ୍ତିଷ୍କ ଉପରେ ବୟସର ପ୍ରଭାବ ପଡିବାକୁ ଦିଏନାହିଁ । ବୃଦ୍ଧାବସ୍ତାରେ ମସ୍ତିଷ୍କ ଦୁର୍ବଳ ହେବାକୁ ଲାଗେ, ଏଭଳି ସ୍ତିତିରେ ଯଦି ଜଣେ ବ୍ୟକ୍ତି ନିୟମିତ ରାଶିର ସେବନ କରନ୍ତି ତେବେ ମେଣ୍ଟାଲ ହେଲଥ୍ ଉପରେ ଏହାର ସକାରତ୍ମକ ପ୍ରଭାବ ପଢ଼ିଥାଏ।
  • ରାଶି ତେଲ ତ୍ବଚା ପାଇଁ ମଧ୍ୟ ବେଶ ଲାଭଦାୟ। ରାଶି ତେଲ ତ୍ବଚାର ଚମକ ବଢ଼ାଇବା ସହ ଆବଶ୍ୟକୀୟ ପୋଷଣ ପହଞ୍ଚାଇଥାଏ। ଏହାଦ୍ବାରା ତ୍ବଚାର ଚମକ ବଢ଼ିବା ସହ ନରମତା ବଜାୟ ରୁହେ।

୩ରୁ ଖୋଲିବ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମନ୍ଦିର;ଦର୍ଶନ ସମୟରେ ୬ ଫୁଟ୍‌ର ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପଳ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଶ୍ରୀମନ୍ଦିର ସମେତ ପୁରୀ ଜିଲ୍ଲାର ବହୁ ଧର୍ମାନୁଷ୍ଠାନ ଖୋଲି ସାରିଥିବା ବେଳେ ଆସନ୍ତା ୩ ତାରିଖରେ ଖୋଲିବ  ଖୋର୍ଦ୍ଧା ଜିଲ୍ଲାର ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ। ଏନେଇ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । କୋଭିଡ ନିୟମ ଅନୁସାରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ହୋଇଛି।  ଭକ୍ତଙ୍କ ପ୍ରବେଶ ପୂର୍ବରୁ ସାନିଟାଇଜ୍ ହେବା ସହ ମାସ୍କ ବାଧ୍ୟତାମୂଳକ ରହିଛି । ଦର୍ଶନ ସମୟରେ ୬ ଫୁଟ୍‌ର ସାମାଜିକ ଦୂରତା ରଖାଯିବ।  ତେବେ କରୋନା ମହାମାରୀ ଦୃଷ୍ଟିରୁ ୬୫ ବର୍ଷରୁ ଅଧିକ ବୟସ୍କ ଲୋକ, ଗର୍ଭବତୀ ମହିଳା, ରୋଗାକ୍ରାନ୍ତ ବ୍ୟକ୍ତି ଏବଂ ୧୦ ବର୍ଷରୁ କମ୍ ପିଲାଙ୍କୁ ଧର୍ମାନୁଷ୍ଠାନ ନ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ମନ୍ଦିରଗୁଡିକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଲାଗୁ ହେବ ନାହିଁ ।